• translate

Tag: Sonepur

Fertilizer
ସାର ପାଇଁ ହାହାକାର, ସେପଟେ ତିନି ଟ୍ରକ୍‌ ସାର ଜବତ କଲେ କଂଗ୍ରେସ କର୍ମୀ

ସୋନପୁର ବିନିକାରୁ ତିନି ଟ୍ରକ୍ ୟୁରିଆ ସାର ଜବତ । ସନ୍ଧ୍ୟାରେ ବିନିକା ସହରର ନୂଆ ବଜାରରେ ଚୋରା ୟୁରିଆ ସାର ଯାଉଥିବା ସନ୍ଦେହ କରି କଂଗ୍ରେସ କର୍ମୀମାନେ ତିନିଟି ଟ୍ରକକୁ ଅଟକାଇ ଥିଲେ ।

bamboo craft
ସଙ୍କଟରେ ବାଉଁଶ କାରିଗରୀ : ପ୍ଲାଷ୍ଟିକ ଯୁଗରେ ଦେଖିବାକୁ ମିଳୁନି ବାଉଁଶ ତିଆରି ସରଞ୍ଜାମ

ଯୁଗ ବଦଳିବା ସହ ସମୟ ମଧ୍ୟ ବଦଳିଯାଇଛି । ପୂର୍ବର ପ୍ରତ୍ୟେକଙ୍କ ଘରେ ବାଉଁଶ ସାମଗ୍ରୀର କିଛି ନା କିଛି ଜିନିଷ ଦେଖିବାକୁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଏହା ଲୋକଙ୍କ ଘରେ ଦେଖିବାକୁ ମିଳୁନାହିଁ । ଯାହା ଫଳରେ ବାଉଁଶ କାରିଗର ନିଜର କୌଳିକ ବୃତ୍ତିକୁ ଛାଡି ଅନ୍ୟ ବ୍ୟବସାୟ ଆଡେ ମୁହଁ ବୁଳାଇଲେଣି । ପ୍ଲାଷ୍ଟିକ ଯୁଗରେ ଦେଖିବାକୁ ମିଳୁନି ବାଉଁଶ ତିଆରି ସରଞ୍ଜାମ ।

sonepur
ପିଲାଙ୍କ ପାଇଁ ଶିକ୍ଷାସେତୁ ବ୍ୟବସ୍ଥା : ମହାମାରୀ ଭୟ ଭିତରେ ଘରକୁ ଘର ଯାଇଁ ଡାଉଟ୍ କ୍ଲିୟର କରୁଛନ୍ତି ଶିକ୍ଷକ

କୋଭିଡ ମହାମାରୀ ପାଇଁ କ୍ଲାସ ବନ୍ଦ । ପ୍ରଥମରୁ ଅଷ୍ଟମ ଯାଏଁ ସ୍କୁଲ ଖୋଲିନି । ଆରମ୍ଭ ହୋଇନି ପିଲାଙ୍କ ପାଠପଠା । ଅନେକ ପିଲାଙ୍କ ପାଖରେ ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍ ନଥିବାରୁ ପାଠଶାଳା, ୟୁଟ୍ୟୁବ ଓ ଅନଲାଇନ୍ କ୍ଲାସରୁ ବଂଚିତ ହେଉଛନ୍ତି । ସମସ୍ତଙ୍କୁ ଶିକ୍ଷା ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଛି ଶିକ୍ଷା ସେତୁ । ଏଇ ଶିକ୍ଷାସେତୁରେ ବିନିକା ସହରର ମନହରୀପଡା ଏବଂ ନୂଆପାଲିରେ ପିଲାଙ୍କ ଘରକୁ ଘର ଯାଇ ପାଠ ପଢାଉଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ ।

sonepur
ଘର କୋଣରେ ପଡ଼ି ରହିଛନ୍ତି ମେଧାବୀ ତୃଷ୍ଣାରାଣୀ : ଆଖିକୁ ଦେଖାଯାଉନି କି କାନକୁ ଶୁଭୁନି

ମେଧାବୀ ଛାତ୍ରୀଙ୍କ ଉପରେ ଦାଉ ସାଜିଲା ଦଇବ । ପାଠପଢ଼ି ଚାକିରି କରିବାର ସ୍ୱପ୍ନ ସବୁଦିନ ପାଇଁ ହଜିଗଲା । ସମସ୍ତଙ୍କ ଭଳି ପାଠ ପଢିବାକୁ ମନରେ ତାଙ୍କର ପ୍ରବଳ ଆଗ୍ରହ ଥିଲା । ସେଥିପାଇଁ କଠିନ ପରିଶ୍ରମ ମଧ୍ୟ କରୁଥିଲେ । ହେଲେ ବିଧିର ବିଧାନ ଥିଲା ଭିନ୍ନ । ହଠାତ ଆଖିକୁ ଆଉ ଦେଖାଗଲା ନାହିଁ କି କାନକୁ ବି ଶୁଣାଗଲା ନାହିଁ

sonepur
ମୁଁ ଭଲ ହେବାକୁ ଚାହେଁ, ଭଲ ହେଲେ ପାଠ ପଢ଼ି ଚାକିରି କରିବି . . ସାହାଯ୍ୟ କରିବାକୁ ଗୁହାରୀ କରୁଛି ଅଜଣା ରୋଗରେ ପୀଡ଼ିତ ଅଜିତ

ବାପା ମା ସୁସ୍ଥ ସବଳ ସନ୍ତାନଟିଏ ପାଇବାକୁ ଭଗବାନଙ୍କ ପାଖରେ କେତେ ପୁଜାବ୍ରତ କରନ୍ତି । ଆଉ ଛୁଆ ଟିଏ ଜନ୍ମ ହେଲେ ବହୁତ ଖୁସି ହୋବ ସହ ତାର ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଦେଖନ୍ତି । ହେଲେ ପିଲା ବଡ ହେଲା ପରେ ଯେତେବେଳେ ଅଜଣା ବ୍ୟାଧିରେ ପଡେ, ସେତେବଳେ ବାପାମାଁଙ୍କ ଦୁଃଖ କହିଲେ ନସରେ

SONEPUR
ଘର ଭିତରେ ପାଣି, ଘର ବାହାରେ ପାଣି : ୨୦ ଦିନ ହେଲା ପାଣି ଘେରରେ ଆଦିବାସୀ ପରିବାର

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଲାଟୀ ଗାଁର ହାଇସ୍କୁଲ ସମ୍ମୁଖରେ ଦିର୍ଘ ୩୦ ବର୍ଷରୁ ଉର୍ଦ୍ଧ ଦିନଧରି ରହୁଛନ୍ତି ଆଦିବାସୀ ପରିବାର । ଲଘୁଚାପ ଜନିତ ବର୍ଷାଯୋଗୁଁ କେନାଲ ପାଣି ବଢିଯିବାରୁ ଏଭଳି ସ୍ଥିତି ଉପୁଜିଛି । ପାଣି ନିଷ୍କାସନର ବ୍ୟବସ୍ଥା ନଥିବାରୁ ହିନସ୍ତା ହେଉଛନ୍ତି । କେନାଲ ପାଣି ବଢି ଯିବାରୁ ସ୍ଥିତି ବେହାଲ । ଘର ବାହାର ଓ ଭିତରେ ଆଣ୍ଠୁଏ ଉଚ୍ଚର ପାଣି

freinds saree
କଳାତ୍ମକ ଶାଢ଼ୀରେ ବନ୍ଧୁତାର ପରିଭାଷା

ଆଜି ପରି ଏକ ଦୁର୍ଲଭ ଦିନରେ ବନ୍ଧୁଟିଏ ବନ୍ଧୁ ପାଇଁ ବିଭିନ୍ନ କିସମର ଉପହାର ଦିଆନିଆର ପରମ୍ପରା ରହିଛି । ତେବେ ଏହି ମହାର୍ଘ ଦିବସକୁ ଲକ୍ଷ୍ୟରେ ରଖି ଦେଶୀ ମଂଗାରେ ପ୍ରସ୍ତୁତ ହୋଇଛି ଫ୍ରେଣ୍ଡ୍ସ ଶାଢୀ । ବର୍ଷେ ଆଗରୁ ଏହି ନୂଆଁ ଡିଜାଇନର ଶାଢୀ ପ୍ରସ୍ତୁତି ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ହସ୍ତତନ୍ତ କାରିଗର ଉଦ୍ୟମ କରିଥିବାବେଳେ ଏବେ ପ୍ରସ୍ତୁତ ହୋଇସାରିଛି ଏହି କଳାତ୍ମକ ଶାଢୀ ।

helpless woman
ଅସହାୟ ଯମୁନା : ସ୍ୱାମୀଙ୍କୁ ଛଡାଇନେଲା, ଏତେ ବଡ଼ ଦୁନିଆରେ ଏକା କରିଦେଲା ମହାମାରୀ

ଦାଉ ସାଜିଲା ମହାମାରୀ । ମଥାର ସିନ୍ଦୂର ପୋଛି ବିଧବା ସଜାଇଲା । ଏତେ ବଡ଼ ଦୁନିଆରେ ଏକା କରିଦେଲା ଅଦୃଶ୍ୟ ଭୂତାଣୁ । ଦିନେ ହସଖୁସିର ସଂସାର କରି ଅନେକ କିଛି କରିବାର ସ୍ୱପ୍ନ ଦେଖିଥିଲେ ।

Binika House Problem
ସରକାରୀ ଯୋଜନା କାହା ପାଇଁ?

ଏମିତିରେ ପରିବାରରେ ଚୁଲି ଜଳିବା ମଧ୍ୟ ବହୁ କଷ୍ଟକର ହୋଇପଡୁଛି । ଆଉ ଦେହ ଖରାପ ହେଲେ ପେଟରେ ଓଦାକନା ପକାଇ ଭାଗ୍ୟକୁ ନିନ୍ଦିବା ଛଡା ଅନ୍ୟ ଉପାୟ ମଧ୍ୟ କିଛି ନାହିଁ । ସଂଧ୍ୟା ହେଲେ ଡିବିରି ଆଳୁଅରେ ପୁଅର ପାଠପଢା ଚାଲିଛି

maa-saree
ଚର୍ଚ୍ଚିତ ମା’ ଶାଢ଼ିକୁ ନେଇ ଟଣାଓଟରା, କିଏ କହୁଛି ସତ ? ଶାଢ଼ିର ପ୍ରକୃତ ସ୍ରଷ୍ଟା କିଏ ?

ସୋନପୁର: ସୋନପୁରର ଚର୍ଚ୍ଚିତ ମା’ ଶାଢ଼ିକୁ ନେଇ ଟଣାଓଟରା । ଏହି ଶାଢ଼ିର ପ୍ରକୃତ ସ୍ରଷ୍ଟା କିଏ ? ତାକୁ ନେଇ ଛିଡ଼ା ହୋଇଛି ବିବାଦ । ଗୋଟିଏ ପଟେ ରାଜେଶ ମେହେର ଦାବି କରୁଛନ୍ତି ମା’ ଶାଢ଼ି ତାଙ୍କ ଦ୍ୱାରା…

accident
ସଡ଼କ ଦୁର୍ଘଟଣାରେ ୮ ଆହତ, ଜଣେ ଗୁରୁତର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରରେ ସଡ଼କ ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଲେ ବହୁ ଯାତ୍ରୀ। ସୋନପୁର-ସମ୍ବଲପୁର ରାସ୍ତାର ଅଇଁଲାଛାଟ ନିକଟରେ ଏହି  ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ଆହତ ମାନଙ୍କୁ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସଟି ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।