• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Soumya Ranjan Mohapatra

acf-death-case-crime
ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲା : ୩ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟ ଜନକ ମୃତ୍ୟୁ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ୩ଶହ ପୃଷ୍ଠାର ଚାର୍ଜସିରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନଚିଟ୍ ଦି‌ଆଯିବା ସହ ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଘଟଣା ପାଇଁ ଦାୟୀ କରିଛି କ୍ରାଇମବ୍ରାଞ୍ଚ ।

soumya and Bidyabharti
ସୌମ୍ୟ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାଶ କଲା କ୍ରାଇମବ୍ରାଞ୍ଚ୍ !

ଘଟଣାରେ DFO କିମ୍ବା ରୋଷେୟାଙ୍କର କିଛି ସଂପୃକ୍ତି ନାହିଁ। ତେବେ ବିଦ୍ୟାଭାରତୀଙ୍କ ଅବହେଳା ତଦନ୍ତରେ ଜଣାପଡ଼ିଛି। ସୌମ୍ୟଙ୍କ ଦେହରେ ଲାଗିଥିବା ନିଆଁକୁ ବିଦ୍ୟାଭାରତୀ ଲିଭାଇନଥିଲେ। ଏନେଇ ବିଦ୍ୟାଭାରତୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ACF Soumya Ranjan Mohapatra
ମୁହଁ ଖୋଲିଲେନି ବିଦ୍ୟାଭାରତୀ, ହେଲେ ବାପା କହିଲେ- ବିଦ୍ୟା ଓ ପୁରା ପରିବାର ମାନସିକ ଚାପରେ ଅଛୁ

ପରୀକ୍ଷା କେନ୍ଦ୍ର ବାହାରେ ବିଦ୍ୟାଭାରତୀଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିଥିଲେ ମଧ୍ୟ ସେ ମୁହଁ ଖୋଲି ନଥିଲେ। ହେଲେ ଗଣମାଧ୍ୟମ ସାମ୍ନାରେ ବିଦ୍ୟାଭାରତୀଙ୍କ ବାପା ଶ୍ରୀହରି ପଣ୍ଡା ମୁହଁ ଖୋଲି ଥିଲେ।

Paralakhemundi ACF Death
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଆସିଲା ଲାଏ ଡିଟେକ୍ସନ ରିପୋର୍ଟ

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ଆଉ ଗୋଟିଏ ପାଦ ଆଗେଇଛି। ପାରଳାଖେମୁଣ୍ଡି DFO, ରୋଷେୟା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ରିପୋର୍ଟ ଆସିଛି। ୩ ଜଣଙ୍କ ଲାଏ ଡିଟେକ୍ସନ ରିପୋର୍ଟ କ୍ରାଇମବ୍ରାଞ୍ଚ ପାଖକୁ ଆସିଛି। 

murder
ଚାଲିଛି ବିଦ୍ୟାଙ୍କ ମିଛ ଧରା ପରୀକ୍ଷା ! ବାହାରିବ କି ସତ ? 

ଡିଏଫ୍ଓଙ୍କୁ ସେ ଜାଣିଥିଲେ କି ନାହିଁ ? ସୌମ୍ୟ କିପରି ଭାବେ ଜଳିଗଲେ ?  ଘଟଣା ସଂପର୍କରେ କିଏ ପ୍ରଥମେ ଜଣାଇଥିଲା ? କାହାର ନିଷ୍ପତ୍ତି କ୍ରମେ ସୌମ୍ୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ?  ବୈବାହିକ ଜୀବନରେ କିଛି ବିବାଦ ଥିଲା କି ?  ମିଳିଥିବା ରିଲେସନସିପ୍ ଏଗ୍ରିମେଣ୍ଟ କଣ ସତ ନା ମିଛ ?  କିଏ ଏବଂ କେତେବେଳେ ସେହି ଏଗ୍ରିମେଣ୍ଟ କରିଥିଲା ? ଏପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରା ଯାଇପାରେ ଲାଏ ଡିଟେକ୍ସନ ଟେଷ୍ଟ ବେଳେ । 

ଡିଏଫ୍‌ଓ ଓ ରୋଷେୟା
ମିଛ ଧରା ପରୀକ୍ଷା ଦେଲେ ଡିଏଫ୍‌ଓ: କ୍ରାଇମବ୍ରାଞ୍ଚ୍ ଉପରେ ଭରସା ନଥିବା କହିଲେ ସୌମ୍ୟଙ୍କ ପରିବାର

ପୂର୍ବରୁ ହୋଇଥିବା ଦୁଇ ଦୁଇ ଥର ଜେରାରେ ଉଭୟେ କେତେ ସତ କହିଛନ୍ତି, କେତେ ସତ ଢୋକିଛନ୍ତି, ସେସବୁ ଧରିବାକୁ ଦୁହିଁଙ୍କର ଅଲଗା ହୋଇଥିଲା ଲାଇଡିଟେକ୍ସନ୍ ଟେଷ୍ଟ। ପାଖାପାଖି ୩ ଘଣ୍ଟାର ପରୀକ୍ଷା କୁହାଯାଉଛି, ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ପ୍ରଶ୍ନାବଳୀ ଆଧାରରେ ଡିଏଫ୍ଓଙ୍କୁ ଗୋଳେଇ, ଘାଣ୍ଟି ଶହେରୁ ଅଧିକ ପ୍ରଶ୍ନ ପଚାରିଥିଲେ।

New Twist In Paralakhemundi ACF Death Case
ACF ସୌମ୍ୟଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ୍‌, ଚାଞ୍ଚଲ୍ୟକର ବୟାନ ଦେଲେ ଡିଏଫ୍‌ଙ୍କ ପୂର୍ବତନ ରାତ୍ରୀ ଜଗୁଆଳି

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଏକ ନୂଆ ଟ୍ୱିଷ୍ଟ୍‌ ଆସିଛି। DFO ସଂଗ୍ରାମ ବେହେରାଙ୍କ ଅଫିସ୍‌ର ଜଣେ ପୂର୍ବତନ ରାତ୍ରୀ ଜଗୁଆଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। 

DFO
ACF ସୌମ୍ୟ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ପ୍ରଶ୍ନରେ ଘାଇଲା DFO, ଗଣମାଧ୍ୟମ ଆଗରେ ବାହାରିଲା ଫ୍ରଷ୍ଟ୍ରେସନ୍‌

ACF ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ୧୩ ଜଣଙ୍କୁ ପଚରାଉଚରା ପରେ ଶେଷରେ ପ୍ରଶ୍ନ ଜାଲରେ ଛନ୍ଦିଛି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ।

ACF soumya ranjan mohapatra
ସୌମ୍ୟଙ୍କ ଦୁଇ ସହକର୍ମୀ ACF ଓ ରୋଷେୟାଙ୍କୁ କ୍ରାଇମବ୍ରାଞ୍ଚର ଜେରା

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ମାରାଥନ ଜେରା। ଏହି ମାମଲାରେ ସୌମ୍ୟଙ୍କ ଦୁଇ ସହକର୍ମୀ ଏସିିଏଫ୍‌ଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି। ଲଗାତର ୪ ଘଣ୍ଟା ଧରି କ୍ରାଇମବ୍ରାଞ୍ଚର ଟିମ୍‌ ସେମାନଙ୍କୁ ପଚରାଉଚରା କରିଛି।

acf soumya ranjan mohapatra
ଖୋଲିବ କି ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ? ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏ ନେଇ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।

acf soumyaranjan mohapatra death mystery
ରହସ୍ୟ ଘେରରେ ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ, ପୋଲିସ୍‌ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ

କେମିତି ହେଲା ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ? ହତ୍ୟା ନା ଆତ୍ମହତ୍ୟା ? ଯଦି ହତ୍ୟା କରାଯାଇଛି ତା’ହେଲେ ଅଭିଯୁକ୍ତ କିଏ ?  ଆଉ ଯଦି ସୌମ୍ୟ ଆତ୍ମହତ୍ୟା କରିଛନ୍ତି ତା’ହେଲେ ଏହା ପଛର କାରଣ କ’ଣ ? 

Bidya Bharati
ମୁଁ ତାଙ୍କୁ ଘୃଣା କରେ, ବହୁତ କଥା ଅଛି ପରେ କହିବି: ବିଦ୍ୟାଭାରତୀ

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଚାଲି ଥିବାବେଳେ ଏବେ ବିଦ୍ୟାଭାରତୀଙ୍କ ଆଉ ଏକ ହାତଲେଖା ସାମ୍ନାକୁ ଆସିଛି।

Soumya Ranjan Mohapatra
ଘରେ ସ୍ୱାମୀ-ସ୍ତ୍ରୀ ଥିଲେ; ସ୍ୱାମୀ ପୋଡ଼ିଗଲା, ହେଲେ ସ୍ତ୍ରୀ କେମିତି ଜାଣିପାରିଲା ନାହିଁ ?: ସୌମ୍ୟଙ୍କ ଭାଇ

ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏବେବି ରହସ୍ୟ ଘେର ଭିତରେ ଥିବାବେଳେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ଖୁଲାସା ହେଉଛି।

acf soumya ranjan mohapatra
ନିଆଁ ଲାଗିବା ବେଳେ କେଉଁଠି ଥିଲେ ବନ ସଂରକ୍ଷକଙ୍କ ପତ୍ନୀ ?

ଘଟଣା ଦିନ କଣ ସବୁ ହୋଇଥିଲା ? କିପରି ନିଆଁ ଲାଗିଲା ? ନିଆଁ ଲାଗିବା ବେଳେ ପତ୍ନୀ ବିଦ୍ୟାଭାରତୀ କେଉଁଠି ଥିଲେ ? ସେ ସବୁ ଦିଗକୁ ତଦନ୍ତ ପରିସରକୁ ନିଆଯିବ।