ଏପଟେ ହତ୍ୟାକାଣ୍ଡକୁ ସପ୍ତାହେ ପୁରିବାକୁ ଯାଉଥିବା ବେଳେ ପୋଲିସ ହାତ ଖାଲି। ଗତକାଲି ଭୁବନେଶ୍ୱର ଡିସିପି ଓ ସ୍ପେଶାଲ ସ୍କ୍ୱାଡ୍ କୁଆଖାଇ ନଈପଠାକୁ ଯାଇ ଯାଞ୍ଚ କରିଥିଲେ। ତେବେ ଏଯାଏଁ କୌଣସି ଠୋସ୍ ସୁରାକ୍ ହାତରେ ଲାଗିନାହିଁ। ସେହିପରି ଉନ୍ମୟଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପୋଲିସ ଭାଇରାଲ ଭିଡିଓରେ ଥିବା ଯୁବତୀ, ତାଙ୍କ ପୁରଷ ବନ୍ଧୁ ଓ ତାଙ୍କର ଜଣେ ଭାଇଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ସେମାନଙ୍କଠାରୁ ଏଯାଏଁ କୌଣସି ତଥ୍ୟ ହାସଲ କରିପାରିନାହିଁ।
ଏବେ ପ୍ରଶ୍ନ ଭିଡିଓକୁ ଭାଇରାଲ କରିଥିବାରୁ ପ୍ରତିଶୋଧ ପରାୟଣ ହୋଇ ଉନ୍ମୟଙ୍କୁ ଏଭଳି ବିଭତ୍ସ ଭାବେ ହତ୍ୟା କରାଯାଇଛି କି? ଉନ୍ମୟ ଏହି ଭିଡିଓ ସହାୟତାରେ ଯୁବତୀଙ୍କୁ ବ୍ଲାକ୍ମେଲ କିମ୍ବା ଧମକଚମକ ଦେଉଥିଲେ କି? କୌଣସି ତୃତୀୟ ପକ୍ଷ ସହ ଉନ୍ମୟଙ୍କର କୌଣସି ଶତୃତା ଥିଲା କି? ନା ଘଟଣାର ଅନ୍ୟ କିଛି ଦିଗ ରହିଛି? ପୋଲିସ କେବେ ଘଟଣାର ରହସ୍ୟ ଭେଦ କରିପାରୁଛି, ଏବେ ତା ଉପରେ ନଜର।
]]>