ଏହି କଥାକୁ ନେଇ ସୋନା ମହାପାତ୍ର ସମସ୍ତଙ୍କୁ ଜବାବ ଦେଇଛନ୍ତି। ସୋନା ସୋସିଆଲ ମିଡିଆରେ ଏକ୍ ପୋଷ୍ଟ ସେୟାର କରି ନିଜର କ୍ରୋଧ ପ୍ରକାଶ କରିବା ସହିତ ଉପଭୋକ୍ତାମାନଙ୍କୁ ତାଗିଦ କରିଛନ୍ତି। ସେ ତାଙ୍କ ମ୍ୟୁଜିକ୍ ଟ୍ରାକର ଏକ ଭିଡିଓ ସେୟାର କରି ଲେଖିଛନ୍ତି ଯେ “ଏହା କପଟତା ବ୍ୟତୀତ ଅନ୍ୟ କିଛି ନୁହେଁ, ଏ ପୁରୁଷ ପ୍ରଧାନ ସମାଜର କପଟତା ଦର୍ଶଉଛି, ଯେତେବେଳେ #Porn ସମ୍ବନ୍ଧୀୟ କୌଣସି ଖବର ଆସେ, ତେବେ ଏ ସମାଜ ବିଶେଷ ଭାବରେ ମନୋରଞ୍ଜନ ଦୁନିଆ ସହିତ ଜଡିତ ଥିବା ମହିଳାମାନଙ୍କୁ #slutshame କରିବାକୁ ଲାନେସେନ୍ସ ଦେଇଦିଅନ୍ତି। ରାଜ କୁନ୍ଦ୍ରା ମାମଲା ତୁମର ମନ୍ଦ ଚିନ୍ତାଧାରାକୁ ଦେଖାଇବା ନେଇ ଏକ ବାହାନା ହୋଇପାରିବ ନାହିଁ।”
ସୋନା ଆହୁରି ଲେଖିଛନ୍ତି ଯେ “ଆମ ଟାଇମ୍ଲାଇନ୍ରେ କମେଣ୍ଟ କର ଏବଂ ତାପରେ କୁହ ଯେ ତୁମେ ବଲିଉଡର, ତୁମେ ସମସ୍ତେ ଏହାଭଳି। ମହିଳାମାନେ ଦୟାକରି ଆପଣଙ୍କ ଶରୀର ପାଇଁ ଲଜ୍ଜିତ ହୁଅନ୍ତୁ ନାହିଁ, ଖୁସି ହୁଅ ଯେପରି ମୁ ହୁଏ। ବଡ, ଛୋଟ, ମୋଟା, ପତଳା ବା ଶରୀର ଯାହା ବି ହେଉ, ଆମେ ଖୁବ ଭଲ। ଆମ ବିନା ଅନୁମତିରେ ଆମକୁ ଲଜ୍ଜିତ କରିବାକୁ କିମ୍ବା ଆମକୁ ଛୁଇଁବାକୁ କିମ୍ବା କିଛି କରିବାକୁ କାହାର ବି ଅଧିକାର ନାହିଁ।”
ପ୍ରକାଶଥାଉ ଯେ ସୋନା ମହାପାତ୍ର ପ୍ରାୟତଃ ମହିଳାମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରନ୍ତି। ସୋନା ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଗାୟକ। ସେ 'ଅମ୍ବରସରିୟା', 'ବୋଲ ନ', 'ପିୟା ସେ ନୈନା' ଭଳି ଅନେକ ହିଟ୍ ଗୀତ ଗାଇଛନ୍ତି।
]]>In strongest possible words I condemn those regressive and reactionary organisations who are threatening Sona Mahapatra for making a music video of a Amir Khusrau ‘ Geet . These mullas should know that Amir Khusrau belongs to every Indian . He is not your property .
— Javed Akhtar (@Javedakhtarjadu) 1 May 2018
]]>ମଦରିୟା ସୁଫି ଫାଉଣ୍ଡେସନ୍ ନାମକ ଏକ ସଂସ୍ଥା ପକ୍ଷରୁ ତାଙ୍କୁ ଧମକ ଦିଆଯାଇଥିବା ନେଇ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ସୋନା। ଏହି ସଂଗଠନ ସୋନାଙ୍କ ମ୍ୟୁଜିକ୍ ଭିଡିଓ ‘ତୋରି ସୁରତ’ କୁ ନେଇ ଆପତ୍ତି ଉଠାଇବା ସହ ଏହାକୁ ହଟାଇବା ଲାଗି କହିଛନ୍ତି।
Dear @MumbaiPolice I have received a threatening notice from the Madariya Sufi Foundation to remove my music video Tori Surat from all communication mediums. They claim that the video is vulgar,will flare communal tensions.I need to know whom to write in my response to at ur end
— SONA (@sonamohapatra) 30 April 2018
The Sufi Madariya foundation has also called me a ‘regular offender’ & says that they find another five year old Video of me singing a Sufiana Kalam - Piya Se Naina on coke studio insulting Islam because I’m ‘dressed exposing my body’ & playing westernised music. @MumbaiPolice
— SONA (@sonamohapatra) 30 April 2018
Respected @CPMumbaiPolice , I have been sent a threatening email notice from the Madariya Sufi Foundation demanding that I take down a music video that has been passed by the censor board of India & I would like to forward the same to your official email id along with my response
— SONA (@sonamohapatra) 30 April 2018
ଏହି ଭିଡିଓରେ ଅଶ୍ଲୀଳତା ରହିଛି ବୋଲି ଫାଉଣ୍ଡେସନ୍ ଦାବି କରିଛି। ଏପରିକି ମଦରିୟା ଫାଉଣ୍ଡେସନ୍ ସୋନାଙ୍କ ୫ ବର୍ଷ ଏକ ପୁରୁଣା ଭିଡିଓକୁ ନେଇ ମଧ୍ୟ ଆପତ୍ତି ଉଠାଇଥିବା ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ସୋନା ମହାପାତ୍ର। ଏ ନେଇ ପଦକ୍ଷେପ ନେବାକୁ ମୁମ୍ବାଇ ପୋଲିସ ଉଦ୍ଦେଶ୍ୟରେ ଟ୍ୱିଟ୍ କରିଛନ୍ତି ସୋନା।
]]>A ‘large hearted’ PR move from the one & only poster boy of toxic masculinity!??Of course he felt no such need to tweet or apologise for the vile threats that his digital paid army sent out to intimidate & bully others in the past. Got his dad to speak everytime he screwed up https://t.co/D3qKjx7PzM
— Sona Mohapatra (@sonamohapatra) June 21, 2020
ସୋନା ସଲମାନଙ୍କ ଟ୍ୱିଟକୁ ରିଟ୍ୱିଟ୍ କରି ଲେଖିଛନ୍ତି, "ପୋଷ୍ଟର୍ ବୟ ତରଫରୁ ଏକ 'ବଡ଼ ହୃଦୟ' ଭରା ପିଆର୍ ମୁଭ୍। ମୋ ମତରେ ତାଙ୍କୁ (ସଲମାନ୍ ଖାନ୍) ଏଭଳି ଟ୍ୱିଟ କରିବାର ଆବଶ୍ୟକତା ନଥିଲା କିମ୍ବା ସେହି ଧମକ ପାଇଁ କ୍ଷମା ମାଗିବାର ଆବଶ୍ୟକ ନଥିଲା, ଯାହା ସେ ନିଜର ଡିଜିଟାଲ୍ ଆର୍ମିଙ୍କୁ ଏହା ପୂର୍ବରୁ ଅନ୍ୟମାନଙ୍କୁ ଡରାଇବା ଏବଂ ଧମକାଇବା ପାଇଁ ପଠାଇଥିଲେ। ଯେବେବି ସେ କୌଣସି ସମସ୍ୟାରେ ଫସନ୍ତି, ସେ ନିଜ ପିତାଙ୍କୁ ଆଗକୁ ପଠାଇ ଦିଅନ୍ତି।"
ଏହା ପୂର୍ବରୁ ସଲମାନ୍ ଟ୍ୱିଟ୍ କରିଥିଲେ ଯେ "ମୁଁ ମୋର ସମସ୍ତ ପ୍ରଶଂସକଙ୍କୁ ଅନୁରୋଧ କରୁଛି ଯେ ସେମାନେ ସୁଶାନ୍ତଙ୍କ ପ୍ରଶଂସକଙ୍କ ସହ ଛିଡ଼ା ହୁଅନ୍ତୁ। ତାଙ୍କ ପ୍ରତି କୌଣସି ଖରାପ ଭାଷାର ପ୍ରୟୋଗ କରନ୍ତୁ ନାହିଁ ବରଂ ଏହା ବଦଳରେ ସେମାନଙ୍କର ଭାବନାକୁ ସମ୍ମାନ ଦିଅ। ଦୟାକରି ତାଙ୍କ (ସୁଶାନ୍ତ) ପରିବାର ଓ ପ୍ରଶଂସକଙ୍କୁ ସମର୍ଥନ କରନ୍ତୁ। କେହି ନିଜର ଲୋକ ଚାଲିଯିବା ନିଶ୍ଚିତ ଭାବେ ଯନ୍ତ୍ରଣାଦାୟକ।"
ସୂଚନାଯୋଗ୍ୟ, ସୁଶାନ୍ତ ସିଂ ରାଜପୁତ୍ ଜୁନ୍ ୧୪ ତାରିଖରେ ବାନ୍ଦ୍ରାସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିଲେ। ସୁଶାନ୍ତ ନିଜ କାମକୁ ନେଇ ଡିପ୍ରେସନରେ ଥିବା କୁହାଯାଉଛି। ଏପରିକି ତାଙ୍କ ଦେହାନ୍ତ ପରେ ବଲିଡଉରେ ବାହାରୁ ଆସୁଥିବା କଳାକାରଙ୍କ ପ୍ରତି ଇଣ୍ଡଷ୍ଟ୍ରୀରେ ହେଉଥିବା ବ୍ୟବହାରକୁ ନେଇ ପ୍ରଶ୍ନ ଉଠିଛି।
]]>