ତେବେ ଜାଣନ୍ତୁ ପୂରା ଘଟଣାଟି କ’ଣ...
କୋରାପୁଟର ସାଇ ଅନିଶ ପଟ୍ଟନାୟକଙ୍କୁ ଏବେ ସ୍ମରଣଶକ୍ତିର ଶହନ୍ସାହ କୁହାଯାଉଛି। କାରଣ ଖେଳକୁଦ କରିବା ବୟସରେ ଏବେ ସେ ଜାତୀୟ ,ଅନ୍ତର୍ଜାତୀୟ ସମ୍ମାନର ଅଧିକାରୀ ହୋଇ ସାରିଛନ୍ତି। ବୟସ ସାଢେ ୪ ବର୍ଷ। ଏତେ କମ୍ ବୟସରେ ଆପଣ ଯାହା ଚିନ୍ତା କରି ପାରୁନଥିବେ ତାହା କରି ଦେଖାଉଛନ୍ତି ସାଇ ଅନିଶ।
ଠିକ୍ରେ ଶବ୍ଦ ପାଟିରେ ପଶୁନଥିବା ଅନିଶ କିନ୍ତୁ ଅନର୍ଗଳ କହୁଛନ୍ତି ବିଭିନ୍ନ ବ୍ରାଣ୍ଡ୍ର କାର୍ର ନାଁ। ଆଉ ତା ବି ମାତ୍ର ୩ ମିନିଟ ୬ ସେକେଣ୍ଡରେ। ଗୋଟିଏ କି ଦୁଇଟି ନୁହେଁ ୮୦ଟି କାର୍ ନାଁ।
ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ବି ହୋଇଛନ୍ତି ସାଇ ଅନିଶ। ସ୍ମରଣଶକ୍ତିର ଏଇ କୁନି ବାଦଶାହା ନାଇଜେରିଆ ୱାର୍ଲଡ଼ ଗିନିଜ୍ ରେକର୍ଡ଼ସ୍ରେ ସ୍ଥାନ ପାଇଛନ୍ତି।
ସାଇ ଅନିଶଙ୍କ ବାପା ସୁନାବେଡ଼ା ସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକସ୍ ଚାକିରୀ କରୁଛନ୍ତି। କୁନି ଅନିଶ ଏକ ଘରୋଇ ଇଂଲିସ ମିଡ଼ିୟମ୍ ସ୍କୁଲରେ ପାଠ ପଢୁଛନ୍ତି। ସାଇଙ୍କ ଏଭଳି ପ୍ରତିଭା ଦେଖି କେବଳ ପରିବାର ନୁହେଁ ସମସ୍ତେ ଏବେ ଖୁସୀ ଅଛନ୍ତି ଏବଂ ଆଗକୁ ଆହୁରି ସଫଳତା ତାଙ୍କୁ ସ୍ପର୍ଶ କରୁ ବୋଲି ଶୁଭକାମନା ଜଣାଇଛନ୍ତି।
]]>