ସେପଟେ ପୁରୀ ସ୍ୟାଣ୍ଡ୍ ଆର୍ଟ ପାର୍କରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ମଧ୍ୟ ବାଲିରେ ତିଆରି କରିଛନ୍ତି ସାଣ୍ଟାକ୍ଲଜ୍ । ସେଥିରେ ସାଣ୍ଟା ସହ ଖ୍ରୀଷ୍ଟମାସ ଟ୍ରି’କୁ ବେଶ୍ ସୁନ୍ଦର ଭାବେ ତିଆରି କରିଛନ୍ତି ମାନସ। ସେ ଏହି କଳାକୃତି ଜରିଆରେ ଗଛର ସୁରକ୍ଷା ବାର୍ତ୍ତା ସମାଜକୁ ଦେଇଛନ୍ତି ।
]]>
ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଏନେଇ ରାତିଦିନ ଏକ କରିଦେଇଛନ୍ତି । ବିଶ୍ୱ ଦରବାରରେ କଟକର ବାଲିଯାତ୍ରା ଆଉ ଓଡିଶାର ନୌବାଣିଜ୍ୟ ପରମ୍ପରାକୁ ପରିଚୟ ଦେବା ପାଇଁ ଲାଗିପଡିଛନ୍ତି। ତାଙ୍କର ପ୍ରୟାସରେ ବାଲିଯାତ୍ରା ପଡିଆରେ ବିଶ୍ୱର ସବୁଠୁ ବଡ ବାଲୁକା କଳାରେ ଝଲସିବ କଟକ।
ବାଲିଯାତ୍ରା ପଡିଆରେ ସେ ବାଲିରେ ତିଆରି କରୁଛନ୍ତି ସବୁଠାରୁ ବଡ ବୋଇତ। ଏଥିରେ ବ୍ୟବହୃତ ହେଉଛି ୨୫,୦୦୦ରୁ ଅଧିକ ମାଟିଦୀପ। ସୁଦର୍ଶନ ପଟ୍ଟନାୟକ ତାଙ୍କ ଟିମ୍କୁ ଧରି ଏହି କାମରେ ଲାଗି ପଡିଛନ୍ତି। ତାଙ୍କର ୨୯ ଜଣ ଛାତ୍ରଛାତ୍ରୀ ତାଙ୍କୁ ଏହି କାମରେ ସାହାଯ୍ୟ କରୁଛନ୍ତି। ଏହି ବୋଇତକୁ ଖୁବ ସୁନ୍ଦର ଆଉ ଆକର୍ଷଣୀୟ କରିବା ତାଙ୍କର ଲକ୍ଷ୍ୟ।
ଏହି କଳା ମନେପକେଇ ଦେବ ଓଡିଶାର ପ୍ରାଚୀନ ନୌବଣିଜ୍ୟର ଐତିହ୍ୟ। ଏହି ବାଲି ବୋଇତର ଲମ୍ବ ୬୮ ଫୁଟ ହୋଇଥିବା ବେଳେ ଓସାର ରହିଛି ୪୨ ଫୁଟ। ଏହା ବିଶ୍ୱର ସବୁଠାରୁ ବଡ ବାଲୁକା କଳା ହେବା ସହ ଲିମ୍କା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନାଁ ରହିବ ବୋଲି ଆଶା କରିଛନ୍ତି ସୁଦର୍ଶନ ପଟ୍ଟନାୟକ।
]]>
ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଗଣେଶ ପୂଜା ଅବସରରେ ପୁରୀ ଲାଇଟ୍ ହାଉସ୍ ବେଳାଭୂମରେ ପ୍ରଭୁ ଗଜାନନଙ୍କର ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି।
ବିଘ୍ନହର୍ତା ରୂପେ ପ୍ରଭୁ ଗଣେଶ ସର୍ବତ୍ର ପୂଜା ପାଆନ୍ତି। ସାରା ପୃଥିବୀରୁ ବିଘ୍ନ ଦୂର କରି ଶାନ୍ତି ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ଏବେ ବିଶ୍ୱରେ ଯୁଦ୍ଧର ବାତାବରଣ ସୃଷ୍ଟିହୋଇଛି। ସମସ୍ତ ଦେଶ ମଧ୍ୟରେ ବନ୍ଧୁତ୍ୱର ବାତାବରଣ ସୃଷ୍ଟି ହେଉ ଏବଂ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେଉ ଏହା ପ୍ରଭୁ ଗଣେଶଙ୍କ ପାଖରେ କାମନା କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ।
ଏହି ବାଲୁକା କଳାଟି ୧୫ ଫୁଟ ଓସାର ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୧୫ ଟନ୍ ବାଲି ଉପଯୋଗ କରାଯାଇଛି। ଏହାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା। ଏଥିରେ ସେ "World Peace" ର ବାର୍ତ୍ତା ଦେଇଛନ୍ତି।
]]>ସେହିପରି ପୁରୀ ଲାଇଟ୍ ହାଉସ ବେଳାଭୂମିରେ ବାଲିରେ ପ୍ରଭୁ ହନୁମାନଙ୍କ ବିଶାଳ ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ କୁମାର ସାହୁ । ୧୭ ଫୁଟ ଓସାରର ଏହି ବାଲୁକା କଳାରେ ୧୨ ଟନ୍ ବାଲି ବ୍ୟବହାର କରାଯାଇଛି । ବାଲୁକା କଳା ନିର୍ମାଣ କରିବାକୁ ମାନସଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ସାରା ଦେଶବାସୀଙ୍କୁ ବାଲୁକା କଳାରେ ଓଡ଼ିଆ ନବବର୍ଷର ଅଭିନନ୍ଦନ ଜଣାଇବା ସହ ହନୁମାନ ଜୟନ୍ତୀର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସଙ୍କଟ ମୋଚନ ହନୁମାନ କରୋନା ଏବଂ ବିଶ୍ୱରେ ଚାଲିଥିବା ସଙ୍କଟକୁ ଦୂର କରି ଶାନ୍ତି ପ୍ରତିଷ୍ଠା କରିବାକୁ ପ୍ରାର୍ଥନା କରିଛନ୍ତି ଶିଳ୍ପୀ ମାନସ ସାହୁ ।
ଅନ୍ୟପକ୍ଷେ, ଆଜି ପଣା ସଂକ୍ରାନ୍ତି ନେଇ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ ମଧ୍ୟ କରାଯାଇଛି । ଓଡ଼ିଆ ଘରେ ପଣା ଭୋଗ ପରଂପରା ରହିଛି । ସେହିପରି ହନୁମାନ ଜୟନ୍ତୀ ହୋଇଥିବାରୁ ସଙ୍କଟମୋଚନ ହନୁମାନଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ଭିଡ଼ ଲାଗିଲାଣି ।
]]>ସେ ନିଜ କଳା ମାଧ୍ୟମରେ ଅଯୋଦ୍ଧାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ଚିତ୍ରକୁ ଆଙ୍କି କଳାକୃତ୍ତି କରିଛନ୍ତି । ଶୀଘ୍ର ରାମ ମନ୍ଦିର ନିର୍ମାଣ ହେବା ନେଇ ମଧ୍ୟ ସେ ଏହି କଳା କୃତ୍ତିରେ ବାର୍ତ୍ତା ଦେଇଛନ୍ତି ।
ଅନ୍ୟପକ୍ଷେ, ଆଜି ରାମ ପବିତ୍ର ନବମୀ ଥିବାରୁ ରାମନବମୀ ସାରା ଦେଶର ପୁରପଲ୍ଲୀରେ ଭଗବାନ ରାମଙ୍କ ଜନ୍ମୋତ୍ସବ ବା ରାମନବମୀକୁ ଧୁମଧାମରେ ପାଳନ କରାଯାଉଛି । ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ପର୍ବ ପାଳନ ବନ୍ଦ ରହିଥିଲା ।
]]>ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ଲୋକମାନେ ସ୍ୱାସ୍ଥ୍ୟପ୍ରତି ସଚେତନ ରହିବାକୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଚଳିତ ବର୍ଷର ଶ୍ଳୋଗାନ ‘ଆମ ପୃଥିବୀ, ଆମର ସ୍ୱାସ୍ଥ୍ୟ’ ରହିଛି । ୧୯୪୮ ଆଜିର ଦିନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ହୋଇଥିଲା । ତେଣୁ ପ୍ରତି ବର୍ଷ ଏପ୍ରିଲ୍ ୭ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବରେ ପାଳନ କରାଯାଇଆସୁଛି ।
ଅନ୍ୟପକ୍ଷେ, ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ନୂଆଦିଲ୍ଲୀର ଲାଲକିଲ୍ଲାରେ ଯୋଗ ଉତ୍ସବ ଆୟୋଜିତ ହୋଇଛି । ଏଥିରେ ଲୋକସଭା ବାଚସ୍ପତି ଓମ ବିର୍ଲା କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ ମଧ୍ୟ ଉତ୍ସବରେ ସାମିଲ ହୋଇଥିଲେ । ଲାଲକିଲ୍ଲାରେ ଆୟୋଜିତ ଯୋଗ ଉତ୍ସବରେ ଶତାଧିକ ସଂଖ୍ୟାରେ ଲୋକ ଯୋଗ ଦେଇ ଏକାଠି ଯୋଗ କରିଥିଲେ ।
]]>ଓଡିଶାର ଜଣେ ସୁନାମଧନ୍ୟ ବାଲୁକାଶିଳ୍ପୀ ଭାବରେ ସୁଦର୍ଶନ ପଟ୍ଟନାୟକଙ୍କ ବେଶ ଜଣାଶୁଣା । ଦେଶ ହେଉ ଅବା ବିଦେଶ ସବୁଠି ସୁଦର୍ଶନଙ୍କ ଚର୍ଚ୍ଚା । ଦେଶବିଦେଶରେ ଘଟୁଥିବା ଘଟଣା ହେଉ କି ଉତ୍ସବ ସବୁ କ୍ଷେତ୍ରରେ ନିଜ ବାଲୁକାକଳା ମାଧ୍ୟମରେ ଲୋକଙ୍କୁ ସାମାଜିକ ବାର୍ତ୍ତା ଦେଇଥାନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏନେଇ ସେ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ବହୁବାର ସମ୍ମାନିତ ହୋଇଛନ୍ତି ।
ବଡଦିନ ଉପଲକ୍ଷେ ସୁଦର୍ଶନ ପ୍ରାୟ ୫ ହଜାର ୪୦୦ଟି ଲାଲ ଗୋଲାପ ଓ ଧଳା ଗୋଲାପ ବ୍ୟବହାର କରି ସାନ୍ତା କ୍ଲଜଙ୍କ ଏକ ବିରାଟ ବାଲୁକାକଳାକୁ ସଜ୍ଜାଇଛନ୍ତି । ସେହି କଳାକୃତିରେ ସେ ଲେଖିଛନ୍ତି ଯେ, ‘ମେରୀ ଖ୍ରୀଷ୍ଟମାସ, କୋଭିଡ୍୧୯ ର ନିର୍ଦ୍ଦେଶାବଳୀ ସହିତ ଖ୍ରୀଷ୍ଟମାସ ଉପଭୋଗ କରନ୍ତୁ’ । ସେ ସବୁ ସମୟରେ ତାଙ୍କ କଳାକୃତି ମାଧ୍ୟମରେ ସମାଜକୁ ସତର୍କର ସୂଚନା ଦେଇଥାନ୍ତି । ଏହି ବାଲୁକାକଳାଟି ୫୦ ଫୁଟ ଲମ୍ବା ଓ ୨୮ ଫୁଟ ଚଉଡା । ତେବେ ଏହାକୁ ତିଆରି କରିବା ଲାଗି ତାଙ୍କୁ ପ୍ରାୟ ୮ ଘଣ୍ଟା ଓ ଦୁଇ ଦିନ ଭଳି ସମୟ ଲାଗିଥିଲା ।
ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବାଲୁକା କଳାକାର ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, “ଆମେ ସମସ୍ତେ ଜାଣିଛୁ ଯେ ପ୍ରାୟ ସମଗ୍ର ବିଶ୍ୱରେ କୋଭିଡର ତୃତୀୟ ଲହର ଆରମ୍ଭ ହୋଇଯାଇଛି, ଏଭଳି ପରିସ୍ଥିତିରେ ମୁଁ ସାନ୍ତାଙ୍କର ଏପରି ଏକ ପ୍ରତିମା ସୃଷ୍ଟି କରିଛି ଯାହା କୋଭିଡ ନିର୍ଦ୍ଦେଶାବଳୀକୁ ମାନିବାର ବାର୍ତ୍ତା ପ୍ରଦାନ କରିବ । ମୁଁ ଆଶା କରୁଛି ଯେ ଏହି କଳାକୃତି ନିଶ୍ଚିତ ଭାବରେ ରେକର୍ଡ ବହିରେ ପ୍ରବେଶ କରିବ। ” କୋଭିଡ ଉପରେ ନିର୍ମିତ ସୁଦର୍ଶନ ପଟ୍ଟନାୟକଙ୍କ କଳାକୃତିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ବେଶ ପ୍ରଶଂସା କରାଯାଇଛି ।
]]>ମାଆ ଏହି ଦୁଇଟି ଅକ୍ଷରରେ ସାରା ସଂସାର। ମା-ରେ ମାଟି, ଆ-ରେ ଆକାଶ। ମାଆ ଥିଲେ ସଂସାରରେ ସବୁ ଥିଲା ପରି ଲାଗେ। ମାଆ ପାଇଁ ଆମ ସମସ୍ତଙ୍କ ଅସ୍ତିତ୍ୱ। ସମସ୍ତଙ୍କ ଜୀବନରେ ମାଆର ମହତ୍ତ୍ୱ ଓ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ମାଆର ବାତ୍ସଲ୍ୟ ମମତା, ତ୍ୟାଗ, ତପସ୍ୟା, ଅବଦାନ, ବଳିଦାନକୁ ସମ୍ମାନ ଦେବାକୁ ଆଜିର ଦିନକୁ ମଦର୍ସ ଡେ ଭାବେ ପାଳନ କରାଯାଏ।
ବିଶ୍ୱ ମାତୃ ଦିବସ ଅବସରରେ ବାଲୁକା କଳା ମାଧ୍ୟମରେ ପୁରୀ ବେଳାଭୁମିରେ ବାଲୁକା କଳା କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏକ ନାଲି ରଙ୍ଗର ହୃଦୟ ଭିତରେ ନିଜ ଶିଶୁକୁ କିଭଳି ମାଆ ଯତ୍ନର ସହ ଧରି ଶୋଇଛି ତାକୁ ବାଲୁକା କଳା ମାଧ୍ୟମରେ କରି ଦେଖାଇଛନ୍ତି ସେ। ଏହାସହ ବାଲୁକା କଳା ମାଧ୍ୟମରେ ସେ ମାତୃ ଦିବସର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।
We love you, all dear mothers across the planet! My SandArt on #HappyMothersDay at #Puri beach, #Odisha. pic.twitter.com/FtrtVmuizA
— Sudarsan Pattnaik (@sudarsansand) 12 May 2018
]]>On the occasion of #MothersDay, my sand sculpture of Hon Prime Minister @narendramodi and his mother with message "Maa ki Mamta" at #Puri beach, #Odisha. pic.twitter.com/THyOfmTE4g
— Sudarsan Pattnaik (@sudarsansand) 13 May 2018
କୁନି କୁନି ଝିଅ ଆମ ଝିଅ ଓ ଆମ ଭଉଣୀ- ଏମାନଙ୍କ ସୁରକ୍ଷା ଆମର ଦାୟିତ୍ୱ। ସମସ୍ତେ ଏକାଠି ହୋଇ ଏଭଳି ଅମାନୁଷିକ କାର୍ଯ୍ୟ କରୁଥିବା ରାକ୍ଷସମାନଙ୍କୁ ଦଣ୍ଡ ଦେବା ସହ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନେବା ଜରୁରୀ ବୋଲି ସେ କହିଛନ୍ତି।
]]>ଅଶୁଦ୍ଧକାଳ ସମୟରେ ସମସ୍ତ ଶୁଭକାର୍ଯ୍ୟ ଯଥା ଗୃହ ଆରମ୍ଭ, ଗୃହପ୍ରବେଶ, ବ୍ରତୋପନୟନ, ବିବାହ, ପାଣି ଗ୍ରହଣ ଆଦି ଶୁଭକାର୍ଯ୍ୟ ନିଷେଧ। କିନ୍ତୁ ୧୪ଜାନୁୟାରୀ ୨୦୧୯ ରୁ ବର୍ଷ ଶେଷ ପର୍ଯ୍ୟନ୍ତ ଶୁଦ୍ଧକାଳ ରହିଛି। ତେଣୁ ଏହି ସମୟରେ ଗ୍ରହ ନକ୍ଷତ୍ରଙ୍କର ସ୍ଥିତି ଭଲଥିବାରୁ ଶୁଭକାର୍ଯ୍ୟ କରଣୀୟ।
ନବବର୍ଷ ଅବସରରେ ପୁରୀରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ବାଲୁକାକଳା ସ୍ଥାପନ କରାଯାଇଛି। ଏହି ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ନିଜ ବାଲୁକାକଳା ମାଧ୍ୟମରେ ସେ ମହାବିଷୁବ ସଂକ୍ରାନ୍ତି ଓ ପଣା ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି।
Heartiest #OdiaNewYear greetings to all on the occasion of #PanaSankranti and #MahaVishubaSankranti . pic.twitter.com/ew46H62oGy
— Sudarsan Pattnaik (@sudarsansand) 14 April 2018
]]>Wishing all on the occasion of #OdiaNewYear May Lord #Jagannath bless all with peace and prosperity. One of my SandArt at Puribeach. pic.twitter.com/vhuQCt2s5A
— Sudarsan Pattnaik (@sudarsansand) 14 April 2018
My SandArt with message “Save Water, Save Life” on #WorldWaterDay at Puri beach in Odisha. pic.twitter.com/BhMvoNVcrH
— Sudarsan Pattnaik (@sudarsansand) March 22, 2018
ସେହପରି ଶିଳ୍ପୀ ମାନସ ସାହୁ NATURE FOR WATERକୁ ନେଇ ବାଲୁକାକଳା ନିର୍ମାଣ କରିଛନ୍ତି ପୁରୀ ବେଳାଭୂମିରେ।
ପୁରୀ ବେଳାଭୂମିରେ ଶିଳ୍ପୀ ମାନସ ସାହୁ କରିଥିବା ବାଲୁକାକଳାରେ ସେ LIFE FLOWS IN EACH DROP OF WATER & SAVE WATERର ବାର୍ତ୍ତା ଦେଇଛନ୍ତି।
ଜଳ ହିଁ ଜୀବନ, ଜଳ ବିନା ସୃଷ୍ଟି ଅସମ୍ଭବ। ଏହି ଉପଲକ୍ଷେ ସାରା ବିଶ୍ୱରେ ପ୍ରତିବର୍ଷ ମାର୍ଚ୍ଚ ୨୨ରେ WORLD WATER DAY ପାଳନ କରାଯାଉଛି। ବିଶ୍ୱବାସୀଙ୍କୁ ଜଳର ଆବଶ୍ୟକତା, ଜଳ ପ୍ରଦୂଷଣ ସଂପର୍କରେ ଅବଗତ କରାଇବା ଏହି ଦିବସର ମୂଳ ଲକ୍ଷ୍ୟ।
]]>