ମୃତ୍ୟୁର ଦୁଇ ଦିନି ପୂର୍ବରୁ ସେ ଅଜୟଙ୍କ ସହ କଥା ହୋଇଥିଲେ । ତେବେ ତାଙ୍କ ମାନସିକ ଅବସ୍ଥା ଭଲ ଥିଲା, ହଠାତ୍ ଏତେ ବଡ଼ ଘଟଣା କେମିତି ଘଟିଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଗତକାଲି କଏଦୀ ଅଜୟ ଦାସ କେନ୍ଦୁଝର ଜେଲର ପାଇଖାନାରେ ଫାଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜେଲ୍ କର୍ତ୍ତୃପକ୍ଷ କହିଥିଲେ ।
ଗୁରୁତର ଅବସ୍ଥାରେ ତାଙ୍କୁ କଟକ SCB ମେଡିକାଲକୁ ଅଣାଯାଇଥିଲା । ସେଠି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଘଟଣାର ତଦନ୍ତ ହେଉଛି ବୋଲି କହିଛନ୍ତି କେନ୍ଦୁଝର ଜେଲ୍ ସୁପରିଟେଣ୍ଡେଣ୍ଟ । ସୂଚନାଯୋଗ୍ୟ ଆତ୍ମହତ୍ୟା ଉଦ୍ୟମ ପରେ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ ଅଜୟ ।
ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା କେନ୍ଦୁଝର ଜେଲ୍ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି । ଅଭିଯୋଗ ଅନୁସାରେ ଗତକାଲି ପାଇଖାନା ଘରେ ଗାମୁଛାରେ ଫାଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଅଜୟ । ଏକ ଦୁଷ୍କର୍ମ ଅଭିଯୋଗ ମାମଲାରେ ଗିରଫ ହୋଇ ସେ ଜେଲରେ ଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦୁଝର ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
]]>ବିନା ଅଗ୍ନି ନିରାପତ୍ତାରେ ଚାଲିଛି କଟକ ବଡ଼ ମେଡିକାଲ ? କିଛି ଅଘଟଣ ହେଲେ କିଏ ହେବ ଉତ୍ତରଦାୟୀ ? ଏମିତିକା ପ୍ରଶ୍ନ ସମସ୍ତଙ୍କର ମନରେ। ଏତେ ବଡ଼ ମେଡିକାଲର ହାତଗଣତି ମାତ୍ର ୭ଟି କୋଠାକୁ ଛାଡ଼ିଦେଲେ ବାକି ଅନ୍ୟ କେଉଁଠି ନାହିଁ ଫାୟାର ସେଫଟି ବ୍ୟବସ୍ଥା। ବେସରକାରୀ ହସ୍ପିଟାଲରେ ଏ ବ୍ୟବସ୍ଥା ନ ଥିଲେ ଲାଇସେନ୍ସ ମିଳୁନଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଏସସିବିକୁ ଏ ସୁବିଧା ଯୋଗାଇ ପାରୁନାହାଁନ୍ତି କାହିଁକି ବୋଲି ପ୍ରଶ୍ନ ଉଠିଛି। ଆଉ ଏବେ ଏସସିବି ମେଡିକାଲରେ ଅଗ୍ନି ନିରାପତ୍ତା ସମ୍ପର୍କିତ ମାମଲା ହାଇକୋର୍ଟକୁ ଆସିବା ପରେ ଫିଟୁଛି ଗୋଟିକ ପରେ ଗୋଟିଏ ଗୁମର।
ଆଜି ହାଇକୋର୍ଟରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଏସସିବି ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର ଓ ଆରଏଣ୍ଡବି ଅଧିକ୍ଷଣ ଯନ୍ତ୍ରୀ ପିକେ ମାଝୀ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି। ତା ସହ ଏସସିବି ମେଡିକାଲ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗରେ ଅଗ୍ନିଶମ ଡିଜି ରିପୋର୍ଟ ବି ଦାଖଲ କରିଛନ୍ତି। ଫାୟାର ଆଲାର୍ମ ଏବଂ ଏକଷ୍ଟିଙ୍ଗଉଇସର କାମ ୩ ମାସ ମଧ୍ୟରେ ଓ ଅଗ୍ନି ନିରାପତ୍ତା ପାଇଁ ଆବଶ୍ୟକୀୟ ଅତିରିକ୍ତ ନିର୍ମାଣ ୬ ମାସ ଭିତରେ ସାରିବାକୁ ସମୟ ନେଇଛନ୍ତି। ଏସସିବି ମେଡିକାଲର ମୋଟ୍ ୮୭ଟି ବିଲଡିଂରୁ ୬୪ଟି କୋଠାର ଅଗ୍ନି ନିରାପତ୍ତା ପାଇଁ ପ୍ରଶାସନିକ ଅନୁମୋଦନ ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ୮ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ସହ କାମର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ ମାନ୍ୟବର କୋର୍ଟ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
]]>ସୂଚନା ଅନୁସାରେ, ବୋଲେରୋଟିରେ କଳାକାର ଥିଲେ। ସମସ୍ତେ ଡ୍ରାମା ରିହରସାଲ୍ ସାରି ଗାଁକୁ ଫେରୁଥିଲେ। ଭୋରରୁ ଓସ୍ତପୁର ନିକଟରେ ଭାରସାମ୍ୟ ହରାଇ ବୋଲେରୋଟି ଗଛରେ ପିଟି ହୋଇ ଯାଇଥିଲା। ଏଥିରେ ମୋଟ୍ ୭ଜଣ କଳାକାର ଥିବା ସୂଚନା ମିଳିଛି। ଅନ୍ୟ ୪ ଗୁରୁତରଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି । ସମସ୍ତ ମୃତକ ମହିଳା ହୋଇଥିବା ଜଣାପଡିଛି। ପୋଲିସ ଘଟଣାର ତଦନ୍ତ କରୁଛି।
]]>ଏସସିବି ମେଡିକାଲରେ କେବଳ ମେଡିସିନ ୱାର୍ଡ ନୁହେଁ, କାଜୁଆଲିଟିରେ ମଧ୍ୟ ସମାନ ଅବସ୍ଥା। ଦୁର୍ଘଟଣାରେ ଆହତ ହୋଇ କାଜୁଆଲିଟିକୁ ଆସୁଥିବା ରୋଗୀଙ୍କୁ ମଧ୍ୟ ସିଡିରେ ନିଆଯାଉଛି । ହେଲେ ଡାକ୍ତର ଓ ମେଡିକାଲ ଷ୍ଟାଫ୍ଙ୍କ ପାଇଁ ଉଦ୍ଦିଷ୍ଟ ଲିଫ୍ଟ କିନ୍ତୁ ସବୁ ଠିକ୍ଠାକ୍। ତେବେ ଏଭଳି ଅବ୍ୟବସ୍ଥା କିଭଳି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦେଖାଯାଉନି ବୋଲି ସାଧାରଣରେ ଉଠିଛି ପ୍ରଶ୍ନ । ମେଡିକାଲ ପରିଚାଳନା ପାଇଁ ୪ ଜଣ ହସ୍ପିଟାଲ ମ୍ୟାନେଜରଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି, ହେଲେ ଫଳ ଶୂନ। ସେପଟେ ଲିଫ୍ଟ ଦୁଇଟି ଯାକ ଅଚଳ ଘଟଣାକୁ ସ୍ୱୀକାର କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ।
]]>
ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି, କିନ୍ତୁ ସାମାନ୍ୟ କଥା ପାଇଁ ଦୃଷ୍ଟି ପଡୁ ନାହିଁ ବୋଲି କହିଛନ୍ତି ରୋଗୀଙ୍କ ସଂପର୍କୀୟ । ଏହାପୂର୍ବରୁ ବିଦ୍ୟୁତ କାଟ ଓ ପାଣି ସମସ୍ୟା ନେଇ ହଇରାଣ ହରକତ ହୋଇଥିଲେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ । କେବେ ଲାଇନ୍ ରହୁନି ତ କେବେ ପାଣି ସଙ୍କଟ । ବିଶ୍ୱସ୍ତରୀୟର ଡିଣ୍ଡିମ ପିଟା ଚାଲିଥିବା SCB ମେଡିକାଲ୍ରେ ସତେ ଯେମିତି ଅନ୍ତଃହୀନ ଦୁର୍ଦ୍ଦଶା ।
]]>ପିଇବା ପାଇଁ ସିନା କିଣି ଆଣି ଚଳେଇ ଦେଲେ, ହେଲେ ଝାଡ଼ା-ପରିସ୍ରା ଯିବା ବେଳକୁ ସମସ୍ତଙ୍କର ଅକଲ ଗୁଡମ୍ ହୋଇଯାଇଥିଲା। କିଏ ବୋତଲ ଧରି ଏ ୱାର୍ଡରୁ ସେ ୱାର୍ଡ ଘୂରି ବୁଲିଲେ । ତ ଆଉ କିଏ ପାଣିକୁ ଅପେକ୍ଷା କରିଥିଲେ ଘଣ୍ଟା ଘଣ୍ଟା ଧରି । ହେଲେ ସମସ୍ୟା ସୁଧୁରିଲାନି।
ପାଣି ଏତେ କମ୍ ଆସୁଛି ଯେ, ଗୋଟିଏ ବୋତଲ ପୁରିବାକୁ ୨୦-୨୫ ମିନିଟ୍ ସମୟ ଲାଗୁଛି । ମେଡିକାଲ୍ ପରିସରରେ ଥିବା ଶୌଚାଳୟକୁ ମଧ୍ୟ ପାଣି ଆସୁ ନ ଥିବାରୁ ରୋଗୀ ଓ ସମ୍ପର୍କୀୟ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏନେଇ ରୋଗୀ ଓ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନାଥାଉ କି, ଶନିବାର ଦିନ କଟକ SCB ମେଡିକାଲ୍ରେ ୧୦ ଘଣ୍ଟା ବିଦ୍ୟୁତ୍ ନଥିଲା। ଏହାର ପରଦିନ ଅର୍ଥାତ୍ ରବିବାର ଦିନ ମଧ୍ୟ ସମାନ ଧରଣର ବିଭ୍ରାଟ ଦେଖିବାକୁ ମିଳିଥିଲା।SCBର ଆଞ୍ଚଳିକ ନିଦାନ କେନ୍ଦ୍ରରେ ୬ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍ ନଥିଲା।
]]>ଏତେ କମ୍ ପାଣି ଆସୁଛି ଯେ, ଗୋଟିଏ ବୋତଲ ପୁରିବାକୁ ୨୦-୨୫ ମିନିଟ୍ ସମୟ ଲାଗୁଛି। ମେଡିକାଲ୍ ପରିସରରେ ଥିବା ଶୌଚାଳୟକୁ ମଧ୍ୟ ପାଣି ଆସୁ ନ ଥିବାରୁ ରୋଗୀ ଓ ସମ୍ପର୍କୀୟ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏନେଇ ରୋଗୀ ଓ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନାଥାଉ କି, ଶନିବାର ଦିନ କଟକ SCB ମେଡିକାଲ୍ରେ ୧୦ ଘଣ୍ଟା ବିଦ୍ୟୁତ୍ ନଥିଲା। ଏହାର ପରଦିନ ଅର୍ଥାତ୍ ରବିବାର ଦିନ ମଧ୍ୟ ସମାନ ଧରଣର ବିଭ୍ରାଟ ଦେଖିବାକୁ ମିଳିଥିଲା।SCBର ଆଞ୍ଚଳିକ ନିଦାନ କେନ୍ଦ୍ରରେ ୬ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍ ନଥିଲା।
ବିଦ୍ୟୁତ ନଥିବାରୁ ନିଦାନ କେନ୍ଦ୍ରରେ ରକ୍ତ ପରୀକ୍ଷା ଓ ସିଟି ସ୍କାନ୍ ଇତ୍ୟାଦି ବନ୍ଦ ରହିଥିଲା। ଫଳରେ ରୋଗୀ, ସମ୍ପର୍କୀୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଲାଇନ୍ ନଥିବାରୁ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିବା ସହ ବିନା ଲାଇଟ୍ ଓ ଫ୍ୟାନରେ ହଇରାଣ ହୋଇଥିଲେ ରୋଗୀ ଓ ସେମାନଙ୍କର ସମ୍ପର୍କୀୟ।
]]>ଗତକାଲି କଟକ ବଡ଼ ମେଡିକାଲ୍ ମେଡିସିନ୍ ବିଭାଗରେ ଲାଇନ୍ ନ ଥିବାରୁ ମୋବାଇଲ୍ ଲାଇଟ୍ରେ କାହାକୁ ଇଂଜେକସନ ତା କାହାକୁ ଔଷଧ ଦିଆଯାଇଥିଲା। ଏମିତିକି କାଲି ୧୦ ଘଣ୍ଟା ଆଉ ଆଜି ବି ପୂରା ଦିନ ତମାମ୍ ବିନା ବିଜୁଳିରେ ଚାଲିଥିଲା ମେଡିକାଲ୍ । ରୋଗୀ କଲବଲ, ରୋଗୀଙ୍କ ସହ ଆସିଥିବା ସଂପର୍କୀୟ ବି ଯମ ଯନ୍ତ୍ରଣାରେ ଛଟପଟ । ଏଣେ ଲାଇନ୍ ନଥିବାରୁ ଇଣ୍ଡୋର ପେସେଣ୍ଟଙ୍କ ପାଇଁ ଉଦ୍ଦିଷ୍ଟ ନିଦାନ କେନ୍ଦ୍ରରେ ବି ତାଲା। ରକ୍ତ ପରୀକ୍ଷା ଓ ସିଟି ସ୍କାନ୍ ଠପ୍ । ଗୋଟିଏ ପଟେ ଅନ୍ଧାର ଓ ଗରମରେ ସଢୁଥିବା ରୋଗୀ ମୂକ ପାଲଟି ଯାଇଛନ୍ତି, ତ ସଂପର୍କୀୟଙ୍କ ପ୍ରଶ୍ନ ଖାଲି ବଡ଼ ବଡ଼ କଥାରେ କ’ଣ ରୋଗୀ ବଞ୍ଚିଯିବେ ।
ବିଶ୍ୱସ୍ତରୀୟ ମେଡିକାଲର ଡିଣ୍ଡିମ ପିଟା ଚାଲିଥିବା ଏସସିବିରେ ଅବ୍ୟବସ୍ଥାର ଚିତ୍ର ନୂଆ ନୁହେଁ, ଟିକେ ପୂର୍ବ କଥା ମନେ ପକାନ୍ତୁ, ୦୭-୦୫-୨୦୨୨- କଟକ ବଡ଼ ମେଡିକାଲରେ ମୃତଦେହ ଉପରେ ରୋଗୀ ସେବାର ଅଭିଯୋଗ ସାରା ରାଜ୍ୟବାସୀଙ୍କୁ ଆଚମ୍ବିତ କରିଥିଲା । ସେମିତି ୨୦-୦୪-୨୦୨୨ରେ ଷ୍ଟ୍ରେଚରେ ରୋଗୀ ନେବାକୁ ହେଲେ କେମିତି ରୋଗୀଙ୍କ ସଂପର୍କୀୟଙ୍କୁ ନିଜ ମୋବାଇଲ୍ ବନ୍ଧା ରଖିବାକୁ ପଡୁଥିଲା, ସେ ଖବର ଓଟିଭିରେ ପ୍ରସାରିତ ହେବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଆଉ ଗତ ଅଗଷ୍ଟ ୧ରେ ମେଡିକାଲ ଭିତରେ ପାଣିର ସୁଅ, ଯେମିତି ପୁରା ଢିଲା ବ୍ୟବସ୍ଥାର ପୋଲ୍ ଖୋଲି ଦେଇଥିଲା। ତେଣେ ଏସବିବି ମେଡିକାଲ ଇଲେକ୍ଟ୍ରିକ୍ ମେଣ୍ଟେନାନ୍ସ୍ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଉପରକୁ ଦୋଷ ଠେଲି ନିଜ ଅସହାୟତା ପ୍ରକାଶ କରିଛନ୍ତି ଅଧୀକ୍ଷକ।
]]>ବିଦ୍ୟୁତ ନଥିବାରୁ ନିଦାନ କେନ୍ଦ୍ରରେ ରକ୍ତ ପରୀକ୍ଷା ଓ ସିଟି ସ୍କାନ୍ ବନ୍ଦ ରହିଛି । ଫଳରେ ରୋଗୀ, ସମ୍ପର୍କୀୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲାଇନ୍ ନଥିବାରୁ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିବା ସହ ବିନା ଲାଇଟ୍ ଓ ଫ୍ୟାନରେ ହଇରାଣ ହୋଇଛନ୍ତି ରୋଗୀ ।
ଗତକାଲି SCB ମେଡ଼ିକାଲର ଏକାଧିକ ବିଭାଗରେ ଏଭଳି ବିଜୁଳି ସମସ୍ୟା ଦେଖାଦେଇଥିଲା । ମେଡ଼ିସିନ ବିଭାଗ, ସ୍ପlଇନାଲ ଇଂଜୁରୀ, ଶବ ସଂରକ୍ଷଣ ଗୃହ ଓ ପୋଷ୍ଟମୋର୍ଟମ ବିଭାଗ ଆଦି ସ୍ଥାନରେ ବିଜୁଳି ନଥିଲା । ତେବେ ଅପରାହ୍ନ ପରେ ସ୍ଥିତିରେ ସୁଧାର ଆସିଥିଲା । ମେଡିକାଲରେ କାର୍ଯ୍ୟରତ ବିଦ୍ୟୁତ ଠିକାଦାରମାନେ ବକେୟା ପ୍ରାପ୍ୟ ପାଇଁ କାର୍ଯ୍ୟବନ୍ଦ କରିଥିବାରୁ ଏଭଳି ସମସ୍ୟା ଦେଖାଦେଇଥିବା କୁହାଯାଉଛି ।
ଏହା ପ୍ରଥମ ଘଟଣା ନୁହେଁ ଅଗଷ୍ଟ ମାସରେ ବି ଆଉ ଏକ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏସସିବି ମେଡିକାଲ ଭିତରେ ଆଣ୍ଠୁଏ ପାଣି ଜମିଥିଲା । ରୋଗୀ ସେତେବେଳେ ବି ଅସୁବିଧାର ସମ୍ମୁଖୀନ ହୋଇଥିଲେ । ନା ମେଡିକାଲ୍ ଭିତରକୁ ଯାଇପାରିଥିଲେ ନା ସେଠି ଚିକିତ୍ସିତ ହୋଇପାରିଥିଲେ ।
]]>ଫଳରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତକାଲି ସକାଳୁ ମେଡ଼ିସିନ ବିଭାଗ, ସ୍ପାଇନାଲ ଇଞ୍ଜୁରୀ, ଶବ ସଂରକ୍ଷଣ ଗୃହ ଓ ପୋଷ୍ଟମୋର୍ଟମ ବିଭାଗ ଆଦି ସ୍ଥାନରେ ବିଦ୍ୟୁତ୍ ନଥିଲା।
ଅପରାହ୍ନ ପରେ ସ୍ଥିତିରେ ସୁଧାର ଆସିଥିଲା। ମେଡିକାଲ୍ରେ କାର୍ଯ୍ୟରତ ବିଦ୍ୟୁତ୍ ଠିକାଦାରମାନେ ବକେୟା ପ୍ରାପ୍ୟ ପାଇଁ କାର୍ଯ୍ୟବନ୍ଦ କରିଥିବାରୁ ଏଭଳି ସମସ୍ୟା ଦେଖାଦେଇଥିବା କୁହାଯାଉଛି।
]]>ବରଗଡ ଭେଡେନ ବ୍ଲକରେ ରହିଛି ମାନପୁର ଗାଁ । ଆଉ ଏହି ଗାଁରେ ରହିଛି ଛତ୍ରପତିଙ୍କ ଘର । ଅବସ୍ଥା ଦେଖିଲେ ସମସ୍ତେ ବୁଝିପାରିବେ ସେମାନଙ୍କର ଆର୍ଥିକ ସ୍ଥିତି କେତେ ସୁଧାର ? କ୍ୟାବିନ୍ ପରି ଘରଟିଏ ଅଛି, ଆଉ ସେଥିରେ ରହୁଛନ୍ତି ପୂରା ପରିବାର । ଘର ପାଖକୁ ଲାଗି ଜଳଖିଆ ଦୋକାନଟିଏ ଅଛି...ସକାଳୁ ସଂଜ ପର୍ଯ୍ୟନ୍ତ ଖଟିଲେ ଟଙ୍କା ୨୦୦ ରୋଜଗାର ହେବା ଭାରି କଷ୍ଟ । ହେଲେ ସେହି ଦୋକାନରୁ ହିଁ ଯେତିକି ରୋଜଗାର ହେଉଛି ସେତିକିରେ ଚଳୁଛି ପୂରା ପରିବାର ।
ଏମିତି ସ୍ଥିତିରେ ବି ପୁଅ କେମିତି ପାଠ ପଢିବ, ନିଜ ସ୍ୱପ୍ନ ପୂରଣ କରିବ ସେହି ଚିନ୍ତାରେ ଦିନ କାଟୁଛନ୍ତି ବାପା-ମାଆ । ପକୁଡ଼ି ଛାଣିଲା ବେଳକୁ ଦୁଃଖରେ ଆଖିରୁ ଲୁହ ଝରିଯାଉଛି ହେଲେ ବି ମନୋବଳକୁ ଦୃଢ କରି ପକୁଡି ଛାଣି ବିକ୍ରି କରୁଛନ୍ତି ଛତ୍ରପତିଙ୍କ ମାଆ ପଦ୍ମା । ବର୍ତ୍ତମାନ ପଦ୍ମାଙ୍କ ସାନ ପୁଅ ମାମୁଁ ଘରେ ରହି ପାଠ ପଢୁଥିବା ବେଳେ ବଡ଼ ପୁଅ ଛତ୍ରପତି ଏସସିବି ମେଡିକାଲରେ ପାଠ ପଢୁଛନ୍ତି । ହେଲେ ଆବଶ୍ୟକୀୟ ହେଉଥିବା ଟଙ୍କା ପଦ୍ମାବତୀ ଯୋଗାଡ କରିପାରୁନାହାନ୍ତି । ଏମିତି ବି ସମୟ ଆସେ ପୁଅ ଫୋନ୍ କରି ମାଆଙ୍କୁ ଟଙ୍କା ମାଗେ..ହେଲେ ମାଆ ଅଣ୍ଟିରେ ଥାଏ ମାତ୍ର ୩୦ କି ୫୦ ଟଙ୍କା । ତଥାପି ଯୋଗାଡ କରି କିଛି ଟଙ୍କା ପଠାଏ, ପୁଅକୁ ଲକ୍ଷ ପୂରଣ କରିବାକୁ ପ୍ରେରଣା ଦିଅନ୍ତି ପଦ୍ମାବତୀ ।
ଛତ୍ରପତି ପିଲାଟି ଦିନରୁ ମେଧାବୀ ଛାତ୍ର ଅଟନ୍ତି । ବାପା ଦିନ ମଜୁରିଆ ହୋଇଥିବାରୁ ପିଲାଙ୍କ ପାଠପଢା ଖର୍ଚ୍ଚ ତୁଲାଇବା ତାଙ୍କ ପକ୍ଷରେ କଷ୍ଟ ହୋଇପଡ଼େ । ତେଣୁ ମାଆ ମଧ୍ୟ ଘର ପାଖରେ ଜଳଖିଆ ଦୋକାନ କରି ପରିବାରର ଗୁଜୁରାଣ ମେଣ୍ଟାନ୍ତି । ସେମାନେ ଏତେ ଗରିବ ଯେ ନିଜର ବୋଲି ଡିହଟିଏ ନାହିଁ । ସେଇଥି ପାଇଁ ତ ସରକାରୀ ଯୋଜନା ମିଳୁଥିବା ଘର ବି ସେମାନଙ୍କ ଲାଗି ସାତ ସପନ ହୋଇଛି ।
ଜାଣିଆଶ୍ଚର୍ଯ୍ୟ ହେବେ କି, ଏତେ ଅଭାବ ପରେ ବି...ଛତ୍ରପତି ଯୁକ୍ତ ଦୁଇ ପରେ BDS ପାଇ SCB ରେ ପାଠ ପଢୁଥିଲେ । ୨ ବର୍ଷ ପଢିବା ପରେ MBBS ପାଇଁ ଚେଷ୍ଟା କରିଥିଲେ, ଭଲ ରାଙ୍କ ବି ପାଇଲେ । ହେଲେ ଆର୍ଥିକ ପ୍ରତିବନ୍ଧକ ତାଙ୍କ ବାଟ ହୁଡ଼ିଥିଲା । ଟଙ୍କା ଅଭାବ ନେଇ ସେ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ଜଣାଇଥିଲେ । ପୂରା ଘଟଣା ଜାଣିବା ପରେ ୨୫ ହଜାର ଟଙ୍କା ଛତ୍ରପତିଙ୍କୁ ସେ ସାହାଯ୍ୟ କରିଛନ୍ତି ।
ହେଲେ ଛତ୍ରପତିଙ୍କ ସ୍ୱପ୍ନ ପୂରଣ ପାଇଁ ଦରକାର ଆହୁରି ଅଧିକ ଟଙ୍କା । ତେଣୁ ସାହାଯ୍ୟ ଅପେକ୍ଷାରେ ପୂରା ପରିବାର । ଯଦି ଆପଣ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଏହି ଠିକଣାରେ ଯୋଗାଯୋଗ କରନ୍ତୁ..
Padma pradhan
A/c No-35859694571
IFSC- SBIN0003379
]]>
ଗୁରୁତର ଅବସ୍ଥାରେ କଟା ହାତ ସହ ବାଲେଶ୍ୱରର ଏହି ୨୨ ବର୍ଷୀୟ ଯୁବକଙ୍କୁ କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ଏସ୍ସିବିର ପ୍ଲାଷ୍ଟିକ୍ ସର୍ଜରୀ ଓ ଅର୍ଥୋପେଡିକ୍ ବିଭାଗର ଡାକ୍ତରମାନେ ୮ ଘଣ୍ଟା କାଳ ଅପରେସନ୍ କରି କଟା ହାତ ଯୋଡ଼ିଥିଲେ। ଏବେ ସମ୍ପୃକ୍ତ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ପୁଣିଥରେ ଦ୍ୱିତୀୟ ଜୀବନ ଦେଇଥିବାରୁ ଯୁବକ ଜଣକ ଡାକ୍ତରୀ ଟିମ୍କୁ ଧନ୍ୟବାଦ ଜଣାଇଛନ୍ତି। ସେପଟେ ଏହି ଅପରେସନ୍ ଏତେଟା ସହଜ ନଥିଲା ବୋଲି ଡାକ୍ତରୀ ଟିମ୍ କହିଛନ୍ତି। ଏଥିପାଇଁ ସେମାନଙ୍କୁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥିଲା।
]]>ଏକ ଡକାୟତି ମାମଲାରେ ସେ ଗିରଫ ହୋଇଥିଲା। କିଛି ଦିନ ହେବ ସେ ଚୌଦ୍ବାର ଜେଲରେ ଥିଲା। ଦେହ ଅସୁସ୍ଥ ଥିବା ଯୋଗୁଁ ଗତ ୨୯ ତାରିଖରୁ ଏସସିବିରେ ଚିକିତ୍ସିତ ହେଉଥିଲା ସାଜନ।
ଗତକାଲି ପୋଲିସକୁ ଶୌଚ ପାଇଁ ଯିବାକୁ କହି ଶାଢ଼ୀ ପିନ୍ଧି ସାଜନ ଖସିଯାଇଥିବା ସୂଚନା ମିଳିଛି। ତେବେ ଏନେଇ ପୋଲିସ କିମ୍ବା ଚୌଦ୍ବାର ଜେଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
ଗତ ୨୮ ତାରିଖ ନିଆଳି କସର୍ଦାରେ ଜଣଙ୍କ ଘରେ ଚୋରି ଅଭିଯୋଗରେ ଗ୍ରାମବାସୀ ଧରି ପୋଲିସରେ ଜିମା ଦେଇଥିଲେ । ଅଭିଯୁକ୍ତକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା। ଏହାପରେ ଅଭିଯୁକ୍ତ ଜଣକୁ ଚୌଦ୍ବାରା ଜେଲକୁ ପଠାଇ ଦିଆଯାଇଥିଲା।
]]>ଚିକିତ୍ସା କ୍ଷେତ୍ରରେ ନୂଆ କିର୍ତ୍ତୀମାନ ସ୍ଥାପନ କରିବ ଏସସିବି। କଟକ SCB ମେଡିକାଲରେ ପ୍ରତିଷ୍ଠା ହେବ ବହୁ ପ୍ରତିକ୍ଷୀତ ବୋନ୍ ବ୍ୟାଙ୍କ। ଯଦ୍ୱାରା ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଆସୁଥିବା ରୋଗୀ ହୁଅନ୍ତୁ ଅବା ବୋନ୍ କ୍ୟାନସରରେ ଆକ୍ରାନ୍ତ। ସମସ୍ତଙ୍କଠାରେ ସଫଳତାର ସହ କୃତ୍ରିମ ନୁହେଁ ବରଂ ପ୍ରତିରୋପଣ ହୋଇପାରିବ ଅସଲି ହାଡ଼। ରାଜ୍ୟରେ ପ୍ରଥମ କରି ଏସସିବି ମେଡିକାଲ ଅସ୍ଥିଶଲ୍ୟ ବିଭାଗରେ ବୋନ୍ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଚୂଡାନ୍ତ ହୋଇଛି।
ବିଭିନ୍ନ ଉପାୟରେ ସଂଗୃହୀତ ହେବାକୁ ଥିବା ହାଡ଼ ଗୁଡ଼ିକର ସଂରକ୍ଷଣ ସହ ଟ୍ରାନସପ୍ଲାଣ୍ଟ ଓ କ୍ରସ୍ ମ୍ୟାଚିଙ୍ଗ୍ ଲାଗି ଦରକାର ପଡୁଥିବା ଗୁରୁତ୍ବପୂର୍ଣ୍ଣ ଉପକରଣମାନ ଯେମିତିକି ବୋନ୍ ପ୍ରିଜର୍ଭ ଡିପ୍ ଫ୍ରିଜର, ଥଇଂ ମେସିନ୍ ଓ ଷ୍ଟେରଲାଇଜ୍ ମେସିନ୍ ଆଣିବାକୁ ଇତିମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି। ଆବଶ୍ୟକ ମୁତାବକ କର୍ମଚାରୀ ନିଯୁକ୍ତ ହୋଇଗଲେ ଆସନ୍ତା ୩ ମାସ ଭିତରେ ଭିତରେ ବୋନ ବ୍ୟାଙ୍କ କାର୍ଯ୍ୟକ୍ଷମ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା କହିଛନ୍ତି ଏସସିବି ମେଡିକାଲ ସୁପରିଟେଣ୍ଡେଣ୍ଟ।
ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ- କଣ ଏ ବୋନ୍ ବ୍ୟାଙ୍କ ? ବୋନ ବ୍ୟାଙ୍କ ପାଇଁ କେଉଁ ମାନଙ୍କଠାରୁ ସଂଗ୍ରହ ହେବ ହାଡ଼ ? ଏସସିବି ମେଡିକାଲ
ଅସ୍ଥିଶଲ୍ୟ ବିଭାଗ ମୁଖ୍ୟଙ୍କ ସୂଚନା ଅନୁସାରେ- ବିଭିନ୍ନ ସମୟରେ ଅର୍ଥୋପେଡିକ୍ସ ଅପରେସନ ପରେ ରୋଗୀଙ୍କ ଶରୀରରୁ କଟାଯାଉଥିବା ହାଡ଼ ଗୁଡ଼ିକ ଫିଙ୍ଗି ଦିଆଯାଉଛି। କିନ୍ତୁ ସେଗୁଡ଼ିକୁ ଯଦି ବୋନ ବ୍ୟାଙ୍କରେ ସଂରକ୍ଷଣ କରାଯାଏ, ପରେ ତାହା ଅନ୍ୟ ରୋଗୀର ଦରକାରୀ ସ୍ଥାନରେ ପ୍ରତିରୋପଣ କରାଯାଇ ପାରିବ।
ବିଶେଷକରି ବୋନ୍ ଟ୍ୟୁମରରେ ଆକ୍ରାନ୍ତ ରୋଗୀଙ୍କ ଅପରେସନ କ୍ଷେତ୍ରରେ ଏହା ଅତି ଦରକାରୀ ସାବ୍ୟସ୍ତ ହେବ। ବିଶେଷକରି ୧୮ରୁ ୪୫ ବର୍ଷର ଲୋକଙ୍କ ହାଡ଼, ବୋନ୍ ବ୍ୟାଙ୍କ ପାଇଁ ବେଶୀ ଉପାଦେୟ। ଲାଇଭ୍ ଡୋନରଙ୍କଠାରୁ ହେଉ କି ମୃତଦେହରୁ ସଂଗୃହୀତ ହାଡ଼, ଏହାକୁ ମାଇନସ୍ ୪୦ ଡିଗ୍ରୀରୁ ମାଇନସ୍ ୮୦ ଡିଗ୍ରୀ ଥଣ୍ଡାରେ ସଂରକ୍ଷିତ କରି ରଖାଯିବ। ଷ୍ଟେରଲାଇଜ୍ ହେବା ପରେ ତାହା ବ୍ୟବହାର ଉପଯୋଗୀ ହୋଇଯିବ।
ଏସସିବିରେ ବୋନ ବ୍ୟାଙ୍କ ସ୍ଥାପନ ପାଇଁ ୨୦୨୧ ମସିହାରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଗତବର୍ଷ ଡିଏମଇଟିଙ୍କ ନେତୃତ୍ବରେ ଏକ ଟିମ୍ ଏସସିବି ମେଡିକାଲ ଆସି ଅନୁଧ୍ୟାନ କରି ଏଥିପାଇଁ ଗ୍ରୀନ ସିଗନାଲ୍ ଦେଇ ସାରିଛି। ପୂର୍ବରୁ ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ୍ କ୍ୟାନସର ହସ୍ପିଟାଲ ଓ ଦିଲ୍ଲୀ ଏମ୍ସରେ ବୋନ ବ୍ୟାଙ୍କ ସୁବିଧା ରହିଛି। ଏସସିବିରେ ଏହା ପ୍ରତିଷ୍ଠା ହେଲେ ଓଡ଼ିଶାରେ ପ୍ରଥମ କରି ଏହି ସୁବିଧା ମିଳିବ।
]]>ସେମିତି ଆଉ ଜଣେ ପ୍ରାୟ ୮୦ ବର୍ଷ ବୟସର ବୃଦ୍ଧ ଜଣକ ବାଲେଶ୍ବର ରୁ ଆସିଛନ୍ତି। ତାଙ୍କ ପାଇଁ ବି ଭିତରେ ବସିବାକୁ ସ୍ଥାନ ଟିକେ କି ବାହାରେ ସୁବିଧା କିଛି ନଥିବାରୁ ସଂକ୍ରମିତ ଗୋଡ଼କୁ ଧରି ରାସ୍ତା କଡ଼ରେ ଏଇଭଳି ଅବସ୍ଥାରେ ବସି ଡାକ୍ତରଙ୍କୁ ଅପେକ୍ଷା ସେ କରିଛନ୍ତି। କଟକ ସହର ରେ ୪୦ ଡିଗ୍ରୀ ଉପରେ ତାତି ଭିତରେ ଏମିତି ଜଣେ କି ଦୁଇଜଣ ନୁହଁ, ଶହ ଶହ ରୋଗୀ ବସିବା ପାଇଁ କିଏ ଗଛମୂଳ ତ ଆଉ କିଏ କାନ୍ଥ ବାଡ଼ରେ ଆଶ୍ରା ନେଇଛନ୍ତି। ଏମିତିକି ଯେଉଁଠି ବୁଲା ଗାଈ ଓ ବୁଲା କୁକୁରଙ୍କ ଗହଳି, ସେଇଠି ଆଶ୍ରୟ ନେଇଛନ୍ତି ଗୁରୁତର ରୋଗୀ।
ରେଫରାଲ ହସ୍ପିଟାଲ ଭାବେ କଟକ ବଡ଼ ମେଡିକାଲକୁ ରାଜ୍ୟ ଓ ରାଜ୍ୟ ବାହାରୁ ଦୈନିକ ଶହ ଶହ ସଂଖ୍ୟାରେ ରୋଗୀ ଆସୁଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଏତେ ସଂଖ୍ୟାରେ ରୋଗୀଙ୍କ ଆତଯାତ ଓ ଘଣ୍ଟା ଘଣ୍ଟାର ଅପେକ୍ଷା ଭିତରେ ଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦେଖି ମେଡିକାଲ ପ୍ରଶାସନ ଛାଇ ଟିକେର ବ୍ୟବସ୍ଥା କରୁନି କାହିଁକି ? ମେଡିକାଲର ଉନ୍ନତିକରଣ ପାଇଁ ଏବେ ନିର୍ମାଣ କାମ ଚାଲିଥିବାରୁ ସ୍ଥାୟୀ ନହେଲା ନାହିଁ, ଅସ୍ଥାୟୀ ଟେଣ୍ଟ୍ କି ସାମିଆନାଟେ ଟାଙ୍ଗିବାରେ ଅସୁବିଧା କେଉଁଠି? ଦିନ ୧୦ଟା ପରେ ଲୋକ ଘରୁ ନବାହାରିକୁ ସରକାରଙ୍କ ଗାଇଡଲାଇନ୍ ଭିତରେ ଏଠି ରୋଗୀ ଓ ରୋଗୀ ସମ୍ପର୍କୀୟ ଘଣ୍ଟା ଘଣ୍ଟ ଧରି ଖରାରେ ଅପେକ୍ଷା କେତେଦୂର ଠିକ୍ ?
]]>ଟିକେଟ୍ ପାଇଁ ଲମ୍ବା ଲାଇନ୍ କରିଥିଲେ ଶହଶହ ଲୋକ । ମେଡିକାଲ କାନ୍ଥରେ ସ୍ପଷ୍ଟ ଲେଖାଯାଇଛି କି ଘରେ ବସି ଅନଲାଇନ୍ରେ ଆପଣ କରିପାରିବେ ଟିକେଟ୍ । ଏମିତିକି କେଉଁ ସମୟରେ ଟିକେଟ୍ କରିପାରିବେ ସେନେଇ ସବିଶେଷ ତଥ୍ୟ ବି ଦିଆଯାଇଛି । ହେଲେ ବାସ୍ତବରେ ଯଦି ଆପଣ ଅନଲାଇନ୍ ଟିକେଟ୍ କରିବାକୁ ପ୍ରୟାସ କରୁଛନ୍ତି ତାହାଲେ ରାତି ସରିଯିବ ହେଲେ ଟିକେଟ୍ ହେବନି । ଏକଥା ଆମେ ନୁହେଁ ବରଂ ରୋଗୀଙ୍କ ସମ୍ପର୍କୀୟ କହୁଛନ୍ତି ।
ବାଲେଶ୍ୱର ଅଞ୍ଚଳରୁ ନିଜ ବାପାଙ୍କୁ ନେଇ ଜଣେ ବ୍ୟକ୍ତି କଟକ ଏସସିବି ଆସିଥିଲେ । ସାଇନ୍ବୋର୍ଡ ପଢିବା ପରେ ଅନଲାଇନ୍ ଟିକେଟ କାଟିବା ପାଇଁ ରାତି ସାରା ମୋବାଇଲରେ ଚେଷ୍ଟା କଲେ ହେଲେ ଲାଭ କିଛି ହେଲାନି । ମୋବାଇଲରେ ଲେଖିଲା YOUR SERVICE IS NOT PRIVATE । ତେଣୁ ରାତିସାରା ଅନିଦ୍ରା ହୋଇ ଟିକେଟ୍ କାଟିକାଟି ଥକିଯିବା ପରେ ଏବେ ପୁଣି ସେହି ଲାଇନ୍ରେ ଛିଡ଼ା ହୋଇ କରୁଛନ୍ତି ଟିକେଟ୍ ।
ସୂଚନା ଅନୁସାରେ, ଗତବର୍ଷ ମେ’ ମାସ ୯ ତାରିଖରେ ଏସସିବି ମେଡିକାଲରେ ଆରମ୍ଭ ହୋଇଥିଲା ଅନଲାଇନ୍ ଆଉଟଡୋର ଟିକେଟ ପଞ୍ଜିକରଣର ବ୍ୟବସ୍ଥା । ପ୍ରତିଦିନ ୩ ହଜାରରୁ ଅଧିକ ରୋଗୀ ଆସୁଥିବାରୁ କେମିତି ସୁରକ୍ଷିତ ଭାବରେ ରୋଗୀ ସେବା ଚାଲିବ ତାହାକୁ ଦୃଷ୍ଟିରେ ରଖି ଅନଲାଇନ୍ ଟିକେଟ୍ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ କିଛିଦିନ ଚାଲିବା ପରେ ପୁଣି ବନ୍ଦ ହୋଇଗଲା ଅନଲାଇନ୍ ଟିକେଟ୍ ବ୍ୟବସ୍ଥା ।
ଖାଲି ଏତିକି ନୁହେଁ ବରଂ କାଉଣ୍ଟରରେ କମ୍ପ୍ୟୁଟର ଅଛି ହେଲେ କର୍ମଚାରୀ ନାହାନ୍ତି । ଅନଲାଇନ୍ରେ ଟିକେଟ କାଟି ମୋବାଇଲରେ ଦେଖେଇବା ପରେ ଆପଣଙ୍କୁ କାଉଣ୍ଟରରୁ ପ୍ରିଣ୍ଟ ଆଉଟ୍ ମିଳିବା କଥା । ହେଲେ କାଉଣ୍ଟରରେ ତାଲା ପଡୁଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା ଏମିତି ଅବସ୍ଥାକୁ ମାନିବାକୁ ନାରାଜ ମେଡ଼ିକାଲ କର୍ତ୍ତୃପକ୍ଷ । ଓଲଟି ବୈଷୟିକ ତ୍ରୁଟିକୁ ଦୋଷ ଦେଇ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା କରିଛନ୍ତି।
ସ୍ୱାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା କଥା କହୁଛନ୍ତି ରାଜ୍ୟ ସରକାର । ଏଥିଲାଗି ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଉଛି । ହେଲେ ବାସ୍ତବସ୍ଥିତି କଣ ତାହା ଆପଣଙ୍କ ସାମ୍ନାରେ । ଏମିତି ଅବ୍ୟବସ୍ଥାରେ ମେଡିକାଲ ଚାଲିଲେ ଏସସିବି ଏମ୍ସ ପ୍ଲସ୍ ହୋଇପାରିବ ତ?
]]>ସୂଚନାଥାଉ କି, ସମ୍ପୃକ୍ତ ବୃଦ୍ଧ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ବୁଧବାର ଦିନ କ୍ୟାପିଟାଲ୍ ହସ୍ପିଟାଲ୍ରୁ କଟକ ଏସ୍ସିବି ମେଡିକାଲ୍ କୁ ରେଫର କରାଯାଇଥିଲା। ତେବେ ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା।
ଚଳିତ ବର୍ଷ ଏସ୍ସିବି ମେଡିକାଲକୁ ମୋଟ୍ ୩ ଜଣ କୋଭିଡ୍ ଆକ୍ରାନ୍ତ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଡିସ୍ଚାର୍ଜ ହୋଇଛନ୍ତି। ଏବେବି ଜଣେ ଚିକିତ୍ସିତ ହେଉଛନ୍ତି। ତେବେ ବୃଦ୍ଧଙ୍କର କୋଭିଡରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ପରେ ଏନେଇ ମେଡିକାଲ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ରଖିଛନ୍ତି। ଏହା କୋଭିଡ୍ ଜନିତ ମୃତ୍ୟୁ ନୁହେଁ ବୋଲି ମେଡିକାଲ୍ କର୍ତ୍ତୃପକ୍ଷ କହିଛନ୍ତି।
]]>
ଶ୍ୱାସନଳୀରେ ଟ୍ୟୁମର ଥିବାରୁ ତାଙ୍କୁ ନିଶ୍ଚେତକ ଦେବା ସମ୍ଭବ ନଥିଲା । ସେଥିପାଇଁ ଇକମୋ ମେସିନ ସହାୟତାରେ ଅପରେସନ କରାଯାଇଥିଲା । ତେବେ ଆଗକୁ ଆହୁରି ଅଧିକ ରୁ ଅଧିକ ଅପରେସନ ଏସୀୟ ମେସିନ ସହାୟତାରେ କରାଯିବ ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ ।
#ଏକ୍ମୋ_ସପୋର୍ଟରେ_ବିରଳ_ଅପରେସନ୍
— ଓଟିଭି (@otvkhabar) April 10, 2023
ଓଡ଼ିଶାରେ ପ୍ରଥମ ଥର ଏକ୍ମୋ ମେସିନ ସପୋର୍ଟରେ ଅପରେସନ୍ । କଟକ SCBରେ ଏକ୍ମୋ ସପୋର୍ଟରେ ବିରଳ ଅପରେସନ୍ । #Cuttack #OTV pic.twitter.com/JvfLqwjXQw
ପ୍ରଥମ ଥର ପାଇଁ ଇକମୋ ମେସିନ୍ ସପୋର୍ଟ ଦ୍ୱାରା ଓଡ଼ିଶା ରେ ଅପରେସନ ହୋଇଛି । କଟକ ଏସସିବି ମେଡିକାଲ ରେ ୯ ଟି ଇକମୋ ମେସିନ ରହିଥିଲା ବେଳେ କୋଭିଡ ପରେ ଏହି ବ୍ୟବହାର ହେଉନଥିଲା ।
ଏସସିବି ମେଡିକାଲ ବିଭାଗୀୟ ମୁଖ୍ୟ, କାର୍ଡିଓଥୋରାସିସ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ କହିଛନ୍ତି, ଏହି ଇକମୋ ମେସିନଟି ଖାଲି କୋଭିଡ ରୋଗୀଙ୍କ ବ୍ୟବହାର କରାଯାଏ ନାହିଁ। ଅନ୍ୟ ରୋଗର ମଧ୍ୟ ଚିକିତ୍ସା କରାଯାଇଥାଏ। ଯେପରି ନଦୀରେ ବୁଡ଼ି ଯିବା ଫଳରେ ପାଣି ପଶି ଫୁସଫୁସ୍ ଖରାପ ହୋଇଯିବା, ନିମୋନିଆରେ ଫୁସଫୁସ୍ ଖରାପ ହୋଇଯିବା, ହାର୍ଟ ଟ୍ରାନ୍ସପରେଣ୍ଟ ଓ ଫୁସଫୁସ୍ ଟ୍ରାନ୍ସପରେଣ୍ଟ କ୍ଷେତ୍ରରେ ଇକମୋ ମେସିନଟି ବ୍ୟବହାର କରାଯାଇଥାଏ। ୯ଟି ଇକମୋ ମେସିନ ଆମ ମେଡିକାଲରେ କାର୍ଯ୍ୟକାରୀ କରାଯାଉଛି।
]]>କଟକ ଜଗତପୁର ଅଞ୍ଚଳର ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ୍ସିବି କାର୍ଡିଓଥୋରାସିସ ବିଭାଗରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ। ଏହାପରେ ପରିବାର ଲୋକଙ୍କ ସହମତିରେ ତାଙ୍କ କିଡନୀ ଦୁଇଟିକୁ କାଢ଼ି ଡାକ୍ତର ଅନ୍ୟ ୨ ଜଣ କିଡ୍ନୀ ରୋଗୀଙ୍କ ଠାରେ ପ୍ରତିରୋପଣ କରିଥିଲେ।
ପୂର୍ବରୁ ବେସରକାରୀ ହସ୍ପିଟାଲ୍ରେ କିଡନୀ କଢା ଯାଇ ପ୍ରତିରୋପଣ କରାଯାଇଥିବା ବେଳେ ଏସ୍ସିବିରେ ଏହା ପ୍ରଥମ। କାର୍ଡିଓଥୋରାସିସ୍, ଆନେସ୍ଥିସିଆ,ନେଫ୍ରୋଲୋଜି ଓ ୟୁରୋଲୋଜି ବିଭାଗର ମୋଟ୍ ୧୭ ଜଣିଆ ଡାକ୍ତରୀ ଟିମ୍ ଏହି ଅସ୍ତ୍ରୋପଚାରରେ ସାମିଲ ହୋଇଥିଲେ।
]]>ସୂଚନା ଅନୁସାରେ, ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ଦୁଇ ଯୁବକ ବାଇକ୍ରେ ପାରାଦୀପ ଅଭିମୁଖେ ଯାଉଥିବା ବେଳେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା କଂକ୍ରିଟ ମିକ୍ସର ମେସିନ ସହ ସେମାନଙ୍କର ବାଇକ୍ ଧକ୍କା ହୋଇଥିଲା। ଏହାପରେ ବାଇକ୍ରେ ନିଆଁ ଲାଗି ଯିବାରୁ ଯୁବକ ଦ୍ୱୟ ପୋଡ଼ି ହୋଇଯାଇଥିଲେ।
ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଓ କଂକ୍ରିଟ ମିକ୍ସର ମେସିନକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।
]]>ହେଲେ ୟା ଭିତରେ ପାଖାପାଖି ୧୫ ମାସ ପରେ ବି ପ୍ରଥମ ପଞ୍ଜିକୃତ ରାଉରକେଲାର ସେ ବିଚିତ୍ରା ନନ୍ଦ ଖଟୁଆଙ୍କ ଟ୍ରାନ୍ସ ପ୍ଲାଣ୍ଟ କେଉଁଠି ହେଲା ତାହା ତ ଜଣା ନାହିଁ, ଏସସିବି ପାଇଁ ଏବେ ଯାଏ ସ୍ବପ୍ନରେ ରହିଯାଇଛି ଟ୍ରାନ୍ସପ୍ଲାଣ୍ଟେସନ୍ ବ୍ୟବସ୍ଥା। ଯାହାର ପରିଣାମ ଓଡ଼ିଶା ରୁ ଲିଭର ଟ୍ରାନ୍ସ ପ୍ଲାଣ୍ଟର ସୁବିଧା ନପାଇ ଉନ୍ନତ ଚିକିତ୍ସା ପାଇଁ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀ ଯିବାକୁ ପଡ଼ିଛି। ଯେଉଁଥିପାଇଁ ଟୁଇଟ୍ କରି କ୍ଷୋଭ ପ୍ରକାଶ କରିବା ସହ ଏସ୍ସିବିରେ କାହିଁକି ଏ ବ୍ୟବସ୍ଥା ଆରମ୍ଭ ହୋଇ ପାରୁନାହିଁ ବୋଲି କି ସରକାରଙ୍କ ଆନ୍ତରିକତାକୁ ପ୍ରଶ୍ନ କରିଛନ୍ତି ଅଭିନେତା ଶ୍ରୀତମ ନନ୍ଦ।
ଏପଟେ ରୋଗିଣା ଦେହ ନେଇ ବଡ଼ ମେଡିକାଲରେ ଚକ୍କର କାଟରୁଥିବା କଟକ ବାରଙ୍ଗ ଅଞ୍ଚଳର କବିରାଜ ରାଉତ। ବର୍ଷେ ହେଲା ଯକୃତ ଜନିତ ରୋଗରେ ଆକ୍ରାନ୍ତ ହୋଇ କେବଳ ମେଡିସିନ ଖାଇ ବଞ୍ଚିଥିବା କବିରାଜଙ୍କ କହିବା କଥା, ଲିଭର ଅଧାରୁ ଅଧିକ ଖରାପ ହୋଇଥିବାରୁ ଡାକ୍ତର ଟ୍ରାନ୍ସପ୍ଲାଣ୍ଟ ପାଇଁ କହିଛନ୍ତି। ଏଥିପାଇଁ ବାହାରକୁ ଗଲେ ୪୦ ଲକ୍ଷ ଟଙ୍କା ଦରକାର। ତେଣୁ ଟଙ୍କା ଆସିବ କେଉଁଠୁ, ବାହାରକୁ ଯିବି କେମିତି ବୋଲି ପ୍ରଶ୍ନ କରିଛନ୍ତି କବିରାଜ।
ତେବେ ମେଡିକାଲ କର୍ତ୍ତୃପକ୍ଷଙ୍କ କହିବା କଥା ଏସସିବିରେ ଲିଭର ପ୍ରତିରୋପଣ ପାଇଁ ମୋଟ୍ ୨୭୦ ରୋଗୀ ପଞ୍ଜୀକରଣ କରି ସାରିଲେଣି। ସେଭିତରୁ ଅର୍ଥାଭାବ ଏବଂ ଟ୍ରାନ୍ସପ୍ଲାଣ୍ଟେସନ୍ ସୁବିଧା ନପାଇ କେହି କେହି ଆଖି ବି ବୁଜିଲେଣି। ଆସନ୍ତା ଦୁଇ ମାସ ଭିତରେ ଏସସିବିରେ ଲିଭର ଟ୍ରାନ୍ସପ୍ଲାଣ୍ଟ ବ୍ୟବସ୍ଥା ଆରମ୍ଭ
ହୋଇଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି।
ରିପୋର୍ଟ: ପ୍ରଭାତ ବିଷୋୟୀ
]]>କାଞ୍ଚପଡା ଗାଁର ଜଗବନ୍ଧୁ ଜେନା ଦୀର୍ଘ ଦିନ ଧରି ନିଜ ପତ୍ନୀ ଗାୟତ୍ରୀ ଜେନାଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଇ ଆସୁଥିଲେ । ବାପ ଘରୁ ଟଙ୍କା ଆଣିବା ପାଇଁ ଗାୟତ୍ରୀଙ୍କ ଉପରେ ସବୁବେଳେ ଚାପ ପକାଉଥିଲେ । ଆଉ ଏଥିପାଇଁ କିଛି ଦିନ ଧରି ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା।
ଏହି ଘଟଣାକୁ ନେଇ ଆଜି ଭୋର ସମୟରେ ନିଶାସକ୍ତ ଅବସ୍ଥାରେ ଜଗବନ୍ଧୁ ସ୍ତ୍ରୀକୁ ଏକ ଛୁରୀରେ ଆକ୍ରମଣ କରିଥିଲେ । ସେ ଗାୟତ୍ରୀଙ୍କ ତଣ୍ଟି କାଟି ଦେଇଥିଲେ । ଏହାପରେ ଗାୟତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ପ୍ରଥମେ ଭଦ୍ରକ ମେଡିକାଲରେ ଭର୍ତ୍ତ କରିଥିଲେ ।
ହେଲେ ସେଠାରେ ତାଙ୍କ ଅବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣା ପରେ ସାବରଙ୍ଗ ପୋଲିସ ଘଟଣାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଜଗବନ୍ଧୁକୁ ଅଟକ ରଖି ପଚରାଉଚରା କରୁଛି ।
(ରିପୋର୍ଟ- ପାର୍ଥ ସାରଥୀ ନାୟକ, ଭଦ୍ରକ)
]]>ଗତକାଲି କଟକ ବଡ଼ ମେଡିକାଲରେ ଏଭଳି ଅଭାବନୀୟ ଦୃଶ୍ୟ କ୍ୟାମେରା ଲେନ୍ସରେ କଏଦ ହୋଇଥିଲେ ବି, ଏ ଘଟଣା ଯେ ପ୍ରଥମ ଥର ପାଇଁ ଘଟୁଛି ସେମିତି ନୁହେଁ। ଏସସିବିରେ ରୋଗୀଙ୍କୁ ସହାୟତା କରୁଥିବା ବହୁ ସାମାଜିକ କର୍ମୀଙ୍କ କହିବା କଥା, ଏଭଳି ଦୟନୀୟ ଦୃଶ୍ୟ ଦୈନନ୍ଦିନ ଦେଖିବାକୁ ମିଳୁଛି। ଗୁରୁତର ରୋଗୀ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବାକୁ ଅନେକ ସମୟରେ ଷ୍ଟ୍ରେଚର, ହ୍ବିଲ ଚେୟାର କିମ୍ବା ବ୍ୟାଟେରୀ ଗାଡ଼ିଟିଏ ମିଳି ପାରୁନି କିନ୍ତୁ ଅନ୍ୟପଟେ ଏଥିରେ ବୁହାଯାଉଛି ଅକ୍ସିଜେନ୍ ସିଲିଣ୍ଡର, ମେଡିସିନ୍ ଓ ଅନ୍ୟ ମେଡିକାଲ ସାମଗ୍ରୀ। ପ୍ରଶ୍ନ ଉଠୁଛି କଟକ ବଡ଼ ମେଡିକାଲ ଭଳି ରାଜ୍ୟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏଭଳି ଅବ୍ୟବସ୍ଥା ପାଇଁ ଦାୟୀ କିଏ? ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ସଂରଞ୍ଜାମ ରୋଗୀଙ୍କ କାମରେ ନଆସିବା କେତେ ଗ୍ରହଣଯୋଗ୍ୟ?
ଏଭଳି ଘଟଣା ଯଦି ରୀତିମତ ଘଟୁଥାଏ, ତାହେଲେ କର୍ତ୍ତୃପକ୍ଷ ଏହାକୁ ପ୍ରଶ୍ରୟ ଦେଉଛନ୍ତି କେମିତି? ସେପଟେ ଏ ଘଟଣାକୁ ଗୁରୁତର ସହ ନିଆଯାଇଥିବା କହିଛନ୍ତି ଏସସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ। ଏସସିବି ମେଡିକାଲକୁ ଆଗାମୀ ଦିନରେ ବିଶ୍ୱସ୍ତରୀୟ କରିବାକୁ ନାନାବିଧ ଯୋଜନା ସହ ଭିତ୍ତିଭୂମିର ବିକାଶ କରୁଛନ୍ତି ରାଜ୍ୟ ସରକାର। ତେବେ ବିଭିନ୍ନ ସମୟରେ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଅପନିନ୍ଦାରୁ ବର୍ତ୍ତି ପାରୁନି ଏଏସିବି। ପୂର୍ବରୁ ଷ୍ଟ୍ରେଚର ପାଇଁ ରୋଗୀ ସମ୍ପର୍କୀୟଙ୍କ ମୋବାଇଲ ବନ୍ଧା ରଖିବା ହେଉ କି କାଜୁଆଲିଟିରେ ରୋଗୀଙ୍କ ବେଡ୍ ତଳେ ୧୨ ଘଣ୍ଟା ଧରି ମୃତଦେହ ପଡ଼ି ରହିବା ଘଟଣା ହେଉ, ଏଭଳି ଦାୟିତ୍ୱହୀନତାକୁ ନେଇ ବାରମ୍ବାର ଚର୍ଚ୍ଚାକୁ ଆସିଛି କଟକ ବଡ଼ ମେଡିକାଲ।
(କଟକରୁ ଦେବାଶିଷ ମହାନ୍ତିଙ୍କ ରିପୋର୍ଟ)
]]>ନିଜର ଏକ ପୁତ୍ର ସନ୍ତାନ ଜନ୍ମ କରି ଭୁଲରେ ଝିଅ ଛୁଆ ନେଇଯାଇଥିବା କହୁଥିବା ପ୍ରତାପନଗରୀ ଅଞ୍ଚଳର ଜଣେ ମହିଳାଙ୍କୁ ଅଟକ ରଖିଛି ପୋଲିସ୍। ଏପଟେ ପିଲା ଜନ୍ମର ପ୍ରମାଣ ଦେଖାଇ ପାରୁନଥିବାରୁ ମେଡିକାଲ ଏସ୍ଏନସିରୁ ପିଲା ସେ ହିଁ ଚୋରି କରିଥିବାକହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ଏମିତିକି ପିଲା ଫେରାଇବାକୁ ଆସିଥିବା ମହିଳା ବଡମେଡିକାଲରେ ଆଡମିଶନ ହୋଇ ନଥିବା ମଧ୍ୟ କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ।
ସୂଚନା ଅନୁଯାୟୀ, ପୁରୀ ଚନ୍ଦନପୁର ଥାନା ଅଞ୍ଚଳର ତୋଫାନ କୁମାର ଜେନାଙ୍କ ପତ୍ନୀ ଏସସିବି ମେଡିକାଲରେ ଯାଁଳା କନ୍ୟା ପ୍ରସବ କରିଥିଲେ। ଦୁଇଟି ଶିଶୁ କନ୍ୟା ମଧ୍ୟରୁ ଜଣଙ୍କୁ କେହି ନେଇଯାଇଥିବା ଅଭିଯୋଗ ହୋଇଥିଲା। ହେଲେ ପ୍ରତାପନଗରୀର ମହିଳା ଜଣଙ୍କ କହିଛନ୍ତି, ଭୁଲ୍ରେ ତାଙ୍କୁ ପୁଅ ବଦଳରେ ଏକ ଶିଶୁ କନ୍ୟାଙ୍କୁ ଦିଆଯାଇଥିଲା। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
]]>
ସୂଚନାଥାଉ କି, SCB ମେଡିକାଲ୍ ଟିକେଟ୍ କାଉଣ୍ଟର ଭିତରେ ଜଣେ କର୍ମଚାରୀ ମଦ ପିଇବା ଭିଡିଓ ଭାଇରାଲ ହୋଇଥିଲା। ମାମଲାର ତନାଘନା ପରେ ଲିଫ୍ଟ ଅପରେଟର ତଥା ଠିକା କର୍ମଚାରୀ ସନ୍ତୋଷ ଦାସଙ୍କୁ ନିଲମ୍ବନ କରାଯାଇଛି। ମେଡିକାଲ୍ କର୍ତ୍ତୃପକ୍ଷ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।
#ମଦ_ପିଇ_ଚାକିରି_ଗଲା
— ଓଟିଭି (@otvkhabar) September 19, 2022
କଟକ SCB ମେଡିକାଲ୍ ଟିକେଟ୍ କାଉଣ୍ଟର ଭିତରେ ମଦ ପିଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ଭିଡିଓ ଭାଇରାଲ୍ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ...#SCBMedical #Cuttack #Odisha pic.twitter.com/OgPdwjZtxv
କର୍ମଚାରୀ ଜଣକ SCB ମେଡିକାଲ ଟିକେଟ୍ କାଉଣ୍ଟର ଭିତରେ ବସି ମଦ ପିଉଥିଲେ। ଭିଡିଓରେ ଟିକେଟ୍ କାଉଣ୍ଟର ଭିତରେ ପଶି ଜଣେ କର୍ମଚାରୀ ମଦ ପିଉଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ବହୁବାର ମେଡିକାଲ କାଜୁଆଲିଟିରେ କର୍ମଚାରୀମାନେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଆଉ ଏବେ ଟିକେଟ୍ କାଉଣ୍ଟର ଭିତରେ ଜଣେ କର୍ମଚାରୀ ମଦ ପିଉଥିବା ଭିଡିଓ ଭାଇରାଲ୍ ହୋଇଛି।
]]>ବାଡ ଯଦି ଫସଲ ଖାଇବ, ତେବେ ଆମେ କହିବା କାହାକୁ? ଦଲାଲି ରୋକିବାକୁ ଯାହାକୁ ନିୟୋଜିତ କରାଯାଉଛି, ସେ ନିଜେ ହିଁ ପାଲଟି ଯାଉଛନ୍ତି ଦଲାଲ। ଅର୍ଥାତ୍ ଦଲାଲଗିରି ରୋକିବାକୁ ଯେଉଁ ଠିକା ସଂସ୍ଥା ସୁରକ୍ଷାକର୍ମୀଙ୍କୁ ନିଯୁକ୍ତି କରାଯାଇଛି ସେମାନେ ହିଁ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି ।
କେତେବେଳେ ଚାକିରି କରାଇ ଦେବା ନାଁରେ ତ ପୁଣି କେତେବେଳେ ଆଗୁଆ ସିଟି ସ୍କାନ ଏବଂ ଅଲଟ୍ରାସାଉଣ୍ଡ କରାଇ ଦେବାକୁ କହି ଲୋକଙ୍କଠାରୁ ଆଦାୟ କରୁଛନ୍ତି ହଜାର ହଜାର ଟଙ୍କା । ଏମିତି ଅଭିଯୋଗ କେବଳ ଏବେ ନୁହେଁ ପୂର୍ବରୁ ବି ବହୁବାର ଆସିଛି । ଅନେକ ଧରା ବି ପଡ଼ିଛନ୍ତି। ହେଲେ ମୁନାଫାଖୋରଙ୍କ କର୍ମଚାରୀ ବେଧଡକ ନେଉଛନ୍ତି ଲାଞ୍ଚ।
ମିଳିଥିବା ସୂଚନା ଅନୁସାରେ, ଆଗୁଆ ସିଟି ସ୍କାନ ସୁବିଧା କରାଇ ଦେବାକୁ କହି ଜଣେ ରୋଗୀଙ୍କଠାରୁ ୧୪୫୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି ଠିକାରେ ନିୟୋଜିତ ଘରୋଇ ସଂସ୍ଥାର ଦୁଇ କର୍ମଚାରୀ । କୋଣାର୍କର ସୁମିତ୍ରା ମହାରାଣା ନିଜ ପୁଅକୁ ନେଇ ଏସ୍ସିବି ମେଡିକାଲ ଆସିଥିଲେ । ପୁଅର ସିଟି ସ୍କାନ କରାଇବାକୁ ଗଲା ବେଳକୁ ସିଟି ସ୍କାନ୍ ସେଣ୍ଟରରେ ସଂସ୍ଥାର ସିକ୍ୟୁରିଟି ଗାର୍ଡ ଏବଂ ଆଟେଣ୍ଡାଣ୍ଟ ତାଙ୍କୁ ଲାଞ୍ଚ ମାଗିଥିଲେ । ଯାହାକୁ ନେଇ ସୁମିତ୍ରା କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ। ପରେ ଲାଂଚୁଆ କର୍ମଚାରୀ ଧରାପଡ଼ିଥିଲେ ଓ ଦୋଷ ସ୍ୱୀକାର କରିଥିଲେ ।
କେବଳ ଏବେ ନୁହେଁ ବରଂ ଏସ୍ସିବିରେ ଥିବା ରଶ୍ମିରଂଜନ ବିଭାଗରେ ଏମିତି ବରାମ୍ବାର ଶୋଷଣରେ ଶିକାର ହେଉଛନ୍ତି ଲୋକେ। ପୂର୍ବରୁ ମଧ୍ୟ ଏଇ ଲାଂଚ କାରବାର ଅଭିଯୋଗରେ ଗିରଫ ହୋଇଥିଲେ ଦୁଇ କର୍ମଚାରୀ । କିନ୍ତୁ କାର୍ଯ୍ୟାନୁଷ୍ଠାନ ଘରୋଇ କର୍ମଚାରୀଙ୍କ ଉପରେ ପ୍ରଭାବ ପକାଉନଥିବା ପରି ମନେ ହେଉଛି । ସେପଟେ ଦଲାଲ ମୁକ୍ତ କରାଇବା ପାଇଁ ମେଡିକାଲ ପକ୍ଷରୁ ରୋଗୀଙ୍କ ଆଟେଣ୍ଡାଂଟଙ୍କୁ ପାସ୍ ଦିଆଯାଉଛି। କିନ୍ତୁ ଦଲାଲ ମୁକ୍ତ ହୋଇପାରୁନି ଏସ୍ସିବି।
ସେପଟେ ଦଲାଲ ମୁକ୍ତ କରାଇ ଏକ ସୁସ୍ଥ ବାତାବରଣ ସୃଷ୍ଟି କରି ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଆମେ ସବୁବେଳେ ପ୍ରୟାସ କରୁ ବୋଲି କହିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ । ମୋଟ୍ ଉପରେ ଏସସିବି ପରି ମେଡିକାଲରୁ ଦୈନିକ ହଜାର ହଜାର ଲୋକ ଚିକିତ୍ସା ପାଇଁ ଆସୁଛନ୍ତି । ମେଡିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାର ଚେଷ୍ଟା ବି କରୁଛନ୍ତି । ହେଲେ କିଛି ଲାଂଚୁଆ କର୍ମଚାରୀଙ୍କ ପାଇଁ ବଦନାମ ହେଉଛି ଏସସିବି ମେଡିକାଲ।
ରିପୋର୍ଟର- ଦେବାଶିଷ ମହାନ୍ତି
]]>ଶୁକ୍ରା ମୁଣ୍ଡା ବଡ଼ ମେଡିକାଲରେ ସୁରକ୍ଷା କର୍ମୀ ଓ ଫାର୍ମାସିଷ୍ଟଙ୍କୁ ଚକ୍ମା ଦେଇ ମେଡିକାଲରୁ ଖସି ପଳାଇଯାଇଛନ୍ତି । କଏଦୀ ଖସିଯାଇଥିବା ଜାଣିବାକୁ ପାଇ କଟକର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ଏନେଇ ଯାଜପୁର ରୋଡ ଉପକାରାଗାରର କର୍ମଚାରୀ ମହେନ୍ଦ୍ର କୁମାର ମୃର୍ମୁ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିବା ଜଣାପଡିଛି l ଏତଲା ପାଇବା ପରେ ମଙ୍ଗଳାବାଗ ପୋଲିସ ମାମଲା ରୁଜୁ କରି ଘଟଣାର ଛାନ୍ଭିନ୍ କରୁଛି ।
ସୂଚନା ଅନୁସାରେ, ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅଂଚଳର ଶୁକ୍ରା ମୁଣ୍ଡା ଏକ ହତ୍ୟା ମାମଲାରେ ବିଚାରାଧୀନ କଏଦୀ ଭାବେ ଯାଜପୁର ରୋଡ ଉପକାରାଗାରରେ ସଜ୍ଜା କାଟୁଥିଲେ । ସେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଗତ ୩୦ ତାରିଖରେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ ।
]]>ଜଗାର ସିଟି ସ୍କାନ ଓ MRI କରାଯାଇଥିବା ବେଳେ ଆଜି ଦିଲ୍ଲୀ ଏମ୍ସର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଜଗାର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିବେ। ୨୦୧୭ ମସିହାରେ ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଦିଲ୍ଲୀ ଏମ୍ସରେ ଅପରେସନ କରାଯାଇ ଅଲଗା କରାଯାଇଥିଲା।
ଗତ ଦେଢ଼ ବର୍ଷ ପୂର୍ବେ ଏସସିବିରେ ଚିକିତ୍ସିତ ଅବସ୍ଥାରେ ବଳିଆର ମୃତ୍ୟ ହୋଇଥିଲା। ଏହାପରେ ଜଗାକୁ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସୂଚନାଥାଉ କି, କିଛିଦିନ ପୂର୍ବେ ଜଗା ପାର୍କରେ ବୁଲିବା ସହ ସାଙ୍ଗସାଥୀଙ୍କ ସହ ମସ୍ତି କରୁଥିବା ଦେଖିବାକୁ ମିଳିଥିଲା।
ପାର୍କରେ ବୁଲିବା ସହିତ ଖସଡ଼ା ଏବଂ ଦୋଳିରେ ଦୀର୍ଘ ସମୟ ଧରି ଖେଳିଥିଲା । ପାର୍କରେ ବସି ବିଭିନ୍ନ ଲୋକଙ୍କୁ ଦେଖିବା ସହ ବେଲୁନ ସହ ଖେଳିଥିଲା । ତାପରେ ପୁଣି ମେଡିକାଲକୁ ଫେରିଥିଲା । ଏହା ପୂର୍ବରୁ ଜଗା ଫୁଲବାଣୀ ବଜାର ମଧ୍ୟ ବୁଲିବାର ଭିଡ଼ିଓ ଭାଇରାଲ ହୋଇଥିଲା ।
]]>
ଗତ ମେ’ ୨୬ ତାରିଖରେ ଅଗଷ୍ଟିନ୍ଙ୍କ ମୃତ୍ୟୁ ହୋଇଛି। ସେବେଠୁ ହସ୍ପିଟାଲ୍ର ଶବ ସଂରକ୍ଷଣ ଗୃହରେ ତାଙ୍କର ମୃତଦେହ ପଡ଼ି ରହିଛି। ଦିଲ୍ଲୀ ପଠାଇବାକୁ ଏଯାଏ ଅନୁମତି ମିଳିପାରୁନି। ଅନ୍ୟପକ୍ଷେ, ମାନବାଧିକାର କର୍ମୀ ଅଖଣ୍ଡ ନାଇଜେରୀୟ ନାଗରିକଙ୍କ ଚିକିତ୍ସା ଏବଂ ପ୍ରଶାସନିକ ଅବହେଳା ଅଭିଯୋଗ ଆଣିଛନ୍ତି। ଏପରିକି ଜାତୀୟ ମାନବାଧିକାର କମିଶନରେ ମାମଲା ବି ରୁଜୁ ହୋଇଛି।
ସୂଚନା ଅନୁସାରେ, ଅଗଷ୍ଟିନଙ୍କୁ ପାଟନାରୁ ଗିରଫ କରାଯାଇଥିଲା। ପରେ ଏକ ସାଇବର ଅପରାଧ ମାମଲାରେ ପୁରୀ ପୋଲିସ ତାଙ୍କୁ ଆଣିଥିଲା। ୨୦୧୯ ମସିହା ଫେବୃଆରୀ ୧୧ରୁ ସେ ପୁରୀ ଜେଲ୍ରେ ଥିଲେ।
ସ୍ପେଶାଲିଷ୍ଟ ଓ ଜେନେରାଲ ଆଉଟଡୋର ପାଇଁ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା ହୋଇଛି। http://eswasthya.odisha.gov.inରେ ଅନଲାଇନ୍ ଟିକେଟ୍ ମିଳୁଛି।
ଆଜିଠୁ ନିଜ ଟିକେଟ୍ କରିପାରିବେ ଏବଂ ରୋଗୀଙ୍କ ସୁବିଧା ଅନୁଯାୟୀ ଯେ କୌଣସି ସ୍ଥାନରୁ ପ୍ରିଣ୍ଟ୍ ବାହାର କରିପାରିବେ।www.eswasthya.odisha.gov.in ଲିଙ୍କ୍ରେ କ୍ଲିକ୍ କରି ରୋଗୀ OPD ଟିକେଟ୍ ପାଇଁ ପଞ୍ଜିକୃତ କରିପାରିବେ ।
ରୋଗୀଙ୍କୁ ନିଜେ ପଞ୍ଜୀକୃତ କରିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ମୋବାଇଲ୍ ଆପ୍ଲିକେସନ୍ ପ୍ରଦାନ କରିବାକୁ ଯାଉଛନ୍ତି। ଏହି ସୁବିଧା ଦ୍ୱାରା ରୋଗୀଙ୍କୁ ବିନା ବାଧାରେ ଚିକିତ୍ସା ସେବା ଯୋଗାଇବାରେ ସାହାଯ୍ୟ କରିବ ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି ।
]]>ସୂଚନା ଅନୁସାରେ, SCB ମେଡିକାଲ୍ କାଜୁଆଲିଟିରେ ଗତକାଲି ଠାରୁ ଏକ ବେଡ୍ ତଳେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତକ ଜଣକ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି।ଗତକାଲି ସକାଳେ ତାଙ୍କୁ ସମ୍ପର୍କୀୟ ମେଡିକାଲ କାଜୁଆଲିଟିରେ ଭର୍ତ୍ତି କରିଥିଲେ। ହସ୍ପିଟାଲ୍ରେ ଭର୍ତ୍ତି ହେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ସମ୍ପର୍କୀୟ ମୃତଦେହ ଛାଡ଼ି ଚାଲି ଯାଇଥିଲେ।
ବିଡ଼ମ୍ବନାର ବିଷୟ ମୃତଦେହଟି ଗତକାଲି ଠାରୁ ବେଡ୍ ତଳେ ପଡ଼ି ରହିଥିବା ବେଳେ ଉପର ବେଡ଼ରେ ଜଣେ ରୋଗୀ ଶୋଇଥିଲେ। ରୋଗୀଙ୍କ ପାଖରେ କିଛି ଲୋକ ଉପସ୍ଥିତ ଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା। ଏଭଳି ଅଭାବନୀୟ ଘଟଣା ଗଣମାଧ୍ୟମରେ ପ୍ରସାରିତ ପରେ ବେଡ୍ ତଳେ ପଡ଼ିଥିବା ମୃତଦେହକୁ ଉଦ୍ଧାର କରାଯାଇଥିଲା।
]]>ଏସସିବି ଟ୍ରମାକେୟାର କାଜୁଆଲିଟିରେ ୧୦ ଶଯ୍ୟା ବିଶିଷ୍ଟ ହିଟଷ୍ଟ୍ରୋକ ୱାର୍ଡ ଖୋଲାଯାଇଛି । ଏହି ୱାର୍ଡରେ ଗୁରୁତର ଅଂଶୁଘାତ ରୋଗୀଙ୍କ ଚିକିତ୍ସା କରାଯିବ । ଏହାସହ ଅଂଶୁଘାତ ରୋଗୀଙ୍କ ଅବସ୍ଥା ଗୁରୁତର ହେଲେ, ଆଇସିୟୁ ସ୍ଥାନାନ୍ତର କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି ।
ଏନେଇ ଏସସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି, ‘ଅଂଶୁଘାତ ରୋଗୀଙ୍କ ପାଇଁ ଟ୍ରମା କାଜୁଆଲିଟିରେ ୧୦ ଟି ବେଡ୍ ରହିଛି । ଏହା ବ୍ୟତୀତ ମେଡିସିନ୍ ଡିପାର୍ଟମେଣ୍ଟର ନିୟୁ ମେଡିସିନ୍ର 4th ଫ୍ଲୋର ଓ 5th ଫ୍ଲୋରର ୨ଟି ସ୍ଥାନରେ ଫିମେଲ୍ ରୋଗୀଙ୍କ ପାଇଁ ୮ଟି ଓ ମେଲ୍ ରୋଗୀଙ୍କ ପାଇଁ ୮ଟି ବେଡ୍ ରଖିଛୁ’ ।
]]>ଅଭିଯୋଗ ଅନୁଯାୟୀ ପୁରୀ ଅଞ୍ଚଳର ଜଣେ ରୋଗୀ ଚିକିତ୍ସା ପାଇଁ SCBରେ ଭର୍ତ୍ତି ହୋଇଥିଲେ । ହେଲେ ତାଙ୍କ ମୃତ୍ୟୁ ପରେ ଚିକିତ୍ସା ଅବହେଳର ଅଭିଯୋଗ ଆଣିଥିଲେ ତାଙ୍କ ପରିବାର ଲୋକେ । ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଡାକ୍ତର ଓ ରୋଗୀ ସଂପର୍କୀୟ ।
ଏସସିବି ମେଡିକାଲ ମେଡିସିନ ୱାର୍ଡରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ମୁହାଁମୁହିଁ ହୋଇଥିଲେ ରୋଗୀ ସଂପର୍କୀୟ ଓ ଡାକ୍ତର । ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁ ଅଭିଯୋଗ କରିବାରୁ ରୋଗୀଙ୍କ ସଂପର୍କୀୟଙ୍କୁ ଗୋଟିଏ ଘରେ ପୁରାଇ କବାଟ ବନ୍ଦ କରିଦେବା ସହ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଏପରକି ଡାକ୍ତରଙ୍କ କବଳରୁ ରୋଗୀଙ୍କ ସଂପର୍କୀୟଙ୍କୁ ଉଦ୍ଧାର କରିବାକୁ ଯାଇ ପୋଲିସ ବି ଆକ୍ରୋଶର ଶିକାର ହୋଇଛି । ଏନେଇ ଉଭୟ ପକ୍ଷ ଥାନାରେ ଏତଲା ଦେଇଥିବା ବେଳେ, ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ପୁରୀ ବ୍ରହ୍ମଗିରି ଅଞ୍ଚଳର ମହିଳା ଜଣକ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି ହୋଇଥିଲେ । ସୋମବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ତେବେ ଚିକିତ୍ସା ଅବହେଳା ଅଭିଯୋଗ ଆଣିବାରୁ ଡାକ୍ତର ମାନେ ସଂଘବଦ୍ଧ ଆକ୍ରମଣ କରିଥିବା କହିଛନ୍ତି ଆକ୍ରମଣର ଶିକାର ରୋଗୀଙ୍କ ସଂପର୍କୀୟ । ସେପଟେ ଡାକ୍ତରଙ୍କ କବଳରୁ ଉଦ୍ଧାର ପରେ ରୋଗୀଙ୍କ ସଂପର୍କୀୟଙ୍କ ଚିକିତ୍ସା କରିବା ସହ ମୃତଦେହ ହସ୍ତାନ୍ତର କରିଥିଲା ପୋଲିସ ।
ରୋଗୀଙ୍କ ସଂପର୍କୀୟଙ୍କ ଦ୍ୱାରା ଚିକିତ୍ସା ଅବହେଳା ନୂଆ ନୁହେଁ । ମାତ୍ର ଡାକ୍ତରଙ୍କ ଏଭଳି ଆଚରଣ କେବେବି ଗ୍ରହଣୀୟ ନୁହେଁ । ତେବେ ପୋଲିସର ତଦନ୍ତର ଦିଗ କେଉଁ ଆଡେ ଯାଉଛି ତାହା ଦେଖିବାକୁ ବାକି ରହିଲା ।
]]>ସୂଚନାଯୋଗ୍ୟ, ପୁରୀ ଅଞ୍ଚଳରୁ ଜଣେ ରୋଗୀ ଚିକିତ୍ସା ପାଇଁ SCBରେ ଭର୍ତ୍ତି ହୋଇଥିଲେ । ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା । ଏଥିପାଇଁ ପରିବାର ଲୋକ ଚିକିତ୍ସା ଅବହେଳାକୁ ଦାୟୀ କରିଛନ୍ତି । ଫଳରେ ଉତ୍ତେଜନା ପ୍ରକାଶ ପାଇଛି ।
]]>ସେମିତି ଜଣେ ବ୍ୟକ୍ତି ହେଉଛନ୍ତି କଟକ କନ୍ଦରପୁରର ପ୍ରକାଶ ଚନ୍ଦ୍ର ଓଝା । ନିଜ ସଂପର୍କୀୟଙ୍କୁ ଷ୍ଟ୍ରେଚରରେ ନେଇ ଏକ୍ସ-ରେ କରାଇବାର ଆବଶ୍ୟକତା ଥିବାରୁ ଟ୍ରମା କାଜୁଆଲ୍ଟି ସାମ୍ନାରୁ ବୁକିଂ କାଉଣ୍ଟରକୁ ଆସିଥିଲେ । ତେବେ ଷ୍ଟ୍ରେଚର୍ ନେବାକୁ ହେଲେ ଏଠିି ଦାଖଲ କରିବାକୁ ହେବ ମୋବାଇଲ୍ । ତେଣୁ ବିକଳ୍ପ ନଥିବାରୁ ମୋବାଇଲ୍ ଦାଖଲ କଲେ ଆଉ ଷ୍ଟ୍ରେଚର୍ ନେଇଗଲେ ।
କେବଳ ପ୍ରକାଶ ନୁହଁନ୍ତି, ଷ୍ଟ୍ରେଚର୍ ଓ ହୁଇଲ ଚେୟାର ନେଲେ ଯେ କୌଣସି ରୋଗୀଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ମୋବାଇଲ୍ ବନ୍ଧକ ପକାଇବାକୁ ହେବ । କଟକ ବଡ଼ ମେଡ଼ିକାଲକୁ ଆସୁଥିବା ଗୁରୁତର ରୋଗୀଙ୍କୁ କାଜୁଆଲିଟିରୁ ସିଟି ସ୍କାନ, ଏକ୍ସରେ, ଅଲ୍ଟ୍ରାସାଉଣ୍ଡ, ଏମ୍ଆର୍ଆଇ ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ ଏକ୍ସ-ରେ ବିଭାଗକୁ ବୋହି ନେବାକୁ ପଡ଼ିଥାଏ । ଏହା କାଜୁଆଲିଟିଠାରୁ ଦୂରରେ ଥିବା ଯୋଗୁ ଷ୍ଟ୍ରେଚର କିମ୍ବା ହ୍ୱିଲ୍ ଚେୟାର ନିହାତି ଆବଶ୍ୟକ । ସେହି ଜରୁରୀ ସ୍ଥିତିରେ ଏଠି ମାଗଣାରେ ସେବା ଯୋଗାଉଥିବା ଘରୋଇ ଠିକା ସଂସ୍ଥା ସହାୟ କିନ୍ତୁ ମୋବାଇଲ ବନ୍ଧକ ରଖୁଛି ରୋଗୀ ଓ ସମ୍ପର୍କୀୟଙ୍କଠାରୁ । ଏଭଳି ସ୍ଥିତିରେ ମେଡିକାଲ୍ କାମରେ ଆସୁଥିବା ଲୋକେ ଜରୁରୀ ବେଳେ ବିନା ମୋବାଇଲରେ କେମିତି କାହା ସହ ଯୋଗାଯୋଗ କରିବେ, କଥା ହେବେ ସେନେଇ ପ୍ରଶ୍ନ ଉଠାଇଛନ୍ତି ।
କଟକ ଏସ୍ସିବି ବଡ଼ ମେଡ଼ିକାଲ୍କୁ ଏମ୍ ପ୍ଲସ ଘୋଷଣା କରି ବିଶ୍ୱସ୍ତରୀୟ ମେଡ଼ିକାଲ୍ର ସ୍ୱପ୍ନ ଦେଖାଉଛନ୍ତି ରାଜ୍ୟ ସରକାର । ହେଲେ ଷ୍ଟ୍ରେଚର୍ ଆଉ ହୁଇଲ ଚେୟାର ପାଇଁ ଏଠି ମୋବାଇଲ ବନ୍ଧକ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବାର ଅସଲ ମୁଖା ଖୋଲିଦେଇଛି ।
]]>ତେବେ ଏହା କାଜୁଆଲିଟିଠାରୁ ଦୂରରେ ଥିବା ଯୋଗୁଁ ଷ୍ଟ୍ରେଚର କିମ୍ବା ହୁଇଲ ଚେୟାର ଆବଶ୍ୟକ । ଏଥିପାଇଁ ସେଠାରେ ଥିବା ଘରୋଇ ଠିକା ସଂସ୍ଥା ପାଖରେ ନିଜ ମୋବାଇଲକୁ ରଖିବା ପାଇଁ ପଡିଥାଏ । ଫଳରେ ରୋଗୀଙ୍କ ସମ୍ପର୍କୀୟମାନେ ନାନା ଅସୁବିଧାର ସାମ୍ନା କରୁଛନ୍ତି । ଏସସିବି ଟ୍ରମା କାଜୁଆଲିଟିରେ ଷ୍ଟ୍ରେଚର ଓ ହୁଇଲ ଚେୟାର ଅଭାବ ଯୋଗୁଁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି ।
ତେବେ ଠିକା ସଂସ୍ଥାର ଏପରି କଠୋର ପଛରେ ବଡ଼ କାରଣ ରହିଛି । ସମ୍ପର୍କୀୟମାନେ ଗୁରୁତର ରୋଗୀଙ୍କୁ ଷ୍ଟ୍ରେଚର ବା ହୁଇଲ ଚେୟାରରେ ନେଉଛନ୍ତି ସତ, ହେଲେ ଠିକରେ ଫେରାଉ ନାହାନ୍ତି । କାମ ସରିଗଲା ପରେ ଯେଉଁଠି ପାରୁଛନ୍ତି, ସେଠି ଷ୍ଟ୍ରେଚର ବା ହୁଇଲ ଚେୟାରକୁ ପକାଇ ଦେଇ ପଳାଉଛନ୍ତି । ଫଳରେ ସେସବୁ ଚୋରି ହୋଇଯାଉଛି। ଏଥିପାଇଁ ଅନ୍ୟ ରୋଗୀମାନେ ନାନା ହଇରାଣ ହେବା ସହ ଠିକା ସଂସ୍ଥା ମଧ୍ୟ କ୍ଷତି ସହୁଛି । ଏଥିପାଇଁ ମେଡିକାଲରେ ନିୟୋଜିତ ଠିକା ସଂସ୍ଥା ମୋବାଇଲ ବନ୍ଧକ ପରି ବ୍ୟବସ୍ଥା କରିଥିବା ଜଣାପଡ଼ିଛି।
]]>ସୂଚନା ଅନୁସାରେ, ଅସୁସ୍ଥତା ଯୋଗୁ ସୁରତ ମ୍ୟୁନିସିପାଲ କମିଶନର ବାଞ୍ଛାନିଧି ପାଣିଙ୍କ ବାପା ଇନ୍ଦ୍ରମଣି ପାଣି ଗତ ୧୦ ଦିନ ପୂର୍ବେ SCB ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ। କିଡ୍ନୀ ଜନିତ ସମସ୍ୟା ଓ ଉଚ୍ଚ ରକ୍ତ ଚାପ ଯୋଗୁ ICUରେ ତାଙ୍କର ଚିକିତ୍ସା ଚାଲିଥିଲା।
ତେବେ ଅଧିକ ଚିକିତ୍ସା ପାଇଁ ଆଜି ସକାଳେ ଗ୍ରୀନ୍ କରିଡରରେ ତାଙ୍କୁ ଭୁବନେଶ୍ୱର ଏୟାରପୋର୍ଟ ନିଆଯାଇଥିଲା। ବିମାନ ବନ୍ଦରରୁ ଏୟାରଲିଫ୍ଟ କରି ତାଙ୍କୁ ସୁରତ ନିଆଯିବ ବୋଲି ଜଣାପଡ଼ିଛି। ସେଠାରେ ତାଙ୍କର ଚିକିତ୍ସା ହେବ। ଇନ୍ଦ୍ରମଣି ପାଣିଙ୍କ ଘର ଢେଙ୍କାନାଳ।
]]>
୨୦୧୮ ମସିହାରେ ଏସସିବି ମେଡିକାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତ ଇନଡୋର ରୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ମେଡିସିନ ବ୍ୟବସ୍ଥା କରାଯାଇଥିଲା । ଅନୁବନ୍ଧିତ ମେଡିସିନ ଷ୍ଟୋର ଏହି ମେଡିସିନ ଯୋଗାଇବା ଦାୟିତ୍ୱ ନେଇ ଆସୁଛନ୍ତି । ଏଠାରେ କୋଟି କୋଟି ଟଙ୍କାର ବକେୟା ଥିବାରୁ ମେଡିସିନ ଯୋଗାଣ ବନ୍ଦ ରହିଛି । ବିଭାଗରେ ଭର୍ତ୍ତି ରୋଗୀଙ୍କୁ ଆବଶ୍ୟକ ଇଂଜେକସନ ମିଳିପାରୁନି ଦାମୀ ଇଂଜେକସନ ନପାଇ ଏବେ ସବୁ ରୋଗୀଙ୍କ ଅବସ୍ଥା ଧିରେ ଧିରେ ଗୁରୁତର ହେବାରେ ଲାଗିଲାଣି ।
ଏଠାରେ ଏମିତି ଅନେକ ରୋଗୀମାନେ ଦୁର୍ଦ୍ଦଶାରେ ରହିଛନ୍ତି । ଏମିତିକି ଗୋଟିଏ IVIG ଇଞ୍ଜେକସନର ଦାମ ଦଶ ହଜାର ଉପରେ ଥିବାବେଳେ ଗରିବ ଶ୍ରେଣୀର ରୋଗୀଙ୍କ ପାଇଁ ତାହା କିଣିବା ଅସମ୍ଭବ ହୋଇପଡେ । ସେଥିରେ ଶିଘ୍ର ଇଞ୍ଜେକସନ ନଦେଲେ ଯେକୌଣସି ସମୟରେ କିଛି ବି ହୋଇପାରେ ବୋଲି ଡାକ୍ତରଙ୍କ କହିଥାନ୍ତି। ଏତେ ଦାମୀ ମେଡିସିନ କିଣିବା ପାଇଁ ସମର୍ଥ ନଥିବାରୁ ମେଡିସିନ ଅପେକ୍ଷାରେ ଭାଗ୍ୟକୁ ଆଦରି ବାରଣ୍ଡାରେ ପଡିରହିଛନ୍ତି ରୋଗୀ । ମେଡିକାଲ କତ୍ତୃପକ୍ଷଙ୍କୁ ବାରମ୍ବାର ଗୁହାରି କଲେ ମଧ୍ୟ ଫଳ ଶୂନ । ସେପଟେ ଘଟଣାକୁ ସ୍ୱିକାର କରିବା ସହ ଇଞ୍ଜେକସନ ଆଣିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି କହିଛନ୍ତି ମେଡିକାଲ କତ୍ତୃପକ୍ଷ । ତେବେ ଖୋଦ୍ କଟକ ସହରରେ ଯଦି ଏଅବସ୍ଥା ତେବେ ଉପାନ୍ତରେ କଣ ହେଉଥିବ ।
]]>କନ୍ଧମାଳ ଆମ୍ବପଡା ଅଞ୍ଚଳର କୁଳମଣି ରଣାଙ୍କ ଦେଢ ବର୍ଷର ଶିଶୁ ରାଜଭିର ବିରଳ ରୋଗରେ ପୀଡ଼ିତ ଥିଲେ । ପୁଅକୁ ଭଲ କରିବା ପାଇଁ ୧୬ କୋଟି ଟଙ୍କାର ଇଞ୍ଜେକସନ ଦରକାର ବୋଲି କହିଥିଲେ ବେଙ୍ଗାଲୁରୁର ଚିକିତ୍ସା କରୁଥିବା ଡାକ୍ତର । ଏହାପରେ ରାଜବୀରଙ୍କ ଚିକିତ୍ସା ଲାଗି ବାପାମାଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସ ଯାଉଥିବା ବେଳେ ପୋଲିସ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା । ଏହାପରେ ସେଠାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
ଏସିବିରେ ଡାକ୍ତରଙ୍କୁ ଦେଖାଇବା ପରେ ଏଠାରେ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ନାହିଁ ବୋଲି ଡାକ୍ତର କହିଥିବା ରାଜବୀରଙ୍କ ବାପାମାଆ କହିଛନ୍ତି । ପରେ ପୁଅକୁ ନେଇ ସେଠାରୁ ଚାଲି ଆସିଛନ୍ତି । ରାଜବୀରଙ୍କ ବାପାମାଆ ଡାକ୍ତରଙ୍କ ଏହି ସୂଚନା ପରେ ଲୋକେ ସହାୟତା କଲେ ତାଙ୍କ ପୁଅର ଚିକିତ୍ସା ହୋଇ ପାରିବ ବୋଲି କହିଛନ୍ତି ଶିଶୁର ମାଆ ।
]]>ଆଗରୁ ପେଟ ଚିରି ଏହି ଅପରେସନ କରାଯାଉଥିବା ବେଳେ ଏଣିକି ଖୁବ୍ କମ୍ ସମୟରେ ନୂଆ ପଦ୍ଧତିରେ ଅପରେସନ୍ ହୋଇପାରିବ। ଏ ନେଇ ଆଜି ଏସସିବି ମେଡିକାଲ ପରିସରରେ ଲାଇଭ ଓ୍ୱାର୍କସ୍ ଅନୁଷ୍ଠିତ ହୋଇଯାଇଛି। ଏହି ଦିନିକିଆ କର୍ମଶାଳାରେ ଦିଲ୍ଲୀ ମେଦାନ୍ତ ହସପିଟାଲର ଏଣ୍ଡୋସ୍କୋପି ବିଭାଗ ନିର୍ଦ୍ଦେଶକ ଡକ୍ଟର ରାଜେଶ ପୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଓଡ଼ିଶାରେ ପ୍ରଥମଥର ପାଇଁ ଏସସିବି ମେଡିକାଲରେ ମାଗଣାରେ ଜଣେ ରୋଗୀ ଏହି ରୋଗର ଚିକିତ୍ସା କରିପାରିବେ। ଏହି ରୋଗକୁ ଆକାଲିସା କାଡିଆ ରୋଗ କୁହାଯାଏ। ଯେଉଁଥିରେ ଖାଦ୍ୟ ନଳୀ ଜାମ୍ ହୋଇଯାଇଥାଏ। ଯାହାଦ୍ୱାରା ଖାଦ୍ୟ ଆଉ ତଳକୁ ଯାଇ ପାରେ ନାହିଁ। ଆଉ ଘରୋଇ ହସ୍ପିଟାଲରେ ଏହାର ଅସ୍ତ୍ରୋପଚାର କଲେ ୨ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।
ଆଜି ପ୍ରଥମ ଦିନରେ ତିନିଜଣ ରୋଗୀଙ୍କର ଆକାଲିସା କାଡିଆ ଅସ୍ତ୍ରୋପଚାର କରାଯିବ ବୋଲି କୁହାଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସସିବିର ଅଧ୍ୟକ୍ଷ ଡକ୍ଟର ଦତ୍ତେଶ୍ୱର ହୋତା, ଡକ୍ଟର ଏସପିସିଂ, ଡକ୍ଟର ବନବିହାରୀ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ଏ ନେଇ ଏସସିବିର ଆସୋସିଏଟ ପ୍ରଫେସର ଡଃ ପ୍ରଶାନ୍ତ ପରିଡା କହିଛନ୍ତି, ପ୍ରଥମଥର ଲାଗି ଓଡ଼ିଶାରେ ଏଭଳି ଅପରେସନ୍ ହେଉଛି। ନିଶ୍ଚିତ ଭାବେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବର କଥା। ଏହା ସମ୍ପୂର୍ଣ୍ଣ ମାଗଣା। ଏଥିପାଇଁ କାହାରିକୁ ଟଙ୍କାଟିଏ ବି ଦେବାକୁ ପଡ଼ିବ ନାହିଁ। ଏହି ଅପରେସନ୍ ପରେ ଜଣେ ରୋଗୀ ଦିନକ ଭିତରେ ସୁସ୍ଥ ହୋଇ ଘରକୁ ଫେରିପାରିବ।
]]>ବିଭିନ୍ନ ପଦ୍ଧତିରେ ମେରୁଦଣ୍ଡର ପୁନର୍ଗଠନ ସହ ସୁଷୁମ୍ନାକାଣ୍ଡକୁ ଢିଲା ପାଇଁ ଯୋଜନା କରିଥିଲେ ବିଶେଷଜ୍ଞ ଟିମ୍। ନିଶ୍ଚେତକ ବିଭାଗର ଡାକ୍ତର ନିବେଦିତା ପାଣି, ଡ଼ାକ୍ତର ଦେବାଶିଷ ସ୍ବାଇଁ ଏବଂ କାର୍ଡିଓଥୋରାସିସ ବିଭାଗର ପ୍ରଫେସର ମନୋଜ ପଟ୍ଟନାୟକଙ୍କ ସହ ନ୍ୟୁରୋସର୍ଜରୀ ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ରଙ୍କୁ ନେଇ ଡାକ୍ତରୀ ଟିମ ଏହି ଅସ୍ତ୍ରୋପଚାର କରିଥିଲେ।
ରୋଗୀର ପଞ୍ଜରା ହାଡ଼ ମଧ୍ୟ ଦେଇ ଫୁସଫୁସକୁ ସଙ୍କୁଚିତ କରି ମେରୁଦଣ୍ଡରେ ଟିଟାନିୟମ ଜାଲି ଲଗାଯାଇଛି। ଯାହା ଏସସିବି ମେଡିକାଲରେ ପ୍ରଥମ ବୋଲି କୁହାଯାଇଛି। ଅପରେସନ ପରେ ଏବେ ରୋଗୀ ସୁସ୍ଥ ଥିବା ସହ ଆଉ କିଛି ଦିନ ପରେ ସେ ଚାଲିବାକୁ ସକ୍ଷମ ହୋଇପାରିବେ ବୋଲି ଡାକ୍ତର କହିଛନ୍ତି। ତେବେ ଏଭଳି ବିରଳ ଅସ୍ତ୍ରୋପଚାର ଫଳରେ ନୂଆ ଜୀବନ ପାଇଛନ୍ତି ସିପ୍ରା। ତେଣୁ ତାଙ୍କ ପରିବାର ସହ ବିଭିନ୍ନ ମହଲରୁ ଡାକ୍ତରୀ ଟିମ୍କୁ ପ୍ରଂଶସା କରାଯାଇଛି।
ରିପୋର୍ଟ: ପ୍ରଭାତ ବିଷୋୟୀ
]]>ଗତ ସେପ୍ଟେମ୍ବର ୧୧ରେ ଏସ୍ସିବିରେ ଇକ୍ମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିଲା। ସେ ଥିଲେ ପ୍ରଥମ ରୋଗୀ, ଯିଏକି ଏସ୍ସିବିରେ ଇକ୍ମୋରେ ଚିକିତ୍ସାଧୀନ ଥାଇ ପ୍ରାଣ ହରାଇଥିଲେ। ମୃତକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ। ଗତ ୨୯ ତାରିଖରେ ସମ୍ପୃକ୍ତ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଫୁସ୍ଫୁସ୍ ସଂକ୍ରମିତ ହୋଇଥିଲା। ଏହାପରେ ତାଙ୍କୁ ଏସ୍ସିବି କରୋନା ଓ୍ଵାର୍ଡରୁ ଇକ୍ମୋ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା।
ସୂଚନାଥାଉ କି, ଚଳିତ ବର୍ଷ ଅଗଷ୍ଟ ୨୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏସ୍ସିବିରେ ୯ଟି ଇକ୍ମୋ ମେସିନ୍ ଉଦ୍ଘାଟନ କରିଥିଲେ ଓ ଅଗଷ୍ଟ ୨୯ରେ ଇକ୍ମୋ ଚିକିତ୍ସା ଆରମ୍ଭ ହୋଇଥିଲା। ପ୍ରଥମ ଇକ୍ମୋ ରୋଗୀ ଭାବେ କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳା ଭର୍ତ୍ତି ହୋଇଥିଲେ।
]]>
ଗତ ୨୯ ତାରିଖରେ ସମ୍ପୃକ୍ତ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଫୁସ୍ଫୁସ୍ ସଂକ୍ରମିତ ହୋଇଥିଲା। ଏହାପରେ ତାଙ୍କୁ ଏସ୍ସିବି କରୋନା ଓ୍ଵାର୍ଡରୁ ଇକ୍ମୋ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି।
ଅନ୍ୟପକ୍ଷରେ, କରୋନାରେ ଆକ୍ରାନ୍ତ ହୋଇଥିବା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ଗତକାଲି ଏସ୍ସିବି ଇକ୍ମୋ ୟୁନିଟ୍ରେ ଭର୍ତ୍ତି କରାଯାଇଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଏସ୍ସିବି ମେଡିକାଲ୍ର ଇକ୍ମୋ ୟୁନିଟକୁ ସ୍ଥାନାନ୍ତର କରାଯାଇଛି। କୋଭିଡ୍ ପରବର୍ତ୍ତୀ ଜଟିଳତାର ସେ ଶିକାର ହୋଇଛନ୍ତି। ଏବେ ମୋଟ ୩ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି।
ସୂଚନାଥାଉ କି, ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏସ୍ସିବିରେ ୯ଟି ଇକ୍ମୋ ମେସିନ୍ ଉଦ୍ଘାଟନ କରିଥିଲେ। ଏହାପରେ ପ୍ରଥମ ଇକ୍ମୋ ରୋଗୀ ଭାବେ କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳା ଭର୍ତ୍ତି ହେବା ପରେ ଏବେ ବଲାଙ୍ଗିରର ଜଣେ ମହିଳାଙ୍କ ଇକ୍ମୋ ଚିକିତ୍ସା ଆରମ୍ଭ ହୋଇଛି।
]]>କଟକ ବଡ଼ ମେଡ଼ିକାଲରେ ଦୁଇ ଦୁଇ ଥର ଅପରେସନ ପରେ କରୋନା ସଂକ୍ରମଣ ଆଳରେ କର୍ତ୍ତୃପକ୍ଷ ତାଙ୍କୁ ଘରକୁ ପଠାଇଦେଲେ । ତାପରେ ଘରେ ଥିବା ସମୟରେ ଅସୁସ୍ଥ ହେବାରୁ ପୁଣି ଥରେ ଏସସିବିକୁ ଯାଇଥିଲେ । କିନ୍ତୁ ତାଙ୍କର ଆଡମିଶନ୍ ହୋଇପାରିଲାନି। ତେବେ ଯିଏ ଯାହା କହିଲେ, ସେହି ଅନୁଯାୟୀ ସରକାରଙ୍କଠାରୁ ଏସସିବି ଯାଏଁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଗତ ଅଗଷ୍ଟ ୨୬ ତାରିଖରେ ଦୁଷ୍ମନ୍ତଙ୍କ ମା ରାଜ୍ୟ ସରକାରଙ୍କୁ ଚିଠି କରିଥିଲେ ବି ଏଯାଏଁ କୌଣସି ସହାୟତା ମିଳିନଥିବା ସେ ଅଭିଯୋଗ କରିଥିଲେ।
ସୂଚନା ଅନୁସାରେ, ୨୦୨୦ ମାର୍ଚ୍ଚରେ ସଡ଼କ ଦୁର୍ଘଟଣାରେ ବାମ ଗୋଡ଼ରେ ଗଭୀର କ୍ଷତ ଯୋଗୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହେବା ସହ ଦୁଇ ଦୁଇ ଥର ଅପରେସନ ବି ହୋଇଥିଲେ ଦୁଷ୍ମନ୍ତ। ଏହାପରେ ୧୫ ଜୁଲାଇ ୨୦୨୦ରେ କରୋନା ସଂକ୍ରମଣର ଆଳ କରି ଘରକୁ ପଠାଇଦେଲେ। ତାପରେ ଘରେ ଥିବା ସମୟରେ ଅସୁସ୍ଥ ହେବାରୁ ପୁଣି ଥରେ ଏସବିକୁ ଯାଇଥିଲେ। କିନ୍ତୁ ତାଙ୍କର ଆଡମିଶନ୍ ହୋଇପାରିଲାନି। ଜଗତସିଂପୁର ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଗୁହାରି କରିବା ପରେ ସେ ଏସସିବିକୁ ପଠାଇଥିଲେ ବି ସେଠାରେ ପୁଣି ନିରାଶ ହେବାକୁ ପଡ଼ିଥିଲା। ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜୁ କୃଷକ କଲ୍ୟାଣ କାର୍ଡରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରାଇଭେଟ୍ ହସ୍ପିଟାଲ୍ରେ ଚିକିତ୍ସା ହୋଇପାରିବେ ବୋଲି କହିବା ପରେ ଗତ ଫେବ୍ରୁଆରୀ ୨ରେ ଘରୋଇ ହସ୍ପିଟାଲ୍ରେ ଆଡମିଶନ୍ ହୋଇଥିଲା ତାଙ୍କର। ତେବେ ଆଜି ମଧ୍ୟାହ୍ନରେ ସେ ବିଷ ପିଇ ଥିବା ବେଳେ ଏବେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଛି।
]]>ସୂଚନାଥାଉ କି, ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏସ୍ସିବିରେ ୯ଟି ଇକ୍ମୋ ମେସିନ୍ ଉଦ୍ଘାଟନ କରିଥିଲେ। ଏହାପରେ ପ୍ରଥମ ଇକ୍ମୋ ରୋଗୀ ଭାବେ କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳା ଭର୍ତ୍ତି ହେବା ପରେ ଏବେ ବଲାଙ୍ଗିରର ଜଣେ ମହିଳାଙ୍କ ଇକ୍ମୋ ଚିକିତ୍ସା ଆରମ୍ଭ ହୋଇଛି।
ଅନ୍ୟପକ୍ଷେ, କରୋନାର ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏହାସହ ଗତକାଲିଠାରୁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ସେରୋ ସର୍ଭେ ଆରମ୍ଭ ହୋଇଥିବା ବେଳେ ଆଜି କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ସେରୋ ସର୍ଭେ କରାଯିବ। ରାଉରକେଲା ସହରର ୩ଟି ୱାର୍ଡରେ ସେରୋ ସର୍ଭେ କରାଯିବ। ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ୧୨ଟି ଜିଲ୍ଲାରୁ ୬,୬୮୦ଟି ସାମ୍ପଲ ସଂଗ୍ରହ କରାଯାଇ ପୁରା ପ୍ରକ୍ରିୟା ସାରିବାର ସ୍ୱାସ୍ଥ୍ୟ ବିଭାଗ ଯୋଜନା କରିଛି।
ରାଜ୍ୟକୁ ୩ଟି ଜୋନ୍ରେ ଭାଗ କରାଯାଇ ସେରୋ ସର୍ଭେ କରାଯାଉଛି। କେନ୍ଦ୍ରୀୟ ଜୋନ୍ରେ ଖୋର୍ଦ୍ଧା, ପୁରୀ, ଯାଜପୁର, ମୟୂରଭଞ୍ଜ ଓ ବାଲେଶ୍ୱର ରହିଛି। ସେହିପରି ଦକ୍ଷିଣ ଜୋନ୍ରେ ନବରଙ୍ଗପୁର, କନ୍ଧମାଳ ଓ କଳାହାଣ୍ଡି ଉତ୍ତର ଜୋନ୍ରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ରହିଛି। ଜନସାଧାରଣଙ୍କ ଶରୀରରେ କେତେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି, ତାହା ଜାଣିବା ପାଇଁ ଏହି ସେରୋ ସର୍ଭେ କରାଯାଉଛି।
କରୋନା ଦ୍ୱିତୀୟ ଲହର ପିକ୍ ସମୟରେ ଅନେକ ରୋଗୀଙ୍କ ପାଇଁ ଇକ୍ମୋ ଚିକିତ୍ସା ଆବଶ୍ୟକ ପଡ଼ିଥିଲା। ଓଡ଼ିଶାରେ ଏ ସୁବିଧା ନଥିବାରୁ ରୋଗୀଙ୍କୁ ଇକ୍ମୋ ଚିକିତ୍ସା ପାଇଁ ବାହାରକୁ ଯିବାକୁ ପଡୁଥିଲା। ବିଶେଷ କରି ହାଇଦ୍ରାବାଦ ଓ କୋଲକାତାକୁ ଚିକିତ୍ସା ପାଇଁ ନିଆଯାଉଥିଲା। ଏହା ବ୍ୟୟବହୁଳ ଥିଲା। ଏପରିକି ରୋଗୀଙ୍କୁ ନେବା ପାଇଁ ଏୟାର ଲିପ୍ଟିଂର ଆବଶ୍ୟକ ପଡୁଥିଲା।
]]>ଇକମୋ ଚିକିତ୍ସା ଆବଶ୍ୟକ ରୋଗ ଚୟନ ପାଇ ଏକ ଡ଼ାକ୍ତରୀ ଟିମ୍ ଗଠନ କରାଯାଇଛି। ଦିନକ ପୂର୍ବରୁ ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସସିବି ମେଡିକାଲରେ ୯ଟି ଇକମୋ ମେସିନ୍ରେ ଉଦଘାଟନ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୂର୍ବ ଭାରତର ଇକମୋ ହବ୍ ହେବ କଟକ ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍। ଆଜି ଏଠାରେ ଇକ୍ମୋ ମେସିନ୍ର ଉଦ୍ଘାଟନ କରିବା ଅବସରରେ ଏହି କଥା କହିଛନ୍ତି । ଏହା ସହିତ ରାଜ୍ୟ ସରକାର ଏଠାରେ ମାଗଣାରେ ଇକମୋ ଚିକିତ୍ସା ସେବା ଯୋଗାଇ ଦେବେ।
ସେ ଆହୁରି କହିଥିଲେ, ତୃତୀୟ ଲହର ମୁକାବିଲା ପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ। କୋଭିଡ଼ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ। ନିଜେ ସୁରକ୍ଷିତ ରହିବା ସହ ପିଲାମାନଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କରୋନା ଦ୍ୱିତୀୟ ଲହର ପିକ୍ ସମୟରେ ଅନେକ ରୋଗୀଙ୍କ ପାଇଁ ଇକ୍ମୋ ଚିକିତ୍ସା ଆବଶ୍ୟକ ପଡ଼ିଥିଲା। ଓଡ଼ିଶାରେ ଏ ସୁବିଧା ନଥିବାରୁ ରୋଗୀଙ୍କୁ ଇକ୍ମୋ ଚିକିତ୍ସା ପାଇଁ ବାହାରକୁ ଯିବାକୁ ପଡୁଥିଲା। ବିଶେଷ କରି ହାଇଦ୍ରାବାଦ ଓ କୋଲକାତାକୁ ଚିକିତ୍ସା ପାଇଁ ନିଆଯାଉଥିଲା। ଏହା ବ୍ୟୟବହୁଳ ଥିଲା। ଏପରିକି ରୋଗୀଙ୍କୁ ନେବା ପାଇଁ ଏୟାର ଲିପ୍ଟିଂର ଆବଶ୍ୟକ ପଡୁଥିଲା।
]]>