ଶ୍ରୀମନ୍ଦିର ଅଧିକାରୀ, କର୍ମଚାରୀ ଓ ପୋଲିସ କର୍ମଚାରୀମାନେ ରଥକୁ ଦକ୍ଷିଣ ମୋଡ଼ କରାଉଛନ୍ତି । ଦକ୍ଷିଣ ମୋଡ଼ ପାଇଁ ରଥକୁ ଆବଶ୍ୟକତା ଅନୁସାରେ ଆଗ ପଛ କରାଯାଉଥିବାରୁ ବିଶେଷ କରି ଏଥିରେ ଭକ୍ତମାନଙ୍କୁ ଜଡ଼ିତ କରାଯାଏ ନାହିଁ । ରଥ ଟାଣିବା ପାଇଁ ସିନା ଭକ୍ତ ରହନ୍ତି ନାହିଁ, କିନ୍ତୁ ଘଣ୍ଟୁଆମାନେ ଘଣ୍ଟ ବଜାଇବା ଏବଂ ରଥକୁ ସଠିକ ମାର୍ଗରେ ନେବା ପାଇଁ ଡାହୁକମାନେ ଉପସ୍ଥିତି ରହିଥାନ୍ତି ।
ଗତକାଲି ଶ୍ରୀକ୍ଷେତ୍ରରେ ସରିଛି ହେରା ପଞ୍ଚମୀ ନୀତି । ବିଧି ପରମ୍ପରା ଅନୁଯାୟୀ, ଆଡ଼ପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ । ତେବେ ମହାପ୍ରଭୁଙ୍କ ଦର୍ଶନ ନପାଇ ରାଗ ଜର୍ଜରିତ ହୋଇ ମା’ ମହାଲକ୍ଷ୍ମୀ ଫେରିବା ବେଳେ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିଥିଲେ।
ଏହି ଅନନ୍ୟ ନୀତି ସହ ମା’ ଲକ୍ଷ୍ମୀଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଥିଲେ । କିନ୍ତୁ ଦ୍ୱିତୀୟ ଭୋଗ ମଣ୍ଡପ ନୀତିରେ ବିଳମ୍ବ ଯୋଗୁ ହେରାପଞ୍ଚମୀ ନୀତିରେ ମଧ୍ୟ ବିଳମ୍ବ ହୋଇଥିଲା । ଏପରିକି ମା’ ଲକ୍ଷ୍ମୀ ଠାକୁରାଣୀ ରାତି ୩ଟାରେ ଶ୍ରୀମନ୍ଦିରରୁ ବାହାରିଥଲେ ।
]]>ଅପେକ୍ଷା ଥିଲା ଭଉଁରୀ ତିଥିକୁ..ଅପେକ୍ଷା ଥିଲା ଆଜ୍ଞାମାଳକୁ । ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଶ୍ରୀଜିଉମାନଙ୍କ ତିନି ବାଡ଼ରୁ ପୂଜାପଣ୍ଡା ସାମନ୍ତମାନେ ମହାପ୍ରଭୁଙ୍କ ଅଧର ଚୁମ୍ବିତ ଆଜ୍ଞାମାଳ ଧରି ପାଟ ପଟୁଆରରେ ସିଧା ପହଞ୍ଚିଥିଲେ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ । ଅନେଇ ରହିଥିଲେ ଭୋଇ ଓ ବିଶ୍ୱକର୍ମା ମହାରଣା ସେବାୟତ । ଆଜ୍ଞାମାଳ ଦେଖି ତତକ୍ଷଣାତ୍ ନାହାକା ଚକ ସହ ସଂଯୋଗ କରିଥିଲେ ଦୁଇଟି ଲେଖାଏଁ ଚକ ।
ପ୍ରଥମେ ମହାପ୍ରଭୁ ବଳଭଦ୍ରଙ୍କ ରଥ ତାଳଧ୍ୱଜର ଚକଡେରା ନୀତି ସଂପନ୍ନ ହୋଇ ଆଜ୍ଞାମାଳ ଲାଗି ହେବା ପରେ ଦ୍ୱିତୀୟରେ ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପାଇଁ ଡେରା ହୋଇଥିଲା ଚକ-ଅଖ । ସେତେବେଳେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ, ହରିବୋଲ ଧ୍ୱନିରେ ଉଛୁଳି ପଡ଼ିଥିଲା ପରିବେଶ । ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାମକୁ ଇତି ମଧ୍ୟରେ ୨୧ଦିନ ବିତିଲାଣି। ତିନି ରଥର ମୋଟ୍ ୪୨ଟି ଚକ ମଧ୍ୟରୁ ୩୦ଟିର ନିର୍ମାଣ ସରିଲାଣି ।
ଆଗକୁ ନେତ୍ରୋତ୍ସବ ପୂର୍ବରୁ ଆଉଥରେ ଆଜ୍ଞାମାଳ ଆସିବ, ଯେଉଁଦିନ ରଥଖଳାରୁ ସିଂଦଦ୍ୱାର ସମ୍ମୁଖକୁ ସୁସଜ୍ଜିତ ରଥତ୍ରୟଙ୍କୁ ନିଆଯିବ । ତେବେ ଏଥର ରଥ ନିର୍ମାଣ କାମ ନିର୍ଦ୍ଧାରିତ ସମୟର ଢେର ଆଗରୁ ସରିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶା ରଖିଥିବାବେଳେ ଭକ୍ତ ବି ଆଜିର ଅନନ୍ୟ ଦୃଶ୍ୟ ଦେଖି ଗଦ୍ ଗଦ୍ ହୋଇଛନ୍ତି ।
ସେପଟେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକଙ୍କ ସୁରକ୍ଷା ପାଇଁ ଏଥର ବି ହୋଇଛି ୫ଲକ୍ଷ ପର୍ଯ୍ୟନ୍ତ ବୀମା ବ୍ୟବସ୍ଥା । ରଥଖଳାରେ କୌଣସି ଅଘଟଣ ହେଲେ, ସେମାନଙ୍କୁ ମିଳିବ ସହାୟତା ରାଶି । ସେହିପରି ରଥ ନିର୍ମାଣ ନିର୍ଦ୍ଧାରିତ ସମୟ ପୂର୍ବରୁ ଯେପରି ଶେଷ ହେବ ଓ ସେବାୟତଙ୍କ ନିଷ୍ଠାର ସମୟ ହୋଇଥିବାରୁ ରଥ ସେବକ ମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପୁରୀ ପାନ୍ଥନିବାସରେ ସାତ୍ତ୍ୱିକ ଭୋଜନ ବ୍ୟବସ୍ଥା ମଧ୍ୟ କରିଛି ।
ଆଜି ଭଉଁରୀ ଉତ୍ସବ ସହ ଶେଷ ହେଉଛି ଠାକୁରଙ୍କ ବାହାର ଚନ୍ଦନ ଚାପ । ଶେଷ ଦିନରେ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ଚାପ ଖେଳିବେ ଚଳନ୍ତି ପ୍ରତିମା ମଦନମୋହନ ଓ ରାମକୃଷ୍ଣଙ୍କ ସହ ଭୂଦେବୀ-ଶ୍ରୀଦେବୀ ଓ ପଞ୍ଚ ମହାଦେବ। ଚାପ ଦର୍ଶନ ପାଇଁ ଅଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
]]>ବର୍ଷ ବର୍ଷ ଧରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଲିକାନାରେ ଥିବା ଜମିକୁ ନିଜ ନାଁରେ କରାଇ ନେବାକୁ ଚାଲିଥିଲା ହୀନ ଚକ୍ରାନ୍ତ । ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାର ଏପରିକି ସୁପ୍ରିମକୋର୍ଟଙ୍କ ନାଁରେ ଜାଲ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ଜମି ହଡ଼ପର ଷଡ଼ଯନ୍ତ୍ର କରୁଥିଲେ ଅପରାଧୀ । ବାଲେଶ୍ୱରେ ଜିଲ୍ଲା ସୋର ତହସିଲ ଅଧୀନରେ ଚାଲିଥିବା ଏଭଳି ଏକାଧିକ ମାମଲା ସାମ୍ନାକୁ ଆସିବା ପରେ ଜାଗିଛି ପୁରୀ ଜିଲ୍ଲା ପ୍ରଶାସନ । ଏହି ଜମି ହଡ଼ପ ଉଦ୍ୟମ ମାମଲାରେ ସାମିଲ ଥିବା ଶ୍ରୀମନ୍ଦିର ପ୍ରଶାସନ କାଯର୍ୟାଳୟର ଦୁଇ ପୂର୍ବତନ ଅମୀନଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ କର୍ତ୍ତୁପକ୍ଷ । ତା’ସହ ଏ ମହାଅପରାଧିକ ଷଡ଼ଯନ୍ତ୍ର ପଛରେ ଆଉ କିଏ ରହିଛନ୍ତି, ତାର ବି ଖୋଳତାଡ଼ ଆରମ୍ଭ ହୋଇଛି । ପୁରୀ ଜିଲ୍ଲାପାଳ ଏକ ଫ୍ୟାକେଟ୍ ଫାଇଣ୍ଡିଙ୍ଗ କମିଟି ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରଶାସନକୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ପୁରୀ ଏସପି କନଓ୍ୱର ବିଶାଲ ସିଂହ ।
ଶ୍ରୀଜିଉଙ୍କ ନାଁରେ ଥିବା ଜମିକୁ ଫୋର୍ ଟ୍ୱେଣ୍ଟି ଉପାୟରେ କିଛି ପେଷାଦାର ଦଲାଲଙ୍କ ଜରିଆରେ କେମିତି ହେଉଥିଲା ହଡ଼ପ ଯୋଜନା?
ସୋର ଅଞ୍ଚଳରେ ମହାପ୍ରଭୁଙ୍କ ମାଲିକାନାରେ ରହିଛି ଶହ ଶହ ଏକର ସମ୍ପତ୍ତି । ତେବେ ଏହାର ମାଲିକାନା ସତ୍ତ୍ୱ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ, ଶ୍ରୀକ୍ଷେତ୍ର ପୁରୀ ମାର୍ଫତ ଟ୍ରଷ୍ଟି ବୋର୍ଡ ଅଧୀନରେ ରହିଛି । ଏହି ଜମିକୁ ବିଭିନ୍ନ ବର୍ଗର ଲୋକେ ଭୋଗ କରୁଥିବା ବେଳେ କିଛି ଦଖଲକାରୀ ନିଜ ନାଁକୁ ନେବାକୁ ଉଦ୍ୟମ କରିଛନ୍ତି । ସେମାନଙ୍କୁ ଏହି ବେଆଇନ୍ କାର୍ଯ୍ୟରେ ସୋର ଅଞ୍ଚଳର ନିଶାକର ପାତ୍ର ନାମକ ଜଣେ ବ୍ୟକ୍ତି ସହଯୋଗ କରୁଥିବା ଅଭିଯୋଗ ହୋଇଛି । ନିଶାକର ଏହି ବେଆଇନ୍ କାମ କରାଇଦେବାର ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ହାତେଇ ଥିବା ଅଭିଯୋଗ ଆସିଛି । ସବୁଠୁ ବଡ଼ କଥା ହେଲା, ନିଶାକରଙ୍କୁ କାମରେ ସହଯୋଗ କରୁଥିଲେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବରୁ ଅମୀନ ନିଯୁକ୍ତି ପାଇଥିବା ଚିତ୍ତରଞ୍ଜନ ପାଣିଗ୍ରାହୀ ଓ ରବି ନାରାୟଣ ଦାସ । ଜମି ଡକୁମେଣ୍ଟେସନ୍ ପାଇଁ ଆବେଦନ ବେଳେ ସୋରୋ ତହସିଲଦାର ଡକ୍ୟୁମେଣ୍ଟ ଜାଲ ବୋଲି ଜାଣିବାକୁ ପାଇଥିଲେ । ଏହା ପରେ ଏହି ଦୁଇ ଜଣଙ୍କ ନାଁରେ ସୋର ଥାନାରେ ଏତଲା ଦିଆଯାଇଥିଲା ।
ଏପଟେ ସୋରରେ ମହାପ୍ରଭୁଙ୍କ ଜମିର ମାଲିକାନା ସତ୍ତ୍ୱ ପରିବର୍ତ୍ତନ ପାଇଁ ଚଞ୍ଚକତା ପରେ ଶ୍ରୀଜିଉଙ୍କ ଜମିର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜ । ସେହିଭଳି ଏ ଷଡ଼ଯନ୍ତ୍ରରେ ସାମିଲ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାଯର୍ୟାନୁଷ୍ଠାନ ସହ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି ।ଏବେ ପ୍ରଶ୍ନ ଉଠିଛି, କେବଳ ସୋର ନାଁ ରାଜ୍ୟର ଅନ୍ୟ ସ୍ଥାନରେ ବି ମହାପ୍ରଭୁଙ୍କ ଜମିକୁ ନିଜ ନାଁରେ କରାଇବାକୁ ସକ୍ରିୟ ନାହାନ୍ତି ତ ଅପରାଧୀ ? ସୋର ତହସିଲଦାର ନକଲି ଡକ୍ୟୁମେଣ୍ଟର ସୁରାକ୍ ପାଇଥିବା ଏହି ଫର୍ଜି କାଗଜ ବଳରେ ଅନ୍ୟ କେଉଁଠୁ ହଡ଼ପ ହୋଇନି ତ ଜଗନ୍ନାଥଙ୍କ ଜମି?
ରିପୋର୍ଟର- ନିରଞ୍ଜନ ଦାସ ଓ ମଧୁସୂଦନ ମିଶ୍ର
]]>ବ୍ୟାରିକେଡ କିଓସ୍କୋ ସହ ୬ଟି ଅସ୍ଥାୟୀ ରୁମ୍ରେ ଫଟୋ ପରିଚୟପତ୍ର, ଆଧାର କାର୍ଡ ଆଦି ପ୍ରମାଣ ପତ୍ର ଯାଞ୍ଚ କରାଯିବାର ବ୍ୟବସ୍ଥା ହୋଇଛି । ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ, ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡିର ବ୍ୟବସ୍ଥା ହୋଇଛି ।
୧୬ ତାରଖରୁ ୨୦ ତାରଖ ପର୍ଯ୍ୟନ୍ତ ଏହି ପାଞ୍ଚ ଦିନ ପୁରୀ ବାସୀ ସକାଳ ୭ଟାରୁ ସାଢେ ୧୦ଟା, ଦିନ ୧୧ଟାରୁ ସାଢେ ୨ଟା ଏବଂ ୩ଟା ୩୦ରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ। ଆସନ୍ତା ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ କରିବେ।
ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ପୁରୀବାସୀଙ୍କୁ ୱାର୍ଡ ଅନୁଯାୟୀ ବିଭକ୍ତ କରାଯାଇଛି। ସବୁ ୱାର୍ଡର ସବୁ ଘରେ ଟୋକନ ଦିଆଯାଇଛି। କେଉଁ ସ୍ଲଟରେ କିଏ ଦର୍ଶନ କରିବ ତାହା ଜଣାଇ ଦିଆଯାଇଛି। ସେମାନଙ୍କୁ ରେସିଡେନ୍ସ ପ୍ରମାଣ ଦେବାକୁ ପଡ଼ିବ। ମନ୍ଦିର ପ୍ରବେଶ ପଥରେ ୮ଟି କାଉଣ୍ଟରରେ ଏହି ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଏହା ବ୍ୟତୀତ ସାନିଟାଇଜର ବ୍ୟବହାରର ବ୍ୟବସ୍ଥା ମଧ୍ୟ କରାଯାଇଛି। ସମସ୍ତ କୋଭିଡ ନିୟମ ମାନି ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡାଯାଉଛି।
ଅନ୍ୟପକ୍ଷେ ଆଜିଠୁ ପୁରୀ ଜିଲ୍ଲା ବାହାରର ଲୋକେ ସ୍ୱର୍ଗଦ୍ୱାରରେ ଶବସତ୍କାର କରିପାରିବେ। କୋଭିଡ୍ ହୋଇନଥିବା ଶବର ସତ୍କାର ଏଣିକି ସ୍ୱର୍ଗଦ୍ୱାରରେ କରାଯାଇପାରିବ । ଏପ୍ରିଲ ମାସ ୨୫ତାରିଖରୁ ଯେଉଁ କଟକଣା ସ୍ୱର୍ଗଦ୍ୱାରରେ ଲାଗଥିଲା ସେହି କଟକଣା ଆଜିଠୁ କୋହଳ ହୋଇଛି।
ଏପ୍ରିଲ ୨୫ ତାରିଖରୁ କେବଳ ପୁରୀ ଜିଲ୍ଲା ଭିତରର ଶବ କୋଭିଡ କଟକଣା ଭିତରେ ଦାହ କରାଯାଉଥିଲା। କିନ୍ତୁ ଏବେ କୋଭିଡ କଟକଣା ଏବଂ ଡାକ୍ତରଙ୍କ ସାର୍ଟିଫିକେଟ୍ଧା ଆରରେ ଶବ ସତ୍କାର ହେବ। ମାତ୍ର ୧୦ ଜଣ ସମ୍ପର୍କୀୟଙ୍କ ଉପସ୍ଥିତିରେ ଶବ ଦାହ କରିପାରିବେ। ଶନିବାର ଓ ରବିବାର ସଟଡାଉନ ସମୟରେ ମଧ୍ୟ ଶବଦାହ କରାଯାଇପାରିବ।
ତେବେ କୋଭିଡ ରୋଗୀଙ୍କ ଶବ ସତ୍କାର କରିପାରିବେ ନାହିଁ ।ଯଦି ସାମାଜିକ ଦୂରତା ନରହିବ ତାହା ହେଲେ ପୁର୍ନବାର କଟକଣା ଲାଗୁ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
]]>ସେ କହିଛନ୍ତି ଯେ ରତ୍ନଭଣ୍ଡାର ସ୍ଥାୟିତ୍ୱ ଓ ସୁରକ୍ଷା ଯାଞ୍ଚ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ରତ୍ନଭଣ୍ଡାରର ଛାତ ଓ କାନ୍ଥ ଅବସ୍ଥାର ଯାଞ୍ଚ ହେବ। ତେବେ ରତ୍ନଭଣ୍ଡାର ଗହଣାର ଆକଳନ ହେବ ନାହିଁ ଏବଂ ଏ ନେଇ କେହି ବିଭ୍ରାନ୍ତର ଶିକାର ହେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।
ତେବେ ରତ୍ନଭଣ୍ଡାରକୁ ଯିବା ବେଳେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ଼୍ୟୁର ବା ଏସ୍ଓପିର ଅନୁସରଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।
ରତ୍ନଭଣ୍ଡାର ସବ୍ କମିଟି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଜିଲ୍ଲାପାଳ, ଏସପି, ଗଜପତିଙ୍କ ସଚିବ, ଏଏସ୍ଆଇ ଅଧିକାରୀ, ଭଣ୍ଡାର ମେକାପ, ଛତିଶା ନିଯୋଗ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପଟେ ASIର ୫ ଜଣିଆ ଟିମ୍ ରତ୍ନଭଣ୍ଡାରର ଛାତ ଓ ବାହାର ପଟୁ ଯାଞ୍ଚ କରିଛନ୍ତି। ବାହାର ପଟୁ ଠିକଠାକ୍ ଥିବା ଜଣା ପଡୁଥିବା ବେଳେ ଭିତରପଟୁ ନ ଦେଖିବା ଯାଏ ସ୍ଥିତି ସଂପର୍କରେ ସେମିତି କିଛି କହି ହେବ ନାହିଁ ବୋଲି ଏଏସଆଇ ଟିମ୍ ସଦସ୍ୟ କହିଛନ୍ତି।
]]>ଗଜପତିଙ୍କ ପ୍ରତିନିଧି, ପରିଚାଳନା କମିଟିର ୨ ସଦସ୍ୟ ଉପସ୍ଥିତ ରହିବେ। ଏଥିରେ ରତ୍ନଭଣ୍ଡାର ଖୋଲିବା ସମ୍ପର୍କିତ ଶ୍ରୀମନ୍ଦିର ଆଇନକୁ ତର୍ଜମା କରାଯିବା ସହ ବିଭିନ୍ନ ବିଧିବ୍ୟବସ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଓ ଆସନ୍ତାକାଲି ଭଣ୍ଡାରର ବାସ୍ତବିକ ସ୍ଥିତି ଯାଞ୍ଚ କରାଯିବ। ଯାଞ୍ଚ ପରେ ୨୯ ତାରିଖରେ ଶୁଣାଣି କରାଯିବ। ତେବେ ନିର୍ଦ୍ଦେଶକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବେ ଚିନ୍ତାରେ।
ଶ୍ରୀମନ୍ଦିର ଆଇନ ଅନୁସାରେ ରତ୍ନ ଭଣ୍ଡାରର ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କ ଅନୁମତି ମଧ୍ୟ ମାଗିଛି। ରାଜ୍ୟ ସରକାରଙ୍କ ଅନୁମତି ପରେ ଭଣ୍ଡାର ଖୋଲିବା ନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ଏପରିକି ଯଦି ଭଣ୍ଡାରର ବାସ୍ତବ ସ୍ଥିତି ଅତ୍ୟନ୍ତ ଖରାପ ହୋଇଥିବ ତାହେଲେ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ସିନ୍ଧୁକକୁ କିଭଳି ସୁରକ୍ଷା ଦିଆଯିବ ତାହା ମଧ୍ୟ ପରବର୍ତ୍ତୀ ସମୟରେ ଆଇନ ମୁତାବକ ନିଷ୍ପତ୍ତି ନିଆଯିବ।
ତେବେ ନାଟମଣ୍ଡପ ମରାମତି ପୂର୍ବରୁ ପ୍ରଥମେ ରତ୍ନଭଣ୍ଡାରର ସ୍ଥିତି ଜାଣିବାକୁ ଚାହିଁଛି ମନ୍ଦିର ପ୍ରଶାସନ ଓ ଏଏସ୍ଆଇ। ଭଣ୍ଡାର ଘର ଦୁର୍ବଳ ଥିଲେ ପ୍ରଥମେ ତାର ମରାମତି ସାରିବା ପରେ ଯାଇ ନାଟମଣ୍ଡପ କାମ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ହେବା ପରେ ଏହାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି।
]]>