୩ଟା ୩୦ରେ ରଥଟଣା ଆରମ୍ଭ ହେବାର ଥିଲେ ବି ନୀତିକାନ୍ତିରେ ବିଳମ୍ବ ଯୋଗୁଁ ୫ଟା ୧୫ରେ ରଥଟଣା ଆରମ୍ଭ ହୋଇଥିଲା । ରୁକୁଣା ରଥ ଦେଖିବା ଲାଗି ଭକ୍ତଙ୍କ ମଧ୍ୟରେ ଆଜି ସକାଳୁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଆଜି ଦିନ ତମାମ ଚଳଚଳଞ୍ଚଳ ହୋଇଥିଲା ଏକାମ୍ର କ୍ଷେତ୍ର ।
ରୁକୁଣା ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ସହ ୧୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥଲେ ।
]]>ଅପରାହ୍ଣ ସାଢ଼େ ୧୨ଟାରୁ ୧ଟା ୩୦ ମଧ୍ୟରେ ପହଣ୍ଡି ବିଜେ କାର୍ଯ୍ୟକ୍ରମ ରହିଛି। ଏହାପରେ ଠିକ୍ ଦିନ ୩ଟା ୩୦ରୁ ଆରମ୍ଭ ହେବ ରଥଟଣା। ସନ୍ଧ୍ୟା ୭ଟା ସୁଦ୍ଧା ରାମେଶ୍ୱର ମନ୍ଦିରରେ ରଥ ପହଞ୍ଚିବା ଲାଗି ନିଷ୍ପତ୍ତି ହୋଇଛି।
ରୁକୁଣା ରଥଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଛି। ୧୨ ପ୍ଲାଟୁନ ଫୋର୍ସ ସହ ମହିଳା ପୋଲିସ ଅଧିକାରୀ ମଧ୍ୟ ନିୟୋଜିତ ହୋଇଛନ୍ତି।
]]>ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ସାରିବାକୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ଚଳିତବର୍ଷ ରୁକୁଣା ରଥଯାତ୍ରାରେ ବହୁ ଅବ୍ୟବସ୍ଥା ଓ ଅଘଟଣ ଦେଖିବାକୁ ମିଳିଛି । ରଥର ଚକ ଫାଟିବା ଏବଂ ରାସ୍ତା ଦବିବାରୁ ୩ ଦିନରେ ମାଉସୀ ମା ମନ୍ଦିର ପହଞ୍ଚିଥିଲା ରଥ ।
ଗତ ସୋମବାର ଦିନ ମାଆ ପାର୍ବତୀ , ମାଉସୀ ମାଆ ମନ୍ଦିରରୁ ଫେରି-ଚାହାଣୀ ମଣ୍ଡପ ଫେରୁଥିବା ବେଳେ ପାଲିଙ୍କି ଭାଙ୍ଗିଯାଇଥିଲା । ଯାହାକୁ ନେଇ ସେବାୟତଙ୍କ ମହଲରେ ଅସନ୍ତୋଷ ଦେଖାଯାଇଥିଲା ।
ସେହିପରି ଆଜି ବାଲେଶ୍ୱରର ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ଚଡ଼କ ଯାତ୍ରା । ଏହି ଅବସରରେ ଭୋରରୁ ସ୍ୱତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଯାଇଛି । ୧୩ ଦିନ ଧରି ଚାଲୁଥିବା ଏହି ପର୍ବର ଆଜି ଅନ୍ତିମ ଦିନ । ଏହାକୁ ପାଟ ପର୍ବ ବୋଲି ମଧ୍ୟ କୁହାଯାଇଥାଏ ।
ତେବେ ଚଡ଼କ ପର୍ବର ଶେଷ ତିନିଦିନ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ ।ଏହି କ୍ରମରେ ଆଜି ଦେହ ଅର୍ଘ୍ୟ ଓ ମାଳ ଚନ୍ଦନ ଅନୁଷ୍ଠିତ ହେବ । ହରେ କଣ୍ଟାପୋଡ଼ି ମାନସିକଧାରୀ ମାନେ ନିଜକୁ ବାବାଙ୍କ ଠାରେ ସମର୍ପିତ କରିବେ । ଆଜି କେବଳ ଦେଉଳିଆ, ଶ୍ରିବେକେଡି ଓ ପାଟଭୁକ୍ତାଙ୍କୁ ନେଇ ଚଡ଼କ ଯାତ୍ରା ଅନୁଷ୍ଠିତ ହେବ ।
ଗତକାଲି କଟକଣାରେ ନୀଳପର୍ବ ପାଳିତ ହୋଇଥିଲା । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ପ୍ରଶାସନ ପକ୍ଷରୁ ମେଳା ବନ୍ଦ କରାଯାଇଛି । ଶ୍ରଦ୍ଧାଳୁଙ୍କ ମନ୍ଦିର ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି । ସୀମିତ ସେବାୟତଙ୍କୁ ନେଇ କେବଳ ନୀତିକାନ୍ତି ଅନୁଷ୍ଠିତ ହେଉଛି ।
କିମ୍ବଦନ୍ତୀ ଅନୁସାରେ, କାମିନୀ ନାମର ରାକ୍ଷାସୀ ତପସ୍ୟ କରି ସିଦ୍ଧିଲାଭ କରିବା ପରେ ବାବା ଚନ୍ଦନେଶ୍ୱରଙ୍କୁ ବିବାହ କରିବାକୁ ଇଚ୍ଛାପ୍ରକାଶ କରିଥିଲା । ତେଣୁ ରାକ୍ଷାସୀର କଥା ରଖି ବାବା କାମିନୀଙ୍କୁ ବିବାହ କରିଥିଲେ । ଏହା ଚୈତ୍ର ମାସର ୧୩ ଦିନ ଧରି ଚାଲିଥିଲା । ସେହି ଅନୁସାରେ ଏବେବି ପର୍ବ ପାଳିତ ହୋଇ ଆସୁଛି ।
ଅନ୍ୟପକ୍ଷେ, ଗତ ଦୁଇ ବର୍ଷ ପରେ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ବାର୍ଷିକ ଚୈତ୍ର ପର୍ବ ବା ଝାମୁଯାତ୍ରା ଆରମ୍ଭ ହୋଇଛି । ଆସନ୍ତା ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପର୍ବ । ସକାଳୁ ମାଁଙ୍କ ମଙ୍ଗଳ ଆରତୀ ପରେ ଷୋଡଶ ଉପଚାର ହୋଇଥିଲା । ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ମାଁଙ୍କ ସୁନାବେଶ କରାଯାଇଛି । ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ରହିଛି ।
]]>ରାମେଶ୍ୱର ମନ୍ଦିରରେ ରଥ ପହଞ୍ଚିବା ପରେ ପ୍ରଭୁ ଲିଙ୍ଗରାଜରାମେଶ୍ୱର ମନ୍ଦିରକୁ ବିଜେ କରିବା ସହ ଆସନ୍ତା ବୁଧବାର ଦିନ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା ରହିଛି ।
କୋଭିଡ୍ ମହାମାରୀ ଦୂର ହେବାରୁ ଗତ ଦୁଇବର୍ଷ ପରେ ଚଳିତ ବର୍ଷ ରଥଯାତ୍ରା ହେଉଛି । ଏଣୁ ରଥଦାଣ୍ଡରେ ଗତକାଲି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । କୋଭିଡ୍ କଟକଣା ପାଇଁ ପୂର୍ବବର୍ଷରେ ଭକ୍ତ ରଥ ଟାଣିପାରିନଥିଲେ ହେଲେ ଏବର୍ଷ ରଥ ଟାଣିବାକୁ ସୁଯୋଗ ମିଳିଥିବାରୁ ଭକ୍ତ ଭାବବିହୋଳ ହୋଇପଡ଼ିଥିଲେ ।
]]>ଅନ୍ୟପକ୍ଷେ, ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପୂର୍ବରୁ ଗତକାଲି ମରିଚିକୁଣ୍ଡ ଜଳରେ ରଥ ପ୍ରତିଷ୍ଠା ହୋଇଛି । ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରିଚିକୁଣ୍ଡ ପାଣି ମୋଟ ୧ ଲକ୍ଷ ୭୭ ହଜାର ଟଙ୍କାରେ ନିଲାମ ହୋଇଛି । ପ୍ରଥମ ଘଡା ୧ ଲକ୍ଷ ୩୦ ହଜାର ଟଙ୍କା ଏବଂ ଦ୍ୱିତୀୟ ଘଡା ୪୭ ହଜାର ଟଙ୍କାରେ ନିଲାମ ହୋଇଛି । ବଡୁ ନିଯୋଗ ପକ୍ଷରୁ ଏହି ନିଲାମ ଡକାଯାଇଥିଲା ।
]]>ଏଥିରେ ୩ ନିଯୋଗ ବିଭିନ୍ନ ଆପତ୍ତି ଉଠାଇଥିବା ବେଳେ ମନ୍ଦିର ପ୍ରଶାସନ ସମାଧାନ ନେଇ ପ୍ରତିଶ୍ରୁତି ଦେଇଛି । ଗର୍ଭଗୃହକୁ ଭକ୍ତଙ୍କ ପ୍ରବେଶ ଓ ଜମିଜମା ବିବାଦ ଭଳି ୩ଟି ଦାବି ଉପସ୍ଥାପନ କରିଥିଲେ ନିଯୋଗ । ପ୍ରଶାସନ ପକ୍ଷରୁ ସମାଧାନ ମିଳିବା ପରେ ରୁକୁଣା ରଥ ଯାତ୍ରା ନେଇ ସବୁ ପ୍ରକାର ସହଯୋଗ ଯୋଗାଇଦେବାକୁ ବ୍ରାହ୍ମଣ ନିଯୋଗ ପ୍ରତିଶ୍ରୁତି ଦେଇଛି ।
କୋଭିଡ ଯୋଗୁଁ ଭକ୍ତଙ୍କ ରଥଟଣା ଉପରେ ବାରଣ ଥିବାବେଳେ ଏଥର ଭକ୍ତ ଟାଣିବେ ରଥଯାତ୍ରା । ବିଭିନ୍ନ ଦାବି ନେଇ ପୂର୍ବରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ବି ସମାଧାନ ହୋଇନଥିଲା । ତେଣୁ ପ୍ରଥମରୁ ବୈଠକରେ ତିନି ନିଯୋଗ ଯୋଗ ଦେଇନଥିଲେ ।
ଅନ୍ୟପକ୍ଷେ, ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ୧୪୪ ଧାରା ଜାରି ହୋଇଥିଲା । କରୋନା ସଂକ୍ରମଣ ଦୃଷ୍ଟିରେ ରଖି ରୁକୁଣା ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଥିଲା । ରଥଖଳାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ କମିଶନରେଟ୍ ପୋଲିସ ପକ୍ଷରୁ ୧୪୪ ଧାରା ଜାରି ହୋଇଥିଲା ।
]]>ସକାଳ ୬ଟା୩୦ରୁ ସାହାଣ ମେଲା ଦର୍ଶନ ବନ୍ଦ ହେବା ପରେ ଛାମୁ ପରିଷ୍କାର, ମାଘସ୍ନାନ, ବେଶ କରାଯାଇ ମହାପ୍ରଭୁଙ୍କର ଧୂପ ହୋଇଛି। ଦିନ ୧୨ଟା ୩୦ରେ ମହାପ୍ରଭୁ ଲିଙ୍ଗରାଜଙ୍କର ପହଣ୍ଡି କରାଯିବ। ଏହା ପରେ ରଥପ୍ରତିଷ୍ଠା ,ଛେରା ପହଁରା ଏବଂ ଅନ୍ୟ ସମସ୍ତ ପୂଜା ସମାପନ ହେବା ପରେ ଅପରାହ୍ନ ସାଢେ ୩ଟାରୁ ୪ଟା ମଧ୍ୟରେ ଆରମ୍ଭ ହେବ ରଥଟଣା।
ବିଗତ ବର୍ଷଗୁଡିକରେ ଦେଖାଯାଉଥିବା ବିଶୃଙ୍ଖଳାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ମନ୍ଦିର ପ୍ରଶାସନ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ। ସେପଟେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ସେପଟେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପରମ୍ପରା ଅନୁଯାୟୀ ମରିଚି କୁଣ୍ଡର ପାଣି ନିଲାମ ହୋଇଛି। ଗତକାଲି ବିଳମ୍ବିତ ରାତିରେ କୁଣ୍ଡରୁ ୩ ଗରା ପାଣି ନିଲାମ ହୋଇଥିଲା। ପ୍ରଥମ ଗରା ୧୧ ହଜାର ୧୫୦ ଟଙ୍କାରେ ନିଲାମ ହୋଇଛି। ଏହାକୁ କଟକ ଜିଲ୍ଲା ତିହିଡ଼ିର ଦମ୍ପତି ଜିତୁ ଲେଙ୍କା ଓ ଜଲି ଲେଙ୍କା ନେଇଛନ୍ତି। ସେହିପରି ଦ୍ୱିତୀୟ ଗରାକୁ ୭ହଜାର ଶହେ ଟଙ୍କାରେ ଭୁବନେଶ୍ୱର ପଟିଆର ସ୍ୱର୍ଣ୍ଣଲତା ବେହେରା ଓ ମହେଶ୍ୱର ବେହେରା ଏବଂ ତୃତୀୟ ଗରାକୁ ୫ହଜାର ୬ଶହ ଟଙ୍କାରେ ପୁରୀ ଚାରିଶ୍ରୀର ସୁଶାନ୍ତ ଦାସ ଓ ବିଜୟଲକ୍ଷ୍ମୀ ଦାସ ନେଇଥିଲେ। ଏଥିସହ ଗତରାତିରେ ରୁକୁଣାରଥ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି।
]]>