ପୋଲିସ ଏବଂ ପ୍ରଶାସନର ଅନେକ ଚେଷ୍ଟା ପରେ ବି କୋଟାରେ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ପାଠ ପଢ଼ା ଏବଂ ପରୀକ୍ଷା ଚାପ ଯୋଗୁଁ ଶୁକ୍ରବାର ପୁଣି ଜଣେ କୋଚିଂ ଛାତ୍ର ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି ।
କୋଚିଂ ଛାତ୍ର ଅଭିଷେକ କୁମାର ବିହାରର ଭାଗଲପୁରର ବାସିନ୍ଦା । ସେ କୋଟାରେ ଏକ ଘରୋଇ କୋଚିଂ ସଂସ୍ଥାରେ ଆଡ୍ମିଶନ କରି ଜେଇଇ ମେନ୍ସ ପାଇଁ ପ୍ରସ୍ତୁତ ହେଉଥିଲେ । ଛାତ୍ର ଜଣକ ଗତ ଏକ ବର୍ଷ ଧରି କୋଟାର ବିଜ୍ଞାନ ନାଗର ଥାନା ଅଧିନରେ ପିଜିରେ ରହୁଥିଲେ। ମୃତ ଛାତ୍ର ଅଭିଷେକ ସଫ୍ଲାସ୍ ଖାଇ ଆତ୍ମହତ୍ୟା କରିଛନ୍ତି । ଛାତ୍ରଙ୍କ କୋଠରୀରୁ ପୋଲିସକୁ ସଫ୍ଲାସ ବୋତଲ ମିଳିଛି।
ସୁଇସାଇଡ୍ ନୋଟରେ ଲେଖା ଯାଇଛି, 'କ୍ଷମା କରିବେ ବାପା, ମୁଁ JEE କରିପାରିବି ନାହିଁ'
କୁହାଯାଉଛି ଯେ ଯେତେବେଳେ କୋଚିଂ ସଂସ୍ଥା ସହ ଯୋଗାଯୋଗ କରିଥିଲା ସେତେବେଳେ ଜାଣିବାକୁ ପାଇଥିଲା ଯେ, ଅଭିଷେକ ଜାନୁଆରୀ ୨୯ରେ ପରୀକ୍ଷା ଦେବାକୁ ମଧ୍ୟ ଆସିନଥିଲା । ଏହାପରେ ୧୯ ଫେବୃଆରୀରେ ମଧ୍ୟ ତାଙ୍କର ପରୀକ୍ଷା ଥିଲା, ସେହି ପରୀକ୍ଷା ଦେବା ପାଇଁ ମଧ୍ୟ ଅଭିଷେକ ଆସିନଥିଲେ । ପୋଲିସ ଅଭିଷେକ ରୁମ୍ରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରିଛି । ଯେଉଁଥିରେ ଲେଖାଅଛି, ‘ସରି ପାପା ମୁଁ JEE କରିପାରିବି ନାହିଁ’ ।
ପୋଲିସ ମୃତ ଛାତ୍ର ଅଭିଷେକଙ୍କ ମୃତଦେହକୁ ଡାକ୍ତରଖାନାର ଶବଗୃହରେ ରଖି ପରିବାର ଲୋକଙ୍କୁ ସୂଚନା ଦେଇଛି । ପରିବାର ଲୋକ ପହଞ୍ଚିବା ପରେ ଅଭିଷେକଙ୍କ ପୋଷ୍ଟ ମର୍ଟମ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସାରା ଦେଶରେ ଏଜୁକେସନ୍ ହବ୍ ଭାବେ ‘କୋଟା’ର ଏକ ସ୍ୱତନ୍ତ୍ର ପରିଚୟ ରହିଛି । କିନ୍ତୁ ଏବେ ସବୁଠାରୁ ଅଧିକ ଛାତ୍ର ମୃତ୍ୟୁ ଖବର କୋଟାକୁ ବଦ୍ନାମ କରୁଛି । ‘କୋଟା’ ଛବି ସାରା ଦେଶରେ ମଳିନ ପଡ଼ିବାରେ ଲାଗିଛି । ଅଭିଭାବକମାନେ ନିଜ ପିଲାଙ୍କୁ କୋଟାରେ ପାଠ ପଢ଼ାଇବା ପାଇଁ ଏବେ ଡରିଲେଣି । ଗତ ବର୍ଷ ପ୍ରାୟ ୨୯ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ବେଳେ ଏବର୍ଷ ଆରମ୍ଭ ହେଉ ହେଉ ୬ ଜଣ ଆତ୍ମହତ୍ୟା କରିସାରିଲେଣି ।
ଅନ୍ୟପଟେ ଆତ୍ମହତ୍ୟା ଭଳି ପନ୍ଥା ନଆପଣାବା ପାଇଁ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନାନା ପ୍ରକାର ପଦକ୍ଷେପ ନିଆଯାଉଛି । ଏମିତିକି ପ୍ରଶାସନ ପକ୍ଷରୁ ‘କାମୟାବ୍ କୋଟା’ ଓ ‘ଡିନର ୱିଥ୍ କଲେକ୍ଟର’ ଆଭିଯାନ ମଧ୍ୟ ଆରମ୍ଭ କରାଯାଇଛି ।
ଅନ୍ୟପଟେ କୋଟାରେ ହଷ୍ଟେଲ ଏବଂ ପିଜି ରୁମରେ ଆଣ୍ଟି-ହ୍ୟାଙ୍ଗିଂ ଉପକରଣ ଲଗାଯାଉଛି । ସହରର ନୂଆ ଏସପି ଡକ୍ଟର ଅମୃତା ଦୁହାନ ହଷ୍ଟେଲଗୁଡ଼ିକୁ ଯାଇ ଛାତ୍ରମାନଙ୍କୁ ଭେଟୁଛନ୍ତି ।
]]>ପେଟିଏମର ଜଣେ ଫିଲ୍ଡ ମ୍ୟାନେଜର ଆତ୍ମହତ୍ୟା କରିଛନ୍ତି । ପୋଲିସର କହିବାନୁସାରେ, ମ୍ୟାନେଜର ଗୌରବ ଗୁପ୍ତା ୪୦ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି । କାଳେ ପେଟିଏମ ବନ୍ଦ ହୋଇଯିବ ଓ ନିଜ ଚାକିରି ହରାଇ ବସିବେ ସେହି ଭୟରେ ସେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ପୋଲିସ ସୂତ୍ରରୁ ଖବର ମିଳିଛି ।
ନିୟମ ନମାନିବାରୁ ପେଟିଏମକୁ ନେଇ ଆରବିଆଇ କଠୋର ହୋଇଛି । ଚିନ୍ତାରେ ବ୍ୟବସାୟୀ...ଚିନ୍ତାରେ ଲୋକେ...କଣ କରିବେ ଓ କରିବେ ନାହିଁ ତାହାକୁ ନେଇ ଏବେ ଚିନ୍ତାରେ ପକାଇଛି ପେଟିଏମ୍ । ଠିକ୍ ୭ ବର୍ଷ ତଳେ " କିଛି ଡର ନାହିଁ...କି କିଛି ପ୍ରଲୋଭନ ନାହିଁ...କୌଣସି ଅଧିକାର ବି ନାହିଁ...କାରଣ ଭାରତର ସବୁଠାରୁ ସଚ୍ଚୋଟ ଓ ନିର୍ଭରଯୋଗ୍ୟ ବ୍ୟାଙ୍କ ଏଠାରେ ରହିଛି ।" ଏଭଳି କିଛି ଟ୍ୟାଗ୍ ଲାଇନ୍ ରଖି ନିଜର ବ୍ୟବସାୟ ଆରମ୍ଭ କରିଥିଲା ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ।
କିନ୍ତୁ ଏହାର ୭ ବର୍ଷ ପରେ ପୂରା ବଦଳି ଯାଇଛି ସବୁକିଛି । ଆର୍ବିଆଇର ସ୍କାନରରେ ଏବେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ । ୨୦୧୭ ମେରେ ଆରମ୍ଭ ହୋଇଥିବା ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିବାଦ ପାଇଁ ଅପରିଚିତ ନୁହେଁ ଓ ଆରବିଆଇ ସହିତ ଅନେକ ଥର ସମସ୍ୟା ହୋଇଛି । ଏହାର ୭ ବର୍ଷର କାର୍ଯ୍ୟକାଳ ଭିତରେ ଅତି କମ୍ରେ ୫ଥର ଦଣ୍ତିତ ହୋଇଛି ପେଟିଏମ୍ ପେମେଣ୍ଟ ବ୍ୟାଙ୍କ୍ ।
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁଇସାଇଡ ନୋଟ ଜବତ ହୋଇନି । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ ଜିତେନ୍ଦ୍ର ପାଟୱାରୀ କହିଛନ୍ତି ଯେ, ପେଟିଏମ୍ ବନ୍ଦ ହେବାର ଭୟ ପାଇଁ ଗୌରବ ଆତ୍ମହତ୍ୟା କରିଛନ୍ତି । ପେଟିଏମର ଏଭଳି ପରିସ୍ଥିତି ପାଇଁ ସେ ସିଧାସଳଖ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ।
ସୂଚନାଯୋଗ୍ୟ ପେଟିଏମ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଗତ ସୋମବାର ପେଟିଏମ ପେମେଣ୍ଟ ବ୍ୟାଙ୍କର ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେଇଛନ୍ତି ।
]]>ତେବେ ପୂରା ଘଟଣାଟି ହେଉଛି, ମଙ୍ଗଳବାର ଲକ୍ଷ୍ନୌ ସହରର ରାଜା ବଜାର ଅଞ୍ଚଳରୁ ଏହି ଖବର ସାମ୍ନାକୁ ଆସିଲା । ଜଣେ ଛାତ୍ର ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ଆଉ ଆତ୍ମହତ୍ୟା କରିବା ପୂର୍ବରୁ ବାପା ମାଆଙ୍କୁ ହ୍ୱାଟ୍ସଆପ୍ ଜରିଆରେ ଏକ ମେସେଜ୍ କରିଛି । ସେହି ମେସେଜ୍ରେ ସେ ନିଜ ଭୁଲ ପାଇଁ କ୍ଷମା ମାଗିବା ସହ, ଲେଖିଛି ଯେ ମୋ ଭୁଲର ଆଉ ପ୍ରାୟଶ୍ଚିତ ନାହିଁ । ତେଣୁ ବାବା-ମାମା ମୋତେ କ୍ଷମା କରିଦେବ । ଛାତ୍ର ଜଣକୁ ବୟସ ମାତ୍ର ୧୯ । ତାଙ୍କ ନାଁ ମହମ୍ମଦ ଡାନିଏଲ ।
ଡାନିଏଲକୁ ଝୁଲୁଥିବା ଅବସ୍ଥାରେ ଦେଖି ପରିବାର ଲୋକ ତାକୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ KGMU ଟ୍ରମା ସେଣ୍ଟରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଡାନିଏଲ ହଜରତଗଞ୍ଜ ସ୍କୁଲର ଛାତ୍ର ଥିଲା । ତାର ଦୁଇ ଭଉଣୀ ମଧ୍ୟ ରହିଛନ୍ତି । ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ, ଡାନିଏଲର ମାଆ ମଙ୍ଗଳବାର ସକାଳୁ ତାକୁ ଉଠାଇବା ପାଇଁ ଯାଇଥିଲେ । ସେତେବେଳେ ସେ ତାଙ୍କ ପୁଅକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ଖାଲି ସେତିକି ନୁହେଁ ମୋବାଇଲରୁ ଏକ ମେସେଜ ପଠାଇ ତାକୁ ଟେବୁଲ ଉପରେ ରଖିଥିଲା ଡାନିଏଲ ।
ଡାନିଏଲର ଅଙ୍କଲ କହିଛନ୍ତି, ସେ ସବୁବେଳେ ଅନ୍ଲାଇନ୍ ଗେମ୍ ଖେଳୁଥିଲା ଏବଂ ତା’ସହ ଅଭ୍ୟସ୍ତ ହୋଇସାରିଥିଲା । ଯେଉଁଥିପାଇଁ ଏଭଳି ଘଟଣା ଘଟିଲା ବୋଲି ସେ ଆଶଙ୍କା କରୁଛନ୍ତି ।
ଅନ୍ୟପଟେ ଥାନା ଅଧିକାରୀ କହିଛନ୍ତି, ମଙ୍ଗଳବାର ଡାନିଏଲର ଇଂରାଜୀ ଇଣ୍ଟରମିଡେଟ୍ ପରୀକ୍ଷା ଥିଲା । ତେଣୁ ସେ ଖବୁ ପ୍ରେସରରେ ରହିଥିଲା । ସକାଳ ୫.୫୩ରେ ସେ ବାପା-ମାଆଙ୍କୁ ଆତ୍ମହତ୍ୟା କରୁଥିବା ନେଇ ମେସେଜ୍ ପଠାଇଥିଲା । ସେଥିରେ ସେ ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନାକ କରିଛି ।
]]>ମୃତ ନାବାଳିକା ହେଲେ ମୁର୍ସିଦାବାଦର ଫରାକ୍କା ହାଉସିଂର ପାପାଇ ଦାସ । ମାମଲାରେ ପୋଲିସ୍ ୪ ଜଣଙ୍କୁ ଅଟକ ରଖିଛି । ସେମାନଙ୍କୁ ଏନେଇ ଅନେକ ପ୍ରଶ୍ନ ପଚରାଉଚରା କରୁଛି । ଗତ କିଛି ଦିନ ହେବ ପାପାଇ ନିଖୋଜ ଥିଲେ । ପରିବାର ଲୋକ ତାଙ୍କୁ ବୋହୁ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର କୌଣସି ସନ୍ଧାନ ନମିଳିବାରୁ ପାପାଇ ନିଖୋଜ ଥିବାନେଇ ଥାନାରେ ଏତଲା ଦେଇଥିଲା ପରିବାର ।
ପରିବାରର ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାକୁ ଗୁରୁତର ଭାବେ ନେଇ ଖୋଜାଖୋଜି କରିଥିଲା ପୋଲିସ । ପୋଲିସର ତନାଘନା ପରେ ପାପାଇଙ୍କ ମୃତଦେହ ଫରାକ୍କା ବ୍ୟାରେଜ୍ ନିଶିନ୍ଦ୍ର ଫିଡର ଘାଟ ନିକଟ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା । ଆଉ ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ସନ୍ଦେହ କରିବା ସହିତ ଅଟକ ରଖି ପଚରାଉଚରା କରୁଛି ।
ଗେମ୍ ଖେଳିବାକୁ ନେଇ ବିବାଦ ନା ଅନ୍ୟକିଛି କାରଣ ପାଇଁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ସବୁଦିଗରୁ ତଦନ୍ତ ଚଲାଇଛି । ଖୁବ୍ଶୀଘ୍ର ଏହି ଘଟଣା ଉପରୁ ପରଦା ହଟିବ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ମଧ୍ୟ ଏହି FREE FIRE ଗେମ୍ ଯୋଗୁ ଅନେକ ଜୀବନ ଯାଇଛି ।
]]>ପତ୍ନୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଜଣକ ସ୍ଥାନ ଛାଡ଼ି ପଳାଇଥିଲା । ପୋଲିସର ସୂଚନାନୁସାରେ ଅଭିଯୁକ୍ତ ଗାଜିଆବାଦର କୌଶମ୍ବା ମେଟ୍ରୋ ଷ୍ଟେସନରୁ ଡେଇଁ ଆତ୍ମହତ୍ୟା କରିଛି । ତେବେ ଅଭିଯୁକ୍ତ ଜଣକ ହେଲେ ୩୦ ବର୍ଷୀୟ ଗୌରବ ଶର୍ମା । ପତ୍ନୀଙ୍କ ଗଳା କାଟି ହତ୍ୟା କରିବା ପରେ ପଥରରେ ମୁଣ୍ତକୁ ଛେଚି ଦେଇଥିଲା ।
ପରେ ପରେ ନିଜର ଦୁଇ ବର୍ଷର ଛୋଟ ପୁଅର ମୁଣ୍ତକୁ ପଥରରେ ଛେଚିଥିବା ପୋଲିସ ସୂତ୍ରରୁ ପ୍ରକାଶ । କିଛି ବର୍ଷ ପୂର୍ବେ ଲକ୍ଷ୍ମୀ ରାୱତଙ୍କ ସହ ଗୌରବ ଶର୍ମାଙ୍କର ବିବାହ ହୋଇଥିଲା । ପରେ ତାଙ୍କର ପୁଅଟିଏ ମଧ୍ୟ ହୋଇଥିଲା । ଘଟଣା ଦିନ ପଡ଼ୋଶୀଙ୍କର ସନ୍ଦେହ ହେବାରୁ ସେମାନେ ପୋଲିସକୁ ସୂଚନା ଦେଇଥିଲେ ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା । ପରେ ପୋଲିସ କବାଟ ଭାଙ୍ଗି ମହିଳାଙ୍କ ମୃତଦେହ ସମେତ ଶିଶୁକୁ ଉଦ୍ଧାର କରିଥିଲା । ମୃତ ମହିଳାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଟଏଲେଟରୁ ମିଳିଛି ବୋଲି ପୋଲିସ କହିଛି । ତେବେ ଆହତ ଶିଶୁକୁ ତୁରନ୍ତ ହସ୍ପିଟାଲକୁ ପଠାଇ ଦିଆ ଯାଇଛି । ପରେ ଅବସ୍ଥା ଗୁରୁତର ହେବାରୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ପଠାଇ ଦିଆ ଯାଇଛି । ମହିଳାଙ୍କ ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରି ଦିଆଯାଇଛି ।
ଲକ୍ଷ୍ମୀ ରାୱତ୍ ଆଗ୍ରାର ବାସିନ୍ଦା ଥିଲେ । ତେବେ ସେ ତାଙ୍କ ସ୍ୱାମୀ ଗୌରବଙ୍କ ସହ ଗୁରୁଗ୍ରାମରେ ରହୁଥିଲେ । ଗୌରବ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ବୋଲି ପୋଲିସ କହିଛି । କିନ୍ତୁ କିଛିଦିନ ହେବ ସେ ଚାକିରୀ ଛାଡ଼ି ଦେଇଥିଲେ । ଏନେଇ ଦମ୍ପତ୍ତିଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହୁଥିଲା । ଏଣୁ ଏହାକୁ ନେଇ ପତ୍ନୀଙ୍କୁ ଗୌରବ ହତ୍ୟା କରି ଥାଇପାରେ ବୋଲି ପୋଲିସ କହିଛି । ଅନ୍ୟପଟେ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି । ପୋଲିସ ଏନେଇ ଅଧିକ ତଦନ୍ତ ଚଳାଇଛି ।
]]>ମୃତ ୫ଜଣଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ରହିଥିବାବେଳେ ୨ଜଣ ଝିଅ ଓ ଜଣେ ନାତୁଣୀ ରହିଛନ୍ତି । ସ୍ୱାମୀ ମନମୋହନ ସିଂ, ତାଙ୍କ ପତ୍ନୀ ସରବଜିତ୍ ଆତ୍ମହତ୍ୟା କରିଥିବାବେଳେ ସେମାନଙ୍କର ଦୁଇ ଝିଅ ଜ୍ୟୋତି ଏବଂ ଗୋପୀ ମଧ୍ୟ ଆତ୍ମହତ୍ୟା କରିଥିବା କୁହାଯାଉଛି । ଜ୍ୟୋତିଙ୍କ ବିବାହ ହୋଇସାରି ଥିବାରୁ ତାଙ୍କର ଏକ ୩ ବର୍ଷର ଝିଅ ଥିଲା । ଶିଶୁଟିର ମଧ୍ୟ ସେଠାରେ ମୃତ୍ୟୁ ହୋଇଛି ।
ଏପରି ଏକ ଘଟଣା ରବିବାର ଦିନ ପଞ୍ଜାବର ଜଳନ୍ଧର ଜିଲ୍ଲାରୁ ଆସିଛି । ପରିବାରର ସଦସ୍ୟମାନେ ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବାବେଳେ ବୋଲିସ ତଦନ୍ତ ଚଳାଇଛି । ପୋଲିସ କହିବା ଅନୁସାରେ ଋଣଗ୍ରସ୍ତ ଯୋଗୁ ଏପରି ଘଟିଥିବା ଅନୁମାନ କରାଯାଉଛି ।
ମୃତ ମନମୋହନ ସିଂଙ୍କ ପୁତୁରା କହିଛନ୍ତି ଯେ, କିଛି ସମୟ ଧରି ପରିବାରକୁ ସେ ବାରମ୍ବାର ଫୋନ୍ ଲଗାଇଥିଲେ । ହେଲେ ବହୁ ରିଂଗ ହେବାପରେ ମଧ୍ୟ କେହି ଫୋନ୍ ଉଠାଇନଥିଲେ । ତେଣୁ ସେ ଘରକୁ ଆସିଥିଲେ । ଘରକୁ ଆସି ଦେଖିବା ବେଳକୁ ମନମୋହନ ଓ ସରବଜିତ୍ ଉଭୟ ଫ୍ୟାନ୍ରେ ଝୁଲୁଥିଲେ । ଏବଂ ଅନ୍ୟ ତିନିଜଣ ଖଟ ଉପରେ ପଡ଼ିରହିଥିଲେ ।
ଏହି ଘଟଣା ଦେଖିବାପରେ ସେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ପୋଲିସ ପାଇଥିଲା । ଯେଉଁଥିରେ ଋଣ ଓ ବିବାଦକୁ ନେଇ ସେମାନେ ଆତ୍ମହତ୍ୟା କରିଥିବା ଦର୍ଶାଯାଇଛି । ହେଲେ ପୋଲିସ ସମସ୍ତ ମୃତଦହେକୁ ଉଦ୍ଧାର କରିବା ପରେ ଶବବ୍ୟବଚ୍ଚେଦ ପାଇଁ ଡାକ୍ତରଖାନାକୁ ପଠାଇଦେଇଛି ।
]]>ଥିରୁବନ୍ତପୁରମ ସରକାରୀ ମେଡିକାଲ କଲେଜର ପିଜି ଛାତ୍ରୀ ସାହାନାଙ୍କୁ ଗ୍ରାସ କରିଛି ଯୌତୁକ ଦାନବ । ବୟଫ୍ରେଣ୍ଡ ବାହା ହେବାକୁ ମନା କରିଦେବା ପରେ ବିଷାଦଗ୍ରସ୍ତ ହୋଇ ଚରମ ପରିଣତିକୁ ବାଛି ନେଇଛନ୍ତି ଏହି ଡାକ୍ତର ଛାତ୍ରୀ । ବରକୁ ୫୦ ଲକ୍ଷ ଟଙ୍କା, ୪୦ ଭରି ସୁନା ଓ ଏକ କାର୍ ଦେବାକୁ ରାଜି ହୋଇଥିଲେ ସାହାନାଙ୍କ ପରିବାର । ତେବେ ଏହା ଭାବି ସ୍ୱାମୀ ଡାକ୍ତର ରୁୱାଇଜଙ୍କ ପରିବାରର ଲୋଭ ମେଣ୍ଟାଇବା ସ୍ଥିତିରେ ନଥିଲା ।
୧୨୦ ଭରି ସୁନା, ୧୫ ଏକର ଜମି ଓ ବିଏମଡବ୍ଲୁ କାର୍ ନଦେଲେ ବାହାଘର ହୋଇପାରିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ ବରପକ୍ଷ । ଏପଟେ ଦୀର୍ଘ ଦିନର ସଂପର୍କ ସତ୍ତ୍ୱେ ବିବାହ ପ୍ରତିଶ୍ରୁତିରୁ ଓହରି ଯାଇଥିଲେ ୨୬ ବର୍ଷୀୟା ସାହାନାଙ୍କ ଭାବିସ୍ୱାମୀ ଡାକ୍ତର ରୁୱାଇଜ । ଏହାକୁ ନେଇ ସାହାନା ବିଷାଦ ଗ୍ରସ୍ତ ହେବା ସହ ଉଚ୍ଚ ମାତ୍ରାର ନିଶା ଔଷଧ ହାତରେ ଇଂଜେକ୍ଟ କରି ଜୀବନ ହାରି ଦେଇଥିଲେ ।
ଯୌତୁକ ପାଇଁ ଡାକ୍ତର ରୁୱାଇଜଙ୍କ ପରିବାର ସାହାନାଙ୍କ ପରିବାରକୁ ଚାପଗ୍ରସ୍ତ କରିଥିବା ଅଭିଯୋଗ ନେଇ କେରଳ ପୋଲିସ ଡାକ୍ତର ରୁୱାଇଜଙ୍କୁ ଗିରଫ କରିଛି । କେରଳ ସରକାର ତାଙ୍କୁ ତୁରନ୍ତ ଚାକିରୀରୁ ସସପେଣ୍ଡ କରିଛନ୍ତି । ଡାକ୍ତର ରୁୱାଇଜ ସାହାନାଙ୍କ ଉପରେ ଯୌତୁକ ପାଇଁ ଚାପ ପକାଉଥିବାର ଡିଜିଟାଲ ପ୍ରମାଣ ବି ପୋଲିସ ହାତରେ ଲାଗିଛି ।
ସାହାନା ଓ ଡାକ୍ତର ରୁୱାଇଜଙ୍କ ମଧ୍ୟରେ ବହୁ ଦିନ ଧରି ବନ୍ଧୁତା ରହି ଆସିଥିଲା । ତେବେ ୩ ମାସ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିବା କୁହାଯାଉଛି । ଏହାକୁ ନେଇ ବାହାଘର କରିଦେବା ଲାଗି ଉଭୟଙ୍କ ପରିବାର ମଧ୍ୟରେ ଆଲୋଚନା ହୋଇଥିଲା । ଡାକ୍ତର ରୁୱାଇଡ କେରଳ ମେଡିକାଲ ପୋଷ୍ଟ ଗ୍ରାଜୁଏଟ ଆସୋସିଏସନର ସଦସ୍ୟ ବି ଅଛନ୍ତି । ସାହାନା ତାଙ୍କର ଜୁନିୟର ଥିଲେ ।
ସାହାନାଙ୍କ ମୃତ୍ୟୁର ତୁରନ୍ତ ପରେ କେରଳ ସରକାର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହା କଣ ସାହାନଙ୍କୁ ଫେରାଇ ଆଣିବ କି ବୋଲି ତାଙ୍କ ପରିବାର ଓ ବନ୍ଧୁ ପରିଜନ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ସୁଇସାଇଡ ନୋଟରେ ବି ସାହାନା ଯୌତୁକ କଥା ପରୋକ୍ଷରେ ଉଲ୍ଲେଖ କରିଛନ୍ତି । ସମସ୍ତଙ୍କୁ ଟଙ୍କା ଦରକାର, କେବଳ ଟଙ୍କା ହିଁ ସବୁକିଛି, ତେଣୁ ମୁଁ ଯାଉଛି ବୋଲି ନିଜ ଜୀବନ ନେବା ପୂର୍ବରୁ ଲେଖିଯାଇଛନ୍ତି ସାହାନା ।
ଗତ ସୋମାବାର ସାହାନାଙ୍କର ନାଇଟ ଡ୍ୟୁଟି ଥିଲା । ତେବେ ସେ ମେଡିକାଲରେ ନପହଞ୍ଚିବାରୁ ତାଙ୍କ ସହକର୍ମୀ ଫୋନ କରିଥିଲେ । ମାତ୍ର ସାହାନ ଜବାବ ଦେଇନଥିଲେ । ଏହାକୁ ନେଇ ସନ୍ଦେହ ହେବାରୁ ସେମାନେ ସାହାନା ରହୁଥିବା ଫ୍ଲାଟରେ ପହଞ୍ଚିଥିଲେ । ଘର ଭିତରରୁ ବନ୍ଦ ଥିବାରୁ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଆସି କବାଟ ଖୋଲିବା ପରେ ସାହାନାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ଆଉ ଚିର ନିଦ୍ରାରୁ ଉଠାଇ ପାରିନଥିଲେ ।
୨୬ ବର୍ଷୀୟ ଡାକ୍ତର ଛାତ୍ରୀ ସାହାନାଙ୍କ ଏଭଳି ଦୁଃଖଦ ମୃତ୍ୟୁକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଯୌତୁକ ନିରୋଧ ଆଇନକୁ ଏତେ କଡ଼ାକଡ଼ି କରାଯାଇଥିଲେ ମଧ୍ୟ ଏହାର କି ଲାଭ ବୋଲି ପ୍ରଶ୍ନ ବି ଉଠିଛି ।
]]>ଅବସାଦ, ହତାଶ ଆଉ ନିରାଶ । ସାଜିଛି ଶୀତଳ ମୃତ୍ୟୁର ସୌଦାଗର । କେତେବେଳେ ଭେଣ୍ଡିଆ ପୁଅକୁ ଟାଣି ନେଉଛି ମରଣର କୋଳକୁ, ତ’ ଆଉ କେବେ ଅନାଥ କରିଦେଉଛି ପରିବାରକୁ । ଚରମ ନିଷ୍ପତ୍ତି ନେଇ ଜୀବନ ହାରିବାକୁ ପଛାଉନି ମଣିଷ । ଏଇ ଯେମିତି ବରଗଡ଼ ଜିଲ୍ଲା ସୋହେଲା ମାଷ୍ଟରପଡ଼ାର ଆଜିର କାହାଣୀ । ଜୀବନ ଜିଇଁବା କଷ୍ଟସାଧ୍ୟ ହେଲା ବୋଲି ବିଷ ପିଇ ଗଣଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି ମାଆ, ପୁଅ ଓ ଝିଅ । ପୁଅ ଓ ଝିଅର ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ଅଛନ୍ତି । ଘରର ମୁରବୀଙ୍କ ମୃତ୍ୟୁ ପରେ ଏମାନେ ଆଉ ଜିଇଁବାକୁ ଇଚ୍ଛା ନ କରି ଆପଣେଇଥିଲେ ଏମିତିଆ ବାଟ । ଖାଲି ବରଗଡ଼ କାହିଁକି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ଆସୁଛି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତିର ଗଦାଗଦା କାହାଣୀ ।
ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ- NCRB ତଥ୍ୟ କହୁଛି, ୨୦୨୧ରେ ଓଡ଼ିଶାରେ ୫ ହଜାର ୬୫୧ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି । ଅର୍ଥାତ୍ ପ୍ରତିଦିନ ରାଜ୍ୟରେ ଆତ୍ମହତ୍ୟା ନେଉଛି ୧୫ ଜୀବନ । ସାରା ଦେଶରେ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରୁ ୩.୪ ପ୍ରତିଶତ କେବଳ ଓଡ଼ିଶାର । ଏମିତିକି ରାଜ୍ୟର ଆତ୍ମହତ୍ୟା ହାର ଜାତୀୟ ହାରଠୁ ଅଧିକ । ଦେଶରେ ପ୍ରତି ଲକ୍ଷେ ଲୋକଙ୍କ ଭିତରୁ ୧୨ ଜଣ ଆତ୍ମହତ୍ୟା କରୁଥିବା ବେଳେ ରାଜ୍ୟରେ ଏହା ୧୨.୩ । ଏବେ ପ୍ରଶ୍ନ, କାହିଁକି ଏଭଳି ମୃତ୍ୟୁକୁ ବାଛିନେଉଛନ୍ତି ଲୋକେ ? ବିଶେଷଜ୍ଞଙ୍କ ମତରେ, ମାନସିକ ଚାପ ହିଁ ଆତ୍ମହତ୍ୟାର ମୁଖ୍ୟ କାରଣ । କେଉଁଠି ଋଣ ବୋଝ ଯୋଗୁ ଚାଷୀ ଓ ବ୍ୟବସାୟୀ ଆତ୍ମହତ୍ୟା କରୁଛି ତ’ ପରିବାର ଓ ତଥା ଶିକ୍ଷକଙ୍କ ଚାପରେ ଛାତ୍ରଛାତ୍ରୀ, ପ୍ରେମ ବିଫଳତା ତଥା ନିଶା ସେବନ ଯୋଗୁ ଯୁବବର୍ଗ ଆତ୍ମହତ୍ୟା ବାଟ ବାଛୁଛନ୍ତି ।
ଏବେ ପ୍ରଶ୍ନ, କିଭଳି ଜାଣିବେ ଜଣେ ଆଗକୁ ଆତ୍ମହତ୍ୟା ଭଳି ବାଟ ବାଛିପାରେ ? କିଭଳି ଏହାକୁ ରୋକାଯାଇ ପାରିବ ? ମାନସିକ ରୋଗ ବିଶେଷଜ୍ଞଙ୍କ ମତରେ, ଆତ୍ମହତ୍ୟା ଭଳି ବିକଳ୍ପ ବାଛୁଥିବା ଲୋକଙ୍କ ବ୍ୟବହାର ବଦଳିଯାଏ । ସେମାନେ ଏକୁଟିଆ ରହିବାକୁ ପସନ୍ଦ କରନ୍ତି । ଚିଡ଼ିଚିଡ଼ା ହୁଅନ୍ତି, ଜିନିଷପତ୍ର ଫୋପଡ଼ା ଫୋପଡ଼ି କରନ୍ତି । ଏମିତିକି ଏଭଳି ବ୍ୟକ୍ତି ସୋସିଆଲ ମିଡିଆରେ I AM ALONE କିମ୍ବା କଳା ଚିତ୍ର ଭଳି ଷ୍ଟାଟସ ରଖନ୍ତି ।
ଆଜି ସାରା ବିଶ୍ୱ ପାଳୁଛି ଆତ୍ମହତ୍ୟା ନିବାରଣ ଦିବସ । କେଉଁଠି ସଭାସମିତି ତ’ ଆଉ କେଉଁଠି ନିଆରା ଢଙ୍ଗରେ ସାଇକ୍ଲୋଥନ କରି ସଚେତନ କରାଯାଉଛି । ମାନସିକ ଅବସାଦ ରହିଲେ, ଶାରୀରିକ ବ୍ୟାୟାମ କିମ୍ବା ଡାକ୍ତରଙ୍କ ପରାମର୍ଶ କରିବାକୁ ବାର୍ତ୍ତା ଦିଆଯାଇଛି । ସମସ୍ତଙ୍କ ସେଇ ଗୋଟିଏ ଆଭିମୁଖ୍ୟ, ଆତ୍ମହତ୍ୟା କୌଣସି ସମସ୍ୟା ସମାଧାନର ବାଟ ନୁହେଁ ।
]]>ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଭାଇର ମୃତ୍ୟୁ ହୋଇଥିବାବେଳେ ଭଉଣୀଙ୍କୁ ବୁର୍ଲା ନେବାବେଳେ ବାଟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମା’ଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି । ତାଙ୍କୁ ବୁର୍ଲାରେ ଚିକିତ୍ସା କରାଯାଉଛି । ସୂଚନା ମୁତାବକ ବାପାଙ୍କ ମୃତ୍ୟୁ ପରେ ସାରା ପରିବାର ମାନସିକ ଦୁଶ୍ଚିନ୍ତାରେ ରହୁଥିଲା । ତେଣୁ ସେମାନେ ଏପରି ଏକ ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି ।
ସୂଚନା ଅନୁସାରେ, ମାଷ୍ଟର୍ ପଡାର ସ୍ୱର୍ଗତ ଅର୍ଜୁନ ସାହୁଙ୍କ ସ୍ତ୍ରୀ କୁମୋଦିନୀ ସାହୁ, ପୁଅ ବଂଶୀଧର ସାହୁ ଓ ଝିଅ ସୁବର୍ଣ୍ଣ ମହାଜନ ଘର କବାଟ ବନ୍ଦ କରି ବିଷ ପିଇ ଘରେ ଶୋଇ ପଡ଼ିଥିଲେ । ଆଜି ଦିନ ୧୧ଟାରେ ସେମାନେ ଏପରି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । କୌଣସି ସୂତ୍ରରୁ ପାଖ ପଡୋଶୀ ଖବର ପାଇବା ପରେ ପୋଲିସକୁ ସୂଚନା ଦେଇଥିଲେ ।
ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ସୋହେଲା ହସ୍ପିଟାଲରେ ଭର୍ତ୍ତି କରିଥିଲା । ହେଲେ ସେଠାରେ ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଥିବାବେଳେ ମା’ଙ୍କ ଅବସ୍ଥା ଗୁରୁତର ରହିଛି ।
ମାନସିକ ଚାପ ଗ୍ରସ୍ତ ହୋଇ ସେମାନେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା କୁହାଯାଉଛି । ଗତ ୬ ତାରିଖ ଦିନ ଘରର ମୁଖିଆ ଅର୍ଜୁନ ସାହୁଙ୍କ ଦେହାନ୍ତ ପରେ ପୂରା ପରିବାର ଭାଙ୍ଗି ପଡ଼ିଥିଲା । ଆଉ ସେହି କାରଣରୁ ଏଭଳି କରିଥିବା ଜଣାପଡ଼ିଛି ।
]]>ଆତ୍ମହତ୍ୟା ରୋକିବାକୁ ସରକାର ପ୍ରସ୍ତୁତ କରିଛନ୍ତି ଆକ୍ସନ ପ୍ଲାନ । ରାଜସ୍ଥାନର ଉଚ୍ଚ ଶିକ୍ଷା ଓ ବୈଷୟିକ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ଭୱାନୀ ସିଂ ଦେଠାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋଟାର ସମସ୍ତ କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ । ନିଟ୍ ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବା ନିମନ୍ତେ ଏହି ଅନ ଲାଇନ୍ ମିଟିଂରେ ବହୁ ନିଷ୍ପତ୍ତି ନିଆଯାଇଛି ।
ଏଥିମଧ୍ୟରେ ରହିଛି ସପ୍ତାହରେ ଗୋଟିଏ ଦିନ ଅଧା ପାଠପଢ଼ା- ଅଧା ଖେଳକୁଦ କରିବା, ଏହାର ପରବର୍ତ୍ତୀ ୨ ଦିନ ପର୍ଯ୍ୟନ୍ତ କୌଣସି ଟେଷ୍ଟ ନ କରିବା, ପିଲାମାନଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେବା ପାଇଁ ଅନଲାଇନ୍ ମୋଟିଭେସନାଲ କ୍ଲାସ୍ କରିବା, ଆତ୍ମହତ୍ୟା ପ୍ରବଣତା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ମନୋସ୍ତାତ୍ତ୍ୱିକ କାଉନସେଲିଂ କରିବା । ସେହିଭଳି ଆଗାମୀ ଦୁଇ ମାସ ଯାଏଁ କୋଚିଂ କେନ୍ଦ୍ରରେ କୌଣସି ଟେଷ୍ଟ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଭିନ୍ନ ବିଷୟର ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରି ପିଲାଙ୍କ ଉପରୁ ପାଠପଢ଼ା ଚାପ କମ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବାକୁ କୋଚିଂ କେନ୍ଦ୍ରମାନଙ୍କୁ କୁହାଯାଇଛି । ଏହି କମିଟି ଆସନ୍ତା ୨ ତାରିଖରେ କୋଟା ପରିଦର୍ଶନରେ ଯାଇ ସିଧାସଳଖ ସମସ୍ୟା ବୁଝିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିସହ କୋଟାରେ ପିଲାଙ୍କ ନିମନ୍ତେ ଏକ ଥାନା ଗଠନ ନିମନ୍ତେ ପ୍ରସ୍ତାବ ଦିଆଯାଇଛି । ତେବେ ଛାତ୍ରଛାତ୍ରୀଙ୍କ ମଧ୍ୟର ବଢୁଥିବା ଆତ୍ମହତ୍ୟା ପାଇଁ କୋଚିଂ କେନ୍ଦ୍ରକୁ ଦାୟୀ କରିଛନ୍ତି ରଜସ୍ଥାନର ମନ୍ତ୍ରୀ ।
ଗତ ରବିବାର କୋଟାରେ ଏକ କୋଚିଂ ସେଣ୍ଟରରେ ପରୀକ୍ଷା ପରେ ୨ ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ । ଏଥିସହିତ ଏପର୍ଯ୍ୟନ୍ତ କୋଟାରେ କୋଚିଂ ପାଇଁ ଆସୁଥିବା ୨୪ ଜଣ ଛାତ୍ରଛାତ୍ରୀ ଜୀବନ ହାରିସାରିଲେଣି । ଗତବର୍ଷ ମଧ୍ୟ ୨୩ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ । ରଜସ୍ଥାନର କୋଟା, ଦେଶର ଏକ କୋଚିଂ ହବ୍ ଭାବେ ପରିଗଣିତ ହେଉଛି ଯେଁଉଠାକୁ NEET ପରୀକ୍ଷା କୋଚିଂ ପାଇଁ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ଆସିଥାନ୍ତି ।
]]>ଆଉ ଏହାକୁ ନେଇ ଏବେ ସ୍କାନରରେ ସମ୍ପର୍କିୟ ମାମୁଙ୍କ ସମେତ ଏକାଧିକ ପୁରୁଷ ବନ୍ଧୁ । ଏପଟେ ଶୁଭଲକ୍ଷ୍ମୀଙ୍କ ମୋବାଇଲକୁ ଜବତ କରି ଷ୍ଟେଟ୍ ଫରେନସିକ୍ ଲ୍ୟାବକୁ ପଠାଯାଇଛି । ଅନୁମାନ କରାଯାଉଛି, ଏହି ଫୋନ୍ ଅନେକ ରହସ୍ୟ ଉପରୁ ପରଦା ହଟାଇପାରେ । ସେପଟେ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ।
ସେପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପାରିପାର୍ଶ୍ୱିକ ତଦନ୍ତରୁ ଆତ୍ମହତ୍ୟା କରିଛନ୍ତି ଶୁଭଲକ୍ଷ୍ମୀ । ରାଜଧାନୀରେ ବହୁଚର୍ଚ୍ଚିତ ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ମାମଲାରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି । ତେବେ ଆତ୍ମହତ୍ୟା ପଛରେ କାହାର ହାତ ଅଛି କି ନାହିଁ ତଦନ୍ତ ଚାଲିଛି । ଶୁଭଲକ୍ଷ୍ମୀଙ୍କ କଲ ଡିଟେଲସ ରେକର୍ଡ ବା ସିଡିଆର ପାଇଛୁ ।
ହେଲେ ସେଭଳି କିଛି ସନ୍ଦିଗ୍ଧ ତଥ୍ୟ ସେଥିରୁ ମିଳିନି । ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲେ ବି କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇନି । ତାଙ୍କ ମାନସିକ ସ୍ଥିତି ଜାଣିବାକୁ ପରିବାର, ପରିଜନଙ୍କୁ ପଚରାଉଚରା କରୁଛୁ । କୁହାଯାଉଥିବା ସେଭଳି କିଛି ଭାଇରାଲ ଭିଡିଓ ପୋଲିସ ହାତରେ ଲାଗିନାହିଁ ।
ସେମିତି କିଛି ଭିଡିଓ ଆସିଲେ ଆମେ ତର୍ଜମା କରିବୁ ବୋଲି କହିଛନ୍ତି ଡିସିପି । ଆତ୍ମହତ୍ୟା ସହ ଭିଡିଓର କିଛି ସଂପର୍କ ଅଛି କି ନାହିଁ ପରଖିବୁ । ତାଙ୍କ ମୃତ୍ୟୁ ପଛରେ କାହାର ହାତ ଅଛି କି ନାହିଁ ତଦନ୍ତ କରାଯାଉଛି । ସପ୍ତାହେ ତଳେ ଭୁବନେଶ୍ୱର ଦୀପାଳି ବାର ଆଣ୍ଡ ହୋଟେଲର ରୁମ୍ ନମ୍ବର ୨୦୫ରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଯୁକ୍ତ ଦୁଇ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତଦେହ ।
]]>ପୋଲିସର ସୂଚନା ଅନୁସାରେ, ସୋମବାର ଠାରୁ ଯୁବତୀଙ୍କ ବାପା ଘରୁ ନିଖୋଜ ହୋଇଯାଇଥିଲେ । ହେଲେ ମଙ୍ଗଳବାର ଦିନ ଏକ ଘର ଛାତର ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାହାକୁ ଶୁଣିବା ମାତ୍ରେ ତାଙ୍କ ଝିଅ ଓ ଝିଅର ପୁରୁଷ ବନ୍ଧୁ ଆତ୍ମହତ୍ୟା କରିଛନ୍ତି ।
ମୃତ ଦୁଇଜଣ ହେଉଛନ୍ତି ତାଲେରା ସହରର ବାସିନ୍ଦା । ଯୁବକଙ୍କ ନାଁ ନାଭାଲ କିଶୋର ଗୁଟାମ (୩୦) ହୋଇଥିବା ବେଳେ ଯୁବତୀଙ୍କ ନାଁ ଯୋଗିତା କାନୱାର (୨୦) ବୋଲି କୁହାଯାଇଛି । ନାଭାଲ ଏକ ମଣ୍ଡିରେ କାମ କରୁଥିଲେ । ହେଲେ କୌଣସି କାରଣରୁ ଏପରି ଏକ ଅଘଟଣ ଘଟିଥିବା କୁହାଯାଉଛି ।
ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ମୃତଦେହ ଜବତ କରି ପୋଷ୍ଟମର୍ଟମ କରିବାକୁ ଚିକିତ୍ସାଳୟକୁ ପଠାଇଥିଲା । ସେଠାରେ ପୋଷ୍ଟମର୍ଟମ ହେବାପରେ ଉଭୟ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ପୋଲିସ । ତାହାସହ CRPCର ଧାରା ୧୭୪ ଅନୁଯାୟୀ ପୋଲିସ ଏକ ମାମଲା ଦାୟର କରିଛି ।
ସେପଟେ ଘଟଣା ସମ୍ପର୍କରେ ପୋଲିସ ତଦନ୍ତ କରି ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆଣିଛି । ପୋଲିସ କହିଛି, ନାଭାଲ ଓ ଯୋଗିତାଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା । ସେଥିପାଇଁ ନିଭାଲ ଯୋଗିତାଙ୍କ ଘରକୁ ବାରମ୍ବାର ଆସୁଥିଲେ । ଯାହାକୁ ତା’ର ବାପା ଅଦୌ ପସନ୍ଦ କରୁନଥିଲେ । ଏବଂ ଲୋକ ଲଜ୍ୟାକୁ ଭୟ କରି ତାଙ୍କ ବାପା ଆତ୍ମହତ୍ୟା କରିଛନ୍ତି । ଯାହାକୁ ସହିନପାରି ତାଙ୍କ ଝିଅ ମଧ୍ୟ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଝିଅର ପ୍ରେମିକ ମଧ୍ୟ ଆତ୍ମହତ୍ୟା କରିଛି।
]]>ଏପରି ଏକ ଅଭିଯୋଗ ଆସିଛି ରାଜଧାନୀ ନୂଆଦିଲ୍ଲୀରୁ । ନୂଆଦିଲ୍ଲୀ ଦ୍ୱାରକା ଅଞ୍ଚଳର ସେକ୍ଟର ୧୬ରେ ଜଣେ ୧୪ ବର୍ଷୀୟ ନାବାଳିକା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ଛାତ୍ରୀ ଜଣକ ନବମ ଶ୍ରେଣୀରେ ପଢ଼ୁଥିଲେ । ହେଲେ ସେ ତାଙ୍କର ପଠପଢ଼ାକୁ ନେଇ ଅତିଷ୍ଠ ହେବା ସହ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ସକାଳ ସାଢ଼େ ୫ଟାରେ ଏହି ଘଟଣା ଘଟିଛି । ଘର ବାହାରେ ଏକ ବଡ଼ ଜିନିଷ ପଡ଼ିବା ଶବ୍ଦ ପଡ଼ୋଶୀ ଲୋକ ଶୁଣିବାକୁ ପାଇଥିଲେ । ଫଳରେ ସମସ୍ତେ ଏକାଠି ବାହାରକୁ ଚାଲିଆସିଥିଲେ । ଝିଅଟିର ପରିବାର ଲୋକ ମଧ୍ୟ ବାହାରକୁ ଆସିଥିଲେ । ବାହାରେ ଆସିଦେଖିବା ବେଳକୁ ଝିଅଟି ରକ୍ତାକ୍ତ ଅବସ୍ତାରେ ତଳେ ପଡ଼ି ରହିଥିଲା । ପରିବାର ଲୋକ ଝିଅକୁ ହସ୍ପିଟାଲ ନେବାକୁ ଚିନ୍ତା କରିଥିଲେ ହେଁ, ସେତେବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା ।
ଏନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ନାବାଳିକାର ମୃତ୍ୟୁ ହେବାକୁ ନେଇ ପରିବାର ଓ ପଡ଼ିଶା ଲୋକଙ୍କୁ ପୋଲିସ ପଚରାଉଚରା କରିଥିଲା । ହେଲେ ପରିବାର ଝିଅଟି କାହିଁକି ଆତ୍ମହତ୍ୟା କିଛି କହିପାରିନଥିଲେ । ପରେ ପୋଲିସ ଝିଅର ରୁମ୍ରେ ଖୋଜାଖୋଜି କରିଥିଲା ।
ମୃତ ଛାତ୍ରୀର ରୁମ୍କୁ ଖୋଜାଖୋଜି କରିବା ପରେ ଏକ ସୁଇସାଇଡ୍ ନୋଟ୍ ମିଳିଥିବା ପୋଲିସ ସୂଚନା ଦେଇଛି । ସୁଇସାଇଡ୍ ନୋଟ୍ରେ ଛାତ୍ରୀ ଜଣକ ଲେଖିଥିଲେ, ‘ମୋର ପଢ଼ିବାରେ ମନ ଲାଗୁନାହିଁ, ଏଥିପାଇଁ ମୁଁ ଆଜି ଆତ୍ମହତ୍ୟା କରିବି ବୋଲି ଚିନ୍ତା କରିଛି ’ । ଏହା ଜାଣିବା ପରେ ପୋଲିସ ଝିଅଟିର ମୃତଦେହକୁ ଜବତ କରି ଶବବ୍ୟବଚ୍ଛେଦ କରିବାକୁ ଡାକ୍ତରଖାନାକୁ ପଠାଇଦେଇଛି । ଘଟଣାକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ ।
]]>ସୂଚନା ମୁତାବକ ନାବାଳକ ସମର୍ଥ ଅଗ୍ରୱାଲଙ୍କୁ ଅପହରଣ କରାଯାଇଥିଲା । ପ୍ରଥମେ ୫୦ ଓ ପରେ ୯୦ ଲକ୍ଷ ଟଙ୍କା ପାଇଁ ମୁଣ୍ଡ ଜାମିନ ରଖି ବ୍ୟବସାୟୀଙ୍କ ପୁଅକୁ ଅପହରଣ କରି ହତ୍ୟା କରିଥିଲେ ଅପହର୍ତ୍ତା । ଆଶ୍ଚର୍ଯ୍ୟର କଥା ହେଉଛି, ଗିରଫ ୨ ଯୁବକଙ୍କ କୌଣସି ଅପରାଧିକ ପୃଷ୍ଟଭୂମି ନଥିବା ଜଣାପଡ଼ିଥିଲା । କିମ୍ବା ମୃତ ନାବାଳକଙ୍କ ବାପା କୋଟିପତି ବ୍ୟବସାୟୀ ବି ନୁହଁନ୍ତି । ଅଥଚ ଟଙ୍କା ପାଇଁ କିଡନ୍ୟାପ୍ କରି ଯେଭଳି ଜଘନ୍ୟ କାଣ୍ଡ ଭିଆଇଲେ ଦୁର୍ବୃତ୍ତ, ତାକୁ ନେଇ ନାନା ଶଙ୍କା ଲାଗିରହିଥିବାବେଳେ ଢିଲା ଆଇନଶୃଙ୍ଖଳାକୁ ଦାୟୀ କରି ଅସନ୍ତୋଷ ପ୍ରକାଶ କରିଥିଲେ ନାବାଳକଙ୍କ ସଂପର୍କୀୟ ଓ ଝାରସୁଗୁଡ଼ା ବାସିନ୍ଦା ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସମର୍ଥଙ୍କୁ ଧରି ୨୭ ରାତିରେ ବୁର୍ଲାକୁ ଆସିଥିଲେ ଅମିତ ଓ ଦିନେଶ । ବୁର୍ଲାରେ ଗଣେଶ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ସହ ଦେଖା କରିଥିଲେ । ଯିଏ ବୁର୍ଲା ମେଡିକାଲର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ପରେ ବୁର୍ଲା ଉପକଣ୍ଠ ଗୋଲଗୁଣ୍ଡାର ଏହି ରେଷ୍ଟୁରାଣ୍ଟରୁ ଖାଦ୍ୟ ନେଇ କି ଯାଇଥିଲେ । ପରେ ବରଗଡ଼ ଜିଲ୍ଲା ଭେଡେନକୁ ନେଇ ସମର୍ଥକୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଲାଗି ପୋଡ଼ି ଦେଇଥିଲେ ।
ତେବେ ସମର୍ଥ ଅପହରଣ ଓ ହତ୍ୟା ମାମଲାରେ ବୁର୍ଲା ଲିଙ୍କ୍ କ’ଣ ? ବୁର୍ଲାର ସଂପୃକ୍ତ ବ୍ୟକ୍ତିଙ୍କ କି ସଂପୃକ୍ତି ରହିଛି ଏହି ମାମଲାରେ ? ସମର୍ଥଙ୍କୁ ହତ୍ୟା ପଛରେ ଟଙ୍କା ନା ଆଉ କେଉଁ କାରଣ ରହିଛି ? ସେନେଇ ଖୋଳତାଡ଼ ଜାରି ରଖିଥିବା ବେଳେ ବର୍ତ୍ତମାନ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛି ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ।
]]>ମୃତ ଛାତ୍ରୀଙ୍କ ନାଁ ହେଉଛି ହର୍ସିତା । ସେ ନବମ ଶ୍ରେଣୀରେ ପଢ଼ୁଥିଲେ । ଘରର ତିନି ମହଲା ଉପରୁ ଡେଇଁ ସେ ଆତ୍ମହତ୍ୟା କରିଛନ୍ତି । ହର୍ସିତାଙ୍କ ବାପାଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ଏକ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ହର୍ସିତାଙ୍କ ମୃତଦେହକୁ ହସ୍ପିଟାଲରେ ସଂରକ୍ଷିତ କରି ରଖାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।
ପୋଲିସ ଏହା ମଧ୍ୟ କହିଛି ଯେ, ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି ।
]]>
ବର୍ତ୍ତମାନ ପୁଣି ସେହିପରି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ମେଡିକାଲ ପଢ଼ୁଆ ଛାତ୍ରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସୂଚନା ମୁତାବକ ଛାତ୍ରୀ ଜଣକଙ୍କ ମୃତଦେହକୁ ଏକ ହୋଟେଲ ରୁମରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ମୃତଦେହକୁ ଶବବ୍ୟବଚ୍ଛେଦ ପାଇଁ AIIMSକୁ ପଠାଇଥିବା କହିଛି । ଆଉ ଘଟଣାକୁ ନେଇ ବର୍ତ୍ତମାନ ପୋଲିସ ତନାଘନା ଚଳାଇଛି ।
ଛାତ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛି ପୋଲିସ । ପୋଲିସର କହିବା ଅନୁସାରେ ମୃତ ଡାକ୍ତରୀ ଛାତ୍ରୀ ଜଣକ କିଛି ଦିନ ଧରି ତପୋବନର ଏକ ହୋଟେଲରେ ରହିଆସୁଥିଲେ । ହେଲେ ମାର୍ଚ୍ଚ ୧୧ ତାରିଖରେ ସେ ହୋଟେଲର କବାଟ ଖୋଲିନଥିଲେ । ତେଣୁ ହୋଟେଲର କର୍ମଚାରୀମାନେ ଯୁବତୀଙ୍କୁ କବାଟ ବାଡ଼ାଇ ଡାକିଥିଲେ । ହେଲେ ଯୁବତୀ ଜଣକ କିଛି ପ୍ରତିକ୍ରିୟା ନଦେବାରୁ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ ।
ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ରୁମ୍ର କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ଛାତ୍ରୀ ଜଣଙ୍କୁ ଉଦ୍ଧାର କରିଛି । ତେବେ ଛାତ୍ରୀ ଜଣକ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ । ଏନେଇ ପୋଲିସ ତଦନ୍ତ ଜାରି ରଖିଥିବା କହିଛି । ଖାଲି ସେତିକି ନୁହେଁ ମୃତ ଛାତ୍ରୀଙ୍କ ପରିଚୟ ମଧ୍ୟ ସ୍ପଷ୍ଟ କରିଛି ପୋଲିସ । ମୃତ ଛାତ୍ରୀ ଜଣକ ଛତିଶଗଡ଼ ରାୟଗଡ଼ ଜିଲ୍ଲାର ହୋଇଥିବା ପୋଲିସ କହିଛି ।
ଘଟଣାକୁ ନେଇ ପୋଲିସ ଆହୁରି ବଡ଼ ପ୍ରତିକ୍ରିୟା ଦେଇଛି । ଛାତ୍ରୀଙ୍କ ବାଥରୁମ୍ରୁ ଏକ ରକ୍ତ ଭିଜା ବ୍ଲେଡ୍ ସହ ଏକ ସୁଇସାଇଡ୍ ନୋଟ ମଧ୍ୟ ଜବତ କରିଛି । ଯେଉଁଥିରେ ଛାତ୍ରୀଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନଥିବା ସେ ଲେଖିଛନ୍ତି ।
]]>ପାଣିରେ ବୁଡ଼ିବା ଦୁର୍ଘଟଣା ନା ଆଉ କିଛି ? ଯଦି ଆତ୍ମହତ୍ୟା, ତାହାଲେ ସେଥିରେ କାହାର ଭୂମିକା ? ଏସବୁ ଦିଗରେ ତଦନ୍ତ ଏଯାଏଁ ଶେଷ ହୋଇ ନାହିଁ । ଭିସେରା ରିପୋର୍ଟ ଆସିବା ପରେ ଆହୁରି ସତ୍ୟତା ଜଣାପଡ଼ିବ । ଥାନାରେ ଅଟକ ଚିନ୍ମୟୀଙ୍କ ଦୁଇ ବନ୍ଧୁଙ୍କୁ ୧୬୦ ଧାରାରେ ନୋଟିସ୍ କରି ବେଲ୍ ବଣ୍ଡରେ ଛାଡ଼ି ଦିଆଯାଇଛି । ତଦନ୍ତର ଯେଉଁ ସମୟରେ ଆବଶ୍ୟକ ପଡ଼ିବ ପୁଣି ଉଭୟଙ୍କୁ ଡକାଯିବ ।
ସେପଟେ ସମ୍ବଲପୁର ବୁର୍ଲା ଥାନାରୁ ନିଜ ବାପାଙ୍କ ସହ ବାହାରୁଥିବା ବେଳେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେଙ୍କୁ ଘେରିଥିଲେ ଗଣମାଧ୍ୟମ ପ୍ରତିନିଧି । ପୋଲିସ୍ ତଦନ୍ତଠୁ ଘଟଣାକ୍ରମ ସମ୍ପର୍କରେ ତାଙ୍କ ମୁହଁରୁ ଶୁଣିବାକୁ ଚାହିଁଥିଲେ ବି ପ୍ରୀତିମାନ କୌଣସି ସୂଚନା ଦେଇନଥିଲେ ବରଂ ପୋଲିସ ଠାରୁ ସତ କଣ ବୁଝିନେବାକୁ କହିଥିଲେ। ତେଣେ ପ୍ରୀତିମାନଙ୍କ ବାପା ପ୍ରଣବ ଦେ କହିଥିଲେ ମୋର ଶତ ପ୍ରତିଶତ ବିଶ୍ୱାସ, ମୋ ପୁଅ ନିର୍ଦ୍ଦୋଷ । ପୋଲିସ ଡାକିଥିବାରୁ ପୁଅକୁ ଜିମାରେ ନେବାକୁ ଆସିଥିଲି, ପୋଲିସ ତଦନ୍ତ ଚଳାଇଛି, ନିଶ୍ଚିତ ଭାବେ ସତ ସାମ୍ନାକୁ ଆସିବ ।
ତେବେ ପୋଲିସ୍ର ତଦନ୍ତ ଥିଓରୀକୁ ଆଦୌ ଗ୍ରହଣ କରିପାରୁ ନାହାନ୍ତି ମୃତା ଚିନ୍ମୟୀଙ୍କ ମାଆ । କହିଛନ୍ତି ଯଦି ଚିନ୍ମୟୀ ପାଣିରେ ବୁଡ଼ି ମରିଥିବା ପୋଲିସ କହୁଛି- ତାହାଲେ ତାଙ୍କ ଝିଅକୁ କେହି ଠେଲି ଦେଇଛି ନଚେତ୍ ମାରି ଫିଙ୍ଗି ଦେଇଛି । ବେକରେ ଥିବା ଦାଗ ଓ ଝିଅ ସହ ତାଙ୍କର କଥାବାର୍ତ୍ତାକୁ ପୋଲିସ ଆଦୌ ତଦନ୍ତ ପରିସରଭୁକ୍ତ କରୁନାହିଁ ।
ଏନେଇ ସନ୍ଦେହ ସିଧା ପୁରୁଷବନ୍ଧୁଙ୍କ ଆଡକୁ ନେଇ ଚିନ୍ମୟୀଙ୍କ ମାଆ ଆହୁରି ମଧ୍ୟ କହିଛନ୍ତି ତାଙ୍କ ଝିଅ ଘରକୁ ଆସିବା କଥା, ହେଲେ ପାୱାର ଚ୍ୟାନେଲ ପାଖକୁ ନେଲା କି ? ଯିଏ ସାଥିରେ ଥିଲା ତାଠୁ ଚିନ୍ମୟୀଙ୍କ ମୋବାଇଲ୍ ଫୋନ୍ ମିଳିଛି । ତାଙ୍କୁ ଏଯାଏଁ କାହିଁକି ଗିରଫ କରାଯାଉନି ବୋଲି ପ୍ରଶ୍ନ କରିବା ସହ ଅଭିଯୁକ୍ତର ବାପା ଗୃହ ବିଭାଗରେ ଅଫିସର ଥିବାରୁ ତାଙ୍କୁ ପୋଲିସଠାରୁ ନ୍ୟାୟ ମିଳିବନି ବୋଲି ଦୋହରାଇଛନ୍ତି । ତେଣୁ ନ୍ୟାୟ ପାଇଁ ଦରକାର ପଡ଼ିଲେ ହାଇକୋର୍ଟରୁ ସୁପ୍ରିମକୋର୍ଟ ଯାଏଁ ଯିବୁ ବୋଲି କହିଛନ୍ତି ଚିନ୍ମୟୀଙ୍କ ମାଆ ।
ମାର୍ଚ୍ଚ ୧ରେ ବୁର୍ଲା ପାୱାର ଚ୍ୟାନେଲରୁ ମିଳିଥିଲା ଚିନ୍ମୟୀ ସାହୁଙ୍କ ମୃତଦେହ । ଘଟଣାକୁ ନେଇ ହଇଚଇ ପରେ ଉତ୍ତରାଞ୍ଚଳ ଆଇଜି ଓ ସମ୍ବଲପୁର ଏସପି ଗତ ରବିବାର ରାତିରେ ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ଚିନ୍ମୟୀଙ୍କ ଦୁଇ ପୁରୁଷ ବନ୍ଧୁ ପ୍ରୀତିମାନ ଓ ମାନସର ପଲିଗ୍ରାଫ୍ ଟେଷ୍ଟ ବି କରାଯାଇଥିଲା। ଯେଉଁଥିରେ ଚିନ୍ମୟୀ ମୃତ୍ୟୁ ମାମଲାରେ ଉଭୟେ ପୂର୍ବରୁ ଯାହା କହିଥିଲେ, ତାହା ସତ ଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି ।
]]>୧୪ ବର୍ଷର ଝିଅ ଉପରେ ଏପରି ନିର୍ଯାତନା ହୋଇଥିବା ନେଇ ପୋଲିସ କହିଛି । ସୂଚନା ମୁତାବକ ନାବାଳିକା ଜଣକ ପୂର୍ବରୁ ଏନେଇ ତାଙ୍କ ମା’ଙ୍କୁ କହିଥିଲେ । ହେଲେ ତାଙ୍କ ମା’ ଏ ବିଷୟରେ ବେଶି କିଛି ଆଲୋଚନା ନକରିବା ସହ କୌଣସି ପଦକ୍ଷେପ ନେଇନଥିଲେ । ଫଳରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।
ଏପରି ଏକ ଘଟଣା ମହାରାଷ୍ଟ୍ର ପାଲଘର ଜିଲ୍ଲା ଭାସାଇ ତାଲୁକାରେ ଘଟିଛି । ଜଣେ ୧୪ ବର୍ଷର ବାଳିକା ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣାକୁ ନେଇ ଜଣେ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆତ୍ମହତ୍ୟା ସ୍ଥାନରୁ ଏକ ସୁଇସାଡ୍ ନୋଟ୍ ଜବତ କରାଯାଇଛି ।
ସୁଇସାଡ୍ ନୋଟ୍ରେ ସେ ତାଙ୍କ ବାପାଙ୍କୁ ନେଇ ଅଭିଯୋଗ ଆଣିଛନ୍ତି । ମୃତ ନାବାଳିକାଙ୍କ ବାପା ତାଙ୍କୁ ଯୌନ ଶୋଷଣ କରୁଥିଲେ । ଘଟଣାସ୍ଥଳରୁ ଶବ ଜବତ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହି ଘଟଣାରେ ଏକ ମାମଲା ପଞ୍ଜିକୃତ ହୋଇଥିବା ବେଳେ ତଦନ୍ତ ଜାରି ରହିଛି ।
]]>ପୁରା ଘଟଣାଟି ହେଲା, ଜଣେ ୬୮ ବର୍ଷିୟ ବ୍ୟକ୍ତି ନିଜ ପାଇଁ ନିଜେ ପ୍ରସ୍ତୁତ କଲେ ଜୁଇ । ଆଉ ସେହି ଜୁଇରେ କଲେ ଆତ୍ମହତ୍ୟା । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଘଟଣା ଘଟିଛି କେରଳର କୋଲାମ ପୁଥୁର ଅଞ୍ଚଳରେ । ଏନେଇ ଗୁରୁବାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସର କହିବାନୁଯାୟୀ, ବ୍ୟକ୍ତି ଜଣକ ନିଜେ ନିଜ ପାଇଁ ଜୁଇ ପ୍ରସ୍ତୁତ କଲେ । ଆଉ ସେଥିରେ ନିଆଁ ଲଗାଇଲେ । ସେହି ନିଆଁରେ ନିଜକୁ ଝାସ ଦେଲେ । ଏହି ବ୍ୟକ୍ତି ଜଣକ ହେଲେ ସେହି ଅଞ୍ଚଳର ମାରାନଡର ବିଜୟ କୁମାର । ନିଜ ପୈତୃକ ସମ୍ପତ୍ତି ବା ନିଜ ଜାଗାରେ ସେ ଏଭଳି ଆତ୍ମହତ୍ୟା କରିଛନ୍ତି ।
ବିଜୟ କୁମାର କୌଣସି କାରଣରୁ ଦୀର୍ଘ ଦିନ ହେବ ଚିନ୍ତାରେ ଥିଲେ କିମ୍ବା ମାନସିକ ଅଶାନ୍ତିରେ ଥିଲେ । ତାଙ୍କର କୌଣସି ଏକ ରୋଗ ଥିଲା ଯାହା ଭଲ ହେଉନଥିଲା । ତେଣୁ ସେ ନିଜ କାମକୁ ବି ଯାଉନଥିଲେ । ଏନେଇ ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି ।
ସେହି ଘରେ ଏବେ ଏକା ରହୁଥିବା ବିଜୟ କୁମାରଙ୍କ ଭଉଣୀ କହିଛନ୍ତି, ‘ହଠାତ ରାତି ଅଧରେ କାଠ ଗଦା ଜଳୁଥିବା ମୁଁ ଦେଖିଲି । ଭାବିଲି କୌଣସି କାରଣରୁ ଭୁଲ୍ରେ ନିଆଁ ଲାଗିଯାଇଥିବ । ତେଣୁ ମୁଁ ତାକୁ ଲିଭାଇବାକୁ ଚେଷ୍ଟା କରିଲି । ଜଣେ ପଡ଼ୋଶୀ ତଥା ସମ୍ପର୍କୀୟ ମଧ୍ୟ ନିଆଁ ଲିଭାଇବା ପାଇଁ ସହଯୋଗ କଲେ । ହେଲେ ସକାଳୁ ଉଠି ଦେଖିଲି ସେଠାରେ ଏକ ମୃତ ଦେହ ପଡ଼ିଛି ।’
ଏହି ଘଟଣାରେ ପୋଲିସ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରିଛି । ବିଜୟ କୁମାର ନିଜ ବନ୍ଧୁଙ୍କ ଉଦେଶ୍ୟରେ ଏହି ଚିଠି ଲେଖିଥିଲେ । ସେ ତାଙ୍କ ସାଙ୍ଗକୁ ଚିଠିରେ କହିଛନ୍ତି ଯେ, ମୁଁ ଆଉ ପାରୁନି । ମୁଁ ଆଉ କୌଣସି କାମ କରିବା ପାଇଁ ସକ୍ଷମ ନୁହେଁ । ମୋ ସ୍ୱାସ୍ଥ୍ୟ ମୋତେ ସାଥ୍ ଦଉନି ।
]]>ଆକସ୍ମିକ ଭାବେ ଆଜି କଟକ ଶ୍ରୀରାମନଗରର ଭଡ଼ା ଘରୁ ମିଳିଛି ଦୁଇ ଦୁଇ ଜଣଙ୍କ ମୃତଦେହ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିବାଂଶ ଏବଂ ଝୁଲନ୍ତା ଅବସ୍ଥାରେ ଡେଡ୍ବଡି ଉଦ୍ଧାର କରାଯାଇଛି ଶିଳ୍ପୀଙ୍କର । ଆଜି ସକାଳ ଯାଏଁ ଭିତର ପଟୁ ଘର ବନ୍ଦ ଥିବାରୁ ସନ୍ଦେହ ହେଲା । ଘର ମାଲିକ ଶିଳ୍ପୀଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆ ଏବଂ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏହାପରେ ମଧୁପାଟଣା ପୋଲିସ ସହାୟତାରେ ଘର କବାଟ ଖୋଲି ବନ୍ଦ ଘରୁ ଉଦ୍ଧାର କରାଯାଇଥିଲା ୨ଜଣଙ୍କ ମୃତଦେହ ।
ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି, ଶିଳ୍ପୀ ହିଁ ପୁଅକୁ ପ୍ରଥମେ ତଣ୍ଟିକାଟି ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିବା ସନ୍ତୋଷ ଖୁଣ୍ଟିଆ ୩ ବର୍ଷ ତଳେ ଅନ୍ୟ ଜଣେ ମହିଳାଙ୍କୁ ପ୍ରଥମ ବିବାହ କରିଥିଲେ । ଯାହାଙ୍କ ଔରସରୁ ୨ ବର୍ଷ ତଳେ ଜନ୍ମ ନେଇଥିଲା ପୁଅ ଶିବାଂଶ । ଶିବାଂଶ ଯେଉଁଦିନ ଜନ୍ମ ହୋଇଥିଲା, ସେଦିନ ହିଁ ପ୍ରାଣ ହରାଇଥିଲେ ତା ମା । ସମୟକ୍ରମେ ସୋସିଆଲ୍ ମିଡିଆ ମାଧ୍ୟମରେ ଇଞ୍ଜିନିୟର ଥିବା ଶିଳ୍ପୀଙ୍କ ସଂସ୍ପର୍ଶରେ ଆସିଲେ ସନ୍ତୋଷ ଏବଂ ବର୍ଷେ ତଳେ ସନ୍ତୋଷଙ୍କ ପୁଅ ଥିବା ଜାଣି ବି ବିବାହ କରିନେଇଥିଲେ ଶିଳ୍ପୀ । ଦିନ କେଇଟା ପରେ ଶିଳ୍ପୀ ଓ ସନ୍ତୋଷଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏହି ବିବାଦ କ୍ରମେ ଉଗ୍ରରୂପ ନେଇଥିଲା । ସ୍ଥିତି ଏମିତି ହେଲା ଯେ, ଫେସବୁକରେ I QUIT ବୋଲି ବି ଲେଖିଥିଲେ ଶିଳ୍ପୀ । ଏହାର କେଇ ଘଣ୍ଟା ପରେ ସତକୁ ସତ ସ୍ୱାମୀ ସନ୍ତୋଷଙ୍କ ଅନୁପସ୍ଥିତିରେ ପୁଅ ଶିବାଂଶଙ୍କ ହତ୍ୟା ସହ ଶିଳ୍ପୀ ସୁଇସାଇଡ୍ କରିଦେଇଥିବା କୁହାଯାଉଛି ।
ତେବେ ଏମିତି କେଉଁ ପରିସ୍ଥିତି ବାଧ୍ୟ କଲା ଯେ, ଏଭଳି ଚରମ ନିଷ୍ପତ୍ତି ନେଲେ ଶିଳ୍ପୀ ଦାସ ? ନିଜେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିବା ଶିଳ୍ପୀ ୨ ବର୍ଷିୟ ପିଲାକୁ ମାରିବା ପଛର ଉଦ୍ଦେଶ୍ୟ କଣ ? ଦାମ୍ପତ୍ୟ ବିବାଦରୁ ଶିଳ୍ପୀଙ୍କ ଏହା ଚରମ ପ୍ରତିଶୋଧ ନା ଅତି ଭଲ ପାଉଥିଲେ ବୋଲି ନିଜ ସହ ପୁଅ ଶିବାଂଶର ବି ନେଇଗଲେ ପ୍ରାଣ ? ଦାମ୍ପତ୍ୟ କଳିର ନିଆଁରେ ଘିଅ ଢାଳୁଥିଲେ କି ସଂପର୍କୀୟ ମାନେ ?
ସେପଟେ ଏହି ମାମଲାରେ କଟକ ଲାଲବାଗ୍ ଥାନା ASIଙ୍କ ଗତିବିଧିକୁ ନେଇ ଚର୍ଚ୍ଚା । ଆଜି ସଂପୃକ୍ତ ASIଙ୍କୁ ଘଟଣାସ୍ଥଳରେ ଦେଖି ତାଙ୍କୁ ଦୋଷାରୋପ କରିଛନ୍ତି ଝିଅର ସଂପର୍କୀୟ । ନିଜ ଥାନା ଅଞ୍ଚଳର ହୋଇନଥିଲେ ବି ସେ ମାମଲାରେ ହସ୍ତକ୍ଷେପ କରିବାକୁ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳକୁ ଆସିଥିବା ଅଭିଯୋଗ କରିଥିଲେ । ଏପରିକି ସଂପୃକ୍ତ ASI ପୂର୍ବରୁ ବି ଝିଅର ପରିବାରକୁ ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି ମୃତ ଶିଳ୍ପୀଙ୍କ ମାମୁ । ତେବେ ଡିସିପି କହିଛନ୍ତି, ସଂପୃକ୍ତ ASI ଘଟଣାସ୍ଥଳକୁ କାହିଁକି ଓ କେଉଁ ପରିସ୍ଥିତିରେ ଆସିଥିଲେ, କାହିଁକି ଘଟିଲା ଏତେବଡ଼ ଅଘଟଣ, ତାର ତଦନ୍ତ କରାଯାଉଛି ।
]]>୨୫ ଜଣିଆ ମହିଳା କ୍ରିକେଟ ପ୍ରଶିକ୍ଷଣ ଶିବିରରେ ଯୋଗଦେବା ପାଇଁ କଟକ ଆସିଥିଲେ ରାଜଶ୍ରୀ । କିନ୍ତୁ ଅତି ରହସ୍ୟଜନକ ଭାବେ ଗୁରୁଡ଼ିଝାଟିଆ ଜଙ୍ଗଲରୁ ପ୍ରଥମେ ରାଜଶ୍ରୀଙ୍କ ସ୍କୁଟି ଓ ପରେ ମୃତଦେହ ମିଳିଥିବାବେଳେ ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଜଶ୍ରୀଙ୍କ ବାପା । ରାଜଶ୍ରୀଙ୍କୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ବାଲା ହତ୍ୟା କରିବା ସହ ଟାଙ୍ଗି ଦେଇଥିବା ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି ।
୨୬ ବର୍ଷିୟା ରାଜଶ୍ରୀ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ର ୨୫ ଜଣିଆ ମହିଳା କ୍ରିକେଟ୍ ପ୍ରଶିକ୍ଷଣ ଶିବିରରେ ଭାଗନେଇଥିଲେ । ଡିସେମ୍ବର ୨୩ରୁ ଆରମ୍ଭ ହୋଇଥିଲା କ୍ୟାମ୍ପ । ସମସ୍ତେ ରହୁଥିଲେ ହୋଟେଲ୍ରେ । ତେବେ ପଣ୍ଡିଚେରୀରେ ହେବାକୁ ଥିବା ଟି-ଟ୍ୱେଣ୍ଟି ଓଡ଼ିଶା ସିନିୟର ମହିଳା ଦଳ ପାଇଁ ଖେଳାଳୀ ଚୟନ କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟ, ୧୦ ତାରିଖରେ ପ୍ରକାଶିତ ତାଲିକାରେ ସ୍ଥାନ ପାଇନଥିଲା ରାଜଶ୍ରୀଙ୍କ ନାଁ । ଓସିଏର ପ୍ରେସ ବିଜ୍ଞପ୍ତିରୁ ତାହା ସ୍ପଷ୍ଟ ଜଣାପଡ଼ୁଛି ।
ରାଜଶ୍ରୀଙ୍କ ରୁମ୍ ମେଟ୍ ରୋମି ଲକ୍ଷ୍ମୀ ଏକ୍କାଙ୍କ କହିବା କଥା, ଲିଷ୍ଟ ବାହାରିବା ପରେ କନ୍ଦାକଟା କରୁଥିଲେ ରାଜଶ୍ରୀ । ତାହାରି ଭିତରେ ଗତ ୧୧ ତାରିଖରୁ ନିଖୋଜ ହୋଇଗଲେ ା ବହୁ ଖୋଜାଖୋଜି ପରେ ପତ୍ତା ନମିଳିବାରୁ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ ଓଡ଼ିଶା କୋଚ୍ ପୁଷ୍ପାଞ୍ଜଳି ବାନାର୍ଜୀ । ଏପରିକି ଝିଅକୁ ଖୋଜିଦେବା ପାଇଁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଭେଟି ଗୁହାରୀ ବି କରିଥିଲେ ରାଜଶ୍ରୀଙ୍କ ବାପା, ମା । ଶେଷରେ ଆଜି ଝୁଲନ୍ତା ଅବସ୍ଥାରେ ମିଳିଛି ରାଜଶ୍ରୀଙ୍କ ମୃତଦେହ ।
ତେବେ ରାଜଶ୍ରୀଙ୍କ ଏହା ଆତ୍ମହତ୍ୟା ନା ମୃତ୍ୟୁ ପଛରେ ରହିଛି ଷଡ଼ଯନ୍ତ୍ର ? ମିଳିଥିବା ସୂଚନା ଅନୁଯାୟୀ, ରାଜଶ୍ରୀଙ୍କ ମୁହଁ ଓ ମୁଣ୍ଡରେ କ୍ଷତ ଚିହ୍ନ ରହିଛି । ତେଣୁ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇନି ତ ? ରାଜଶ୍ରୀ ଯେଉଁ ହୋଟେଲ୍ରେ ରହୁଥିଲେ, ସେଠାରୁ ଗୁରୁଡ଼ିଝାଟିଆ ଜଙ୍ଗଲର ଦୂରତା ପ୍ରାୟ ୨୦ କିଲୋମିଟର । ତେବେ ଆତ୍ମହତ୍ୟା ପାଇଁ ଏତେ ଦୂରରେ ଥିବା ଏହି ଘଞ୍ଚ ଜଙ୍ଗଲକୁ ଆସିବା ପଛର କାରଣ କଣ ? ଆତ୍ମହତ୍ୟା ପୂର୍ବରୁ କାହାକୁ ଏ ସଂପର୍କରେ ଜଣାଇଛନ୍ତି କି ରାଜଶ୍ରୀ ? ଏବେ ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ କଟକ DCP କହିଛନ୍ତି ପରିବାରର ଅଭିଯୋଗ ଆଧାରରେ ତଦନ୍ତ ହେବ । ସେପଟେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍-OCAର ସିଇଓ କହିିଛନ୍ତି, ଖେଳାଳି ଚୟନ ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନାହିଁ । ରାଜଶ୍ରୀଙ୍କଠାରୁ ଭଲ ପ୍ରଦର୍ଶନ କରିଥିବା ଖେଳାଳି ଚୟନ ହୋଇଛନ୍ତି । ଯାହା ଘଟିଛି ଦୁଃଖଦାୟକ ।
ବିଶ୍ୱକପ୍ ହକିଠୁ ଆରମ୍ଭ କରି କ୍ରୀଡାକ୍ଷେତ୍ରର ବିକାଶକୁ ନେଇ ରାଜ୍ୟ ସରକାରଙ୍କ ପ୍ରଚାର ଭିତରେ ରାଜଶ୍ରୀଙ୍କ ଭଳି ଜଣେ ଉଦୀୟମାନ ଯୁବ ମହିଳା କ୍ରିକେଟରଙ୍କ ରହସ୍ୟଜନକ ମୃତ୍ୟୁ ଛିଡ଼ା କରାଇଛି ଏକ ବିରାଟ ପ୍ରଶ୍ନ ।
]]>ସୂଚନା ଅନୁସାରେ, ଗତକାଲି ବର୍ଷାଙ୍କ ମୃତଦେହ ହାଉସିଂ ବୋର୍ଡ କଲୋନୀ ସ୍ଥିତ ଏକ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଖବରପାଇ ଭରତପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଯଦିଓ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି, ହେଲେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। କୌଣସି ସୁଇସାଇଡ୍ ନୋଟ୍ ଜବତ ହୋଇନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
#ନର୍ସଙ୍କ_ଆତ୍ମହତ୍ୟା
— ଓଟିଭି (@otvkhabar) December 18, 2022
ଭୁବନେଶ୍ୱରରେ ନର୍ସଙ୍କ ଆତ୍ମହତ୍ୟା ! ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ ।
ଭୁବନେଶ୍ୱର ହାଉସିଂ ବୋର୍ଡ କଲୋନୀର ଏକ ଘରୁ ଜଣେ ଘରୋଇ ନର୍ସଙ୍କ ମୃତଦେହ ଉଦ୍ଧାର କରାଯାଇଛି।#Bhubaneswar #OTV pic.twitter.com/ueAgNBeHoZ
ଯଦି ସେ ଆତ୍ମହତ୍ୟା କରିଥାନ୍ତି, ତା’ହେଲେ କାହିଁକି ଆତ୍ମହତ୍ୟା କଲେ ? ଆତ୍ମହତ୍ୟା ପଛର କାରଣ କ’ଣ ? ଏଦିଗରେ ମଧ୍ୟ ପୋଲିସ୍ ତଦନ୍ତ ଚଳାଇଛି। ଏହା ଆତ୍ମହତ୍ୟା ନା ଆଉ କିଛି ସେନେଇ ପୋଲିସ୍ ଖୋଳତାଡ଼ ଚଳାଇଛି।
]]>ପୋଲିସ୍ ସୂଚନା ଅନୁସାରେ, କେରଳ କୋଝିକୋଡେରେ ନୀତିନଙ୍କ ଘର ହୋଇଥିବା ବେଳେ ଚଳିତ ବର୍ଷ ଡିସେମ୍ବର ୧ରେ ସେ କଲେଜ ଜଏନ୍ କରିଥିଲେ। ହେଲେ ଦୁର୍ଭାଗ୍ୟର କଥା, ହଷ୍ଟେଲ୍ରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରାଥମିକ ତଦନ୍ତ ଅନୁସାରେ, ନୀତିନଙ୍କ ବାପାମା’ ଦୁବାଇରେ କାର୍ଯ୍ୟ କରନ୍ତି। ଡିସେମ୍ବର ୧୪, ସକାଳ ପ୍ରାୟ ସାଢ଼େ ୯ଟାରେ ନୀତିନଙ୍କ ରୁମ୍ମେଟ୍ କ୍ଲାସ୍ କରିବା ପାଇଁ ତାଙ୍କୁ ଡାକିଥିଲେ। ହେଲେ ମୁଣ୍ଡବ୍ୟଥା ହେଉଥିବା କହି ନୀତିନ ଆଉ କ୍ଲାସ୍ କରିବାକୁ ଯାଇନଥିଲେ।
କ୍ଲାସ୍ ସାରି ରୁମ୍କୁ ଫେରିବା ପରେ ନୀତିନ ରୁମ୍ର କବାଟ ଆଉ ଖୋଲି ନଥିଲେ। ହଷ୍ଟେଲ୍ ୱାର୍ଡେନ୍ ଓ ଷ୍ଟାଫଙ୍କ ସହାୟତାରେ କବାଟ ଭଙ୍ଗାଯାଇ ଥିଲା। ଏହାପରେ ଟଏଲେଟ୍ ଭିତରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନୀତିନଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ନୀତିନଙ୍କ ତଣ୍ଟି କଟି ଯାଇଥିବାରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ହେଲେ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ।
ପୋଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହାସହ ତାଙ୍କର ରୁମ୍ମେଟ୍ ଓ କଲେଜ କ୍ଲାସ୍ମେଟ୍ଙ୍କ ବୟାନ ରେକର୍ଡ କରାଯାଇଛି। ନୀତିନଙ୍କ କ୍ଲାସ୍ମେଟ୍ଙ୍କ କହିବା ଅନୁସାରେ, ସେ ସବୁବେଳେ ତାଙ୍କ ବାପାମା’ଙ୍କୁ ଫୋନ୍ କଲ୍ କରି ଯୁକ୍ତିତର୍କ କରୁଥିଲା ଓ ତାଙ୍କୁ ଭେଟିବା ପାଇଁ କହୁଥିଲେ।
]]>ଯାଜପୁର ବିଞ୍ଝାରପୁର ଥାନା ମଧୁସୂଦନପୁର ଗାଁର କୁନିଝିଅ ପିହୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ, ଗତ ୨୦୨୦ ଅଗଷ୍ଟ ୯ ତାରିଖରୁ କୁଆଡ଼େ ନିଖୋଜ ହୋଇଯାଇଛି । ଏଯାଏଁ ତାର ପତ୍ତା ନାହିଁ । ଝିଅକୁ କେହି ଅପହରଣ କରି ନେଇଥିବାର ଅଭିଯୋଗ ନେଇ ମାଆ ମୋନାଲିସା ଦୁଇ ବର୍ଷ ଧରି ବ୍ୟବସ୍ଥାର ଏ ଦୁଆର ସେ ଦୁଆର ବୁଲୁଛନ୍ତି । ହେଲେ କିଛି ଲାଭ ନାହିଁ । ଶେଷରେ ଦୁଇ ବର୍ଷ ପରେ ପିହୁ ସଂପର୍କରେ ସୂଚନାଦାତାଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ କହି ଏବେ ପୋଷ୍ଟର ମାରିଛି ପୋଲିସ୍ ।
ଆଉ ୨୦୧୭ ମାର୍ଚ୍ଚ ୨୪ ତାରିଖରେ ସମ୍ବଲପୁର ଜିଲ୍ଲା ମିୁଖ୍ୟ ହସ୍ପିଟାଲ୍ର ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି, ରାତି ଅଧରେ କୌଶଳକ୍ରମେ ହସ୍ପିଟାଲ୍ ଭିତରୁ ଏକ ନବଜାତ ଶିଶୁକୁ କେମିତି ଜଣେ ମହିଳା ଚୋରି କରି ନେଉଛନ୍ତି । ଏହି ଘଟଣା ସ୍ପଷ୍ଟ ଦିଶୁଥିବା ସତ୍ତ୍ୱେ ଏଯାଏଁ ତାର ବି କିଛି ଖୋଜ୍ଖବର ନାହିଁ ।
ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ଶିଶୁ ନିଖୋଜ ଘଟଣାର ଏ ଦୁଇଟି ତ କେବଳ ଉଦାହରଣ ମାତ୍ର । ହେଲେ ଏ କ୍ଷେତ୍ରରେ ଜାତୀୟ କ୍ରାଇମ୍ ରେକର୍ଡସ ବ୍ୟୁରୋ ବା NCRBର ତଥ୍ୟ କହୁଛି ଗଲା ୬ ବର୍ଷରେ ରାଜ୍ୟରୁ ନିଖୋଜ ହେଇଗଲେଣି ୧୬ ହଜାର ୬୫୪ ଶିଶୁ । ଆହୁରି ଉଦ୍ବେଗଜନକ କଥାଟି ହେଉଛି ୨୦୨୦ରୁ ୨୦୨୧, ଏଇ ବର୍ଷକ ଭିତରେ ରାଜ୍ୟରେ ଶିଶୁ ନିଖୋଜ ଘଟଣା ୪୨ ପ୍ରତିଶତ ବଢ଼ିଛି । ୨୦୨୦ରେ ରାଜ୍ୟରୁ ୨୮୯୯ ଶିଶୁ ଗାଏବ୍ ହୋଇଥିଲା ବେଳେ ପୂର୍ବର ସବୁ ରେକର୍ଡ ଭାଙ୍ଗି ୨୦୨୧ରେ ନିଖୋଜ ହୋଇଛନ୍ତି ୪ ହଜାର ୧୩୩ ଜଣ । ଅର୍ଥାତ୍ ଦିନକୁ ନିଖୋଜ ହେଉଛନ୍ତି ପାଖାପାଖି ୧୧ ଶିଶୁ ।
୨୦୨୧ର ତଥ୍ୟରୁ ଆଉ ଯେଉଁ ସାଂଘାତିକ ଦିଗଟି ସାମ୍ନାକୁ ଆସିଛି ତାହା ହେଉଛି ଏଇ ବର୍ଷ ନିଖୋଜ ଶିଶୁଙ୍କ ମଧ୍ୟରେ ୪୭୭ ଜଣ ନାବାଳକ ଥିଲା ବେଳେ ନାବାଳିକାଙ୍କ ସଂଖ୍ୟା ହେଉଛି ୩ ହଜାର ୬୫୬ ଜଣ । ହେଲେ ଏମାନେ ଯାଉଛନ୍ତି କୁଆଡ଼େ ? ସେମାନଙ୍କୁ ନେଉଛି କିଏ ? କେଉଁ ଉଦ୍ଦେଶ୍ୟରେ ନେଉଛି ? ୟା ପଛରେ ରୀତିମତ ଯୋଜନାବଦ୍ଧ ଶିଶୁ ଚାଲାଣ ରାକେଟ୍ କାମ କରୁଛି କି ? ଯେଉଁ କ୍ଷେତ୍ରରେ କିଛି ପିଲା ମିଳୁଛନ୍ତି, ସେ କ୍ଷେତ୍ରରେ ଚାଲାଣକାରୀଙ୍କ ପାଖରେ କାହିଁକି ପହଞ୍ଚି ପାରୁନିି ପୋଲିସ୍ ? ଏଭଳି ପ୍ରଶ୍ନ ଏବେ ବିଶେଷଜ୍ଞଙ୍କ ମତରେ ଉଙ୍କି ମାରୁଛି ।
ଶିଶୁଙ୍କ ପ୍ରତି ଏଭଳି ଅପରାଧ ଓ ଅଘଟଣକୁ ଏଡ଼ାଇବାକୁ ରାଜ୍ୟରେ ଅପରେସନ୍ ସ୍ମାଇଲ୍, ମୁସ୍କାନ୍ ଓ ପରୀ ଭଳି କାଗଜକଲମରେ ବହୁ କାର୍ଯ୍ୟକ୍ରମ ଚାଲିଛି । ତା ସତ୍ତ୍ୱେ ଆମ ଭବିଷ୍ୟତଙ୍କୁ ସୁରକ୍ଷା ଦେବାରେ ପୂରା ବ୍ୟବସ୍ଥାର ଏ ନିପାରିଲାପଣ ଉଦ୍ବେଗ ସୃଷ୍ଟି କରିଛି ।
]]>
ପାରିବାରିକ ସମସ୍ୟାରୁ ରାଜ୍ୟରେ ୪,୦୩୩ ଜଣ ଆତ୍ମହତ୍ୟା କରିଛନ୍ତି। ସେଥିମଧ୍ୟରୁ୧୩୪ ବିବାହ ଜନିତ ହୋଇଥିବାବେଳେ ୧୩୨ ଆତ୍ମହତ୍ୟା ପ୍ରେମ ଜନିତ ବୋଲି ଜଣାପଡ଼ିଛି। ଆତ୍ମହତ୍ୟା କରିଥିବା ମଧ୍ୟରେ ରହିଛନ୍ତି ୮୩୪ ଜଣ ଛାତ୍ରଛାତ୍ରୀ। ଛାତ୍ରଙ୍କ ସଂଖ୍ୟା ୬୯୭ ରହିଥିବାବେଳେ ୧୩୭ ଜଣ ଛାତ୍ରୀ ରହିଛନ୍ତି।୨୦୨୦ ତୁଳନାରେ ଆତ୍ମହତ୍ୟା ସଂଖ୍ୟା ୧.୯% ବୃଦ୍ଧି ପାଇଛି। ଗତବର୍ଷ ୩୦୨ ଜଣ ଦିନ ମଜୁରିଆ ଆତ୍ମହତ୍ୟା କରିଛନ୍ତି। ୨,୩୨୨ ଜଣ ବିଷ ପିଇ ଜୀବନ ହାରିଛନ୍ତି। ୨,୭୫୩ ଜଣ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି।
ରାଜ୍ୟରେ ମହିଳା ବିରୋଧୀ ହିଂସା ମଧ୍ୟ ବଢୁଥିବାର ତଥ୍ୟ ମିଳିଛି। ବିଶେଷ କରି ଅସଦାଚରଣ ଓ ଦୁଷ୍କର୍ମ ମାମଲା ଚିନ୍ତାଜନକ ରହିଛି। ୧୪, ୮୫୩ଟି ମାମଲା ରୁଜୁ ହୋଇଛି। ଯାହାକି ଦେଶରେ ସର୍ବାଧିକ। ଏପରିକି ମହିଳା ବିରୋଧୀ ହିଂସା ସମ୍ପର୍କିତ ସାଇବର କ୍ରାଇମ୍ ମଧ୍ୟ ୫୬୫ଟି ମାମଲା ରୁଜୁ ହୋଇଛି। ସେହିପରି ଶିଶୁ ନିଖୋଜ ଯାହାକୁ ଅପହରଣ ବୋଲି କୁହାଯାଉଛି, ତାହା ମଧ୍ୟ ରାଜ୍ୟରେ ଚିନ୍ତାଜନକ ରହିଛି।
]]>ଦିଲ୍ଲୀର ଜୈତପୁର ଅଞ୍ଚଳରେ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ୩୩ ବର୍ଷୀୟ ଉକ୍ତ ମହିଳା ଗତ ୮ ବର୍ଷ ହେବ ଲିଭ୍-ଇନ୍ରେ ରହୁଥିଲେ। ତେବେ ୮ ବର୍ଷରେ ଲିଭ୍-ଇନ୍ ପାର୍ଟନର ମହିଳାଙ୍କ ଉପରେ ଚାପ ପକାଇ ଜୋର ଜବରଦସ୍ତ ୧୪ ଥର ଗର୍ଭପାତ କରାଇଥିଲେ। ଏଥିରେ ଅତିଷ୍ଠ ହୋଇ ଶେଷରେ ମହିଳା ଜଣକ ଚରମ ନିଷ୍ପତ୍ତି ନେଇଥିଲେ ଓ ଜୁଲାଇ ୫ରେ ଆତ୍ମହତ୍ୟା କରିଥିଲେ।
ଘଟଣାକୁ ନେଇ ଖୋଳତାଡ଼ ପରେ ମହିଳାଙ୍କ ଡ୍ରେସ୍ରୁ ସୁଇସାଇଡ୍ ନୋଟ୍ ମିଳିଥିଲା। ଏହାପରେ ଆତ୍ମହତ୍ୟା ପାଇଁ ଉସକାଇବା ଓ ଦୁଷ୍କର୍ମ ନେଇ ମାମଲା ରୁଜୁ କରାଯାଇଛି। ମହିଳା ଜଣକ ଦିଲ୍ଲୀର ଜୈତପୁର ଅଞ୍ଚଳରେ ରହୁଥିଲେ। ସେ ବିବାହିତା ଥିଲେ ଓ ତାଙ୍କର ୨ ଜଣ ଝିଅ ଅଛନ୍ତି। ହେଲେ ୯ ବର୍ଷ ହେବ ସେ ତାଙ୍କ ସ୍ୱାମୀଙ୍କଠୁ ଅଲଗା ରହୁଥିଲେ। ପାଠପଢ଼ା ନେଇ ମହିଳା ଜଣକ ୨ ଝିଅଙ୍କୁ ହଷ୍ଟେଲ ପଠାଇ ଦେଇଥିଲେ ଓ ନିଜେ ଲିଭ୍-ଇନ୍ରେ ରହୁଥିଲେ। ତେବେ ଲିଭ୍-ଇନ୍ ପାର୍ଟନରଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଓ ୧୪ ଥର ଗର୍ଭପାତକୁ ନେଇ ଶେଷରେ ସେ ଜୀବନ ହାରିବା ଲାଗି ନିଷ୍ପତ୍ତି ନେଇଥିଲେ।
୮ ବର୍ଷ ହେବ ତାଙ୍କ ସହ କ’ଣ ସବୁ ଘଟିଥିଲା ମହିଳା ଜଣକ ସବୁକିଛି ସୁଇସାଇଡ୍ ନୋଟ୍ରେ ଲେଖିଛନ୍ତି। ଆତ୍ମହତ୍ୟା ପାଇଁ ସେ ବିହାରର ମଧେପୁରାର ଜଣେ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି। ଅଭିଯୁକ୍ତ ଜଣକ ନୋଏଡାର ଏକ କମ୍ପାନୀ ସଫ୍ଟୱେୟାର ଇଞ୍ଜିନିୟର ଅଛନ୍ତି। ସମ୍ପୃକ୍ତ ମହିଳା ସୁଇସାଇଡ୍ ନୋଟ୍ରେ ଲେଖିଛନ୍ତି, ଗତ ୮ ବର୍ଷରେ ସେ ୧୪ଥର ଗର୍ଭବତୀ ହୋଇଛନ୍ତି। ହେଲେ ପ୍ରତ୍ୟେକ ଥର ଚାପ ପକାଇ ଗର୍ଭପାତ କରାଯାଇଥିଲା। ନିଜ ମୋବାଇଲ୍ରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ପ୍ରମାଣ ଥିବା କଥା ସମ୍ପୃକ୍ତ ମହିଳା ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ କରିଛନ୍ତି। ପୋଲିସ୍ ମୋବାଇଲ୍ ଜବତ କରି ଯାଞ୍ଚ ପରେ FIR ରୁଜୁ କରିଛି।
]]>ଉମରକୋଟ ସହରରେ ତନୁଜା ରହୁଥିବା ଘର ଭିତରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏହାସହ ସୁଇସାଇଡ୍ ନୋଟ୍ ଓ ମୋବାଇଲ ଫୋନ୍ ପୋଲିସ୍ ଜବତ କରିଛି। ତାଙ୍କ ଆତ୍ମହତ୍ୟା ପାଇଁ ସେ କାହାକୁ ଦାୟୀ କରି ନାହାନ୍ତି। ଏପରିକି ମୃତ୍ୟୁ ସମ୍ପର୍କରେ ଖୋଳତାଡ଼ ନକରିବାକୁ ସୁଇସାଇଡ୍ ନୋଟ୍ରେ ଲେଖା ଯାଇଛି।
#ରିଲ୍_ରାଣୀଙ୍କୁ_ଝୁରୁଛି_ଉମରକୋଟ:
— ଓଟିଭି (@otvkhabar) July 11, 2022
ଲେଡି-ପିଇଟି ତନୁଜା ବିଶ୍ୱାସଙ୍କୁ ନେଇ ଏବେ ସାରା ସହରରେ ଚର୍ଚ୍ଚା। ତାଙ୍କ ଅନ୍ଦାଜ ପାଇଁ ସେହି ଛୋଟିଆ ସହରଟିରେ ସେ ଥିଲେ ଖୁବ୍ ଜଣାଶୁଣା। କିନ୍ତୁ ହଠାତ୍ ସେ ନିଜ ଜୀବନକୁ ଶେଷ କରିଦେଲେ ଗୋଟିଏ ମୁହୂର୍ତ୍ତରେ। #Umarkot #Nabarangpur #Odisha pic.twitter.com/8RBPYYJW7D
ସୁଇସାଇଡ୍ ନୋଟ୍କୁ ନେଇ ପୋଲିସ ଅଧିକ ଖୋଳତାଡ଼ କରୁଛି। ଜଣେ ଆଗଧାଡ଼ିର କ୍ରୀଡ଼ା ଶିକ୍ଷୟିତ୍ରୀ ଭାବେ ତନୁଜାଙ୍କର ନବରଙ୍ଗପୁର ଜିଲ୍ଲାରେ ବେଶ୍ ପରିଚୟ ରହିଥିଲା। ସେ ବିଭିନ୍ନ ସମୟରେ ପିଲାଙ୍କୁ ଖେଳକୁଦ ସହ ସୁସ୍ଥ ରହିବାକୁ ପରାମର୍ଶ ଦେଉଥିଲେ। ତନୁଜାଙ୍କ ଆତ୍ମହତ୍ୟାକୁ ପରିବାର ଲୋକ, ପଡ଼ୋଶୀ ଓ ସାଙ୍ଗସାଥୀ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଉମରକୋଟ ଥାନାରେ ଏକ ଅପମୃତ୍ୟୁ ମାମଲା ଋଜୁ କରାଯାଇ ତଦନ୍ତ ଜାରି ରହିଛି।
]]>ରାଜଧାନୀରେ ବିଜେବି କଲେଜ୍ ଛାତ୍ରୀ ରୁଚିକା ଅାତ୍ମହତ୍ୟାକୁ ନେଇ ତମ୍ବିତୋଫାନ ଚାଲିଥିବା ବେଳେ ଅାଜି ଅାଉ ଜଣେ ଛାତ୍ରୀ ଅାତ୍ମହତ୍ୟା କରିଛନ୍ତି ଅାଚାଯର୍ୟ ବିହାରରେ ଥିବା ଏକ ଭଡ଼ା ଘରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି ବେକରେ ଫାଶି ଲଗାଇଥିବା ଅବସ୍ଥାରେ ମୃତଦେହ ମିଳିଛି ମୃତ ଛାତ୍ରୀଙ୍କ ନାଁ ଅାଶ୍ରିତା ସେନାପତି ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜରେ ସେ ଏମସିଏ ପଢୁଥିଲେ ତାଙ୍କ ଘର ଭଦ୍ରକ ତିହିଡିରେ ହୋଇଥିବା ବେଳେ ଗଲା ୫ ମାସ ହେଲା ଅାଚାଯର୍ୟବିହାରର ଭଡା ଘରେ ରହିଅାସୁଥିଲେ ଅାଜି ପରିବାର ଲୋକ ତାଙ୍କୁ ଫୋନ୍ କରିବାରୁ ସେ ଉଠାଇନଥିଲେ ପରେ ଘର କବାଟ ଭାଙ୍ଗି ଭିତରକୁ ପଶିଥିଲେ ଘଟଣାସ୍ଥଳରୁ ଏକ ସୁସାଇଡ୍ ନୋଟ୍ ମିଳିଥିବା ପୋଲିସ ସୂଚନା ଦେଇଛି ତେବେ ମୃତୁ୍ୟର କାରଣ ଅସ୍ପଷ୍ଟ ରହିଛି ମୃତଦେହ ଜବତ କରି ପୋଲିସ ଛାନ୍ଭିନ୍ ଚଳାଇଛି ..
୪ ଦିନ ପୂର୍ବରୁ ଠିକ୍ ଏମିତି ଜଣେ ଛାତ୍ରୀ ରୁଚିକା ମହାନ୍ତି ବିଜେବି କଲେଜ ହଷ୍ଟେଲ୍ରେ ଆତ୍ମହତ୍ୟା କରିଥିଲେ । ତାଙ୍କ ମୃତ୍ୟୁକୁ ୪ ଦିନ ବିତିଛି । ହେଲେ କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ରୁଚିକା? ରାଗିଂ ଅଭିଯୋଗର ସତ୍ୟାସତ୍ୟ କେତେ? ରାଗିଂ ପଛରେ କିଏ ସାମିଲ? କିଏ ସେହି ତିନି ଜଣ ସିନିୟର? ଏସବୁ ପ୍ରଶ୍ନକୁ ନେଇ ଏବେ ଚାଲିଛି ଖୋଳତାଡ଼ । ରୁଚିକାଙ୍କ ସ୍କୁଲ, କଲେଜ ସାଙ୍ଗ, କଲେଜ୍ କତ୍ତୃପକ୍ଷଙ୍କ ସମେତ ଏଯାବତ ଶହେରୁ ଅଧିକ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି । ପୋଲିସ୍ ଟିମ୍ ରୁଚିକାଙ୍କ ଗାଁକୁ ଯାଇ ତଦନ୍ତ କରିଛି ।
ଅନ୍ୟପକ୍ଷେ, ଝିଅକୁ ନ୍ୟାୟ ଦାବିରେ ଏବେ ବି ରୁଚିକାଙ୍କ ବାପା ମାଆ କଲେଜ୍ ସମ୍ମୁଖରେ ଧାରଣାରେ ବସିଛନ୍ତି । ରୁଚିକାଙ୍କ ବାପା, ମାଆ ଓ ଭାଇ ବି ଛାତ୍ରଛାତ୍ରୀଙ୍କ ସହ ଧାରଣା ଦେଇଛନ୍ତି । ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ, ଆତ୍ମହତ୍ୟା ପାଇଁ ଦାୟୀ ଅଭିଯୁକ୍ତଙ୍କୁ ଚିହ୍ନଟ ଓ ରାଗିଂ ବନ୍ଦ ପାଇଁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଦାବିରେ ଗଣଧାରଣା ଜାରି ରହିଛି ।
ଏହାସହ ରାଗିଂ ପାଇଁ ମେଧାବୀ ଛାତ୍ରୀ ରୁଚିକାଙ୍କ ମୃତ୍ୟୁର ପ୍ରତିବାଦ ଓ ତାଙ୍କ ପରିବାରକୁ ନ୍ୟାୟ ଦାବି କରି ରାଜଧାନୀ, ତାଙ୍କ ଜନ୍ମମାଟି ଆଠଗଡ଼ର କଖଡ଼ି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କ୍ୟାଣ୍ଡେଲ ରାଲି କରାଯାଇଛି । ସେହିପରି ରୁଚିକା ଆତ୍ମହତ୍ୟା ଘଟଣା ନେଇ ହୁଲୁସ୍ତୁଲ ବିଧାନସଭା । ଗତକାଲି ପ୍ରଶ୍ନକାଳରେ ବିରୋଧୀ ଏ ପ୍ରସଙ୍ଗରେ ଆଲୋଚନା ଦାବି କରି ପ୍ରବଳ ହୋହଲ୍ଲା କରିଥିଲେ ।
]]>ସୂଚନା ଅନୁସାରେ, ୧୪ ବର୍ଷୀୟ ପୂର୍ବଜ କର୍ଣ୍ଣାଟକର ଏକ ସ୍କୁଲ୍ ହଷ୍ଟେଲରେ ରହି ପଢ଼ୁଥିଲେ। ଜୁନ୍ ୧୧ରେ ମା’ଙ୍କ ଜନ୍ମଦିନ ଥିବାରୁ ଶୁଭେଚ୍ଛା ଜଣାଇବା ଲାଗି ୱାର୍ଡେନଙ୍କୁ ଫୋନ୍ ମାଗିଥିଲେ। ହେଲେ ୱାର୍ଡେନ ତାଙ୍କୁ ଫୋନ୍ ଦେଇ ନଥିବା ସୂଚନା ମିଳିଛି।
ପୋଲିସ୍ ସୂଚନା ଅନୁସାରେ, ପୂର୍ବଜଙ୍କ ପରିବାର ଲୋକ ମଧ୍ୟ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନଥିଲା। କାରଣ ପରିବାର ଲୋକଙ୍କ ସହ କଥା ହେବା ପାଇଁ ପୂର୍ବଜଙ୍କୁ ଅନୁମତି ମିଳିନଥିଲା। ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ନପାରିବାରୁ ମା’ଙ୍କୁ ଝୁରି ଝୁରି ଶେଷରେ ସେ ଆତ୍ମହତ୍ୟା ପାଇଁ ଚରମ ନିଷ୍ପତ୍ତି ନେଇଥିଲେ।
ସୁଇସାଇଡ୍ ନୋଟ୍ ଲେଖିବା ପରେ ପୂର୍ବଜ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଶନିବାର ବିଳମ୍ବିତ ରାତିରେ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ଅନ୍ୟ ଛାତ୍ରମାନେ ମୃତଦେହ ଦେଖିବା ପରେ ହଷ୍ଟେଲ ମ୍ୟାନେଜମେଣ୍ଟକୁ ଜଣାଇଥିଲେ। ଏହାପରେ ପୋଲିସକୁ ଖବର ଦିଆଯାଇଥିଲା। ଛାତ୍ରଙ୍କ ବାପାମା’ ହଷ୍ଟେଲରେ ପହଞ୍ଚିବା ସହ ପୋଲିସ୍ ଘଟଣାର ତଦନ୍ତ ଚଳାଇଛି।
]]>ଗୁରୁଗ୍ରାମ କାର୍ଟର ପୁରୀ ଗାଁର ୨୫ ବର୍ଷୀୟ ନବବିବାହିତା ଋତୁଙ୍କ ମୃତ୍ୟୁ ହୋଇଛି। ହେଲେ ମୃତ୍ୟୁ ପୂର୍ବରୁ ସେ ସୁଇସାଇଡ୍ ନୋଟ୍ ଛାଡ଼ି ଚାଲି ଯାଇଛନ୍ତି। ଯେଉଁଥିରେ ସେ ଆତ୍ମହତ୍ୟାର କାରଣ ଓ ଶେଷ ଇଚ୍ଛା ସମ୍ପର୍କରେ ଉଲ୍ଲେଖ କରିଛନ୍ତି।ଆତ୍ମହତ୍ୟା ପାଇଁ ସେ ଶାଶୂ ଘର ଲୋକଙ୍କୁ ଦାୟୀ କରିଛନ୍ତି। ସୁଇସାଇଡ୍ ନୋଟ୍ରେ ଋତୁ ନିଜ ଶେଷ ଇଚ୍ଛା ସମ୍ପର୍କରେ ଲେଖିଛନ୍ତି। ସେ ଲେଖିଛନ୍ତି, ‘ମୁଁ ମରିଗଲେ ମୋ ମୁହଁକୁ ଶାଶୂ ଘର ଲୋକ ଯେଭଳି ନ ଦେଖନ୍ତି। ମୁଁ ଶାଶୂ ଘର ଲୋକଙ୍କ ତାଚ୍ଛଲ୍ୟ ଆଉ ସହି ପାରୁନି। ସବୁବେଳେ ଏସବୁ ଶୁଣିକି ମୁଁ ପୁରା ଅସହ୍ୟ ହୋଇପଡ଼ିଲିଣି।’
ଘଟଣାକୁ ନେଇ ଋତୁଙ୍କ ଭାଇ କହିଛନ୍ତି, ‘ଗତ ଫେବୃଆରୀ ୧୮ରେ ଦିଲ୍ଲୀର ଚେତନ ନାମକ ଜଣେ ଯୁବକଙ୍କ ସହ ମୋ ଭଉଣୀର ବାହାଘର ହୋଇଥିଲା। ମୋ ଭଉଣୀ MBA ପରେ ଚାକିରି କରିବାକୁ ଚାହୁଁଥିଲା। ହେଲା ତା’ ଶାଶୂ ଘର ଲୋକଙ୍କୁ ଏହା ପସନ୍ଦ ନଥିଲା। ସ୍ୱାମୀ, ଶାଶୂ ଓ ପରିବାରର ଅନ୍ୟ ସଦସ୍ୟ ଯୌତୁକ ପାଇଁ ମୋ ଭଉଣୀକୁ ହଇରାଣ କରୁଥିଲେ। ଫଳରେ ଏସବୁ ସହି ନପାରି ଆତ୍ମହତ୍ୟା କରିବାକୁ ସେ ବାଧ୍ୟ ହୋଇଥିଲା’
ସମ୍ପର୍କୀୟଙ୍କ କହିବା ଅନୁସାରେ, ୩ ମାସ ପୂର୍ବେ ଋତୁଙ୍କ ବିବାହ ହୋଇଥିଲା। ବିବାହରେ ଆମେ ନିଜ ସାମର୍ଥ୍ୟଠୁ ଅଧିକ ଯୌତୁକ ଦେଇଥିଲୁ। ହେଲେ ଛୋଟ ଛୋଟ କଥାକୁ ନେଇ ଶାଶୂ ଘର ଲୋକ ଋତୁଙ୍କୁ ହଇରାଣ କରୁଥିଲେ। ସବୁକିଛି ଠିକ୍ ହୋଇଯିବ। ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏସବୁ କହି ଆମେ ଋତୁଙ୍କୁ ବୁଝାଇଥିଲୁ। ହେଲେ ଆମେ ଜାଣି ନଥିଲୁ ଶ୍ୱଶୁର ଘର ଲୋକଙ୍କ ତାଚ୍ଛଲ୍ୟରେ ସେ ଏତେ ଅସହ୍ୟ ହୋଇପଡ଼ିବେ ଓ ଶେଷରେ ସେ ଆତ୍ମହତ୍ୟା କରିବେ।
ଅନ୍ୟପକ୍ଷେ, ଋତୁଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତାଙ୍କ ଶାଶୂ ଘର ଲୋକଙ୍କ ବିରୋଧରେ ଯୌତୁକ ହତ୍ୟା ନେଇ ମାମଲା ରୁଜୁ ହୋଇଛି। ପୋଲିସ୍ ଘଟଣାର ତଦନ୍ତ ଚଳାଇଛି।
]]>ତିନିଜଣ ଯାକ ଆତ୍ମହତ୍ୟା କରିଥିବା ପୋଷ୍ଟ ମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଝୁଲନ୍ତା ଅବସ୍ଥାରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ମୃତଦେହରେ ବାହ୍ୟ କ୍ଷତ ନାହିଁ । ଶରୀରର ଆଭ୍ୟନ୍ତରରେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ବି ଅକ୍ଷତ ରହଛି । ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ୩ ଜଣ ଝିଅଙ୍କୁ ସେମାନଙ୍କ ଘର ଲୋକେ ମିନା ବଜାର ଏବଂ କଳସୀ ଯାତ୍ରା ଯିବାକୁ ଛାଡ଼ିନଥିଲେ । ଏଥିରେ ହତାଶ ହୋଇ ସେମାନେ ଗାଁ ପାଖ ଡଙ୍ଗରକୁ ଯାଇ କୁସୁମ ଗଛରେ ଓଢ଼ଣି ଲଗାଇ ଝୁଲି ପଡ଼ିଥିଲେ । ଗତ ୯ ତାରିଖରେ ଘଟିଥିଲା ଏହି ଅଘଟଣ ।
ସୂଚନାଯୋଗ୍ୟ, ଓଡ଼ିଶାରେ ବର୍ଷକୁ ପ୍ରତି ଲକ୍ଷେ ଲୋକରେ ହତ୍ୟାକାଣ୍ଡ ନେଉଛି ୩ ଜୀବନ । କିନ୍ତୁ ଆତ୍ମହତ୍ୟାରେ ଚାଲିଯାଉଛି ୧୨ ପ୍ରାଣ । କେବଳ ଓଡ଼ିଶା କାହିଁକି, ଭାରତ ତଥା ସାରା ବିଶ୍ୱରେ ହତ୍ୟାଜନିତ ମୃତ୍ୟୁ ତୁଳନାରେ ଆତ୍ମହତ୍ୟା ହାର ଢେର୍ ଅଧିକ । ଏହିତଥ୍ୟ ସାମ୍ନାକୁ ଆସିବା ପରେ ଚାରିଆଡ଼େ ଚର୍ଚ୍ଚା । ମାନସିକ ରୋଗ ବିଶେଷଜ୍ଞଙ୍କ ମତରେ ପରିବାର ଓ ସାଙ୍ଗସାଥୀଙ୍କ ସହଯୋଗ ରହିଲେ, କମିପାରିବ ଆତ୍ମହତ୍ୟା ଜନିତ ମୃତ୍ୟୁ ।
ନ୍ୟାସନାଲ କ୍ରାଇମ୍ ରେକର୍ଡ୍ସ ବ୍ୟୁରୋ- NCRB ତଥ୍ୟ କହୁଛି, ଓଡ଼ିଶାରେ ହତ୍ୟାକାଣ୍ଡ ଯୋଗୁ ଯେତିକି ଲୋକଙ୍କ ମୃତ୍ୟୁ ହେଉଛି, ତା ତୁଳନାରେ ଆତ୍ମହତ୍ୟା ହାର ୩.୮ ଗୁଣା ।
୨୦୨୦ରେ ରାଜ୍ୟରେ ପ୍ରତି ଲକ୍ଷେ ଲୋକଙ୍କ ମଧ୍ୟରେ ହତ୍ୟାଜନିତ ମୃତ୍ୟୁହାର ଥିଲା ୩.୨ । ହେଲେ ଏ ସମୟରେ ଆତ୍ମହତ୍ୟା ହାର ଥିଲା ୧୨.୨, ଅର୍ଥାତ୍ ପ୍ରତି ଲକ୍ଷେ ଲୋକଙ୍କ ଭିତରୁ ୧୨ ଜଣ ଆତ୍ମହତ୍ୟା କରିଥିଲେ । କେରଳର ହତ୍ୟା ତୁଳନାରେ ଆତ୍ମହତ୍ୟା ହାର ୨୪ଗୁଣା, ଯାହାକି ଦେଶରେ ସର୍ବାଧିକ । ଏହାପଛକୁ ତେଲଙ୍ଗାନାରେ ହତ୍ୟା ତୁଳନାରେ ଆତ୍ମହତ୍ୟା ହାର ୧୦.୨ ଗୁଣା ରହିଛି । କିନ୍ତୁ ଦେଶର ଏକମାତ୍ର ରାଜ୍ୟ ଭାବେ ବିହାରରେ ଆତ୍ମହତ୍ୟା ତୁଳନାରେ ହତ୍ୟା ହାର ଅଧିକ । ସେଠାରେ ପ୍ରତି ଲକ୍ଷେ ଲୋକରେ ଆତ୍ମହତ୍ୟା ହାର ୦.୭ ଥିଲା ବେଳେ ହତ୍ୟା ହାର ରହିଛି ୨.୬ ।
]]>ଇଶ୍ୱରପ୍ପାଙ୍କ ୨ ଜଣ ସହଯୋଗୀ ବାସବରାଜ୍ ଓ ରମେଶଙ୍କ ନାଁ ମଧ୍ୟ FIRରେ ଉଲ୍ଲେଖ କରାଯାଇଛି। ସନ୍ତୋଷଙ୍କ ଭାଇ ପ୍ରଶାନ୍ତଙ୍କ ଅଭିଯୋଗ ଆଧାରରେ ପୋଲିସ୍ FIR ରୁଜୁ କରିଛି। ସନ୍ତୋଷ ଅଭିଯୋଗ ଆଣିଥିଲେ ଯେ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତ ରାଜ ବିଭାଗ ଅଧିନରେ କରିଥିବା ୪ କୋଟି ଟଙ୍କାର କାମ ପାଇଁ ମନ୍ତ୍ରୀଙ୍କ ସହଯୋଗୀମାନେ ତାଙ୍କ ଠାରୁ ୪୦% କମିଶନ ଦାବି କରିଥିଲେ।
ସୁଇସାଇଡ୍ ନୋଟ୍ରେ ସନ୍ତୋଷ ଉଲ୍ଲେଖ କରିଛନ୍ତି, ତାଙ୍କ ମୃତ୍ୟୁ ପାଇଁ କେବଳ କେଏସ୍ ଇଶ୍ୱରପ୍ପା ହିଁ ଦାୟୀ ରହିବେ। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ମୋ ପରିବାରକୁ ସାହାଯ୍ୟ କରନ୍ତୁ। ମୁଁ ହାତ ଯୋଡ଼ି ଏହା ଅନୁରୋଧ କରୁଛି।’
ଅନ୍ୟପକ୍ଷେ, ଘଟଣାର ତଦନ୍ତ ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆସିଥିବା ଅଭିଯୋଗକୁ ମନ୍ତ୍ରୀ କେଏସ୍ ଇଶ୍ୱରପ୍ପା ଖଣ୍ଡନ କରିଛନ୍ତି। ଏହାସହ ସେ ସନ୍ତୋଷଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ତଦନ୍ତ ପରେ ସତ ସାମ୍ନାକୁ ଆସି ବୋଲି ସେ କହିଛନ୍ତି।
]]>ଭୋଗରାଇ ବଡ଼ବନ୍ଦାଣୀ ଗ୍ରାମର ଜୟଗୋପାଳ ଦାସ। ଗୁଜରାଟ ମୋରବି ସହରରେ ଏକ ସେରାମିକ୍ କମ୍ପାନିରେ ଇଲେକ୍ଟ୍ରିକ୍ ଇନଚାର୍ଜ ଥିଲେ। କରୋନା ଭୟରେ ଘରକୁ ପଳାଇ ଆସିଲେ, ପରେ ଫେରିଲା ବେଳକୁ ଆଉ ଚାକିରି ନାହିଁ। କରୋନା ବେଳେ ବେରୋଜଗାରର ଏ ଥିଲା କିଛି ଉଦାହରଣ ମାତ୍ର।
ସଂସଦରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ରଖିଥିବା ତଥ୍ୟ କହୁଛି, ବେରୋଜଗାର ଓ ଋଣ ବୋଝ ସହି ନପାରି ଗଲା ୩ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୨୫ ହଜାରରୁ ଅଧିକ ଲୋକ। ରୋଜଗାର ନ ଥିବାରୁ ୯ ହଜାର ୧୪୦ ଜଣ ଜୀବନ ହାରିଥିବା ବେଳେ ଦେବାଳିଆପଣ ବା ଋଣବୋଝ ନେଇଛି ୧୬ ହଜାର ୯୧ ଜଣଙ୍କ ଜୀବନ। ଏନ୍ସିଆର୍ବି ତଥ୍ୟ ଆଧାରରେ ଦିଆଯାଇଥିବା ଏ ପରିସଂଖ୍ୟାନ କହୁଛି, ରୋଜଗାର ନ ଥିବାରୁ ୨୦୧୮ରେ ୨ ହଜାର ୭୪୧ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୧୯ରେ ୨ ହଜାର ୮୫୧ ଜଣ ଓ ୨୦୨୦ରେ ୩ ହଜାର ୫୪୮ ଜଣ ଜୀବନ ହାରିଛନ୍ତି।
ସେହିଭଳି ଦେବାଳିଆପଣ ବା ଋଣ ଚାପରେ ୨୦୧୮ରେ ୪ ହଜାର ୯୭୦ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୧୯ରେ ୫ ହଜାର ୯୦୮ ଜଣ, ୨୦୨୦ରେ ୫ ହଜାର ୨୧୩ ଜଣ ଜୀବନ ହାରିଛନ୍ତି। ମାନସିକ ରୋଗ ବିଶେଷଜ୍ଞଙ୍କ କହିବା କଥା, ଜୀବିକା ହରାଇବା ପରେ ଲୋକଙ୍କ ମାନସିକ ଚାପ ବଢ଼ିଯାଏ, ଯାହାକି ସେମାନଙ୍କୁ ଆତ୍ମହତ୍ୟା ଭଳି ପନ୍ଥା ଆପଣାଇବାକୁ ବାଧ୍ୟ କରୁଛି। ଅର୍ଥନୀତି ବିଶାରଦଙ୍କ ମତରେ ଆଗକୁ ବେରୋଜଗାର ସ୍ଥିତିରେ ସୁଧାର ଆଣିବା ସହ ଅଧିକ କର୍ମନିଯୁକ୍ତି ସୃଷ୍ଟି କରାଗଲେ ଏଭଳି ଦୁଃସ୍ଥିତିକୁ ଏଡ଼ାଯାଇପାରିବ।
କମିଶନରେଟ୍ ପୁଲିସର ତଥ୍ୟ କହୁଛି, ରାଜଧାନୀରେ ବିଭିନ୍ନ କାରଣରୁ କେବଳ ୨୦୨୧ରେ ୨୭୭ ଜଣ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ଭିତରୁ ୧୯୦ ଜଣ ପୁରୁଷ, ୮୭ ଜଣ ମହିଳା।
ରିପୋର୍ଟ: ଜିତେନ୍ଦ୍ର ବେଉରା, କାର୍ତ୍ତିକ ମଲ୍ଲିକ ଓ ଅଜିତ ଦାସ
]]>
ଘଟଣାଟି ଉତ୍ତର ପ୍ରଦେଶର । ଜୋନପୁର ଅଞ୍ଚଳରେ ଆଜି ଏକ ଘଟଣା ଘଟିଛି । ଯାହା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖଳାଇ ଦେଇଛ । ସମସ୍ତଙ୍କ ମୁଁହରେ ସମାନ କଥା, କ’ଣ ଏମିତି ବି ହୋଇପାରେ ? ଟଙ୍କା କ’ଣ ଜୀବନଠୁ ମୂଲ୍ୟବାନ ? ଟଙ୍କା ନାହିଁ ବୋଲି କ’ଣ ଜୀବନ ହାରିଦେବା ? ଏହା କ’ଣ ଅଭାବ ସମସ୍ୟାର ସମାଧାନ ?
ଭାରତରେ ଏବେ ଗରିବ ଓ ମଧ୍ୟବିତ ଶ୍ରେଣୀର ପ୍ରତ୍ୟେକ ପରିବାରରେ ଆର୍ଥିକ ଅଭାବ ଜନିତ ଦୁଃଖ ରହିଛି । କିଏ ନିଜ ପୁଅକୁ ପାଠ ପଢ଼ାଇ ପାରୁନି, ତ ଆଉ କିଏ ନିଜର ଚିକିତ୍ସା ପାଇଁ ଅର୍ଥ ସଂଗ୍ରହରେ ଲାଗିଛି । ଏମିତିକି ନିୟମିତ ରୋଜଗାର ଥାଇ ମଧ୍ୟ ପିତା-ମାତାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା କଷ୍ଟ ହୋଇପଡ଼େ । ହେଲେ ତଥାପି ସେମାନେ ହାର ନମାନି, ସଂଘର୍ଷ କରି ପରିବାର ଚଳାନ୍ତି ।
ହେଲେ ଜୋନପୁରରେ ଯେଉଁ ଘଟଣା ଘଟିଛି ତାହା ଜାଣିଲେ ଆଖିରୁ ଆପେ ଲୁହ ଗଡ଼ି ଆସିବ । ଅଭାବ ଅନଟନ ଯୋଗୁଁ ପରିବାରର ତିନି ଭଉଣୀ ନିଜ ଜୀବନ ହାରିଦେଇଛନ୍ତି । ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ପ୍ରାୟ ମଧ୍ୟ ରାତ୍ରିର ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଘଟଣାର ଅଧିକ ତଥ୍ୟ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି । ଫରେନ୍ସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପୂରା ପରିବାର ଅଭାବ ଅନଟନରେ ଗତି କରୁଥିଲା ।
ବଦଲାପୁରର ଫତୁପୁର ଗାଁ ନିକଟରେ ଥିବା ହରିପାଲଗଞ୍ଜ ଓ କେଶବରାୟ ରେଲୱେ ଷ୍ଟେସନ୍ ମଧ୍ୟରେ ତିନି ଭଉଣୀ ଆତ୍ମହତ୍ୟା କରିଛନ୍ତି । ସ୍ଥାନୀୟ ପୋଲିସ ଦ୍ୱାରା କରାଯାଇଥିବା ପ୍ରାଥମିକ ତଦନ୍ତ ବେଳେ ଘଟଣାସ୍ଥଳରୁ ଏକ ମୋବାଇଲ ଉଦ୍ଧାର ହୋଇଛି । ସେଥିରୁ କଲ କରିବା ପରେ ଜଣାପଡ଼ିଥିଲା ସେମାନେ ଅହିରୋଲି ଗାଁର ବାସିନ୍ଦା ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆତ୍ମହତ୍ୟା କରିଥିବା ତିନି ଭଉଣୀ ଦୀର୍ଘ ଦିନ ଧରି ଆର୍ଥିକ ସଙ୍କଟରେ ବଞ୍ଚି ଆସୁଥିଲେ । ତାଙ୍କ ବ୍ୟତୀତ ପରିବାରରେ ମା, ଭାଇ ଏବଂ ଦୁଇ ଭଉଣୀ ମଧ୍ୟ ଅଛନ୍ତି । ସେଥିମଧ୍ୟରୁ ଜଣେ ଭଉଣୀ ବିବାହ କରିସାରିଛନ୍ତି । ଅନ୍ୟ ଜଣେ ନିଜ ସମ୍ପର୍କୀୟଙ୍କ ଘରେ ରୁହନ୍ତି । ଆଉ ଭାଇ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରିଥାଏ । ଆତ୍ମହତ୍ୟା କରିଥିବା ୩ ଭଉଣୀ ହେଲେ ପ୍ରୀତି (୧୮), ଆରତୀ (୧୬), କାଜଲ (୧୪) । ପୂର୍ବରୁ ତାଙ୍କ ପିତା ରାଜେନ୍ଦ୍ର ଗୌତମଙ୍କର ମୃତ୍ୟୁ ହୋଇସାରିଛି ଏବଂ ମାଆ ଭିନ୍ନକ୍ଷମ । ମାଆ ମାସିକ ୫୦୦ ଟଙ୍କା ଭିନ୍ନକ୍ଷମ ଭତ୍ତା ପାଆନ୍ତି । ଭାଇର ମଜୁରି ଓ ମାଆର ପେନ୍ସନ୍ରେ ଘର ଚାଲେ । ତେଣୁ ଏଭଳି ଅଭାବ ଅନଟନରେ ଜୀବନ ବିତାଇବା ତାଙ୍କ ପାଇଁ ଯେମିତି ବଡ଼ କଷ୍ଟ ହୋଇପଡ଼ିଥିଳା । ତେଣୁ ଏହି ଦୁଃଖ କଷ୍ଟରୁ ମୁକୁଳିବା ପାଇଁ ତିନି ଭଉଣୀ ବାଛିନେଲେ ଆତ୍ମହତ୍ୟାର ବାଟ ।
]]>ନଦୀକୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରୁଥିଲେ ଯୁବତୀ । ବାଟରେ ଯାଉଥିବା ଲୋକେ ଏହା ଦେଖିଦେଲେ । ତତ୍କ୍ଷଣାତ୍ ଅଟକାଇ ଦେଲେ, ଜୀବନ ବଞ୍ଚିଗଲା । ରାଜଧାନୀ ଉପକଣ୍ଠ କୁଆଖାଇ ବ୍ରିଜ୍ ଉପରେ ମଧ୍ୟାହ୍ନରେ ହଠାତ୍ ଜଣେ ଯୁବତୀ ପୋଲ ଉପରୁ ନଦୀକୁ ଡେଇଁବାକୁ ଯାଉଥିଲେ । ଲୋକେ ଦେଖି ବାରଣ କରିଥିଲେ । ତେବେ ଆତ୍ମହତ୍ୟା ଜିଦ୍ରେ ଅଟଳ ଯୁବତୀ ଲୋକଙ୍କ କବଳରୁ ଖସିବାକୁ ଚେଷ୍ଟା କରୁଥିଲେ । ହେଲେ ପଥଚାରୀ ଛାଡିନଥିଲେ ।
ପାଖାପାଖି ଘଣ୍ଟାଏ ଧରି ଜିଦିଆ ଯୁବତୀ ଜଣକ ଏମିତି ସମସ୍ତଙ୍କୁ ନାକେଦମ୍ କରିବା ପରେ ପୋଲିସ୍ ପହଞ୍ଚିଥିଲା । ପ୍ରଥମେ ବୁଝାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ବିଫଳ ହେବାରୁ ସିଧା ଟାଣିଆଣି ଭ୍ୟାନରେ ବସାଇ ଥାନାକୁ ନେଇ ଯାଇଥିଲା ।
ସୂଚନା ଅନୁସାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀ ଜଣକ ଲକ୍ଷ୍ମୀସାଗର ଅଞ୍ଚଳର । ତାଙ୍କୁ ତାଙ୍କ ଭାଉଜ ନିର୍ଯାତନା ଦେଉଥିବା ନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ପୋଲିସ କିଛି ପଦକ୍ଷେପ ନନେବାରୁ ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପକୁ ବାଛିଥିଲେ । ହେଲେ ପଥଚାରୀଙ୍କ ଚେଷ୍ଟାରୁ ଜୀବନ ରକ୍ଷା ହୋଇଗଲା ।
ସେ ଆତ୍ମହତ୍ୟା ହେଉ କି ଆତ୍ମହତ୍ୟା ଉଦ୍ୟମ । ସାରା ରାଜ୍ୟ କଥା ଛାଡ଼ନ୍ତୁ ଖୋଦ୍ ରାଜଧାନୀରେ ଦିନକୁ ଦନ ବଢି ଚାଲିଥିବା ଏଭଳି ଘଟଣା ବଡ଼ ଚିନ୍ତାର କାରଣ । ବିଷପାନ, ରଶି ଲଗାଇ ଆତ୍ମହତ୍ୟା ସାଧାରଣ ଘଟଣା ପାଲଟିଥିବା ବେଳେ ନଦୀକୁ ଡେଇଁ ଏବଂ ଶରୀରରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ ବ୍ୟାଧିରେ ପରିଣତ ହେଲାଣି । ଯେଉଁଥିରେ ଯୁବପିଢିଙ୍କ ସଂଖ୍ୟା ଅଧିକ । ବଡ଼ କଥା ହେଲା ପୂର୍ବ ସମୟମାନଙ୍କ ତୁଳନାରେ କରୋନା କାଳରେ ଏହି ହାର ପୋଲିସ ପାଇଁ ମୁଣ୍ଡବ୍ୟଥା ପାଲଟିଛି ।
ଲକଡାଉନ୍-ସଟ୍ଡାଉନ୍ ସମୟର ତଥ୍ୟ ଅନୁସାରେ, ୨୦୨୦ ମସିହାରେ କେବଳ ରାଜଧାନୀରେ ୩୧୦ ଜଣ ଆତ୍ମହତ୍ୟା କରିଛନ୍ତି । ସେଥିମଧ୍ୟରୁ ଜାନୁଆରୀରୁ ଜୁନ୍ ଭିତରେ ସଂଖ୍ୟା ଥିଲା ୧୪୨ । ତେବେ ଚଳିତବର୍ଷ ଜାନୁଆରୀ ଆରମ୍ଭରୁ ଜୁନ୍ ଭିତରେ ୧୫୧ଜଣ ଆତ୍ମହତ୍ୟା କରି ସାରିଲେଣି । ଏମିତିକି ଲକ୍ଡାଉନ୍ ମାସ ମେ’ରେ ୧୬ ଓ ଜୁନ୍ରେ ୨୨ଜଣ ସୁଇସାଇଡ୍ କରିଛନ୍ତି । ଏହାପୂର୍ବରୁ ୨୦୧୯ ମସିହାରେ ଏହି ସଂଖ୍ୟା ଥିଲା ୨୨୦ । ତେଣୁ ଏଥିରୁ ସ୍ପଷ୍ଟ କୋଭିଡ୍ କାଳରେ ଆତ୍ମହତ୍ୟା ସଂଖ୍ୟା ବଢି ବଢି ଚାଲିଛି ।
ପାରିବାରିକ ଓ ବ୍ୟକ୍ତିଗତ ସମସ୍ୟାକୁ ଛାଡ଼ିଦେଲେ କରୋନା ସମୟରେ ବିପଦରେ ପଡ଼ିଥିବା ବୃତ୍ତିକୁ ନେଇ ବି ଅନେକ ଲୋକ ଆତ୍ମହତ୍ୟା କରୁଥିବା ଦେଖାଯାଉଛି । ତାସହ ଘରେ ଦୀର୍ଘ ଦିନ ଧରି ବନ୍ଦୀ ହୋଇ ରହିବାର ଚାପ, ଋଣଭାର, କରୋନା ସଂକ୍ରମଣ ଡର ବି ଅନେକାଶଂରେ ଆତ୍ମହତ୍ୟା ଆଡକୁ ଲୋକଙ୍କୁ ଟାଣି ନେଉଛି । ତେଣୁ କୌଣସି ବ୍ୟକ୍ତି ଏଭଳି ଗଭୀର ମାନସିକ ଚାପରେ ଥିବା ଜଣାପଡ଼ିଲେ ସେମାନଙ୍କୁ କାଉନସେଲିଂ ସହ ସେମାନଙ୍କ ମନୋଭାବର ସମାଧାନ ପାଇଁ ଯତ୍ନବାନ ହେବା ଜରୁରୀ ବୋଲି କହିଛନ୍ତି ମନସ୍ତତ୍ୱବିତ୍ ।
]]>