ଉତ୍ତରପ୍ରଦେଶ କନଷ୍ଟେବଳ ପାଇଁ ୬୦,୨୪୪ ପଦରେ ନିଯୁକ୍ତି ପାଇଁ ୨ ଦିନିଆ ପରୀକ୍ଷା କରାଯାଇଥିଲା । ଏଥିରେ ୪୮ ଲକ୍ଷରୁ ଅଧିକ ଆଶାୟୀ ପ୍ରାର୍ଥି ପରୀକ୍ଷା ଦେଇଥିଲେ । ଏଥିରେ ଅନେକ ପରୀକ୍ଷାର୍ଥୀ କପି କରୁଥିବା ବେଳେ ଧରା ପଡ଼ିଥିଲେ । ଏହାଭିତରେ କନୌଜ ଜିଲ୍ଲାରେ ଏକ ଆଡମିଟ କାର୍ଡ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଧିରେ ଧିରେ ସାରା ଭାରତରେ ଏହି ଆଡମିଟ କାର୍ଡର ଫଟୋ ଭାଇରାଲ ହେଉଛି । କାରଣ ଆଡମିଟ କାର୍ଡରେ ପରୀକ୍ଷାର୍ଥୀଙ୍କ ନାଁ ସନ୍ନି ଲିଓନି ବୋଲି ଲେଖାଯାଇଛି । ଖାଲି ସେତିକି ନୁହେଁ ଆଡ୍ମିଟ୍ କାର୍ଡରେ ସନ୍ନି ଲିଓନିଙ୍କର ଫଟୋ ମଧ୍ୟ ଲାଗିଛି ।
ଆଡମିଟ୍ କାର୍ଡ ଅନୁଯାୟୀ, ପ୍ରାର୍ଥୀ ତିରୱା ସ୍ମିଥ୍ ସୋନେଶ୍ରୀ ମେମୋରିଆଲ୍ ବାଳିକା ମହାବିଦ୍ୟାଳୟରେ ପରୀକ୍ଷା ଦେବାକୁ ଯାଇଥିଲେ। ହେଲେ ପ୍ରାର୍ଥୀ ତାଲିକାରେ ଏହି ପରୀକ୍ଷାର୍ଥୀଙ୍କ ବିଷୟରେ ଜାଣିବା ପରେ ଡ୍ୟୁଟିରେ ଥିବା ଅଧିକାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। କିଛି ସମୟ ମଧ୍ୟରେ ସନ୍ନି ଲିଓନିଙ୍କ ନାମରେ ଜାରି ହୋଇଥିବା ଏହି ଆଡମିଟ୍ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଆଡମିଟ୍ କାର୍ଡ ଭାଇରାଲ୍ ହେବା ପରେ ଉତ୍ତରପ୍ରଦେଶ ପୋଲିସ୍ ନିଯୁକ୍ତି ଏବଂ ପଦୋନ୍ନତି ବୋର୍ଡ ଏହାକୁ ନକଲି ଆଡମିଟ୍ କାର୍ଡ ବୋଲି ସୂଚନା ଦେଇଛନ୍ତି। ଫର୍ମ ପୂରଣ କରିଥିବା କିଛି ପ୍ରାର୍ଥୀଙ୍କ ଆଡମିଟ୍ କାର୍ଡ ରିଲିଜ୍ ସମୟରେ ଭୁଲ ଫଟୋ ଅପଲୋଡ୍ ହୋଇଥିଲା । ନିଯୁକ୍ତି ବୋର୍ଡ ଅଭିଯୋଗ ପାଇବା ମାତ୍ରେ ଏହିପରି ଆଡମିଟ୍ କାର୍ଡଗୁଡିକରେ ସଂଶୋଧନ ମୂଳକ ଫଟୋ ପାଇଁ ସ୍ଥାନ ଫାଙ୍କା ଦିଆଯାଇଛି । ଏହାପରେ ସମ୍ପୃକ୍ତ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଫଟୋଗ୍ରାଫ ଏବଂ ଆଧାର କାର୍ଡ ସହିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ବର୍ତ୍ତମାନ ପୋଲିସ ଭର୍ତ୍ତି ପାଇଁ ‘ସନି ଲିଓନି’ଙ୍କ ଏହି ଆଡମିଟ କାର୍ଡ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
]]>ଫିଲ୍ମରେ ପ୍ରଭୁ ରାମ, ମାତା ସୀତା, ହନୁମାନ ଓ ରାବଣ ଭୂମିକାରେ ଅଭିନେତା ଚୟନ ସରିଥିବା ବେଳେ ବର୍ତ୍ତମାନ ଅଯୋଧ୍ୟା ନରେଶ ଦଶରଥ ଭୂମିକାରେ ଯାହାଙ୍କ ନାଁ ଚୟନ ହୋଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ। ରାମାନନ୍ଦ ସାଗରଙ୍କ ରାମାୟଣରେ ଯିଏ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ସେ ଏଥିରେ ଦଶରଥ ଭୂମିକାରେ ଦେଖାଦେବେ। ରାମାୟଣର ରାମ ଅରୁଣ ଗୋଭିଲ୍ ହିଁ ରାଜା ଦଶରଥଙ୍କ ଭୂମିକାରେ ନଜର ଆସିବେ।
ଦୀର୍ଘ ଦିନ ଧରି ନୀତେଶ ତିୱାରୀଙ୍କ 'ରାମାୟଣ'କୁ ନେଇ ଆଲୋଚନା ଚାଲିଛି। ତେବେ ନିର୍ଦ୍ଦେଶକ ଏପର୍ଯ୍ୟନ୍ତ ନିଶ୍ଚିତ କରି ନାହାଁନ୍ତି ଯେ ସେ 'ରାମାୟଣ'କୁ ନେଇ ଫିଲ୍ମ କରୁଛନ୍ତି ବୋଲି। ନିକଟରେ ଫିଲ୍ମର ଚରିତ୍ରଗୁଡ଼ିକ ବିଷୟରେ ଅନେକ ସେଲିବ୍ରେଟିଙ୍କ ନାଁକୁ ନେଇ ଆଲୋଚନା ହେଉଥିଲା। ବର୍ତ୍ତମାନ ଖବର ଆସୁଛି ଯେ ଟିଭିର ରାମ ଅର୍ଥାତ୍ ଅରୁଣ ଗୋଭିଲ୍ ନୀତେଶ ତିୱାରୀଙ୍କ ରାମାୟଣରେ ରାଜା ଦଶରଥଙ୍କ ଭୂମିକାରେ ନଜର ଆସିବେ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫିଲ୍ମ 'ରାମାୟଣ'ରେ ପ୍ରଭୁ ରାମଙ୍କ ବାପା ରାଜା ଦଶରଥଙ୍କ ଭୂମିକାରେ ଅଭିନୟ କରିବାକୁ ନୀତେଶ ତିୱାରୀ ଅରୁଣ ଗୋଭିଲଙ୍କ ସହ ଯୋଗାଯୋଗ କରିଛନ୍ତି। ରାମାନନ୍ଦ ସାଗରଙ୍କ 'ରାମାୟଣ'ରେ ରାମଙ୍କ ଭୂମିକା ପାଇଁ ପ୍ରସିଦ୍ଧ ଅରୁଣ ଯଦି ଏହି ଚଳଚ୍ଚିତ୍ରରେ ଅଭିନୟ କରନ୍ତି, ତେବେ ସେ ଏହି ପ୍ରୋଜେକ୍ଟ ସହିତ ପ୍ରେକ୍ଷାଳୟରେ ଅଧିକ ଦର୍ଶକଙ୍କୁ ଟାଣିବାରେ ସଫଳ ହେବେ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ ଯେ ଏହି ଫିଲ୍ମରେ ରଣବୀର କପୁର ଏବଂ ସାଇ ପଲ୍ଲଭୀ ରାମ ଏବଂ ସୀତାଙ୍କ ଭୂମିକାରେ ନଜର ଆସିବେ। ଏଥିସହିତ ଲାରା ଦତ୍ତ କୈକେଇ ଭୂମିକା ନିଭାଉଥିବାକୁ ଥିବା ବେଳେ ଶୁର୍ପଣଖା ଭୂମିକାରେ ରକୁଲ ପ୍ରୀତ ସିଂହଙ୍କୁ କାଷ୍ଟିଂ କରାଯାଇଥିବା ଖବର ଚର୍ଚ୍ଚା ହେବାରେ ଲାଗିଛି। ତେବେ ରଣବୀର କପୁର ଏହି ଫିଲ୍ମରେ ପ୍ରଭୁ ରାମଙ୍କ ଆଗାମୀ ଚରିତ୍ର ପାଇଁ ଲୁକ୍ ଟେଷ୍ଟ୍ କରିଛନ୍ତି।
ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ସୁପରଷ୍ଟାର ୟଶ୍ ଏହି ଚଳଚ୍ଚିତ୍ରରେ ରାବଣ ଭୂମିକାରେ ଅଭିନୟ କରିବେ। ଏଥି ସହିତ ବିଜୟ ସେତୁପତିଙ୍କ ନାମ ବିଭିଷଣଙ୍କ ଭୂମିକା ପାଇଁ ଆଲୋଚନା ହେଉଛି। ତେବେ ନୀତେଶ ତିୱାରୀ କିମ୍ବା ରଣବୀର କପୁର ଏପର୍ଯ୍ୟନ୍ତ ଫିଲ୍ମକୁ ନେଇ କୌଣସି ଅଫିସିଆଲ ଘୋଷଣା କରି ନାହାଁନ୍ତି।
]]>ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ତୋଶେନ୍ଦ୍ର ଶର୍ମା କହିଛନ୍ତି, “ବର୍ତ୍ତମାନ ସମୟ ଆସିଯାଇଛି ଯେ ମନୋରଞ୍ଜନ ଏବଂ ଚଳଚ୍ଚିତ୍ର ଶିଳ୍ପର ହିତାଧିକାରୀମାନେ ଏହା ଜାଣିବା ଉଚିତ ଏବଂ ଦେଶରେ ବିଶ୍ୱସ୍ତ ପ୍ରଶଂସକଙ୍କ ସୁବିଧା ପାଇଁ ନୂତନ ରାସ୍ତା ପ୍ରଦାନ କରିବା ପାଇଁ ଏକ ଦୃଢ ଆଭିମୁଖ୍ୟ ସହିତ ଟେକ୍ନୋଲୋଜି ବ୍ୟବହାର କରିବା ଉଚିତ୍।”
ସନ୍ନି ଲିଓନ୍ ତାଙ୍କ ଅଫିସିଆଲ୍ ଇଣ୍ଟରାକ୍ଟିଭ୍ AI ପ୍ରତିକୃତିକୁ ନେଇ ଉତ୍ସାହ ବ୍ୟକ୍ତ କରିଛନ୍ତି ଏବଂ ଏହାକୁ ଏକ ନୂତନ ଆରମ୍ଭ ବୋଲି କହିଛନ୍ତି।
ସେ କହିଛନ୍ତି “ମୁଁ ଏଠାରେ ଦୋହରାଇବାକୁ ଚାହେଁ ଯେ ଜୀବନର ଏହି ପର୍ଯ୍ୟାୟରେ, ମୁଁ ସେହି ରାସ୍ତାରେ ଯିବାକୁ ଇଚ୍ଛା କରିବି ଯାହାକୁ ମୁଁ ପୂର୍ବରୁ କେବେ ଖୋଜିପାରି ନ ଥିଲି ଏବଂ ଯାହା ମୋତେ ଉଭୟ କଳା ଏବଂ ବୃତ୍ତିଗତ ଦିଗରେ ବଢିବାରେ ସାହାଯ୍ୟ କରିବ। ମୁଁ ଆଶା କରୁଛି ଏହା ମୋତେ ସମଗ୍ର ଦେଶର ପ୍ରଶଂସକଙ୍କ ସହ ଏକ ଭଲ ଯୋଗାଯୋଗ ଏବଂ ସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରିବ।”
X (ପୂର୍ବ ଟ୍ୱିଟର) ରେ ଏହି ବଡ ଖବରକୁ ଘୋଷଣା କରି ସନ୍ନି ଲିଓନ ତାଙ୍କ ଏଆଇ କ୍ଲୋନର ଏକ ଭିଡିଓ ଜାରି କରି ନିଜ ପ୍ରଶଂସକଙ୍କ ସହ ପରିଚିତ କରିଥିଲେ। କ୍ଲିପ୍ ସେୟାର କରି ସେ ଲେଖିଛନ୍ତି ଯେ “ମୁଁ ବିଶ୍ୱାସ କରିପାରୁ ନାହିଁ, ଏ ମୁଁ ବୋଲି। ବର୍ତ୍ତମାନ ଆପଣ ସମସ୍ତେ ଯେତେବେଳେ ଚାହିଁବେ ମତେ କଲ୍ କରିପାରିବେ ଏବଂ ମୋ ସହିତ ଚାଟ୍ କରିପାରିବେ !! ଅଧିକ ସୂଚନା ପାଇଁ Kamoto.AI କୁ ଦେଖନ୍ତୁ ଏବଂ ତୁମେ ମୋର AI କ୍ଲୋନକୁ କ’ଣ ପଚାରୁଛ ତାହା ମୋତେ ଜଣାଇବାକୁ ନିଶ୍ଚିତ କରନ୍ତୁ।”
I can't believe that this is me 😵😲
— Sunny Leone (@SunnyLeone) January 10, 2024
Now all of you can call me or chat with me whenever you want!!
For more details..check out @KamotoAI and make sure you let me know what did you ask my AI Clone 😘
Call me here: https://t.co/nEQbuMdISR pic.twitter.com/UGwZ2pIwJ7
ନିଜ ପ୍ରତିଛବି ଉନ୍ମୋଚନ କରି ସନ୍ନି ମଧ୍ୟ ଡିପ୍ଫେକ୍ ବିଷୟରେ ଚେତାବନୀ ଦେଇଛନ୍ତି। ସେ ମନି କଣ୍ଟ୍ରୋଲକୁ କହିଛନ୍ତି, "ଜଣେ ଅଭିନେତ୍ରୀ ତଥା ମଣିଷ ଭାବରେ ଡିପ୍ଫେକ୍ ଏକ ବଡ ସମସ୍ୟା। ଏଆଇ ବିଷୟବସ୍ତୁକୁ ବିନିୟମିତ କରିବାରେ ସକ୍ଷମ ହେବା ଆବଶ୍ୟକ। Kamoto.AI ସହିତ ଆମେ ସାମ୍ନାକୁ ଆଣିବା ଭଳି ବିଷୟବସ୍ତୁକୁ ନିୟନ୍ତ୍ରଣ କରିବାରେ ସକ୍ଷମ। ଆପଣ ମୋ AI କୁ କିଛି ବି ପଚାରିପାରିବେ ଏବଂ ଉତ୍ତରଗୁଡିକ ପ୍ରାମାଣିକ ଅଟେ।"
ସନ୍ନି ପୁଣି କହିଛନ୍ତି ଯେ, ବିଷୟବସ୍ତୁ ତିଆରି ସମ୍ବନ୍ଧରେ କିଛି ନିୟମ ରହିବା ଉଚିତ।
ଏହି AI ଟୁଲ୍ ବ୍ୟବହାରକାରୀମାନେ ସେମାନଙ୍କର ଇଚ୍ଛା ଅନୁଯାୟୀ ବିଷୟବସ୍ତୁ ଏବଂ ସଂଚାଳନକୁ ନିୟନ୍ତ୍ରଣ କରିପାରିବେ ବୋଲି ଦାବି କରି ଅଭିନେତ୍ରୀ କହିଛନ୍ତି, “ମୁଁ ଭାବୁଛି ଯେତେବେଳେ ଆପଣ ଏକ କମ୍ପାନୀର ଅଂଶ, ଯେଉଁଠାରେ ଆପଣ ବିଷୟବସ୍ତୁର ଦାୟିତ୍ୱ ତୁଲାଉଛନ୍ତି, ତେବେ ଆପଣ ଯେମିତି ଚାହୁଛନ୍ତି ସେମିତି ହେବା ଉଚିତ।”
ମୋର କହିବା କଥା କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଗତ ସମାନତା, ପ୍ରତିଛବି କିମ୍ବା ସ୍ୱରକୁ ନେଇ ବିଷୟବସ୍ତୁ କିପରି ହେବା ଦରଦାର ତାହାର କିଛି ନିର୍ଦ୍ଦିଷ୍ଟ ନିୟମ ରହିବା ଉଚିତ। ଏଠାରେ ଏହି AI ସହିତ, ଆପଣ ଏସବୁକୁ ନିୟନ୍ତ୍ରଣ କରିପାରିବେ।"
ନିଜ ମତରେ ସନ୍ନି ଲିଓନ ପ୍ରକାଶ କରିଛନ୍ତି ଯେ ସେ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଏଆଇ ପ୍ରତିକୃତି ସହିତ କଥା ହେବାକୁ ଭଲ ପାଆନ୍ତି। ସେ କହିଛନ୍ତି, “ମୁଁ ବଚ୍ଚନ ସାର୍ (ଅମିତାଭ ବଚ୍ଚନ) ଙ୍କ ପାଇଁ ଏହା କରିବାକୁ ଚାହୁଁଛି!”
]]>‘ଗଦର ୨’ ପ୍ରଥମ ଦିନରେ ରେକର୍ଡ ଭାଙ୍ଗିବା ପରେ ଫିଲ୍ମ ରିଲିଜ ହେବାର ଦ୍ୱିତୀୟ ଦିନରେ ୪୩.୦୮ କୋଟି ଟଙ୍କା ରୋଜଗାର କରିଛି। ଫିଲ୍ମ ପ୍ରଥମ ଦିନରେ ୪୦.୧୦ କୋଟି ଟଙ୍କା ରୋଜଗର କରିଥିଲା। ଦୁଇ ଦିନ ମଧ୍ୟରେ ମୋଟ୍ ୮୩.୧୮ କୋଟି ଟଙ୍କା ନେଟ ହାସଲ କରି ୨୦୨୩ରେ ‘ଗଦର ୨’ ଦ୍ରୁତ ଗତିରେ ୧୦୦ କୋଟି କ୍ଲବ ଆଡକୁ ଆଗେଇ ଚାଲିଛି।
ବକ୍ସ ଅଫିସ୍ ଟ୍ରାକର୍ ସଚନିକ୍ଙ୍କ ଅନୁଯାୟୀ ‘ଗଦର ୨’ ର ତୃତୀୟ ଦିନରେ ମଧ୍ୟ ୪୮କୋଟି ରୋଜଗାର କରିପାରିବ, ଯାହା ଫିଲ୍ମର ମୋଟ ଆୟ ୧୩୧.୧୮ କୋଟି ହେବ। ୨୦୨୩ର ଏହା ରେକର୍ଡ ସେଟିଂ ରୋଜଗାର ହେବ।
ନିର୍ଦ୍ଦେଶକ-ନିର୍ମାତା ଅନିଲ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଜି ଷ୍ଟୁଡିଓ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ସୁପରଷ୍ଟାର ସନୀ ଦେଓଲ ଏବଂ ଅମିଶା ପଟେଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ୧୧ ଅଗଷ୍ଟରୁ ପ୍ରେକ୍ଷାଳୟରେ ହଙ୍ଗାମା ସୃଷ୍ଟି କରୁଛି।
ବକ୍ସ ଅଫିସ୍ ଟ୍ରାକରର ପ୍ରାରମ୍ଭିକ ଆକଳନ ଅନୁଯାୟୀ, ରଜନୀକାନ୍ତଙ୍କ ‘ଜେଲର’ ତୃତୀୟ ଦିନରେ ୩୫ କୋଟି ରୋଜଗାର କରିଛନ୍ତି, ଏହା ପରେ ଫିଲ୍ମର ସଂଗ୍ରହ ୧୦୯.୧୦ କୋଟିକୁ ବୃଦ୍ଧି ପାଇଛି। ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ପ୍ରଥମ ଦିନରେ ୪୮.୩୫ କୋଟି ରୋଜଗାର କରିଥିବା ବେଳେ ଦ୍ୱିତୀୟ ଦିନରେ ମାତ୍ର ୨୫ କୋଟି ରୋଜଗାର କରିଥିଲା। ଏହି ଫିଲ୍ମ ଭାରତରେ ୧୦୦ କୋଟିର କ୍ଲବରେ ଯୋଗଦେଇଥିବା ବେଳେ ସାରା ବିଶ୍ୱରେ ୧୫୦ କୋଟିର କ୍ଲବରେ ଯୋଗଦେବାକୁ ପ୍ରସ୍ତୁତ ହେଉଛି।
ସେହିପରି OMG 2 ପ୍ରଥମ ଦିନରେ ମାତ୍ର ୧୦.୨୬ କୋଟି ରୋଜଗାର କରିଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ଦ୍ୱିତୀୟ ଦିନରେ ୧୪.୫ କୋଟି ରୋଜଗାର କରିଛି। ଏହାର ମୋଟ ରୋଜଗାର ୨୪.୭୬ କୋଟିରେ ପହଞ୍ଚିଛି।
]]>ସାରା ଅଲି ଖାନ୍ ଏବଂ ମୌନୀ ରୟଙ୍କ ସହ ସନୀ ଲିଓନ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୩ରେ ଭାଗ ନେଇଛନ୍ତି। ସନୀଙ୍କ ଫିଲ୍ମ 'କେନେଡି' କାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ପ୍ରିମିୟର ହୋଇଛି। ଏହି ଫିଲ୍ମ ସହିତ ଅଭିନେତ୍ରୀ ମଧ୍ୟ ତାଙ୍କ ରେଡ୍ କାର୍ପେଟ୍ ଲୁକ୍ରେ ପ୍ରଶଂସକମାନଙ୍କୁ ପାଗଳ କରିଛନ୍ତି।
ସନୀ ଲିଓନଙ୍କୁ ପ୍ରଥମେ କାନ୍ସରେ ଏକ ବଟଲ୍ ଗ୍ରୀନ୍ ବନ୍ ସୋଲ୍ଡର୍ ଗାଉନରେ ଦେଖିବାକୁ ମିଳିଥିଲା। ଥାଇ ହାଇ ସ୍ଲିଟ୍ ଗାଉନ୍ରେ ତାଙ୍କ ଲୁକ୍ ସମ୍ପୂର୍ଣ୍ଣ ଭିନ୍ନ ଥିଲା ଏବଂ ସେ ଡେବ୍ୟୁରେ ଅତ୍ୟନ୍ତ ଆତ୍ମବିଶ୍ୱାସୀ ଦେଖାଯାଉଥିଲେ।
କାନ୍ସରେ ସନୀଙ୍କର ଦ୍ୱିତୀୟ ଦୃଶ୍ୟ ଧଳା ଟ୍ରାଉଜର ଏବଂ କଳା କ୍ରପ୍ ଟପ୍ ଉପରେ ଥିଲା। ଏଥିରେ, ସେ ସିମ୍ପଲ୍ ଦେଖିଯାଉଥିଲେ ବି ଖୁବ ଆକର୍ଷଣୀୟ ଦେଖାଯାଉଥିଲେ। ସନୀ ଲିଓନଙ୍କ କାନ୍ସ ଲୁକ୍ ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ପ୍ରଭାବିତ କରୁଛି। ଏନେଇ ସନୀ ମଧ୍ୟ ଉତ୍ସାହିତ ଅଛନ୍ତି ଏବଂ ସୋସିଆଲ ମିଡିଆରେ କ୍ରମାଗତ ଭାବରେ ତାଙ୍କ ଫଟୋ ଶେୟାର କରୁଛନ୍ତି।
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏକ ଇଭେଣ୍ଟ ସମୟରେ ସନୀ ଲିଓନ୍ ଏକ ବଡିକନ୍ ସର୍ଟ ଡ୍ରେସ୍ରେ ନଜର ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏହି ଲୁକ୍ ମଧ୍ୟ ଛାଇ ଯାଇଛି। କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ପାଇଁ ସନୀ ତାଙ୍କ ପୋଷାକକୁ ଅତି ଚତୁରତାର ସହ ବାଛିଛନ୍ତି। ଏହି ଉତ୍ସବରେ ସେ ଥରେ ରକ୍ତ ଲାଲ ରଙ୍ଗର ଭେଲ୍ଭେଟ୍ ଗାଉନରେ ମଧ୍ୟ ଦେଖାଦେଇଥିଲେ। ଏହାକୁ ନେଇ ସେ ଟ୍ରୋଲ୍ ମଧ୍ୟ ହେଇଛନ୍ତି। ସନୀ ଲିଓନଙ୍କ ଏହି ଗାଉନ୍ ଦୁଇଟି ଲୁକ୍ରେ ପିନ୍ଧାଯାଇଥିଲା। ସାମ୍ନାରେ ଭେଲ୍ଭେଟ୍ ବ୍ୟବହାର କରାଯାଇଥିଲା ଓ ପଛରେ ଶିମର୍ କାମ ହୋଇଥିଲା। ଏହି ଗାଉନରେ ସନୀ ବହୁତ ସୁନ୍ଦର ଦେଖାଯାଉଥିଲେ।
ଅଭିନେତ୍ରୀଙ୍କ ଫଟୋ ଉପରେ ମନ୍ତବ୍ୟ ଦେଇ ଜଣେ ଲେଖିଛନ୍ତି, ପ୍ରଥମ ଫଟୋରେ ଯେଉଁ ଲୁକ୍ ଅଛି ତାହା ଖୁବ ଆଶ୍ଚର୍ଯ୍ୟଜନକ।” ଅନ୍ୟ ଜଣେ ଲେଖିଛନ୍ତି, "କି ସୁନ୍ଦର ମୁହୂର୍ତ୍ତ ଏହା ଆପଣଙ୍କ ପାଇଁ ସନୂ ମ୍ୟାଡମ୍।" ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, "ସନୀ ଲିଓନ୍ ବହୁତ ସୁନ୍ଦର ଏବଂ ଫିଟ୍ ଅଭିନେତ୍ରୀ"।
ତେବେ କେତେକଙ୍କ ସନୀ ଲିଓନ୍ଙ୍କ ମେକ୍ଅପ୍ ପସନ୍ଦ ଆସିନାହିଁ। ଜଣେ ଲେଖିଛନ୍ତି, “ଏତେ ଅଧିକ ମେକ୍ଅପ୍ କାହିଁକି କରିଲ”। ସେହିପରି ଆଉ ଜଣେ କହିଛନ୍ତି, “ଆଖିର ଅବସ୍ଥା ଏ କ’ଣ କରିଛନ୍ତି।” ଆଉ ଜଣେ ଲେଖିଛନ୍ତି, “ଆପଣଙ୍କ ଠାରୁ ଏପରି ଆଶା କରାଯାଉ ନଥିଲା।”
କାନ୍ସରେ ସନୀ ଲିଓନଙ୍କ ଫିଲ୍ମ 'କେନେଡି'ର ସ୍କ୍ରିନିଂ ହୋଇଥିଲା, ଏହାର ନିର୍ଦ୍ଦେଶନା ଅନୁରାଗ କାଶ୍ୟପ ଦେଇଛନ୍ତି। ଏହି ଉତ୍ସବକୁ ସନୀଙ୍କ ସହ ଅନୁରାଗ ମଧ୍ୟ ଯାଇଥିଲେ। ତେବେ ସନୀ ୨୦୧୨ରେ ପୂଜା ଭଟ୍ଟଙ୍କ ଫିଲ୍ମ 'ଜିସ୍ମ ୨'ରେ ବଲିଉଡ୍ରେ ଡେବ୍ୟୁ କରିଥିଲେ।
]]>ସୂଚନା ଅନୁସାରେ, ଆସନ୍ତାକାଲି ହେବାକୁ ଥିବା ଫ୍ୟାଶନ ପରେଡ୍ରେ ଅଭିନେତ୍ରୀ ସନ୍ନି ଲିଓନୀ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ହେଲେ ତା’ ପୂର୍ବରୁ ଏହି ବିସ୍ଫୋରଣ ହୋଇଛି। ହ୍ୟାଣ୍ଡଲୁମ୍ ଖଦି ଓ ଟୁରିଜିମ୍କୁ ପ୍ରମୋଟ କରିବା ପାଇଁ ହାଉସ୍ ଅଫ୍ ଅଲି ପକ୍ଷରୁ ଏହି ଫ୍ୟାଶନ ପରେଡ୍ ଆୟୋଜନ କରାଯାଉଛି।
ଜାନୁଆରୀ ୨୫ରେ ହୋଇଥିଲା ବିସ୍ଫୋରଣ...
ଏହା ପୂର୍ବରୁ ମଣିପୁରର ଉଖରୁଲ ଜିଲ୍ଲାରେ ଜାନୁଆରୀ ୨୫ରେ ବିସ୍ଫୋରଣ ହୋଇଥିଲା। ସନ୍ଧ୍ୟା ସାଢ଼େ ୫ଟାରେ ଗାନ୍ଧି ସର୍କଲରେ ଆଇଡି ବ୍ଲାଷ୍ଟ୍ ହୋଇଥିଲା। ଏଥିରେ ନିକଟରେ ଥିବା କାର୍ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା। ବିସ୍ଫୋରଣ ଏତେ ଜୋର ଥିଲା ୨ କି.ମି. ପର୍ଯ୍ୟନ୍ତ ଏହି ଶବ୍ଦ ଶୁଣିବାକୁ ମିଳିଥିଲା।
]]>ଏକ ଟିମ୍ ଫିଲ୍ମ 'ପଠାନ' କୁ ବୟକଟ୍ କରୁଛି। ଆହୁରି ମଧ୍ୟ କିଛି ଅଛନ୍ତି ଯେଉଁମାନେ କହୁଛନ୍ତି ଯେ ବିବାଦ ସୃଷ୍ଟି କରିବା ପାଇଁ ଦୀପିକା ପାଦୁକୋନ୍ ଗେରୁଆ ରଙ୍ଗର ସ୍ୱିମ୍ସୁଟ୍ ପିନ୍ଧିଥିଲେ। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ଏକ ଚଳଚ୍ଚିତ୍ରର ଗୀତ ବିବାଦ ଘେରକୁ ଆସିଛି। 'ବେଶରମ୍ ରଙ୍ଗ୍' ପରି ଅନେକ ପ୍ରସିଦ୍ଧ ଗୀତ ଅଛି ଯାହା ବିବାଦ ଭିତରକୁ ଆସିଛି। ଆସନ୍ତୁ ସେ ସବୁ ଗୀତ ଉପରେ ନଜର ପକେଇବା।
ଶାହାରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ 'ପଠାନ'ର ଗୀତ ' ବେଶରା୍ମ୍ ରଙ୍ଗ୍' ରିଲିଜ ହେବା ପରଠାରୁ ବିବାଦରେ ରହିଛି। ଦର୍ଶକମାନେ ଦୀପିକାଙ୍କ 'ଗେରୁଆ ରଙ୍ଗର' ସ୍ୱିମ୍ସୁଟ୍ ପିନ୍ଧିଥିବାରୁ କିଛି ଲୋକ ଏହାକୁ ବିରୋଧ କରୁଛନ୍ତି ଆଉ କହୁଛନ୍ତି ଯେ ଏହା ସେମାନଙ୍କ ଭାବନାକୁ ଆଘାତ ଦେଇଛି। ସେମାନଙ୍କ କହିବା କଥା ଗୀତର ଲିରିକ୍ସ ଗେରୁଆ ରଙ୍ଗକୁ 'ବେଶରମ୍ ରଙ୍ଗ୍' ବୋଲି କହିଛି। ଗୀତର ଲିରିକ୍ସକୁ କିଛି ନେଟିଜେନ୍ସ ପସନ୍ଦ କରୁ ନାହାନ୍ତି।
'ଦିଲ୍ଲୀ ବେଲୀ'ର ଗୀତ ଭାଗ୍ ଡିକେ ବୋଷ ଜିତେନ ଠୁକ୍ରାଲ୍ ଏବଂ ସୁମିର ତଗ୍ରାଙ୍କ ଏକ ଗୀତର କପିରାଇଟ୍କୁ ଉଲ୍ଲଂଘନ କରିଥିଲା। ତାଙ୍କ ପାଖରେ 'ବୋସଡିକେ' ନାମକ ମୂଳ ରଚନା ଥିଲା। ଏହି ଚଳଚ୍ଚିତ୍ର ନିର୍ମାଣ କରିଥିବା ଆମୀର ଖାନ ପୁରା ମାମଲାକୁ ହାତକୁ ନେଇ ସମାଧାନ କରିଥିଲେ। ଏହି ଗୀତର ଶବ୍ଦଗୁଡ଼ିକର ଦ୍ୱିଅର୍ଥବୋଧକ ଥିଲା ଏବଂ ଅନେକ ଲୋକ ସେନ୍ସର ବୋର୍ଡକୁ ପ୍ରଶ୍ନ କରିଥିଲେ ଯେ ସେମାନେ କିପରି ଏହି ଗୀତକୁ ଅନୁମତି ଦେଲେ।
'ଷ୍ଟୁଡେଣ୍ଟ ଅଫ୍ ଦି ଇୟର'ର ଗୀତ 'ରାଧା' ମଧ୍ୟ ବିବାଦର ସମ୍ମୁଖୀନ ହୋଇଥିଲା। ଏହି ଗୀତ ସେହି ଲୋକମାନଙ୍କ ଭାବନାକୁ ଆଘାତ ଦେଇଥିଲା ଯେଉଁମାନେ ‘ରାଧା’ଙ୍କୁ ଦେବୀ ବୋଲି ମାନୁଥିଲେ। ଏହି ଗୀତରେ ରାଧାଙ୍କ ପ୍ରତି ବିବାଦୀୟ ଶବ୍ଦ ବ୍ୟବହାର କରାଯାଇଥିବାରୁ ସେମାନେ ଏହାକୁ ନାପସନ୍ଦ କରିଥିଲେ। ରିପୋର୍ଟ ଅନୁଯାୟୀ, ଫିଲ୍ମର ନିର୍ମାତା କରଣ ଜୋହର ଏବଂ ଗୌରୀ ଖାନଙ୍କ ବିରୋଧରେ ଏକ ଅପରାଧିକ ମାମଲା ରୁଜୁ ହୋଇଥିଲା।
ଅଶ୍ଳୀଳ ଗୀତ ଏବଂ ଭିଜୁଆଲ୍ ଯୋଗୁଁ 'ଦବଙ୍ଗ'ର ‘ମୁନ୍ନି ବଦନାମ୍ ହୁଇ’ ଗୀତ ବିବାଦକୁ ଆସିଥିଲା। ଏହା ବ୍ୟତୀତ 'ଝଣ୍ଡୁ ବାମ୍' ତିଆରି କରିଥିବା କମ୍ପାନୀ ଅରବାଜ ଖାନ ପ୍ରଡକ୍ସନ୍ସକୁ ତାଙ୍କ ବିନା ଅନୁମତିରେ ସେମାନଙ୍କ ବ୍ରାଣ୍ଡ୍ ନାମ ବ୍ୟବହାର ପାଇଁ ଏକ ଆଇନଗତ ନୋଟିସ୍ ପଠାଇଥିଲା। ତେବେ ଏହି ଗୀତଟିକୁ ମଲାଇକା ଅରୋରାଙ୍କର ପ୍ରିୟ ଆଇଟମ୍ ଗୀତ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ।
୧୯୯୩ର ସୁପର ହିଟ୍ ଚଳଚ୍ଚିତ୍ର ‘ଖଲନାୟକ’ ଅନେକ କାରଣରୁ ଚର୍ଚ୍ଚା ଏବଂ ବିବାଦରେ ଥିଲା। ଏହି ଫିଲ୍ମର " ଚୋଲି କେ ପିଛେ କ୍ୟା ହୈ… ଚୁନ୍ରୀ କେ ନିଚେ କ୍ୟା ହୈ" ଗୀତକୁ ନେଇ ବିବାଦ ଲାଗି ରହିଥିଲା। ମାଧୁରୀ ଦୀକ୍ଷିତଙ୍କ ଉପରେ ଚିତ୍ରିତ ଏହି ଗୀତରେ ଅଶ୍ଳୀଳତାର ପ୍ରଚାର କରାଯାଉଥିବାକୁ ନେଇ ଅଭିଯୋଗ ହୋଇଥିଲା। ଏହି ଗୀତଟି ଗୀତିକାର ଆନନ୍ଦ ବକ୍ସି ଲେଖିଥିଲେ ଏବଂ ଇଲା ଅରୁଣ ଏବଂ ଅଲ୍କା ୟାଜ୍ଞନିକ୍ ଗାଇଥିଲେ। ତେବେ ପରେ ବାଲ ଠାକରେଙ୍କ ହସ୍ତକ୍ଷେପ ପରେ ଏହି ମାମଲା ଶାନ୍ତ ହୋଇଥିଲା। ସେ ଏହି ଗୀତରେ କିଛି ଭୁଲ୍ ନାହିଁ ବୋଲି କହି ଚଳଚ୍ଚିତ୍ର ନିର୍ମାତାଙ୍କୁ ରକ୍ଷା କରିଥିଲେ।
୧୯୯୫ରେ ମୁକ୍ତିଲାଭ କରିଥିବା ‘କରଣ ଅର୍ଜୁନ’ ରେ ସଲମାନ ଖାନ ଏବଂ ଶାହରୁଖ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରର ପ୍ରସିଦ୍ଧ ଗୀତ 'ଗୁପ୍ ଚୁପ୍ ଗୁପ୍ ଚୁପ୍ ଗୁପ୍' ଏହାର ଦ୍ୱିଅର୍ଥବୋଧକ ଶବ୍ଦ ପାଇଁ ଚର୍ଚ୍ଚାରେ ଥିଲା। ଏହି ଗୀତକୁ ଇନ୍ଦିଭର୍ ଲେଖିଥିଲେ। ଏହାର ଲିରିକ୍ସ ଥିଲା, ‘ଛତ ପେ ସୋୟା ଥା ବହନୋଇ, ମେ ତନେ ସମଞ୍ଝ୍ କେ ସୋ ଗୟୀ… ମୁଝକୋ ରାଣା ଜୀ ମାଫ୍ କର୍ନା ଗଲତୀ ମାରେ ସେ ହୋ ଗୟୀ’। ଏହି ଗୀତ ମମତା କୁଲକର୍ଣ୍ଣିଙ୍କ ଉପରେ ଚିତ୍ରିତ ହୋଇଥିଲା। ଏହି ପୁରା ଗୀତରେ ମମତା ତାଙ୍କ ଭିଣେଇଙ୍କ ସହ ବିତାଇଥିବା ରାତି ବିଷୟରେ କୁହାଯାଇଛି। ଏହାର ସଂଗୀତ ନିର୍ଦ୍ଦେଶକ ରାଜେଶ ରୋଶନ ଥିବାବେଳେ ଏହାର ଗାୟକ ଅଲକା ୟାଜ୍ଞ୍ନିକ୍ ଏବଂ ଇଲ୍ଲା ଅରୁଣ ଥିଲେ।
୯୦ ଦଶକର ‘ଦଲାଲ’ ଫିଲ୍ମରେ ଏକ ଗୀତ ଥିଲା, ଯାହା ଅଶ୍ଳୀଳତାକୁ ପ୍ରୋତ୍ସାହନ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଗୀତଟି ଥିଲା ମିଥୁନ ଚକ୍ରବର୍ତ୍ତୀ ଏବଂ ଆୟେଶା ଜୁଲ୍କାଙ୍କ ଉପରେ ଚିତ୍ରିତ 'ଗୁଟୁର ଗୁଟୁର'। ମାୟା ଗୋବିନ୍ଦଙ୍କ ଦ୍ୱାରା ଲିଖିତ ଏହି ଗୀତର ଲିରିକ୍ସ ଥିଲା ‘ଚଢ ଗୟା ଉପର୍ ରେ… ଅଟ୍ରିୟା ପେ ଲୋଟନ୍ କାବୁତର୍ ରେ, ପଞ୍ଚି ଦିୱାନା ଚୁଗ୍ କର ଦାନା, ଉଡ୍ ଗୟା ଫର୍ ଫର୍’। ଏହି ଗୀତଟିକୁ ଅଲକା ୟାଜ୍ଞ୍ନିକ୍, ବାପି ଲାହିରି, ଇଲ୍ଲା ଅରୁଣ ଏବଂ କୁମାର ସାନୁ ଗାଇଥିଲେ।
ଅକ୍ଷୟ କୁମାରଙ୍କ ଅଭିନୀତ ‘ଗବର୍ ଇଜ୍ ବ୍ୟାକ୍’ର ଆଇଟମ୍ ଗୀତ ମଧ୍ୟ ଚର୍ଚ୍ଚାରେ ଥିଲା। ଚିତ୍ରଙ୍ଗଦା ସିଂହଙ୍କ ଉପରେ ଚିତ୍ରିତ ଏହି ଆଇଟମ୍ ଗୀତକୁ ଲୋକେ ଖୁବ୍ ପସନ୍ଦ କରିଥିଲେ। ତେବେ ଏହାର ଲିରିକ୍ସ ଦ୍ୱିଅର୍ଥବୋଧକ ଥିବାରୁ ଏହାକୁ ବିରୋଧ କରାଯାଇଥିଲା। ଶବ୍ଦଗୁଡ଼ିକ ଏହିପରି କିଛି ଥିଲା- ‘କୁଣ୍ଡି ମତ୍ ଖଡ୍କାଓ ରାଜା…
ସିଧା ଅନ୍ଦର୍ ଆଓ ରାଜା… ଫୁଲ ବିଛା ପର୍ଫ୍ୟୁମ୍ ଲଗା କେ… ମୁଝେ ବନାଓ ତାଜା ତାଜା’। ଦର୍ଶକଙ୍କୁ ଫିଲ୍ମ ଦେଖୁବାକୁ ସିନେମା ହଲ୍କୁ ଟାଣିବାରେ ଏହି ଗୀତ ଖୁବ୍ କାମ ଦେଇଥିଲା। ଏହି ଗୀତରେ ନେହା କକ୍କର ତାଙ୍କ ସ୍ୱର ଦେଇଛନ୍ତି। ଗୀତରେ ୟୋ ୟୋ ହନି ସିଂହଙ୍କର ମଧ୍ୟ ରାପ୍ ଅଛି।
‘ସୁଟ୍ ଆଉଟ୍ ଆଟ୍ ୱାଡାଲା’ ଫିଲ୍ମରେ ସନି ଲିଓନଙ୍କ ଉପରେ ନିର୍ମିତ ଆଇଟମ୍ ନମ୍ବର ଗୀତ 'ଲୈଲା ତେରୀ ଲେ ଲେଗୀ' ରିଲିଜ୍ ହେବା ମାତ୍ରେ ବିବାଦ ଘେରକୁ ଆସିଥିଲା। ଅବଶ୍ୟ, ଏହାକୁ ନେଇ ଆପତ୍ତି ଦାଖଲ ହେବା ବେଳକୁ ଏହା ବହୁ ଲୋକପ୍ରିୟ ହୋଇଯାଇଥିଲା। ଏହି ଆଇଟମ୍ ନମ୍ବର ଗୀତଟି ହେଲା, ‘ଲୈଲା ତେରୀ ଲେ ଲେଗୀ… ତୁ ଲିଖ୍ କେ ଲେ ଲେ…। କିନ୍ତୁ ସେନ୍ସର ବୋର୍ଡର ଆପତ୍ତି ପରେ ନିର୍ମାତା ଏହି ଗୀତକୁ ପରିବର୍ତ୍ତନ କରି 'ଲୈଲା ତୁଝେ ଲୁଟ୍ ଲେଗୀ' କରିଥିଲେ। ସଞ୍ଜୟ ଗୁପ୍ତା ଏବଂ ଆନନ୍ଦ ରାଜ ଆନନ୍ଦ ଏହି ଆଇଟମ୍ ନମ୍ବର ଲେଖିଥିଲେ।
ଅକ୍ଷୟ କୁମାରଙ୍କ ହିଟ୍ ଫିଲ୍ମ ‘ରାଉଡୀ ରାଠୋର୍’ର ଆଇଟମ୍ ନମ୍ବର 'ଆ ରେ ପ୍ରୀତମ୍ ପ୍ୟାରେ' ମଧ୍ୟ ଖୁବ୍ ଚର୍ଚ୍ଚାରେ ଥିଲା। ଏହି ଗୀତର ଶବ୍ଦ ଥିଲା, ସବ୍ ଆଗ ତୋ ମେରେ କୁର୍ତ୍ତୀ ମେ ରେ… ଜରା ଝୁକା ଉଠା… ଜରା ଚିଲମ୍ ଜଲା… ପଲୁ କେ ନୀଚେ ଛୁପା କେ ରଖାଜୈ… ଉଠା ଦୁଁ ତୋ ହଙ୍ଗାମା ହୋ… ହୋ। ଏହି ଶବ୍ଦଗୁଡ଼ିକୁ ନେଇ ବିବାଦ ଘନେଇ ବିବାଦ ଥିଲା। ଏହାର ଲିରିକ୍ସକୁ ସମୀର ଏବଂ ଫୈଜ୍ ଅନୱାର ଲେଖିଥିଲେ ଏବଂ ସଂଗୀତରେ ସଜେଇ ଥିଲେ ସାଜିଦ୍-ୱାଦିଜ୍।
ମଧୁର ଭଣ୍ଡାରକରଙ୍କ ବହୁଚର୍ଚ୍ଚିତ ଚଳଚ୍ଚିତ୍ର 'ହିରୋଇନ୍'ରେ କରୀନା କପୁରଙ୍କ ଉପରେ ଚିତ୍ରିତ 'ହଲ୍କଟ୍ ଜୱାନୀ' ଗୀତ ମଧ୍ୟ ଲୋକଙ୍କୁ ଚକିତ କରିଥିଲା। ଏହି ଗୀତରେ କରୀନା ଷ୍ଟେଜ୍ରେ ନାଚୁଥିବା ନଜର ଆସିଛନ୍ତି। ଏହି ଗୀତର ଲିରିକ୍ସ ହେଲା, ନାଇଟ୍ କି ନତୀ କହାନୀ… ହଲ୍କଟ୍ ଜୱାନୀ… ଆଖୋଁ କୋ କ୍ୟୁଁ ସେକେ… ହାଥୋ ସେ କର୍ ମନ୍ମାନୀ। ଏହି ଗୀତର ଲିରିକ୍ସ ଅମିତାଭ ଭଟ୍ଟାଚାର୍ଯ୍ୟ ଲେଖିଥିବା ବେଳେ ସୁନୀଧି ଚୌହାନ ଗାଇଥିଲେ।
]]>ସରକାରୀ ଶିକ୍ଷକ ନିଯୁକ୍ତି ପାଇଁ କର୍ଣ୍ଣାଟକର ଜଣେ ଯୁବତୀ ଅନ୍ଲାଇନ୍ରେ ଆବେଦନ କରିଥିଲେ। ଆବେଦନକାରୀଙ୍କ ଅନୁଯାୟୀ ସେ ସମସ୍ତ ବିବରଣୀ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ। ସଠିକ୍ ପାସ୍ପୋର୍ଟ ସାଇଜ୍ ଫଟୋଗ୍ରାଫ୍ ମଧ୍ୟ ଅପଲୋଡ୍ କରିଥିଲେ। କିନ୍ତୁ ଯେତେବେଳେ ଶିକ୍ଷକ ନିଯୁକ୍ତି ପରୀକ୍ଷାର ଆଡମିଟ୍ କାର୍ଡ ଆସିଲା, ସେତେବେଳେ ତାଙ୍କର ହୋସ୍ ଉଡ଼ିଗଲା। ଆଡମିଟ୍ କାର୍ଡରେ ଆବେଦନ କରିଥିବା ଯୁବତୀଙ୍କ ବଦଳରେ ଫିଲ୍ମ ଷ୍ଟାର ସନ୍ନୀ ଲିଓନଙ୍କ ଅଶ୍ଳୀଳ ଫଟୋ ଥିଲା। ବର୍ତ୍ତମାନ ଏହି ଆଡମିଟ୍ କାର୍ଡର ଫଟୋ ଟ୍ୱିଟରରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଆଡମିଟ୍ କାର୍ଡରେ ସନ୍ନୀ ଲିଓନଙ୍କ ଫଟୋ ରହିବା ଘଟଣା କର୍ଣ୍ଣାଟକ ଶିକ୍ଷକ ନିଯୁକ୍ତି ପରୀକ୍ଷା ୨୦୨୨ ର। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସର କର୍ଣ୍ଣାଟକ ସୋସିଆଲ ମିଡିଆ ଚେୟାରମ୍ୟାନ୍ ବି.ଆର୍ ନାଇଡୁଙ୍କ ଟୁଇଟ୍ ପରେ ଏହାକୁ ନେଇ ଏକ ବଡ଼ ଆଲୋଡ଼ନ ଦେଖାଦେଇଛି। ଶାସକ ଦଳ ଏବଂ କର୍ଣ୍ଣାଟକର ବିରୋଧୀଙ୍କ ମଧ୍ୟରେ ଟ୍ୱିଟର ଯୁଦ୍ଧ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଏହି ମାମଲା ଏତେ ବଢିଯାଇଛି ଯେ କର୍ଣ୍ଣାଟକର ଶିକ୍ଷା ବିଭାଗ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି।
କର୍ଣ୍ଣାଟକ କଂଗ୍ରେସ ସୋସିଆଲ ମିଡିଆ ଚେୟାରମ୍ୟାନ୍ ବି.ଆର୍ ନାଇଡୁ ଆଡମିଟ୍ କାର୍ଡର ଫଟୋ ଟ୍ୱିଟ୍ କରି ଲେଖିଛନ୍ତି ଯେ ଶିକ୍ଷକ ନିଯୁକ୍ତି ଆ୍ଡମିଟ୍ କାର୍ଡରେ ପ୍ରାର୍ଥୀଙ୍କ ବଦଳରେ ବ୍ଲୁ ଫିଲ୍ମ ଷ୍ଟାର୍ ସନ୍ନୀ ଲିଓନଙ୍କ ଫଟୋ ରହିଛି। ଗୃହରେ ବ୍ଲୁ ଫିଲ୍ମ ଦେଖୁଥିବା ପାର୍ଟି ଠାରୁ ଆଉ ବା କ’ଣ ଆଶା କରାଯାଇପାରେ।
ଏହି ଟ୍ୱିଟ୍ରେ ସେ କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ବିସି ନାଗେଶଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି ଏବଂ ଲେଖିଛନ୍ତି ଯେ “ଯଦି ଆପଣ କୌଣସି ବ୍ଲୁ ଫିଲ୍ମ ଷ୍ଟାର୍ଙ୍କ୍ ଫଟୋ ଦେଖିବାକୁ ଚାହାଁନ୍ତି, ତେବେ ଏହାର ଫଟୋ ଘରେ ଟାଙ୍ଗନ୍ତୁ। କିନ୍ତୁ ଶିକ୍ଷା ବିଭାଗକୁ ବ୍ୟବହାର କରନ୍ତୁ ନାହିଁ।”
ಶಿಕ್ಷಕರ ನೇಮಕಾತಿಯ ಪ್ರವೇಶಾತಿ ಪತ್ರದಲ್ಲಿ ಅಭ್ಯರ್ಥಿಯ ಬದಲು ನೀಲಿಚಿತ್ರ ತಾರೆಯ ಫೋಟೋ ಪ್ರಕಟಿಸಲಾಗಿದೆ.
— B.R.Naidu ಬಿ.ಆರ್.ನಾಯ್ಡು Vasanthnagar (@brnaidu1978) November 8, 2022
ಸದನದಲ್ಲಿ ನೀಲಿಚಿತ್ರ ವೀಕ್ಷಿಸುವ ಪಕ್ಷದವರಿಂದ ಇನ್ನೇನು ತಾನೇ ನಿರೀಕ್ಷಿಸಲು ಸಾಧ್ಯ?@BCNagesh_bjp ಅವರೇ, ನೀಲಿಚಿತ್ರ ತಾರೆ ನೋಡುವ ಹಂಬಲವಿದ್ದರೆ ಒಂದು ಫೋಟೋ ನೇತಾಕಿಕೊಳ್ಳಿ, ಅದಕ್ಕೆ ಶಿಕ್ಷಣ ಇಲಾಖೆಯನ್ನು ಉಪಯೋಗಿಸಬೇಡಿ! pic.twitter.com/Czb7W0d1xJ
ବିଆର୍ ନାଇଡୁଙ୍କ ଟ୍ୱିଟ୍ ପରେ କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ବିସି ନାଗେଶଙ୍କ କାର୍ଯ୍ୟାଳୟ ମଧ୍ୟ ଏକ ବିବୃତ୍ତି ଜାରି କରିଛି। କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଫର୍ମ ପୂରଣ କରିବା ସମୟରେ ପ୍ରାର୍ଥୀ ଅପ୍ଲୋଡ୍ କରିଥିବା ଫଟୋକୁ ସିଷ୍ଟମ ଗ୍ରହଣ କରିଥାଏ। ଆମେ ପ୍ରାର୍ଥୀଙ୍କୁ ପଚାରିଲୁ କି ସେ ସନ୍ନୀ ଲିଓନଙ୍କ ଫଟୋ ଅପଲୋଡ୍ କରିଛନ୍ତି କି?
ଏହାର ଉତ୍ତରରେ ସେ କହିଥିଲେ ଯେ ତାଙ୍କ ସ୍ୱାମୀଙ୍କ ବନ୍ଧୁଙ୍କ ଦ୍ୱାରା ଫର୍ମ ପୂରଣ କରାଯାଇଥିଲା। ତାଙ୍କର ପ୍ରତ୍ୟେକ ବିବରଣୀ ଅନ୍ଲାଇନ୍ରେ ଅପଲୋଡ୍ ହୋଇଥିଲା। ଏହି ପ୍ରସଙ୍ଗରେ କର୍ଣ୍ଣାଟକ ଶିକ୍ଷା ବିଭାଗ କହିଛି ଯେ ଘଟଣାର ତଦନ୍ତ ପରେ ଏଫ୍ଆଇଆର୍ କରାଯିବ।
]]>ପୂଜାର ମାହୋଲ୍ ଭିତରେ ସନୀ ଏକ ଗୋଲାପୀ ରଙ୍ଗର କୁର୍ତ୍ତୀ ପିନ୍ଧିଥିବା ନଜର ଆସିଥିଲେ। ସନୀ ତାଙ୍କର ଏହି ଆକର୍ଷଣୀୟ ଫଟୋକୁ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି । ଗଣେଶ ପୂଜା ଅବସରରେ ସେ ପିନ୍ଧିଥିବା ଏହି ପୋଷାକ ତାଙ୍କୁ ଖୁବ ପସନ୍ଦ ଆସିଛି ବୋଲି ସେ କହିଛନ୍ତି।
ସନୀ ଲିଓନୀ ଏହି ଗୋଲାପୀ ରଙ୍ଗର ଶାରାରା ପୋଷାକ ସହିତ ସାଇଡ୍ ଡୁପାଟ୍ଟା ପିନ୍ଧିଛନ୍ତି। ଏହି ପୋଷାକରେ ସେ ପୋଜ୍ ଦେବାବେଳେ ହସୁଛନ୍ତି। ତାଙ୍କ ହସ ସମସ୍ତଙ୍କ ମନ ମୋହୁଛି। ଅଭିନେତ୍ରୀଙ୍କ ଏହି ଫଟୋ ଦେଖି ପ୍ରଶଂସକମାନେ 'ଜଷ୍ଟ୍ ପର୍ଫେକ୍ଟ୍' ବୋଲି କହୁଛନ୍ତି। ଏହି ଫଟୋରେ ସନୀ ଖୁବ କମ ମେକ୍ଅପ୍ ନେଇଛନ୍ତି ସତ ହେଲେ ଖୁବ ସୁନ୍ଦର ଲାଗୁଛନ୍ତି। ଲୋକେ ତାଙ୍କୁ ଖୁବ ପ୍ରଶଂସା କରୁଛନ୍ତି। ସନୀ ଲିଓନୀ ତାଙ୍କର ଏହି ପାରମ୍ପରିକ ପୋଷାକ ସହ କେବଳ ଲମ୍ବା କାନଫୁଲ ପିନ୍ଧିଛନ୍ତି। ଏହା ତାଙ୍କର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଉଛି।
ସନୀ ଲିଓନୀ ମଧ୍ୟ ତାଙ୍କ ସ୍ୱାମୀ ଡାନିଏଲ୍ ୱେବରଙ୍କୁ ଭାରତୀୟ ରଙ୍ଗରେ ରଙ୍ଗୀନ କରିଦେଇଛନ୍ତି। ଗଣେଶ ଉତ୍ସବ ଅବସରରେ ଅଭିନେତ୍ରୀ ତାଙ୍କ ସ୍ୱାମୀ ଏବଂ ପିଲାମାନଙ୍କ ସହ ଗଣପତି ପୂଜା ପୂରା ଭକ୍ତିମୟ ପରିବେଶରେ କରିଥିବା ଜଣାଯାଏ।
ସନୀ ଲିଓନ ଖୁବ ଶୀଘ୍ର ପ୍ରସିଦ୍ଧ କୋରିଓଗ୍ରାଫର ତଥା ଚଳଚ୍ଚିତ୍ର ନିର୍ମାତା ରେମୋ ଡି’ସୁଜାଙ୍କ ସହ ଏକ ମ୍ୟୁଜିକ୍ ଆଲବମ୍ରେ ନଜର ଆସିବେ। 'ନାଚ୍ ବେବୀ' ନାମକ ଏହି ମ୍ୟୁଜିକ୍ ଭିଡିଓ ସେପ୍ଟେମ୍ବର ୬ରେ ମୁକ୍ତିଲାଭ କରିବ। ଏହି ଭିଡିଓରେ ସନୀଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିବ। ଏହାର ନିର୍ମାତା ହେଉଛନ୍ତି ହିତେନ୍ଦ୍ର କାପୋପାରା।
]]>ଆଜିକାଲି ସନୀ ଲିୟୋନ୍ ସାଉଥ୍ର କିଛି କାମରେ ଲଗାତର ବ୍ୟସ୍ତ ଥିବା ଜଣାଯାଏ। ଏହାରି ଭିତରେ ମୁମ୍ବାଇରେ ଘର ନେବା ନେଇ ସେ କହିଛନ୍ତି ଯେ “ଏଠରେ ଘର ନେବା ନିଷ୍ପତ୍ତୋ ପଛରେ ଆମର କିଛି ଭାବାବେଗ ରହିଛି। ଭାରତ ଆମର ମୁଖ୍ୟ ଘର, ଏଠାରେ ଆମେ ସବୁଠାରୁ ଅଧିକ ସମୟ କାଟୁ। ଆମର ୩ଟି ପିଲା ଅଛନ୍ତି। ଆମକୁ ଲାଗିଲା ଆମେ କେବଳ ଗୋଟିଏ ଆପାର୍ଟମେଣ୍ଟରୁ ଆଉ ଗୋଟେ ଆପାର୍ଟମେଣ୍ଟ୍ ସିପ୍ଟ୍ ହୋଇ ସେମାନଙ୍କୁ ଠିକ୍ ଭିତ୍ତିଭୂମି ଦେଇପାରୁନୁ। ଆମେ ଆମ ପିଲାଙ୍କୁ ଏମିତି ଜାଗା ଦେବାକୁ ଚାହୁଥିଲୁ ଯେ ସେମାନେ ଯେମିତି ଏହାକୁ ଭଲ ପାଇବେ। ଆପଣ ଯଦି କେବେ ଆମ ଘରକୁ ଆସିବେ ତେବେ ଦେଖିବେ ଏହା ପୂରା ଆମେରିକାନ୍ ଷ୍ଟାଇଲ୍ରେ ହୋଇଛି।”
ସେ ଆହୁରି ମଧ୍ୟ କହିଛନ୍ତି ଯେ “ଏବେ ସମୟ ଆସିଯାଇଥିଲା ଯେ ଆମେ ସବୁକିଛିକୁ ସ୍ଥାୟୀ କରିବା ନେଇ। ମୋ ପିଲାମାନେ ବି ଏହି ସମୟକୁ ଆଉ ନୂଆ ଘରକୁ ଭରପୂର ଉପଭୋଗ କରୁଛନ୍ତି। କାରଣ ସେମାନଙ୍କ ପାଇଁ ବାଇକ୍ ରାଇଡ୍ସ କରିବା ଓ ଗାର୍ଡେନ୍ରେ ଖେଳିବା ନେଇ ପ୍ରଚୁର ଜାଗା ଅଛି। ସୁଇମିଙ୍ଗ ପୁଲ୍ ସହିତ ଆହୁରି ଅନେକ କିଛି ଜିନିଷ ଅଛି ଯାହାକୁ ନେଇ କାମ ଚାଲିଛି। ଏହା ଏକ ଫୁଲ୍ ସର୍ଭିସ୍ ଆପାର୍ଟମେଣ୍ଟ୍। ଏଠାରେ ମୋ ପିଲାଙ୍କୁ ନେଇ ଚିନ୍ତିତ ହେବାର କୌଣସି କାରଣ ନାହିଁ। ”
ସନୀ ୧୦ ବର୍ଷ ହେବ ଭାରତରେ କାମ କରୁଛନ୍ତି। ଏହାକୁ ନେଇ ସେ କୁହନ୍ତି ଯେ “ଏହି ଯାତ୍ରା ମୋର ସଂପୂର୍ଣ୍ଣ ଅନ୍ପ୍ଲାଣ୍ଡ୍ ଥିଲା। ବିଗ୍ ବସ୍ରୁ ମୁମ୍ବାଇରେ ଘର କିଣିବା ନେଇ ଲମ୍ବା ଯାତ୍ରା ବହୁର ଭଲ ଥିଲା। ମୁଁ ଓ ଡାନିଏଲ୍ ପ୍ରାୟ ସମୟରେ କଥା ହେଉ ଯେ ଆମେ ଯାହା ସବୁ କରୁଛୁ ତାହା ଆମକୁ କେବେ କରିବାର ନଥିଲା। ମତେ କେବେବି ଲାଗୁ ନଥିଲା ଯେ ଆମେ ମୁମ୍ବାଇରେ ଘର କିଣିପାରିବୁ।”
]]>ତେଣୁ ସନ୍ନୀଙ୍କ ଏହି ଗୀତକୁ ବ୍ୟାନ୍ କରିବା ଲାଗି ମଥୁରାର ପୂଜକମାନେ ଦାବି କରିଛନ୍ତି। ଯଦି ସରକାର ଏହି ଗୀତକୁ ବ୍ୟାନ୍ ନକରନ୍ତି ଓ ଅଭିନେତ୍ରୀ ସନ୍ନୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତା’ହେଲେ କୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ବୃନ୍ଦାବନର ଜଣେ ସନ୍ଥ କହିଛନ୍ତି।
ଏହାସହ ଏହି ଗୀତରେ ଥିବା ସନ୍ନୀଙ୍କ ଅଶ୍ଲୀଳ ନୃତ୍ୟକୁ ହଟାଯିବା ସହ ଜନସାଧାରଣଙ୍କ ଆଗରେ ଅଭିନେତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ। ଯଦି ସେ ଏହା ନକରନ୍ତି, ତା’ହେଲେ ତାଙ୍କୁ ଭାରତରେ ରହିବାକୁ ଅନୁମତି ମିଳିବ ନାହିଁ।
ସନ୍ନୀଙ୍କ ଏହି ନୂଆ ଗୀତରେ କନିକା କପ୍ପୁର ଓ ଅରିନ୍ଦମ ଚକ୍ରବର୍ତ୍ତୀ କଣ୍ଠଦାନ କରିଛନ୍ତି। ୧୯୬୦ରେ ରିଲିଜ ହୋଇଥିବା ଫିଲ୍ମ ‘Kohinoor’ ପାଇଁ ‘ Madhuban mein Radhika naache’ ଗୀତର ଅରିଜିନାଲରେ ମହମ୍ମଦ ରଫି କଣ୍ଠଦାନ କରିଥିଲେ।
]]>ସନ୍ନୀ ଲିଓନଙ୍କ ଦ୍ୱାରା ଶେୟାର ହୋଇଥିବା ଏହି ଭିଡିଓକୁ ତାଙ୍କ ପ୍ରଶସଂକମାନେ ଖୁବ୍ ପସନ୍ଦ କରୁଛନ୍ତି। ତାଙ୍କର ଜଣେ ପ୍ରଶଂସକ ଲେଖିଛନ୍ତି ଯେ “ଆପଣ ଭାରି ହଟ୍ ଲାଗୁଛନ୍ତି ସନ୍ନୀ ମ୍ୟାମ୍”। ସେହିପରି କେହି କେହି ବହୁତ ସୁନ୍ଦର ନାଚ ବୋଲି ଲେଖିଛନ୍ତି ତ ଆଉ କେହି। ଏହି ଭିଡିଓକୁ ବର୍ତ୍ତମାନ ୪୧୪ ହଜାର ଜଣ ଦେଖିସାରିଥିବା ବେଳେ ୧୯୦ ହଜାରରୁ ଅଧିକ ଜଣ ଲାଇକ୍ କରିଛନ୍ତି।
କିଛି ଦିନ ପୂର୍ବରୁ ସନ୍ନୀ ଲିଓନ୍ ତାଙ୍କ ସ୍ୱାମୀ ଡାନିୟଲ୍ ୱେବରଙ୍କ ସହିତ ଏକ ମଜ୍ଜାଳିଆ ଭିଡିଓ କରି ଇନ୍ଷ୍ଟାଗ୍ରାମରେ ଶେୟାର କରିଥିଲେ। ଏହି ଭିଡିଓରେ ସନ୍ନୀ ତାଙ୍କ ସ୍ୱାମୀଙ୍କ ମସଲ୍ସବାଲା ଫଟୋ ବିଷୟରେ କୁହନ୍ତି ତ ସେ ତାଙ୍କ ବଡି ଦେଖେଇ କେତେ ମଜବୁତ୍ ବୋଲି କୁହନ୍ତି। ଏହା ପରେ ସନ୍ନୀ ଡାନିଏଲଙ୍କ ସହ ଏକ ମଜ୍ଜା କରନ୍ତି। ଏହାକୁ ଦେଖି ସୋସିଆଲ୍ ମିଡିଆ ଉପଭୋକ୍ତାମାନେ ହସି ହସି ବେଦମ ହେଉଥିବା ଜଣାଯାଏ।
ସମସେ ଜାଣନ୍ତି ଯେ ସନ୍ନୀ ଲିଓନ୍ ବଲିଉଡକୁ ପ୍ରବେଶ କରିବା ପୂର୍ବରୁ ପର୍ଣ୍ଣ ଷ୍ଟାର ଥିଲେ। କିନ୍ତୁ ବଲିଉଡକୁ ଆସିବା ପରେ ସେ ତାଙ୍କ ଭାବମୂର୍ତ୍ତିରେ ପରିବର୍ତ୍ତନ ଆଣିଛନ୍ତି। ତେବେ ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ସେ ବିଗ୍ ବସ୍କୁ ଆସିଥିଲେ। ଏଠାରେ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ନଜର ତାଙ୍କ ଉପରେ ପଡିଥିଲା। ସେ ତାଙ୍କର ଫିଲ୍ମ ‘ଜିଶ୍ମ-୨’ରେ ତାଙ୍କୁ ସୁଯୋଗ ଦେଇଥିଲେ।
ପ୍ରକାଶଥାଉ ଯେ ସନ୍ନୀ ଲିଓନ୍ ଆଗାମୀ ଦିନରେ ସାଉଥ୍ ସିନେମାରେ ଧୁମ୍ ମଚେଇବାକୁ ଯାଉଛନ୍ତି। ସେ ତାମିଲ୍ ଫିଲ୍ମ୍ ‘ଭୀରମାଦେଭୀ’ରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ସହିତ ସେ ମଧ୍ୟ ମଲୟାଲମ ଫିଲ୍ମ ‘ରଙ୍ଗୀଲା’ରେ ବି ନଜର ଆସିବେ। ତାଙ୍କର ଆଉ ଏକ ତାମିଲ୍ ଫିଲ୍ମ ‘ଶୋରୀ’ର ସୁଟିଂ ଆରମ୍ଭ ହୋଇଯାଇଛି। ଖାଲି ଏତିକି ନୁହେଁ ସେ ମଧ୍ୟ ତେଲୁଗୁ ଫିଲ୍ମ ‘କୋକା କୋଲା’ ଓ ‘ହେଲେନ୍’ରେ ବି ନଜର ଆସିବେ। ଏହା ବ୍ୟତୀତ ସନ୍ନୀ କନ୍ନଡ ଫିଲ୍ମ ‘କୋଟୀଗୋବ୍ବା ୩’ ଓ ହିନ୍ଦୀ ଫିଲ୍ମ ‘ଦ ବଟମ୍ ଅଫ୍ ଭୀମା କାରେଗାଓଁ’ରେ ଏକ ବିଶେଷ ଗୀତରେ ଦେଖାଦେବେ।
]]>ଏବେ ୪୦ ବର୍ଷୀୟା ସନ୍ନିଙ୍କର ମାଲଦୀପରୁ ଆଉ ଏକ ଫଟୋ ସୋସିଆଲ୍ ମିଡିଆରେ ନିଆଁ ଲଗେଇଛି। ବର୍ତ୍ତମାନ ସେ ମାଲଦୀପ ଛୁଟିର ଅଭିଜ୍ଞତାକୁ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରୁଛନ୍ତି। ଇନ୍ଷ୍ଟାଗ୍ରାମରେ ପୋଷ୍ଟଗୁଡିକ ସେୟାର କରି ଆମକୁ ଅପଡେଟ୍ କରିଛନ୍ତି। ସେନ୍ସସ୍ ଗାର୍ଲ ସନ୍ନି ଲିଓନ୍ ବୁଧବାର ପ୍ରଶଂସକମାନଙ୍କୁ କହିଛନ୍ତି ଯେ ମାଲଦ୍ୱୀପ “ସ୍ୱର୍ଗ” ଠାରୁ କିଛି କମ ନୁହେଁ। ପ୍ରମାଣ କରିବାକୁ ଏ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଅଭିନେତ୍ରୀ ଏକ ନୀଳ ରଙ୍ଗର ଷ୍ଟ୍ରିପ୍ ବିକିନିରେ ଝଲମଲ ପାଣିରେ ଠିଆ ହୋଇ ପୋଜ୍ ଦେଇଛନ୍ତି। ଏହି ଫଟୋ ନିଶ୍ଚିର ଉପଭୋକ୍ତାଙ୍କୁ ଦ୍ୱନ୍ଦ୍ୱରେ ପକେଇଛି, ସେମାନେ ସନ୍ନି ଲିଓନିଙ୍କ ଚମତ୍କାର ରୂପକୁ ଦେଖିବେ ନା ନିର୍ମଳ ପାଣିର ଦୃଶ୍ୟକୁ ଉପଭୋଗ କରିବେ।
ଫଟୋରେ ସନ୍ନି ଲିଓନ୍ ସନ୍ଗ୍ଲାସ୍ ସହିତ ଦୁଇ ଖଣ୍ଡ ସ୍ୱିମ୍ସୁଇଟ୍ରେ ନଜର ଆସିଛନ୍ତି। ଏହି ଫଟୋ ପୋଷ୍ଟ କରି ସେ କ୍ୟାପ୍ସନ୍ରେ ଲେଖିଛନ୍ତି, “ପାରାଡାଇଜ୍ରେ ଆଉ ଗୋଟିଏ ଦିନ।” ଏହି ଫଟୋ ସେୟାର ହେଉ ହେଉ ପ୍ରଶଂସକ ଓ ଅନୁସରଣକାରୀଙ୍କ ଲାଇକ୍ ଓ କମେଣ୍ଟର ସୁଅ ଛଟିଛି। ହାର୍ଟ ଓ ପାୟାର୍ ଇମୋଜିରେ କମେଣ୍ଟ ବକ୍ସ ପୂରିଯାଇଛି।
ଠିକ୍ ଗୋଟିଏ ଦିନ ପୂର୍ବରୁ ଅଭିନେତ୍ରୀ ସମୁଦ୍ର କୂଳରେ କିଛି ସମୟ ଉପଭୋଗ କରିବାର ଏକ ଭିଡିଓ ମଧ୍ୟ ସେୟାର କରିଥିଲେ। ଏଠାରେ ସନ୍ନି ଲିଓନ୍ ପାଣିରେ ବୁଡିବା ପରେ କ୍ୟାମେରା ଆଡକୁ ଯାଉଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, “ଏତେ ସୁନ୍ଦର ଦିନ ଥିଲା!”
ସେହିପରି ଇନ୍ଦ୍ରଧନୁ ରଙ୍ଗର ଏକ ପୋଷାକରେ ନିଜର ଫଟୋ ସେୟାର କରି ସନ୍ନି ଲିଓନ ମଧ୍ୟ କିଛି ଫ୍ୟାଶନ୍ ଲକ୍ଷ୍ୟ ସ୍ଥିର କରିଛନ୍ତି। ଅଭିନେତ୍ରୀ ଲେଖିଛନ୍ତି, “ଏକ ଦ୍ୱୀପପୁଞ୍ଜ ପାଇଁ ଉପଯୁକ୍ତ ପୋଷାକ।”
ସନ୍ନି ଲିଓନ୍ ମଧ୍ୟ ତାଙ୍କର ଏକ ମଜାଳିଆ କ୍ଲିପ୍ ମାଧ୍ୟମରେ ଆମକୁ ଏକ ଭର୍ଚୁଆଲ୍ ଟୁର୍ ପ୍ରଦାନ କରୁଛନ୍ତି। ଗୋଟିଏ ଭିଡିଓରେ ସେ ଉଭୟ ପାର୍ଶ୍ୱରେ ଥିବା ସବୁଜୀମାରେ ଏକ ବାଲୁକା ରାସ୍ତାରେ ଯାଉଛନ୍ତି। ଏକ ସରଳ ପୋଷାକ ପିନ୍ଧି ସେ କ୍ୟାମେରାରେ ଚୁମ୍ବନ ଦେଉଛନ୍ତି।
ସନ୍ନି ଲିଓନ୍ ଜିସ୍ମ୍ ୨, ରାଗିଣୀ ଏମ୍ଏମ୍ଏସ୍ ୨, ଏକ୍ ପହେଲି ଲୀଲା, ଏବଂ ମସ୍ତିଜାଦେ ଭଳି ଚଳଚ୍ଚିତ୍ରରେ ଅଭିନୟ ପାଇଁ ବେଶ ଜଣାଶୁଣା। ସେ ପରବର୍ତ୍ତୀ ସମୟରେ ‘ଶେରୋ’ରେ ଅଭିନୟ କରିବେ।
]]>ଏହି ଅବସରରେ ସନୀ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଫଟୋ ଓ ଭିଡିଓ ମଧ୍ୟ ସେୟାର କରୁଛନ୍ତି। ଏସବୁକୁ ତାଙ୍କ ପ୍ରଶଂସକମାନେ ଦେଖି ଖୁସି ହେଉଥିବା ବେଳେ ମତାମତ ବି ଦେଉଛନ୍ତି। ଶୁକ୍ରବାର ସନୀ ଲିଓନେ ଏକ ୱନ୍-ଶୋଲ୍ଡର୍ ବରଗଣ୍ଡୀ ରଙ୍ଗର କଟଆଉଟ୍ ମୋନୋକିନୀ ପିନ୍ଧି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ସମୁଦ୍ର କୂଳରେ ଶୋଇ ପୋଜ୍ ଦେଉଥିବା ନଜର ଆସନ୍ତି। ସେ ଏହି ଫଟୋ ସେୟାର କରି କ୍ୟାପ୍ସନ୍ରେ ଲେଖିଛନ୍ତି ଯେ “ଧନ୍ୟବାଦ @buricho ମୋ ଫଟୋଗ୍ରାଫର ହୋଇଥିବାରୁ ଓ ସବୁ ଭଳି ସାହାଯ୍ୟ କରୁଥିବାରୁ। ୟୁ ରକ୍ ଭାଇ।”
ଖାଲି ଫଟୋ ନୁହେଁ, ସନୀ ଏହି ବେଳର ଏକ ଭିଡିଓ ବି ସେୟାର କରିଛନ୍ତି। ଏହି ଭିଡିଓରେ ସନୀ ପାଣି ଭିତରୁ ଦୌଡି ଦୌଡି ସମୁଦ୍ର କୂଳକୁ ଆସୁଥିବା ଦେଖାଯାଉଛନ୍ତି। ଶେଷରେ ସେ କ୍ୟାମେରାକୁ ଚାହିଁ ଫ୍ଲାଇଙ୍ଗ୍ କିସ୍ ବି କରୁଥିବା ଦେଖାଯାଆନ୍ତି। ତେବେ ଇନ୍ଷ୍ଟାଗ୍ରାମ୍ରେ ସେୟାର ହୋଇଥିବା ଏହି ଭିଡିଓର ବ୍ୟାକ୍ଗ୍ରାଉଣ୍ଡ୍ ମ୍ୟୁଜିକ୍ରେ ଅଭିନେତ୍ରୀ ‘ଆଜ୍ ବ୍ଲୁ ହେ ପାନି ପାନି’ ଗୀତ ବ୍ୟବହାର କରିଛନ୍ତି।
ଭିଡିଓ ଓ ଫଟୋ ଉଭୟକୁ ଲୋକଙ୍କ ପ୍ରତିକ୍ରିୟା ମିଳୁଛି। ଖବର ଲେଖାହେବା ବେଳକୁ ଭିଡିଓ ଉପରେ ଅଢେଇ ଲକ୍ଷରୁ ଅଧିକ ଲାଇକ୍ ଆସିସାରିଥିଲା। ସେହିପରି ପଟୋରେ ବି ସାଢେ ଆଠ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି। ସନୀଙ୍କର ଅନେକ ପ୍ରଶଂସନ ତାଙ୍କର ଫଟୋ ଓ ଭିଡିଓ ଉପରେ କମେଣ୍ଟ କରୁଥିବା ଦେଖାଯାଏ।
ସନୀ ଲିଓନେଙ୍କ କାମର କଥା ଉଠେଇଲେ ସେ ଏବେ ‘ସ୍ପଲିଟ୍ସଭିଲା ୧୩’ରେ ରଣବିଜୟଙ୍କ ସହିତ ହୋଷ୍ଟ ଭୂମିକାରେ ଦେଖାଦେବେ। ନିକଟରେ ସନୀ ତାଙ୍କ ପତି ଓ ପରିବାର ସହିତ ନୂଆ ଘରକୁ ସିପ୍ଟ ହୋଇଛନ୍ତି। ସେ ଏକ ପିଜ୍ଜା ପାଟୀ କରି ନୂଆ ଘରର ଫଟୋ ମଧ୍ୟ ସେୟାର କରିଥିଲେ।
]]>ସନି ନିଜ ଅଫିସିଆଲ ଇନଷ୍ଟାଗ୍ରାମରେଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ନିଜ ଝିଅ ନିଶା ଏବଂ ଦୁଇ ପୁଅ ନୋହ ଏବଂ ଅଶରଙ୍କ ସହ ନଜରକୁ ଆସିଛନ୍ତି। ଏହାସହ ସେ ମଦର୍ସ ଡେ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି
ସନ୍ନି କହିଛନ୍ତି ଯେ ଭାରତ ଅପେକ୍ଷା ଏଠାରେ ମୋ ପିଲାମାନେ ଅଧିକ ସୁରକ୍ଷିତ ଅଛନ୍ତି। ସନ୍ନି ନିଜର ଆମେରିକାସ୍ଥିତ ଘର ବଗିଚାରେ ବସି ପିଲାମାନଙ୍କ ସହ ଫଟୋ ଉଠାଇ ଟ୍ୱିଟ୍ରେ ସେୟାର କରିଥିବା ଜଣାପଡିଛି।
କରୋନା ଭାଇରସ ମହାମାରୀ ମଧ୍ୟରେ ଆମେରିକା ଯିବା ନିଷ୍ପତ୍ତି ବିଷୟରେ ସନ୍ନି ନିଜର ଇନଷ୍ଟାଗ୍ରାମରେ କହିଛନ୍ତି ଯେ ‘ ଯେତେବେଳେ ଆପଣଙ୍କର ପିଲାମାନେ ଥାଆନ୍ତି, ସେତେବେଳେ ନିଜର ପ୍ରାଥମିକତା ଓ ସୁରକ୍ଷା ଦେବା କଥା ଆମେମାନେ ଭୁଲିଯାଇଥାଉ। ମୁଁ ଓ ମୋ ସ୍ୱାମୀ ଆମ ପିଲାମାନଙ୍କୁ ଏପରି ଏକ ସ୍ଥାନକୁ ନେବାକୁ ଚାହୁଁଥିଲୁ ଯେଉଁଠାରେ ଏହି ମାହାମାରୀ ଅଦୃଶ୍ୟ ଶତ୍ରୁ କରୋନା ମୋ ପିଲାମାନଙ୍କର କିଛି କ୍ଷତି ଘଟାଇ ପାରିବନି। ଆମ ପାଖରେ ମଧ୍ୟ ସେହି ଭଳି ଜାଗାର ସୁବିଧା ଥିଲା। ସେହି ଜାଗାଟି ହେଉଛି ଆମେରିକାର ଲସ୍ ଆଞ୍ଜେଲସ୍ ଘରର ସିକ୍ରେଟ୍ ଗାର୍ଡେନ। ମୁଁ ଭାବୁଚି ମୋ ମା’ ମଧ୍ୟ ଏପରି କରିବାକୁ ଚାହୁଁଛି। ତୁମକୁ ବହୁତ ମିସ୍ କରୁଚି ମା’। ମାତୃ ଦିବସରେ ଆପଣଙ୍କୁ ଶୁଭେଚ୍ଛା।
ଖବର ଅନୁଯାୟୀ, ସନ୍ନି ଲିଓନ୍ ତାଙ୍କର ବଡ ଝିଅ ନିଶାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଦୁଇ ପୁଅ ମଧ୍ୟ ସରୋଗେସି ସନ୍ତାନ ବୋଲି ଜଣାପଡିଛି। ସନ୍ନି ଏହି ଲକ୍ଡାଉନ୍ ସମୟରେ ସୋସିଆଲ ମିଡିଆରେ କ୍ରମାଗତ ଭାବେ ତାଙ୍କର ଭିଡିଓ ଓ ଫଟୋକୁ ସେୟାର କରୁଛନ୍ତି।
ସନ୍ନିଙ୍କ ଏହି ଫଟୋରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ସେ ଭାରତ ଅପେକ୍ଷା ନିଜ ପିଲାମାନଙ୍କ ପାଇଁ ଲସ୍ ଆଞ୍ଜେଲସ୍କୁ ଅଧିକ ସୁରକ୍ଷିତ ମନେକରି ସେଠାକୁ ଚାଲିଯାଇଛନ୍ତି। ଅନ୍ୟପଟେ ତାଙ୍କ ସ୍ୱାମୀ ଡାନିଏଲ୍ ମଧ୍ୟ ନିଜର ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ଫଟୋକୁ ସେୟାର କରି ଆମେରିକାରେ ପହଞ୍ଚିଥିବା ସୂଚନା ଦେଇଛନ୍ତି।
]]>ଏହା ଜାଣିବା ପରେ ଆପଣମାନଙ୍କ ମନକୁ ଅନେକ ପ୍ରଶ୍ନ ଆସୁଥିବ କି ଏମିତି କେଉଁ ଫଟୋ ବେବିଡ଼ଲ୍ ପୋଷ୍ଟ କଲେ ଯେ ଯାହାକୁ ନେଇ ଏତେ ଚର୍ଚ୍ଚା।
ଜାଣନ୍ତୁ ପୂରା ଘଟଣା କ’ଣ...
କଥାଟା ହେଉଛି ସନ୍ନି ଲିଓନିଙ୍କ ବିବାହକୁ ଇତି ମଧ୍ୟରେ ୭ ବର୍ଷ ପୂରିଛି। ଗତକାଲି ତାଙ୍କ ବିବାହ ବାର୍ଷିକୀ ଥିବାରୁ ସେ ସୋସିଆଲ ମିଡ଼ିଆରେ ବିବାହର ଏକ ପରମ୍ପରାର ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋରେ ସନ୍ନିଙ୍କୁ ପଞ୍ଜାବୀ ବଧୂ ଭାବେ ପତି ଡାନିଏଲ୍ଙ୍କ ସହ ଦେଖିବାକୁ ମିଳିଥିଲା। ଏଥିରେ ସେ ବହୁତ ସୁନ୍ଦର ମଧ୍ୟ ଲାଗୁଥିଲେ। ସନ୍ନିଙ୍କ ବିବାହର ଏହି ଫଟୋ ଇନଷ୍ଟାଗ୍ରାମ୍ରେ ବହୁତ ଅଳ୍ପ ସମୟରେ ଭାଇରାଲ ହୋଇଯାଇଥିଲା। କେବଳ ଏତିକି ନୁହେଁ ସନ୍ନିଙ୍କ ଏହି ବିବାହ ଫଟୋ ପ୍ରଶଂସକଙ୍କ ମଧ୍ୟରେ ଅଧିକ ପସନ୍ଦ ମଧ୍ୟ ଆସିଥିଲା। ୩୦ ମିନିଟ୍ରେ ତାଙ୍କ ଏହି ଫଟୋକୁ ୧ ଲକ୍ଷରୁ ଅଧିକ ଲାଇକ୍ସ ମିଳିଥିଲା।
‘୭ ବର୍ଷ ପୂର୍ବେ ଆମେ ଭଗବାନଙ୍କ ନିକଟରେ ପ୍ରତିଜ୍ଞା ନେଇଥିଲୁ କି, ପରିସ୍ଥିତି ଯାହା ହେଉ ନାହିଁ କାହିଁ ସବୁବେଳେ ଜଣେ ଆଉ ଜଣଙ୍କୁ ଭଲପାଇବୁ’, ଏମିତି କିଛି ଲେଖି ସନ୍ନି ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏଥିସହ ସେ ବିବାହ ବାର୍ଷିକୀର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ।
ବଲିଉଡ଼ରେ ନିଜକୁ ପ୍ରତିଷ୍ଠିତ କରି ସଫଳତା ହାସଲ କରିଥିବା ସନ୍ନି ଓ ତାଙ୍କ ପତି ଡାନିଏଲ୍ଙ୍କ ୩ ଟି ଛୁଆ ଅଛନ୍ତି। ଏହି ଦମ୍ପତ୍ତି ଗତବବର୍ଷ ନିଶା ନାମକ ଏକ ଝିଅକୁ ଆପଣାଇଥିଲେ। ଏଥିସହ ଗତ ମାସରେ ସେରୋଗେସି ମାଧ୍ୟମରେ ୨ ଯାଆଁଳ ଛୁଆ ହେବାର ଏକ ଖୁସି ଖବର ମଧ୍ୟ ସେମାନଙ୍କ ପ୍ରଶଂସକଙ୍କୁ ଦେଇଥିଲେ।
]]>