ଗଲା ସୋମବାର ବୃଷ ସଂକ୍ରାନ୍ତିଠାରୁ ଶ୍ରୀମନ୍ଦିରରେ ସୃଷ୍ଟି ହୋଇଛି ଏଭଳି ଗୁରୁତର ସମସ୍ୟା।ସ୍ଥିତି ଏଭଳି ଯେ, ଠାକୁରଙ୍କ ମଧ୍ୟାହ୍ନ ଧୂପ ବା ମହାପ୍ରସାଦ ଉଠିଲାବେଳକୁ କେତେବେଳେ ସନ୍ଧ୍ୟା ହେଉଛି, ତ ସନ୍ଧ୍ୟା ଧୂପ ବେଳକୁ ରାତି ଅଧ। ବଡ଼ସିଂହାର ବେଶ ସରୁ ସରୁ ପାହାନ୍ତା ପାଖାପାଖି, ତେଣୁ ମାତ୍ର କେଇ ଘଣ୍ଟା ରାତି ପହୁଡ଼ ହୋଇ ପୁଣି ହେଉଛି ଦ୍ୱାର ଫିଟା ନୀତି। ଯାହାର ସିଧାସଳଖ ପ୍ରଭାବ ଭକ୍ତଙ୍କ ଦର୍ଶନ ଉପରେ ପଡୁଛି। ବହୁ ସମୟରେ ନୀତିକାନ୍ତି ବିଳମ୍ବ ପାଇଁ ଦର୍ଶନାର୍ଥୀଙ୍କୁ ଡହ ଡହ ଖରାରେ ଘଣ୍ଟା ଘଣ୍ଟା ସିଝି ଲାଇନ୍ ରେ ଛିଡ଼ା ହେବାକୁ ପଡୁଛି। ସେପଟେ ଅବଢ଼ା ବି ଠିକ୍ ସମୟରେ ବାହାରୁନଥିବାରୁ ଖୁବ୍ ବ୍ୟଥିତ ହୋଇ ଅସନ୍ତୋଷ ଝାଡୁଛନ୍ତି ଜଗନ୍ନାଥ ପ୍ରେମୀ।...
ଏଠି ପ୍ରଶ୍ନ କାହିଁକି ଶ୍ରୀମନ୍ଦିରରେ ସୃଷ୍ଟି ହେଲା ଏଭଳି ସ୍ଥିତି ? ସେବାୟତଙ୍କ ମଧ୍ୟରେ ସମନ୍ୱୟର ଅଭାବ ? ନା ମନ୍ଦିର ପ୍ରଶାସନର ଢିଲାପଣରୁ ନୀତି ବିଳମ୍ବ ? ଯେହେତୁ ଆଗକୁ ସାବିତ୍ରୀ ଅମାବାସ୍ୟା, ରାଜେନ୍ଦ୍ର ଅଭିଷେକ, ରୁକ୍ମିଣୀ ବିବାହ, ଗୁଆଲି ଯାତ୍ରା, ଚମ୍ପକ ଦ୍ୱାଦଶୀ ଓ ସର୍ବୋପରି ଜୁନ୍ ୪ ତାରିଖରେ ସ୍ନାନଯାତ୍ରା ରହିଛି । ତେଣୁ ଏବେଠୁ ନୀତି ଶୃଙ୍ଖଳିତ ନହେଲେ ଆଗକୁ ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା ରହିଛି। ତେଣେ ଏନେଇ ଆଜି ଶ୍ରୀମନ୍ଦିର ନୀତି ସବ୍ -କମିଟି ବୈଠକରେ ଏ ନେଇ ବିସ୍ତୃତ ଆଲୋଚନା ହୋଇଛି ଓ ଆସନ୍ତା ୨୦ ତାରିଖରେ ଛତିଶା ନିଯୋଗ ବୈଠକରେ ବି ଏ ନେଇ ଆହୁରି ବିଶ୍ଳେଷଣ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ତାସହ କହିଛନ୍ତି- ନୀତିକାନ୍ତି ଜାଣିଶୁଣି ବିଳମ୍ବ ହେଉନାହିଁ, ଯଦି କେଉଁ ସେବାୟତ ଏପରି କରୁଥିବାର ନଜିର ମିଳେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ତେବେ ବର୍ତ୍ତମାନ ସମୟରେ ଭିତର ଚନ୍ଦନ ନୀତି ଚାଲିବା ସହ ଗ୍ରୀଷ୍ମ ଛୁଟି ଓ ଦିନବେଳେ ପ୍ରଚଣ୍ଡ ଖରା ପାଇଁ ସନ୍ଧ୍ୟା ସମୟରେ ଭକ୍ତଙ୍କ ଅଧିକ ଭିଡ଼ ହେଉଥିବାରୁ ନୀତି ବିଳମ୍ବର ଅନ୍ୟତମ କାରଣ ହୋଇପାରେ।...ଏବେ ଅପେକ୍ଷା କେତେ ଶୀଘ୍ର ଶ୍ରୀମନ୍ଦିରରେ ସ୍ବାଭାବିକ ହେଉଛି
ନୀତିକାନ୍ତି ଓ ଦୂର ହେଉଛି ଭକ୍ତଙ୍କ ଦର୍ଶନ ବ୍ୟଥା।.....
ସେପଟେ ଦିଲ୍ଲୀପ ରାଉତରାୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ସେହିଭଳି ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗର ସ୍ବତନ୍ତ୍ର ସଚିବ ଥିବା ଶ୍ରୀକାନ୍ତ ପୃଷ୍ଟି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ବଦଳି ହୋଇଛନ୍ତି।
ସେହିପରି IPS ସ୍ତରରେ ଗୁରୁତ୍ବପୂର୍ଣ୍ଣ ଅଦଳବଦଳ କରାଯାଇଛି । ବରିଷ୍ଠ ଆଇପିଏସ୍ ବିନୟତୋଷ ମିଶ୍ରଙ୍କୁ ମିଳିଲା ହୋମଗାର୍ଡ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ। ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ନିଯୁକ୍ତ କରିଛନ୍ତି ସରକାର। SCRB ନିର୍ଦ୍ଦେଶକ ସହିତ ଅତିରିକ୍ତ ଦାୟିତ୍ୱ ତୁଲାଇବେ ବିନୟତୋଷ।
ସେପଟେ ଦୁଇ ବରିଷ୍ଠ IPSଙ୍କୁ ଗୃହ ବିଭାଗ ଓଏସଡି ଭାବେ ବଦଳି କରାଯାଇଛି । କମ୍ୟୁନିକେସନ ଡିଜି ଅରୁଣ ରାୟ ଏବଂ HRPC ସ୍ପେଶାଲ ଡିଜି ସିଦ୍ଧାର୍ଥ ନର୍ଭାଣେଙ୍କୁ ଗୃହ ବିଭାଗ ଓଏସଡି ଭାବେ ନିଯୁକ୍ତ କରାଯାଇଛି।
]]>