କଂଗ୍ରେସ ପକ୍ଷରୁ ଆଜି ରାଜ୍ୟର ସମସ୍ତ ଜିଲ୍ଲାର ଏସପି ଅଫିସ ଘେରାଉ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିଜେପି ପକ୍ଷରୁ ପରୀକୁ ନ୍ୟାୟ ଦେବା ଲାଗି ପରୀ ପଦଯାତ୍ରା ନୟାଗଡ ଅଭିମୁଖେ ବାହାରିଛି । ସେପଟେ ନୟାଗଡ଼ ପରୀ ହତ୍ୟା ମାମଲାରେ SITର ଖୋଳତାଡ଼ ବି ଆରମ୍ଭ କରିଛି। ଯଦୁପୁରରେ ସରୋଜ ସେଠୀଙ୍କ ଘରେ ପହଞ୍ଚିଛି ୨ ଜଣିଆ SIT ଟିମ୍। ସରୋଜଙ୍କ ମାଆଙ୍କୁ ଏସଆଇଟି ପଚରାଉଚରା କରୁଥିବା ଜଣାପଡିଛି। ସରୋଜଙ୍କ ଘର ଆଗରେ ପୋଲିସ ମୁତୟନ କରାଯାଇଛି।
ଗତକାଲି ପରିର ଗାଁ ନୟାଗଡ଼ ଯଦୁପୁରର ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ କହିଥିଲା। କିନ୍ତୁ ଅଭିଯୁକ୍ତଙ୍କ ନାଁ ପ୍ରକାଶ କରିନଥିଲା। ଅଭିଯୁକ୍ତକୁ ନେଇ ପରୀର ଗାଁ ଯଦୁପୁରରେ ଆଜି କ୍ରାଇମ ସିନ୍ ରିକ୍ରିଏଟ୍ କରାଯିବ ବୋଲି ଜଣାପଡ଼ିଛି। ଅଭିଯୁକ୍ତକୁ ମଧ୍ୟ ଆଜି ନୟାଗଡ଼ ପୋକ୍ସୋ କୋର୍ଟରେ ହାଜର କରାଯାଇପାରେ।
]]>ସରୋଜ ସେଠୀଙ୍କୁ ଉଠାଇ ନେଲା ଏସଆଇଟି, ତେବେ କାହିଁକି ସରୋଜଙ୍କୁ ଉଠାଇ ନେଲା #SIT ??#Odisha #PariMurderCase #SIT pic.twitter.com/N9aQgemR1F
— ଓଟିଭି (@otvkhabar) December 19, 2020
ତେବେ ସରୋଜଙ୍କ ଏପରି ବୟାନକୁ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଟିମକୁ ହତୋତ୍ସାହ କରିବ ବୋଲି ରାଜ୍ୟ ପୋଲିସ ପକ୍ଷରୁ କୁହାଯାଇଛି। ଏହା ଦୁର୍ଭାଗ୍ୟଜନକ ଏବଂ ଅନୈତିକ ବୋଲି ଓଡ଼ିଶା ପୋଲିସ କହିଛି। ହାଇକୋର୍ଟ ପରୀ ମାମଲାର ଅନୁଧ୍ୟାନ କରୁଛନ୍ତି ଏବଂ SIT ଅଗ୍ରଗତି ରିପୋର୍ଟ ଦେଉଛି। SITକୁ ତା' କାମ ଶେଷ କରିବାକୁ ଦିଆଯାଉ ବୋଲି ଓଡ଼ିଶା ପୋଲିସ ଅପିଲ୍ କରିଛି। ଓଡ଼ିଶା ପୋଲିସ ନିରପେକ୍ଷ ଏବଂ ତତ୍ପର ତଦନ୍ତ ପାଇଁ ପ୍ରତିଶ୍ରୁତିବଦ୍ଧ। ପରୀକୁ ନ୍ୟାୟ ଦେବାକୁ ତଦନ୍ତର କୌଣସି ପୃଷ୍ଠା ଛଡ଼ା ଯିବନାହିଁ ବୋଲି ପୋଲିସ କହିଛି।
]]>
ଏହାସହ ମୋ ପରିବାରର କିଛି ହେଲେ ମନ୍ତ୍ରୀ ଅରୁଣ ସାହୁ ଦାୟୀ ବୋଲି ବି କହିଥିଲେ ସରୋଜ । କିନ୍ତୁ କାହିଁକି ସରୋଜଙ୍କୁ ହଠାତ୍ ଉଠାଇ ନେଲା ଏସଆଇଟି ତାହା ଜଣାପଡିନାହିଁ। କେବଳ ସରୋଜ ନୁହେଁ ତାଙ୍କ ମାଆ ଓ ଭଉଣୀଙ୍କୁ ବି ଉଠାଇ ନେଇଛି ଏସଆଇଟି।ସରୋଜ ସେଠୀ, ତାଙ୍କ ମାଆ ଓ ଭଉଣୀଙ୍କୁ SIT ହସ୍ପିଟାଲକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛି। ସରୋଜଙ୍କର ପରୀର ହତ୍ୟାରେ କୌଣସି ସଂପୃକ୍ତି ନ ଥିବା ସେ ପୂର୍ବରୁ କହିଥିଲେ। ତେବେ ସରୋଜଙ୍କ ପ୍ରତିକ୍ରିୟାର ମାତ୍ର୨ ଦିନ ପରେ SIT ସରୋଜ ସେଠୀଙ୍କୁ ଉଠାଇ ନେଇଛି ।
]]>