ଆଜି ହୋଲି ଥିବାରୁ ଦର୍ଶକ ସନ୍ଧ୍ୟାରେ ସିନେମା ହଲ୍କୁ ଯିବାକୁ ଟିକେଟ କାଟୁଛନ୍ତି। ପ୍ରଥମ ଥର ପାଇଁ ଅନ୍ସ୍କ୍ରିନ୍ ରୋମାନ୍ସରେ ନଜର ଆସିଛନ୍ତି ରଣବୀର କପୁର ଓ ଶ୍ରଦ୍ଧା କପୁର। ସିନେମାର ଗୀତ ଓ ଡାଇଲଗ ବେଶ୍ ପସନ୍ଦ କରିଛନ୍ତି ଫ୍ୟାନ୍ସ। ଅରିଜିତଙ୍କ ତିନିଟି ଗୀତ ସିନେମାରେ ରହିଛି । ବଲିଉଡରେ ଏବେ ଫ୍ଲପ୍ ଟ୍ରେଣ୍ଡ ଚାଲୁଥିବା ବେଳେ ଏହି ସିନେମା କେତେ ବ୍ୟବସାୟ କରିବ ତା’ ଉପରେ ନଜର ରହିଛିା
ପୂର୍ବରୁ ରଣବୀରଙ୍କ ବ୍ରହ୍ମାସ୍ତ୍ର ନିଜ ମୂଲ ଆୟ ୪୦୦ କୋଟି ବ୍ୟବସାୟ ପାଇଁ ଅନେକ ସଂଘର୍ଷ କରିଛିା ତେଣୁ ଏହାକୁ ନେଇ ବେଶ୍ ଆଶାବାଦୀ ବଲିଉଡ୍ ଫ୍ୟାନ୍ସ। ଏହି ସିନେମା ରଣବୀରଙ୍କ ଆଗାମୀ ଫିଲ୍ମ ଆନିମଲ୍ର ଭାଗ୍ୟ ବି ନିର୍ଦ୍ଧାରଣ କରିବ। କାରଣ, ବୟକଟ୍ ଟ୍ରେଣ୍ଡ୍ ଭିତରେ ହିନ୍ଦୀ ସିନେମା ତିଷ୍ଠିବା ଏବେ କଷ୍ଟସାଧ୍ୟ ହେଉଛି। ତେଣୁ, ଫିଲ୍ମ ‘ତୁ ଝୁଟି, ମେ ମକାର୍ ’ କେତେ ସଫଳ ହେବ ତା’ ଦର୍ଶକଙ୍କ ହାତରେ।
]]>ବଲିଉଡ୍ର ସବୁଠୁ ଦାମୀ ଅଭିନେତ୍ରୀଙ୍କ ତାଲିକାରେ ଇଣ୍ଡଷ୍ଟ୍ରିର ଅନେକ ବରିଷ୍ଠ ଅଭିନେତ୍ରୀଙ୍କ ନାମ ରହିଛି। ଏହି ଅଭିନେତ୍ରୀମାନେ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ କୋଟି କୋଟି ଟଙ୍କା ଚାର୍ଜ କରନ୍ତି। ତେବେ ଆସନ୍ତୁ ଆଜି ଆପଣଙ୍କୁ ଇଣ୍ଡଷ୍ଟ୍ରିର ସବୁଠାରୁ ଦାମୀ ଅଭିନେତ୍ରୀମାନଙ୍କ ବିଷୟରେ ଜାଣିବା-
ଏହି ତାଲିକାର ପ୍ରଥମ ନାଁ ହେଉଛି ଦୀପିକା ପାଦୁକୋନ। ଦୀପିକା ପାଦୁକୋନ ଆଜିକାଲି ତାଙ୍କ ବ୍ଲକ୍ବଷ୍ଟର୍ ଫିଲ୍ମ 'ପଠାନ'ର ସଫଳତାକୁ ଉପଭୋଗ କରୁଛନ୍ତି। ଆଜି ଦୀପିକା ଇଣ୍ଡଷ୍ଟ୍ରିର ନଂ ୧ ଅଭିନେତ୍ରୀ। ଏହି ଅଭିନେତ୍ରୀ ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ୧୫ କୋଟିରୁ ୩୦ କୋଟି ଟଙ୍କା ଚାର୍ଜ କରନ୍ତି।
ବଲିଉଡ୍ର 'କ୍ୱିନ୍' କଙ୍ଗନା ରାଣାୱତ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସୀ'କୁ ନେଇ ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି। ରୋଜଗାର କ୍ଷେତ୍ରରେ କଙ୍ଗନା ରାଣାୱତ ମଧ୍ୟ କାହାଠାରୁ କମ୍ ନୁହଁନ୍ତି। ଏହି ଅଭିନେତ୍ରୀ ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ୧୫ କୋଟିରୁ ୨୭ କୋଟି ଚାର୍ଜ କରନ୍ତି।
ବଲିଉଡ୍ର ସବୁଠାରୁ ଦାମୀ ଅଭିନେତ୍ରୀମାନଙ୍କ ବିଷୟରେ କଥାବାର୍ତ୍ତା କରିବାବେଳେ କ୍ୟାଟ୍ରିନା କୈଫ୍ଙ୍କୁ ଛାଡି ହେବନି। କ୍ୟାଟ୍ରିନା ଆଜିକାଲି ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମ କରୁଛନ୍ତି। ଏହି ଅଭିନେତ୍ରୀ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ୧୫ କୋଟିରୁ ୨୧ କୋଟି ମଧ୍ୟ ଚାର୍ଜ କରନ୍ତି।
ପ୍ରିୟଙ୍କା ଚୋପ୍ରା:
ବଲିଉଡ୍ର 'ଦେଶୀ ଗର୍ଲ' ଆଜିକାଲି ତାଙ୍କ ହଲିଉଡ୍ ଫିଲ୍ମ 'ଲଭ୍ ଏଗେନ୍' ପାଇଁ ଚର୍ଚ୍ଚାରେ ଅଛନ୍ତି। ପ୍ରିୟଙ୍କା ଚୋପ୍ରା ନିଜର ଅଭିନୟ ଦକ୍ଷତାକୁ ବଲିଉଡ୍ରୁ ହଲିଉଡ ପର୍ଯ୍ୟନ୍ତ ନେଇ ଯାଇଛନ୍ତି। ଏହି ଅଭିନେତ୍ରୀ ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ଏକ ମୋଟା ଅଙ୍କର ଫି ଆଦାୟ କରନ୍ତି। ପ୍ରିୟଙ୍କା ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ୧୪ କୋଟିରୁ ୨୩ କୋଟି ଟଙ୍କା ନିଅନ୍ତି।
ଆଲିଆ ଭଟ୍ଟ:
ଆଲିଆ ଭଟ୍ଟ ଚଳଚ୍ଚିତ୍ରରେ ପାଦ ଦେବାର ଏକ ଦଶନ୍ଧି ବିତିଗଲାଣି। ଏହି ଅଭିନେତ୍ରୀ ବଲିଉଡ୍କୁ ଅନେକ ସୁପର୍ହିଟ୍ ଫିଲ୍ମ ଦେଇଛନ୍ତି। ବର୍ତ୍ତମାନ ଆଲିଆ ଭଟ୍ଟ ପ୍ରତ୍ୟେକ ଚଳଚ୍ଚିତ୍ର ନିର୍ମାତାଙ୍କର ପ୍ରଥମ ପସନ୍ଦ ହୋଇଯାଇଛନ୍ତି। ସଫଳତା ହାସଲ କରିବା ପରେ ଏହି ଅଭିନେତ୍ରୀ ମଧ୍ୟ ତାଙ୍କ ଚାର୍ଜ ବୃଦ୍ଧି କରିଥିଲେ। ବର୍ତ୍ତମାନ ଆଲିଆ ୧୦ କୋଟିରୁ ୨୦ କୋଟି ଟଙ୍କା ଚାର୍ଜ କରୁଛନ୍ତି।
ଆଲିଆ ଭଟ୍ଟଙ୍କ ନଣନ୍ଦ ଏବଂ ବଲିଉଡ୍ର 'ବେବୋ' କରୀନା କପୁର ମଧ୍ୟ ଏ ଦିଗରେ କାହାଠାରୁ କମ୍ ନୁହଁନ୍ତି। ସମସ୍ତଙ୍କର ପ୍ରିୟ କରୀନା ୨୦୦୦ ମସିହାରେ ଅଭିଷେକ ବଚ୍ଚନଙ୍କ ବିପକ୍ଷରେ ଚଳଚ୍ଚିତ୍ର 'ରିଫ୍ୟୁଜୀ' ସହିତ ଡେବ୍ୟୁ କରିଥିଲେ। ବର୍ତ୍ତମାନ କରୀନା ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ୮ କୋଟିରୁ ୧୮ କୋଟି ଟଙ୍କା ଚାର୍ଜ କରୁଛନ୍ତି।
ବଲିଉଡ୍ର ପ୍ରସିଦ୍ଧ ଭିଲେନ୍ ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁର ୨୦୧୦ରେ ଡେବ୍ୟୁ କରିଥିଲେ, କିନ୍ତୁ ଏହି ଅଭିନେତ୍ରୀ ୨୦୧୩ରେ ଆସିଥିବା ଚଳଚ୍ଚିତ୍ର 'ଆଶିକୀ ୨'ରୁ ପ୍ରକୃତ ମାନ୍ୟତା ପାଇଥିଲେ। ଶ୍ରଦ୍ଧା କପୁର ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର 'ତୁ ଝୁଠି ମେଁ ମକାର୍'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଅଭିନେତ୍ରୀ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ୭ କୋଟିରୁ ୧୫ କୋଟି ଟଙ୍କା ଚାର୍ଜ କରନ୍ତି।
]]>ଫିଲ୍ମର ଟ୍ରେଲର ମଜାମସ୍ତିରେ ଭରପୂର ଥିବା ଦେଖାଯାଏ। ଉଭୟ ରଣବୀର ଏବଂ ଶ୍ରଦ୍ଧା ସେମାନଙ୍କ ଚରିତ୍ରକୁ ଖୁବ ଦୃଢତାର ସହ କରୁଥିବା ଦେଖାଯାଏ। ଉଭୟଙ୍କ ମଜାଳିଆ ଷ୍ଟାଇଲ୍ ଫିଲ୍ମକୁ ଖୁବ ମଜାଦାର କରିଦେଉଛି। ଏହି ଫିଲ୍ମର ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବୋନି କପୁର। ଚଳଚ୍ଚିତ୍ର ନିର୍ମାତା ବୋନି ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଥମ ଥର ପାଇଁ ଅଭିନୟ ଦୁନିଆରେ ପାଦ ଦେଇଛନ୍ତି।
ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ପାଇଁ ଏହି ଫିଲ୍ମ ଅନେକ ଉପାୟରେ ସ୍ୱତନ୍ତ୍ର। ଯଦିଓ ଉଭୟ କଳାକାର ପିଲାଦିନରୁ ପରସ୍ପରକୁ ଜାଣନ୍ତି କିନ୍ତୁ ପ୍ରଥମ ଥର ପାଇଁ ଉଭୟ ପରଦାରେ ଏକାଠି ଦେଖାଯିବେ। ଉଭୟଙ୍କ ମଧ୍ୟରେ ଭଲ ବଣ୍ଡିଂ ଅଛି, ଯାହା ଟ୍ରେଲରରେ ମଧ୍ୟ ଦେଖାଯାଏ। ଉଭୟଙ୍କ ବାପା ଋଷି କପୁର ଓ ଶକ୍ତି କପୁର ମଧ୍ୟ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଏହି ଷ୍ଟାର୍କିଡ୍ଙ୍କୁ ଏକାଠି ଦେଖିବା ନିଶ୍ଚିତ ଭାବେ ସ୍ୱତନ୍ତ୍ର ହେବ।
ରାହୁଲ ମୋଦୀ ଏବଂ ଲଭ ରଂଜନ ଏହି ଫିଲ୍ମକୁ ଲେଖିଛନ୍ତି। ଏହାପୂର୍ବରୁ ଲଭ୍ ଫିଲ୍ମ 'ପ୍ୟାର୍ କା ପଞ୍ଚନାମା' ଏବଂ 'ସୋନୁ କେ ଟିଟୁ କି ସ୍ୱିଟି' ଲେଖିଥିଲେ। ଏଭଳି ପରିସ୍ଥିତିରେ ଦର୍ଶକ ଏହି ଫିଲ୍ମରୁ ବହୁତ କିଛି ଆଶା ରଖିଛନ୍ତି। ଏଥିରେ ଡିମ୍ପଲ୍ କାପାଡିଆଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖାଯିବ। ଏହି ଫିଲ୍ମ ମାର୍ଚ୍ଚ ୮ରେ ମୁକ୍ତିଲାଭ କରିବାର ଯୋଜନା ରହିଛି।
]]>ନିକଟରେ ଶ୍ରଦ୍ଧା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ଶ୍ରଦ୍ଧା ଦୁଲ୍ହନ ବେଶରେ ନଜର ଆସିଛନ୍ତି । ଦୁଲ୍ହନ ବେଶରେ ଶ୍ରଦ୍ଧା ବହୁତ ସୁନ୍ଦର ଓ ଆକର୍ଷଣୀୟ ଦେଖା ଯାଉଛନ୍ତି । ଶ୍ରଦ୍ଧା ଦୁଲହନ ବେଶରେ ଏକ ପରୀ ଭଳି ଦେଖାଯାଉଛନ୍ତି । ଶ୍ରଦ୍ଧା ଫଟୋରେ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ତାଙ୍କର ଦୁଲ୍ହନ ବେଶରେ ସମସ୍ତଙ୍କୁ ଦିବାନା କରିଦେଇଛି । ଲେହେଙ୍ଗାଟିକୁ ଫ୍ୟାସନ ଡିଜାଇନର ଫାଲଗୁନି ପିକକ ଓ ସେନ୍ ପିକକ୍ ଡିଜାଇନ କରିଥିବା ବେଳେ ଏଥିରେ ଗୋଲ୍ଡ ଓ ଜରିରେ ଡିଜାଇନ ହୋଇଛି । ସୂଚନା ଅନୁସାରେ ନିକଟରେ ଶ୍ରଦ୍ଧା କପୁର ଫ୍ୟାସନ ଡିଜାଇନର ଫାଲଗୁନି ପିକକ୍ ଓ ସେନ୍ ପିକକ୍ ଙ୍କ ଡିଜାଇନର ଲେହେଙ୍ଗା ପାଇଁ ଫଟୋସୁଟ୍ କରିଥିଲେ । ଶ୍ରଦ୍ଧାଙ୍କର ଏହି ଦୁଲ୍ହନ ବେଶ ଦେଖି ତାଙ୍କ ଫ୍ୟାନ୍ସଙ୍କର ହୋସ୍ ଉଡିଯାଇଛି ।
ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଶ୍ରଦ୍ଧା କପୁର ଫ୍ୟାଶନ ଡିଜାଇନର୍ ଫାଲ୍ଗୁନି ପିକକ୍ ଏବଂ ସେନ୍ ପିକକ୍ ଙ୍କୁ କ୍ୟାପସନରେ ଧନ୍ୟବାଦ ଜଣାଇ ଲେଖିଛନ୍ତି, 'ତୁମ ଦୁହିଁଙ୍କ ସହ କାମ କରିବା ସବୁବେଳେ ଏକ ଆନନ୍ଦଦାୟକ ଅନୁଭୂତି ଅଟେ । ତମେ ବନେଇଥିବା ଏହି ସୁନ୍ଦର ଲେହେଙ୍ଗାରେ ମୋତେ ସଜେଇଥିବାରୁ ତମକୁ ଧନ୍ୟବାଦ । ଶ୍ରଦ୍ଧାଙ୍କର ଏହି ଦୁଲ୍ହନ ବେଶରେ ଥିବା ଫଟୋକୁ ଅନେକ ପ୍ରଶଂସକ ପସନ୍ଦ କରିଛନ୍ତି । ବଲିଉଡ ଅଭିନେତ୍ରୀ ନରଗିସ ଫକ୍ରୀ ଶ୍ରଦ୍ଧାଙ୍କ ଫଟୋକୁ ପସନ୍ଦ କରିଛନ୍ତି । ଅଭିନେତ୍ରୀ ଦିୟା ମିର୍ଜା ମଧ୍ୟ ଶ୍ରଦ୍ଧାଙ୍କ ଫଟୋରେ ଏକ ହାର୍ଟର ଇମୋଜି ଦେଇ କମେଣ୍ଟ କରିଛନ୍ତି । ତେବେ ଶ୍ରଦ୍ଧାଙ୍କର ଏହି ଫଟୋକୁ ୧୨ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।
]]>ପ୍ରକାଶଥାଉ ଯେ ୨୦୧୯ରେ ଶ୍ରଦ୍ଧା କପୁର ଏକ ପତ୍ରିକା ପାଇଁ ଫଟୋସୁଟ୍ କରିଥିଲେ, ଯେଉଁଥିରେ ସେ ରୋହନଙ୍କ ସହିତ କାମ କରିଥିଲେ। ସେତେବେଳେ ଏହି ଦୁଇ ଯୋଡିଙ୍କୁ ଶ୍ରଦ୍ଧାଙ୍କ ଭାଇ ସିଦ୍ଧାନ୍ତ କପୁର ଓ ସହକଳାକାର ବରୁଣ ଧାୱନ ବହୁତ ଚିଡେଇ ଥିଲେ। ସେବେଠାରୁ ସେମାନଙ୍କ ସଂପର୍କ ଚର୍ଚ୍ଚାକୁ ଆସିଥିଲା। ବର୍ତ୍ତମାନ ଶ୍ରଦ୍ଧାଙ୍କ ସଂପର୍କୀୟ ଭଉଣି ପ୍ରିୟଙ୍କା ଶର୍ମା ଓ ତାଙ୍କ ମାଉସୀ ପଦ୍ମିନୀ କୋଲ୍ହାପୁରୀ ଶ୍ରଦ୍ଧା ଓ ରୋହନଙ୍କ ବିବାହକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି।
ପ୍ରିୟଙ୍କା ଇଣ୍ଡିଆ ଡଟ୍ କମ୍ ସହ ଆଲୋଚନା ବେଳେ ଶ୍ରଦ୍ଧା ଓ ରୋହନଙ୍କ ବିବାହକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ପ୍ରିୟଙ୍କା ତାଙ୍କ ଭଉଣୀର ବିବାହର ପ୍ରଶ୍ନରେ କହିଛନ୍ତି ଯେ “ମୁଁ ନୋ କମେଣ୍ଟ କହିବାକୁ ଯାଉଛି। ମୁଁ ବା ଏନେଇ ଆଉ କ’ଣ କହିବି! କିନ୍ତୁ ଯଦି ସତ ହେଇଥାଏ ତେବେ ଠିକ୍ ଅଛି। ବିବାହକୁ ଅପେକ୍ଷା କରିବା ଭଲ ହୋଇଥାଏ।”
ସେହିପରି ଶ୍ରଦ୍ଧା କପୁରଙ୍କ ମାଉସୀ ପଦ୍ମିନୀ କୋଲ୍ହାପୁରୀ ମଧ୍ୟ କହିଛନ୍ତି ଯେ “ଏ କ’ଣ। ଏ ତ ଏକ ଅଦ୍ଭୁତ ପ୍ରଶ୍ନ। ଯଦି ଏମିତି ହୁଏ ତେବେ ଆପଣମାନଙ୍କୁ ତ ଖୁବ ଶୀଘ୍ର ଏହାର ଖବର ମିଳିଯିବ।” ଏହା ପୂର୍ବରୁ ଏକ ସାକ୍ଷାତକାରରେ ରୋହନ ଶ୍ରେଷ୍ଠଙ୍କ ପିତା ରାକେଶ ଶ୍ରେଷ୍ଠ କହିଥିଲେ ଯେ “ରୋହନ ଓ ରାକେଶ କଲେଜ ବେଳରୁ ସାଙ୍ଗ। ଏହା ଛଡା ଜୁହୁରେ ବି ତାଙ୍କର ଅନେକ ସାଙ୍ଗ ଅଛନ୍ତି। ଏହି ଦୁଇ ଜଣ ସେମାନଙ୍କ ପ୍ରଫେସନାଲ୍ ଲାଇଫ୍ରେ ବହୁତ ଭଲ କାମ କରୁଛନ୍ତି। ଏନେଇ ସେମାନେ ତାଙ୍କ ବିବାହକୁ ନେଇ ମଧ୍ୟ ନିଜେ ନିଜେ ନିଷ୍ପତ୍ତି ନେବେ। ସେମାନେ ଯାହା ଠିକ କରିବେ ପରିବାର ତାଙ୍କୁ ସହଯୋଗ କରିବ। କାରଣ ସେମାନେ ଯାହା ବି ନିଷ୍ପତ୍ତି ନେବେ ଠିକ ହିଁ ନେବେ।”
]]>ପଢ଼ନ୍ତୁ ପୂରା ଘଟଣା କ’ଣ...
ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଲଭ୍ ଆଫାୟର୍ସକୁ ନେଇ ଅନେକ କଥା ଶୁଣିବାକୁ ମିଳିଛି। ବର୍ତ୍ତମାନ ତାଙ୍କ ବିବାହକୁ ନେଇ ଏକ ନୂଆ କଥା ସାମ୍ନାକୁ ଆସିଛି। ନିଜ ପସନ୍ଦ ଅନୁସାରେ ପୁଅ ଠିକ୍ କରି ବିବାହ କରିବେ ବୋଲି କହିଛନ୍ତି ଶ୍ରଦ୍ଧାଙ୍କ ବାପା ତଥା ଅଭିନେତା ଶକ୍ତି କପୁର୍।
ଶକ୍ତି ତାଙ୍କ ଆଗାମୀ ଫିଲ୍ମ ‘ଦ ଜର୍ଣ୍ଣି ଅଫ୍ କର୍ମ’ ର ଟିଜର୍ ଓ ପୋଷ୍ଟର ଲଞ୍ଚ ସମୟରେ ଏହା କହିଛନ୍ତି। ‘ପ୍ରତ୍ୟେକ ବାପା ଚାହାଁନ୍ତି ତାଙ୍କ ଝିଅ ଗୋଟେ ଭଲ ଓ ସମ୍ମାନଜନକ ପରିବାରରେ ବିବାହ କରୁ ବୋଲି। ଠିକ୍ ମୁଁ ବି ମଧ୍ୟ ସେଇୟା ଚାହେଁ। ମୁଁ ଭାବୁଛି କି, ଶ୍ରଦ୍ଧା ତା’ର ପର୍ସନାଲ ଓ ପ୍ରଫେସ୍ନାଲ୍ ଲାଇଫ୍ରେ ଆଗକୁ ବଢ଼ୁ। ଜଣେ ବାପା ହିସାବରେ ମୁଁ କହିବି କି ଛୁଆମାନଙ୍କୁ ସେମାନଙ୍କର ପସନ୍ଦରେ କିଛି କରିବା ପାଇଁ ସ୍ୱାଧୀନତା ମିଳୁ ବୋଲି। କାରଣ ବର୍ତ୍ତମାନ ଆଉ ସେ ସମୟ ନାହିଁ, ଯେଉଁଠି ବାପା-ମାଆ ସେମାନଙ୍କ ଛୁଆଙ୍କ ବିବାହ ନିଜ ଇଚ୍ଛାରେ କରୁଥିଲେ’ ବୋଲି କହିଛନ୍ତି ଶକ୍ତି। ଶ୍ରଦ୍ଧାଙ୍କ ବିବାହକୁ ନେଇ ଶକ୍ତିଙ୍କୁ ପଚରାଯିବା ପରେ ସେ ଏଭଳି ଉତ୍ତର ରଖିଥିଲେ।
ଏମିତିରେ ବି ଶ୍ରଦ୍ଧା ତାଙ୍କ ଫିଲ୍ମ କ୍ୟାରିୟରକୁ ନେଇ ବହୁତ ବ୍ୟସ୍ତ। ଯେତେବେଳେ ସେ ତାଙ୍କ ବିବାହ ପ୍ଲାନ୍ କଥା ଜଣାଇବେ ଓ ତାଙ୍କ ନିଜ ଇଚ୍ଛାରେ ବିବାହ କରିବେ ବୋଲି କହିବେ, ତେବେ ଆମ୍ଭମାନେ ଏଥିରେ କିଛି ଆପତ୍ତି ଉଠାଇବୁ ନାହିଁ ବୋଲି କହିଛନ୍ତି ଅଭିନେତା ଶକ୍ତି କପୁର୍।
ଶ୍ରଦ୍ଧା ଓ ଫରହାନ୍ ଅଖତର୍ଙ୍କ ମଧ୍ୟରେ ଲଭ ଆଫାୟର୍ସକୁ ନେଇ ଶୁଣିବାକୁ ମିଳିଥିଲା । ଆଉ ଏହି ପ୍ରେମକୁ ସଫଳ କରିବାକୁ ଫରହାନଙ୍କ ସହ ଲିଭ୍ ଇନ୍ ରିଲେସନରେ ରହିବା ପାଇଁ ଶ୍ରଦ୍ଧା ନିଜ ଘର ଛାଡି ଚାଲି ଆସିଥିଲେ । ତେବେ ଏହାକୁ ସହଜରେ ଗ୍ରହଣ କରି ପାରି ନଥିଲେ ଶକ୍ତି କପୁର୍ । ଶ୍ରଦ୍ଧାଙ୍କୁ ଫେରାଇ ଆଣିବାକୁ ଫରହାନ୍ଙ୍କ ଘରେ ପହଞ୍ଚିଥିଲେ ଓ ବଳପୂର୍ବକ ଟାଣି ଟାଣି ନିଜ ଘରକୁ ନେଇ ଆଣିଥିଲେ ବୋଲି ଶୁଣିବାକୁ ମିଳିଥିଲା।
ଶ୍ରଦ୍ଧାଙ୍କୁ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ ବାୟୋପିକ୍ରେ ଦେଖିବାକୁ ମିଳିବ। ଏଥିରେ ଶ୍ରଦ୍ଧା, ସାଇନାଙ୍କ ଭୂମିକାରେ ଅଭିନୟ କରିବାର ଦର୍ଶକ ଦେଖିବେ। ଏଥିସହ ଶ୍ରଦ୍ଧାଙ୍କୁ ‘ସାହୋ’ ଫିଲ୍ମରେ ପ୍ରଭାସଙ୍କ ସହ ଅଭିନୟ କରୁଥିବାର ନଜର ଆସିବେ।
]]>