ପୌର ପରିଷଦ ଅଧ୍ୟକ୍ଷଙ୍କ ଦରମା ମାସିକ ୧୫ ଶହରୁ ୧୫ ହଜାର ଟଙ୍କାକୁ, ଉପାଧ୍ୟକ୍ଷଙ୍କ ଦରମା ମାସିକ ୧୨ ଶହରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏନ୍.ଏ.ସି. ଅଧ୍ୟକ୍ଷମାନଙ୍କର ମାସିକ ଦରମା ହଜାରେ ଟଙ୍କାରୁ ୧୦ ହଜାର ଟଙ୍କାକୁ ଏବଂ ଉପାଧ୍ୟକ୍ଷଙ୍କ ମାସିକ ଦରମା ୮୦୦ ରୁ ୭ ହଜାର ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
ସେହିଭଳି ମହାନଗର ନିଗମ କର୍ପୋରେଟରମାନେ ପ୍ରତି ବୈଠକ ପାଇଁ ଭତ୍ତା ବାବଦରେ ୭୦୦ ଟଙ୍କା ପାଉଥିବା ବେଳେ ଏବେ ଏହାକୁ ୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ବିଭିନ୍ନ ପୌର ପରିଷଦ ଓ ଏନ୍.ଏ.ସି.ର କାଉନସିଲରଙ୍କ ଭତ୍ତା ୧୫୦ରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ମହାନଗର ନିଗମର ଷ୍ଟାଣ୍ଡିଂ କମିଟିର ସଦସ୍ୟମାନଙ୍କୁ ବୈଠକ ସମୟରେ ମଧ୍ୟ ଦୈନିକ ୨୦୦ ଟଙ୍କା ଭତ୍ତା ମିଳିବ । ପୌରାଞ୍ଚଳଗୁଡିକର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଅନୁକମ୍ପା ସହାୟତା ଲାଗୁ କରାଯିବା ନେଇ ମଧ୍ୟ ଘୋଷଣା ହୋଇଛି । ମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ରାଶି ୨ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ସମ୍ପୂର୍ଣ୍ଣ ଓ ଆଂଶିକ ଅକ୍ଷମତା କ୍ଷେତ୍ରରେ ୨ ଲକ୍ଷ ଓ ୧ ଲକ୍ଷ ଟଙ୍କା ରଖାଯାଇଛି । ଏଥିପାଇଁ ରାଜ୍ୟ ସରକାର ୪ କୋଟି ୭୬ ଲକ୍ଷ ୫୨ ହଜାର ଟଙ୍କା ବାର୍ଷିକ ବ୍ୟୟ ବହନ କରିବେ ।
]]>ସୂଚନା ଅନୁସାରେ ରାଜଧାନୀରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଦୁଇ ଦିନ ହେଲା ସଫେଇ କାର୍ଯ୍ୟ ଠପ୍ ହୋଇ ଯାଇଥିଲା। ଆଜି ଦ୍ୱିତୀୟ ଦିନରେ ବିଏମସି ଅଫିସ ଘେରାଉ କରିଥିଲେ ଆନ୍ଦୋଳନକାରୀ। ଝାଡୁ ବର୍ଜନ କରି ପ୍ରଥମେ ଭୁବନେଶ୍ୱର ରାଜମହଲ ଓଭରବ୍ରିଜ୍ ତଳେ ଶହ ଶହ ସଫେଇ କର୍ମଚାରୀ ଆନ୍ଦୋଳନ କରିଥିଲେ। ପରେ ଶୋଭାଯାତ୍ରାରେ ଯାଇ ବିଏମସି ଅଫିସ ଘେରାଉ କରିଥିଲେ।
ଦରମା ୧୫ ହଜାରକୁ ବୃଦ୍ଧି ସହ ଅଳିଆ ପୃଥକୀକରଣକୁ ବିରୋଧ କରି ଆନ୍ଦୋଳନ ଚଳାଇଥିଲେ ସଫେଇ କର୍ମଚାରୀ। ଫେବ୍ରୁଆରୀ ୨୪ରୁ ସଫେଇ କର୍ମଚାରୀମାନେ ଆନ୍ଦୋଳନ କରି ଆସୁଥିଲେ। ଫେବ୍ରୁଆରୀ ୨୯ରେ ବିଏମସି ସହ ସେମାନଙ୍କର ଆଲୋଚନା ହୋଇଥିଲେବି କିଛି ସୁଫଳ ମିଳିନଥିଲା।
ଏ ନେଇ ଗତକାଲିଠୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସହରରୁ ଅଳିଆ ନ ଉଠାଇବାକୁ ନିଷ୍ପତ୍ତି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ସଫେଇ କର୍ମଚାରୀ। ଫଳରେ ରାଜଧାନୀର ୫୩ଟି ୱାର୍ଡରେ ଗଦା ହୋଇ ରହିଛି କୁଢ କୁଢ ଅଳିଆ ଆବର୍ଜନା।
]]>ପାରିଶ୍ରମିକ ବାବଦରେ ପୂର୍ବରୁ ରାଜ୍ୟ ସରକାର ବାର୍ଷିକ ୫୯ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେ ବାର୍ଷିକ ୨୦୮ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିଭଳି ସେବା ନିବୃତ୍ତି ସହାୟତା ବାବଦରେ ୫୫ ଲକ୍ଷ ଟଙ୍କା ରାଜ୍ୟ ସରକାର ବ୍ୟୟ କରିବେ।
ସୂଚନାଯୋଗ୍ୟ, ବିଭିନ୍ନ ଦାବି ନେଇ ଆଶାକର୍ମୀମାନେ ଭୁବନେଶ୍ୱର ଲୋୟର ପିଏମ୍ଜିରେ ଧାରଣାରେ ବସିଥିଲେ। ନିଯୁକ୍ତି ସହ ୨୬ ହଜାର ଦରମା ଓ ୧୦ ହଜାର ପେନସନ୍ ମୃତ୍ୟୁକାଳୀନ ବୀମାରାଶି ଦାବିରେ ଆଶାକର୍ମୀମାନେ ଧାରଣାରେ ବସିଥିଲେ।
ସେହିପରି କିଛିଦିନି ତଳେ ଅଙ୍ଗନବାଡ଼ି କର୍ମୀଙ୍କ ସହ ମିନି ଅଙ୍ଗନବାଡ଼ି ଓ ସହାୟିକାଙ୍କ ପାରିଶ୍ରମିକ ବି ବୃଦ୍ଧି କରାଯାଇଛି । ଅଙ୍ଗନବାଡ଼ି କର୍ମୀଙ୍କ ମାସିକ ପାରିଶ୍ରମିକ ୭ ହଜାର ୫୦୦ଟଙ୍କାରୁ ୧୦ ହଜାରକୁ ବୃଦ୍ଧି ପାଇଥିଲା ।
]]>
Med ଶିକ୍ଷକ ଭାବେ ନିୟମିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। OTET ପାସ୍ କରିଥିବା ସହକାରୀ ଶିକ୍ଷକଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ବି ଦିଆଯିବାକୁ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ପରେ ରାଜ୍ୟର ମୋଟ୍ ୧୨ ହଜାର ୧୧୩ ଗଣଶିକ୍ଷକ ଉପକୃତ ହେବେ।
ଗଣଶିକ୍ଷକଙ୍କ ଦରମା ବୃଦ୍ଧି ସହ ଅନେକ ଦାବି ନେଇ ରାଜଧାନୀ ରାଜରାସ୍ତାରେ ମାସ ମାସ ଧରି ଧାରଣା ଦେଇଥିଲେ। ବହୁ ବର୍ଷ ଧରି ଏନେଇ ଦାବି ବି କରି ଆସୁଥିଲେ। ତେବେ ନିର୍ବାଚନ ପୂର୍ବରୁ ଗଣଶିକ୍ଷକଙ୍କ ଦରମା ବଢ଼ାଇଛନ୍ତି ରାଜ୍ୟ ସରକାର।
]]>ବଢ଼ିଲା ଗଣଶିକ୍ଷକଙ୍କ ଦରମା। OTET ପାସ୍ କରିନଥିବା ଗଣଶିକ୍ଷକଙ୍କ ପାରିଶ୍ରମିକକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମାସିକ ଦରମା ୭ ହଜାରରୁ ୧୦ ହଜାରକୁ ବଢ଼ାଯାଇଛି। ଖାଲି ଏତିକି ନୁହେଁ OTET ପାସ୍ କରିଥିବା ଗଣଶିକ୍ଷକ ନିୟମିତ ହେବେ।#Teacher #Salary #OTET #OTV pic.twitter.com/lOaaAH5J2o
— ଓଟିଭି (@otvkhabar) March 1, 2024
ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ୫ ହଜାର ୩୭୫ଟଙ୍କାରୁ ୭ ହଜାର ୨୫୦କୁ ବୃଦ୍ଧି ପାଇଛି । ଅଙ୍ଗନବାଡ଼ି ସହାୟିକାଙ୍କ ପାରିଶ୍ରମିକ ୩ ହଜାର ୭୫୦ଟଙ୍କାରୁ ୫ ହଜାରକୁ ବୃଦ୍ଧି ପାଇଛି । ବର୍ଦ୍ଧିତ ପାରିଶ୍ରମିକ ୨୦୨୩ ମସିହା ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ ହେବ ।
କିଛିଦିନି ତଳେ ରାଜ୍ୟରେ ବିଭିନ୍ନ ଘରୋଇ କଲେଜରେ କାର୍ଯ୍ୟ କରୁଥିବା ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦରମା ବୃଦ୍ଧି କରିଥିଲେ ରାଜ୍ୟ ସରକାର । ସପ୍ତମ ବେତନ କମିଶନଙ୍କ ସୁପାରିସ ଆଧାରରେ ସେମାନେ ଏଣିକି ଦରମା ଓ ଆନୁଷଙ୍ଗିକ ଭତ୍ତା ପାଇବେ ।
ଏହା ପିଛିଲା ଭାବେ ଜାନୁୟାରୀ ମାସରୁ ଲାଗୁ ହେବ ବୋଲି ଉଚ୍ଚ ଶିକ୍ଷା ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଥିଲେ । ଏହାସହ ଘରୋଇ ହାଇସ୍କୁଲ୍, ସଂସ୍କୃତ ଟୋଲ୍ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ଓ ଭତ୍ତାକୁ ବୃଦ୍ଧି କରି ସପ୍ତମ ବେତନ କମିଶନଙ୍କ ସୁପାରିସ ଆଧାରରେ ପ୍ରଦାନ ଲାଗି ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିଲେ ।
]]>
କନସଲଟାନ୍ସି ଫାର୍ମ ମର୍ସର୍ ଟିଆରଏସ୍ ଏନେଇ ଏକ ସର୍ଭେ କରିବା ପରେ ରିପୋର୍ଟ ପ୍ରକାଶ କରିଛି। ଏହି ସର୍ଭେରେ ମର୍ସର୍ କହିଛନ୍ତି ଯେ କର୍ପୋରେଟରେ କାମ କରୁଥିବା କର୍ମଚାରୀଙ୍କ ହାରାହାରି ଦରମା ୨୦୨୪ ରେ ୧୦ ପ୍ରତିଶତ ବୃଦ୍ଧି ହୋଇପାରେ। ୨୦୨୩ ମସିହାରେ ଦରମା ୯.୫ପ୍ରତିଶତ ବୃଦ୍ଧି ପାଇଥିଲା। ସର୍ବେକ୍ଷଣ ଅନୁଯାୟୀ ଅଟୋମୋବାଇଲ, ଉତ୍ପାଦନ, ଇଞ୍ଜିନିୟରିଂ ଏବଂ ଜୀବ ବିଜ୍ଞାନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦରମା ବୃଦ୍ଧି ହେବ।
ଗତବର୍ଷ ମେ’ ରୁ ଅଗଷ୍ଟ ମଧ୍ୟରେ ଏହି ସର୍ଭେ କରାଯାଇଥିଲା। ଯେଉଁଥିରେ ୧୪୭୪ କମ୍ପାନୀରୁ ୨୧ ଲକ୍ଷ କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଥିବା ୬୦୦୦କର୍ମଚାରୀଙ୍କ ତଥ୍ୟ ସଂଗ୍ରହ କରାଯାଇଥିଲା। ବିଭିନ୍ନ ଶିଳ୍ପରେ ଦରମା ନେଇ ସର୍ଭେ କରାଯାଇଥିଲା। ଏଥିରେ କର୍ମଚାରୀଙ୍କ ତିନୋଟି ପାରାମିଟର ଯଥା କାର୍ଯ୍ୟଦକ୍ଷତା, ସାଂଗଠନିକ କାର୍ଯ୍ୟଦକ୍ଷତା ଏବଂ ପଦବୀ ଆଧାରରେ ଦରମା ବୃଦ୍ଧି ହେବ ବୋଲି ଜଣାପଡିଛି।
ସର୍ବେକ୍ଷଣ ଅନୁଯାୟୀ, ୨୦୨୪ ରେ ହାରାହାରି ୧୦ ପ୍ରତିଶତ ଦରମା ବୃଦ୍ଧି କରାଯିବ। ୨୦୨୩ରେ ୯.୫ପ୍ରତିଶତ ଦରମା ବୃଦ୍ଧି କରାଯାଇଥିଲା। ରିପୋର୍ଟ ଅନୁଯାୟୀ,ସ୍ୱେଚ୍ଛାକୃତ ଅବସର ୨୦୨୧ରେ ୧୨.୧ ପ୍ରତିଶତରୁ ୨୦୨୨ରେ ୧୩,୫ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୨୩ର ୬ମାସର ରିପୋର୍ଟ ଦର୍ଶାଉଛି ଯେ୨୦୨୨ ତୁଳନାରେ କମ୍ପାନୀ ଛାଡୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି।
ଭାରତର ମର୍ସର୍ ପୁରସ୍କାର ପରାମର୍ଶଦାତା ଲିଡର ମାନସୀ ସିଙ୍ଗଲ କହିଛନ୍ତି ଯେ ଦରମା ବୃଦ୍ଧି ଆକଳନ ଉନ୍ନତ ଅର୍ଥନୈତିକ ସୂଚକାଙ୍କ ଏବଂ ବ୍ୟବସାୟିକ ଲ୍ୟାଣ୍ଡସ୍କେପ ଯୋଗୁଁ ଭାରତୀୟ ବଜାରରେ ବଢୁଥିବା ଆତ୍ମବିଶ୍ୱାସ ଏବଂ ଆଶାବାଦୀତାକୁ ପ୍ରତିଫଳିତ କରିଛି। ସେ କହିଛନ୍ତି ଯେ ଏଆଇ ଏବଂ ଅଟୋମେସନ୍ ଅଟୋମୋବାଇଲ୍, ଉତ୍ପାଦନ ଇଞ୍ଜିନିୟରିଂ ଏବଂ ଜୀବ ବିଜ୍ଞାନ ପରି ପ୍ରମୁଖ ଶିଳ୍ପରେ ଏକ ନୂତନ ପର୍ଯ୍ୟାୟ ସୃଷ୍ଟି କରିଛି।
]]>ଇପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ନୂଆ ସୁଧ ହାର ଲାଗୁ ନେଇ ଇପିଏଫ୍ଓ ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିଜ୍ ବା ସିବିଟି ପକ୍ଷରୁ ଘୋଷଣା କରାଯାଇଛି । EPFOର ଏଭଳି ନିଷ୍ପତ୍ତି ପରେ ପ୍ରାୟ ୭ କୋଟି କର୍ମଚାରୀ ଉପକୃତ ହେବେ । ପିଟିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପିଏଫ୍ ଆକାଉଣ୍ଟ ହୋଲ୍ଡରମାନଙ୍କ ପାଇଁ ୦.୧୦ ପ୍ରତିଶତ ସୁଧ ବୃଦ୍ଧି କରାଯାଇଛି । କାରଣ ଗତ ୨୦୨୨-୨୩ରେ ସୁଧହାର ଥିଲା ୮.୧୫ । ଏବେ ଏହାକୁ ବୃଦ୍ଧି କରାଯାଇ ୮.୨୫ କରାଯାଇଛି । ସୁଧହାର ବୃଦ୍ଧି ଖବର ପ୍ରଚାରିତ ହେବା ପରେ ଏବେ ପ୍ରତ୍ୟେକ କେନ୍ଦ୍ରୀୟ କର୍ମଚାରୀ ଡିଏ ବୃଦ୍ଧି ଆଶା ନେଇ ଚାହିଁ ବସିଛନ୍ତି ।
ଜାନୁଆରୀରୁ- ଜୁନ୍ ମଧ୍ୟରେ ବୃଦ୍ଧି ପାଇଥିବା ଡିଏ, ମାର୍ଚ୍ଚ ୨୦୨୪ରେ ଘୋଷଣା କରାଯିବ ବୋଲି ଆଶା କରାଯାଉଛି । ସରକାରଙ୍କ ପକ୍ଷରୁ ବର୍ଷକୁ ଦୁଇ ଥର ଡିଏ ବୃଦ୍ଧି କରାଯାଏ । ତେବେ ଏଥର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୪ ପ୍ରତିଶତ ଡିଏ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏନେଇ ନାନା ଭିତିରି ଚର୍ଚ୍ଚା ମଧ୍ୟ ଆରମ୍ଭ ହେଲାଣି । କାରଣ ଆଗକୁ ନିର୍ବାଚନ ଆସୁଛି ।
ତେବେ ଏବେ ସୁଦ୍ଧା ଏସବୁ କଥା କେବଳ ଚର୍ଚ୍ଚା ହେଉଛି । ବିଭିନ୍ନ ରିପୋର୍ଟକୁ ଆଧାର କରି ଏନେଇ କେବଳ ଆକଳନ କରାଯାଉଛି । ଏନେଇ ସରକାରଙ୍କ ପକ୍ଷରୁ କୌଣସି ଠୋସ୍ ଘୋଷଣା କରାଯାଇ ନାହିଁ । କିନ୍ତୁ ଯଦି କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରନ୍ତି ତେବେ କେନ୍ଦ୍ରୀ କର୍ମଚାରୀଙ୍କ ପାଇଁ ଏହା ଏକ ବଡ଼ ଉପହାର ହେବ ବୋଲି କୁହାଯାଉଛି । ଏବେ କେନ୍ଦ୍ର ସରକାରଙ୍କ କର୍ମଚାରୀ ୪୬ ପ୍ରତିଶତ ଡିଏ ପାଉଛନ୍ତି । ଯଦି ଏଥର ୪ ପ୍ରତିଶତ ବୃଦ୍ଧି କରାଯାଏ ତେବେ ୫୦ ପ୍ରତିଶତ ଡିଏ ପାଇବେ କେନ୍ଦ୍ରୀୟ କର୍ମଚାରୀ ।
ସବୁଠାରୁ ବଡ଼ କଥା ହେଲା, ଯଦି ୪ ପ୍ରତିଶତ ଡିଏ ବୃଦ୍ଧି ଘୋଷଣା କରାଯାଏ ତେବେ ଏହା ପିଛିଲା ଭାବେ ୨୦୨୪ ଜାନୁଆରୀ ପହିଲାରୁ ଲାଗୁ ହେବ ।
]]>ଦ୍ୱିତୀୟ ତ୍ରୈମାସିକ ଅର୍ଥାତ୍ ଜୁଲାଇରୁ ଡିସେମ୍ବର ୨୦୨୩ ପାଇଁ ଆଗାମୀ ଦିନରେ ଡିଏ ବୃଦ୍ଧି ଘୋଷଣା ହେବ। ଶୁଣିବାକୁ ମିଳୁଛି, ଚଳିତ ଥର ଡିଏ ବଢ଼ିବା ନେଇ ସରକାର ଖୁବ୍ଶୀଘ୍ର ନିଷ୍ପତ୍ତି ନେଇପାରନ୍ତି। ସାଧାରଣତଃ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଏନେଇ ମଞ୍ଜୁରୀ ମିଳିଥାଏ। ହେଲେ ଏଥର ଅଗଷ୍ଟରେ ଘୋଷଣା ହେବା ନେଇ ସମ୍ଭାବନା ରହିଛି। ସପ୍ତମ ବେତନ କମିଶନର ସୁପାରିଶ ଅନୁସାରେ, ବର୍ଷକୁ ୨ଥର ମହଙ୍ଗା ଭତ୍ତା ବଢ଼ିଥାଏ। ପ୍ରଥମ ୬ ମାସ ପାଇଁ ଡିଏରେ ୪% ବୃଦ୍ଧି ହୋଇଥିଲା। ମହଙ୍ଗା ଦରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି ହୋଇଥାଏ। ମହଙ୍ଗା ଯେତେ ଅଧିକ ହେବ, ଡିଏ ସେତିକି ବଢ଼ିବ।
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ୪୬% ହୋଇଯିବ, ତା’ହେଲେ ସେହି ଅନୁସାରେ ସେମାନଙ୍କର ଦରମା ମଧ୍ୟ ବଢ଼ିବ। ଯଦି କର୍ମଚାରୀଙ୍କ ବେସିକ୍ ପେ’ ୧୮ ହଜାର ଟଙ୍କା, ତା’ହେଲେ ୪୨% ହିସାବରେ ଦେଖିଲେ ଡିଏ ୭,୫୦୦ ଟଙ୍କା ହେବ। ଆଉ ଡିଏ ୪୬% ବଢ଼େ ତା’ହେଲେ ଡିଏ ୮,୨୮୦ ଟଙ୍କା ହେବ। ତେବେ ପୁଣି ଥରେ କେବେ ଡିଏ ବଢ଼ିବ ଓ କେତେ ବଢ଼ିବ ସେନେଇ ଅଫିସିଆଲି କୌଣସି ଘୋଷଣା କରାଯାଇ ନାହିଁ।
]]>କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମହଙ୍ଗା ଭତ୍ତାର ପରିମାଣକୁ ୪% ବୃଦ୍ଧି କରାଯାଇଛି। ଏହାଦ୍ୱାରା ସରକାରଙ୍କ ଉପରେ ୧୨,୮୧୫ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ। ସେହିପରି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୨୩ ଜାନୁଆରୀ ୧ରୁ ଲାଗୁ ହେବ। ନୂଆ ନିଷ୍ପତ୍ତି ଦ୍ୱାରା କେନ୍ଦ୍ରର କାର୍ଯ୍ୟରତ ୪୭.୫୮ ଲକ୍ଷ କର୍ମଚାରୀ ଓ ୬୯.୭୬ ଲକ୍ଷ ପେନସନ ଭୋଗୀ ଲାଭବାନ ହେବେ । ୭ମ ବେତନ କମିଶନ ଆଧାରରେ ଏପରି ବୃଦ୍ଧି କରାଯାଇଥିବା ବୋଲି ସେ ସୂଚନା ଦେଇଛନ୍ତି ।
ପୁର୍ବରୁ ୨୦୨୨ ସେପ୍ଟେମ୍ବର ୨୮ରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଥିଲା । ଏହାକୁ ୨୦୨୨ ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ କରାଯାଇଥିଲା । ସେଥର ମଧ୍ୟ ୪% ବଢ଼ିଥିଲା । ଏଥର ରିପୋର୍ଟ ପ୍ରକାଶ ପାଇଥିଲା ଯେ ହୋଲି ପୂର୍ବରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିବ । ହେଲେ ଏନେଇ କୌଣସି ନିଷ୍ପତ୍ତି କେନ୍ଦ୍ର ସରକାର ନେଇ ନଥିଲେ । ଏବେ କିନ୍ତୁ କ୍ୟାବିନେଟ ମହଙ୍ଗା ଭତ୍ତା ବୃଦ୍ଧି ପ୍ରସ୍ତାବରେ ମୋହର ମାରିଛି । ସରକାର ବର୍ଷକ ମଧ୍ୟରେ ଦୁଇ ଥର କେନ୍ଦ୍ରୀୟ କର୍ମଚାରୀ ଓ ପେନସନ ଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରି ଥାଆନ୍ତି ।
]]>ସବୁଠାରୁ ବଡ଼ କଥା, ଏହି କର୍ମଚାରୀଙ୍କୁ ଗତ ୫ ବର୍ଷର ଅର୍ଥାତ୍ ୨୦୧୭ ମସିହା, ଅଗଷ୍ଟ ୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏରିଅର (DA Arrears) ମିଳିବ। ଏନେଇ ଅର୍ଥ ମନ୍ତ୍ରାଳୟ ବିଜ୍ଞପ୍ତି ମଧ୍ୟ ଜାରି କରିଛି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଆର୍ଥିକ ପାଣ୍ଠି ଉପରେ ୮,୦୦୦ କୋଟି ଟଙ୍କା ଅତିରିକ୍ତ ବୋଝ ବଢ଼ିବ। କର୍ମଚାରୀଙ୍କ ଏରିଅର ସେମାନଙ୍କ କମ୍ପାନୀର ପର୍ଫର୍ମାନ୍ସ ଉପରା ନିର୍ଭର କରିଥାଏ। ଏହି DA ଅବସରପ୍ରାପ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ମଧ୍ୟ ମିଳିବ।
ମିଳିବ ୫ ବର୍ଷର ଏରିଅର୍...
ଦରମାରେ ଏହି ବୃଦ୍ଧି ୨୦୧୭ ମସିହା, ଅଗଷ୍ଟ ମାସରୁ ପିଛିଲା ଭାବେ ଲାଗୁ କରାଯିବ। ଯେଉଁମାନେ ସେହି ସମୟରେ ଏହି କମ୍ପାନୀ ଗୁଡ଼ିକରେ ଚାକିରି କରୁଥିଲେ, ସେମାନଙ୍କ ପାଇଁ ଏହା ଲାଗୁ ହେବ। ତେଣୁ ଅଧିକାରୀ ଓ କର୍ମଚାରୀଙ୍କୁ ୫ ବର୍ଷର ଏରିଅର୍ ମିଳିବ। ବର୍ତ୍ତମାନ ସରକାରଙ୍କ ୪ କମ୍ପାନୀ ଜେନେରାଲ୍ ଇନ୍ସ୍ୟୁରାନ୍ସ କମ୍ପାନୀରେ ଅନ୍ତର୍ଗତ। ଏଥିରେ ନ୍ୟୁ ଇଣ୍ଡିଆ ଇନ୍ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍, ୟୁନାଇଟେଡ୍ ଇଣ୍ଡିଆ ଇନ୍ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍, ଦ ଓରିଏଣ୍ଟାଲ୍ ଇନ୍ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍ ଓ ନ୍ୟାସନାଲ୍ ଇନ୍ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍ ସାମିଲ ରହିଛି।
ପ୍ରତି ୫ ବର୍ଷରେ ସରକାରୀ ବ୍ୟାଙ୍କ ଏବଂ ବୀମା କମ୍ପାନୀ ଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବେତନ ସଂଶୋଧନ କରାଯାଏ। ବର୍ତ୍ତମାନ ଜେନେରାଲ୍ ଇନ୍ସ୍ୟୁରାନ୍ସ କମ୍ପାନୀ ଗୁଡ଼ିକର କର୍ମଚାରୀଙ୍କ ବେତନରେ ପରିବର୍ତ୍ତନ ହୋଇଛି। ହେଲେ ଏହା ୫ ବର୍ଷ ବିଳମ୍ବରେ ହୋଇଛି।
ସୂଚନାଥାଉ କି, ଗତ ସେପ୍ଟେମ୍ବରରେ କେନ୍ଦ୍ର ସରକାର,ସରକାରୀ କର୍ମଚାରୀଙ୍କ DA ବୃଦ୍ଧି କରିଥିଲେ। ୪% ମହଙ୍ଗା ଭତ୍ତା ବଢ଼ିଥିଲା। ମହଙ୍ଗା ଭତ୍ତା ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଥିଲା। ଏହାଦ୍ୱାରା ୪୭ ଲକ୍ଷରୁ ଅଧିକ କର୍ମଚାରୀ, ୬୮ ଲକ୍ଷରୁ ଅଧିକ ପେନ୍ସନ୍ଭୋଗୀ ଉପକୃତ ହୋଇଛନ୍ତି।
]]>ଖାଲି ସେତିକି ନୁହେଁ ପେନସନଭୋଗୀଙ୍କ DR ମଧ୍ୟ ୩% ବୃଦ୍ଧି କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ୩% ବୃଦ୍ଧି ପରେ ବେସିକ୍ ପେ’ର ୩୪% ମିଳିବ । ବର୍ଦ୍ଧିତ ୩% DA ଅତିରିକ୍ତ ଇନଷ୍ଟାଲମେଣ୍ଟରେ ଦେବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି । ତେବେ ୨୦୨୨ ଜାନୁଆରୀ ୧ ରୁ ପିଛିଲା ଭାବେ ଏହାକୁ ଲାଗୁ କରାଯାଇଛି । ଏହି ନିପତ୍ତି ଦ୍ୱାରା ୪୭.୬୮ ଲକ୍ଷ କର୍ମଚାରୀ ଓ ୬୮.୬୨ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ଏହି ବର୍ଦ୍ଧିତ ନିଷ୍ପତ୍ତି ଦ୍ୱାରା କେନ୍ଦ୍ର ସରକାରଙ୍କ ଉପରେ ୯,୫୪୪.୫୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ। ସମସ୍ତଙ୍କ ମନରେ ଏହି ଖବର ଏକ ଖୁସିର ମାହୋଲ ତିଆରି କରିଛି ।
ପୂର୍ବରୁ ଚର୍ଚ୍ଚା ହେଉଥିଲା, ହୋଲି ପୂର୍ବରୁ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରିପାରନ୍ତି । ହେଲେ ଏପରି କିଛି ଘୋଷଣା ହୋଇନଥିଲା ।
ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଲାଗୁ ହେବା ପରେ କେନ୍ଦ୍ର କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କୁ ଏବେ ୩୧% ବଦଳରେ ୩୪% ମହଙ୍ଗା ଭତ୍ତା ମିଳିବ। ଏହି ଘୋଷଣା ପରେ କର୍ମଚାରୀଙ୍କୁ ବର୍ଦ୍ଧିତ ଡିଏ ସହିତ ଜାନୁଆରୀ ଓ ଫେବ୍ରୁଆରୀ ୨୦୨୨ର ବକେୟା ଅର୍ଥ ମଧ୍ୟ ମିଳିବ। ମାର୍ଚ୍ଚ ମାସରେ କେନ୍ଦ୍ର କର୍ମଚାରୀଙ୍କୁ ନୂଆ ଦରମା ମିଳିବ। ସରକାରଙ୍କ ଏହି ଘୋଷଣା ଦ୍ୱାରା ଏକ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଲାଭବାନ ହେବେ।
ସୂଚନା ଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବରରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ୨୮%ରୁ ୩୧% ବୃଦ୍ଧି କରିଥିଲେ। ଏହାପୂର୍ବରୁ ସେହିବର୍ଷ ଜୁଲାଇରେ ମହଙ୍ଗା ଭତ୍ତା ୧୭%ରୁ ୨୮%କୁ ବଢ଼ିଥିଲା। ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ କେନ୍ଦ୍ରୀୟ କର୍ମଚାରୀଙ୍କ DA ଦୁଇଥର ବଢ଼ାଇଥିଲେ ସରକାର।
]]>ସରକାରଙ୍କ ଏଭଳି ନିଷ୍ପତ୍ତିରେ ମୋଟ୍ ୩୩ ହଜାର ୩୮ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ ବୋଲି ଜଣାପଡ଼ିଛି। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୧୬୮ କୋଟି ଅଧିକ ଖର୍ଚ୍ଚ କରିବେ ବୋଲି ସୂଚନା ମିଳିଛି।
ସୂଚନାଥାଉ କି, ନିକଟରେ ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଏହାଦ୍ୱାରା ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନୂତନ ଦରମା ପାଇବେ ବୋଲି ଜଣାପଡ଼ିଥିଲା।
ଏଡେଡ୍ ବେସରକାରୀ ହାଇସ୍କୁଲ, ଉଚ୍ଚପ୍ରାଥମିକ ସ୍କୁଲ୍ର ଶିକ୍ଷକ ଓ ଏଡେଡ୍ ବେସରକାରୀ କଲେଜର ଶିକ୍ଷକମାନେ ନୂତନ ଦରମା ପାଇବେ ବୋଲି ଜଣାପଡ଼ିଛି।ନୂତନ ବର୍ଦ୍ଧିତ ବେତନ ୧.୧. ୨୦୨୨ଠାରୁ ଲାଗୁ ହେବ। ଏହାଦ୍ୱାରା ୨୬ ହଜାର ସ୍କୁଲ ଶିକ୍ଷକ ଓ ୧୬, ୬୬୪ କଲେଜ ଅଧ୍ୟାପକ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାରଙ୍କୁ ୨୯୨ କୋଟି ଅତିରିକ୍ତ ବ୍ୟୟ ପଡ଼ିବ।
]]>ପୂର୍ବରୁ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ କ୍ୟାବିନେଟ୍ରୁ ମଞ୍ଜୁରି ମିଳିସାରିଥିଲା । ଗତ ୪ ତାରିଖ ଦିନ ଦରମା ବୃଦ୍ଧି ନେଇ ଘୋଷଣା ହୋଇଥିଲା । କୁହାଯାଉଛି ଏହା ଚୁକ୍ତିଭିତ୍ତିରେ ନିୟୋଜିତ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଦୀପାବଳି ଉପହାର । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଚୁକ୍ତିଭିତ୍ତିକ ଭାବେ ନିଯୁକ୍ତି ପାଇଥିବା ତଥା ଆଉଟସୋର୍ସିଂ ଜରିଆରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ଦରମା ୨୫% ବୃଦ୍ଧି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।
ଆଉଟସୋର୍ସିଂ ଓ ଚୁକ୍ତିଭିତ୍ତିରେ ନିୟୋଜିତ ଏହି କର୍ମଚାରୀଙ୍କ ଇପିଏଫ୍ ଓ ଇଏସ୍ଆଇ ମଧ୍ୟ ସମ୍ପୃକ୍ତ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ପୈଠ କରିବେ । ସେମାନେ କାମ କରୁଥିବା ବିଭାଗର କର୍ତ୍ତୃପକ୍ଷ ଏହା ସୁନିଶ୍ଚିତ କରିବେ। ନଚେତ୍ ସଂପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏତ୍ଦବ୍ୟତୀତ ସେମାନଙ୍କୁ ବର୍ଷକୁ ସର୍ବାଧିକ ୧୨ ଦିନ ଛୁଟି ମଞ୍ଜୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ମାତୃତ୍ୱ ଛୁଟି ପ୍ରଦାନ ବିଷୟରେ ଯଥାଶୀଘ୍ର ନିଷ୍ପତ୍ତି ନେବା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ କହିଛନ୍ତି ।
]]>ଏହାଦ୍ୱାରା ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ନିୟୋଜିତ ପ୍ରାୟ ୩୩ ହଜାର କର୍ମଚାରୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ଅଧିକ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।
ଆଉଟସୋର୍ସିଂ ଓ ଚୁକ୍ତିଭିତ୍ତିରେ ନିୟୋଜିତ ଏହି କର୍ମଚାରୀଙ୍କ ଇପିଏଫ୍ ଓ ଇଏସ୍ଆଇ ମଧ୍ୟ ସମ୍ପୃକ୍ତ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ପୈଠ କରିବେ। ସେମାନେ କାମ କରୁଥିବା ବିଭାଗର କର୍ତ୍ତୃପକ୍ଷ ଏହା ସୁନିଶ୍ଚିତ କରିବେ। ନଚେତ୍ ସଂପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏତ୍ଦବ୍ୟତୀତ ସେମାନଙ୍କୁ ବର୍ଷକୁ ସର୍ବାଧିକ ୧୨ ଦିନ ଛୁଟି ମଞ୍ଜୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ମାତୃତ୍ୱ ଛୁଟି ପ୍ରଦାନ ବିଷୟରେ ଯଥାଶୀଘ୍ର ନିଷ୍ପତ୍ତି ନେବା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ କହିଛନ୍ତି।
]]>