ସେପଟେ ଦିଲ୍ଲୀପ ରାଉତରାୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ସେହିଭଳି ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗର ସ୍ବତନ୍ତ୍ର ସଚିବ ଥିବା ଶ୍ରୀକାନ୍ତ ପୃଷ୍ଟି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ବଦଳି ହୋଇଛନ୍ତି।
ସେହିପରି IPS ସ୍ତରରେ ଗୁରୁତ୍ବପୂର୍ଣ୍ଣ ଅଦଳବଦଳ କରାଯାଇଛି । ବରିଷ୍ଠ ଆଇପିଏସ୍ ବିନୟତୋଷ ମିଶ୍ରଙ୍କୁ ମିଳିଲା ହୋମଗାର୍ଡ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ। ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ନିଯୁକ୍ତ କରିଛନ୍ତି ସରକାର। SCRB ନିର୍ଦ୍ଦେଶକ ସହିତ ଅତିରିକ୍ତ ଦାୟିତ୍ୱ ତୁଲାଇବେ ବିନୟତୋଷ।
ସେପଟେ ଦୁଇ ବରିଷ୍ଠ IPSଙ୍କୁ ଗୃହ ବିଭାଗ ଓଏସଡି ଭାବେ ବଦଳି କରାଯାଇଛି । କମ୍ୟୁନିକେସନ ଡିଜି ଅରୁଣ ରାୟ ଏବଂ HRPC ସ୍ପେଶାଲ ଡିଜି ସିଦ୍ଧାର୍ଥ ନର୍ଭାଣେଙ୍କୁ ଗୃହ ବିଭାଗ ଓଏସଡି ଭାବେ ନିଯୁକ୍ତ କରାଯାଇଛି।
]]>
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜଗମୋହନ ଭିତରକାଠ ଦର୍ଶନ ସହ ଗର୍ଭଗୃହକୁ ପାଳିଆ ସେବକମାନଙ୍କ ପ୍ରବେଶ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।
ତେବେ ସେବକଙ୍କ ପ୍ରବେଶ କଟକଣାର ପୁନର୍ବିଚାର ପାଇଁ ହାଇକୋର୍ଟଙ୍କୁ ନିବେଦନ କରାଯିବାକୁ ନିଷ୍ପତ୍ତି ହୋଇଛି। ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ, ଏସ୍ପି, ନୀତି ପ୍ରଶାସକ, ସୁରକ୍ଷା ପ୍ରଶାସକଙ୍କ ସମେତ ଛତିଶା ନିଯୋଗର ବରିଷ୍ଠ ସଦସ୍ୟମାନେ ଯୋଗ ଦେଇଥିଲେ।
]]>