ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କହିଛନ୍ତି ଯେ,‘ଏହି ଯୋଜନା ଲୋକଙ୍କ ସୁବିଧା ପାଇଁ କରାଯାଇଛି ।’ଏହି ଯୋଜନାରେ ପାଖାପାଖି ୭୫,୦୦୦ କୋଟି ଟଙ୍କା ନିବେଶ କରାଯିବ । ପ୍ରାୟ ୧ ଲକ୍ଷ ପରିବାର ମାସିକ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇ ପାରିବେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,‘ତୃଣମୂଳ ସ୍ତରରେ ସୋଲାର ସିଷ୍ଟମକୁ ପ୍ରୋତ୍ସାହିତ ତଥା ଲୋକପ୍ରିୟ କରିବା ପାଇଁ ସହରୀ ସଂସ୍ଥା ଓ ପଞ୍ଚାୟତକୁ ଉତ୍ସାହିତ କରାଯିବ । ଏହା ସହିତ, ଏହି ଯୋଜନା ମାଧ୍ୟମରେ ଲୋକମାନେ ସେମାନଙ୍କର ଆୟ ବୃଦ୍ଧିରେ ସହାୟତା ପାଇବେ, ବିଦ୍ୟୁତ୍ ବିଲ୍ ହ୍ରାସ ହେବ ଓ ନୂଆ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ ।’
ଏହି ଯୋଜନାର ଲାଭ ପାଇବା ପାଇଁ, ଆପଣଙ୍କର ନିଜ ଘର ରହିବା ଆବଶ୍ୟକ ରହିଛି । ଯାହାକି ଆପଣଙ୍କ ଛାତ ଉପରେ ସୌର ପ୍ୟାନେଲ ବସାଇ ପାରିବେ । ଆପଣଙ୍କର ମାସିକ ବିଦ୍ୟୁତ୍ ବ୍ୟବହାର ୩୦୦ ୟୁନିଟ୍ରୁ କମ୍ ହେବା ଉଚିତ୍ । ଏହି ଯୋଜନା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ଉପଲବ୍ଧ ରହିଛି । ଗ୍ରାହକମାନେ ଏହି ଯୋଜନା ପାଇଁ https://pmsuryagarh.gov.inକୁ ଯାଇ ଆବେଦନ କରିପାରିବେ ।
ପ୍ରଥମେ Pmsuryaghar.gov.in ୱେବସାଇଟ୍କୁ ଯାଇ ‘ସୌର ପ୍ୟାନେଲ୍’ ଉପରେ କ୍ଳିକ୍ କରନ୍ତୁ...
ଷ୍ଟେପ୍ ୧: ପୋର୍ଟାଲରେ ପଞ୍ଜିକରଣ ପ୍ରଣାଳୀ...
. ପ୍ରଥେମ ଆପଣଙ୍କର ରାଜ୍ୟ ଚୟନ କରନ୍ତୁ ।
. ଆପଣଙ୍କର ବିଦ୍ୟୁତ୍ କମ୍ପାନୀ ଚୟନ କରନ୍ତୁ ।
. ଆପଣଙ୍କର ବିଦ୍ୟୁତ୍ ଉପଭୋକ୍ତା ନମ୍ୱର ଦିଅନ୍ତୁ ।
. ମୋବାଇଲ୍ ନମ୍ବର ଦିଅନ୍ତୁ ।
. ଇମେଲ୍ ଦିଅନ୍ତୁ ।
ଷ୍ଟେପ୍ ୨:
. ଗ୍ରାହକଙ୍କ ନମ୍ବର ଓ ମୋବାଇଲ ନମ୍ବର ସହିତ ଲଗ୍ଇନ୍ କରନ୍ତୁ...
. ଫର୍ମ ଅନୁଯାୟୀ ସୋଲାର ପାଇଁ ଆବେଦନ କରନ୍ତୁ...
ଷ୍ଟେପ୍ ୩:
. ଡିସ୍କମ୍ରୁ ଅନୁମୋଦନ ପାଇବା ପାଇଁ ଅପେକ୍ଷା କରନ୍ତୁ । ଥରେ ଅନୁମୋଦନ ହେବା ପରେ ଆପଣ ଡିସ୍କମ୍ରେ କୌଣସି ପଞ୍ଜୀକୃତ ବିକ୍ରେତାଙ୍କ ଠାରୁ ପ୍ଲାଣ୍ଟ କିଣି ପାରିବେ ।
ଷ୍ଟେପ୍ ୪:
. ଥରେ ସ୍ଥାପନ ସମାପ୍ତ ହେବା ପରେ, ନେଟ୍ ମିଟର ପାଇଁ ଆବେଦନ କରନ୍ତୁ...
ଷ୍ଟେପ୍ ୫:
ନେଟ୍ ମିଟର ସ୍ଥାପନ ଓ ଡିସ୍କମ୍ ଦ୍ୱାରା ଯାଞ୍ଚ ପରେ , ପୋର୍ଟାଲରୁ କମିଶନ ସାର୍ଟିଫିକେଟ୍ ବାହାର କରିବେ ।
ଷ୍ଟେପ୍ ୬:
ପୋର୍ଟାଲ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟର ବିବରଣୀ ଓ କ୍ୟାନ୍ସଲ୍ ଚେକ୍ ଦାଖଲ କରନ୍ତୁ । ଆପଣ ୩୦ ଦିନ ମଧ୍ୟରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆପଣଙ୍କର ପ୍ରାପ୍ୟ ପାଇପାରିବେ ।
]]>ଲୋକମାନେ ପ୍ରାୟତଃ କୁହନ୍ତି ଯେ ମହାକାଶରୁ ଏକ ବିରାଟ ପଥର ବା ଉଲ୍କାପିଣ୍ଡ ପୃଥିବୀ ସହ ଧକ୍କା ହେବ, ତା’ପରେ ପୃଥିବୀ ଅନେକ ଖଣ୍ଡରେ ବିଭକ୍ତ ହୋଇ ନଷ୍ଟ ହୋଇଯିବ। ତେବେ ଏହି ପ୍ରଶ୍ନର ସଠିକ୍ ଉତ୍ତର ଖୋଜିବା ପାଇଁ ବୈଜ୍ଞାନିକମାନେ ଦୀର୍ଘ ସମୟ ଧରି ଗବେଷଣା ଏବଂ ଅଧ୍ୟୟନ କରୁଥିଲେ। ବର୍ତ୍ତମାନ ବୈଜ୍ଞାନିକମାନେ ଏ ଦିଗରେ ସଫଳତା ପାଇଛନ୍ତି। ଏକ ନୂଆ ଅଧ୍ୟୟନରେ, ବୈଜ୍ଞାନିକମାନେ ଏକ ବାହ୍ୟ ଗ୍ରହରୁ ସୂଚନା ପାଇଛନ୍ତି ଯେ ପୃଥିବୀର ଶେଷ କିପରି ହେବ?
ବୈଜ୍ଞାନିକଙ୍କ ଅନୁଯାୟୀ, ପୃଥିବୀର ଅସ୍ତିତ୍ୱ ସୂର୍ଯ୍ୟଙ୍କ ଅସ୍ତିତ୍ୱ କାରଣରୁ ହୋଇଥାଏ। ଏହା ସ୍ପଷ୍ଟ ଯେ ଯେପର୍ଯ୍ୟନ୍ତ ପୃଥିବୀ ସୂର୍ଯ୍ୟଙ୍କଠାରୁ ଆଲୋକ ପାଉଥିବ, ସେପର୍ଯ୍ୟନ୍ତ ଆମ ଗ୍ରହର ଅସ୍ତିତ୍ୱ ରହିବ। ଏହି ନୂଆ ଅଧ୍ୟୟନରେ, ବୈଜ୍ଞାନିକମାନେ ଏକ ବାହ୍ୟଗ୍ରହ ନିଜ ତାର ଆଡକୁ ମୁହାଁମୁହିଁ ହେବାକୁ ଦେଖିଛନ୍ତି। ଧୀରେ ଧୀରେ, ଏହି ବାହ୍ୟଗ୍ରହର କକ୍ଷପଥ ସମାପ୍ତ ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଗ୍ରହମାନଙ୍କର ଜୀବନଚକ୍ର ବୁଝିବା ଦୃଷ୍ଟିକୋଣରୁ ଏହି ଅଧ୍ୟୟନ ଏକ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହେବ।
ଅନୁସନ୍ଧାନକାରୀମାନେ ଏହା ପୂର୍ବରୁ ଜାଣିସାରିଛନ୍ତି ଯେ ବାହ୍ୟଗ୍ରହଗୁଡିକ ତାରାଗୁଡିକ ସହିତ ମିଶି ନଷ୍ଟ ହୋଇଯାଆନ୍ତି। ଅଦ୍ୟାବଧି ଏହାକୁ କେବଳ ତତ୍ତ୍ୱଗତ ଭାବରେ ବିବେଚନା କରାଯାଇଛି। ତେବେ ଏପର୍ଯ୍ୟନ୍ତ କୌଣସି ଗ୍ରହ ଧ୍ୱଂସ ହୋଇଥିବାର ଦେଖାଯାଇ ନାହିଁ। ଏଭଳି ପରିସ୍ଥିତିରେ ବୈଜ୍ଞାନିକମାନେ ଏହି ଅଧ୍ୟୟନରେ ଏହି ପୂରା ଘଟଣା ଦେଖିବାର ସୁଯୋଗ ପାଇଛନ୍ତି। ନାସା ୨୦୦୯ରେ ନିଜେ ଟେଲିସ୍କୋପ ସାହାଯ୍ୟରେ ନିଜ ତାରା ଆଡକୁ ଗତି କରୁଥିବା ବାହ୍ୟ ଗ୍ରହ କେପଲର୍ ୧୬୫୮ ବିକୁ ଆବିଷ୍କାର କରିଥିଲା। ତେବେ ଏହି ବାହ୍ୟ ଗ୍ରହର ଅସ୍ତିତ୍ୱକୁ ନିଶ୍ଚିତ କରିବାକୁ ବୈଜ୍ଞାନିକମାନଙ୍କ ପାଇଁ ଏକ ଦଶନ୍ଧି ସମୟ ଲାଗିଯାଇଛି।
ବୈଜ୍ଞାନିକଙ୍କ ଅନୁଯାୟୀ ଏହି ବାହ୍ୟ ଗ୍ରହ ଏବଂ ବୃହସ୍ପତି ମଧ୍ୟରେ ଅନେକ ସମାନତା ଅଛି। ଉଭୟର ଆକାର ଏବଂ ଓଜନ ପ୍ରାୟ ସମାନ। ଉଭୟଙ୍କ ମଧ୍ୟରେ କେବଳ ପାର୍ଥକ୍ୟ ହେଉଛି ବାହ୍ୟ ଗ୍ରହ ନିଜର ତାରାର ଅତି ନିକଟତର ହୋଇଯାଇଛି ।
ଏହି ଦୁଇ ଗ୍ରହ ମଧ୍ୟରେ ଦୂରତା ସୂର୍ଯ୍ୟ ଏବଂ ବୁଧ ମଧ୍ୟରେ ଥିବା ଦୂରତାର ଅଷ୍ଟମ ଭାଗ ସହିତ ସମାନ ରହିଛି। ଏହିପରି ବାହ୍ୟ ଗ୍ରହର ଅନ୍ତ କକ୍ଷପଥ ସମାପ୍ତ ହେବାପରେ ତାରା ସହ ମିଶି ଶେଷ ହୁଏ। ବୈଜ୍ଞାନିକଙ୍କ ଅନୁଯାୟୀ ବାହ୍ୟ ଗ୍ରହର କକ୍ଷପଥ ପ୍ରତିବର୍ଷ ହ୍ରାସ ପାଉଛି। ତଥାପି ଏହା ଅତି ମନ୍ଥର ଗତିରେ ଏହାର ସୂର୍ଯ୍ୟ ଆଡକୁ ଗତି କରୁଛି। ବାହ୍ୟ ଗ୍ରହର କକ୍ଷପଥ ପ୍ରତିବର୍ଷ ୧୩୧ ମିଲିସେକେଣ୍ଡ ହାରରେ ହ୍ରାସ ପାଉଛି।
ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁଯାୟୀ, ଯେକୌଣସି ଗ୍ରହ ଏବଂ ଏହାର ସୂର୍ଯ୍ୟ ମଧ୍ୟରେ ଥିବା ମାଧ୍ୟାକର୍ଷଣ ଶକ୍ତି ପରସ୍ପରର ଆକାରରେ ପରିବର୍ତ୍ତନ ଆଣେ। ଏହି ପରିବର୍ତ୍ତନ ହେତୁ ଜବରଦସ୍ତ ଉର୍ଜା ବାହାରିଥାଏ। ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ଏଭଳି ଉର୍ଜା ବୃହସ୍ପତି ଗ୍ରହ ଏବଂ ଏହାର ଚନ୍ଦ୍ର ମଧ୍ୟରେ ମାଧ୍ୟାକର୍ଷଣ ଶକ୍ତି ହେତୁ ମଧ୍ୟ ସୃଷ୍ଟି ହେଉଛି।
]]>ଶେଷଥର ପାଇଁ ୧୯୬୩ ମସିହାରେ ବୃହସ୍ପତି ପୃଥିବୀର ଏତେ ନିକଟତର ହୋଇଥିଲା। ଯେଉଁମାନେ ଏହି ଦୃଶ୍ୟକୁ ଆଜି ନ ଦେଖିବେ ହୁଏତ ତାଙ୍କ ଜୀବନକାଳ ଭିତରେ ଆଉ ଏ ସୁଯୋଗ ପାଇବେ ନାହିଁ। କାରଣ ଏହାପରେ ୧୦୭ ବର୍ଷ ପରେ ଅର୍ଥାତ୍ ୨୧୨୯ ମସିହାରେ ଏହି ବିରଳ ଦୃଶ୍ୟ ପୁଣି ଥରେ ଦେଖିବାକୁ ମିଳିବ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ କହିଛନ୍ତି।
ସୌରମଣ୍ଡଳର ସବୁଠାରୁ ବଡ ଗ୍ରହ ବୃହସ୍ପତି । ପୃଥିବୀର ନିକଟତର ହେଲେ ଏହା ଆକାଶରେ ଆହୁରି ଚମକିବ। ପୃଥିବୀଠାରୁ ୫୯ କୋଟି କିମି ଦୂରରେ ରହିବ। ନାସାର କହିବା ଅନୁଯାୟୀ, ଯେ କୌଣସି ସୌରମଣ୍ଡଳର ବସ୍ତୁ ପୂର୍ବପଟରେ ଆସିଥାଏ ଯେତେବେଳେ ସୂର୍ଯ୍ୟ ପଶ୍ଚିମରେ ଅସ୍ତ ହୋଇଥାନ୍ତି। ଏହି ସମୟରେ ସୂର୍ଯ୍ୟ ଏବଂ ମହାଜାଗତିକ ବସ୍ତୁ ପୃଥିବୀର ବିପରୀତ ଦିଗରେ ଦେଖିବାକୁ ମିଳିଥାଏ।
ବୃହସ୍ପତି ୧୧ ବର୍ଷରେ ଥରେ ସୂର୍ଯ୍ୟଙ୍କୁ ପରିକ୍ରମା କରିଥାଏ। ଏହି ପରିକ୍ରମା ସମୟରେ ଏହା କକ୍ଷପଥରେ ସୂର୍ଯ୍ୟଙ୍କର ଠିକ ବିପରୀତରେ ରହିଥାଏ। ଯାହା ଫଳରେ ପୃଥିବୀର ନିକଟତର ଦେଖା ଯାଇଥାଏ। ପ୍ରତି ୩୯୯ ଦିନ ବା ପ୍ରତି ୧୩ ମାସ ୪ ଦିନରେ ବୃହସ୍ପତି ଏମିତି ପୃଥିବୀର ଆକାଶରେ ଚମକିଥାଏ। ତେବେ ଚଳିତବର୍ଷ ସେପ୍ଟେମ୍ବର ୨୭ ରାତି ୧.୩୦ରେ ବୃହସ୍ପତି ସୂର୍ଯ୍ୟଙ୍କର ଠିକ ବିପରୀତରେ ରହିବ। ସେପ୍ଟେମ୍ବର ୨୬ ତାରିଖ ଅର୍ଥାତ୍ ଆଜି ଏହା ସବୁଠାରୁ ଅଧିକ ନିକଟତର ହେବ ବୋଲି କହିଛନ୍ତି ବିର୍ଲା ଇନ୍ଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ୍ଚର ଅଧିକାରୀ ବୈଜ୍ଞାନିକ ଶିଳ୍ପା ଗୁପ୍ତା।
ସେ କହିଛନ୍ତି, ବୃହସ୍ପତି ୨.୯ ମ୍ୟାଗ୍ନିଚ୍ୟୁଡରେ ଅତି ଉଜ୍ଜ୍ୱଳ ଭାବେ ଦେଖାଯିବ । ଏତେ ଉଜ୍ଜ୍ୱଳ ଦିଶିବ ଯେ ଜଣେ ଚାହିଁଲେ ଏହାକୁ ଖାଲି ଆଖିରେ ବି ଦେଖିପାରିବେ। ଏହି ବିରଳ ଦୃଶ୍ୟକୁ ସାରା ବିଶ୍ୱବାସୀ ଦେଖିପାରିବେ।
ଜୁପିଟର ବା ବୃହସ୍ପତି ରହସ୍ୟର ଏକ ଭଣ୍ଡାର। ଏହାକୁ ନେଇ ଜ୍ୟୋତିର୍ବିଜ୍ଞାନୀଙ୍କ ମନରେ ଅନେକ ଉତ୍କଣ୍ଠା ରହିଛି। ପୃଥିବୀ ବାହାରେ ଜୀବଜଗତର ସନ୍ଧାନ ଏବେ ବି ଜ୍ୟୋତିର୍ବିଜ୍ଞାନୀମାନେ କରୁଛନ୍ତି। ବୃହସ୍ପତିର ୫୩ ଉପଗ୍ରହ ଅଛନ୍ତି। ଏହି ଗ୍ରହକୁ ଏକ ଛୋଟ ସୌରମଣ୍ଡଳ ବୋଲି ବି ଜ୍ୟୋତିର୍ବିଜ୍ଞାନୀମାନେ କହିଥାନ୍ତି। ଏହାର ମାଧ୍ୟାକର୍ଷଣ ଶକ୍ତି ମଧ୍ୟ ଖୁବ ଅଧିକ। ଯାହା ଫଳରେ ପୃଥିବୀ ଆଡକୁ ମୁହାଁଉଥିବା ଏକାଧିକ ଏଷ୍ଟ୍ରୋଏଡ୍କୁ ଟାଣି ଏହାକୁ ସୁରକ୍ଷା ଦେଇଥାଏ ।
]]>ଆମର ବ୍ରହ୍ମାଣ୍ଡ ପ୍ରାୟ ୧୨ ରୁ ୧୩ ବିଲିୟନ ବର୍ଷ ପୁରୁଣା ଏବଂ ୪.୫୫ ବିଲିୟନ ବର୍ଷ ପୂର୍ବେ ପୃଥିବୀ ସୃଷ୍ଟି ହୋଇଥିଲା। କିନ୍ତୁ ଏହି ଦୀର୍ଘ ଅବଧି ମଧ୍ୟରେ, ଗ୍ରହଗୁଡିକର ବିକାଶ ପ୍ରକ୍ରିୟା ମଧ୍ୟ ଧୀରେ ଧୀରେ ସୃଷ୍ଟି ହେଉଥିଲା। ଅନୁସନ୍ଧାନକାରୀମାନେ ସୌର ପ୍ରଣାଳୀ ଗଠନ ସମୟର ଗତିଶୀଳତା ଜାଣିବା ପାଇଁ ଉଲ୍କାପିଅଣ୍ଡରେ ଚୁମ୍ବକୀୟ ବିଶ୍ଳେଷଣ କରିବାକୁ ଚେଷ୍ଟା କରିଥିଲେ।
ଏହି ଅଧ୍ୟୟନ ପାଇଁ, ଗବେଷକମାନେ ଏକ ନୂତନ କୌଶଳ ମାଧ୍ୟମରେ ଇଲେକ୍ଟ୍ରନର ତରଙ୍ଗ ଗୁଣ ବ୍ୟବହାର କରିଥିଲେ। ନାନୋମିଟର-ସ୍କେଲ୍ ପାଲୋମାଗ୍ନେଟିକ୍ ଇଲେକ୍ଟ୍ରନ୍ ହୋଲୋଗ୍ରାଫି ନାମକ ମେଟେରାଇଟ୍ସରେ କଣିକାର ଚୁମ୍ବକୀକରଣ ଅଧ୍ୟୟନ ପାଇଁ ସେମାନେ ଏହି ନୂତନ କୌଶଳ ଅଧ୍ୟୟନ କରିଥିଲେ।
ଏହି କୌଶଳରେ ଇଲେକ୍ଟ୍ରୋନ୍ ତରଙ୍ଗ ବିଶେଷତା ବ୍ୟବହାର କରାଯାଇଥାଏ, ଯେଉଁଥିରେ ତରଙ୍ଗର ହସ୍ତକ୍ଷେପ ଢାଞ୍ଚାଗୁଡ଼ିକୁ, ଯାହାକୁ ହୋଲଗ୍ରାମ କୁହାଯାଏ, ସେଥିରୁ ଜଣାପଡେ ଯେ ଉଲ୍କାପିଣ୍ଡ ଗଠନର ଉଚ୍ଚ ରିଜୋଲୁସନ ସୂଚନା ବାହାର କରାଯାଇଥାଏ। ଯାହା ଦ୍ୱାରା ଏହି ଉଲ୍କାପିଣ୍ଡରେରେ ଲୁଚି ରହିଥିବା ପ୍ରାଚୀନ ସୂଚନା ମିଳିଥାଏ ଏବଂ ସେହି ସମୟର ସ୍ଥିତି ଜଣାପଡିଥାଏ।
ଉଲ୍କାପିଣ୍ଡରେ କଣିକାର ଚୁମ୍ବକୀୟ କ୍ଷେତ୍ର ଅଛି ଯାହା ବସ୍ତୁରେ ଏକ ଐତିହାସିକ ସୂଚନା ଡକ୍ୟୁମେଣ୍ଟ ଭାବରେ ଦେଖାଯାଇପାରେ।ଏହିପରି ଚୁମ୍ବକୀୟ କ୍ଷେତ୍ରଗୁଡିକ ଉପରେ ନଜର ରଖିବା ଏବଂ ଅଧ୍ୟୟନ କରି ବୈଜ୍ଞାନିକମାନେ ଘଟଣାଗୁଡ଼ିକ ବିଷୟରେ ସୂଚନା ବାହାର କରିପାରିବେ ଯେଉଁଥିପାଇଁ ଏହି ଉଲ୍କାପିଣ୍ଡ ତିଆରି ହୋଇଛି ଏବଂ ଏହି ଉଲ୍କାପିଣ୍ଡଗୁଡିକ ପ୍ରଭାବିତ ହୋଇଛି। ଏହି ଉପାୟରେ ବୈଜ୍ଞାନିକମାନେ ସୌର ପ୍ରଣାଳୀ ଗଠନ ହେବା ଏବଂ ଉଲ୍କାପିଣ୍ଡ ଦ୍ୱାରା ପ୍ରଭାବିତ ହୋଇଥିବା ଘଟଣାଗୁଡ଼ିକର ଅନୁସନ୍ଧାନ କରିପାରିବେ।
]]>ଏକ ଅଧ୍ୟୟନରୁ ଜଣଯାଇଛି, ମଙ୍ଗଳ ଗ୍ରହରେ ରହିବା ହ୍ୟୁମାନ କଲୋନୀ ବସାଇବା ପାଇଁ ବହୁତ ବେଶି ଲୋକଙ୍କର ଆବଶ୍ୟକ ନାହିଁ। ଯେତିକି ଲୋକ ରହି ପାରିବେ, କାମ କରିପାରିବେ ଏବଂ ଯେଉଁମାନଙ୍କ ଦ୍ୱାରା ସେଠାରେ କିଛି କାମ ହୋଇପାରିବ, ସେତିକି ଲୋକଙ୍କୁ ନେଇ ମଙ୍ଗଳ ଗ୍ରହରେ ହ୍ୟୁମାନ କଲୋନୀ କରାଯିବ।
ଫ୍ରାନ୍ସର ବୋର୍ଡିକ୍ସ ଇନ୍ଷ୍ଟିଚ୍ୟୁଟ ଅଫ ନାଶନାଲ ପଲିଟେକ୍ନିକ୍ ପ୍ରଫେସର ଜୀନ ମାର୍କ ସଲ୍ଲୋଟି ଏ ବିଷୟରେ ଗବେଷଣା କରି ଏକ ଗାଣିତିକ ଫର୍ମୁଲାରେ ଏହାର ସମାଧାନ କରିଛନ୍ତି। ଜୀନ କହିଛନ୍ତି, ୧୧୦ ଜଣ ଲୋକଙ୍କୁ ନେଇ ମଙ୍ଗଳରେ ହ୍ୟୁମାନ କଲୋନୀ ସ୍ଥାପନ କରିହେବ। କାରଣ ସେଠାରେ ଯିଏ ବି ରହିବେ ସେମାନଙ୍କୁ ବହୁତ ଜରୁରୀ କାମ କରିବାକୁ ପଡ଼ିବ।
ଜୀନ୍ଙ୍କ କହିବା ଅନୁଯାୟୀ, ଅନ୍ତରୀକ୍ଷ କମ୍ପାନୀ ଯେମିତି ସ୍ପେଶ ଏକ୍ସ ଏମିତି ରକେଟ କରିଛି ଯାହା ଏକସାଙ୍ଗରେ ଅନେକ ଲୋକଙ୍କୁ ମଙ୍ଗଳ ଗ୍ରହରେ ପହଞ୍ଚାଇ ପାରିବ।
ଯିଏ ବି ମଙ୍ଗଳ ଗ୍ରହରେ ରହିବାକୁ ଚାହୁଁଥିବ ତାକୁ ସେଠିକାର ଗଣିତ, ପାଣିପାଗ ଏବଂ କାମ ଅନୁସାରେ ଚଳିବାକୁ ପଡ଼ିବ। ଏଠାରେ ରହିବା ପାଇଁ ବହୁତ ବଡ ଡୋମ ବା ଗୁବନ୍ଦ ତିଆରି କିରବାକୁ ପଡ଼ିବ। ଯେଉଁଥିରେ ଲଗାତାର ଅକ୍ସିଜେନ ସପ୍ଲାଇ କରଯାଇ ପାରିବ। ଏଠାରେ କୃଷି ଏବଂ ଉଦ୍ୟୋଗ ଉଭୟ ରଖିବାକୁ ପଡ଼ିବ। ଏହାଦ୍ୱାରା ଲୋକଙ୍କୁ ଖାଦ୍ୟ ଏବଂ କାମ ଉଭୟ ମିଳିପାରିବ।
ମଙ୍ଗଳ ଗ୍ରହରେ ଯେତେଯେତେ ଆବଶ୍ୟକତା ବଢିବ, ଜୀବନଶୈଳୀର ବିକାଶ ହେବ। ସେତେବେଳେ ସେଠି ଲୋକଙ୍କ ବଢାଇ ଦିଆଯିବ। ପ୍ରଫେସର ଜୀନ ଏକଥା ମଧ୍ୟ କହିଛନ୍ତି, ବିନା କାମରେ ସେଠାରେ ରହିବା କଷ୍ଟସାଧ୍ୟ ହୋଇପଡ଼ବ। ଜୀନ ତାଙ୍କର ଏହି ଗବେଷଣା ସମ୍ପକିତ ତଥ୍ୟ ମାଗାଜିତ ନେଚରରେ ପ୍ରକାଶ ପାଇଛି।
]]>