#ଶ୍ରୀମନ୍ଦିର_ପରିସରରେ_ସର୍ଟସର୍କିଟ୍
— ଓଟିଭି (@otvkhabar) March 9, 2024
-ପୁରୀ: ଶ୍ରୀମନ୍ଦିର ପରିସର ବେଢ଼ାକାଳୀ ମନ୍ଦିରରେ ସର୍ଟସର୍କିଟ୍
-ବେଢ଼ାକାଳୀ ମନ୍ଦିରର ବାର୍ ଲାଇଟ୍ରେ ଲାଗିଲା ନିଆଁ
-ବାର୍ ଲାଇଟ୍ରେ ନିଆଁ ଲାଗି ଧୂଆଁମୟ ହୋଇଗଲା ବେଢ଼ାକାଳୀ ମନ୍ଦିର
-ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲେ ବିଦ୍ୟୁତ କର୍ମଚାରୀ#Puri #SriMandir #Fire #OTV pic.twitter.com/a12vvckgZC
ତେବେ ଆଜି ସକାଳୁ ବଡ଼ ଦେଉଳରୁ ଏକ ପଥର ଖସିଥିଲା। ବଡଦେଉଳକୁ ଲାଗି ଥିବା ବରାହ ମନ୍ଦିରରୁ ଏହି ପଥରଟି ଖସିଥିଲା। ଆଜି ଭୋର ସମୟରେ ପଥର ଖସି ଏକାଦଶୀ ମନ୍ଦିର ଟିଣ ଛାତରେ କଣା ହୋଇଛି। ପଥରକୁ ଶ୍ରୀମନ୍ଦିରର କମାଣ୍ଡର ସଂଗ୍ରହ କରି ଏଏସ୍ଆଇକୁ ସୂଚନା ଦେଇଛନ୍ତି। ଦକ୍ଷିଣ ଘର ପଛ ପାଖ ତଥା ବିମଳା ମନ୍ଦିର ସମ୍ମୁଖରେ ରହିଛି ବରାହ ମନ୍ଦିର । ଏଏସ୍ଆଇ ପକ୍ଷରୁ ଦକ୍ଷିଣ ଘର ଉପର ଅଂଶର ମରାମତି କରାଯାଇଥିଲା।
]]>ପରମ୍ପରା ମୁତାବକ, ଗଜପତି ସପରିବାର ଦର୍ଶନ ପାଇଁ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାରରେ ପ୍ରବେଶ କରି ବଟ ଗଣେଶଙ୍କୁ ଦର୍ଶନ କରିଥିଲେ । ସେଠାରୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଦକ୍ଷିଣ ଦ୍ୱାର ଦେଇ ଫେରିଛନ୍ତି । ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ପରେ ବିମଳାଙ୍କ ମନ୍ଦିର, ଲକ୍ଷ୍ମୀ ମନ୍ଦିରରେ ଦର୍ଶନ କରିଥିଲେ ।
ପରେ ମୁକ୍ତିମଣ୍ଡପରେ ବ୍ରାହ୍ମଣଙ୍କ ଆଶୀର୍ବାଦ ନେଇଥିଲେ । ଗଜପତି କହିଛନ୍ତି, ନାଟମଣ୍ଡପ କାର୍ଯ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ । ଏହାର ମରାମତି ଆବଶ୍ୟକ ଥିଲା । ସେଇ ଅନୁଯାୟୀ କାମ ଆରମ୍ଭ ହୋଇଛି । ଅନ୍ୟପଟେ ଶୁକ୍ଳ ପଞ୍ଚମୀଠାରୁ ରଥନିର୍ମାଣ ପାଇଁ ରଥକାଠ ଅନୁକୂଳ ହୋଇଛି ।
ଶ୍ରୀନଅର ସମ୍ମୁଖ ରଥଖଳାରେ ପରମ୍ପରା ଅନୁଯାୟୀ ତିନିଖଣ୍ଡ ଧଉରା କାଠକୁ ପୂଜାର୍ଚ୍ଚନା କରା ଯାଇଛି । ସନ୍ଧ୍ୟା ସମୟରେ ତିନିଖଣ୍ଡ ୧୨ଫୁଟିଆ ଧଉରା କାଠକୁ ଶୋତ୍ରିୟ ବ୍ରାହ୍ମଣ ଓ ରାଜଗୁରୁ ପୂଜାର୍ଚ୍ଚନା କରିଛନ୍ତି । ସେପଟେ ପୁରୀ ଶ୍ରୀମନ୍ଦିରକୁ ଆସୁଥିବା ଦିବ୍ୟାଙ୍ଗମାନେ ଶ୍ରୀଜିଉଙ୍କୁ ଠିକ୍ ଭାବେ ଦର୍ଶନ କରିପାରୁନଥିବାରୁ ଅସନ୍ତୋଷ ଦେଖାଦେଇଛି । ତେଣୁ ଦିବ୍ୟାଙ୍ଗ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ପ୍ରଶାସନ କରିବାକୁ ଦାବି ଜୋର ଧରିଛି ।
୨୦୧୭ ମସିହାରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଉତ୍ତର ଦ୍ୱାର ଦେଇ ରାମ୍ପ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ବିଭିନ୍ନ କାରଣରୁ ତାହା ଆଜି ପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ । ପୂର୍ବରୁ ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ ବ୍ୟାରିକେଡ୍ ଯନ୍ତ୍ରଣା ବଢ଼ୁଥିବା ଦେଖିବାକୁ ମିଳିଥିଲା ।
]]>ତେବେ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ପରେ ଲୋକଙ୍କ ମନରେ ପ୍ରଶ୍ନ ଥିଲା ଯେ, କୁଆଡ଼େ ଗଲା ଭକ୍ତଙ୍କ ଗୁଆ,ଚାଉଳ ? ପୁରୀରେ କାହିଁକି ପହଞ୍ଚିଲାନି ଅର୍ପଣ ରଥରେ ଭକ୍ତ ଦେଇଥିବା ଭକ୍ତିର ଅର୍ଘ୍ୟ । ଭକ୍ତଙ୍କ ଭାବାବେଗ ସହ ଖେଳିଲେ କି ସରକାର ? ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଗାଁ ଗାଁରେ ଅର୍ପଣ ରଥ ବୁଲାଇ ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ, ଚାଉଳ ଦେବାକୁ ଅନୁରୋଧ କରିଥିଲେ ସରକାର। ଯାହାକୁ ସରକାରଙ୍କ ପ୍ରଚାର ଯାତ୍ରା କହିଥିଲେ ଗଜପତି ମହାରାଜ ।
ତେବେ ଏହି ଅର୍ପଣ ରଥ ଦ୍ୱାରା ସଂଗୃହିତ ଗୁଆ ଚାଉଳ ଶ୍ରୀମନ୍ଦିରରେ ପହଞ୍ଚିନଥିବାରୁ ସଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା। ଆଉ ଠିକ୍ ଏହି ସମୟରେ ଆସିଲା ଏଭଳି ବୟାନ ଯେ, ମହାପଭୁଙ୍କ ସେବାରେ ଲାଗିବ ଗୁଆ ଚାଉଳ ।
ତେବେ ପ୍ରଶ୍ନ ଉଠୁଛି ଏହି ଗୁଆ ଚାଉଳ ସଂଗ୍ରହ ପାଇଁ ଶ୍ରୀମନ୍ଦିର ପରିଚାଳନ କମିଟି ପକ୍ଷରୁ କୌଣସି ନିର୍ଦ୍ଦେଶ ଦିଆଯାଇନଥିଲେ ମଧ୍ୟ କାହିଁକି ଏଭଳି କରାଯାଇଥିଲା । ସ୍ୱୟଂ ଗଜପତି ମହାରାଜା ଏହାକୁ ପ୍ରଚାର ଯାତ୍ରା କହିଥିବା ବେଳେ ସେହି ଗୁଆ ଚାଉଳ ସଂଗ୍ରହ ପାଇଁ ତାଙ୍କର ଅନୁମତି ନଥିଲା ବୋଲି କହିଥିଲେ । ଗଣମାଧ୍ୟମ ସାମ୍ନାରେ ଗଜପତିଙ୍କ ଏଭଳି ବୟାନ ସାମ୍ନାକୁ ଆସିବାର ଦିନକ ପରେ ଗୁଆ - ଚାଉଳ ସେବାରେ ଲାଗିବ ବୋଲି କୁହାଯିବାର ଅର୍ଥ କ’ଣ । ଏନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ବୁଦ୍ଧିଜୀବୀଙ୍କ ମତରେ ଲୋକଙ୍କ ମନରେ ତେଜୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଏଭଳି କୁହାଯାଇଛି ।
]]>ଶ୍ରୀକ୍ଷେତ୍ର ପରେ ପରେ ସମ୍ବଲପୁର । ପୁରୀରେ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସରୁ ସରୁ ମାଆ ସମଲେଇ ମନ୍ଦିର ପ୍ରକଳ୍ପ ଉଦଘାଟନ ପାଇଁ ସରକାରଙ୍କ ସଜବାଜ । ଜାନୁଆରୀ ୨୭ରେ ସମଲେଇ ମନ୍ଦିର ଆସିବାକୁ ଇଏ ନିମନ୍ତ୍ରଣ ପତ୍ର । ସେଥିଲାଗି ଆଜିଠୁ ଆରମ୍ଭ ହୋଇଛି ଦେବ ନିମନ୍ତ୍ରଣ । ଢୋଲ ନିଶାନର ତାଳେ ତାଳେ ପ୍ରଥମେ ସମଲେଶ୍ୱରୀ ଓ ପାର୍ଶ୍ୱ ଦେବଦେବୀଙ୍କୁ ନିୟୁତା ପରେ ସହରର ଅନ୍ୟ ମନ୍ଦିରଙ୍କୁ ବି ହୋଇଛି ନିମନ୍ତ୍ରଣ । ଯେଉଁଥିରେ ସାମିଲ ଅଛନ୍ତି ମନ୍ଦିରର ପୂଜକ, ଟ୍ରଷ୍ଟବୋର୍ଡ ସଦସ୍ୟ ଓ ପ୍ରଶାସନିକ ଅଧିକାରୀ। ସମ୍ବଲପୁରରୁ ସେମାନେ ସିଧା ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇ ପରେ ଲିଙ୍ଗରାଜଙ୍କୁ ବି ନିୟୁତା ଦେଇଛନ୍ତି। ତେଣେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି- ସବୁ କାମ ସୁରୁଖୁରରେ ଚାଲିଛି ନିର୍ଦ୍ଧାରିତ ସମୟରେ ସରିବ।
ଜାନୁଆରୀ ୧୭ରେ ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ। ତ ତା’ର ଠିକ୍ ୧୦ ଦିନ ପରେ ହଠାତ୍ ସମଲେଶ୍ୱରୀ ମନ୍ଦିର ପ୍ରକଳ୍ପର ବି ଉଦଘାଟନ। ଆଉ ତାରି ମଝିରେ ଜାନୁଆରୀ ୨୨ରେ ଅଯୋଧ୍ୟାର ଭବ୍ୟ ମନ୍ଦିରରେ ବିରାଜିବେ ରାମ ଲଲା । ତେଣୁ ପୁରୀ ଭଳି ସମଲେଶ୍ୱରୀ ପ୍ରକଳ୍ପର ଉଦଘାଟନ ଉତ୍ସବକୁ ବି ଧୁମଧାମ୍ କରିବାକୁ ଭିତରେ ଭିତରେ ବିଜେଡି ଚଳାଇଛି ପ୍ଲାନ। ଏଥିପାଇଁ ଗତ ୪ ତାରିଖରେ ବୁର୍ଲାର ଏକ ଘରୋଇ ହୋଟେଲ୍ରେ ପଶ୍ଚିମ ଓଡ଼ିଶାର ସମସ୍ତ ତୁଙ୍ଗ ନେତାଙ୍କୁ ନେଇ ହୋଇଥିଲା ରୁଦ୍ଧଦ୍ୱାର ବୈଠକ। ଯଦିଓ ଏହା ସାଂଗଠନିକ ମିଟିଂ ବୋଲି ଦର୍ଶାଯାଇଥିଲା, ହେଲେ ମନ୍ତ୍ରୀ ରୀତା ସାହୁ କିନ୍ତୁ ସ୍ପଷ୍ଟ ଭାବେ କହିଥିଲେ ସମ୍ବଲେଶ୍ୱରୀ ପ୍ରକଳ୍ପ ଉଦଘାଟନ ଉତ୍ସବରେ କେମିତି ପ୍ରତ୍ୟେକ ଘରୁ ଲୋକେ ଯୋଡି ହେବେ ସେନେଇ ହୋଇଛି ଆଲୋଚନା। ତେଣେ ବିଜେପି କହିଛି- ରାମ ମନ୍ଦିର ୫ ଶହ ବର୍ଷର ସଂଘର୍ଷର ଫଳ, ହେଲେ ଏଠି ଅଧାପନ୍ତରିଆ ସମଲେଇ ମନ୍ଦିର ପ୍ରକଳ୍ପକୁ ଉଦଘାଟନ କରି ବିଜେଡି ଯେଉଁ ମାଇଲେଜ ପଲିଟିକ୍ସ କରୁଛି ତାହା ହାସ୍ୟାସ୍ପଦ।
ପ୍ରଶ୍ନ ଉଠୁଛି ପୁରୀ ପରେ ପରେ ହଠାତ୍ କାହିଁକି ସମଲେଇ ପ୍ରକଳ୍ପକୁ ନେଇ ଏତେ ଉତ୍ସାହିତ ରାଜ୍ୟ ସରକାର ? ରାଜନୀତି ସମୀକ୍ଷକଙ୍କ ମତରେ- ଗୋଟିଏ ପଟେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ପ୍ରଦେଶରୁ ଦେଶ ଯାଏଁ ଚର୍ଚ୍ଚା ଚାଲିଛି ତ ଏଣେ ପଶ୍ଚିମ ଓଡ଼ିଶାରେ ବିଜେପିର ଦବଦବା ରହିଛି। କଳାହାଣ୍ଡି, ବଲାଙ୍ଗିର, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ର ବିଜେପି ହାତରେ ରହିଛି। ତେଣୁ ସେଠି ବିଜେପି ଗଡ଼ ଭାଙ୍ଗିବାକୁ ଏହା ଏକ ରଣନୀତି ହୋଇପାରେ।
]]>ଗଜପତି ମହାରାଜା ଦିବ୍ୟସିଂହ ଦେବ ବୈଠକରେ ଅଧ୍ୟକ୍ଷତାରେ ଚାଲିଥିବା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପରିଚାଳନା କମିଟିର ସଦସ୍ୟ, ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିରକୁ ନିମନ୍ତ୍ରଣ ପତ୍ର ଦିଆ ଚାଲିଥିବା ବେଳେ ଆସନ୍ତା ୧୨ ତାରିଖ ସନ୍ଧ୍ୟାରେ ଶ୍ରୀନହରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଗୁଆ ଟେକା ଯାଇ ଯଜ୍ଞ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବ । ଶ୍ରୀମନ୍ଦିର ରାଜପୁରୋହିତଙ୍କ ପରାମର୍ଶ କ୍ରମେ ଗଜପତି ଦିବ୍ୟସିଂହ ଦେବଙ୍କ ରାଶି ଓ ନକ୍ଷତ୍ରକୁ ନେଇ ଯଜ୍ଞ ଆରମ୍ଭ ହେବ ।
ଆସନ୍ତା ଜାନୁଆରୀ ୧୫ ତାରିଖ ସକାଳ ୭ଟାରେ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଅଙ୍କୁରାରୋପଣ କରାଯିବ । ୧୭ ତାରିଖ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ ।
]]>ଏହି ପ୍ରସଙ୍ଗରେ ବିତର୍କ ପାଇଁ ଆହ୍ୱାନ କରିବା କରିବା ସହ କହିଛନ୍ତି, ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବି ଚେଷ୍ଟା କରି ଶ୍ରୀମନ୍ଦିର ଭିତରକୁ ଯାଇ ପାରିନାହାଁନ୍ତି । ମନ୍ଦିରର ସ୍ୱତନ୍ତ୍ର ନୀତି ନିୟମ, ବିଧି ବ୍ୟବସ୍ଥାକୁ ଭଙ୍ଗ କରାଯାଇଛି । ଶ୍ରୀମନ୍ଦିରକୁ ନେଇ ବିବାଦୀୟ ବୟାନ ଦେଇ ଦିନେ ପ୍ୟାରୀ ମହାପାତ୍ର ମଧ୍ୟ କ୍ଷମା ମାଗିଥିଲେ ବୋଲି କହିଛନ୍ତି ମନମୋହନ ।
ତେବେ ମନମୋହନଙ୍କ ଏଭଳି ଅଭିଯୋଗ ନେଇ ରାଜ୍ୟ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ପୂର୍ବରୁ କିନ୍ତୁ ଗୋମାଂସ ଭକ୍ଷଣ ଅଭିଯୋଗକୁ ନିଜର ବ୍ଲଗ୍ ଜରିଆରେ ଖଣ୍ଡନ କରିଛନ୍ତି ହିନ୍ଦୀ ବ୍ଲଗର କାମିୟା ଜାନି । ତା’ସହ କୌଣସି ନୀତି ନିୟମ ଉଲଂଘନ କରିନାହିଁ ବୋଲି କହିଥିଲେ କାମିୟା ।
]]>ଶ୍ରଦ୍ଧାଳୁଙ୍କ ପାଇଁ କେତେ ସହାୟକ ହେବ ଏସି ଟନେଲ ? ଏସି ଟନେଲରେ ବରିଷ୍ଠ ନାଗରିକଙ୍କ ପାଇଁ କଣ ରହିବ ସୁବିଧା ? ନୂଆ ବର୍ଷ ପୂର୍ବରୁ ଏବେ ଏସି ଟନେଲ କାମ ଜୋରସୋରରେ ଚାଲିଥିବା ବେଳେ କେତେଦୂର ଫଳପ୍ରଦ ହେବ ଉଠିଛି ପ୍ରଶ୍ନ । କାହିଁକି ନା ୮୪ ମିଟର ଲମ୍ବ ଏହି ଟନେଲ ଭିତରେ ଦର୍ଶନ ପାଇଁ ଯିବା ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ସମ୍ଭବପର ନୁହେଁ ।
ଏପରି ସ୍ଥଳେ ସେମାନଙ୍କ ପାଇଁ କଣ ବ୍ୟବସ୍ଥା ରହିଛି ବୋଲି ଶ୍ରଦ୍ଧାଳୁ ମହଲରେ ଉଠିଛି ପ୍ରଶ୍ନ ? ସେହିପରି କଣ କଣ କାମ ହେଉଛି ସେ ସଂପର୍କରେ ସେବାୟତଙ୍କୁ ଅନ୍ଧାରରେ ରଖାଯାଉଥିବା ଅଭିଯୋଗ ହୋଇଛି ।
ମରିଚିକୋଟ ଛକ ନିକଟ ଧର୍ମଜ୍ୟୋତି ଲଜ ଠାରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନିର୍ମାଣ ହେଉଛି ଏସି ଟନେଲ୍ । ୮୪ ମିଟର ଲମ୍ବ ଓ ୧୨ ମିଟର ଚଉଡ଼ା ଶୀତତାପ ନିୟନ୍ତ୍ରିତ ଟନେଲ ଭିତରେ ରହିବ ୬ ଲେନ ବିଶିଷ୍ଟ ବ୍ୟାରିକେଡ୍ । ବଡଦାଣ୍ଡରେ ଆସୁଥିବା ଶ୍ରଦ୍ଧାଳୁ ମାନେ ଏସି ଟନେଲ ଦେଇ ଦୋଳବେଦୀ ନିକଟରେ ପହଞ୍ଚିବେ ।
ସେହିପରି ଜଗନ୍ନାଥ ବଲ୍ଲଭ ପାର୍କିଂରୁ ଶ୍ରଦ୍ଧାଳୁ ମାନେ ଶ୍ରୀଦାଣ୍ଡ ଦେଇ ଦୋଳବେଦୀ ପାଖରେ ପହଞ୍ଚିବେ । ସେଠାରୁ ବ୍ୟାରିକେଡ୍ ଦେଇ ସିଂହଦ୍ବାରେ ମନ୍ଦିର ପ୍ରବେଶ କରିବାକୁ ହୋଇଛି ବ୍ୟବସ୍ଥା ।
]]>ମରାମତି କାମର ଅନୁଧ୍ୟାନ କରିବେ ଆମିକସ୍ କ୍ୟୁରି । ଏନେଇ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମରାମତି କାମ ଅନୁଧ୍ୟାନ କରି ପ୍ରତି ୧୫ ଦିନରେ ହାଇକୋର୍ଟଙ୍କୁ ରିପୋର୍ଟ ଦେବେ ଆମିକସ୍ କ୍ୟୁରି । ଡିସେମ୍ବର ୪ ତାରିଖରେ ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ।
#କାଲିଠାରୁ_ନାଟମଣ୍ଡପ_ମରାମତି_ନିର୍ଦ୍ଦେଶ
— ଓଟିଭି (@otvkhabar) November 15, 2023
-ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ
-ଆସନ୍ତାକାଲିଠାରୁ ନାଟମଣ୍ଡପ ମରାମତି ଲାଗି ନିର୍ଦ୍ଦେଶ
-ନାଟମଣ୍ଡପ ମରାମତି ଲାଗି ASIକୁ ନିର୍ଦ୍ଦେଶ
-ମରାମତି ଲାଗି ସମସ୍ତ ସହଯୋଗ ଯୋଗାଇବ ମନ୍ଦିର ପ୍ରଶାସନ#Puri #Srimandir #Odisha pic.twitter.com/gvAe5d04uy
ମହାପ୍ରଭୁଙ୍କ ପାଇଁ ମାସକ ଯାକ ମାତା ଯଶୋଦା ପହିଲି ଭୋଗ ପ୍ରସ୍ତୁତ କରିବେ । ବିଶେଷ ଭାବେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ଏଥିରେ ରହିବ । ବଡ଼ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡ଼ା, କାକେରା, ଲଡ଼ୁ ଗଜା ପ୍ରଭୃତି ରହିଛି । ପ୍ରତିଦିନ ଅବକାଶ ଓ ମଙ୍ଗଳ ଆଳତୀ ପରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲଗାଯିବ । ମହାପ୍ରଭୁଙ୍କୁ ଏହି ମାସକ ଯାକ ସ୍ୱତନ୍ତ୍ର ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।
ସ୍ୱତନ୍ତ୍ର ନୀତି ଅନୁସାରେ ଆଜିଠାରୁ ପ୍ରତ୍ୟେହ ରାତି ୨ଟା ରେ ଶ୍ରୀମନ୍ଦିର ଦ୍ୱାର ଫିଟା, ୨:୩୦ରେ ଭିତର ଶୋଧ, ୨:୪୫ ରେ ମଙ୍ଗଳ ଆଳତୀ ଓ ରୋଷ ହୋମ, ଭୋର ୩:୧୫ରେ ମଇଲମ ଓ ତଡପ ଲାଗି, ୪ଟା ରେ ଅବକାଶ, ୪:୪୫ରେ ସୂର୍ଯ୍ୟପୂଜା, ସକାଳ ୫ଟାରେ ଦ୍ୱାରପାଳ ପୂଜା ଓ ବେଶ ଶେଷ, ୫:୨୦ରୁ ୬ଟା ମଧ୍ୟରେ ପହିଲି ଭୋଗ ଓ ଗୋପାଳ ବଲ୍ଳଭ, ୬:୩୦ରୁ ୮ଟା ମଧ୍ୟରେ କୋଠଭୋଗ, ୮:୨୦ରୁ ୯ଟା ମଧ୍ୟରେ ପୁନର୍ବାର ମଇଲମ ଓ ବେଶ ପରେ ଭୋଗମଣ୍ଡପ ଓ ଅନ୍ୟାନ୍ୟ ନୀତି ବଢ଼ି ଦିନ ୧୧ଟା ୪୫ରେ ଦ୍ଵିତୀୟ ଭୋଗ ମଣ୍ଡପ, ସାଢେ ଦୁଇଟାରେ ଦିବା ପହୁଡ଼ ଓ ସାଢେ ଚାରିଟାରେ ଦ୍ୱାର ଫିଟା ହୋଇ ସନ୍ଧ୍ୟା ଆଳତୀ, ମଇଲମ, ରାତି ପ୍ରାୟ ୯ ଟାରେ ଚନ୍ଦନ ଲାଗି ପରେ ରାତି ୧୦ଟା ରେ ମହାପ୍ରଭୁଙ୍କ ବଡସିଂହାର ବେଶ ପରେ ଅନ୍ୟାନ୍ୟ ନୀତି ବଢ଼ି ରାତି ୧୧ଟାରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ | ଏଣୁ ଆଜିର ଦିନରେ ମହାପ୍ରଭୁଙ୍କ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳୁଥିବା ବିଶ୍ୱାସ ରହିଥିବାରୁ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ସହ ଭକ୍ତ ଶ୍ରଦ୍ଧାଳୁ ମାନେ ମହାବାହୁଙ୍କ ଦର୍ଶନ କରି ନିଜକୁ ଧନ୍ୟମନେ କରିଛନ୍ତି ।
ପହିଲି ଭୋଗର ପ୍ରଥମ ଦିନରେ କାଓ କା କହିଲା ପୂର୍ବରୁ ମହାପ୍ରଭୁଙ୍କ ପାଇଁ ବିଭିର୍ନ ସୁସ୍ୱାଦୁ ବ୍ୟଞ୍ଜନ ତଥା ବଡ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡା, କାକେରା, ଅମାଲୁ, ନଳୀ, ଏଣ୍ଡୁରି, ମୁଗେଇ, ଚଢ଼େଇ ନେଦା, ଲଡ଼ୁ, ଗଜା, ଗଇଁଠା, ମଣ୍ଡା ଓ ଖଇର ଚୁଳ ଆଦି ଭୋଗ କରାଯାଇଛି । ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କ ଅବକାଶ ଓ ମଙ୍ଗଳ ଆଳତୀ ବଢିବା ପରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି କରାଯାଏ । ସେପଟେ ଏତେ ଶ୍ରୀଘ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏତେ ପ୍ରକାର ପିଠା ଓ ଖେଚୁଡି, ଡାଲେମା ଆଦି ଭୋଗପ୍ଳସ୍ତୃତ କରାଯାଇ ଭୋଗ ଲଗାଯାଇଛି, ତାହା ମଣିଷ ହାତରେ ସମ୍ଭବ ନୁହଁ।
ମା ଓ ପୁଅର ଅନାବୀଳ ସେହ୍ନ, ବାତସ୍ୟଳ ମମତାର ଅନନ୍ୟ ନିର୍ଦର୍ଶନ । ଜନ୍ମ ଜନ୍ମାନ୍ତରର ଅନାବିଳ ସମ୍ପର୍କର ନିଦର୍ଶନ ସ୍ୱରୂପ ମହାପ୍ରଭୁ ଲୀଳାମୟ କ୍ଷେତ୍ର ଶ୍ରୀକ୍ଷେତ୍ରରେ ଏହି ଲୀଳା ସମ୍ପାଦନ କରୁଥିବା ଜଣାଯାଏ ।
]]>
ଶ୍ରୀକ୍ଷେତ୍ରରେ ଏପ୍ରିଲ ୨୭ ପଦଯାତ୍ରାକୁ ନେଇ ଗୋଳମାଳିଆ ସ୍ଥିତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଖନନ ଯୋଗୁଁ ଶ୍ରୀମନ୍ଦିର ଅସୁରକ୍ଷିତ ହୋଇପଡ଼ିଥିବା ଅଭିଯୋଗ ଆଣୁଥିବା ଶ୍ରୀମନ୍ଦିର ବଞ୍ଚାଓ ଆନ୍ଦୋଳନ କମିଟି ଆସନ୍ତା ୨୭ରେ ପଦଯାତ୍ରା ପାଇଁ ଜିଲ୍ଲାପାଳଙ୍କୁ ମାଗିଛି ଅନୁମତି । ପୁରୀ ଶରଧାବାଲିରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଆୟୋଜନ ପାଇଁ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ୩ଜଣିଆ ପ୍ରତିନିଧି ମଣ୍ଡଳୀ ଭେଟିଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ଜିଲ୍ଲା ପ୍ରଶାସନ କୌଣସି ଠୋସ୍ ନିଷ୍ପତ୍ତି ନେଇ ନାହିଁ ।
ସଂଗଠନର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି, ଏଏସଆଇର ବିନା ଅନୁମତିରେ ଖନନ କାମ ଚାଲିଛି । ସେପଟେ ଶୋଭାଯାତ୍ରାକୁ ବିରୋଧ ସହ ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରି କରି ଆଜି ପୁରୀ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି ବହୁ ବୁଦ୍ଧିଜୀବୀ, ଧାର୍ମିକ ଓ ସାମାଜିକ ଅନୁଷ୍ଠାନ । ଏମିତିକି ବିଜେପିର ବରିଷ୍ଠ ନେତା ତଥା ପୂଜ୍ୟପୂଜା ସଂସଦର ରାଜ୍ୟ ସଭାପତି କୃଷ୍ଣ ଜଗଦ୍ଦେବ ମଧ୍ୟ ପ୍ରକଳ୍ପ ସାକାର ହେଉ ବୋଲି ମତ ରଖିଛନ୍ତି ।
ସେପଟେ ଆଜି ସେବାୟତମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟ ତଥା ଗଜପତି ମହାରାଜା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ନିର୍ଦ୍ଧାରିତ ସମୟ ୨୦୨୪ ସୁଦ୍ଧା ପ୍ରକଳ୍ପ କାମ ଶେଷ କରିବାକୁ ଦାବି ରଖିଛନ୍ତି । ତାସହ ଯେଉଁମାନେ ପ୍ରକଳ୍ପ କାମକୁ ବିରୋଧ କରୁଛନ୍ତି ସେମାନେ ନିବୃତ୍ତ ରୁହିବାକୁ କହିଛନ୍ତି । ତେଣେ ଗଜପତି ମହାରାଜା ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁ ରହିବା ଆବଶ୍ୟକ । ଏହା ଶେଷ ହେଲେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପ୍ରଭାବ ପକାଇବ । ମହାପ୍ରଭୁଙ୍କ କାର୍ଯ୍ୟ ସମସ୍ତଙ୍କର, ଏଥିରେ ବାଧା ଦେବା ଉଚିତ ନୁହେଁ । ତେବେ ଯେଉଁଭଳି ଢଙ୍ଗରେ ଖନନ କାର୍ଯ୍ୟ ଚାଲିଛି, ସେଥିରେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛନ୍ତି ଗଜପତି ।
ସେପଟେ ଶ୍ରୀମନ୍ଦିର ବଞ୍ଚାଓ ଆନ୍ଦୋଳନ କମିଟିର ଆସନ୍ତା ୨୭ ଶୋଭାଯାତ୍ରା ପଛରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଥିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ତାକୁ ନେଇ ବଢୁଛି ବିରୋଧ । ଏମିତିକି ଖୋଦ୍ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ବି ପ୍ରକଳ୍ପ କାମ ଶୀଘ୍ର ସାରିବାକୁ ମତ ରଖିଥିବା ବେଳେ ଧାରଣା କି ରାଲି ସମାଧାନର ବାଟ ନୁହେଁ ବୋଲି କହିଛନ୍ତି । ତେଣେ ଅପରାଜିତା କହିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦ ଭିକ୍ଷା ପାଇଁ ସେଦିନ ସେ ନିଶ୍ଚେ ପୁରୀ ଯିବେ ।
ଏଣେ ଏସବୁ ଭିତରେ ପୁରୀ ଗସ୍ତରେ ଆସିଥିବା ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଭାପତି ପ୍ରବୀଣ ତୋଗାଡିଆ ଶ୍ରୀମନ୍ଦିର କରିଡର ପ୍ରକଳ୍ପ କାମକୁ ନେଇ କଡ଼ା ଆପତ୍ତି ଉଠାଇଛନ୍ତି । ବିକାଶ ନାଁରେ ପୁରାତନ କୀର୍ତ୍ତି ଭଙ୍ଗାଯିବା ଦୁର୍ଭାଗ୍ୟଜନକ ବୋଲି କହିବା ସହ ପୁରାତନ ମଠ, ମନ୍ଦିର ଭଙ୍ଗା ନଯାଇ ମଧ୍ୟ ବିକାଶ କାର୍ଯ୍ୟ ହୋଇପାରିଥାନ୍ତା ବୋଲି କହିଛନ୍ତି ।
]]>କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସଂସଦୀୟ କମିଟି ସଦସ୍ୟ ପୁରୀ ଗସ୍ତ ଅବସରରେ ଶ୍ରୀମନ୍ଦିର ପରୀକ୍ରମା ପ୍ରକଳ୍ପର ଅନୁଧ୍ୟାନ କରି ଏଭଳି ଅସନ୍ତୋଷ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ କମିଟି ସଦସ୍ୟ ଶମ୍ଭାଜୀ ଛତ୍ରପତି କହିଛନ୍ତି ଏଏସ୍ଆଇ ସହ ସମନ୍ୱୟ ରଖି ରାଜ୍ୟ ସରକାର କାମ କରିବା ଉଚିତ୍ । ସେହିପରି ଶ୍ରଦ୍ଧାଳୁଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ନେଇ ରାଜ୍ୟ ସରକାର ଗୁରୁତ୍ୱ ଦିଅନ୍ତୁ କିନ୍ତୁ ନିର୍ମାଣାଧୀନ କାମ ପାଇଁ ଏଏସ୍ଆଇ ସହ ସମନ୍ୱୟ ରକ୍ଷା କରିବା ଉଚିତ୍ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଟି.ଜି.ଭେଙ୍କଟେଶଙ୍କ ଅଧ୍ୟକ୍ଷତାରେ ୨୨ ଜଣିଆ କମିଟି ଆଜି ପୁରୀ ଗସ୍ତରେ ଆସିଥିଲେ । ସେମାନେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ସାଥିରେ ଏଏସଆଇ ଏଡିଜି ମଧ୍ୟ ସାମିଲ ଥିଲେ ।
ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗରେ ବିଧାନସଭାରେ ଗଠନ ହୋଇଥିବା ଗୃହ କମିଟି ନେଇ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବୈଠକ ଡାକିବା ପାଇଁ କୌଣସି ଅସୁବିଧା ନାହିଁ କିନ୍ତୁ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଗୃହ କମିଟି ଏ ପ୍ରସଙ୍ଗରେ ହସ୍ତକ୍ଷେପ କରିପାରିବ କି ନାହିଁ ତା ଉପରେ ତର୍ଜମା ଚାଲିଛି ବୋଲି ବାଚସ୍ପତି କହିଛନ୍ତି । ଏନେଇ ବିଧାନସଭାର ଆଇନ ବିଭାଗ ସହ ଆଲୋଚନା ଚାଲିଛି । ଶ୍ରୀମନ୍ଦିର ପ୍ରସଙ୍ଗ ବିଶ୍ୱବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଦିଲ୍ଲୀରୁ ଟିମ୍ ଆସିଛନ୍ତି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।
ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନ ଅଭିଯୋଗ ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ବିସ୍ତୃତ ତଥ୍ୟ ରଖିବା ପାଇଁ ହାଇକୋର୍ଟରେ ସମୟ ମାଗିଛନ୍ତି ASI ଅଧିକାରୀ । ରାଜ୍ୟ ସରକାର ଓ ASI ବିଶେଷଜ୍ଞ ଟିମ୍ ମିଳିତ ଭାବେ ପରିଦର୍ଶନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ମାମଲାରେ ଏକ ଇଣ୍ଟରଭେନିଂ ପିଟିସନ ମଧ୍ୟ ହାଇକୋର୍ଟରେ ଦାୟର ହୋଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ’ ୧୬ ତାରିଖରେ ହେବା ନେଇ ଦିନ ଧାର୍ଯ୍ୟ ହୋଇଛି । ଶ୍ରୀମନ୍ଦିର ଚୌହଦୀରେ ବେଆଇନ ଖନନ ନେଇ ଦିଲ୍ଲୀପ ବରାଳ ନାମକ ଜଣେ ବ୍ୟକ୍ତିଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ହୋଇଛି ।
]]>ତେବେ ଏହାକୁ ନେଇ ରବିବାରଠାରୁ ସାରା ରାଜ୍ୟରେ ହଟଚମଟ ଚାଲିଥିବା ବେଳେ ଏବେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ସ୍ୱର ଉଠାଇଛନ୍ତି । ସେ ନିଜ ଟ୍ୱିଟ୍ ହ୍ୟାଣ୍ଡେଲରେ ରୋଷ ଘର ଚୂଲା ଭଙ୍ଗା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ କହିଛନ୍ତି, ‘ଜଗନ୍ନାଥ ମହାପ୍ରଭୁଙ୍କ ରୋଷଘରେ ପଶି ଚୂଲା ଭାଙ୍ଗିଥିବା ଦୁର୍ବୁତ୍ତଙ୍କୁ ଏ ଜାତି କେବେବି କ୍ଷମା ଦେବନାହିଁ । କିନ୍ତୁ ଏହାର ମାନେ ନୁହେଁ ଯେ ଦାୟିତ୍ୱରେ ଥିବା ବ୍ୟବସ୍ଥା ଚୁପ୍ ହୋଇ ବସିଯିବେ । ଯାହାକି ଆଜି ଶ୍ରୀମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି । ଏହିଭଳି କଳାପାହାଡ଼ ସଦୃଶ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ।’
ଜଗନ୍ନାଥ ମହାପ୍ରଭୁଙ୍କ ରୋଷଘରେ ପଶି ଚୁଲା ଭାଙ୍ଗିଥିବା ଦୁର୍ବୁତ୍ତଙ୍କୁ ଏ ଜାତି କେବେବି କ୍ଷମା ଦେବନାହିଁ କିନ୍ତୁ ଏହାର ମାନେନୁହେଁ ଯେ ଦାୟିତ୍ୱରେ ଥିବା ବ୍ୟବସ୍ଥା ଚୁପ୍ ହୋଇ ବସିଯିବେ ଯାହାକି ଆଜି ଶ୍ରୀମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନବାଚୀ। ଏହିଭଳି କଳାପାହାଡ଼ ସଦୃଶ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ pic.twitter.com/82h66ak3U1
— Baijayant Jay Panda (@PandaJay) April 4, 2022
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ରୋଷ ଘରେ ବ୍ୟାପକ ଭଙ୍ଗାରୁଜା ଘଟଣାକୁ ୨୪ ଘଣ୍ଟା ବିତିଯାଇଛି । ହେଲେ ଘଟଣାକୁ ନେଇ ପୋଲିସକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁରାଗ ମିଳିପାରିନାହିଁ । ଏମିତିକି ଏଯାଏଁ ପୋଲିସ ଦୁର୍ବୃତ୍ତଙ୍କ ଟେର ମଧ୍ୟ ପାଇନି । ଅନ୍ୟପକ୍ଷେ, ଭଙ୍ଗା ଚୂଲାରେ ହିଁ ଶ୍ରୀଜିଉଙ୍କ ଭୋଗ ରୋଷେଇ ହୋଇଥିବା କଥା କୁହାଯାଉଛି । ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଶ୍ରୀମନ୍ଦିର ଅତିରିକ୍ତ ସୁରକ୍ଷା ପ୍ରଶାସକ ଘଟଣାର ଛାନଭିନ୍ କରୁଛନ୍ତି । ଘଟଣାକୁ ନେଇ ସୁଆରମହାସୁଆର ନିଯୋଗ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଥିବା ବେଳେ, ସୁରକ୍ଷା ବ୍ୟବସ୍ଥା ଓ ଅବହେଳାକୁ ଦାୟୀ କରିଛି ନିଯୋଗ । ତେବେ ପୂର୍ବ ଶତ୍ରୁତା କିମ୍ବା ବ୍ୟାବସାୟିକ ଶତ୍ରୁତାରୁ ଦୁର୍ବୃତ୍ତ ମାନେ ଏଭଳି କାଣ୍ଡ ଭିଆଇଥିବା ଚର୍ଚ୍ଚା ଜୋର ଧରିଛି ।
ରୋଷଘରେ ଗୋଟିଏ କି ଦୁଇଟି ନୁହେଁ ଅନେକ ଚୂଲାକୁ ଭାଙ୍ଗି ଦିଆଯାଇଛି । ଯେଉଁଥିରେ ଶ୍ରୀମନ୍ଦିର ରୋଷ ଘରର କୋଠଭୋଗ, ସାତପୁରି, ପିଠାଗଢ଼ା, ଥାଳିଆଡ଼ ଆଦି ଥିବା ବିଭିନ୍ନ ଚୂଲା ରହିଥିଲା । ଶ୍ରୀମନ୍ଦିର ଇତିହାସରେ କେବେ ଏଭଳି ଘଟଣା ଘଟି ନଥିଲା । ଏଘଟଣା ସଂପର୍କରେ ଜଣାପଡ଼ିବା ପରେ ଜିଲ୍ଲାପାଳ, ଏସ୍ପି ଓ ଶ୍ରୀମନ୍ଦିର ପ୍ରଶାସକ ପ୍ରମୁଖ ଘଟଣାସ୍ଥଳକୁ ଯାଇ ସ୍ଥିତି ଯାଞ୍ଚ କରିଥିଲେ ।
ତେବେ ପ୍ରଶାସନର କହିବା କଥା ଦୁଇ ଦିନ ଭିତରେ ପ୍ରକୃତ ଦୋଷୀକୁ ଧରାଯିବ । ଏହାସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରଶାସନ ପକ୍ଷରୁ ଏଭଳି ବୟାନ ଶୁଣିବା ପରେ ଲୋକଙ୍କ ମନରେ ସନ୍ଦେହ ବଢ଼ିଯାଇଛି । ସନ୍ଦେହ ବଢ଼ିବା ବି ସ୍ୱାଭାବିକ୍ । କାରଣ ଶ୍ରୀମନ୍ଦିରର ଚାରିଆଡ଼େ ଲାଗିଛି ସିସିଟିଭି । ଆଉ ଅଭିଯୁକ୍ତଙ୍କୁ ଧରିବାକୁ ହେଲେ ସିସିଟିଭି ଯାଞ୍ଚ ହିଁ ସବୁଠୁ ସହଜ ଉପାୟ । ହେଲେ ଘଟଣାକୁ ୨୪ ଘଶ୍ଟା ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସିସିଟିଭି ଯାଞ୍ଚ କରାଯାଇନାହିଁ । ତେବେ କୁଆଡ଼େ ଗଲା ସିସିଟିଭି ଫୁଟେଜ୍ ? ଏହି ପ୍ରଶ୍ନ ମଧ୍ୟ ଏବେ ସମସ୍ତଙ୍କ ମନରେ ।
ପ୍ରଶାସନ ଅଭିଯୁକ୍ତଙ୍କୁ ଧରିବା ପାଇଁ କାହିଁକି ଦୁଇ ଦିନ ସମୟ ମାଗିଲା ? ଦୁଇ ଦିନ ଅର୍ଥାତ୍ ୪୮ ଘଣ୍ଟା । ଯାହାକି ଅଭିଯୁକ୍ତଙ୍କ ପାଇଁ ପ୍ରମାଣ ନଷ୍ଟ କରିବାକୁ ଯଥେଷ୍ଟ ସମୟ । ଏମିତିକି ଅଭିଯୁକ୍ତ ଓଡ଼ିଶା ଛାଡ଼ି ଅନ୍ୟ ରାଜ୍ୟକୁ ଫେରାର ହେବା ପାଇଁ ମଧ୍ୟ ଯଥେଷ୍ଟ । ତେବେ ପ୍ରଶାସନର ଏହି ଦୁଇ ଦିନ ସମୟ ଥିଓରୀ, ଅଭିଯୁକ୍ତଙ୍କୁ ଧରିବା ପାଇଁ ନାଁ ସେମାନଙ୍କୁ ଖସି ପଳାଇବା ପାଇଁ ସୁଯୋଗ ଦେଲା । ଏଭଳି ସନ୍ଦେହ ଏବେ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀଙ୍କ ମନରେ ଘନିଭୂତ ହେଉଛି ।
]]>ଅନ୍ୟପଟେ ନିକୁଞ୍ଜ କିଶୋର ସୁନ୍ଦରରାୟଙ୍କୁ ବି ନୂଆ ଦାୟିତ୍ୱ ଦିଆଯାଇଛି । ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେଲେ ନିକୁଞ୍ଜ । ମୋନା ଶର୍ମାଙ୍କ ସ୍ଥାନରେ ନିକୁଞ୍ଜ ସୁନ୍ଦରାୟଙ୍କୁ ନିଯୁକ୍ତି ଦିଆଯାଇଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିବାପରେ ମୋନା ଶର୍ମାଙ୍କ ବଦଳରେ ତାଙ୍କୁ ମିଳିଛି ଏହି ନିଯୁକ୍ତି ।
ସେପଟେ ଶୁଭମ୍ ସକ୍ସେନା ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ହୋଇଥିବା ବେଳେ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଳାଇବେ । ସେହିଭଳି ଆଇଏଫ୍ଏସ୍ ସଞ୍ଜିବ କୁମାର ଚଡ୍ଡା ହେଲେ ଏଗ୍ରିକଲ୍ଚର ଓ ମାର୍କେଟିଂ ନିର୍ଦ୍ଦେଶକ । ଏହାସହ ସମନ୍ୱୟ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ସଞ୍ଜିବ ।
ଏହାପୂର୍ବରୁ ରାଜ୍ୟରେ OAS ଅଧତ୍କାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଥିଲା । OAS ଅଧିକାରୀ କଳ୍ପତରୁ ବେହେରାଙ୍କୁ ସିଏମସିର ଅତିରିକ୍ତ କମିଶନର ପଦକୁ ବଦଳି କରାଯାଇଥିବା ବେଳେ ଅବିନାଶ ରାଉତଙ୍କୁ ଏସସିବି ରେଜିଷ୍ଟ୍ରାର (ଆଡମିନିଷ୍ଟ୍ରେସନ) ଦାୟିତ୍ୱ ଦିଆଯାଇଛି ।
ସେହିଭଳି ପାରଳାଖେମୁଣ୍ଡି ସବ୍ କଲେକ୍ଟର ଥିବା ଦିଲୀପ କୁମାର ମହାରଣାଙ୍କୁ ସାଧାରଣ ପ୍ରଶାସନ ବିଭାଗ OSD କରାଯାଇଥିବା ବେଳେ ମାଲକାନଗିରି ଆଇଟିଡିଏ ପିଏ ଭାବେ କାର୍ଯ୍ୟରତ ଥିବା କ୍ଷୀରାବ୍ଦୀ ବେହେରାଙ୍କୁ ମାଲକାନଗିରି ଅତିରିକ୍ତ ପିଡି DRDA ଭାବେ ବଦଳି କରାଯାଇଛି ।
ସେପଟେ ମୟୂରଭଞ୍ଜ ବିଜିତଲାରେ ବିଡିଓ ଥିବା ତ୍ରିନାଥ ମାଝୀଙ୍କୁ ମାଲକାନଗିରି ITDAର ପିଏ ଭାବେ ବଦଳି କରାଯାଇଛି । ସେହିଭଳି ଗଞ୍ଜାମ ଜିଲ୍ଲା ଚିକିଟିରେ ବିଡିଓ ଥିବା ଫାଲ୍ଗୁନୀ ମାଝୀଙ୍କୁ ଗଜପତିର ITDA ପିଏ ଭାବେ ନିଯୁକ୍ତି ଦିଆଯାଇଛି।
]]>କାର୍ତ୍ତିକ ପୂର୍ଣ୍ଣିମା, ଦୀପାବଳି, ବଡ଼ ଏକାଦଶୀ ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ତେବେ କୁମାର ପୂର୍ଣ୍ଣିମାରେ ମନ୍ଦିର ଖୋଲା ରହିବ। ମନ୍ଦିରକୁ ବିଶୋଧନ କରିବା ଲାଗି ପ୍ରତି ରବିବାର ଦର୍ଶନ ମଧ୍ୟ ବନ୍ଦ ରହିବ ବୋଲି ନୂଆ ଏସ୍ଓପିରେ କୁହାଯାଇଛି। ଅନ୍ୟ ଦିନରେ ଭକ୍ତମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂରତିଙ୍କ ଦର୍ଶନ କରିପାରିବେ।
ଶ୍ରୀମନ୍ଦିର ପରିସରକୁ ପଲିଥିନ ନେବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଯଦି କେହି ଶ୍ରୀମନ୍ଦିରକୁ ପଲିଥିନ ନେଇ ଯାଆନ୍ତି, ଏଥିପାଇଁ ତାଙ୍କୁ ୧୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ।
]]>ଗଜପତିଙ୍କ ପ୍ରତିନିଧି, ପରିଚାଳନା କମିଟିର ୨ ସଦସ୍ୟ ଉପସ୍ଥିତ ରହିବେ। ଏଥିରେ ରତ୍ନଭଣ୍ଡାର ଖୋଲିବା ସମ୍ପର୍କିତ ଶ୍ରୀମନ୍ଦିର ଆଇନକୁ ତର୍ଜମା କରାଯିବା ସହ ବିଭିନ୍ନ ବିଧିବ୍ୟବସ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଓ ଆସନ୍ତାକାଲି ଭଣ୍ଡାରର ବାସ୍ତବିକ ସ୍ଥିତି ଯାଞ୍ଚ କରାଯିବ। ଯାଞ୍ଚ ପରେ ୨୯ ତାରିଖରେ ଶୁଣାଣି କରାଯିବ। ତେବେ ନିର୍ଦ୍ଦେଶକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବେ ଚିନ୍ତାରେ।
ଶ୍ରୀମନ୍ଦିର ଆଇନ ଅନୁସାରେ ରତ୍ନ ଭଣ୍ଡାରର ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କ ଅନୁମତି ମଧ୍ୟ ମାଗିଛି। ରାଜ୍ୟ ସରକାରଙ୍କ ଅନୁମତି ପରେ ଭଣ୍ଡାର ଖୋଲିବା ନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ଏପରିକି ଯଦି ଭଣ୍ଡାରର ବାସ୍ତବ ସ୍ଥିତି ଅତ୍ୟନ୍ତ ଖରାପ ହୋଇଥିବ ତାହେଲେ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ସିନ୍ଧୁକକୁ କିଭଳି ସୁରକ୍ଷା ଦିଆଯିବ ତାହା ମଧ୍ୟ ପରବର୍ତ୍ତୀ ସମୟରେ ଆଇନ ମୁତାବକ ନିଷ୍ପତ୍ତି ନିଆଯିବ।
ତେବେ ନାଟମଣ୍ଡପ ମରାମତି ପୂର୍ବରୁ ପ୍ରଥମେ ରତ୍ନଭଣ୍ଡାରର ସ୍ଥିତି ଜାଣିବାକୁ ଚାହିଁଛି ମନ୍ଦିର ପ୍ରଶାସନ ଓ ଏଏସ୍ଆଇ। ଭଣ୍ଡାର ଘର ଦୁର୍ବଳ ଥିଲେ ପ୍ରଥମେ ତାର ମରାମତି ସାରିବା ପରେ ଯାଇ ନାଟମଣ୍ଡପ କାମ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ହେବା ପରେ ଏହାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି।
]]>