ନିଆଁ ଏତେ ଭୟଙ୍କର ହୋଇଯାଇଛି ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ରାମପୁର ଏବଂ ଡୁଙ୍ଗୁରିପାଲି ଅଗ୍ନିଶମ ବାହିନୀର ତିନିଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଛି ।
]]>ଆଜି ସକାଳୁ ସଞ୍ଜୀବଙ୍କ ମୃତଦେହ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ। ଘଟଣା ଜଣା ପଡିବା ପରେ ପତ୍ନୀ ନଳିନୀ ନାଏକ ତରଭା ଥାନାରେ ମାମଲା ରୁଜୁ କରିଛନ୍ତି । ତରଭା ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ତେବେ କିଏ କାହିଁକି ସଂଜୀବକୁ ହତ୍ୟାକଲା କାରଣ ଅସ୍ପଷ୍ଟ ରହିଛି । ଏହା ରାଜନୀତିକ ହତ୍ୟାକାଣ୍ଡ ନା ଆଉ କିଛି କାରଣ ରହିଛି, ତାହା ପୁଲିସ୍ର ତଦନ୍ତ ପରେ ଜଣାପଡ଼ିବ।
]]>ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତି ବିଭାଗର ଦୁର୍ଭାଗ୍ୟଜନକ ଘଟଣା । ବୀରମହାରାଜପୁର ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡିଙ୍କ ପତ୍ନୀ ସନ୍ତୋଷିନୀ ଗତକାଲି ସକାଳ ୯ଟା ୧୫ରେ ଏହି ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ବେଡ୍ ନଥିବାରୁ ନବଜାତ ଶିଶୁକନ୍ୟାକୁ ଧରି ସନ୍ତୋଷିନୀ ପ୍ରସୂତି ଓ୍ୱାର୍ଡର ବାରଣ୍ଡାରେ ରହି ଚିକିତ୍ସିତ ବି ହେଉଥିଲେ । ତେବେ ଆଜି ସକାଳେ ସନ୍ତୋଷିନୀ ଶୌଚ ପାଇଁ ଯାଇଥିବାବେଳେ ବାରଣ୍ଡା ନିକଟରେ ଶିଶୁକୁ କୋଳେଇ ଛିଡ଼ା ହୋଇଥିଲେ ତାଙ୍କ ଆଇ ପନ୍ତି ଜାଲ । ଏହି ସମୟରେ ଜଣେ ଅଜଣା ମହିଳା ସାମ୍ନାକୁ ଆସିଥିଲେ । ଶିଶୁକୁ ଟିକା ଦିଆଯିବ ବୋଲି କହି ଆଇ ହାତରୁ ଛୁଆକୁ ନେଇଯାଇଥିଲେ । ତାପରଠୁ ଛୁଆ ନିଖୋଜ ରହିଛି । ଏହାର ଏକ ଭିଡିଓ ମଧ୍ୟ ରେକର୍ଡ ହୋଇଛି ।
ଏହି ଭିଡିଓରେ ଆଈ ପନ୍ତି ଜାଲ୍ ଶିଶୁକୁ ଧରିଛନ୍ତି, ସେହି ସମୟରେ ଆଉ ଜଣେ ମହିଳା କୋଳେଇ ଶିଶୁକନ୍ୟାକୁ ନେଉଛନ୍ତି । ତେବେ କୁଆଡ଼େ ନେଲା ? କାହିଁକି ନେଇଗଲା ଅଜଣା ମହିଳା ? ନା କେହି ଜାଣିପାରୁଛନ୍ତି ନା କେହି କହିପାରୁଛନ୍ତି । ଏନେଇ ଅଭିଯୋଗ ପରେ ପୋଲିସକୁ ଅବଗତ କରିଥିଲେ ମେଡ଼ିକାଲ୍ କର୍ତ୍ତୃପକ୍ଷ । ଆଉ ସଦର ପୋଲିସ ତନାଘନା କରିବା ସହ ନିଖୋଜ ଶିଶୁର ବାପା ଗଜେନ୍ଦ୍ର ତାଣ୍ଡି ଏବଂ ଆଈ ପନ୍ତି ଜାଲଙ୍କୁ ଧରି ପଚରାଉଚରା କରୁଥିବାର ସୁଚନା ମିଳିଛି । ସେପଟେ ଗଜେନ୍ଦ୍ରଙ୍କ ମା ଗୁରୁତର ଅଭିଯୋଗ ଆଣିଛନ୍ତି । ଶିଶୁକୁ ତାର ଆଈ ତଥା ଗଜେନ୍ଦ୍ରଙ୍କ ଶାଶୂ ପନ୍ତି ଜାଲ୍ ହିଁ ସଂପୃକ୍ତ ମହିଳାଙ୍କୁ ଦେଇ ଦେଇଛନ୍ତି ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି ।
ସାନ ମେଡ଼ିକାଲରୁ ବଡ଼ ମେଡ଼ିକାଲ୍ ଯାଏଁ ରାଜ୍ୟରେ ପିଲା ଚୋରି ଅଭିଯୋଗ ମାମଲା ନୂଆ ନୁହେଁ । ପୂର୍ବରୁ ୪ ବର୍ଷ ତଳର ଅର୍ଥାତ ୨୦୧୭, ମାର୍ଚ୍ଚ ୨୪ ତାରିଖ ରାତି ଅଧରେ ଏହି ସିସିଟିଭି ଫୁଟେଜରେ କେମିତି କୌଶଳକ୍ରମେ ସମ୍ବଲପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ଏକ ନବଜାତକୁ ଚୋରି କରିନେଇଯାଇଥିଲା ମହିଳା ଜଣକ । ଛୁଆକୁ ଫେରି ପାଇବା ଆଶାରେ କିଛି ମାସ ଧରି ମେଡ଼ିକାଲ୍ ବେଡରେ ରହି ଅପେକ୍ଷା କରିଥିଲେ ବାପା ଅନିରୁଦ୍ଧ ଭୋଇ ଏବଂ ମା ଗୀତାଞ୍ଜଳି । ଶେଷରେ ନିରାଶ ହୋଇ ଘରକୁ ଫେରିଗଲେ ସିନା ମିଳିଲାନି ଦାବି କରୁଥିବା ଶିଶୁର ପତ୍ତା ।
ରିପୋର୍ଟର- ରବୀନ୍ଦ୍ର ହୋତା
]]>କେମିତି ରହିବ ପାଣିପାଗର ସ୍ଥିତି ,ଖରା ହେବ ନା ବର୍ଷା ଏହି ସବୁ ତଥ୍ୟ ଦେଉଛି ଏକ ମେସିନ୍ । ଏହିଭଳି ଏକ ମେସିନ ତିଆରି କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଗାଁ ସିଆଲିନାଲି ଗାଁର ଉଦ୍ଭିଦ ବିଜ୍ଞାନ ଛାତ୍ର ଅର୍ଜୁନ ମାଝୀ ଏବଂ କମ୍ପ୍ୟୁଟର ବିଜ୍ଞାନୀ ଛାତ୍ର ସିଦ୍ଧେଶ ସାହୁ । ଏହି ୨ ବନ୍ଧୁ ନିଜର ଜ୍ଞାନ କୌଶଳ ଲଗାଇ, ବିଶେଷ କରି ନିଜ ଜିଲ୍ଲାର ଚାଷୀଙ୍କୁ ଆଗୁଆ ସୂଚନା ଦେବାକୁ ଲାଗି ପଡି ଏହି ମେସିନ୍ ତିଆରି କରିଛନ୍ତି ।
ଗତ କିଛିମାସ ଧରି ଏହି ଦୁଇ ବନ୍ଧୁ ନିଜେ ତିଆରି କରିଥିବା ଏହି ମେସିନରୁ ପାଉଥିବା ପାଣିପାଗ ସଂପର୍କିତ ଆଗୁଆ ତଥ୍ୟକୁ ଏକ କାଗଜରେ ତଥ୍ୟ ଟାଇପ୍ କରି ଏହାର ପ୍ରିଣ୍ଟ ଆଉଟ୍ ନେଇ ଶିଆଲିନାଲି ଗାଁର ଏକ ଘର କାନ୍ଥରେ ଲଗାଇଥାନ୍ତି । ଯାହାକୁ ସେମାନେ କୁହନ୍ତି ୱେଦର ୱାଲ୍ ବା ପାଣିପାଗ କାନ୍ଥ । ତଥ୍ୟ ସମ୍ବଳିତ କାଗଜ ଲାଗିଲା ପରେ ଏଥିରୁ ସୂଚନା ପାଇବାକୁ ଚାଷୀଙ୍କ ଭିଡ଼ ଜମୁଛି ।
ବିଭିନ୍ନ ସମୟରେ ଭିନ୍ନଭିନ୍ନ ପରୀକ୍ଷା ନିରୀକ୍ଷା କରି ଯନ୍ତ୍ରର ସଠିକତା କିପରି ବଜାୟ ରହିବ ସେ ନେଇ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ଦୁଇବନ୍ଧୁ । ସାମାନ୍ୟ କିଛି ଉପକରଣ କରେଣ୍ଟ ଡାଟା ପାଇଁ ଚାରୋଟି ସେନ୍ସସର୍,ବର୍ତମାନ ଓ ପୁର୍ବାନୁମାର ଦୁଇଗୋଟି ଡିସ୍ପ୍ଲେ, ଓ ମୋବାଇଲ ଦ୍ୱାରା କମ୍ପ୍ୟୁଟରରେ କୋଡିଂ କରିଥାନ୍ତି ଦୁଇ ବନ୍ଧୁ ଅର୍ଜୁନ ଓ ସିଦ୍ଧେଶ୍ । ଗୋଟିଏ ଘଣ୍ଟା ଠାରୁ ଆରମ୍ଭକରି ୪୮ ଘଣ୍ଟା ଏବଂ ୭ ଦିନର ସଠିକ୍ ପାଣିପାଗର ସୁଚନା ଦେଉଛି ଏହି ଯନ୍ତ୍ର । ତେବେ ଏହି ଯନ୍ତ୍ର ତିଆରି କରି ଏହି ଦୁଇବନ୍ଧୁ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ତେବେ ଏମାନଙ୍କୁ ଯଦି ସରକାରୀ ସହାୟତା ଯୋଗାଇ ଦିଆ ଯାଆନ୍ତା ତା ହେଲେ ଆହୁରି ନୂତନ କୌଶଳର ଯନ୍ତ୍ରମାନ ତିଆରି ପାଇଁ ପ୍ରେରଣା ମିଳିପାରନ୍ତା ।
]]>ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାକିଂଘିର୍ଡି ସହଁରାଟିକିରାର ଭକ୍ତ ଚରଣ ଭୁଏ । ବୟସ ୪୭ । ଭକ୍ତଙ୍କ ପରିବାର କହିଲେ ସ୍ତ୍ରୀ ପଦ୍ମିନୀ, ପୁଅ ପ୍ରିତମ,ସିଦ୍ଧି ଏବଂ ବୁଢ଼ୀ ମା । ପରିବାରର ପେଟକୁ ଦାନା ଯୋଗାଇବା ପାଇଁ ସିଂଘିଯୁବା ପଚାଂୟତ ଘାଟି ଜାମପାଲି ବାଳାଜୀ ରାଇସ୍ ମିଲରେ ଦୀର୍ଘମାସ ଧରି ଶ୍ରମିକ ଭାବେ କାମ କରୁଥିଲେ । ହେଲେ ରାଇସ୍ ମିଲରେ ଗଦା ହୋଇଥିବା ଧାନବସ୍ତା ହଠାଥ୍ ତାଙ୍କ ଦେହ ଉପରେ ପଡିଥିବାରୁ ସେ ତଳେ ଚାପି ହୋଇଯାଇଥିଲେ । ଅଟାଂରେ ପ୍ରବଳ ମାଡହୋଇ ବ୍ଲାଡର ଫାଟିଯାଇଥିଲା । ବାଳାଜୀ ରାଇସ୍ ମିଲ ମାଲିକ ଭକ୍ତଚରଣଙ୍କ ସମସ୍ତ ଚିକିତ୍ସା ବହନ କରିବ ବୋଲି ପ୍ରତିଶ୍ରୃତି ଦେଇଥିଲା । ହେଲେ ନିଜ ପ୍ରତିଶ୍ରୁତି ରଖି ନଥିବା ଅଭିଯୋଗ ହୋଇଛି । ଚାରିମାସ ହେବ ସେ ଶଯ୍ୟାଶାୟୀ ହୋଇପଡିଛନ୍ତି ।
ଭକ୍ତ ଚରଣକୁ ଅପରେସନ ପାଇଁ ପରିବାର ଲୋକେ ଜମିବାଡିକୁ ବନ୍ଧକ ରଖିବା ସହ ଘରେ ଯାହାକିଛି ଥିଲା ସବୁବିକି ଭାଞ୍ଜି ଦେଇଛନ୍ତି । ଏବେ ଘରେ ପିଲାଙ୍କ ମୁହଁରେ ଦାନା ଦେବା କଷ୍ଟକର ହୋଇପଡ଼ୁଛି । ଯେତିକି ଟଙ୍କା ଥିଲା ସେଥିରେ ବିନିକା,ବରଗଡ ଏବଂ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ ମେଡିକାଲରେ ଚିକିତ୍ସା କରାଇଥଲେ । ତଥାପି ତାଙ୍କ ଅବସ୍ଥାରେ କୌଣସି ସୁଧାର ନାହିଁ । ଡାକ୍ତର କହୁଛନ୍ତି ତୁରନ୍ତ ଅପରେସନ୍ କରାଇବାକୁ ପଡ଼ିବ । ହେଲେ ଏତେ ଟଙ୍କା ପରିବାର ଲୋକେ କେଉଁଠୁ ଯୋଗାଡ କରିବେ ? ସରକାରଙ୍କ ଏତେ ଗୋଡାଏ ଥିଲେ ସୁଦ୍ଧା ଏହି ଗରିବ ପରିବାର ଜନହିତକାରୀ ଯୋଜନାରୁ ବଂଚିତ । ଅପରପକ୍ଷେ ଏନେଇ ଆମେ ବିନିକା ବିଡିଓଙ୍କୁ ଯୋଗାଯୋଗ କରାଯାଇଥିଲା । ପ୍ରଶାସନ ସହଯୋଗ କରିବ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ମେଡିକାଲ ଟ୍ରିଟମେଣ୍ଟ୍ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।
]]>ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନ୍ତର୍ଗତ ହୋଇଛି ରାସ୍ତା କାମ । ସୁବର୍ଣ୍ଣପୁର ଜିଲ୍ଲା ସଂଗ୍ରାମପୁର ପଞ୍ଚାୟତର ଯୁବରାଜପୁର ଗାଁରୁ ଘାସିମାଲକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା କହିଲେ ନସରେ । ଏହାର ଅବସ୍ଥା ଫଲକ ଭାଙ୍ଗିରୁଜି ତଳେ ପଡିଛି । ଗାଁ ଲୋକଙ୍କ ଅଭିଯୋଗ ରାସ୍ତାରେ ମୁଠାଏ ବୋଲି ମାଟି ପଡିନି । ରାସ୍ତା ତିଆରି ନାଁରେ ଅର୍ଥ ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି । କାଗଜପତ୍ର କହୁଛି ଏହି ରାସ୍ତା ନିର୍ମାଣ ପାଇଁ ୫ ଲକ୍ଷ ୮୯ ହଜାର ମଞ୍ଜୁର ହୋଇଥିବାବେଳେ ଖର୍ଚ୍ଚ ହୋଇଛି ୩ ଲକ୍ଷ ୯୫ ହଜାର ଟଙ୍କା ।
କେବଳ ଏତିକି ନୁହେଁ, ଏହି ରାସ୍ତା ନିର୍ମାଣରେ ଭୂତ ଶ୍ରମିକ କାମ କରିଥିବା ବି ଜଣାପଡ଼ିଛି । ରେକର୍ଡ କହୁଛି ଏହି କାମ ନିୟୋଜିତ ହୋଇଥିଲେ ସୀତା ମେହେର ନାମକ ଶ୍ରମିକ । ତାଙ୍କ ଜବକାର୍ଡ କହୁଛି ୨ଟି ପର୍ଯ୍ୟାୟରେ ମାର୍ଚ୍ଚରୁ ଜୁନ୍ ଯାଏଁ ୧୪ ଦିନ ପାଇଁ ସେ କାମ କରିଛନ୍ତ । ଯେଉଁଥି ପାଇଁ ତାଙ୍କୁ ୧୪୦୯ ଏବଂ ୧୫୦୫ ଟଙ୍କା ପାରିଶ୍ରମିକ ମିଳିଥିବା ବି ଉଲ୍ଲେଖ ରହିଛି ।
ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଗତ ୨୩ ଫେବ୍ରୁଆରୀରେ ପ୍ରାୟ ନବେ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଥିବା ସୀତା ମେହେରଙ୍କ ବଡ ପୁଅ କହିଛନ୍ତି । ଜଣେ ୯୦ ବର୍ଷର ବୃଦ୍ଧା ମୃତ୍ୟୁ ମାସକ ପରେ ଆସି କିଭଳି କାମ କଲେ ବୋଲି ପ୍ରଶ୍ନ କରିଛନ୍ତି ତାଙ୍କ ପୁଅ ।ସେପଟେ ପିଡି-ଡିଆରଡିଏ କହିଛନ୍ତି ଅନୁସନ୍ଧାନ ଅକ୍ରି କାର୍ଯ୍ୟାନୁଷ୍ଠାନ ନିଆଯିବ ।
]]>ଆହତ ମାନଙ୍କୁ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସଟି ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
]]>