ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ଓ ଖୋର୍ଦ୍ଧା ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍ଡାଉନ୍ ଘୋଷଣା ହୋଇଛି। ଜୁନ୍ ୩୦ ଯାଏ ଏହି ନିୟମ ଲାଗୁ ହେବ। ଏହି ସବୁ ଜିଲ୍ଲାର ପ୍ରବେଶ ପଥ, ପ୍ରମୁଖ ସହରରେ ପୁଲିସ୍ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଉଛି।
ବିନା କୌଣସି କାମରେ ଯେପରି ଲୋକେ ଘରୁ ନ ବାହାରନ୍ତି ସେ ନେଇ କଡ଼ା ନଜର ରଖାଯାଇଛି। ଅନ୍ୟପକ୍ଷରେ, ସଟ୍ଡାଉନ୍ ଘୋଷଣା ହୋଇଥିବା ଏହି ଜିଲ୍ଲା ଗୁଡ଼ିକରେ ରାସ୍ତାଘାଟ ଶୂନ୍ଶାନ୍ ଥିବା ଦେଖିବାକୁ ମିଳିଛି।
ଆହୁରି ମଧ୍ୟ ପଢ଼ନ୍ତୁ: ୧୧ ଜିଲ୍ଲା ସଟ୍ଡାଉନ୍- ଏହିସବୁ ସେବାକୁ ମିଳିଲା ଅନୁମତି…
]]>ଆସନ୍ତା ସୋମବାର ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଲାଗିବ। ତେଣୁ ସହରବାସୀ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ ସାଇତି ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଶନିବାର ସଟଡାଉନ କଟକଣା କୋହଳ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଟ୍ୱିଟ୍ କରିଛନ୍ତି। ପୂର୍ବରୁ ସ୍ୱତନ୍ତ୍ର ରିଲିଫ୍ କମିଶନର ମଧ୍ୟ ଏନେଇ ବିଜ୍ଞପ୍ତି ଜାରି କରିଥିଲେ।
Curfew will be in operation in Puri town area from 8 pm of 11/7 to 8 pm of 13/7 for Rath Yatra
— Samarth Verma (@samarth_verma) July 9, 2021
A toll free emergency number will start from tomorrow morning to address any queries related to the curfew guidelines or to avail any emergency services.
Please feel free to contact. pic.twitter.com/KjDIiuSyeU
Curfew in town area from 8 pm of 11th July to 8 pm of 13th July. during Rath Yatra. Detailed order regarding what is allowed and what is not is attached below. Please cooperate🙏🏻🙏🏻🙏🏻 pic.twitter.com/ymu5m3tsuF
— Samarth Verma (@samarth_verma) July 9, 2021
ଯଦି କୌଣସି ପର୍ଯ୍ୟଟକ କିମ୍ବା ଅତିଥି ପୁରୀ ସହରର ହୋଟେଲ, ଲଜ୍, ଧର୍ମଶାଳା, ଗେଷ୍ଟ ହାଉସରେ ରହିଛନ୍ତି ଆଜି ସୁଦ୍ଧା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ଫ୍ୟୁ ବଳବତ୍ତର ଥିବା ସମୟରେ ବଡ଼ଦାଣ୍ଡରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଏହାବ୍ୟତୀତ ବଡ଼ଦାଣ୍ଡରେ ଥିବା କୌଣସି ଦୋକାନ ଖୋଲାଯିବ ନାହିଁ। କିନ୍ତୁ କର୍ଫ୍ୟୁ ସମୟରେ ସହରର ଅନ୍ୟ ସ୍ଥାନ ଗୁଡ଼ିକରେ କେବଳ ଔଷଧ ଦୋକାନ, ମେଡ଼ିକାଲ୍ ଉପକରଣ ଦୋକାନ ଏବଂ ଚଷମା ଦୋକାନ ଗୁଡ଼ିକୁ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ପୁରୀ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ଚଳପ୍ରଚଳକୁ ରୋକିବା ପାଇଁ ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ୮ଟି ଚେକିଂ ପଏଣ୍ଟର ବ୍ୟବସ୍ଥା କରାଯିବ ବୋଲି ପୁରୀ ଜିଲ୍ଲା ପ୍ରଶାସନ ଚିଠିରେ ଉଲ୍ଲେଖ କରିଛି।
ଅନ୍ୟପକ୍ଷେ, ଶ୍ରୀମନ୍ଦିର ୪ଟି ଦ୍ୱାରରେ ଛାଉଣି ପାଇଁ ପୁରୀରେ ପହଞ୍ଚିଛି ରୂପା। ଶ୍ରୀମନ୍ଦିରର ୪ଟି ଦ୍ୱାର ଯଥାକ୍ରମେ କଳାହାଟ ଦ୍ୱାର, ବେହରଣ ଦ୍ୱାର ଓ ଜୟବିଜୟ ଦ୍ୱାର କବାଟରେ ଛାଉଣି ପାଇଁ ୧୭ଟି ପେଟିରେ ରୂପା ଆସିଛି। ଯାହାର ଆନୁମାନିକ ଓଜନ ୧ ଟନ୍ ୨୦ କ୍ୱିଣ୍ଟାଲ ବୋଲି ଶ୍ରୀମନ୍ଦିର ଉନ୍ନୟନ କମିଶନର ସୂଚନା ଦେଇଛନ୍ତି। ଆସିଥିବା ରୂପା ଏବେ କଡ଼ା ସୁରକ୍ଷା ମଧ୍ୟରେ ନୀଳାଦ୍ରି ଭକ୍ତ ନିବାସରେ ରଖାଯାଇଛି। ଶ୍ରୀମନ୍ଦିରର ୮ଟି ଦ୍ୱାରକୁ ରୂପା ଛାଉଣି ପାଇଁ ପ୍ରସ୍ତାବ ରହି ଥିବାବେଳେ ପ୍ରାରମ୍ଭିକ ଭାବେ ୪ଟି ଦ୍ୱାରର ଛାଉଣି କରାଯିବ। ରଥଯାତ୍ରାରୁ ନିଳାଦ୍ରୀ ବିଜେ ସମୟ ଭିତରେ ଏହି କାମ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
]]>ରଥଯାତ୍ରାକୁ ଆଉ ମାତ୍ର ୩ ଦିନ ଥିବା ବେଳେ ଗତକାଲି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲରେ ହୋଇଥିବା ଏହି ଶେଷ ସମନ୍ୱୟ ବୈଠକରେ ମୁଖ୍ୟମନ୍ତ୍ରୀ ସୂଚାରୁରୂପେ ନୀତିକାନ୍ତି ସମାପନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ରଥଯାତ୍ରା ବେଳେ କୋଭିଡ଼ ଗାଇଡଲାଇନ ପାଳନ କରିବାକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି। ଏଥିସହ ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ଏବଂ ରଥଯାତ୍ରାର ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି।
ବିନା ଭକ୍ତରେ ଦ୍ୱିତୀୟ ଥର ପାଇଁ ପୁରୀରେ ହେବାକୁ ଯାଉଛି ରଥଯାତ୍ରା। ଏଥର ବି ଶୃଙ୍ଖଳିତ ଭାବେ ଘୋଷଯାତ୍ରା କରିବା ନେଇ ପ୍ରଶାସନିକ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସମସ୍ତ ସେବାୟତ, ପ୍ରଶାସନିକ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ RTPCR କୋଭିଡ୍ ଟେଷ୍ଟ କରାଯାଉଛି। ରଥଯାତ୍ରା ସମୟରେ ପୁରୀରେ ହେବ ଗ୍ରୀନ ଜୋନ୍। ଗୁଣ୍ଡିଚା ମନ୍ଦିର ଚାରିପଟେ କଡା ସୁରକ୍ଷ ବ୍ୟବସ୍ଥା ରହିବ।
ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ଅନବସରର ଚତୁର୍ଦ୍ଦଶୀ ତିଥିରେ ଖଡ଼ି ଲାଗି ଓ ବନକଲାଗି ପରେ ନୂଆ ରୂପରେ ଝଟକୁଛନ୍ତି ମହାପ୍ରଭୁ। ମହାପ୍ରଭୁଙ୍କର ଏହି ଅନନ୍ୟ ବେଶ ଦର୍ଶନ କରି ଭକ୍ତ କୋଟି ପୁଣ୍ୟ ପାଇଥାଏ ବୋଲି ବିଶ୍ୱାସ ରହିଛି। ତେବେ କରୋନା କଟକଣା ଯୋଗୁ ଗତବର୍ଷ ଭଳି ଚଳିତ ବର୍ଷ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ।
]]>କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।ସଟ୍ଡାଉନ୍ ସମୟରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସକାଳ ୬ରୁ ଦିନ ୧୧ ଯାଏ ଖୋଲା ରହିବ ବୋଲି ସୂଚନା ମିଳିଛି।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଝାରସୁଗୁଡ଼ା ଜିଲ୍ଲାରେ ୧,୦୩୩ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୬୧୭ଜଣ ସୁସ୍ଥ ହୋଇଥିବାବେଳେ ୪୧୫ଜଣ ଚିକିତ୍ସାଧୀନ ଅଛନ୍ତି। ଜଣଙ୍କର ମୃତ୍ୟୁ ଘଟିଛି।
]]>