ବନବିଭାଗ ସହ ୪ଟି ଅଗ୍ନିଶମ ବିଭାଗର ଟିମ୍ ବି ଶିମିଳିପାଳ ଭିତରେ ଅଛନ୍ତି। ତଥାପି ନା ଆୟତ୍ତକୁ ଆସିପାରୁଛି ବନାଗ୍ନି, ନା ବଞ୍ଚାଇ ହେଉଛି ଶିମିଳିପାଳର ସବୁଜିମା। ଆଜି ୨୦ଟି ସ୍ଥାନରେ ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ତାହାରି ଭିତରେ ଧୂଆଁ ଆଉ ଗରମ ପବନ ମାଡ଼ରେ ଆକ୍ତାମାକ୍ତା ଜୀବଜନ୍ତୁ ଜନବସତିକୁ ଚାଲିଆସୁଛନ୍ତି।
ସ୍ଥିତି ସଂଗୀନ ହେବା ପରେ ମୟୁରଭଞ୍ଜ ଜିଲ୍ଲାପାଳ, ଏସ୍ପିଙ୍କ ସମେତ ବନ ବିଭାଗର ବରିଷ୍ଠ ଅଧିକାରୀ ଗ୍ରାଉଣ୍ଡ ଜିରୋରେ ଅନୁଧ୍ୟାନ କରିଛନ୍ତି। ସେପଟେ ରାଜସ୍ୱ ମନ୍ତ୍ରୀ ଶିମିଳିପାଳ ଅଗ୍ନିକାଣ୍ଡ ନେଇ ବାରିପଦାରେ ଏକ ସମୀକ୍ଷା କରିଛନ୍ତି।
ମୟୁରଭଞ୍ଜରୁ ମାଲକାନଗିରି, ବଲାଙ୍ଗିରରୁ ବାଲେଶ୍ୱର, ସବୁଠି ଜଙ୍ଗଲି ନିଆଁର ତାଣ୍ଡବ। ଶିମିଳିପାଳ ଭଳି କେଉଁଠି ନା କେଉଁଠି ଜଳୁଛି ଅଭୟାରଣ୍ୟ। ଗତକିଛି ବର୍ଷ ହେଲା ଗ୍ରୀଷ୍ମ ଆରମ୍ଭରୁ ବିପଦ ବଢ଼ାଉଛି ବନାଗ୍ନି। ବଲାଙ୍ଗିର ସହର ଉପକଣ୍ଠରେ ଥିବା ୪ଟି ଜଙ୍ଗଲ ଜଳୁଛି ରାତିଦିନ। ମାଳ ମାଳ ବନ କର୍ମଚାରୀ ବି ଅଛନ୍ତି। କିନ୍ତୁ ନିଦ ଭାଙ୍ଗୁନି କାହାର। ଫଳରେ ବନ୍ୟପ୍ରାଣୀ ବିପଦରେ ତ ଅଛନ୍ତି, ତାସହ ବଢ଼ିଚାଲିଥିବା ତାପମାତ୍ରା ଜିଲ୍ଲାବାସୀଙ୍କୁ ନାକେଦମ୍ କରୁଛି। ଏପଟେ ସମ୍ବଲପୁରର ଆଖପାଖ ଅଞ୍ଚଳର ଜଙ୍ଗଲରେ ଲାଗିଥିବା ନିଆଁ ଆୟତ୍ତକୁ ଆସିପାରୁନାହିଁ। ଫଳରେ ଏଠି ବି ନିଆଁ ଆଉ ଧୂଆଁରେ ଅଣନିଃଶ୍ୱାସୀ ଲୋକେ।
ଏସବୁ ଭିତରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ବନ ବିଭାଗ ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୋଧରେ ଆରମ୍ଭ କରିଛି କାର୍ଯ୍ୟାନୁଷ୍ଠାନ। ଦୁଧିଆଣି ରେଂଜ ଗୁଡ଼ିଡିହା ଜଙ୍ଗଲରେ ନିଆଁ ଲଗାଇଥିବା ଜଣେ ଶିକାରୀକୁ ଗିରଫ କରିଛି। ଗତକାଲି ବାଦାମପାହାଡରୁ ଏଭଳି ଜଣେ ଶିକାରୀକୁ ଗିରଫ କରିଥିଲା ବନବିଭାଗ।
ତେବେ ଚିନ୍ତା ବଢ଼ାଉଥିବା ଜଙ୍ଗଲ ନିଆଁକୁ କେମିତି ତୁରନ୍ତ କରିହେବ ଆୟତ୍ତ ? ଅଗ୍ନିକାଣ୍ଡର କାରଣ ଏବଂ ନିରାକରଣ କଣ? ଫରେଷ୍ଟ ଫାୟାର ଟାସ୍କଫୋର୍ସ କହିଛି, ରାତ୍ରକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ। ସେହିପରି ଅଧିକ ଲୋକବଳ ଏବଂ ଯନ୍ତ୍ରପାତି ନିୟୋଜନ କରାଯିବା ସହ ଜଙ୍ଗଲ ସଂଲଗ୍ନ ୩ହଜାର ଗାଁକୁ ନିଆଁକୁ ନିୟନ୍ତ୍ରଣ ପାଇଁ ସହାୟତା ନିମନ୍ତେ ପ୍ରୋତ୍ସାହନ ଦିଆଯିବ।
ସେପଟେ ଶିମିଳିପାଳ ସହ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ ପ୍ରସଙ୍ଗରେ ହାଇକୋର୍ଟରେ ଦାୟାର ହୋଇଛି ଜନସ୍ୱାର୍ଥ ମାମଲା। ଭାରତୀୟ ବିକାଶ ପରିଷଦ ଏହି ମାମଲା ଦାୟାର କରି ନିଆଁ ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ ବୋଲି ଦର୍ଶାଇଛି। ଉପଯୁକ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛି ପରିଷଦ।
https://www.youtube.com/watch?v=REhFcSoTs1A
]]>ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ପୁଣି ନିଆଁ ଲାଗିଛି। ଶିମିଳିପାଳ ଦକ୍ଷିଣ ଡିଭିଜନର ୪୭ଟି ସ୍ଥାନରେ ନିଆଁ ଲାଗିଛି। ଏନେଇ ସାଟେଲାଇଟ୍ ସୂତ୍ରରୁ ଜଣାପଡିଥିବା ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି। ଖରାର ତାତି ସାଙ୍ଗକୁ ଜଙ୍ଗଲର ନିଆଁ ଓ ଧୂଆଁରେ ଶିମିଳିପାଳ ପାଦ ଦେଶରେ ଥିବା ଲୋକେ ଅତିଷ୍ଠ ହୋଇ ପଡିଲେଣି। ପୋଡାଡିହା ରେଞ୍ଜର ଅନନ୍ତପୁର ଓ ବାଲିନାଳ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ବନ ବନବିଭାଗ ନିଆଁ ଲିଭାଇବା ଲାଗି ଉଦ୍ୟମ ଜାରି ରିଖିଛି। ସେପଟେ ଡୁକୁରା ରେଞ୍ଜର ମାଣିକପୁର ଓବାଲମା ଜଙ୍ଗଲର ମଧ୍ୟ ଭାଗରେ ବି ନିଆଁ ଲାଗିଥିବା ସୂଚନା ମିଳିଛି।
ସେପଟେ, ରାଜ୍ୟର ଅନ୍ୟ ଅଞ୍ଚଳ ଭଳି ଏବେ ସମ୍ବଲପୁରକୁ ଡେଇଁଛି ଜଙ୍ଗଲୀ ନିଆଁ। ସମ୍ବଲପୁର ସହର ନିକଟ ବ୍ରିକ୍ସ ହିଲରେ ନିଆଁ ଲାଗିଛି। ଭୟାବହ ଅଗ୍ନିକାଣ୍ଡର ଚିତ୍ର ଏବେ ସାମ୍ନାକୁ ଆସିିଛି। ନିଆଁର ମାତ୍ରା ଏତେ ଅଧିକ ଯେ, ଏହାକୁ ଆୟତ କରିବାକୁ ବନ ବିଭାଗକୁ ନାକେଦମ ହେବାକୁ ପଡ଼ିଛି।
ରାଜ୍ୟବ୍ୟାପି ଜଳୁଥିବା ଜଙ୍ଗଲୀ ନିଆଁକୁ ନେଇ ହଜାରେ ପ୍ରଶ୍ନ ଉଠିଲାଣି। କିଏ ଲଗାଇଲା ନିଆଁ ?କାହିଁକି ଜଳିପୋଡ଼ି ପାଉଁଶ ହେଉଛି ଅଭୟାରଣ୍ୟ ? ନିଆଁ ଲଗାଇବାର ପ୍ରମୁଖ କାରଣ କଣ ? ଏମିତି ଏକାଧିକ ପ୍ରଶ୍ନ ଭିତରେ ଗ୍ରାଉଣ୍ଡ ଜିରୋକୁ ଯାଇ ଶିମିଳିପାଳରେ ସ୍ଥିତି ପରଖିଥିଲା ଓଟିଭି ଟିମ୍। ଦିନେ ସବୁଜିମାରେ ଝଟକୁଥିଲା ଶିମିଳିପାଳ ଅଭୟାରଣ୍ୟ, ଆଜି କିନ୍ତୁ ଶ୍ରୀହୀନ ହୋଇପଡ଼ିଛି। ଆପଣ ଯୁଆଡ଼େ ଚାହିଁବେ କେବଳ ପାଉଁଶ ଆଉ ଅଙ୍ଗାରମୟ ଧୂଳି, ଧୂଆଁ ଆଉ ଧୂସର ଚିତ୍ର ଦେଖିବେ। ଏବେ ଏଠି, ସେଇଠି, ସବୁଠି କେବଳ ଦେଖାଯାଉଛି କିଛି ଏପରି ଚିତ୍ର।
ତେବେ କାହିଁକି ଜଳିପୋଡ଼ି ଶ୍ରୀହୀନ ହେଉଛି ସୁନ୍ଦରୀ ଶିମିଳିପାଳ ? ଏସିଆର ଦ୍ୱିତୀୟ ବୃହତ ଜୈବମଣ୍ଡଳର ଏଭଳି ଦୁର୍ଦ୍ଦଶା ପଛରେ ଦାୟୀ କିଏ ? କଣ ହୋଇପାରେ ସମ୍ଭାବ୍ୟ କାରଣ ? ତେବେ ହୁତୁହୁତୁ ହୋଇ ଜଳିପୋଡ଼ି ଛାର୍ଖାର ହୋଇଯାଉଛି ସାରା ଓଡ଼ିଶାର ଜଙ୍ଗଲ। ଭୟଙ୍କର ଅବସ୍ଥା। ଅସମ୍ଭାଳ ହୋଇପଡ଼ିଲାଣି ସ୍ଥିତି। ଏ ମୁଣ୍ଡରୁ ସେମୁଣ୍ଡ ଯୁଆଡ଼େ ଚାହିଁବେ ଖାଲି ନିଆଁ ଆଉ ନିଆଁ। ନିଆଁ ଆଉ ଧୂଆଁରେ ଆକ୍ତାମାକ୍ତା ଜୀବଜନ୍ତୁ, ଉଜୁଡ଼ି ଯାଉଛି ସବୁଜିମା। ତେବେ ଆଜିର ନିଆଁ କିଏ ଲଗାଇଛି ଓ କେଉଁ କାରଣରୁ ଲାଗିଛି ତାହା ସମ୍ପର୍କରେ କୌଣସି ତଥ୍ୟ ମିଳିପାରିନାହିଁ।
]]>