କ୍ଲାସିକ୍ ଡେବିଟ୍ କାର୍ଡ...
ସୂଚନା ଅନୁଯାୟୀ, କ୍ଲାସିକ୍, ସିଲ୍ଭର୍, ଗ୍ଲୋବାଲ୍ ଓ କଣ୍ଟାକ୍ଟଲେସ୍ ଡେବିଟ୍ କାର୍ଡ ଉପରେ ବାର୍ଷିକ ଶୁଳ୍କ ୨୦୦ ଟଙ୍କା + ଜିଏସ୍ଟିକୁ ବୃଦ୍ଧି କରିଛି । ଏହାପୂର୍ବରୁ ଏହି ଶୁଳ୍କ ୧୨୫ ଟଙ୍କା + ଜିଏସ୍ଟି ଉପରେ ଆଦାୟ କରାଯାଇଥିଲା ।
ୟୁଭୋ ଓ ଅନ୍ୟାନ ଡେବିଟ୍ କାର୍ଡ...
ଏହା ବ୍ୟତୀତ ୟୁଭୋ, ସୁନା, କମ୍ବୋ ଡେବିଟ୍ କାର୍ଡ ଏବଂ ମୋ କାର୍ଡ ଉପରେ ମଧ୍ୟ ଚାର୍ଜ ବୃଦ୍ଧି ହୋଇଛି । ଏହି କାର୍ଡଗୁଡ଼ିକରେ ବାର୍ଷିକ ରକ୍ଷଣାବେକ୍ଷଣ ଚାର୍ଜ ୧୭୫ରୁ ୨୫୦ ଟଙ୍କା + ଜିଏସ୍ଟି ସହିତ ବୃଦ୍ଧି ହୋଇଛି । ଏହାପୂର୍ବରୁ ଏହି ଶୁଳ୍କ ୧୭୫ ଟଙ୍କା + ଜିଏସ୍ଟି ଉପରେ ଆଦାୟ କରାଯାଉଥିଲା ।
ପ୍ଲାଟିନମ୍ ଡେବିଟ୍ କାର୍ଡ...
ଏସ୍ବିଆଇ ପ୍ଲାଟିନମ୍ ଡେବିଟ୍ କାର୍ଡ ଚାର୍ଜକୁ ୨୫୦ + ଜିଏସ୍ଟିରୁ ୩୨୫ ଟଙ୍କା + ଜିଏସ୍ଟିକୁ ବୃଦ୍ଧି କରାଯାଇଛି । ଏହାପୂର୍ବରୁ ଏହି ଶୁଳ୍କ ୨୫୦ ଟଙ୍କା + ଜିଏସ୍ଟି ଉପରେ ଆଦାୟ କରାଯାଇଥିଲା ।
ପ୍ରିମିୟମ୍ ବିଜନେସ୍ ଡେବିଟ୍ କାର୍ଡ...
ଏସ୍ବିଆଇ ପ୍ରିମିୟମ୍ ବିଜନେସ୍ ଡେବିଟ୍ କାର୍ଡର ବାର୍ଷିକ ଚାର୍ଜକୁ ୩୫୦ରୁ ୪୨୫ ଟଙ୍କା + ଜିଏସ୍ଟିକୁ ବୃଦ୍ଧି କରାଯାଇଛି । ଡେବିଟ୍ କାର୍ଡରେ ବାର୍ଷିକ ରକ୍ଷଣାବେକ୍ଷଣ ଚାର୍ଜ ସହିତ ୧୮ ପ୍ରତିଶତ ଜିଏସ୍ଟି ଆଦାୟ କରାଯିବ ।
ଏହି ଚାର୍ଜଗୁଡିକ ୧ ଏପ୍ରିଲ୍ ୨୦୨୪ରୁ ଡେବିଟ୍ କାର୍ଡରେ ଲାଗୁ ହେବ । ଆପଣଙ୍କୁ କହିବୁ ଯେ ବାର୍ଷିକ ଚାର୍ଜ ବ୍ୟତୀତ ଏସ୍ବିଆଇ ଡେବିଟ୍ କାର୍ଡରେ ଅନ୍ୟାନ୍ୟ ଚାର୍ଜ ମଧ୍ୟ ନେଇଥାଏ ।
]]>ଏହାପୂର୍ବରୁ ନିର୍ବଚନୀ ବଣ୍ଡ ନେଇ ଏସବିଆଇ ତଥ୍ୟର ତାଳମେଳ ନ ଥିବା କହି କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ। ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ ଦର୍ଶାଇ ଏହାକୁ ଗତମାସ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ। ୨୦୧୮ ଜାନୁଆରିରେ ମୋଦି ସରକାର ନିୟମ କରିଥିଲେ ଯେ, ଜଣେ ଯେ କୌଣସି ବ୍ୟକ୍ତି ଓ ବ୍ୟାବସାୟିକ ସଂସ୍ଥା ନିଜ ପରିଚୟ ଗୋପନ ରଖି ଇଲେକଟ୍ରୋରାଲ ବଣ୍ଡ ଜରିଆରେ ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେଇପାରିବେ।
ସୂଚନା ଅନୁସାରେ ଇଲେକ୍ଟୋରାଲ ବଣ୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ରାୟର ଏକ ମାସ ପରେ ବି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଠିକ୍ ଭାବରେ ଡାଟା ଦାଖଲ କରିପାନଥିଲେ। ଯାହାଫଳରେ ସୁପ୍ରିମକୋର୍ଟ ଏସବିଆଇକୁ ତାଗିଦ କରିବାକୁ ପଡିଥିଲା । ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ କହିଥିଲେ, ବ୍ୟାଙ୍କ କ’ଣ କୋର୍ଟର ରାୟ ବୁଝିପାରିନଥିଲା। ତେବେ ଗତ ସୋମବାରର ଶୁଣାଣିରେ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ବ୍ୟାଙ୍କ ଏବଂ କମ୍ପାନୀ ପକ୍ଷରୁ ହାଜର ହୋଇଥିବା ଓକିଲମାନଙ୍କୁ ମାର୍ଚ୍ଚ ୨୧ ତାରିଖ ଅପରାହ୍ନ ୫ଟା ପୂର୍ବରୁ ବଣ୍ଡ ସହ ଜଡିତ ସମସ୍ତ ତଥ୍ୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଏସବିଆଇ ଗୁରୁବାର ନିର୍ବାଚନ ବଣ୍ଡକୁ ନେଇ ସମସ୍ତ ତଥ୍ୟ ନିର୍ବାଚନ ଆୟୋଗଙ୍କୁ ଦେଇଛି।
]]>ଇଲେକଟୋରାଲ ବଣ୍ତ୍ର ତଥ୍ୟ ଷ୍ଟେଟ୍ ବ୍ୟାଙ୍କ୍ ଲୁଚାଇଛି ସୁପ୍ରିମକୋର୍ଟରେ ଅଭିଯୋଗ ହୋଇଥିଲା। ଏହା ସହିତ ନିର୍ବାଚନ କମିଶନଙ୍କ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁ ତଥ୍ୟ ଷ୍ଟେଟ ବ୍ୟାଙ୍କ ଦେଇଛି, ତାକୁ ୱେବସାଇଟରେ ପ୍ରକାଶ କର। ଆଗରୁ ଇଲେକଟୋରାଲ ବଣ୍ଡକୁ ରଦ୍ଦ କରିବା ସହିତ ଏହାର ସବୁ ତଥ୍ୟ ପ୍ରକାଶ କରିବାକୁ ଷ୍ଟେଟ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।
ଆଜି ଏହି ମାମଲାର ଶୁଣାଣି କିରି ସୁପ୍ରିମକୋର୍ଟ ଏସ୍ବିଆଇକୁ ଭର୍ତ୍ସନା କରିଛନ୍ତି। ଅଦାଲତ କହିଛନ୍ତି ଯେ ମାର୍ଚ୍ଚ ୧୧ର ନିଷ୍ପତ୍ତିରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ବଣ୍ଡର ସମ୍ପୂର୍ଣ୍ଣ ବିବରଣୀ, କ୍ରୟ ତାରିଖ, କ୍ରେତାଙ୍କ ନାମ ଓ ବଣ୍ଡ ନମ୍ବର ଓ ଅର୍ଥ ଗ୍ରହଣ କରିଥିବା ଦଳ ସଂପର୍କରେ ସୂଚନା ଦିଆଯିବା ଉଚିତ। କିନ୍ତୁ ଏସ୍ବିଆଇ ଏହାକୁ ଉଲ୍ଲଂଘନ କରି ପୂର୍ଣ୍ଣାଙ୍ଗ ସୂଚନା ଦେଇନାହିଁ। ସେମାନଙ୍କୁ ବଣ୍ଡ୍ ନମ୍ବର ଦେବାକୁ ହିଁ ହେବ ବୋଲି ପ୍ରଧାନ ବିଚାରପତି କହିଛନ୍ତି।
ଏସବିଆଇ କୌଣସି ତଥ୍ୟ ଲୁଚାଇ ନାହିଁ ବୋଲି ଗୁରୁବାର ସଂଧ୍ୟା ୫ଟା ସୁଦ୍ଧା ଏକ ସତ୍ୟପାଠ ଦେବାକୁ ମଧ୍ୟ ଏସବିଆଇ ଚେୟାରମ୍ୟାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଯେଉଁ ତଥ୍ୟ ଷ୍ଟେଟ ବ୍ୟାଙ୍କ ଦେଇଛି, ତାକୁ ୱେବସାଇଟରେ ପ୍ରକାଶ କରିବାକୁ ନିର୍ବାଚନ କମିଶନଙ୍କୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
]]>ନିର୍ବାଚନ ଆୟୋଗ ପକ୍ଷରୁ କରାଯାଇ ଥିବା ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏସବିଆଇକୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏସବିଆଇ ନିର୍ବାଚନ ଆୟୋଗଙ୍କୁ ଇଲେକ୍ସନ ବଣ୍ଡ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଇନଥିବା ଅଭିଯୋଗ ହୋଇଥିଲା। ଏନେଇ ଇଲେକ୍ସ କମିଶନ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏ ଉପରେ ଶୁଣାଣି କରିଥିଲେ।
ଶୁଣାଣି ସମୟରେ ଅଦାଲତ ଏସବିଆଇକୁ ତୁରନ୍ତ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ପାଞ୍ଚ ବର୍ଷ ମଧ୍ୟରେ କେଉଁମାନେ ରାଜନୈତିକ ଦଳମାନଙ୍କୁ କେତେ ଚାନ୍ଦା ଦେଇଛନ୍ତି, ସେ ବାବଦରେ ପୂରା ଡାଟା ନିର୍ବାଚନ ଆୟୋଗଙ୍କୁ ତୁରନ୍ତି ଦେବାକୁ ନିର୍ଦ୍ଦେଶ ଦେବା ସହ ବଣ୍ଡ ନମ୍ବର ମଧ୍ୟ ପ୍ରକାଶ କରିବାକୁ କହିଛନ୍ତି।
ଏଥିସହ ମାର୍ଚ୍ଚ ୧୮ରେ ପରବର୍ତ୍ତୀ ଶୁଣାଣି ସମୟରେ କାହିଁକି ତଥ୍ୟ ଦେବାରେ ଅବହେଳା କରାଯାଇଛି, ସେ ବାବଦରେ ସ୍ପଷ୍ଟୋକ୍ତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ପ୍ରକାଶ ଥାଉ କି, ଗତ ମାସ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ଇଲେକ୍ଟୋରାଲ ବଣ୍ଡର ଡାଟା ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ମାର୍ଚ୍ଚ ୧୫ ସନ୍ଧ୍ୟା ୫ଟା ସୁଦ୍ଧା ସମସ୍ଥ ତଥ୍ୟ ସାର୍ବଜନୀନ କରିବାକୁ ନିର୍ବାଚନ ଆୟୋଗଙ୍କୁ କହିଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ, ଅର୍ଥାତ୍ ଗତକାଲି ନିର୍ବାଚନ ଆୟୋଗ ୱେବସାଇଟରେ ଡାଟା ଅପଲୋଡ୍ କରିସାରିଛି। କିନ୍ତୁ ଏସବିଆଇ ଅସମ୍ପୂର୍ଣ୍ଣ ଡାଟା ଦେଇଥିବା ନିର୍ବାଚନ ଆୟୋଗ ଅଭିଯୋଗ କରିଛି।
ତେବେ ଏହି ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ କୋଟି କୋଟି ଟଙ୍କାର ପାଣ୍ଠି ପାଇଛନ୍ତି ବିଜେପି, କଂଗ୍ରେସ, ବିଜେଡି, AIADMK, BRS, ଶିବସେନା, TDP,
YSR କଂଗ୍ରେସ ଭଳି ଅନେକ ରାଜନୈତିକ ଦଳ। ସୂଚନା ଅନୁସାରେ, ୧୨ ଏପ୍ରିଲ ୨୦୧୯ ଠାରୁ ୧୫ ଫେବୃଆରୀ ୨୦୨୪ ମଧ୍ୟରେ ୧୬ ହଜାର ୫୧୮ କୋଟି ଟଙ୍କାର ୨୨ ହଜାର ୨୧୭ଟି ବଣ୍ଡ୍ ବିକ୍ରି ହୋଇଛି । ବିଜେପି ସର୍ବାଧିକ ୬ ହଜାର ୬୦ କୋଟି ୫୦ ଲକ୍ଷ ଟଙ୍କା ପାଣ୍ଠି ପାଇଥିବା ବେଳେ ତୃଣମୂଳ କଂଗ୍ରେସ ଏକ ହଜାର ୬ ଶହ ୯ କୋଟି ୫୦ ଲକ୍ଷ ଟଙ୍କା ପାଣ୍ଠି ଗ୍ରହଣ କରିଛି ।
କଂଗ୍ରେସ ୧୪ ଶହ ୨୧ କୋଟି ୯୦ ଲକ୍ଷ ଟଙ୍କା ପାଇଛି । ବିଆରଏସ ବା ଭାରତ ରାଷ୍ଟ୍ର ସମିତି ୧୨ ଶହ ୧୪ କୋଟି ୭୦ ଲକ୍ଷ ଟଙ୍କା ପାଣ୍ଠି ପାଇଛି । ସେହିଭଳି ବିଜୁ ଜନତା ଦଳ ୭୭୫ କୋଟି ୫୦ ଲକ୍ଷ ଟଙ୍କା ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ପାଇଛି ।
]]>ଟପ୍ ଟେନ୍ ଦାତା ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ମେଘା ଇଞ୍ଜିନିୟରିଂ ଆଣ୍ଡ୍ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ । ଦାନ କରିଛି ୯୬୬ କୋଟି । କ୍ବିକ୍ ସପ୍ଲାଏ ଚେନ୍ ପ୍ରାଇଭେଟ୍ ଲିମିଟେଡ୍ ୪୧୦ କୋଟି, ବେଦାନ୍ତ ୪ଶହ କୋଟି, ହଳଦିଆ ଏନର୍ଜି ଲିମିଟେଡ୍ ୩୭୭ କୋଟି, ଭାରତୀ ଗ୍ରୁପ୍ ୨୪୭ କୋଟି, ଏସେଲ୍ ମାଇନିଂ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ୨୨୪ କୋଟି, ୱେଷ୍ଟର୍ଣ୍ଣ ୟୁପି ପାୱାର ଟ୍ରାନ୍ସମିସନ୍ କଂପାନୀ ଲିମିଟେଡ୍ ୨୨୦ କୋଟି, କେଭେଣ୍ଟର ଫୁଡପାର୍କ ଇନଫ୍ରା ୧୯୫ କୋଟି ଏବଂ ଦଶମ ସ୍ଥାନରେ ରହିଛି ମଦନଲାଲ୍ ଲିମିଟେଡ୍, ଦେଇଛି ୧୮୫ କୋଟି ଟଙ୍କା।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଇଲେକ୍ଟୋରାଲ୍ ବଣ୍ଡ ତଥ୍ୟକୁ ସାର୍ବଜନୀନ କରିଛି ଭାରତୀୟ ନିର୍ବାଚନ କମିଶନ। ଇଲେକ୍ସନ କମିଶନ ୱେବସାଇଟରେ ଅପଲୋଡ୍ ହୋଇଛି ଷ୍ଟେଟ ବ୍ୟାଙ୍କ୍ ଦାଖଲ କରିଥିବା ଡାଟା । ତଥ୍ୟ ଥିବା ଦୁଇଟି ପିଡିଏଫ ମଧ୍ୟରୁ ଗୋଟିଏରେ ଇଲେକ୍ଟୋରାଲ ବଣ୍ଡର ମୂଲ୍ୟ, କ୍ରେତା ଏବଂ କ୍ରୟ ତାରିଖ ରହିଛି । ଅନ୍ୟଟିରେ ବଣ୍ଡକୁ ଏନକ୍ୟାଶ୍ କରିଥିବା ଦଳର ନାଁ, ତାରିଖ ଓ ମୂଲ୍ୟ ଲେଖାରହିଛି। ଯଥାକ୍ରମେ ୩୩୭ ଓ ୪୨୬ ପୃଷ୍ଠାର ରହିଛି ଏହି ଦୁଇଟି ପିଡିଏଫ୍ ।
ଗତ ମଙ୍ଗଳବାର ଏହି ତଥ୍ୟ SBI ଦାଖଲ କରିବା ପରେ, ଏହାକୁ ୧୫ ତାରିଖ ସୁଦ୍ଧା ସାର୍ବଜନୀନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହାକୁ ଯେମିତି ମିଳିଥିଲା ସେମିତି ପ୍ରକାଶ କରାଯାଇଛି ବୋଲି ଦର୍ଶାଇଛି ECI ।
ଏଥିରେ ୧ ହଜାରରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ବଣ୍ଡ୍ କିଣାଯାଇଥିବା ଉଲ୍ଲେଖ ରହିଛି । ଦାତା ସଂସ୍ଥା ତାଲିକାରେ ଆପୋଲୋ ଟାୟାର୍ସ, ଲକ୍ଷ୍ମୀ ନିବାସ ମିତ୍ତଲ, ଏଡିଲୁଇସ୍, ପିଭିଆର୍, କେଭେଣ୍ଟର, ସନ୍ ଫାର୍ମା, ଟରେଣ୍ଟ ପାୱାର୍, ଭାରତୀ ଏୟାରଟେଲ, ଡିଏଲ୍ଏଫ୍ କମର୍ସିଆଲ୍ ଡେଭଲପର୍ସ, ବେଦାନ୍ତ, ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍, ପିରାମଲ୍ କ୍ୟାପିଟାଲ୍ ଆଣ୍ଡ୍ ହାଉସିଂ ଫିନାନ୍ସ ଲିମିଟେଡ୍, ପେଗାସସ୍ ପ୍ରପର୍ଟିଜ୍, ବାଜାଜ୍ ଫାଇନାନ୍ସ, ଜିନ୍ଦଲ ପଲି ଫିଲ୍ମ ଲିମିଟେଡ୍, ଫିନୋଲେକ୍ସ କେବୁଲ୍ ଲିମିଟେଡ୍ ଆଦି କଂପାନୀର ନାଁ ରହିଛି ।
ଏହି କମ୍ପାନୀମାନଙ୍କଠାରୁ କୋଟି କୋଟି ଟଙ୍କାର ପାଣ୍ଠି ପାଇଛନ୍ତି ବିଜେପି, କଂଗ୍ରେସ, ବିଜେଡି, AIADMK, BRS, ଶିବସେନା, TDP, YSR କଂଗ୍ରେସ ଭଳି ଅନେକ ରାଜନୈତିକ ଦଳ। ସୂଚନା ଅନୁସାରେ, ୧୨ ଏପ୍ରିଲ ୨୦୧୯ ଠାରୁ ୧୫ ଫେବୃଆରୀ ୨୦୨୪ ମଧ୍ୟରେ ୧୬ ହଜାର ୫୧୮ କୋଟି ଟଙ୍କାର ୨୨ ହଜାର ୨୧୭ଟି ବଣ୍ ବିକ୍ରି ହୋଇଛି ।
]]>ସତ୍ୟପାଠରେ ଦର୍ଶାଯାଇଥିବା ତଥ୍ୟ ଅନୁୟାୟୀ ଏପ୍ରିଲ ୨୦୧୯ରୁ ୧୫ଫେବ୍ରୁଆରୀ ୨୦୨୪ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୨୨୨୧୭ଟି ନିର୍ବାଚନୀ ବଣ୍ଡ ଜାରି କରିଛି। ସେଥିରୁ ୨୨୦୩୦ଟି ବଣ୍ଡ ରିଡିମ୍ ହୋଇଥିବା ସତ୍ୟପାଠରେ ସୂଚନା ଦେଇଛି SBI। ତେବେ ବଳକା ୧୮୭ ବଣ୍ଡରେ ଥିବା ଟଙ୍କାକୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରେ ଜମା କରି ଦିଆଯାଇଛି। ୧ ଏପ୍ରିଲ ୨୦୧୯ରୁ ୧୧ ଏପ୍ରିଲ ୨୦୧୯ ମଧ୍ୟରେ ୩୩୪୬ଟି ନିର୍ବାଚନୀ ବଣ୍ଡ ଜାରି ହୋଇଥିବା ବେଳେ ୧୬୦୯ଟି ବଣ୍ଡ ରିଡିମ ହୋଇଛି ।
ଏସବିଆଇ ସିଏମଡି ଦୀନେଶ ଖାରା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯାଇଛି। ନିର୍ବାଚନ ବଣ୍ଡ କ୍ରୟ ଏବଂ ବିକ୍ରୟ, ଏହାର କ୍ରେତାଙ୍କ ନାମ ସମେତ ସମସ୍ତ ଆନୁସଙ୍ଗିକ ସୂଚନା ସମ୍ବନ୍ଧରେ ଏସବିଆଇ ଏକ ରିପୋର୍ଟ ପ୍ରସ୍ତୁତ କରି ଠିକ ସମୟରେ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯାଇଛି।
ଫେବ୍ରୁଆରୀ୧୫ ତାରିଖରେ ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ନେଇ କେନ୍ଦ୍ରର ନିର୍ବାଚନୀ ବଣ୍ଡ୍ ଯୋଜନାକୁ ରଦ୍ଦ କରି ଏହାକୁ ଅସାମ୍ବିଧାନିକ ବୋଲି କହିଥିଲେ। ନିର୍ବାଚନ ଆୟୋଗଙ୍କୁ ଦାନଦାତା, ଦାତାଙ୍କ ଦ୍ବାରା ଦିଆଯାଇଥିବା ଅର୍ଥରାଶି ଏବଂ ପାଇଥିବା ରାଜନୈତିକ ଦଳର ନାଁ ର ସମସ୍ତ ତଥ୍ୟ ଦଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବିବରଣୀ ଦେବାପାଇଁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିଲା SBI । ତେବେ SBI ର ଏହି ଆବେଦନକୁ ଖାରଜ କରି ୧୨ ମାର୍ଚ୍ଚ କାର୍ଯ୍ୟକାଳ ଶେଷ ସୁଦ୍ଧା ତଥ୍ୟ ଦାଖଲ କରିବାକୁ SBIକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।
ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଜରିଆରେ ମିଳୁଥିବା ଅର୍ଥର ତଥ୍ୟ ପ୍ରଦାନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଦାଖଲ କରିଥିବା ଆବେଦନ ଉପରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ବେଞ୍ଚ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ଵ ଗଠିତ ବେଞ୍ଚ ଜଷ୍ଟିସ ସଞ୍ଜୀବ କୁମାର, ବିଆର୍ ଗୱାଇ, ଜେବି ପରଦିୱାଲା ଓ ମନୋଜ ମିଶ୍ର ଏନେଇ କଡ଼ା ନିର୍ଦ୍ଦେଶ ଦେଇଥିଲେ।
]]>ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଜରିଆରେ ମିଳୁଥିବା ଅର୍ଥର ତଥ୍ୟ ପ୍ରଦାନ ପ୍ରସଙ୍ଗରେ ଗତକାଲି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଦାଖଲ କରିଥିବା ଆବେଦନ ଉପରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ବେଞ୍ଚ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ଵ ଗଠିତ ବେଞ୍ଚ ଜଷ୍ଟିସ ସଞ୍ଜୀବ କୁମାର, ବିଆର୍ ଗୱାଇ, ଜେବି ପରଦିୱାଲା ଓ ମନୋଜ ମିଶ୍ର ଏନେଇ କଡ଼ା ନିର୍ଦ୍ଦେଶ ଦେଇଥିଲେ।
ଆଜି ସୁଦ୍ଧା ବଣ୍ଡ ତଥ୍ୟ ଦେବା ପାଇଁ ଷ୍ଟେଟ ବ୍ୟାଙ୍କକୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଆଜି ସଂଧ୍ୟା ୫ଟା ସୁଦ୍ଧା ତଥ୍ୟ ୱେବସାଇଟରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଥିବା ବେଳେ ତଥ୍ୟ ଦାଖଲ କରିଛି ଏସ୍ବିଆଇ। ଷ୍ଟେଟ ବ୍ୟାଙ୍କ ଜୁନ ଯାଏ ସମୟ ମାଗିଥିଲା। ଏହାକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମକୋର୍ଟ। ଆଗରୁ ଡେଡ୍ ଲାଇନ ଥିଲା ମାର୍ଚ୍ଚ ୧୩।
ଆଗରୁ ଇଲେକଟୋରାଲ ବଣ୍ଡକୁ ରଦ୍ଦ କରିିଥିଲେ ସୁପ୍ରିମକୋର୍ଟ। ନିର୍ବାଚନୀ ବଣ୍ଡ ବେଆଇନ ବୋଲି କହିଥିଲେ। ଏଥି ପାଇଁ ଷ୍ଟେଟ ବ୍ୟାଙ୍କକୁ କଡ଼ା ପ୍ରଶ୍ନ ପଚାରିଛନ୍ତି ସୁପ୍ରିମକୋର୍ଟ। ୨୬ ଦିନରେ କଣ କରିଛ ବୋଲି ପଚାରିଲେ। ଜୁନ ଯାଏ ସମୟ ମାଗିଥିଲା ଷ୍ଟେଟ ବ୍ୟାଙ୍କ୍। ଏହାକୁ ବିରୋଧ କରିଥିଲେ ଏଡିଆର୍(ADR)।
]]>କାଲି ସୁଦ୍ଧା ବଣ୍ଡ ତଥ୍ୟ ଦେବା ପାଇଁ ଷ୍ଟେଟ ବ୍ୟାଙ୍କକୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ସଂଧ୍ୟା ୫ଟା ସୁଦ୍ଧା ତଥ୍ୟ ୱେବସାଇଟରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଷ୍ଟେଟ ବ୍ୟାଙ୍କ ଜୁନ ଯାଏ ସମୟ ମାଗିଥିଲା। ଏହାକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମକୋର୍ଟ। ଆଗରୁ ଡେଡ୍ ଲାଇନ ଥିଲା ମାର୍ଚ୍ଚ ୧୩।
ଆଗରୁ ଇଲେକଟୋରାଲ ବଣ୍ଡକୁ ରଦ୍ଦ କରିିଥିଲେ ସୁପ୍ରିମକୋର୍ଟ। ନିର୍ବାଚନୀ ବଣ୍ଡ ବେଆଇନ ବୋଲି କହିଥିଲେ। ଏଥି ପାଇଁ ଷ୍ଟେଟ ବ୍ୟାଙ୍କକୁ କଡ଼ା ପ୍ରଶ୍ନ ପଚାରିଛନ୍ତି ସୁପ୍ରିମକୋର୍ଟ। ୨୬ ଦିନରେ କଣ କରିଛ ବୋଲି ପଚାରିଲେ। ଜୁନ ଯାଏ ସମୟ ମାଗିଥିଲା ଷ୍ଟେଟ ବ୍ୟାଙ୍କ୍। ଏହାକୁ ବିରୋଧ କରିଥିଲେ ଏଡିଆର୍(ADR)।
ସୂଚନାଯୋଗ୍ୟଯେ, ଗତ ମାସରେ ଏହି ନିର୍ବାଚନୀ ବଣ୍ଡକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ। କେଉଁ ଦଳକୁ କେତେ ଟଙ୍କା ନିର୍ବାଚନୀ ବଣ୍ଡ ଆକାରରେ ମିଳିଛି ଏହାର ସମସ୍ତ ତଥ୍ୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ଫେବୃଆରୀ ୧୫ରେ ନିର୍ବାଚନୀ ବଣ୍ଡ ଆକାରରେ ରାଜନୈତିକ ଦଳକୁ ମିଳୁଥିବା ଅର୍ଥ ବ୍ୟବସ୍ଥାକୁ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ। ରାଜନୈତିକ ଦଳକୁ ପାଣ୍ଠି ପ୍ରଦାନକୁ ଅସାମ୍ବିଧାନିକ କହିବା ସହ ଦାନ ଦେଇଥିବା ଏବଂ ଦାନ ଗ୍ରହଣ କରିଥିବା ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷଙ୍କ ସମସ୍ତ ତଥ୍ୟ ମାଗିଥିଲେ। ୧୨ ଏପ୍ରିଲ ୨୦୧୯ ପରଠାରୁ ଆଜି ପର୍ଯ୍ୟନ୍ତ କିଣାଯାଇଥିବା ନିର୍ବାଚନୀ ବଣ୍ଡ ବିଷୟରେ ମାର୍ଚ୍ଚ ୬ ତାରିଖ ସୁଦ୍ଧା ତଥ୍ୟ ପ୍ରଦାନ କରିବାକୁ କୁହାଯାଇଥିଲା।
ସମସ୍ତ ତଥ୍ୟ ଅଫିସିଆଲ ୱେବସାଇଟରେ ମାର୍ଚ୍ଚ ୧୩ ସୁଦ୍ଧା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ତେବେ ଗତ ମାର୍ଚ୍ଚ ୪ ତାରିଖରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆସନ୍ତା ଜୁନ ୩୦କୁ ତଥ୍ୟ ଦାଖଲ ସମୟ ବୃଦ୍ଧି କରିବାକୁ ଆବେଦନ କରିଛି। ଏହି ପ୍ରକ୍ରିୟା ସମୟ ସାପେକ୍ଷ ହୋଇଥିବାରୁ ଅଧିକ ସମୟ ମାଗିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ତଥ୍ୟ ପ୍ରଦାନ କରାଯାଇନଥିବାରୁ ଏନଜିଓ ଏଡିଆର ପକ୍ଷରୁ ଷ୍ଟେଟ ବ୍ୟାଙ୍କ ନାଁରେ ଅଦାଲତ ଅବମାନନା ଅଭିଯୋଗ କରାଯାଇଛି।
]]>ଏହି ୫ ଜଣିଆ ବେଞ୍ଚ ମାମଲାର ଶୁଣାଣି କରିବେ। ଏହାସହ ଷ୍ଟେଟ ବ୍ୟାଙ୍କ ଅଦାଲତ ଅବମାନନା ନେଇ ହୋଇଥିବା ଆବେଦନର ମଧ୍ୟ ଶୁଣାଣି ହେବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ଵେ ତଥ୍ୟ ପ୍ରଦାନ କରିନଥିବା ନେଇ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନାଁରେ ଅଦାଲତ ଅବମାନନା ମାମଲା ହୋଇଛି। ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଆକାରରେ ମିଳିଥିବା ଅର୍ଥର ସମସ୍ତ ତଥ୍ୟ ପ୍ରଦାନ କରିବାକୁ ଷ୍ଟେଟ ବ୍ୟାଙ୍କକୁ ନିର୍ଦ୍ଦେଶ ଜାରି କରିଥିଲେ ସୁପ୍ରିମକୋର୍ଟ। ତେବେ ଏହି ତଥ୍ୟ ପ୍ରଦାନ କରିବାକୁ ଆସନ୍ତା ଜୁନ ୩୦ ସୁଦ୍ଧା ସମୟ ମାଗିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ।
ଗତ ମାସରେ ଏହି ନିର୍ବାଚନୀ ବଣ୍ଡକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ। କେଉଁ ଦଳକୁ କେତେ ଟଙ୍କା ନିର୍ବାଚନୀ ବଣ୍ଡ ଆକାରରେ ମିଳିଛି ଏହାର ସମସ୍ତ ତଥ୍ୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ଫେବୃଆରୀ ୧୫ରେ ନିର୍ବାଚନୀ ବଣ୍ଡ ଆକାରରେ ରାଜନୈତିକ ଦଳକୁ ମିଳୁଥିବା ଅର୍ଥ ବ୍ୟବସ୍ଥାକୁ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ। ରାଜନୈତିକ ଦଳକୁ ପାଣ୍ଠି ପ୍ରଦାନକୁ ଅସାମ୍ବିଧାନିକ କହିବା ସହ ଦାନ ଦେଇଥିବା ଏବଂ ଦାନ ଗ୍ରହଣ କରିଥିବା ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷଙ୍କ ସମସ୍ତ ତଥ୍ୟ ମାଗିଥିଲେ। ୧୨ ଏପ୍ରିଲ ୨୦୧୯ ପରଠାରୁ ଆଜି ପର୍ଯ୍ୟନ୍ତ କିଣାଯାଇଥିବା ନିର୍ବାଚନୀ ବଣ୍ଡ ବିଷୟରେ ମାର୍ଚ୍ଚ ୬ ତାରିଖ ସୁଦ୍ଧା ତଥ୍ୟ ପ୍ରଦାନ କରିବାକୁ କୁହାଯାଇଥିଲା।
ସମସ୍ତ ତଥ୍ୟ ଅଫିସିଆଲ ୱେବସାଇଟରେ ମାର୍ଚ୍ଚ ୧୩ ସୁଦ୍ଧା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ତେବେ ଗତ ମାର୍ଚ୍ଚ ୪ ତାରିଖରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆସନ୍ତା ଜୁନ ୩୦କୁ ତଥ୍ୟ ଦାଖଲ ସମୟ ବୃଦ୍ଧି କରିବାକୁ ଆବେଦନ କରିଛି। ଏହି ପ୍ରକ୍ରିୟା ସମୟ ସାପେକ୍ଷ ହୋଇଥିବାରୁ ଅଧିକ ସମୟ ମାଗିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ତଥ୍ୟ ପ୍ରଦାନ କରାଯାଇନଥିବାରୁ ଏନଜିଓ ଏଡିଆର ପକ୍ଷରୁ ଷ୍ଟେଟ ବ୍ୟାଙ୍କ ନାଁରେ ଅଦାଲତ ଅବମାନନା ଅଭିଯୋଗ କରାଯାଇଛି।
]]>ତେବେ ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ରେ ଚାଲିଥିବା ବେଳେ ଏହା ସ୍ଥାୟୀ ନିଯୁକ୍ତି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୩୧ଟି ପଦଦୀ ପୂରଣ ହେବ। ଆପଣ ଯଦି ଗ୍ରାଜୁଏସନ କରିଥିବେ ତେବେ ଏହି ସୁଯୋଗ ମଧ୍ୟ ନେଇପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SBI ର ଅଫିସିଆଲ୍ ୱେବ୍ସାଇଟ୍ sbi.co.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞାପନ ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ SBI Recruitment 2024 Apply for managerial and other posts Notification ଉପରେ କ୍ଲିକ୍ କରି ଦେଖିପାରିବେ।
ବଜେଟ ଆସିବା ପୂର୍ବରୁ ଏଲପିଜିର ଦାମ ପରିବର୍ତ୍ତନ ଉପରେ ସମସ୍ତଙ୍କର ନଜର ରହିଛି। ପ୍ରତିମାସର ଆରମ୍ଭରେ ତୈଳ ମାର୍କେଟିଂ କମ୍ପାନୀ ଏଲପିଜି ସିଲିଣ୍ଡରର ଦାମରେ ପରିବର୍ତ୍ତନ କରନ୍ତି। ଏହି ପରିବର୍ତ୍ତନ ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପଡ଼େ। ତେବେ ଆସନ୍ତାକାଲି ଏଲପିଜି ଦର ହ୍ରାସ କି ବୃଦ୍ଧି ହେବ ତାହା ଦେଖିବା ବାକି ରହିଲା।
ଆଜିକାଲି ଲୋକଙ୍କୁ ଟଙ୍କା ଟ୍ରାନ୍ସଫର ପାଇଁ ବ୍ୟାଙ୍କରେ ଲମ୍ୱା ଲାଇନ ଲଗାଇବାକୁ ପଡୁନି। ଘରେ ବସି ଲୋକ ମୋବାଇଲରେ ଏହି କାମ ଅତି ସହଜରେ କରିପାରୁଛନ୍ତି। ଏଥିପାଇଁ ଆଇଏମପିଏସ ଏକ ଉତ୍କୃଷ୍ଟ ମାଧ୍ୟମ। ଆସନ୍ତାକାଲି ଏଥିରେ ଏକ ପରିବର୍ତ୍ତନ ହେବାକୁ ଯାଉଛି। ୟୁଜର୍ସ କେବଳ ରିସିଭରଙ୍କ ମୋବାଇଲ ନମ୍ୱର ଓ ବ୍ୟାଙ୍କ ଆକାଉଣ୍ଟର ନାମ ଦେଇ ଆଇଏମପିଏସରେ ଟ୍ରାଞ୍ଜାକ୍ସନ କରିପାରିବେ। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ ଅନୁଯାୟୀ ଏବେ ଲାଭାର୍ଥୀ ଓ ଆଇଏଫଏସସି କୋଡର ମଧ୍ୟ ଆବଶ୍ୟକତା ରହିବ ନାହିଁ।
ପେନସନ ଫଣ୍ଡ ନିୟାମକ ଓ ବିକାଶ ପ୍ରାଧିକରଣ ଜାନୁଆରୀରେ ଏକ ମାଷ୍ଟର ସର୍କୁଲାର ଜାରି କରିଛନ୍ତି ଯେଉଁଥିରେ ରାଷ୍ଟ୍ରୀୟ ପେନସନ ପ୍ରଣାଳୀରେ ନିବେଶ ନେଇ ଦର୍ଶାଯାଇଛି। ଏଥିରେ ସ୍ପଷ୍ଟ କରାଯାଇଛି ଗ୍ରାହକ କେବଳ ପ୍ରଥମ ଘର କିଣିବା ବା ନିର୍ମାଣ ପାଇଁ ଟଙ୍କା ଉଠାଇ ପାରିବେ। ଏହି ନିୟମ ପେବୃଆରୀ ୧ରୁ ଆରମ୍ଭ କରାଯିବ।
ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ସ୍ପଷ୍ଟ କରିଛନ୍ତି ଯେ, ବିନା କେୱାଇସି ଥିବା ସମସ୍ତ ଫାସଟ୍ୟାଗ ୩୧ଜାନୁଆରୀ ପରଠାରୁ ବନ୍ଦ କରାଯିବ। ୭କୋଟି ଫାସଟ୍ୟାଗ ଜାରି କରାଯାଇଥିବା ବେଳେ କେବଳ ୪କୋଟି ଆକ୍ଟିଭ ରହିଛି। ଏହାଛଡା ୧.୨କୋଟି ନକଲି ଫାସଟ୍ୟାଗ ବୋଲି ଜଣାପଡିଛି।
ପିଏସବିର ସ୍ପେଶାଲ ଏଫଡି ଯାହାକି ଧନ ଲକ୍ଷ୍ମୀ ୪୪୪ଦିନ ଭାବେ ଜଣାଶୁଣା ଏହାର ଅବଧି ଜାନୁଆରୀ ୩୧ରେ ଶେଷ ହେବ। ପୂର୍ବରୁ ନଭେମ୍ୱର ୩୦ରୁ ଏହାକୁ ବୃଦ୍ଧି କରାଯାଇ ୩୧ଜାନୁଆରୀ ୨୦୨୪କୁ ବୃଦ୍ଧି କରାଯାଇଥିଲା। ଏହି ଏଫଡିର ଅବଧି ୪୪୪ଦିନ ଓ ସୁଧହାର ୭.୪ପ୍ରତିଶତ। ଏଥିସହ ଏସବିଆଇ ନିଜ ଗ୍ରାହକଙ୍କ ପାଇଁ ହୋମ ଲୋନରେ ରିହାତି ପ୍ରଦାନ କରୁଛି। ଯାହା ୬୫ବିପିଏସ ପର୍ଯ୍ୟନ୍ତ କମ ସୁଧରେ ଲୋନ ଅଫର ପ୍ରଦାନ କରୁଛି। ହୋମଲୋନରେ ପ୍ରୋସେସିଂ ପିସ ଓ ରିହାତିର ଶେଷ ତାରିଖ ୩୧ଜାନୁଆରୀ ୨୦୨୪ ରହିଛି।
ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କ ପେବୃଆରୀରେ ୨୦୨୩-୨୪ଆର୍ଥିକ ବର୍ଷର ଶେଷ ଗୋଲ୍ଡ ବଣ୍ଡ କିସ୍ତି ପ୍ରଦାନ କରିବ। ଏସଜିବି ୨୦୨୩-୨୪ସିରିଜ ୪ ଓ ୧୨ପେବୃଆରୀ ଖୋଲାଯାଇ ୧୬ଫେବୃଆରୀରେ ବନ୍ଦ କରାଯିବ। ଏହାପୂର୍ବରୁ ୧୮ଡିସେମ୍ୱରରେ ଖୋଲାଯାଇ ୨୨ଡିସେମ୍ୱରରେ ବନ୍ଦ କରାଯାଇଥିଲା। ଏହି କିସ୍ତି ପାଇଁ ସେଣ୍ଟ୍ରାଲ ବ୍ୟାଙ୍କ ସୁନାର ଇସ୍ୟୁ ଦର ଗ୍ରାମ ପିଛା ୬,୧୨୨ଟଙ୍କା ନିର୍ଦ୍ଧାରିତ କରିଛନ୍ତି।
]]>ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀମାନେ SBIର ଅଫିସିଆଲ୍ ୱେବସାଇଟ୍ sbi.co.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିସାଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ SBI CBO Recruitment 2023 Notificationରେ କ୍ଲିକ୍ କରି ଦେଖିପାରିବେ।
ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ SBIର ଅଫିସିଆଲ୍ ୱେବସାଇଟ୍ sbi.co.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ SBI Recruitment 2023 Apply for Manager/DM posts Notification ରେ କ୍ଲିକ୍ କରି ଦେଖିପାରିବେ।
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ପୂର୍ବତନ ଅଧ୍ୟକ୍ଷ ରଜନୀଶ କୁମାର ଅନେକ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାରେ ଥାଆନ୍ତି । କାରଣ ଚେୟାରମ୍ୟାନ ଭାବରେ ସେ କେତେ ଦରମା ପାଆନ୍ତି ତାହାକୁ ପ୍ରକାଶ କରିଥିଲେ । ଆଉ ଏବେ ପୁଣି ଥରେ ସେ ଚର୍ଚ୍ଚାରେ । କାରଣ ବ୍ୟାଙ୍କରୁ ଅବସର ନେବା ପରେ ବି ସେ ଘରେ ବସିନାହାନ୍ତି ବରଂ କାମ କରୁଛନ୍ତି । ଏକା ସାଙ୍ଗରେ ଅନେକ କମ୍ପାନୀର ବୋର୍ଡରେ ସେ ସଦସ୍ୟ ଅଛନ୍ତି । ତେଣୁ ପୂର୍ବରୁ ରଜନୀଶ ଯେତିକି ରୋଜଗାର କରୁଥିଲେ ଏବେ ତା’ଠାରୁ ଢେର ଅଧିକ ଟଙ୍କା ରୋଜଗାର କରୁଛନ୍ତି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ରଜନୀଶ କୁମାର ଏସବିଆଇ ଦରମାଠାରୁ ତିନି ଗୁଣ ଅଧିକ ଟଙ୍କା ଏବେ ରୋଜଗାର କରୁଛନ୍ତି । ବର୍ତ୍ତମାନ ସମୟରେ ଭାରତପେ, ଅମ୍ବୁଜା ସିମେଣ୍ଟ, ଲାରସେନ୍ ଆଣ୍ଡ ଟୁବ୍ରୋ ଭଳି ବଡବଡ଼ କମ୍ପାନୀଗୁଡିକର ବୋର୍ଡରେ ସେ ସଦସ୍ୟ ଅଛନ୍ତି ଅର୍ଥାତ୍ କାମ କରୁଛନ୍ତି । FY23 ବାର୍ଷିକ ରିପୋର୍ଟ ଅନୁଯାୟୀ, ରଜନୀଶ କୁମାରଙ୍କୁ ବିଭିନ୍ନ କମ୍ପାନୀ ପକ୍ଷରୁ ୧ କୋଟିରୁ ଅଧିକ ଟଙ୍କା ମିଳୁଛି । ଯାହାକି ସେ ସରକାରୀ ଚାକିରି କାଳରେ ପାଇନଥିଲେ । ଖାଲି ଦରମା ମିଳୁଛି ତାହା ନୁହେଁ ବରଂ ଗାଡ଼ି ମଟର ସହ ଅନେକ ପ୍ରକାର ସୁବିଧା ତାଙ୍କୁ ବିଭିନ୍ନ କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଉଛି । ଏସବୁକୁ ନେଇ ଏବେ ରଜନୀଶ ଚର୍ଚ୍ଚାରେ ଅଛନ୍ତି ।
]]>
ବ୍ୟାଙ୍କର ସୂଚନା ଅନୁସାରେ, ଯେଉଁ ଗ୍ରାହକ ଋଣ ନେଇ କିସ୍ତି ଦେବାରେ ଅବହେଳା କରିବେ ବା ଡିଫଲ୍ଟ କରିବାକୁ ଯୋଜନାରେ ରହିଥିବେ ସେମାନଙ୍କ ନିକଟକୁ ବ୍ୟାଙ୍କ ନୋଟିସ୍ ଦେବା ବଦଳରେ ଏହି ନୂତନ ଉପାୟ ଅବଲମ୍ବନ କରିବ । ଡିଫଲ୍ଟ ଗ୍ରାହକମାନଙ୍କ ଅଜାଣତରେ ସେମାନଙ୍କୁ ଏପରି ନୂତନ ଶୈଳୀରେ ଭେଟିବ ବୋଲି ସୂଚନା ମିଳିଛି ।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ରିଟେଲ୍ ଲୋନ୍ ବା ଖୁଚୁରା ଋଣ ନେଇଥିବା ଗ୍ରାହକଙ୍କ ନିକଟରେ ଏପରି ଘଟଣା ଅଧିକ ଘଟୁଛି । ଦିଆଯାଇଥିବା ତଥ୍ୟ ଅନୁସାରେ, SBI ରିଟେଲ୍ ଲୋନ୍ ୧୬.୪୬ରୁ ବୃଦ୍ଧି ହୋଇ ଏହା ଜୁନ୍ ୨୦୨୩ରେ ୧୨,୦୪,୨୭୯ କୋଟିରେ ପହଞ୍ଚିଛି । ଯାହାକି ପୂର୍ବ ବର୍ଷ ୧୦,୩୪,୧୧୧ କୋଟି ଟଙ୍କା ରହିଥିଲା । ବର୍ଷିକ ତୁଳନାରେ ଏହା ୧୩.୯ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି କୁହାଯାଇଛି ।
SBIର ଭାରାପ୍ରାପ୍ତ ପରିଚାଳନା ନିର୍ଦ୍ଦେଶକ ଅଶ୍ୱିନୀ କୁମାର ତେୱାରୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରିଟେଲ୍ ଲୋନ୍ଧାରୀମାନଙ୍କୁ ସେମାନଙ୍କ ଋଣ ପରିଶୋଧ କରିବାକୁ ମନେ ପକାଇବା ପାଇଁ ଆମେ ଏପରି ପ୍ରୟାସ କରୁଛୁ । ଡିଫଲ୍ଟ ବିଷୟରେ ସଚେତନ କରିବା ଆମର ଲକ୍ଷ୍ୟ ରହିଛି । ଯେଉଁମାନେ ଡିଫଲ୍ଟ ହେବାର ସମ୍ଭାବନା ରହିଥିବେ ସେମାନଙ୍କୁ ଆମର ପ୍ରତିନିଧିମାନେ ଭେଟି ଚକୋଲେଟ୍ ପ୍ୟାକ୍ ଦେବେ ।
ତାହା ସହିତ ତାଙ୍କର ଆଗାମୀ EMI ଗୁଡ଼ିକ ସମ୍ପର୍କରେ ମନେପକାଇବେ । ସେମାନଙ୍କୁ କୌଣସି ନୋଟିସ ଦିଆଯିବ ନାହିଁ । ଅଜାଣତରେ SBI ସେମାନଙ୍କ ଘରକୁ ଯିବା ସହ ଚକୋଲେଟ୍ ଦେଇ EMI କଥା ମନେପକାଇବ । ଏହି ପଦକ୍ଷେପକୁ କାର୍ଯ୍ୟକାରୀ କରାଯିବାନେଇ ବିଚାର କରାଯାଇଛି । ଯଦି ଏହା ସଫଳ ହୁଏ ତେବେ ଆଗାମୀ ଦିନରେ ଏସ୍ବିଆଇ ପକ୍ଷରୁ ଏହା ଘୋଷଣା କରାଯାଇପାରେ ବୋଲି କହିଛନ୍ତି SBIର ଭାରାପ୍ରାପ୍ତ ପରିଚାଳନା ନିର୍ଦ୍ଦେଶକ ଅଶ୍ୱିନୀ କୁମାର ତେୱାରୀ ।
]]>- ମୋଟ ୨୦୦୦ PO ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି
-ଏହାର ପେ’ ସ୍କେଲ ରହିଛି: Rs. 36000-1490/7-46430-1740/2-49910-1990/7-63840
ଆବେଦନକାରୀ ଅତିକମ୍ରେ ଗ୍ରାଜୁଏସନ୍ ପାସ୍ କରିଥିବା ଜରୁରୀ । ସରକାରୀ ସ୍ୱିକୃତୀ ପ୍ରାପ୍ତ ଯେକୌଣସି କଲେଜ କିମ୍ବା ବିଶ୍ୱବିଦ୍ୟାଳୟରୁ ସେ ସାର୍ଟିଫିକେଟ ପ୍ରାପ୍ତ କରିଥିବା ଆବଶ୍ୟକ ।
ଆବେଦନକାରୀଙ୍କ ବୟସ ଏପ୍ରିଲ ୧, ୨୦୨୩ ସୁଦ୍ଧା ଅନ୍ୟୁନ ୨୧ରୁ ୩୦ ମଧ୍ୟରେ ହୋଇଥିବା ଆବଶ୍ୟକ ।
ପଞ୍ଜିକରଣ ଦେୟ: General/ EWS/ OBC ବର୍ଗଙ୍କ ପାଇଁ ୭୫୦ ଟଙ୍କା ରହିଥିବା ବେଳେ, SC/ ST/ PwBD ବର୍ଗଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।
-୨୦୨୩ ସେପ୍ଟେମ୍ବର ୭ରୁ ଆରମ୍ଭ ହେବ ପଞ୍ଜିକରଣ ପ୍ରକ୍ରିୟା
-ପଞ୍ଚିକରଣର ଶେଷ ତାରିଖ ୨୦୨୩ ସେପ୍ଟେମ୍ବର ୨୭ ତାରିଖ
-ଅକ୍ଟୋବର ଦ୍ୱିତୀୟ ସପ୍ତାହ ପରେ SBI PO ପ୍ରିଲିମ୍ ଆଡମିଟ୍ କାର୍ଡ ଡାଉନଲୋଡ କରିହେବ ।
- ନଭେମ୍ବରରୁ ଆରମ୍ଭ ହେବ SBI PO ପ୍ରିଲିମ ପରୀକ୍ଷା
-ନଭେମ୍ବର ଓ ଡିସେମ୍ବରରେ ବାହାରିବ ପ୍ରଥମ ପର୍ଯ୍ୟାୟ ରେଜଲ୍ଟ
-sbi.co.in. ଅଫିସିଆଲ ୱେବ୍ସାଇଟ୍କୁ ଯାଆନ୍ତୁ
-କ୍ୟାରିୟର ଅପ୍ସନ୍ ଖୋଜନ୍ତୁ
-ତାପରେ PO - କ୍ଲର୍କ ଉପରେ କ୍ଲିକ୍ କରନ୍ତୁ
-ଏହାପରେ ନିଜର ସମ୍ପୂର୍ଣ୍ଣ ବିବରଣୀ ଦେଇ ନାଁ ପଞ୍ଜିକରଣ କରନ୍ତୁ
-ପରେ ନିଜ ଆଇଡି ଲଗ୍ଇନ୍ କରନ୍ତୁ
-ଲଗ୍ଇନ୍ ପରେ ଆପ୍ଲିକେସନ୍ ଫର୍ମକୁ ଫିଲ୍ଅପ୍ କରନ୍ତୁ
-ତାପରେ ପେମେଣ୍ଟ ଅପ୍ସନ୍କୁ କ୍ଲିକ୍ କରି ପେମେଣ୍ଟ କରନ୍ତୁ
-ଶେଷରେ ପେଜ୍ ସବ୍ମିଟ୍ କରି ଏହାକୁ ଡାଉନ୍ଲୋଡ୍ କରନ୍ତୁ ।
ସେହିପରି ବରିଷ୍ଠ ନାଗରିକ ମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଥାଏ ଏହି ବ୍ୟାଙ୍କ । ସଞ୍ଚୟ, ଇନସୁରାନ୍ସ ଓ ପେନସନ୍ ପରି ଅନେକ ଯୋଜନା ଦ୍ୱାରା ସୁବିଧା ପାଇଥା’ନ୍ତି ଲୋକେ । ବିଶେଷକରି ଫିକ୍ସ ଡେପୋଜିଟ୍ କୁ ନେଇ ବରିଷ୍ଠ ନାଗରିକମାନଙ୍କ ପାଇଁ SBIର ସ୍ୱତନ୍ତ୍ର ଯୋଜନା ରହିଛି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।
ବରିଷ୍ଠ ନାଗରିକଙ୍କ ଆର୍ଥିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି SBI ଏକ ସ୍ୱତନ୍ତ୍ର ସଞ୍ଚୟ ଯୋଜନା ପ୍ରଦାନ କରୁଛି । ଯାହାଦ୍ୱାରା ବରିଷ୍ଠନାଗରିକମାନେ ଅନେକ ଲାଭ ପାଇପାରିବେ । ଏହି ଯୋଜନାର ନାଁ ହେଉଛି SBI WeCare Deposit Scheme ।
ଏହି ସ୍କିମ୍ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରିଥାଏ । SBI ପକ୍ଷରୁ ୨୦୨୦ରେ ଏହି ଯୋଜନା କରାଯାଇଥିବାବେଳେ ଏହାର ସମୟ ସୀମା ୨୦୨୩ ସେପ୍ଟେମ୍ବର ଯାଏ ରଖାଯାଇଥିଲା । ଯାହାକି ଚଳିତ ମାସ ଶେଷ ହେବାକୁ ଯାଉଛି ।
ଏହି ଯୋଜନାର ସମୟସୀମା ୫ ବର୍ଷ ରଖିଛି ଏସବିଆଇ । ଏଥିରେ ବରିଷ୍ଠନାଗରିକମାନେ ଟଙ୍କା ରଖିଲେ ବା ଫିକ୍ସ ଡିପୋଜିଟ୍ କଲେ ଅଧିକ ସୁଧ ପାଇପାରିବେ । ଯେପରିକି ନିୟମିତ ସାଧାରଣ ବ୍ୟକ୍ତି ବ୍ୟାଙ୍କରେ ରଖୁଥିବା ଟଙ୍କାର ସୁଧଠାରୁ ଅଧିକ ସୁଧ ଟଙ୍କା ପାଇପାରିବେ । ପୂର୍ବରୁ ଏହି ଯୋଜନାରେ ସାଧାରଣ ସ୍କିମ୍ ଠାରୁ ୦.୫୦% ଅଧିକ ସୁଧ ମିଳୁଥିବାବେଳେ ଏବେ ଏହାକୁ ୧% ଅଧିକ କରାଯାଇଛି ।
ଏହି ଯୋଜନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣି ରଖିବା ଜୁରୁରୀ । SBI WeCare Deposit Scheme କୌଣସି ଟିକସ ସୁବିଧା ପ୍ରଦାନ କରେ ନାହିଁ । ଏହା ଆୟକର ଅଧିନିୟମର ଧାରା 80C ଅନୁଯାୟୀ ଟିକସ ରିହାତି ପାଇଁ ଯୋଗ୍ୟ ନୁହେଁ ବୋଲି କୁହାଯାଇଛି । SBI ୱେବସାଇଟ୍ ଅନୁଯାୟୀ ଏହି ଯୋଜନା ଡିସେମ୍ବର 2023 ପର୍ଯ୍ୟନ୍ତ ବୈଧ ରହିଛି ।
]]>କିଛି ଦିନ ତଳେ ମାର୍କେଟରୁ ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି । ସେପଟେମ୍ବର ୩୦ ମଧ୍ୟରେ ଲୋକେ ବ୍ୟାଙ୍କରେ ଏହି ନୋଟକୁ ଡିପୋଜିଟ କରିପାରିବେ କିମ୍ବା ବଦଳାଇ ଅନ୍ୟ ନୋଟ୍ ନେଇପାରିବେ ବୋଲି RBI କହିଛି ।
ଦୁଇ ହଜାର ଟଙ୍କିଆ ବନ୍ଦ ପାଇଁ RBIର ଘୋଷଣା ପରଠୁ ଏହାର ପ୍ରଭାବକୁ ନେଇ ଏବେ ସବୁଠି ଚର୍ଚ୍ଚା । ବ୍ୟବହାର କମିଯାଇଥିବାରୁ ସାଧାରଣ ଲୋକଙ୍କ ପାଖରେ ତ ଏଇ ନୋଟ୍ ସେତେଟା ନାହିଁ, ତେବେ ଯେଉଁମାନଙ୍କ ପାଖରେ ଅଛି ସେମାନେ କେମିତି ଫେରାଇବେ ? ସରକାର ଦେଇଥିବା ସମୟ ପର୍ଯ୍ୟାପ୍ତ ହେବ ତ ? ଏମିତି ଅନେକ ପ୍ରଶ୍ନ ଭିତରେ କିଛି ଲୋକ ବିମୁଦ୍ରାକରଣର ଦୁର୍ଦ୍ଦଶାକୁ ମନେ ପକାଇ ଚିନ୍ତା ବଢିଥିବା କଥା କହିଛନ୍ତି ।
ପ୍ରଚଳିତ ସବୁଠୁ ବଡ଼ ନୋଟ୍ ୨ ହଜାର ଟଙ୍କିଆକୁ ପ୍ରତ୍ୟାହାର ପାଇଁ RBIର ନିଷ୍ପତ୍ତି ପରେ ସବୁଠି ଏବେ ଏଇ ଚର୍ଚ୍ଚା, ଆଲୋଚନା । ହେଲେ ବିମୁଦ୍ରିକରଣକୁ ମନେ ପକେଇ ଦେଇଥିବା ଏ ଘୋଷଣାରେ ଏଥର କିନ୍ତୁ ଗ୍ରାହକଙ୍କ ପାଇଁ ପର୍ଯ୍ୟାପ୍ତ ସମୟ ଦେଇଛନ୍ତି ସରକାର । ଯାହା ପାଖରେ ୨ ହଜାର ଟଙ୍କା ଅଛି ମେ’ ୨୩ରୁ ସେପ୍ଟେମ୍ବର ୩୦ ଭିତରେ ନୋଟ ଡିପୋଜିଟ ସହ ବଦଳାଇ ପାରିବେ। କୌଣସି ଗ୍ରାହକ ବ୍ୟାଙ୍କରେ କେୱାଇସି ଦେଇ ନିଜ ଆକାଉଣ୍ଟରେ ୨ ହଜାର ଟଙ୍କିଆ ଡିପୋଜିଟ କରିପାରିବେ । ଏହାବାଦ୍ ଏକାଥରକେ ଜଣେ ଲୋକ ୧୦ଟି ନୋଟ ଅର୍ଥାତ ୨୦ ହଜାର ଟଙ୍କା ବଦଳାଇ ପାରିବ।
ଆକାଉଣ୍ଟ ନଥିଲେ ମଧ୍ୟ ଯେ କୌଣସି ବ୍ରାଞ୍ଚରେ ବଦଳାଇ ହେବ ଟଙ୍କା। ତେଣୁ ପ୍ରାୟ ସବୁ ବର୍ଗର ଲୋକ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଆଉ କେହି କେହି ବିମୁଦ୍ରିକରଣ ବେଳର ଦୁର୍ଦ୍ଦଶାକୁ ମନେ ପକାଇ ସରକାରଙ୍କ ନିଷ୍ପତ୍ତି ଦ୍ୱାରା ଟେନସନ ବି ବଢିଥିବା କହିଛନ୍ତି। ଅନ୍ୟପଟେ ଅନେକ ଛୋଟ ବ୍ୟବସାୟୀ ଏହାକୁ ସ୍ୱାଗତ କରିଥିବା ବେଳେ କିଛି ବ୍ୟବସାୟୀ ଦୈନିକ ଡିପୋଜିଟ ସ୍ଲାବ ବଢାଇବାକୁ ଦାବି କରିଛନ୍ତି।
]]>ଏହି ଭିଡିଓ ଦେଖିବା ପରେ ଆମେ ମଧ୍ୟ ତାଙ୍କର କଷ୍ଟ ଅନୁଭବ କରିଛୁ । ଟିପ ଚିହ୍ନ ନମିଶିବାରୁ ଏଭଳି ସମସ୍ୟା ଉପୁଜିଥିଲା । ବୃଦ୍ଧା ତାଙ୍କ ପରିବାର ଲୋକଙ୍କ ସହ ଝରିଗାଁ ବ୍ରାଞ୍ଚକୁ ଆସିଥିଲେ । ବ୍ୟାଙ୍କ ମ୍ୟାନେଜର ତୁରନ୍ତ ତାଙ୍କର ପେନସନ ଟଙ୍କା ପୈଠ କରିଥିଲେ । ଆସନ୍ତା ମାସରୁ ବୃଦ୍ଧାଙ୍କ ଘରେ ଟଙ୍କା ଦିଆଯିବାକୁ ବ୍ୟବସ୍ଥା କରାଯାଇଛି ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଟ୍ୱିଟ୍ ଯୋଗେ ଉତ୍ତର ରଖିଛନ୍ତି ।
ନିକଟରେ ପେନସନ ଆଣିବା ପାଇଁ ଚୌକିକୁ ଆଶା ବାଡ଼ି ପରି ସାହାରାକରି କୋଷେ ବାଟ ପାଦରେ ଚାଲି ଚାଲି ଯାଇଥିଲେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡା ଗ୍ରାମର ସୂର୍ଯ୍ୟ ହରିଜନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ତାତିରେ ଖାଲିପାଦରେ ଧୀରେ ଧୀରେ ଆଗକୁ ବଢୁଥିଲେ ୭୦ ବର୍ଷୀୟ ବୃଦ୍ଧା । ଆଶା ବାଡିଟିଏ ନଥିବାରୁ ସାହାରା ସାଜିଥିଲା ଖଣ୍ଡିଏ ପ୍ଲାଷ୍ଟିକ ଚେୟାର । ବାହୁଡ଼ା ବୟସରେ ବୁଢ଼ୀ ମାଆର ଏ ଅବସ୍ଥା ଦେଖିଲେ ଯାହାର ବି ଆଖି ଛଳ ଛଳ ହୋଇଯିବ । ବୃଦ୍ଧାଙ୍କ ବଡପୁଅ ସୀତାରାମ ଅନ୍ୟ ରାଜ୍ୟରେ ଦାଦନ ଖଟୁଛି ।
ସାନ ପୁଅ ମଶୁରାମ ଗାଁରେ ଗାଈ ଚରାଇ ଯିଏ ଯାହା ଦେଲା ସେଥିରେ ପେଟ ପୋଷନ୍ତି । ବୁଢୀ ମାଆର କଥା ବୁଝିବ କିଏ । ଅସହାୟ ହେଲେ ବି ଅନ୍ୟ ଉପାୟ ନପାଇ ନିଜ ପାଇଁ ନିଜେ ରାସ୍ତା ବାହାର କରିଥିଲେ ସୂର୍ଯ୍ୟ । ଏହାରି ଭିତରେ ଟିପ ଚିହ୍ନ ନମିଶିଲେ ବି ବୁଢୀ ମାଆଙ୍କୁ ପେନସନ୍ ମିଳିଛି ।
ଝରିଗାଁ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ପରିଚାଳକ ସୂର୍ଯ୍ୟଙ୍କ ପାଇଁ ପେନସନ୍ ବ୍ୟବସ୍ଥା କରିଛନ୍ତି। ଆସନ୍ତା ମାସରୁ ସୂର୍ଯ୍ୟଙ୍କ ଜାଗାରେ ତାଙ୍କ ସମ୍ପର୍କୀୟଙ୍କୁ ଭତ୍ତା ଟଙ୍କା ଦିଆଯିବ ଏବଂ ଗ୍ରାହକ ସେବା କେନ୍ଦ୍ରର ଅଧିକାରୀ ଘରକୁ ଯାଇ ଟଙ୍କା ଦେବେ ବୋଲି ବ୍ୟାଙ୍କ ପରିଚାଳକ କହିଛନ୍ତି ।
ସେପଟେ ଓଟିଭିରେ ଖବର ପ୍ରସାରଣ ପରେ ଝରିଗାଁ ବିଡିଓ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୂର୍ଯ୍ୟଙ୍କ ପାଖରେ ପହଞ୍ଚି ଘଟଣା ସମ୍ପର୍କରେ ବୁଝିଥିଲେ । ହେଲେ ଏହି ଘଟଣାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଦବେଗ ପ୍ରକାଶ କରିଛନ୍ତି । ମାନବିକତା ଦୃଷ୍ଟିରୁ ଏହି ଘଟଣାରେ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ପ୍ରଶ୍ନ ରଖିଛନ୍ତି । ସେଠାରେ କୌଣସି ବ୍ୟାଙ୍କ ମିତ୍ର ନାହାନ୍ତି କି ? ଟ୍ୱିଟରରେ ଏଭଳି ପ୍ରଶ୍ନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ତେବେ ନିର୍ମଳାଙ୍କ ଟ୍ୱିଟକୁ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ଉତ୍ତର ରଖିଛନ୍ତି ।
]]>ଏହାସହ ୨୬ଟି ପେନ୍ସନ୍ ଲୋନ୍ ପାଇଁ ମଧ୍ୟ ଆଶୁତୋଷ ଅନୁମତି ଦେଇଥିଲେ। ଯେଉଁମାନେ ପେନ୍ସନ୍ ପାଇବା ଯୋଗ୍ୟ ନୁହନ୍ତି ସେମାନକୁ ମଧ୍ୟ ସେ ଅନୁମତି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଉପାୟରେ ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କା ଠକେଇ କରିଥିଲେ। ଠକେଇ ଟଙ୍କାକୁ ନିଜ ପରିବାର ଲୋକଙ୍କୁ ପଠାଇଥିଲେ। ୨୦୨୧ ମସିହା ସେପ୍ଟେମ୍ବରରୁ ୨୦୨୨ ମସିହା ସେପ୍ଟେମ୍ବର ମଧ୍ୟରେ ଏହି ଦୁର୍ନୀତି ହୋଇଥିଲା ।
୫୯ ଟି ଏକ୍ସପ୍ରେସ୍ କ୍ରେଡିଟ ଲୋନ୍ ପାଇଁ ୬ କୋଟି ୭୭ ଲକ୍ଷ ୩୦ ହଜାର ଟଙ୍କା ଆଶୁତୋଷ ମଞ୍ଜୁର କରିଥିଲେ। ଏସବୁ ଟଙ୍କା ବେଆଇନ୍ ଭାବେ କେତେକ ପରିବାରର ମୃତ ବ୍ୟକ୍ତିଙ୍କ ନାମରେ ସେ ଟଙ୍କା ସାଙ୍କସନ୍ କରି ଟଙ୍କା ହଡ଼ପ କରିଥିଲେ। ଜାଲ୍ କାଗଜପତ୍ର ଜରିଆରେ ଏସବୁ ଘୋଟାଲା କରାଯାଇଥିବା ଅଭିଯୋଗ ହୋଇଛି। ହେଲେ ଯେଉଁମାନଙ୍କ ନାମରେ ଲୋନ୍ ନିଆଯାଇଛି ସେମାନେ କିନ୍ତୁ ଏ ବିଷୟରେ ଜାଣି ନାହାନ୍ତି।
]]>ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀଙ୍କୁ ଖୋଜୁଛି । ଚଳିତ ବର୍ଷ ୨୦୨୩ ସରକାରୀ ବିଜ୍ଞପ୍ତି ଅନୁସାରେ ମୋଟ୍ ୧୦୩୧ଟି ପଦବୀ ପୂରଣ କରାଯିବା ନେଇ କୁହାଯାଇଛି । ଯାହାର ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଉପଯୁକ୍ତ ପ୍ରାର୍ଥୀମାନେ ଖୁବ୍ଶୀଘ୍ର ଆବେଦନ କରିପାରିବେ । ବିଶେଷକରି SBI ପ୍ରକାଶ କରିଥିବା ବିଜ୍ଞପ୍ତିରେ ୩ଟି ବିଭାଗ ପାଇଁ ଏହି ପଦବୀ ରହିଥିବା କୁହାଯାଇଛି ।
୧. ଚ୍ୟାନେଲ ମ୍ୟାନେଜର ସୁପରଭାଇଜର
୨. ଚ୍ୟାନେଲ ମ୍ୟାନେଜର ଫାସିଲିଟର
୩. ସପୋର୍ଟ ଅଫିସର
ଏହି ସମସ୍ତ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏପ୍ରିଲ ୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ୩୦.୦୪.୨୦୨୩ ଯାଏଁ ଏହା ଚାଲୁରହିବା ନେଇ କୁହାଯାଇଛି । ଏଥିପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଏବେଠୁ ଆବେଦନ କରିପାରିବେ । ଯେଉଁ ପ୍ରାର୍ଥୀମାନେ ଏହି ସମସ୍ତ ପଦବୀରେ ଚାକିରି ପାଇବେ ସେମାନଙ୍କୁ ମୋଟା ଅଙ୍କର ଦରମା ମଧ୍ୟ ମିଳିବ ।
୧. ଚ୍ୟାନେଲ ମ୍ୟାନେଜର ସୁପରଭାଇଜର ପଦବୀରେ ଯଦି ଆପଣ ଚାକିରି କରନ୍ତି ତେବେ ଆପଣଙ୍କୁ ମାସିକ ୩୬,୦୦୦ ଟଙ୍କା ମିଳିବ ।
୨. ଚ୍ୟାନେଲ ମ୍ୟାନେଜର ଫାସିଲିଟର ପଦବୀ ପାଇଁ ଯଦି ଆପଣ ମନୋନୀତ ହୁଅନ୍ତି ତେବେ ଆପଣଙ୍କୁ ମାସିକ ୪୧,୦୦୦ ଟଙ୍କା ଦରମା ଦେବ SBI ।
୩. ସପୋର୍ଟ ଅଫିସର ଭାବେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ବି ମାସିକ ୪୧,୦୦୦ ଟଙ୍କା ମିଳିବ ।
]]>ଆପଣ ବ୍ୟାଙ୍କରେ ଚାକିରି କରୁଥିଲେ କି ? ଏବେ ଅବସର ନେଇଯାଇଛନ୍ତି କି ? ଏମିତି ପରିସ୍ଥିତିରେ ଆପଣ ପୁନର୍ବାର ଚାକିରି କରିବାକୁ ସୁଯୋଗ ଖୋଜୁଛନ୍ତି କି ? ତେବେ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀମାନେ ବିଜନେସ୍ କରେସ୍ପଣ୍ତେଣ୍ଟ ଫାସିଲେଟର୍ ପୋଷ୍ଟ ପାଇଁ SBI ର ଅଫିସିଆଲ ୱେବସାଇଟ୍ sbi.co.in କୁ ଯାଇ ଆବେଦନ କରିପାରିବେ । ମୋଟ୍ ୮୬୮ ପୋଷ୍ଟ ପାଇଁ SBI ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆବେଦନ କରିବାର ଶେଷ ତାରିଖ ହେଉଛି ୩୧ ମାର୍ଚ୍ଚ ୨୦୨୩ ।
ଏହି ପଦବୀ ପାଇଁ କୌଣସି ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ନାହିଁ, କାରଣ ଏହି ପଦବୀ ପାଇଁ ଆଶାୟୀମାନେ ହେଉଛନ୍ତି ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ।
ଅବସରପ୍ରାପ୍ତ କର୍ମଚାରୀ ପୂର୍ବରୁ କାର୍ଯ୍ୟ କରୁଥିବା କ୍ଷେତ୍ରରେ ଅଭିଜ୍ଞତା ରହିଥିବା ଦରକାର ।
ଅବସରପ୍ରାପ୍ତ କର୍ମଚାରୀ ମାନେ ଏହି ପଦବୀର ଆବଶ୍ୟକତା ଅନୁଯାୟୀ ସ୍ୱତନ୍ତ୍ର ଦକ୍ଷତା ରହିଥିବା ଉଚିତ୍ ।
ଆବେଦନକାରୀଙ୍କ ଯୋଗ୍ୟତା ଓ ଦକ୍ଷତା ଅନୁଯାୟୀ ତାଲିକା ପ୍ରସ୍ତୁତ କରାଯିବ ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ଚୟନ କରାଯିବ । ଆଶାୟୀଙ୍କ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଓ ଦକ୍ଷତା ଦେଖି ଇଣ୍ଟରଭ୍ୟୁ ପାଇଁ ଚୟନ କରାଯିବ ନାହିଁ । ବିଭିନ୍ନ ଦିଗରୁ ଆଲୋଚନା ଏବଂ କାର୍ଯ୍ୟ ଦକ୍ଷତା ଦେଖି ତାଲିକା ପ୍ରସ୍ତୁତ କରାଯିବ ।
ତାଲିକାଭୁକ୍ତ ଆଶାୟୀଙ୍କ ପାଇଁ ୧୦୦ ମାର୍କର ଇଣ୍ଟରଭ୍ୟୁ ରଖାଯିବ । ଏହାପରେ ବ୍ୟାଙ୍କର ଚୟନ କର୍ମକର୍ତ୍ତା ଆଶାୟୀଙ୍କ ନାମ ସ୍ଥିର କରିବେ ।
ଆବେଦନକାରୀ ମାନେ ଅଫିସିଆଲ୍ ୱେବସାଇଟ୍କୁ ଯାଇ ଆବେଦନ କରିପାରିବେ । ଚୟନ ହେଇଥିବା ଆଶାୟୀଙ୍କ ଇ-ମେଲ୍କୁ ଇଣ୍ଟରଭ୍ୟୁର ତାରିଖ ଏବଂ ମେରିଟ୍ ଲିଷ୍ଟ ପଠାଯିବ ।
]]>SBI ତରଫରୁ ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ଏହି ଚାକିରି ବାହାରିଛି। SBI ର e-ABs ର ପୂର୍ବତନ କର୍ମଚାରୀମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଏହି ଚାକିରି ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କୁ SBIର ଅଫିସିଆଲ୍ ୱେବସାଇଟ୍ sbi.co.in କୁ ଯାଇ ଅନଲାଇନରେ ଆବେଦନ କରିବାକୁ ପଡିବ। ଏହି ଚାକିରିଗୁଡ଼ିକ ଚୁକ୍ତିଭିତ୍ତିରେ ହେବ।
ପ୍ରାର୍ଥୀମାନେ ଅହମ୍ମଦାବାଦ, ଚଣ୍ଡିଗଡ଼, ହାଇଦ୍ରାବାଦ, ଜୟପୁର, ପାଟନା, ମହାରାଷ୍ଟ୍ର, ଚେନ୍ନାଇ, ନୂଆଦିଲ୍ଲୀ ସମେତ ଅନେକ ରାଜ୍ୟର ସର୍କଲରେ ଚାକିରି କରିପାରିବେ।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ଟାଟା ଇଣ୍ଡିକେଶ, ମୁଥୁଟ୍ ଏଟିଏମ୍ ଏବଂ ଇଣ୍ଡିଆ ୱାନ୍ ଏଟିଏମ୍ ସହିତ ମିଶି ଭାରତରେ ଏଟିଏମ୍ ସ୍ଥାପନ କରିଛି। ଯଦି ଆପଣ ଏସ୍ବିଆଇ ଏଟିଏମ୍ ଫ୍ରାଞ୍ଚାଇଜ୍ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ କେବଳ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ଯାଇ ଏମିତି କରିବାକୁ ପଡିବ। ଅନ୍ୟ କୌଣସି ସ୍ଥାନକୁ ଯାଇ ଆବେଦନ କଲେ ଠକାମୀର ଶିକାର ହୋଇପାରନ୍ତି, କାରଣ ଠକମାନେ ଆପଣଙ୍କୁ ଏଟିଏମ୍ ଫ୍ରାଞ୍ଚାଇଜ୍ ନାମରେ ବିଭ୍ରାନ୍ତ କରିପାରନ୍ତି।
କ’ଣ ଆବଶ୍ୟକ:
ଏଟିଏମ୍ ପାଇଁ ଆପଣଙ୍କ ପାଖରେ ୫୦ରୁ ୮୦ ବର୍ଗଫୁଟର ଏକ ଜାଗା ରହିବା ଥିବା ଦରକାର। ଏହା ସହିତ, ଅନ୍ୟ କୌଣସି ଏଟିଏମ୍ ସେଣ୍ଟର ଠାରୁ ଏହା ଅତି କମରେ ୧୦୦ମିଟର ଦୂରରେ ରହିବା ଉଚିତ। ଆହୁରି ମଧ୍ୟ, ଏହା ଏପରି ଏକ ସ୍ଥାନ ହେବା ଉଚିତ ଯେଉଁଠାକୁ ଲୋକମାନେ ସହଜରେ ଯାଇପାରିବେ ଏବଂ ସେଠାରେ ନିରନ୍ତର ବିଦ୍ୟୁତ ଉପଲବ୍ଧ ରହିବା ଉଚିତ, ଯାହା ପାଇଁ ଅତି କମରେ ୧kW ବିଦ୍ୟୁତ୍ ସଂଯୋଗ ଆବଶ୍ୟକ।
କଂକ୍ରିଟ ଏବଂ ଇଟା ଦ୍ୱାରା ନିର୍ମିତ ଏକ ସ୍ଥାୟୀ ରୁମ୍ ମଧ୍ୟ ରହିବା ଉଚିତ। ଯଦି ଏହି ଏଟିଏମକୁ କୌଣସି ଏକ ସୋସାଇଟିରେ ଲଗେଇବାକୁ ଚାହାଁନ୍ତି, ତେବେ ଭି-ସ୍ୟାଟ୍ ପ୍ରତିଷ୍ଠା ପାଇଁ ସୋସାଇଟି ବା କର୍ତ୍ତୃପକ୍ଷଙ୍କଠାରୁ ଆପତ୍ତି-ରହିତ ପ୍ରମାଣପତ୍ର ପାଇବାକୁ ପଡିବ।
କେତେ ବିନିଯୋଗ କରିବେ:
ଏସ୍ବିଆଇ ଏଟିଏମ୍ ଫ୍ରାଞ୍ଚାଇଜ୍ ଅନୁମୋଦନ ପାଇବାକୁ ହେଲେ ସୁରକ୍ଷା ଜମା ଭାବରେ ଆପଣଙ୍କୁ ୨ ଲକ୍ଷ ଟଙ୍କା ଓ ୱାର୍କିଂ ପୁଞ୍ଜି ପାଇଁ ୩ ଲକ୍ଷ ଟଙ୍କା ଦେବାକୁ ପଡିବ। ଅର୍ଥାତ୍, ଏସ୍ବିଆଇ ଏଟିଏମ୍ ଫ୍ରାଞ୍ଚାଇଜ୍ ନେବାକୁ ଆପଣଙ୍କୁ ମୋଟ ୫ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡିବ। ଏଟିଏମ୍ ହେବା ପରେ ଏବଂ ଲୋକଙ୍କ ଦ୍ୱାରା ଏହା ବ୍ୟବହୃତ ହେବା ପରେ, ପ୍ରତ୍ୟେକ କାରବାରରେ ୮ ଟଙ୍କା ଏବଂ ବାଲାନ୍ସ ଚେକ୍ ଏବଂ ଅନୁସନ୍ଧାନ ଇତ୍ୟାଦି କାରବାରରେ ୨ ଟଙ୍କା ମିଳିବ।
ଆବେଦନ ପାଇଁ ଡକ୍ୟୁମେଣ୍ଟ୍:
ମୋଟ ପଦବୀ: ୧୪୦୦ଟି ପୋଷ୍ଟ
ଏହି ପଦବୀ ପାଇଁ ଅକ୍ଟୋବର ୧୮ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆବେଦନର ଶେଷ ତାରିଖ ହେଉଛି ନଭେମ୍ବର ୭ । ଡିସେମ୍ବର ୪ରେ ଏହାର ଅନ୍ଲାଇନ୍ ପରୀକ୍ଷା ରହିଛି । ଏହାପୂର୍ବରୁ ଆପଣ ନିଜର ରେଜିଷ୍ଟ୍ରେସନ ନମ୍ବର ଦ୍ୱାରା ଆଡମିଟ୍ କାର୍ଡ ବାହାର କରିପାରିବେ । ଏହି ପଦବୀର ବେସିକ୍ ଦରମା ହେଉଛି ୩୬,୦୦୦ ଟଙ୍କା ।
]]>ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://sbi.co.in/ ରେ କ୍ଲିକ୍ କରି ଏହି ପୋଷ୍ଟଗୁଡିକ ପାଇଁ ସିଧାସଳଖ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ରେ SBI Clerk Recruitment 2022 Notification PDF କ୍ଲିକ୍ କରି ଦେଖିପାରିବେ। ସବୁଠାରୁ ଖୁସିର କଥା ହେଉଛି ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୫୦୦୮ଟି ପଦବୀ ପୂରଣ ହେବ। ତେଣୁ SBI ରେ ଚାକିରି ଖୋଜୁଥିବା ପ୍ରର୍ଥୀଙ୍କ ପାଇଁ ଏହା ନିହାତି ଏକ ସୁବର୍ଣ୍ଣ ସୁଯୋଗ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
ଖାଲି ପଦବୀ:
ପୋଷ୍ଟଗୁଡିକର ମୋଟ ପୋଷ୍ଟ ସଂଖ୍ୟା – ୫୦୦୮
ଯୋଗ୍ୟତା :
ବୟସ ସୀମା:
ଆବେଦନ ଶୁଳ୍କ:
ଦରମା:
ଚୟନ ପ୍ରକ୍ରିୟା:
କିପରି କରିବେ ଆବେଦନ:
Yono App ଲଗ୍ଇନ୍ କିମ୍ବା ଏଟିଏମ୍ ନଯାଇ ମଧ୍ୟ SBI ଗ୍ରାହକ ମିନି ଷ୍ଟେଟେମେଣ୍ଟ୍ ସମ୍ପର୍କରେ ତଥ୍ୟ ପାଇପାରିବେ। ଯଦି SBIରେ ଆପଣଙ୍କର ଆକାଉଣ୍ଟ ଅଛି ଓ ଆପଣ SBIର ନୂଆ ହ୍ୱାଟ୍ସଆପ୍ ବ୍ୟାଙ୍କିଙ୍ଗ୍ ସେବା ଜାଣିବା ପାଇଁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କୁ ଏଥିପାଇଁ ଆପଣଙ୍କ SBI ଆକାଉଣ୍ଟକୁ ରେଜିଷ୍ଟର କରିବାକୁ ପଡ଼ିବ।
ଜାଣନ୍ତୁ, କେମିତି ରେଜିଷ୍ଟର କରିବେ SBI ହ୍ୱାଟ୍ସଆପ୍ ବ୍ୟାଙ୍କିଙ୍ଗ୍ ସେବା(SBI WhatsApp Banking Service)...
Step 1: ବ୍ୟାଙ୍କରେ ରେଜିଷ୍ଟର ଥିବା ମୋବାଇଲ୍ ନମ୍ବରରୁ ‘WAREG A/c No ଦେଇ 917208933148’ ନମ୍ବରକୁ ପଠାନ୍ତୁ
Step 2: ରେଜିଷ୍ଟର ହୋଇଗଲା ପରେ ‘Hi’ ଲେଖି +919022690226 ନମ୍ବରରେ ପଠାନ୍ତୁ
Step 3: କିମ୍ବା ଆପଣଙ୍କ ପାଖକୁ ଆସିଥିବା ହ୍ୱାଟ୍ସଆପ୍ ମେସେଜ୍ରେ ରିପ୍ଲାଏ ଦେଇପାରିବେ
Step 4: ଏହାପରେ ହ୍ୱାଟ୍ସଆପ୍ରେ ଆପଣଙ୍କ ପାଖକୁ କିଛି ଅପସନ୍ ଯିବ, ଯେପରିକି...
Step 5: କିମ୍ବା ଆପଣ କିଛି ପ୍ରଶ୍ନ ଟାଇପ୍ କରି ପଠାଇପାରିବେ
Step 6: ଆପଣଙ୍କ ପ୍ରଶ୍ନ ଅନୁସାରେ SBI WhatsApp bot ରେ ଆପଣ ଆକାଉଣ୍ଟ୍ ବାଲାନ୍ସ ଓ ମିନି ଷ୍ଟେଟମେଣ୍ଟ୍ ପାଇପାରିବେ
ଯଦି ଆପଣ SBI ହ୍ୱାଟ୍ସଆପ୍ ବ୍ୟାଙ୍କିଙ୍ଗ ସେବାରୁ ଡିରେଜିଷ୍ଟର କରିବାକୁ ଚାହୁଁଛନ୍ତି, ତା’ହେଲେ ଅପସନ୍ ୩ ଚୟନ କରିପାରିବେ।
]]>ଏବେ ଏସବିଆଇ ନିଜ ଗ୍ରାହକମାନଙ୍କୁ ଓଟିପି ସୁବିଧା ଦେବା ଆରମ୍ଭ କରିଛି। ଯାହା ଜରିଆରେ ଜଣେ ଗ୍ରାହକ ଏଟିଏମରୁ ନିଜର ଟଙ୍କା ଉଠାଣ କରି ପାରିବେ। ଏଣିକି ଏସବିଆଇ ଗ୍ରାହକ ପ୍ରତି ଥର ନିଜ ରେଜିଷ୍ଟର ମୋବାଇଲ ନମ୍ବରକୁ ଜାରି ହୋଇଥିବା ଓଟିପି ଦେଇ ଏଟିଏମରୁ ୧୦ ହଜାର ଟଙ୍କା ବା ଅଧିକ ଉଠାଣ କରିପାରିବେ। ଏଇ ବର୍ଷ ଜାନୁୟାରୀରୁ ଏହି ନିୟମ ଜାରି ହୋଇଥିଲେ ବି କିଛି ଗ୍ରାହକ ଏହା ଜାଣି ନାହାଁନ୍ତି।
କେମିତି ଓଟିପି ଜରିଆରେ ଏଟିଏମରୁ ଟଙ୍କା ଉଠାଇବେ ?
ଏଟିଏମରୁ ଟଙ୍କା ଉଠାଣ ପାଇଁ ଏସବିଆଇ ପକ୍ଷରୁ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ। ଯାହା ୪ ଅଙ୍କ ବିଶିଷ୍ଟ ଓଟିପି ହୋଇଥିବ। ଏହାକୁ ବ୍ୟବହାର କରି କଷ୍ଟମର କେବଳ ଥରେ ହିଁ ପଇସା ଉଠାଣ କରି ପାରିବେ। ପିନ କୋଡ ଦେଇ ଆମାଉଣ୍ଟ ଲେଖିବା ପରେ ଟଙ୍କା ଉଠାଣ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଆପଣଙ୍କ ପାଖକୁ ଓଟିପି ଆସିଥାଏ। ଯାହାକୁ ଭରିବା ପରେ ଟ୍ରାଞ୍ଜାକ୍ସନ ସମ୍ପୂର୍ଣ୍ଣ ହୋଇଥାଏ। ତେବେ ଏଟିଏମରୁ ଟଙ୍କା ଉଠାଣ ସମୟରେ ପ୍ରଥମେ ସ୍କ୍ରିନ୍ ଉପରେ ୱେଲକମ୍ ମେସେଜ୍ ଆସିଛି କି ନାହିଁ ଦେଖି ନିଅନ୍ତୁ।
ଏଟିଏମ୍ ପିନ୍ ସର୍ବଦା ଗୋପନୀୟ ହେବା ଦରକାର। ଯେମିତିକି ପିନ୍ ନମ୍ୱର ଦେବା ସମୟରେ ଆଖପାଖରେ ଯେମିତି କେହି ତାହାକୁ ନ ଦେଖିବେ ସେଥି ପ୍ରତି ଧ୍ୟାନ ଦେବା ଉଚିତ। ଏଟିଏମ୍ ଟ୍ରାଞ୍ଜାକ୍ସନ ପରେ ୱେଲକମ୍ ସ୍କ୍ରିନ୍ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଯଦି ଆପଣ ପଇସା ଉଠାଉଛନ୍ତି ତେବେ ବ୍ୟାଙ୍କ ଖାତା ସହ ଲିଙ୍କ୍ ହୋଇଥିବା ମୋବାଇଲ ନମ୍ବରକୁ ମେସେଜ୍ ଆସିଛି କି ନାହିଁ ପରଖି ନିଅନ୍ତୁ ।
ଏଟିଏମରୁ ଟଙ୍କା ଉଠାଇବା ବେଳେ ଏଭଳି ନିୟମ ମାନିଲେ ଆପଣଙ୍କ ଟଙ୍କା ସୁରକ୍ଷିତ ଭାବେ ଆକାଉଣ୍ଟରେ ରହି ପାରିବ। ଯିଏ ଯେତେ ଚାହିଁଲେ ବି ଆକାଉଣ୍ଟ ଖାଲି କରି ପାରିବେ ନାହିଁ।
]]>ଇମେଲ ସମେତ ଏସଏମଏସ, ଟ୍ୱିଟ୍ ମାଧ୍ୟମରେ ଏସବିଆଇ ଲୋକଙ୍କୁ ସଚେତନ କରିଛି । ବ୍ୟାଙ୍କର ନାମ ବ୍ୟବହାର କରି ‘୮୨୯୪୭୧୦୯୪୬’ ଏବଂ ‘୭୩୬୨୯୫୧୯୭୩’ ମୋବାଇଲ ନମ୍ୱରରୁ ଆସୁଥିଲା କଲ ମାଧ୍ୟମରେ ଲୋକଙ୍କୁ ଠକିବା ପାଇଁ ଉଦ୍ୟମ ହେଉଥିବା ସତର୍କତା ଜାରି କରାଯାଇ ଏସବିଆଇ ପକ୍ଷରୁ କୁହାଯାଇଛି । ଏହି ଦୁଇଟି ନମ୍ବରରୁ ଆସୁଥିବା ଫୋନ କଲ ମାଧ୍ୟମରେ ସାଇବର ଠକମାନେ ବ୍ୟାଙ୍କର ନାମ ବ୍ୟବହାର କରି ଠକେଇ କରିଥାନ୍ତି।
ଆସାମ ସିଆଇଡି ପ୍ରଥମେ ଏହି ଦୁଇଟି ନମ୍ବର ବାବଦରେ ସତର୍କ କରାଇଥିଲା । ଟୁଇଟ କରି ଲେଖିଛି, “ଏସବିଆଇ ଗ୍ରାହକଙ୍କୁ କେୱାଇସିକୁ ଅପଡେଟ୍ କରିବା ପାଇଁ ଏହି ଦୁଇଟି ନମ୍ବରରୁ କଲ ଆସିଥାଏ । କଲ ଆସିବା ପରେ ଏକ ଲିଙ୍କ ଆସିଥାଏ। ଗ୍ରାହକ ଯଦି ଲିଙ୍କ ଉପରେ କ୍ଲିକ କରନ୍ତି, ତେବେ ତାଙ୍କ ଆକାଉଣ୍ଟରୁ ଟଙ୍କା ମୂଳପୋଛ ହୋଇଯାଇଥାଏ ।
ସମସ୍ତ ଗ୍ରାହକମାନଙ୍କୁ କୌଣସି ସନ୍ଦେହଜନକ ଲିଙ୍କରେ କ୍ଲିକ୍ ନ କରିବାକୁ ଏସବିଆଇ ଅନୁରୋଧ କରିଛି। ଏମିତିକି ଏହି ଦୁଇ ନମ୍ୱରରେ ଗ୍ରାହକଙ୍କ ପାଖକୁ ଆସୁଥିବା ଫୋନ ନ ଉଠାଇବାକୁ କୁହାଯାଇଛି। ଏହା ସହ କେୱାଇସି ଅପଡେଟ୍ ଲିଙ୍କରେ କେବେ ହେଲେ କ୍ଲିକ୍ କରନ୍ତୁ ନାହିଁ।
ଏମିତିକି ଆପଣଙ୍କ ପାଖକୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନାଁରେ ଆସୁଥିବା ଏସଏମଏସ, ଇମେଲ ପ୍ରତି ସତର୍କ ରହିବାକୁ ଏସବିଆଇ କହିଛି। ଯଦି ଆପଣ କୌଣସି ଲିଙ୍କରେ କ୍ଲିକ କରି ଦିଅନ୍ତି, ତେବେ ଏଟିଏମ୍ ପିନ, ସିଭିଭି ନମ୍ବର ବା ଓଟିପି ତଥ୍ୟ ଦେବା ମାତ୍ରେ ଆକାଉଣ୍ଟ ଖାଲି ହୋଇଯାଇଥାଏ। ସେଥି ପାଇଁ ୮୨୯୪୭୧୦୯୪୬ ଓ ୭୩୬୨୯୫୧୯୭୩ ମୋବାଇଲ ନମ୍ୱରଠାରୁ ଦୂରରେ ରୁହନ୍ତୁ।
]]>ସୂଚନା ଅନୁସାରେ, ଯେକୌଣସି ବ୍ୟାଙ୍କ କେବଳ ଏମ୍ସିଏଲ୍ଆର୍ ହାର ଆଧାରରେ ହିଁ ଋଣ ଦେଇଥାଏ । SBI ଅନୁଯାୟୀ, ଗୋଟିଏ ଦିନରୁ ତିନିମାସ ମଧ୍ୟରେ LCLR ହାର ୬.୬୫ ପ୍ରତିଶତରୁ ୬.୭୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସେହିପରି ଛଅ ମାସ ପାଇଁ ଏହାକୁ ୬.୯୭ ପ୍ରତିଶତରୁ ୭.୦୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଗୋଟିଏ ବର୍ଷ ପାଇଁ ଏମ୍ସିଏଲ୍ଆର୍ ୭.୧୦ ପ୍ରତିଶତ ରହିବ । ଏହାସହ ଦୁଇରୁ ତିନି ବର୍ଷ ପାଇଁ ଏମ୍ସିଏଲ୍ଆର୍ ଯଥାକ୍ରମେ ୭.୩୦ ଏବଂ ୭.୪୦ ପ୍ରତିଶତକୁ ହ୍ରାସ କରାଯାଇଛି ।
ମହଙ୍ଗା ହେବ ଋଣ
ଏମ୍ସିଏଲ୍ଆର୍ରେ ବୃଦ୍ଧି ପାଇଥିବାରୁ ହୋମ୍ ଲୋନ୍, ପ୍ରସନାଲ୍ ଲୋନ୍, ଅଟୋ ଲୋନ୍, ଆଦି ମହଙ୍ଗା ହେବ । କେବଳ ଏତିକି ନୁହେଁ ଏହା ଗ୍ରାହକଙ୍କ କିସ୍ତି ଅର୍ଥାତ୍ EMI ଉପରେ ମଧ୍ୟ ସିଧାସଳଖ ପ୍ରଭାବ ପକାଇବ ।
ସେହିପରି ଗତ ସପ୍ତାହରେ ବ୍ୟାଙ୍କ ଅଫ୍ ବରୋଦା(BOB) ମଧ୍ୟ ଏମ୍ସିଏଲ୍ଆର୍କୁ ୦.୦୫ ପ୍ରତିଶତ ବୃଦ୍ଧି କରିଥିଲା, ଯାହା ଏପ୍ରିଲ ୧୨, ୨୦୨୨ ରୁ କାର୍ଯ୍ୟକାରୀ ହୋଇଛି ।
କ’ଣ ଏହି MCLR ?
ଗତ ୨୦୧୬ ମସିହାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଏମ୍ସିଏଲ୍ଆର୍ ବ୍ୟବସ୍ଥା ଆରମ୍ଭ କରିଥିଲା । ଏମ୍ସିଏଲ୍ଆର୍ ମାଧ୍ୟମରେ ବ୍ୟାଙ୍କମାନେ ସର୍ବନିମ୍ନ ସୁଧଦର ଋଣ ଦେଇଥାନ୍ତି । MCLR ପ୍ରକ୍ରିୟାରେ ବାଣିଜ୍ୟକ ବ୍ୟାଙ୍କ ଦ୍ୱାରା ଋଣ ଉପରେ ସର୍ବନିମ୍ନ ସୁଧହାର ସ୍ଥିର କରାଇଥାଏ ।
]]>ସୂଚନାଥାଉ କି, ୩ ମାସରୁ ଅଧିକ ଗର୍ଭବତୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ SBI ମନା କରିଛି। ଗତ ଡିସେମ୍ବର ୩୧ରେ ଦେଶର ସବୁଠୁ ବଡ଼ ବ୍ୟାଙ୍କ SBI ଏଭଳି ଏକ ବିବାଦୀୟ ସର୍କୁଲାର ଜାରି କରିଥିଲା। ମହିଳା ଜଣକ ପ୍ରସବର ୪ ମାସ ପରେ କାର୍ଯ୍ୟରେ ଯୋଗ ଦେଇପାରିବେ ବୋଲି ଏହି ସର୍କୁଲାରରେ ଦର୍ଶାଯାଇଛି। ମହିଳାଙ୍କ ପ୍ରତି ଏହା ଭେଦଭାବପୂର୍ଣ୍ଣ ଓ ବେଆଇନ୍ ଦର୍ଶାଇ SBI ଏହାର ମହିଳା ବିରୋଧୀ ନୀତି ପ୍ରତ୍ୟାହାର କରିବାକୁ ମହିଳା କମିଶନ ନୋଟିସ୍ରେ ଦର୍ଶାଇଛନ୍ତି।
ଯେଉଁ ମହିଳାମାନେ SBIରେ ଚାକିରି କରିବା ପାଇଁ ଯୋଗ୍ୟ ବିବେଚିତ ହେବାବେଳେ ୩ ମାସରୁ ଅଧିକ ଗର୍ଭବତୀ ଥିବେ ସେମାନଙ୍କୁ ସାମୟିକ ଅଯୋଗ୍ୟ ଘୋଷଣା କରାଯାଇଛି। ଏହାସହ ପ୍ରସବର ୪ ମାସ ପରେ କାର୍ଯ୍ୟରେ ଯୋଗ ଦେବା ପାଇଁ ସେମାନଙ୍କୁ ଅନୁମତି ମିଳିବ। ଆସନ୍ତା ମଙ୍ଗଳବାର ସୁଦ୍ଧା ନୋଟିସର ଜବାବ ରଖିବାକୁ ଦିଲ୍ଲୀ ମହିଳା କମିଶନ SBIକୁ ନୋଟିସ୍ ଜାରି କରିଛନ୍ତି। ଏନେଇ SBI ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।
]]>State Bank of India seems to have issued guidelines preventing women who are over 3 months pregnant from joining service & have termed them as ‘temporarily unfit’. This is both discriminatory and illegal. We have issued a Notice to them seeking withdrawal of this anti women rule. pic.twitter.com/mUtpoCHCWq
— Swati Maliwal (@SwatiJaiHind) January 29, 2022
ଜାଣନ୍ତୁ, ଆଉ କ’ଣ କ’ଣ ସବୁ ପରିବର୍ତ୍ତନ ହେବ...
ଖାଲି ପଡ଼ିଥିବା ଜେନେରାଲ କ୍ୟାଟେଗୋରୀ ପାଇଁ ୮୧୦, ଏସ୍ସି କ୍ୟାଟେଗୋରୀ ପାଇଁ ୬୦, ଏସ୍ଟି କ୍ୟାଟେଗୋରୀ ପାଇଁ ୧୬୨, ଓବିସି କ୍ୟାଟେଗୋରୀ ପାଇଁ ୫୬୦ ଓ ଇକୋନୋମିକାଲି ୱିକର ସେକ୍ସନ ପାଇଁ ୨୦୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠୁ ଅନ୍ଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇଥିବା ଅନ୍ଲାଇନ୍ ରେଜିଷ୍ଟ୍ରେସନର ଶେଷ ତାରିଖ ଅକ୍ଟୋବର ୨୫ ରହିଛି।
ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ କମ୍ ଓ ୩୦ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ। ଏସ୍, ଏସ୍ଟି, ଓବିସି, PWD ଓ Ex-Servicemen ପ୍ରାର୍ଥୀଙ୍କ ବୟସ ସୀମାରେ କୋହଳ କରାଯାଇଛି। ଇଚ୍ଛୁକ/ ଆଶାୟୀ ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ଗ୍ରାଜୁଏସନ୍ କରିଥିବା ଆବଶ୍ୟକ। ଅଧିକ ସୂଚନା ପାଇଁ SBI PO Recruitment ଲିଙ୍କ୍ରେ କ୍ଲିକ୍ କରନ୍ତୁ।
]]>ଆଉ ଆରମ୍ଭ କରି ଦେଇଥିଲା ଲୁଟପାଟ୍। ପ୍ରଥମେ କ୍ୟାସ ବାକ୍ସରେ ଥିବା ୮ଲକ୍ଷ ୬୦ହଜାରରୁ ଅଧିକ ଟଙ୍କା ସାଥିରେ ଆଣିଥିବା ଏକ ବ୍ୟାଗ୍ରେ ଭର୍ତ୍ତି କରିଥିଲା। ତାପରେ କର୍ମଚାରୀଙ୍କୁ ଲକର ଚାବି ମାଗି ସେଥିରୁ ପ୍ରାୟ ୮ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ବି ଲୁଟ୍ କରିଥିଲା। ପାଖାପାଖି ୪୫ ମିନିଟ୍ର ଲୁଟ୍ ଅପରେସନ ପରେ ଲୁଟେରା ଖସି ଯାଉଥିବାବେଳେ ବ୍ୟାଙ୍କ କର୍ମଚାରୀ ପାଟି କରିବାରୁ ସେଠି ଖେଳୁଥିବା ଜଣେ ଯୁବକ ଲୁଟେରାକୁ ବ୍ୟାଟ୍ରେ ପିଟିଥିଲେ। ଏହାପରେ ଲୁଟେରା ପାଖ ବିଲ ଭିତରକୁ ପଶିଯିବା ପରେ ତାକୁ ଗୋଡ଼େଇ ଧରିଥିଲେ ୭ଜଣ ଯୁବକ। ବହେ ଛେଛିଥିଲେ, ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ଲୁଟେରାକୁ ଗିରଫ କରିବା ସହ ତାଠାରୁ ଲୁଟ୍ ଟଙ୍କା ଓ ଗହଣା ଉଦ୍ଧାର କରିଥିଲା।
ବଡ଼ କଥା ହେଲା ଲୁଟେରା ବାହାର ଅଞ୍ଚଳର ନୁହେଁ, ବରଂ ସେହି ବାଲିଅନ୍ତାର। ତା ନାଁ ଶଙ୍କର ପରିଡ଼ା, ଘର ବ୍ୟାଙ୍କଠାରୁ ମାତ୍ର ଅଢ଼େଇ କିଲୋମିଟର ଦୂର। ଗତକାଲି ସେ ବ୍ୟାଙ୍କକୁ ଦୁଇଥର ଆସିଛି। ପ୍ରଥମେ ଦିନ ସାଢ଼େ ୧୧ ଓ ପରେ ଅପରାହ୍ନ ୩ଟା ୪୫ରେ। ପ୍ରଥମେ ୨୦ଲକ୍ଷ ଟଙ୍କା ଉଠାଇବାକୁ ଚାହୁଁଥିବା ଓ ପରେ ଲୋନ୍ ଦରକାର ବୋଲି ବ୍ୟାଙ୍କ କର୍ମଚାରୀଙ୍କୁ କହି ଦୀର୍ଘ ସମୟ ଧରି ବ୍ୟାଙ୍କ ଭିତରେ ବସି ରହିଥିଲା ଲୁଟେରା। ତେବେ ଖେଳଣା ବନ୍ଧୁକରେ ଲୁଟ୍ ଖେଳକୁ ଖତମ୍ କରିଦେଇଥିଲେ ସ୍ଥାନୀୟ ଯୁବକ। ଯେଉଁମାନଙ୍କୁ ଆଜି ସମ୍ବର୍ଦ୍ଧିତ କରିଛନ୍ତି ଭୁବନେଶ୍ୱର ଡିସିପି।
ତେବେ ଏଠି ପ୍ରଶ୍ନ-ବ୍ୟାଙ୍କରେ ଲୁଟେରା ଦୀର୍ଘ ସମୟ ଧରି ବସିରହିଥିଲେ ବି କେମିତି ତା ଉପରେ ସନ୍ଦେହ ହୋଇନଥିଲା ? କାହିଁକି ବ୍ୟାଙ୍କରେ ସୁରକ୍ଷା ଗାର୍ଡ ନଥିଲେ ? ଆଲାରାମ୍ ବ୍ୟବସ୍ଥା ଥାଇ ବି କାହିଁକି କର୍ମଚାରୀମାନେ ତାକୁ ବ୍ୟବହାର କରିନଥିଲେ ? ଗତକାଲିର ଘଟଣା ପରେ ଉଙ୍କି ମାରିଛି ଏମିତି ଅନେକ ପ୍ରଶ୍ନ। ରାଜଧାନୀରେ ଖେଳଣା ବନ୍ଧୁକରେ ବ୍ୟାଙ୍କ ଲୁଟ୍ ନୂଆ ନୁହେଁ। ଗତବର୍ଷ ଅକ୍ଟୋବର ୫ରେ ଇନଫୋସିଟି ଥାନା ଅଞ୍ଚଳର ଦୁଇଟି ବ୍ୟାଙ୍କରେ ଲୁଟେରା ଖେଳଣା ବନ୍ଧୁକ ଦେଖାଇ ୧୨ଲକ୍ଷରୁ ଅଧିକ ଟଙ୍କା ଲୁଟ୍ କରିଥିଲେ। ପରେ ପୋଲିସ୍ ଲୁଟେରାଙ୍କୁ ଧରି ଘଟଣାର ପର୍ଦ୍ଦାଫାସ୍ କରିଥିଲା।
ରିପୋର୍ଟ: ଆଲୋକ ମହାନ୍ତି
]]>ଅଗଷ୍ଟ ପରେ ଗ୍ରାହକ ଏହି ଅଫରର ଲାଭ ଉଠାଇ ପାରିବେ ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। SBI ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ଏସବିଆଇର ଗୃହ ଋଣ ପାଇଁ ସୁଧ ୬.୭୦ ପ୍ରତିଶତରୁ ଆରମ୍ଭ ହେଉଛି। ତେବେ ଘର ନେବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏହାଠୁ ଅଧିକ ଭଲ ସୁଯୋଗ ଆଉ କିଛି ନାହିଁ ବୋଲି ଏସବିଆଇ ନିଜ ପ୍ରତିକ୍ରିୟାରେ କହିଛି। ବ୍ୟାଙ୍କର YONO ଆପ୍ ମାଧ୍ୟମରେ ଆବେଦନ ହୋଇଥିବା ଗୃହ ଋଣ ପାଇଁ ୫ ବିପିଏସ୍ ଅର୍ଥାତ୍ ୦.୦୫ ପ୍ରତିଶତ ରିହାତି ମିଳିବ । ଆଉ ଏହାରି ମଧ୍ୟରେ ଏସବିଆଇ YONO ଆପର ନୂଆ ସଂସ୍କରଣ ମଧ୍ୟ କରିଥିବା ନେଇ ସୂଚନା ମିଳିଛି । ଯେଉଁ ଗ୍ରାହକ ମାନେ YONO ଆପରେ ଲଗ୍ ଇନ୍ କରିବାକୁ ଚାହାଁନ୍ତି, ସେମାନେ ନିଜର ପଞ୍ଜୀକୃତ ମୋବାଇଲ୍ ଫୋନ୍ ନମ୍ବର ବ୍ୟବହାର କରିପାରିବେ । YONO ର ନୂତନ ପଞ୍ଜୀକରଣ ପାଇଁ ବ୍ୟାଙ୍କ କହିଛି ଯେ ଗ୍ରାହକଙ୍କୁ ସମାନ ମୋବାଇଲ୍ ନମ୍ବର ବ୍ୟବହାର କରିବାକୁ ପଡିବ ଯାହା ବ୍ୟାଙ୍କରେ ପଞ୍ଜିକୃତ ହୋଇଛି । ନଚେତ୍ ଆପଣଙ୍କୁ ବ୍ୟାଙ୍କରୁ ମିଳୁଥିବା ସୁବିଧା ମିଳିବ ନାହିଁ।
]]>ଷ୍ଟ୍ରଙ୍ଗରୁମ୍ରେ ଥିବା ଏକ ବାକ୍ସ ନେଇ ଯାଇଥିବା ଅଭିଯୋଗ ହୋଇଛି। ଷ୍ଟ୍ରଙ୍ଗରୁମ୍ରେ ଡକାୟତି ବେଳେ ସାଇରନ୍ ବାଜିବାରୁ ଡକାୟତମାନେ ସେଠାରୁ ଖସି ପଳାଇଥିଲେ। ତେବେ ଯିବା ପୂର୍ବରୁ ଏକ ବାକ୍ସ ଭାଙ୍ଗି ସେଥିରେ ଥିବା ଟଙ୍କା ନେଇ ଯାଇଥିବା ଜଣାପଡ଼ିଛି। ବାକ୍ସରେ ପ୍ରାୟ ୪୦-୫୦ ହଜାର ଟଙ୍କା ଥିବା କୁହାଯାଉଛି।
ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ପୋଲିସ୍ ତଦନ୍ତ ଚଳାଇଛି।
ସୂଚନାଯୋଗ୍ୟ, ଗତକାଲି ଅନୁଗୁଳ ସହରର ବଜାର ଛକ ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଶାଖାରେ ଡକାୟତି ହୋଇଥିଲା। କିଛି ଦୁର୍ବୃତ୍ତ ମାଉଜର ଦେଖାଇ ବ୍ୟାଙ୍କରୁ ୨୦ ଲକ୍ଷ ଟଙ୍କା ସହିତ ସୁନା ଲୁଟି ନେଇଥିଲେ।
ସେହିପରି ଗତକାଲି ନୟାଗଡ଼ ଜିଲ୍ଲା ସାରଙ୍ଗଧରପୁର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୮୦ ହଜାର ଟଙ୍କା ଓ ପ୍ରାୟ ୧ କୋଟି ଟଙ୍କାର ସୁନା ଲୁଟି ନେଇଥିଲେ।
]]>ଏମାନଙ୍କ କହିବା କଥା, ୨୦୧୫ରେ କୃଷି ଋଣ ଦେବା ବାହାନାରେ କିଛି ଗ୍ରାହକଙ୍କୁ ଡକ୍ୟୁମେଣ୍ଟ୍ ଦେବା ଲାଗି କହିଥିଲେ ନିର୍ମଦ ନାୟକ। ଋଣ ପାଇବା ଆଶାରେ ଲୋକେ ଡକ୍ୟୁମେଣ୍ଟ ବି ଦେଇଥିଲେ। ହେଲେ ସେମାନଙ୍କୁ ସେତେବେଳେ କିନ୍ତୁ ଋଣ ଟଙ୍କା ମିଳିନଥିଲା। ଆଉ ଏବେ ଋଣ ଆଦାୟ କରାଯିବାକୁ ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ସେମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।
ତଥ୍ୟ ଅନୁସାରେ, ଉଦୟପୁର ଗାଁର ମୋଟ ୭ ଜଣଙ୍କ ନାଁରେ ହଡ଼ପ ହୋଇଛି ପ୍ରାୟ ସାଢ଼େ ତିନି ଲକ୍ଷରୁ ଅଧିକ ଟଙ୍କା। ୨୦୧୫ରେ ଋଣ ଟଙ୍କା ଉଠାଯାଇଥିବା ବେଳେ ୨୦୧୬ରେ ଏହାର ନବୀକରଣ ବି କରାଯାଇଛି। ଏଭଳି ଅଭିଯୋଗ ସମ୍ପର୍କରେ ଆମେ କରଚୁଲି ବ୍ରାଞ୍ଚର ପୂର୍ବତନ ମ୍ୟାନେଜରଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲୁ।
ଏ ଘଟଣା ପୂର୍ବରୁ ସେହି ୨୦୧୫ରେ କରଚୁଲି SBI ଶାଖାରେ ମୃତ ଓ ଅପରିଚିତ ଲୋକଙ୍କ ନାଁରେ ଋଣ ଅନୁମୋଦନ କରାଯାଇ ୧୬ ଲକ୍ଷ ହଡ଼ପ ଅଭିଯୋଗ ହୋଇଥିଲା। ଏବେ କୃଷି ଋଣ ନାଁରେ ଠକେଇ ଅଭିଯୋଗ ପରେ ପୋଲିସ ପୂର୍ବତନ ଶାଖା ପରିଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
]]>
ଆପଣଙ୍କୁ SBI, CSP ଖୋଲିବାକୁ ସୁଯୋଗ ଦେଇଛି । ଆପଣ SBIର CSP ଖୋଲି ମାସିକ ଭଲ ରୋଜଗାର କରିପାରିବେ । ତେବେ ଆପଣ କିପରି ଖୋଲିବେ CSP ? ଏନେଇ ମନରେ ପ୍ରଶ୍ନ ଉଠୁଥିବ । ସୋସିଆଲ ମିଡିଆ ଟ୍ୱିଟରରେ ଅନେକ ଲୋକ ଏହି ପ୍ରଶ୍ନ କରିଛନ୍ତି । ତେବେ ଜଣେ ୟୁଜରଙ୍କ ପ୍ରଶ୍ନର ଉତ୍ତର ଦେଇ SBI ପକ୍ଷରୁ କୁହାଯାଇଥିଲା ଯେ, କିପରି ଖୋଲିପାରିବେ CSP ।
मुझे csp (Costumer service center) लेना है जिस में सभी costumer का बैंक में account opening भी कर सके तो मुझे कैसे मिलेगा
Please— Sสfd͢͢͢สr Rãzâ (@MDSAFDA97597451) June 20, 2021
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଟୁଇଟ୍ କରି ସୂଚନା ଦେଇଛି ଯେ, ପ୍ରିୟ ଗ୍ରାହକ ଦୟାକରି ଆପଣଙ୍କ ନିକଟସ୍ଥ ଅଞ୍ଚଳରେ କାର୍ଯ୍ୟ କରୁଥିବା ଆମର ଆଞ୍ଚଳିକ ଶାଖା କାର୍ଯ୍ୟାଳୟକୁ ଯାଇ CSP ଖୋଲିବା ପାଇଁ ଆବେଦନ ପତ୍ର ଦାଖଲ କରନ୍ତୁ । ଏହାପରେ ସମସ୍ତ ପ୍ରକ୍ରିୟା ଆରମ୍ଭ ହେବ ।
ଆପଣ https: //bank.sbi/web/home/locator/branch ଲିଙ୍କ ଜରିଆରେ ଗୁଗୁଲ୍ର ସାହାଯ୍ୟ ନେଇ ଅପଣଙ୍କ ନିକଟସ୍ଥ RBO ଠିକଣା ପାଇପାରିବେ । ଖାଲି ସେତିକି ନୁହେଁ ନିକଟସ୍ଥ ଶାଖା କାର୍ଯ୍ୟାଳୟରୁ ମଧ୍ୟ RBO ଠିକଣା ପ୍ରାପ୍ତ କରିପାରିବେ । ସେହି RBO ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ଶାଖାର ବ୍ୟାଙ୍କିଙ୍ଗ ହଲରେ ଏହା ପ୍ରଦର୍ଶିତ ହୁଏ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନୁଯାୟୀ ଗ୍ରାହକଙ୍କୁ ପ୍ରଥମେ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ (RBO)ରେ ଆବେଦନ କରିବାକୁ ପଡିବ । ଏହା ପରେ, ଏଠାରୁ CSP ଖୋଲିବାକୁ ଅନୁମତି ପାଇବା ପରେ, ଆପଣ କାମ ଆରମ୍ଭ କରିପାରିବେ ।
CSP କ’ଣ ?
CSP ହେଉଛି କଷ୍ଟମର ସର୍ଭସ୍ ପଏଣ୍ଟ । ଏହା SBIର ଗ୍ରାହକ ସେବା କେନ୍ଦ୍ର ଭଳି ଅନେକ ପ୍ରକାରର କାର୍ଯ୍ୟ କରିଥାଏ । ଯେମିତିକି ଟଙ୍କା ଜମା କରିବା, ଆକାଉଣ୍ଟ ଖୋଲିବା ଇତ୍ୟାଦି । ଏହା ବ୍ୟତୀତ ଆପଣ ଏଠାରେ ସହଜରେ ଅନେକ ପ୍ରକାରର ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ କାର୍ଯ୍ୟ ମଧ୍ୟ ତୁଲାଇପାରିବେ । ଏଭଳି ସୁବିଧା ବହୁ ଆଗରୁ ରହିଛି ଆସିଛି । କିନ୍ତୁ ପୂର୍ବରୁ ଏହା କେବଳ ଗାଁ ଗହଳି କିନ୍ତୁ ଉପାନ୍ତ ଅଞ୍ଚଳରେ ରହୁଥିଲା । ଯେଉଁଠି ବ୍ୟାଙ୍କ ପହଞ୍ଚି ପାରୁନଥିଲା । କିନ୍ତୁ ଏବେ ଏହି ସୁବିଧା ସହରରେ ମଧ୍ୟ ଉପଲବ୍ଧ । ଏହି CSP ଖୋଲିବା ଦ୍ୱାରା ଭଲ ରୋଜଗାର କରି ହେବ ।
ଏଭଳି ଯୋଜନାକୁ ପ୍ରୋତ୍ସାହିତ କରି ସରକାର ଗ୍ରାମୀଣ ଯୁବକଙ୍କୁ ଉଦ୍ୟୋଗୀ ହେବାକୁ ସୁଯୋଗ ଦେଉଛନ୍ତି । ଏହି ସମସ୍ତ ଯୋଜନା ଡିଜିଟାଲ ଇଣ୍ଡିଆ ଅଧୀନରେ ରହିଛି । CSP ପାଇଁ ଆପଣଙ୍କୁ ଇଣ୍ଟରନେଟ୍ ଏବଂ କମ୍ପ୍ୟୁଟର କିମ୍ବା ଲାପଟପ୍ ଆବଶ୍ୟକ ହୋଇଥାଏ ।
]]>