ପ୍ରଥମେ ଲୋକମାନେ ଅଫିସ୍ ଘେରାଉ କରିବା ପରେ ସାଙ୍ଗରେ ଚିକିତ୍ସା ପାଇଁ ଆଣିଥିବା ଗୃହପାଳିତ ପଶୁଙ୍କୁ ସେଠି ବାନ୍ଧିଛନ୍ତି । ପ୍ରାଣୀ ଚିକିତ୍ସକ ୪ ଦଫା ଦାବିରେ ଆନ୍ଦୋଳନ କରୁଥିବାରୁ ରାଜ୍ୟରେ ପ୍ରାଣୀ ଚିକିତ୍ସା ଏକ ପ୍ରକାର ଠପ୍ ହୋଇପଡ଼ିଛି ।
ସେପଟେ ଦୁର୍ଦ୍ଦିନରେ ପଶୁ ପକ୍ଷୀଙ୍କ ସ୍ୱାସ୍ଥାବସ୍ଥା । କେଉଁଠି ଚିକିତ୍ସା ଅଭାବରୁ ପଶୁ ପକ୍ଷୀ ମୃତ୍ୟୁ ବରଣ କଲେଣି ତ କେଉଁଠି ପଶୁପ୍ରେମୀ ନିଜର ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା କରିନପାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ କରିବାକୁ ବାଧ୍ୟ ହୋଇଛନ୍ତି । ସ୍ଥିତିକୁ ଦେଖିଲେ ଲାଗୁଛି ସରକାର ସମାଧାନର ବାଟ ବାହାର କରିବା ବଦଳରେ କଥା କହିପାରୁନଥିବା ନିରୀହ ପଶୁ ପକ୍ଷୀଙ୍କ ଜୀବନ, ସେମାନଙ୍କ ଭାଗ୍ୟ ଉପରେ ଛାଡ଼ି ଦେଇଛନ୍ତି ।
ଗତକାଲି ବାଲେଶ୍ୱର ସଦର ମହକୁମାରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ବାହାରେ ଦେଖିବାକୁ ମିଳିଥିଲା କିଛି ଅଲଗା ଚିତ୍ର । ପ୍ରାଣୀ ଚିକିତ୍ସକମାନେ ଚଳାଇଛନ୍ତି ଆନ୍ଦୋଳନ ଚଳାଇଥିବା ବେଳେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଷା କୁକୁର, ବିଲେଇ ଧରି ଜିଲ୍ଲାପାଳଙ୍କୁ ଗୁହାରୀ କରିଥିଲେ । ପଶୁ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ଗୃହପାଳିତ ପଶୁ ପକ୍ଷୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଗଲାଣି ।
]]>ବାଲେଶ୍ୱର ସଦର ମହକୁମାରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ବାହାରେ ଆଜିକୁ ୨୧ ଦିନ ଧରି ପ୍ରାଣୀ ଚିକିତ୍ସକମାନେ ଚଳାଇଛନ୍ତି ଆନ୍ଦୋଳନ । ସେପଟେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିଏ ହାତରେ ନିଜର ପୋଷା କୁକୁର ତ ଆଉ କିଏ ବିଲେଇ ଧରି ଆସିଛି ଜିଲ୍ଲାପାଳଙ୍କୁ ଗୁହାରୀ କରିବା ପାଇଁ । ପଶୁ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ଗୃହପାଳିତ ପଶୁ ପକ୍ଷୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଗଲାଣି । ସେଥିପାଇଁ ଗୁହାରୀ କରିବାକୁ ଆସିଛନ୍ତି ।
ସେପଟେ ଜିଲ୍ଲାର ଖଇରା ବ୍ଲକର ହରିପୁରର ମନମୋହନ ସ୍ୱାଇଁଙ୍କ କୁକୁଡା ଫାର୍ମରେ ଆଗରୁ ପ୍ରାଣୀ ଚିକିତ୍ସକମାନେ ରିତିମତ ଚିକିତ୍ସା କରୁଥିଲେ । ହେଲେ କିଛି ଦିନ ହେବ କୁକୁଡାମାନଙ୍କୁ କି ରୋଗ ହୋଇଛି ତାହା ସେ ଜାଣିପାରୁ ନାହାନ୍ତି । ଅଜଣା ରୋଗରେ ଅନେକ କୁକୁଡା ମଲେଣି । ଯେଉଁଥି ପାଇଁ ତାଙ୍କୁ କ୍ଷତି ସହିବାକୁ ପଡୁଛି । ସେପଟେ କୁକୁଡାକୁ ରୋଗ ବ୍ୟାପିବା ଯୋଗୁ ଅଣ୍ଡା ଦାମ ବି ବଢିଛି ।
ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଯୋଗୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ବାରିପଦା ସହରର ଜଣେ ମହିଳାଙ୍କ ଗର୍ଭଣୀ ଗାଈ ଚିକିତ୍ସା ଅଭାବରୁ ପ୍ରାଣ ହରାଇବା ପରେ ନିଜ କୋହ ସମ୍ଭାଳିନପାରି ଏକ ଗାଡ଼ିରେ ଗାଈକୁ ଲଦି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଣିଥିଲେ । ତାଙ୍କ କହିବା କଥା, ଇନସୁରାନ୍ସ ଥିବାରୁ ଗାଈର ପୋଷ୍ଟମର୍ଟମ ନିହାତି ଦରକାର ।
ସେଥିପାଇଁ ସେ ପଶୁ ଚିକିତ୍ସକଙ୍କୁ ନିବେଦନ କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିନଥିଲେ । ପାନ୍ତ ମାଲକାନଗିରିରେ ବି ସ୍ଥିତି ଜଟିଳ । ମାଲକାନଗିରିର ଶଭଜିତ୍ ଗଉଡ । ସେ ଜଣେ କୁକୁର ପ୍ରେମୀ । ତାଙ୍କର ଛୋଟ ବଡ ମୋଟ ୧୫ଟି କୁକୁର ଥିବା ବେଳେ ଚିକିତ୍ସା ଅଭାବରୁ ୫ଟି କୁକୁର ମରିଯାଇଥିବା ସେ ଅଭିଯୋଗ କରିଛନ୍ତି ।
୨୧ଦିନ ଧରି ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଥମିବାରେ ନାଁ ଦରିନଥିବା ବେଳେ କିଛି ଜିଲ୍ଲାରେ ଜିଲ୍ଲାପାଳ କେବଳ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଦାୟିତ୍ୱ ଦେଇ ଚୁପ୍ ବସିଛନ୍ତି । ସେପଟେ ଡାକ୍ତର ନଥିବାରୁ ସିଡିଭିଓ ବି ହାତ ଟେକି ଦେଲେଣି । ଏନେଇ କିନ୍ତୁ ସରକାର ନିଦା ବିଷ୍ଣୁ । ୨୧ ଦନପରେ ପ୍ରାଣୀ ଚିକିତ୍ସକଙ୍କ ସହ ରାଜ୍ୟ ସରକାରଙ୍କ କଣ ଆଲୋଚନା ହୋଇଛି, ତାହା ଜଣା ପଡିନି ।
ବାରିପଦାରୁ ମାଣିକଲାଲ ପାଣି, ବାଲେଶ୍ୱରରୁ ପ୍ରକାଶ ମହାନ୍ତି, ସୋରରୁ ନିରଂଜନ ବେହେରା, ମାଲକାନଗିରିରୁ ଜିତେନ୍ଦ୍ର ବେଉରାଙ୍କ ସହ ଭୁବନେଶ୍ୱରରୁ ରଶ୍ମିରଂଜନ ଦାସଙ୍କ ରିପୋର୍ଟ, ଓଟିଭି
]]>ସୂଚନା ଥାଉକି, ଆଜିଠାରୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବା ନେଇ ଗତକାଲି ଗଣମାଧ୍ୟମକୁ ସୂଚନା ଦେଇଥିଲା। ସଂଶୋଧିତ ଭାରତୀୟ ନ୍ୟାୟ ସଂହିତାରେ ଡ୍ରାଇଭରଙ୍କ ପାଇଁ କରାଯାଇଥିବା କଡ଼ା ଦଣ୍ଡ ବିଧାନ ବ୍ୟବସ୍ଥାକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳୀନ ଧର୍ମଘଟ ଡାକରା ଦେଇଥିଲା ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ।
ତେଣୁ ସବୁ ତେଲ ଡିପୋରୁ ପେଟ୍ରୋଲ-ଡିଜେଲ ଯୋଗାଣ ବନ୍ଦ କରିଦେବାକୁ ସଂଘ ଘୋଷଣା କରିଥିଲା । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଥିଲା । କାରଣ ଯୋଗାଣ ପ୍ରଭାବିତ ହୋଇଥିଲେ ସଂଧ୍ୟା ସୁଦ୍ଧା ସବୁ ଟାଙ୍କିରୁ ତେଲ ସରିଯିବା ଆଶଙ୍କା ଥିଲା ।
ହେଲେ ରାଜ୍ୟ ସରକାରଙ୍କ ସହ ମହାସଂଘର ଆଲୋଚନା ସଫଳ ହୋଇଛି । ମୁଖ୍ୟ ସଚିବ, ପରିବହନ ସଚିବଙ୍କ ସହ ଆଲୋଚନା ପରେ ଅନ୍ଦୋଳନରୁ ଓହରିଛି ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ ।
]]>ଆଜିଠୁ ରାଜ୍ୟର ସବୁ ତେଲ ଡିପୋରୁ ପେଟ୍ରୋଲ-ଡିଜେଲ ଯୋଗାଣ ବନ୍ଦ କରିଦେବାକୁ ସଂଘ ଘୋଷଣା କରିଛି । ଏହାକୁ ନେଇ ବଢିଛି ଚିନ୍ତା । କାରଣ ଯୋଗାଣ ପ୍ରଭାବିତ ହେଲେ ଆଜି ସଂଧ୍ୟା ସୁଦ୍ଧା ସବୁ ଟାଙ୍କିରୁ ତେଲ ସରିଯିବା ଆଶଙ୍କା ରହିଛି । ଏହାଦ୍ୱାରା ଲୋକେ ତ ହଇରାଣ ହେବେ, ମାଲ୍ ପରିବହନ ବି ଗୁରୁତର ପ୍ରଭାବିତ ହେବା ଆଶଙ୍କା ବଢିଯାଇଛି ।
ସେପଟେ ଓଡ଼ିଶା ପରିବହନ କର୍ମଚାରୀ ସଂଘର ଆନ୍ଦୋଳନ ଡାକରାକୁ ସମର୍ଥନ ଦେବେ ନାହିଁ ରାଜ୍ୟ ଘରୋଇ ବସ୍ ଓ ଟ୍ରକ ମାଲିକ ସଂଘ । ତେଣୁ ରାଜ୍ୟରେ ଉଭୟ ଘରୋଇ ବସ୍ ଓ ମାଲବାହୀ ଟ୍ରକ୍ ସ୍ୱାଭାବିକ ଭାବେ ଚଳାଚଳ କରିବ । ଯାତ୍ରୀବାହୀ ବସ୍ ଯାତାୟାତ ବେଳେ କୌଣସି ପ୍ରକାର ବିଶୃଙ୍ଖଳାକୁ ଏଡ଼ାଇବା ଲାଗି ପ୍ରଶାସନର ସହଯୋଗ ମଧ୍ୟ ଲୋଡ଼ିଛି ସଂଘ ।
ସେହିପରି ଅଲ ଓଡିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡରେସନ ପକ୍ଷରୁ ଦିଆଯାଇଥିବା ଚକାବନ୍ଦ ଆନ୍ଦୋଳନକୁ ରାଜ୍ୟ ଟ୍ରକ ମାଲିକ ମହାସଙ୍ଗ ସମର୍ଥନ ଦେବ ନାହିଁ । ଏହି ସୂଚନା ଦେଇଛନ୍ତି ରାଜ୍ୟ ଟ୍ରକ ମାଲିକ ମହାସଂଘ ସାଧାରଣ ସମ୍ପାଦକ ରବି ଶତପଥୀ । ସାଧାରଣ ଲୋକଙ୍କୁ ହଇରାଣରେ ନପକାଇବାକୁ ସଂଘ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।
]]>ଡ୍ରାଇଭର ମହାସଂଘ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ସ୍ଥଗିତ ରଖି ରଖୁ ଅନିର୍ଦ୍ଦିଷ୍ଟ କାଳୀନ ଧର୍ମଘଟ ଡାକରା ଦେଇଛି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । ସଂଶୋଧିତ ଭାରତୀୟ ନ୍ୟାୟ ସଂହିତାରେ ଦୁର୍ଘଟଣା ପାଇଁ ଡ୍ରାଇଭରଙ୍କ ଲାଗି କରାଯାଇଥିବା କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ପ୍ରତିବାଦରେ ଆନ୍ଦୋଳନ ଡାକରା ଦେଇଛି ମହାସଂଘ । ନୂଆ ଆଇନ ଡ୍ରାଇଭରଙ୍କ ବେକରେ ଫାଶି ସଦୃଶ ବୋଲି ମହାସଂଘ ଅଭିଯୋଗ କରିଛି । ତେଣୁ ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ତେଲ ଡିପୋରୁ ପେଟ୍ରୋଲ ଓ ଡିଜେଲ ଯୋଗାଣ ବନ୍ଦ କରିବାକୁ ମହାସଂଘ ଘୋଷଣା କରିଛି ।
ଡ୍ରାଇଭରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଇନ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର କେନ୍ଦ୍ର ଉପରେ ଚାପ ପକାନ୍ତୁ ବୋଲି ମହାସଂଘ ଦାବି କରିଛି । ନହେଲେ ଆନ୍ଦୋଳନ ଆହୁରି ତୀବ୍ର କରିବ ବୋଲି ଚେତାବନୀ ବି ଦେଇଛି । ଏପଟେ ପେଟ୍ରୋଲିୟମ ଡିଲର ସଂଘ କହିଛି, ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ପ୍ରଭାବିତ ହୋଇଥିଲା । ପାନିକ୍ ବାୟିଂ ଯୋଗୁଁ ଷ୍ଟକ୍ ମଧ୍ୟ ସରିବା ଉପରେ । ଏଭଳି ସ୍ଥିତିରେ ଯଦି ଯୋଗାଣ ବାଧାପ୍ରାପ୍ତ ହୁଏ ତେବେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବହୁ ପେଟ୍ରୋଲ ପମ୍ପରୁ ତେଲ ସରିଯିବା ବୋଲି ଆଶଙ୍କା କରୁଛି ଡିଲର ସଂଘ ।
ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁ ଅଧିକ ପ୍ରଭାବିତ ହୋଇଥିଲା ଉପାନ୍ତ ଅଞ୍ଚଳର ପେଟ୍ରୋଲ ପମ୍ପ । ଗତକାଲି ସନ୍ଧ୍ୟା ସୁଦ୍ଧା ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଭଳି ଜିଲ୍ଲାର ଅନେକ ପେଟ୍ରୋଲ ପମ୍ପରୁ ତେଲ ସରିଯାଇଥିଲା । ଫଳରେ ଲୋକେ ବହୁତ ହଇରାଣ ହୋଇଥିଲେ । ଆନ୍ଦୋଳନ ସ୍ଥଗିତ ରହିବା ପରେ ଆଜି ଅପରାହ୍ନରେ ମାଲକାନଗିରି ଜିଲ୍ଲାର କିଛି ପେଟ୍ରୋଲ ପମ୍ପରେ ଗୋଟିଏ ଲେଖାଏଁ ଟ୍ୟାଙ୍କର ପହଞ୍ଚିଥିଲା । ତେଣୁ ଧର୍ମଘଟ ଡାକରାକୁ ଦେଖି ଜରୁରୀ ଭିତ୍ତିରେ ଲୋକଙ୍କୁ ଅଳ୍ପ ପରିମାଣର ତେଲ ଦିଆଯାଉଛି ।
ଏପଟେ ପେଟ୍ରୋଲ, ଡିଜେଲ ଯୋଗାଣ ବନ୍ଦ ଯୋଗୁ ମାଲ ପରିବହନ ବାଧାପ୍ରାପ୍ତ ହେଉଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବି ବାଧାପ୍ରାପ୍ତ ହୋଇଛି। ତେବେ କେନ୍ଦ୍ର ଏବେ ଆଇନକୁ ସ୍ଥଗିତ ରଖିଥିବାରୁ ପରିବହନ ମହାସଂଘର ଆନ୍ଦୋଳନ ଡାକାରାକୁ ନେଇ ପ୍ରଶ୍ନ ଉଠାଇଛି ରାଜ୍ୟ ବ୍ୟବସାୟୀ ମହାସଂଘ ।
ପରିବହନ ଶ୍ରମିକ ମହାସଂଘ ଯଦି ତେଲ ଯୋଗାଣ ବନ୍ଦ କରେ ତେବେ ଲୋକେ ହଇରାଣ ହେବା ନିଶ୍ଚିତ । ଏଭଳି କ୍ଷେତ୍ରରେ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ତା’ ଉପରେ ନଜର ।
]]>ଆସନ୍ତାକାଲି ଠାରୁ ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । ତେଲ ଡିପୋରୁ ପେଟ୍ରୋଲ, ଡିଜେଲ ଲୋଡିଂ ବନ୍ଦ ରଖିବ ମହାସଂଘ । ଭାରତୀୟ ନ୍ୟାୟ ସଂହିତା ୨୦୨୩ରେ ଗାଡ଼ି ଚାଳକଙ୍କ ପାଇଁ ଥିବା ଦଣ୍ଡବିଧାନକୁ ବିରୋଧ କରି ଧର୍ମଘଟ ଡାକରା ଦେଇଛି ମହାସଂଘ ।
ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ସଭାପତି ଜନାର୍ଦ୍ଦନ ପତି । ମହାସଂଘର ଏହି ନିଷ୍ପତ୍ତି ଫଳରେ ଆସନ୍ତାକାଲି ଠାରୁ ଡିପୋରୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହେବା ସହ ଅନ୍ୟ ପରିବହନ ସେବା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି କରିଛି ।
ସେପଟେ ଡ୍ରାଇଭର ଆନ୍ଦୋଳନ ଯୋଗୁଁ ଗତକାଲି ଅଧିକାଂଶ ପେଟ୍ରୋଲ ପମ୍ପରେ ଷ୍ଟକ୍ ବହୁତ୍ କମିଯାଇଥିଲା । ମାଲକାନଗିରି, ନବରଙ୍ଗପୁର କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ପେଟ୍ରୋଲ ପମ୍ପରେ ତେଲ ସଙ୍କଟ ଦେଖା ଦେଇଥିଲା । ତେବେ ଗତକାଲି ସନ୍ଧ୍ୟାରେ ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହାର ପରେ ଡିପୋରୁ ୨୫-୩୦ ପ୍ରତିଶତ ଟ୍ୟାଙ୍କରରେ ତେଲ ଲୋଡିଂ ହୋଇପାରିଛି ।
ରବିବାର ସତ୍ତ୍ୱେ ଆଜି ସକାଳୁ କିଛି ଡିପୋରୁ ଅଳ୍ପ କିଛି ଟ୍ୟାଙ୍କରରେ ତେଲ ଲୋଡ ହୋଇଛି । କିନ୍ତୁ ଆସନ୍ତାକାଲି ଠାରୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ପୁଣି ଧର୍ମଘଟ ହେଲେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପ୍ରାୟ ପେଟ୍ରୋଲ ପମ୍ପରେ ପୁଣି ତେଲ ଅଭାବ ଦେଖାଦେବ । ତେଣୁ ତେଲ ଯୋଗାଣ ସ୍ଵାଭାବିକ କରିବା ନେଇ ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଦାବି କରିଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ।
]]>ପୂର୍ବରୁ ଏସବୁ ଦାବି ସଂପର୍କରେ ରାଜ୍ୟ ସରକାରଙ୍କୁ ମହାସଂଘ ପକ୍ଷରୁ ବାରମ୍ବାର ଅବଗତ କରାଯାଇଛି । କିନ୍ତୁ କୌଣସି ଫଳପ୍ରଦ ନହେବାରୁ ଆସନ୍ତାକାଲିଠାରୁ ରାଜ୍ୟର ସବୁ ବ୍ଲକ, ସଦର ମହକୁମା ଓ କିଛି ମୁଖ୍ୟ ରାସ୍ତାରେ ଆନ୍ଦୋଳନର ଚେତାବନୀ ଶୁଣାଇସାରିଛି ଡ୍ରାଇଭର ମହାସଂଘ । ଏହି ଆନ୍ଦୋଳନବେଳେ ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ଭଳି ଆମ୍ବୁଲାନ୍ସ ସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକୁ ବାଦ୍ ଦିଆଯିବ ବୋଲି ମହାସଂଘ କହିଛି ।
ଡ୍ରାଇଭର ମହାସଂଘର ଏଭଳି ଆନ୍ଦୋଳନ ନିଷ୍ପତ୍ତି ପରେ ଏବେ ମୁହାଁମୁହିଁ ଅବସ୍ଥାକୁ ଚାଲିଆସିଛନ୍ତି ଡ୍ରାଇଭର ମହାସଂଘ ଏବଂ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । କାରଣ ଘରୋଇ ବସ ମାଲିକ ସଂଘ ଏହି ଆନ୍ଦୋଳନକୁ ସମର୍ଥନ କରୁନି । ସଂଘ କହିଛି, ଆନ୍ଦୋଳନ ସମୟରେ ରାଜ୍ୟର ସମସ୍ତ ରୁଟରେ ଘରୋଇ ବସ୍ ସ୍ୱାଭାବିକ ଭାବେ ଚଳାଚଳ କରିବ । ତେଣୁ କାଳେ କୌଣସି ଅପ୍ରୀତିକର ସ୍ଥିତି ଉପୁଜିବ, ତାକୁ ଏଡାଇବାକୁ ପୋଲିସ ଡିଜିଙ୍କ ସହାୟତା ଲୋଡ଼ିଛି ଘରୋଇ ବସ୍ ମାଲିକ ସଂଘ । ଆଇନଶୃଙ୍ଖଳା ସ୍ଥିତି ଉପୁଜିଲେ ତାକୁ ପ୍ରତିହତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବି ବସ ମାଲିକ ସଂଘ ଚିଠି ଲେଖିଛି ।
ସେହିପରି ନିଖିଳ ଓଡିଶା ଅଟୋ ମହାସଂଘ, କ୍ୟାବ ସର୍ଭିସ ସଂଘ ସମେତ ଓଡିଶା ସଡକ ପରିବହନ ଶ୍ରମିକ ମହାସଂଘ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରୁନଥିବା କହିଛନ୍ତି । ବର୍ତ୍ତମାନ ମାଟ୍ରିକ ପରୀକ୍ଷା ଚାଲିଥିବାରୁ ଯାତ୍ରୀଙ୍କୁ ହଇରାଣ ନକରିବାକୁ ଏସବୁ ସଂଘ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଥିବା ଡ୍ରାଇଭର ମହାସଂଘକୁ ନିବେଦନ କରିଛନ୍ତି ।
୨୦୨୨ ଏପ୍ରିଲ ୧୮ । ୧୦ ଦଫା ଦାବି ନେଇ ରାଜଧାନୀରେ ଆନ୍ଦୋଳନ କରି ଜନଜୀବନକୁ ନାକେଦମ୍ କରିଥିଲା ଓଡ଼ିଶା ଡ୍ରାଇଭର ମହାସଂଘ । ହଜାର ହଜାର ସଂଖ୍ୟାରେ ଡ୍ରାଇଭର ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଥିଲେ । ତେଣୁ ଆସନ୍ତାକାଲିର ଆନ୍ଦୋଳନ ସମୟରେ ଏଭଳି ସ୍ଥିତି ଯେପରି ନଉପୁଜେ ସେଥିପ୍ରତି ସତର୍କ ରହିଛି ପ୍ରଶାସନ ।
]]>
ସାଇନ ଏ ଡାଏ ହଟିବାପରେ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ସମସ୍ତ ପରୀକ୍ଷା ନିର୍ଦ୍ଧାରିତ ସମୟରେ କରିବା ଲାଗି ସମ୍ମତି ପ୍ରକାଶ ପାଇଛି। ସେହିପରି ହଷ୍ଟେଲ ଫି ବୃଦ୍ଧିକୁ ସ୍ଥଗିତ ରଖାଯାଇଥିବା ଆନ୍ଦୋଳଳନରତ ଛାତ୍ର ସୂଚନା ଦେଇଛନ୍ତି।
ସେପଟେ ମେ ୨୮ତାରିଖ ପରିବର୍ତ୍ତେ ଜୁନ ୧୦ ସୁଦ୍ଧା ହଷ୍ଟେଲ ଛାଡ଼ିବା ଲାଗି ଡେଡ୍ଲାଇନ ବଢାଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ପୋଲିସ ପ୍ରଶାସନ ସହ ଆଲୋଚନା ପରେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
]]>