ଗତକାଲି ରେଡ ବେଳେ ଏକ ବ୍ଲୁ ରଙ୍ଗର ଅଡ଼ି କ୍ୟୁଥ୍ରୀ କାରକୁ ଜବତ କରାଯାଇଛି I ତେବେ OD02CH2809 ନମ୍ବର ରେଜିଷ୍ଟେସନ ଥିବା ଏହି କାରର ମାଲିକ ବ୍ରହ୍ମପୁରର ଜଣେ କଣ୍ଟ୍ରାକ୍ଟରଙ୍କର ବୋଲି ଜଣାପଡିଛି I ତେବେ ଚିଟଫଣ୍ଡ ଅଭିଯୁକ୍ତଙ୍କ ଘରେ ଗତକାଲି ରେଡ୍ ବେଳେ ଏହି ଗାଡ଼ି ଜବତ ହୋଇଛି I
ସେହିପରି ଆଉ ଜଣେ କଣ୍ଟ୍ରାକ୍ଟରଙ୍କ ଘରୁ ୧୫ ଲକ୍ଷ ଟଙ୍କା ସମେତ ପ୍ରାୟ ୭୦୦ ଗ୍ରାମ ସୁନା ଜବତ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ଚିଟଫଣ୍ଡ ଅଭିଯୁକ୍ତଙ୍କ ଘରୁ ମୋଟ ୩୦ ଲକ୍ଷ ନଗଦ ଟଙ୍କା ଓ ସୁନା ଗହଣା ଜବତ କରାଯାଇଥିବା ଇଡି ସୂଚନା ଦେଇଛି I ଏଟି ଚିଟଫଣ୍ଡ ମାମଲାରେ ଗତକାଲି ଭୁବନେଶ୍ୱରର ଖବରକାଗଜ କାଗଜ ମାଲିକ ବିକାଶ ସ୍ୱାଇଁ, ବିଲଡର ସାଗର ରାୟଙ୍କ ଘର ଓ ଅଫିସ୍ ସମେତ ଏକାଧିକ ଲୋକଙ୍କ ଘରେ ହୋଇଥିଲା ରେଡ ।
ଭୁବନେଶ୍ୱରରେ ୬ ଟି ସ୍ଥାନରେ ଇଡି ରେଡି କରିଥିବା ବେଳେ ଗଞ୍ଜାମ ଓ ଛତ୍ରପୁରରେ ୨ଟି ସ୍ଥାନରେ ଇଡି ପକ୍ଷରୁ ଚଢାଉ କରାଯାଇଥିଲା ।
]]>ହାତରେ ପ୍ରମାଣ ଧରି ଚାଷୀ ଅଭିଯୋଗ କରୁଛନ୍ତି । ପେକ୍ସ ଭିତରେ ଚାଷୀଙ୍କ ବ୍ଲାକଂ ଚେକ, ଏଥିରେ ରହିଛି ସେମାନଙ୍କ ଦସ୍ତଖତ । ଚାଷୀଙ୍କ ବ୍ୟାଙ୍କ ପାସବୁକ ମଧ୍ୟ ପେକ୍ସ ଭିତରେ ରହିଛି । ପାଟଣାଗଡ ବନେଇମୁଣ୍ଡା ପେକ୍ସରୁ ଏଭଳି ଅଭିଯୋଗ ଆସିଛି । ମଣ୍ଡି ଖୋଲିବା ଆଗରୁ ଅଭାବୀ ବିକ୍ରିର ଫାଇଦା ନେଇ ମିଲର୍ସ କିଣି ଥିବା ଧାନକୁ ନିୟମିତ କରିବା ପାଇଁ ପେକ୍ସ ସମ୍ପାଦକ ଏଭଳି ମାଇଣ୍ଡଗେମ୍ ଖେଳିଥିବା ପ୍ରମାଣ ମିଳିଛି ।
ଗଦା ଗଦା ପାସବୁକ ଓ ବ୍ଲାଂକ ଚେକ୍ ମିଳିବା ପରେ ପୁରା ଘଟଣାର ପର୍ଦ୍ଦାଫାଶ ହୋଇଛି । ଏସବୁ ଦେଖି ଚାଷୀ ଗର୍ଜିଛନ୍ତି ଓ ସମ୍ପାଦକ ଜ୍ଞାନଦତ୍ତ ସାଏଙ୍କ ବିରୋଧରେ ଡିଆରସିଏସଙ୍କୁ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ, ବନେଇମୁଣ୍ଡା ପେକ୍ସର ରେଜିଷ୍ଟ୍ରି ହୋଇଥିବା ଚାଷୀଙ୍କ ମହା ଅଭିଯୋଗ ।
ଯେତିକି ଚାଷୀ ଚାଷ କରିଛନ୍ତି ସେ ହିସାବରେ ତାଙ୍କୁ ଟୋକନ ମିଳି ନାହିଁ । ଚାଷୀ ଯେତିକି ଧାନ ଅମଳ କରିଛି ତାର ମାତ୍ର ୧୦ ପରସେଣ୍ଟ ଟୋକନ ଆସିଛି । ପେକ୍ସର ସମ୍ପାଦକ ଘୋଟାଲା କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି ଚାଷୀଙ୍କ ପାଖରୁ କମ ଧାନ କିଣିଲେ ମିଲ ମାଲିକମାନେ ଯେଉଁ ଧାନ କିଣିଛନ୍ତି ତାକୁ ନିୟମିତ କରାଯାଇପାରିବ ।
ଦୁଇ ଦିନ ପେକ୍ସ ଆଗରେ ବିକ୍ଷୋଭ କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀମାନେ ପ୍ରତିବାଦ କରିଛନ୍ତି । ଡିଆରସିଏସ ମଧ୍ୟ ପେକ୍ସରେ ହୋଇଥିବା ଭୁଲକୁ ମାନିଛନ୍ତି । ପେକ୍କ ସମ୍ପାଦକଙ୍କ ବିରୋଧରେ ସବୁ ପ୍ରମାଣ ଥିବାବେଳେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଚାଷୀଙ୍କ ଅସନ୍ତୋଷ ବଢିବାରେ ଲାଗିଛି ।
]]>ଏଥିପାଇଁ ସ୍କୁଲ ଆଖପାଖରେ ଧରପଗଡ଼ ହେବ ବୋଲି କହିଛନ୍ତି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ଲାଲମୋହନ ସେଠୀ । ଆସନ୍ତାକାଲିଠୁ ଏହି କଟକଣା ଲାଗୁ କରାଯିବ । ଏପ୍ରିଲ ପ୍ରଥମ ସପ୍ତାହ ଯାଏଁ ସ୍ପେଶାଲ ଡ୍ରାଇଭ ହେବ ବୋଲି ସେ ସୂଚନା ଦେଇଛନ୍ତି । ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିଲେ ଅଭିଭାବକମାନଙ୍କୁ ଜରିମାନା ଦେବାକୁ ପଡ଼ିବ । ଏଥିପାଇଁ ୨୫ ହଜାର ଟଙ୍କା ଜୋରିମାନା ଗଣିବେ ।
ପୂର୍ବରୁ ମଧ୍ୟ ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଅନେକ କଟକଣା ଜାରି କରାଯାଇଛି । ନିୟମ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା କର୍ଯ୍ୟାନୁଷ୍ଠାନ ନେଇଛି ବିଭାଗ । ବିନା ହେଲମେଟ ଓ ଭୁଲ ରୁଟରେ ଗାଡ଼ି ଚଳାଇଲେ ଚାଳକଙ୍କୁ ଜରିମାନା ଦେବାକୁ ପଡ଼ୁଛି । ତାହା ସହ ଗୋଟିଏ ବାଇକ୍ରେ ଦୁଇରୁ ଅଧିକ ବ୍ୟକ୍ତି ବସି ଯାତ୍ରା କରିବାକୁ ମଧ୍ୟ ବାରଣ କରାଯାଇଛି।
]]>ଏଥିସହ ପ୍ରିଣ୍ଟର, ଲାପଟପ୍ ଓ ଏକ କାର ଜବତ କରାଯାଇଛି। ଅଭିଯୁକ୍ତମାନେ ବରଗଡ଼, ବୌଦ୍ଧ ଓ ସୋନପୁର ଜିଲ୍ଲାର ବୋଲି ଜଣା ପଡ଼ିଛି। ବୌଦ୍ଧ ଜିଲ୍ଲାରୁ ସାରା ଓଡ଼ିଶାକୁ ଜାଲ ନୋଟ କାରବାର ବ୍ୟାପିଥିବା ସୁରାକ ପାଇଛି ପୋଲିସ।
]]>
ଚଢାଉରେ ବ୍ରାଉନସୁଗାର ସହ ପ୍ରାୟ ୫ କିଲୋଗ୍ରାମ ଓଜନର ଗଂଜେଇ ଜବତ ହୋଇଛି। ଘଟଣାରେ ମନୋଜ କାହାଳି ଏବଂ ଦିଲ୍ଲୀପ କାହାଳି ନାମକ ଦୁଇ ଯୁବକଙ୍କୁ ଗିରଫ କରିଛି ପୋଲିସ।
]]>