ଉଲ୍ଲେଖନୀୟ ଯେ, ଭାରତ ୪-ଜି ଇଂଟରନେଟ୍ ସ୍ପିଡ୍ କ୍ଷେତ୍ରରେ ପୁରା ବିଶ୍ୱରେ ୮୮ଟି ଦେଶ ଠାରୁ ପଛରେ ରହିଛି। ଏହି କ୍ଷେତ୍ରରେ ପାକିସ୍ତାନ ଭାରତ ଠାରୁ ବହୁତ ଆଗରେ । ଭାରତରେ ୪-ଜି ଇଂଟରନେଟ୍ର ଆଭରେଜ୍ ଡାଉନ୍ଲୋଡ ସ୍ପିଡ୍ ୬-Mbps , ପାକିସ୍ତାନରେ ୪-ଜି ଇଂଟରନେଟ୍ର ଡାଉନ୍ଲୋଡ ସ୍ପିଡ୍ ୧୪-Mbps ରହିଛି। ଓପନ୍ ସିଗନାଲ୍ର ରିପୋର୍ଟ ଅନୁସାରେ , ସିଙ୍ଗାପୁରରେ ଇଂଟରନେଟ୍ର ସ୍ପିଡ୍ ୪୪-Mbps ଥିବାବେଳେ ନର୍ଥଲାଣ୍ଡରେ ଏହି ସ୍ପିଡ୍ ୪୧-Mbps,ସାଉଥ୍କୋରିଆରେ ସ୍ପିଡ୍ ୪୦-Mbps ଓ ହଙ୍ଗେରୀରେ ସ୍ପିଡ୍ ୩୯-Mbps।
ବିଶ୍ୱରେ ଅନ୍ୟ ଦେଶଗୁଡ଼ିକର କଥା ଯଦି ଆଲୋଚନାକୁ ନେବା ତ , ଜଣାପଡ଼ିବ ଯେ ୟୁଏଇରେ ସ୍ପିଡ୍ ୨୮-Mbps ଥିବାବେଳେ ଜାପାନରେ ୪-ଜି ଇଂଟରନେଟ୍ର ସ୍ପିଡ୍୨୫-Mbps, ୟୁକେରେ୨୩-Mbps, ଆମେରିକାରେ୪-ଜି ଇଂଟରନେଟ୍ର ସ୍ପିଡ୍ ୧୬-Mbps । ଏବଂ ଋଷ୍ରେ ୪-ଜି ଇଂଟରନେଟ୍ ସ୍ପିଡ୍ ୧୫-Mbps ଥିବାବେଳେ ଆଲଜେରିଆରେ ମଧ୍ୟ ୪-ଜି ଇଂଟରନେଟ୍ର ସ୍ପିଡ୍ ଭାରତ ଠାରୁ ୧.୫ଗୁଣା ଅଧିକ ରହିଛି। ଓପେନ୍ ସିଗନାଲ୍ର ସୂଚନା ଅନୁସାରେ, ଏହି ସବୁ ଡାଟା ୧ଅକ୍ଟୋବର ୨୦୧୭ରୁ ୨୯ଡ଼ିସେମ୍ୱର ୨୦୧୭ ମଧ୍ୟରେ ପ୍ରସ୍ତୁତ ହୋଇଛ । ଉକ୍ତ ରିପୋର୍ଟରେ ଧିମା ସ୍ପିଡ୍ପାଇଁ ନେଟ୍ୱାର୍କର କ୍ଷମତାକୁ ଦାୟୀ କରାଯାଇଛି । ଏହା ବ୍ୟତୀତ ଭାରତରେ ବୃହତ ୪-ଜି ନେଟ୍ୱାର୍କ ବି ଏହାର ଏକ ପ୍ରମୂଖ କାରଣ। ବର୍ତ୍ତମାନ ଭାରତରେ ୪-ଜି ସେବା ପାଖାପାଖି ୮୬% ଲୋକଙ୍କ ପାଇଁ ଉପଲବ୍ଧ ଅଟେ । ୪-ଜି ନେଟ୍ୱାର୍କ ୩-ଜି ଠାରୁ ମଧ୍ୟ ଅଧିକ ବେଗରେ କନେକ୍ସନର ଗତି ବଢାଇପାରେ ନାହିଁ ।
ଜିଓ ପୁରା ଭାରତରେ ନିଜର ୪-ଜି ସର୍ଭିସ୍ ସହ ଲଂଚ ହୋଇଥିଲା। ଏୟାରଟେଲ୍ ବି ଏବେ ପୁରା ଭାରତରେ ନିଜର ୪-ଜି ସର୍ଭିସ୍ ଦେଉଛି। ଆଉ ଆଇଡିଆ ମଧ୍ୟ ଦିଲ୍ଲୀ ଓ କୋଲକତାକୁ ଛାଡି ପୁରା ଦେଶରେ ନିଜର ୪-ଜି ସର୍ଭିସ୍ ଦେଉଅଛି। ଭୋଡ଼ାଫୋନ୍ ମଧ୍ୟ ଏବେ ନିଜର ସର୍କଲରେ ୪-ଜି ସର୍ଭିସ୍ ଦେଉଛି।
]]>