ସୂଚନାନୁସାରେ, ସିୟା ତାଙ୍କ ମ୍ୟାନେଜର ଅର୍ଜୁନ ସରିନଙ୍କ ସହ ଗତକାଲି ରାତିରେ ଏକ ଗୀତ ବିଷୟରେ କଥା ହୋଇଥିଲେ। ସିୟାଙ୍କ ଆତ୍ମହତ୍ୟା ଖବର ଶୁଣି ଅର୍ଜୁନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅର୍ଜୁନ କହିଛନ୍ତି ଯେ ସିୟା ଗତକାଲି ଠିକ୍ ଥିଲେ। ସେ ବିବ୍ରତ ମଧ୍ୟ ନଥିଲେ। ମୁଁ ବୁଝିପାରୁନାହିଁ ସିୟା କ’ଣ ପାଇଁ ଏଭଳି ପଦକ୍ଷେପ ନେଲେ।
https://twitter.com/i/status/1276089351059853314
ସିୟା ଗତ କିଛି ଦିନ ପୂର୍ବରୁ ନିଜ ଇନଷ୍ଟାଗ୍ରାମରେ ନିଜର ଏକ ଡ୍ୟାନ୍ସ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ପଞ୍ଜାବୀ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ। ସିୟାଙ୍କର ଏହା ଶେଷ ଭିଡିଓ ଥିଲା। ଇନଷ୍ଟାଗ୍ରାମରେ ସିୟାଙ୍କର ବହୁତ ଫଲୋଅର୍ସ ଥିଲେ।
https://twitter.com/i/status/1276094520782815232
ସିୟା ଆତ୍ମହତ୍ୟା କରିବା ପରଠାରୁ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଅଛି, ସିୟା କାହିଁକି ଆତ୍ମହତ୍ୟା କଲେ? ଇନଷ୍ଟାଗ୍ରାମରେ ସମସ୍ତେ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି।
]]>