ପତ୍ରାଶୁଣି ମନ୍ଦିର ଓ ଜାଗୁଳେଇ ମନ୍ଦିରରୁ ଦୁର୍ବୃତ୍ତମାନେ ସୁନାଚିତା, ହାର, ରୂପା ସହ ଲକ୍ଷାଧିକ ଟଙ୍କା ଲୁଟ୍ କରିଛନ୍ତି। ସେହିଭଳି ରାଧାକୃଷ୍ଣ ମନ୍ଦିରର ହୁଣ୍ଡି ବାକ୍ସକୁ ନେଇ ଲୁଟେରା ମାନେ ଫେରାର ହୋଇ ଯାଇଛନ୍ତି। ଅଞ୍ଚଳରେ ଆଉ ଦୁଇଟି ମନ୍ଦିରରୁ ମଧ୍ୟ ଚୋରି ଅଭିଯୋଗ ଆସିଛି।
ବିଳମ୍ବିତ ରାତିରେ ୧୦ରୁ ୧୫ଜଣ ଲୁଟେରା ବାଇକରେ ଆସି ଲୁଟ୍ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଏନେଇ ସୋର ପୋଲିସ ଘଟଣାର ତଦନ୍ତ କରୁଛି।
]]>