ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ। ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା ଦିଲ୍ଲୀ। ଦିଲ୍ଲୀ ପକ୍ଷରୁ ଦୁଇ ଓପନର ଧୁଆଁଧାର ଆରମ୍ଭ କରିଥିଲେ। ଦଳର ସ୍କୋର ୬୪ ରନ୍ ଥିବା ଦିଲ୍ଲୀର ପ୍ରଥମ ୱିକେଟ ପଡ଼ିଥିଲା। ଶେଫାଳୀ ବର୍ମା ୪୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲା। ଏହାପରେ ଆରସିବି ବୋଲିଂ ଲାଇନ୍ ସାମ୍ନାରେ କୌଣସି ବ୍ୟାଟ୍ସମ୍ୟାନ୍ ଅଧିକ ସମୟ ତିଷ୍ଠି ପାରିନଥିଲେ। ମାତ୍ର ୧୧୩ ରନ୍ କରି ଶେଷରେ ଅଲଆଉଟ ହୋଇଥିଲା ଦିଲ୍ଲୀ। ଦିଲ୍ଲୀ ପକ୍ଷରୁ ଶେଫାଳୀ ବର୍ମା ୪୪ ରନ୍ କରିଥିବାବେଳେ ଅଧିନାୟକ ଲାନିଂ ୨୩ ରନ୍ କରିଥିଲେ। ଆରସିବି ପକ୍ଷରୁ ଶ୍ରେୟଙ୍କା ପାଟିଲ ୪ଟି ୱିକେଟ ଅକ୍ତିଆର କରିଥିଳେ।
ଅନ୍ୟପଟେ ୧୧୪ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବାଙ୍ଗାଲୋର ଏହି ଟାର୍ଗେଟକୁ ୮ ୱିକେଟରେ ହାସଲ କରିନେଇଥିଲା। ଆଉ ବଲ୍ ବାକି ଥାଇ ଏହି ଟାର୍ଗେଟରେ ପହଞ୍ଚିଥିଲା ବାଙ୍ଗାଲୋର। ଆରସିବି ପକ୍ଷରୁ ଇଲିସ୍ ପେରୀ ସର୍ବାଧିକ ୩୫ ରନ୍ କରିଥିବା ବେଳେ ସୋଫିଆ ଡେଭିନ୍ ୩୨ ଓ ଅଧିନାୟକ ସ୍ମ୍ରିତି ମାନ୍ଧନା ୩୧ ରନ୍ କରିଥିଲେ।
]]>ଗତ ଗୁରୁବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ହାଇଦ୍ରାବାଦ୍ରେ ପହଞ୍ଚିଥିଲା । କୋହଲିଙ୍କ ସମେତ ଆରସିବି ଟିମ୍ ସଦସ୍ୟମାନେ ସୋମବାର ରାତିରେ ହାଇଦ୍ରାବାଦରେ ପହଞ୍ଚି ମହମ୍ମଦ ସିରାଜଙ୍କ ନୂଆ ଘରକୁ ରାତ୍ର ଭୋଜନ ପାଇଁ ଯାଇଥିଲେ । ସେମାନଙ୍କ ଫଟୋ ଓ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଆରସିବିର ଟ୍ୱିଟର୍ ପେଜ୍ରେ ମଧ୍ୟ ଏହି ସମୟର ଫଟୋକୁ ସେୟାର କରାଯାଇଛି । ଯେଉଁଥିରେ ଲେଖାଯାଇଛି ଯେ, ହାଇଦ୍ରାବାଦ୍ ବିରିୟାନୀ ଟାଇମ!
Hyderabadi Biryani time! 🥳
— Royal Challengers Bangalore (@RCBTweets) May 16, 2023
The boys took a pitstop at Miyan's beautiful new house last night! 🏡#PlayBold #ನಮ್ಮRCB pic.twitter.com/kEjtB1pQid
ଆଇପିଏଲରେ RCB ପାଇଁ ଖେଳୁଥିବା ସିରାଜ ହାଇଦ୍ରାବାଦ୍ରେ ନିଜର ଏକ ନୂଆ ଘର କିଣିଥିବା ବେଳେ ଟିମ୍ ସଦସ୍ୟମାନଙ୍କୁ ରାତ୍ର ଭୋଜନ ପାଇଁ ନିଜ ଘରକୁ ନିମନ୍ତ୍ରଣ କରିଥଲେ। ତେବେ ସିରାଜ ବିରାଟଙ୍କୁ ନିଜ ଘରେ ପାଇ ବେଶ୍ ଉତ୍ସାହିତ ଅଛନ୍ତି ।
Virat Kohli And RCB team visited Siraj New House Opening In Film Nagar Jubilee Hills , HYD ❤️🔥❤️❤️#ViratKohli #Siraj #RCB #RoyalChallengersBangalore #RCBvsSRH @mufaddal_vohra @CricCrazyJohns @imVkohli pic.twitter.com/8DOzAR56c6
— Tarak Anna || Anil 🖤 (@AnilTarakianNTR) May 15, 2023
ଚଳିତ ସିଜିନ୍ରେ ଆର୍ସିବି ପକ୍ଷରୁ ସବୁଠାରୁ ଅଧିକ ୱିକେଟ୍ ନେଇଛନ୍ତି ସିରାଜ। ବର୍ତ୍ତମାନ ଆରସିବି ୧୨ଟି ମ୍ୟାଚ୍ରୁ ୬ଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲ୍ରେ ୧୨ ଅଙ୍କ ସହ ପଞ୍ଚମ ସ୍ଥାନରେ ରହିଛି । ଆରସିବି ପାଇଁ ଶେଷ ୨ଟି ମ୍ୟାଚ୍ ପ୍ଲେ ଅଫ୍ରେ ଏଣ୍ଟ୍ରି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
]]>କାର୍ତ୍ତିକଙ୍କ କ୍ୟାରିଅର ଅନ୍ତିମ ସୋପାନରେ ପହଞ୍ଚିଛି। ଆନ୍ତର୍ଜାତିକ କ୍ରିକେଟ୍ରେ ତାଙ୍କ କ୍ୟାରିଅରର ଆପାତତଃ ଅନ୍ତ ଘଟିସାରିଲାଣି। ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍)ରେ ସେ ଖେଳ ଜାରି ରଖିଛନ୍ତି ସତ, କିନ୍ତୁ ତାଙ୍କ ପ୍ରଦର୍ଶନରେ ଆଉ ସେ ଚମକ ନାହିଁ। ଟିମ୍କୁ ଜିତାଇବାର ସାମର୍ଥ୍ୟ ନାହିଁ। କଦବା କ୍ୱଚିତ ସେ ଭଲ ଖେଳିପାରନ୍ତି, ହେଲେ ଏହାଦ୍ୱାରା ତାଙ୍କ ସ୍ଥାନ ସୁରକ୍ଷିତ ରହିପାରିବନି।
ଆଇପିଏଲ୍ର ପୂର୍ବ ସିଜନ୍ରେ ଦିନେଶ କାର୍ତ୍ତିକ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ପକ୍ଷରୁ ଫିନିଶର୍ ଭୂମିକାକୁ ସୁଚାରୁ ରୂପେ ତୁଲାଇଥିଲେ, ହେଲେ ଚଳିତ ସିଜନ୍ରେ ସେହି ଭୂମିକା ଆଉ ତାଙ୍କୁ ସୁହାଉ ନାହିଁ। ମୋଟାମୋଟି ଭାବରେ କହିବାକୁ ଗଲେ, ତାଙ୍କ ବ୍ୟାଟିଂ ପ୍ରଦର୍ଶନ ଫିକା ପଡ଼ିଗଲାଣି।
ଚଳିତ ଆଇପିଏଲ୍ ସିଜନ୍ରେ କାର୍ତ୍ତିକ ଏ ଯାବତ ଛଅ ମ୍ୟାଚ୍ ଖେଳି ଯଥାକ୍ରମେ ୦, ୯, ୧ (ଅପରାଜିତ), ୦, ୨୮ ଓ ୭ ରନ୍ର ଇନିଂସ୍ ଖେଳିଛନ୍ତି। ଅର୍ଥାତ୍ ଛଅ ମ୍ୟାଚ୍ରେ ମୋଟ୍ ୪୫ ରନ୍। ଅବଶିଷ୍ଟ ମ୍ୟାଚ୍ଗୁଡ଼ିକରେ ବାଙ୍ଗାଲୋର ଟିମ୍ ହୁଏତ ତାଙ୍କ ଠାରୁ ଭଲ ପ୍ରଦର୍ଶନ ଆଶା କରୁଥିବ, କିନ୍ତୁ ଏ କଥାକୁ ଅସ୍ୱୀକାର କରାଯାଇପାରିବନି ଯେ ସେ ଟିମ୍ ପାଇଁ ବୋଝ ହୋଇଗଲେଣି।
କାର୍ତ୍ତିକଙ୍କ ଆନ୍ତର୍ଜାତିକ କ୍ୟାରିଅର ଉତ୍ଥାନ-ପତନ ଭରା ରହିଆସିଛି। ୨୦୦୪ରେ ଭାରତ ପକ୍ଷରୁ ପ୍ରଥମ ମ୍ୟାଚ୍ ଖେଳିଥିବା ଏହି ଡାହାଣହାତି ବ୍ୟାଟର୍ ନିଜ ଶେଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ୨୦୧୯ ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଖେଳିଥିଲେ। ଏହି ମ୍ୟାଚ୍ ପରେ ସେ ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିଥିଲେ। ସମସ୍ତେ ଭାବି ନେଇଥିଲେ ଯେ ତାଙ୍କ କ୍ୟାରିଅର ଶେଷ ହୋଇଯାଇଛି। ତେବେ ସେ ଆଇପିଏଲ୍ ଜରିଆରେ ପ୍ରତ୍ୟାବର୍ତ୍ତନ କରିଥିଲେ।
ଗତ ବର୍ଷ ଆର୍ସିବି କାର୍ତ୍ତିକଙ୍କୁ ୫.୫ କୋଟି ଟଙ୍କା ଦେଇ ଟିମ୍ରେ ସାମିଲ୍ କରିଥିଲା। ସେହି ସିଜନ୍ରେ ସେ ସଫଳ ହୋଇଥିଲେ ଏବଂ ଟିମ୍କୁ ଅନେକ ମ୍ୟାଚ୍ରେ ଜିତାଇଥିଲେ, ଯେଉଁଥିରେ ଫିନିଶର୍ ଭାବରେ ତାଙ୍କର ଅଭ୍ୟୁଦୟ ହୋଇଥିଲା।
ପୂର୍ବ ଆଇପିଏଲ୍ ସିଜନ୍ରେ ସେ ୫୫ ଆଭରେଜ୍ରେ ୩୩୦ ରନ୍ ସଂଗ୍ରହ କରିଥିଲେ। ଏହି ପ୍ରଦର୍ଶନ ବଳରେ ତାଙ୍କୁ ଗତ ବର୍ଷ ଅଷ୍ଟ୍ରେଲିଆରେ ହୋଇଥିବା ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ରେ ସାମିଲ କରାଯାଇଥିଲା।
କିନ୍ତୁ ଟୁର୍ଣ୍ଣାମେଣ୍ଟ୍ରେ ସେ ଖାସ୍ ପ୍ରଦର୍ଶନ କରିପାରି ନ ଥିଲେ। ଏହି କାରଣରୁ ସେମିଫାଇନାଲ୍ ମ୍ୟାଚ୍ ପାଇଁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇ ନ ଥିଲା। ଭାରତୀୟ ଟିମ୍ ସେହି ମ୍ୟାଚ୍ ହାରିଥିଲା। ବିଶ୍ୱକପ୍ରୁ ଟିମ୍ର ବିଦାୟ ସହ କାର୍ତ୍ତିକ, ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ଟି-୨୦ କ୍ୟାରିଅର ଶେଷ ହୋଇଗଲା ବୋଲି ଚର୍ଚ୍ଚା ହୋଇଥିଲା।
ସେବେଠାରୁ ଆଉ ତାଙ୍କୁ ଭାରତୀୟ ଟିମ୍ରେ ନିଆଯାଇନି। ତାଙ୍କ ପାଇଁ ବାଟ ପ୍ରାୟତଃ ବନ୍ଦ ହୋଇଯାଇଛି। ଏବେ ଆଇପିଏଲ୍ ତାଙ୍କ ଲାଗି ଶେଷ ଆଶା ଥିଲା। ସେଥିରେ ବି ତାଙ୍କ ପ୍ରଦର୍ଶନରେ ସୁଧାର ହେଲାନି।
ପରେ କାର୍ତ୍ତିକ ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ପୋଷ୍ଟ୍ କରି ଆନ୍ତର୍ଜାତିକ ଅବସର ନେଇ ସଙ୍କେତ ଦେଇଥିଲେ। ସେଥିରେ ସେ କହିଥିଲେ, “ଭାରତ ପକ୍ଷରୁ ଟି-୨୦ ବିଶ୍ୱକପ୍ ଖେଳିବା ପାଇଁ ମୁଁ କଠିନ ପରିଶ୍ରମ କରିଥିଲି ଏବଂ ଏଭଳି କରିପାରିବା ଗର୍ବର ବିଷୟ ଥିଲା। ଆମେ ଅନ୍ତିମ ଲକ୍ଷ୍ୟ ହାସଲ କରିପାରି ନ ଥିଲୁ, କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ୍ ମୋ ଜୀବନକୁ ଅନେକ ସ୍ମରଣୀୟ ମୁହୂର୍ତ୍ତରେ ଭରି ଦେଇଥିଲା। ମୋର ସମସ୍ତ ଟିମ୍ମେଟ୍, କୋଚ୍ ଓ ବନ୍ଧୁମାନଙ୍କୁ ଧନ୍ୟବାଦ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ, ଯେଉଁମାନେ ଲଗାତାର ସମର୍ଥନ କରିଥିଲେ।”
ଆନ୍ତର୍ଜାତିକ କ୍ରିକେଟ୍ରେ କାର୍ତ୍ତିକ ୨୬ ଟେଷ୍ଟ୍ ମ୍ୟାଚ୍ ଖେଳି ୨୫ ଆଭରେଜ୍ରେ ଗୋଟିଏ ଶତକ ସହାୟତାରେ ୧୦୨୫ ରନ୍ ସଂଗ୍ରହ କରିଛନ୍ତି। ସେହିପରି ୯୪ ଦିନିକିଆ ମ୍ୟାଚ୍ ଖେଳି ୩୦.୨ ଆଭରେଜ୍ରେ ୧୭୫୨ ରନ୍ ଏବଂ ୬୦ ଟି-୨୦ ମ୍ୟାଚ୍ରୁ ୪୮ ଇନିଂସ୍ ଖେଳି ୨୬.୪ ଆଭରେଜ୍ ଓ ୧୪୨.୬ ଷ୍ଟ୍ରାଇକ୍ ରେଟ୍ରେ ୬୮୬ ରନ୍ କରିଛନ୍ତି। ଆଇପିଏଲ୍ରେ ୨୩୮ ମ୍ୟାଚ୍ ଖେଳି ୨୬.୩ ଆଭରେଜ୍ ଓ ୧୩୨.୭ ଷ୍ଟ୍ରାଇକ୍ ରେଟ୍ରେ ୪୪୨୧ ରନ୍ କରିଛନ୍ତି କାର୍ତ୍ତିକ।
୨୦୨୩ ଆଇପିଏଲ୍ ତାଙ୍କ ପାଇଁ ଶେଷ ସିଜନ୍ ହୋଇପାରେ। ଏହାପରେ ସେ ସମସ୍ତ ପ୍ରକାରର କ୍ରିକେଟ୍ ଛାଡ଼ିପାରନ୍ତି। ଆନ୍ତର୍ଜାତିକ କ୍ରିକେଟ୍ରେ ଆଉ ତାଙ୍କ ପାଇଁ ସୁଯୋଗ ନାହିଁ। ଆଇପିଏଲ୍ରେ ବି ବିଫଳ ହେଉଛନ୍ତି। ଯୁବ ପ୍ରତିଭାମାନଙ୍କର ଭିଡ଼ ମଧ୍ୟରେ ସେ ହଜିଯାଉଛନ୍ତି। ଟିମ୍ ତାଙ୍କୁ ବିଦା କରିବା ପୂର୍ବରୁ କିଛି ସ୍ମରଣୀୟ ଇନିଂସ୍ ଖେଳି ସେ ଖୋଦ୍ ସମ୍ମାନଜନକ ଭାବେ ବିଦାୟ ନିଅନ୍ତୁ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)
]]>ତେବେ ଆରସିବିର ରଜତ ପଟିଦାରଙ୍କ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ପଟିଦାର ଲକ୍ଷ୍ନୌ ବିପକ୍ଷ ଏଲିମିନେଟରରେ ଏକ ଜବରଦସ୍ତ ସେଞ୍ଚୁରି ମାରିଥିଲେ । ସେପଟେ ରାଜସ୍ଥାନ ପାଇଁ ଜୋସ୍ ବଟଲରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ । ଅଧିନାୟକ ସଞ୍ଜୁ ସାମ୍ସନ୍ ମଧ୍ୟ ନିଜ ଫର୍ମକୁ ସଜାଡ଼ିବାକୁ ପଡିବ।
ଅନ୍ୟପକ୍ଷେ, ଗତ ମ୍ୟାଚ୍ କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏଲିମିନେଟର ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ବର୍ଷା ହେତୁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ୨୦ ଓଭର ଖେଳାଯାଇଥିଲା ।
]]>ବିରାଟ କହିଛନ୍ତି, RCBର ଅଧିନାୟକ ଭାବେ ଏହା ମୋର ଶେଷ IPL। ଏନେଇ ମ୍ୟାନେଜମେଣ୍ଟ ସହ ଆଲୋଚନା କରି ସାରିଛି। ଗତ କିଛି ବର୍ଷ ହେବ କାର୍ଯ୍ୟଭାର ଅଧିକ ରହୁଛି। ଏସବୁ ସମ୍ଭାଳିବା ଲାଗି ମୁଁ ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲି। ମୁଁ ମ୍ୟାନେଜମେଣ୍ଟକୁ ସ୍ପଷ୍ଟ କରିଦେଇଛି ଯେ, ମୁଁ RCB ବ୍ୟତୀତ ଅନ୍ୟ କୌଣସି ଦଳ ପାଇଁ ଖେଳିବାକୁ ମଧ୍ୟ ଚିନ୍ତା କରିପାରିବି ନାହିଁ। ଆଇପିଏଲରେ ମୋର ଶେଷ ମ୍ୟାଚ୍ ପର୍ଯ୍ୟନ୍ତ ମୁଁ RCB ପାଇଁ ଖେଳିବା ଜାରି ରଖିବି।’
Virat Kohli to step down from RCB captaincy after #IPL2021
— Royal Challengers Bangalore (@RCBTweets) September 19, 2021
“This will be my last IPL as captain of RCB. I’ll continue to be an RCB player till I play my last IPL game. I thank all the RCB fans for believing in me and supporting me.”: Virat Kohli#PlayBold #WeAreChallengers pic.twitter.com/QSIdCT8QQM
RCBକୁ ନେଇ ତାଙ୍କ ଉପରେ ବିଶ୍ୱାସ ରଖିଥିବାରୁ ପ୍ରଶଂସକଙ୍କୁ ବିରାଟ ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘ ୯ ବର୍ଷ ଧରି RCBର ଅଧିନାୟକତ୍ୱ କରି ଥିବାରୁ ମ୍ୟାନେଜମେଣ୍ଟ, କୋଚ୍ ଏବଂ ସପୋର୍ଟ ଷ୍ଟାଫଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି।
ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ବର୍ତ୍ତମାନ ସୁଦ୍ଧା ବିରାଟ RCB ପାଇଁ ୧୯୯ ମ୍ୟାଚ୍ ଖେଳି ସାରିଛନ୍ତି। ଆଜି କୋଲକତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ। ୨୦୧୩ରେ ବିରାଟଙ୍କୁ RCBର ଅଧିନାୟକ ଭାବେ ଦାୟିତ୍ୱ ମିଳିଥିଲା। ହେଲେ ଏବେ ସୁଦ୍ଧା ଆରସିବି ଗୋଟିଏ ଥର ମଧ୍ୟ ଆଇପିଏଲ୍ ଟାଇଟଲ୍ ହାତେଇ ପାରି ନାହିଁ।
ସୂଚନାଥାଉ କି, କିଛିଦିନ ପୂର୍ବେ ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବା ନେଇ ବିରାଟ କୋହଲି ଘୋଷଣା କରିଥିଲେ। ଆଗାମୀ ବିଶ୍ୱକପ ପରେ ଅଧିନାୟକ ପଦ ଛାଡ଼ିବାକୁ ସେ ଘୋଷଣା କରିଥିଲେ। ଏନେଇ ଟୁଇଟ୍ ଯୋଗେ ସେ ସୂଚନା ଦେଇଥିଲେ।
]]>ଜବାବରେ କେକେଆର୍ ୭ଟି ବଲ୍ ବାକିଥାଇ ଏହି ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। କୋଲକାତା ଟିମ୍ ପକ୍ଷରୁ ସୁନିଲ ନାରିନ୍ ମାତ୍ର ୧୯ବଲ୍ରେ ବିସ୍ଫୋରକ ୫୦ ରନ କରିଥିବା ବେଳେ ଅଧିନାୟକ ଦୀନେଶ କାର୍ତ୍ତିକ ଅପରାଜିତ ୩୫ ରନ କରି ଦଳକୁ ଜିତାଇଥିଲେ।
]]>