ବହୁ ପୂର୍ବରୁ ସରକାର ଅଙ୍ଗନବାଡ଼ି କର୍ମୀମାନଙ୍କୁ ଅବହେଳା କରିଆସୁଥିବା ସେମାନେ ଅଭିଯୋଗ କରିଆସୁଛନ୍ତି । ଅନେକ ଥର ରାଜରାସ୍ତାରେ ଗର୍ଜନ କରିଛନ୍ତି ହଜାର ହଜାର ସଂଖ୍ୟକ ଅଙ୍ଗନବାଡ଼ି କର୍ମୀ । ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ରେ ଏକତ୍ରିତ ହେବା ସହ ରଣହୁଙ୍କାର ଦେଇଛନ୍ତି ।
ପେଟ ପାଇଁ ଅଙ୍ଗନବାଡ଼ି କର୍ମୀମାନଙ୍କ ବାରମ୍ବାର ଗର୍ଜନକୁ ସରକାର ଅଣଦେଖା କରିବା ସହ ସେମାନଙ୍କୁ ପ୍ରତିଶ୍ରୁତି ଦେଇ ପାଳନ କରିନଥିବା ଅଭିଯୋଗ ହୋଇଛି । ଫଳରେ ପ୍ରତି ବର୍ଷ ବିଧାନସଭା ଅଧିବେଶନ ସମୟରେ ସେମାନେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରିଛନ୍ତି । ହେଲେ ସରକାର ସେମାନଙ୍କ କଥା ରଖିନଥିବାରୁ ଏହି ଘଟଣା ହାଇକୋର୍ଟରେ ପହଞ୍ଚିଛି ।
]]>ଆମ କଥା ଆପଣଙ୍କୁ ଟିକେ ଅଡ଼ୁଆ ଲାଗୁଥିବ, ଆମେ କାହିଁକି ଏସବୁ କହୁଛୁ । ଆଜ୍ଞା ହଁ ଆପଲ୍ କମ୍ପାନୀର ସିଇଓ ଟିମ୍ କୁକ୍ ନିଜେ ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ ନିଜେ କମ୍ପାନୀକୁ ମେଲ୍ କରି କହିଛନ୍ତି ଯେ, ମୋର ଦରମା କମାଇ ଦିଅ । ମୋତେ ଲାଗୁଛି ମୁଁ ଅଧିକ ଦରମା ନେଉଛି । ତେବେ ଟିମ୍ଙ୍କ ଏହି ମେଲ୍ ପାଇବା ପରେ ସଂସ୍ଥା ପକ୍ଷରୁ ତାଙ୍କର ୫୦ ପ୍ରତିଶତ ଦରମା ହ୍ରାସ କରାଯାଇଛି । ୫୦ ପ୍ରତିଶତ ଦରମା କମିବା ପରେ ଏବେ ସେ ବାର୍ଷିକ ୪୯ ମିଲିୟନ୍ ୟୁଏସ୍ ଡଲାର ପାଉଛନ୍ତି । ଏଥିରେ ବୋନସ୍ ୬ ମିଲିୟନ୍ ସହ ବେସିକ୍ ସାଲେରୀ ୩ ମିଲିୟନ୍ ମଧ୍ୟ ସମ୍ପୃକ୍ତ ରହିଛି । ଏହାସହ ୪୦ ମିଲିୟନ୍ ୟୁକ୍ୟୁଟି ମଧ୍ୟ ରହିଛି । ଖାଲି ସେତିକି ନୁହେଁ ଆପଲ୍ରେ କୁକ୍ଙ୍କର ଥିବା ୫୦ ପ୍ରତିଶତ ଷ୍ଟକ୍ସ ବୃଦ୍ଧି ପାଇ ୭୫ ପ୍ରତିଶତରେ ପହଞ୍ଚିସାରିଛି ।
ଆପଲ ପକ୍ଷରୁ କୁହାଯାଇଛି ଯେ, କୁକ୍ଙ୍କ ଦରମା ରିଭାଇଜ୍ କରିବା ପୂର୍ବରୁ ଅନ୍ୟ ଷ୍ଟେକ୍ ହୋଲ୍ଡରଙ୍କ ସହ ଆଲୋଚନା କରାଯାଇଛି । କମ୍ପାନୀ ପକ୍ଷରୁ ଆହୁରି କୁହାଯାଇଛି ଯେ, କୁକ୍ଙ୍କ ପଦବୀ ଏବଂ ବାର୍ଷିକ ପାରିଶ୍ରମିକ ସଂସ୍ଥାର ପ୍ରଦର୍ଶନ ଉପରେ ନିର୍ଭର କରେ । ଆଗାମୀ ଦିନରେ କୁକ୍ଙ୍କୁ ୮୦ ରୁ ୯୦ ପ୍ରତିଶତ ରାଶି ଦେବା ପାଇଁ ସଂସ୍ଥା ଯୋଜନା କରୁଛି । କୁକ୍ ୨୦୧୧ରୁ ଆପଲ୍ ସିଇଓ ଭାବେ ଦାୟିତ୍ୱ ନେଇ ଆସୁଛନ୍ତି ।
ପୂର୍ବରୁ କୁକ୍ ବାର୍ଷିକ ୯୯.୪ ୟୁଏସ୍ ଡଲାର ଦରମା ପାଉଥିଲେ । ଏଥିରେ ତାଙ୍କର ବେସିକ୍ ସାଲେରୀ ୩ ମିଲିୟନ୍ ସାମିଲ ଥିବା ବେଳେ ୮୩ ମିଲିୟନ୍ ବୋନସ୍ ଏବଂ ଷ୍ଟକ୍ ବାବଦକୁ ମିଳିଥାଏ । ଟିମ୍ କୁକ୍ଙ୍କ ମୋଟ୍ ପ୍ୟାକେଜ୍ ଥିଲା ୯୮.୭ ମିଲିୟନ୍ ୟୁଏସ୍ ଡଲାର ।
]]>ନିଜ ବିଭାଗର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ସୋମବାର ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଜାରି କରିଛି ନିର୍ଦ୍ଦେଶନାମା । ଏଥିନିମନ୍ତେ ଜାନୁଆରୀ ମାସ ଶେଷ ପର୍ଯ୍ୟନ୍ତ ଡେଡ୍ଲାଇନ୍ ଦିଆଯାଇଛି। ଜାନୁଆରୀ ଶେଷ ସୁଦ୍ଧା ନିଜ ସମ୍ପତ୍ତି ତାଲିକା ଘୋଷଣା ନ କରିବା ପର୍ଯ୍ୟନ୍ତ ଫେବୃଆରୀ ମାସର ଦରମା ମିଳିବନି ବୋଲି ବି କଡ଼ା ଚେତାବନୀ ଦିଆଯାଇଛି। ନିଜ ସମ୍ପତ୍ତିର ତାଲିକା ଘୋଷଣା କରିବା ପରେ ହିଁ ସେମାନେ ଦରମା ଉଠାଇ ପାରିବେ।ଏହାକୁ ନେଇ କୃଷି ବିଭାଗ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି।
ରାଜ୍ୟବାସୀଙ୍କୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ତାଲିକା ଘୋଷଣା ନିର୍ଦ୍ଦେଶ କେବଳ ପ୍ରହେଳିକାରେ ପରିଣତ ହୋଇ ରହି ଯାଇଛି। ୨୦୨୧ରେ ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ପାଇଁ ସମ୍ପତ୍ତି ତାଲିକା ଘୋଷଣାକୁ ବାଧ୍ୟତାମୂଳକ କରିଥିଲେ। ହେଲେ ଏହା କେବଳ ଫମ୍ପା ମାଠିଆର ଶବ୍ଦ ସଦୃଶ ହୋଇ ରହି ଯାଇଛି।
]]>