]]>#ୱାସିଂ_ମେସିନ୍_ତଳେ_ବିରାଟ_ରଣା_ସାପ
— ଓଟିଭି (@otvkhabar) July 18, 2022
ବରଗଡ଼ ଜିଲ୍ଲା ଅମ୍ବାପାଲି ଗାଁର ଅଜିତ ସେଠଙ୍କ ଘରୁ ଏଭଳି ଏକ ବିରାଟ ରଣା ସାପକୁ ଉଦ୍ଧାର କରାଯାଇଛି#SnakeRescued #Bargarha pic.twitter.com/puWjO14zFj
ମୁନା ଘରକୁ ଫେରି ଦେଖିଲା ବେଳକୁ ୨ଟି ଚଢ଼େଇ ମରି ପଡ଼ିଥିବା ବେଳେ ଅନ୍ୟ ୨ଟି ଚଢ଼େଇ ଭିତରେ ଏପଟ ସେପଟ ଉଡୁଛନ୍ତି। ବାକି ୨ଟି ଚଢ଼େଇକୁ ନାଗ ସାପ ଗିଳି ଦେଇଥିବା ବେଳେ ତାର ପେଟ ଫୁଲି ଯାଇଥିବା ଦେଖିବାକୁ ମିଳିଛି। ଫଳରେ ପଞ୍ଜୁରୀ ଭିତରୁ ସାପଟି ବାହାରି ପାରୁନି।
ଏହା ଦେଖି ତୁରନ୍ତ ମୁନା ସ୍ନେକ୍ ହେଲ୍ପ୍ ଲାଇନ୍କୁ ଖବର ଦେଇଥିଲେ। ପରେ ସ୍ନେକ୍ ହେଲ୍ପ୍ ଲାଇନ୍ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ସହର ବହାରେ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦେଇଥିଲେ। ତେବେ ମଶାରୀ, ଜାଲି ଗୁଡ଼ାଇ ରଖିଲେ ଚଢ଼େଇମାନେ ସୁରକ୍ଷିତ ରହିବେ ବୋଲି ସ୍ନେକ୍ ହେଲ୍ପ୍ ଲାଇନ୍ ସଦସ୍ୟ କହିଛନ୍ତି।
]]>ଗେଟ୍ ପାଖରେ ରହୁଥିବା ଓକିଲ ମୁଣ୍ଡା ଓ କୋଇଲି ମୁଣ୍ଡାଙ୍କ କୁନି ପୁଅ ଗତ ରାତି ୮ଟା ବେଳେ ଘର ଭିତରେ ଖେଳୁଥିଲା । ଏତିକି ବେଳେ ଘର କୋଣରେ ଥିବା ଅହିରାଜ ସାପଟି ଗର୍ଜନ କରି ମାଡ଼ି ଆସିଥିଲା । ସାପଟି ଆସି କବାଟ ପାଖରେ ଫଣା ଟେକି ରହିଗଲା ।
ତେବେ ସାପ ପାଖରୁ ପୁଅକୁ ବଞ୍ଚାଇବା ଲାଗି ଦୁହେଁ ଖଟ ଉପରେ ଛିଡ଼ା ହୋଇଗଲେ । ଆଉ ଝରକା ଖୋଲି ରେଲିଂ ଭାଙ୍ଗି ବାହାରିବାକୁ ଚେଷ୍ଟା କରିଥିଲେ । ଦୁହେଁ ରେଲିଂକୁ ବିଧା ଗୋଇଠା ମାରିବା ପରେ ରେଲିଂ ଖସି ଯାଇଥିଲା । ତା’ପରେ ମଆ ପୁଅ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିଲେ । ଏହାପରେ ସ୍ଥାନୀୟ ସାପ ଧରାଳି କୃଷ୍ଣ ଗୋଛାୟତଙ୍କୁ ଖବର ଦିଆଯାଇଥିଲା । ଖବର ପାଇ କୃଷ୍ଣ ଗୋଛାୟତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ ସାପଟିକୁ ଉଦ୍ଧାର କରିଥିଲେ । ସାପକୁ ଉଦ୍ଧାର କରିବା ପରେ ତାକୁ ଶିମିଳିପାଳ ଅଭୟାରଣ୍ୟ ଭିତରେ ଛାଡି ଦିଆଯାଇଛି ।
ତେବେ ଘର ଭିତରୁ ଅହିରାଜ ସାପ ଉଦ୍ଧାର ପରେ ସ୍ଥନୀୟ ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି ହୋଇଛି । ସମସ୍ତଙ୍କ ମନରେ ସାପକୁ ନେଇ ଭୟ ଓ ଆଶଙ୍କା ଭରି ରହିଛି । ତେବେ ଗୋଟିଏ ନୁହେଁ ଏକାଧିକ ଅହିରାଜ ସାପ ଏହି ଅଞ୍ଚଳରେ ଥିବା କଥା ସନ୍ଦେହ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।
]]>