୨ ହଜାରରୁ ଅଧିକ ମହିଳା ହନୁମାନ ଘାଟରୁ କଳସ ବୁଡ଼େଇ ଗାନ୍ଧିପଡ଼ିଆ ମହାଯଜ୍ଞସ୍ଥଳୀକୁ ଫେରିଥିଲେ। ଘଟ ସ୍ଥାପନ ପରେ ଗାନ୍ଧିପଡ଼ିଆରେ ଆରମ୍ଭ ହୋଇଥିବା ମହାଯଜ୍ଞ ଆସନ୍ତାକାଲି ଅର୍ଥାତ୍ ରାମ ନବମୀରେ ଶେଷ ହେବ।
ପୂର୍ଣ୍ଣାହୂତି ସହ ରାମ ନବମୀରେ ବିଶାଳ ନଗର ସଂକୀର୍ତ୍ତନ ଶୋଭାଯାତ୍ରାର କାର୍ଯ୍ୟକ୍ରମ ରହିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସହରରେ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସେପଟେ କ୍ରାଇମବ୍ରାଞ୍ଚ ସାଇବର ସେଲର ଏକ ଟିମ୍ ମଧ୍ୟ ସୋସିଆଲ ମିଡିଆ ଉପରେ ତୀକ୍ଷ୍ଣ ନଜର ରଖିଛି।
]]>