• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Road Problem

ROAD PROBLEM
ଦୁଇ ବର୍ଷ ହେଲା ସରୁନି PMGSY ରାସ୍ତା କାମ

ଅଧପନ୍ତରିଆ ରହିଛି PMGSY ରାସ୍ତା। ୨ ବର୍ଷ ହେଲା ସରୁନି ନିର୍ମାଣ କାମ। ଅଧା କାମ କରି ଧରାଛୁଆଁ ଦେଉନି ଠିକାଦାର। ରାସ୍ତାରେ ପିଚୁର ନାଁ ଗନ୍ଧ ନାହିଁ। ସ୍ଥାନେ ସ୍ଥାନେ ମେଟାଲ୍ ଉଠିଗଲାଣି।

road problem
ଆମେ ଭୋଟ୍ କାହିଁକି ଦବୁ ?

ଏମିତି ରାସ୍ତା...ଦୁଇ ଚକିଆ କିମ୍ବା ଚାରି ଚକିଆରେ ଯାନରେ ବାହାରିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା କଷ୍ଟକର । ରାସ୍ତା ନୁହେଁତ ମରଣଯନ୍ତା । ଆମ୍ବୁଲାନ୍ସ ଆସିପାରୁନି ରୋଗୀକୁ ମେଡିକାଲ ନେବାକୁ ଏଠି ଖଟିଆ ଭରଷା । ସରକାର କହୁଛନ୍ତି ଆଦିବାସୀ ପ୍ରବଣ ଅଂଚଳରେ ବିକାଶ ହେଉଛି, ଦେଖନ୍ତୁ ବିକାଶର ଏକ ନମୁନା ।

'No road no vote' protest
ଗାଁରୁ ଶୁଭିଲା ଗର୍ଜନ, ଏଥର ଭୋଟ୍ ବର୍ଜନ

ବହୁତ ହୋଇଗଲା..!ଏକାଠି ହୋଇ ନିଜ ସ୍ୱରକୁ ଶାଣିତ କରିଛନ୍ତି.. ନିଷ୍ପତ୍ତି ନେଇଛନ୍ତି, ଆଉ ନେତାଙ୍କ ମିଛ ପ୍ରତିଶ୍ରୁତିରେ ଫସିବେନି.. ଜଣେ ଆରଜଣଙ୍କୁ ବୁଝାଉଛନ୍ତି.. ଆନ୍ଦୋଳନରେ ସାମିଲ ହୋଇ ନିଜ ହକ୍ କୁ ଛଡ଼ାଇଆଣିବାକୁ ଅଣ୍ଟା ଭିଡ଼ିଛନ୍ତି..

gold price today
ଧୂଳିମୟ ରାସ୍ତା ଅଣନିଶ୍ୱାସୀ ଲୋକେ

ଦେଖାଯାଉନି ରାସ୍ତାଘାଟ । ମାତ୍ରାଧିକ ଧୂଳି ଉଡୁଥିବାରୁ ଲୋକେ ହେଉଛନ୍ତି ଅଣନିଶ୍ୱାସୀ । ସୋନପୁର-ବିନିକା-ରାମପୁର-ଡୁଙ୍ଗୁରିପାଲି ରାସ୍ତାରେ ପ୍ରବଳ ଧୂଳି ଉଡୁଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । ରାସ୍ତାର ଉନ୍ନତିକରଣ କଚ୍ଛପ ଗତିରେ ଚାଲୁଥିବାରୁ ଧୂଳିରେ ଲୋକେ ଆକ୍ତାମାକ୍ତା ।

No roads no vote
ରାସ୍ତା ନାହିଁ ତ ଭୋଟ୍ ନାହିଁ

ଯେଉଁ ରାସ୍ଥା ଦେଇ ଯମ ଯିବାକୁ ଭୟ କରିବ ସେହି ରାସ୍ଥା ହିଁ ଲୋକଙ୍କ ଭରସା । ନିଜ ପଞ୍ଚାୟତକୁ ଯିବାକୁ ନାହିଁ ନିତିଦିନିଆ ରାସ୍ଥା, ରାସନ ସାମଗ୍ରୀ ପାଇଁ ଗାଁ ଲୋକଙ୍କୁ ଚାନ୍ଦା କରି ଟ୍ରାକ୍ଟରରେ ଯିବାକୁ ପଡୁଛି।

Road Problem
ବିପଦରେ ଚାନ୍ଦବାଲି ବୈତରଣୀ ସେତୁ; କେତେବେଳେ ବି ଘଟିପାରେ ଅଘଟଣ

ଦୁର୍ବଳ ହେଲାଣି ଚାନ୍ଦବାଲି ବୈତରଣୀ ସେତୁ । ବ୍ରିଜର ଆପ୍ରୋଚ ରୋଡ୍ରେ ଅଢ଼େଇ ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି । ଚାନ୍ଦବାଲି ବୈତରଣୀ ବ୍ରିଜ୍ ୪ଟି ଜିଲ୍ଲାର ଗମନା ଗମନରେ ମାଧ୍ୟମ ସାଜିଥିବା ବେଳେ ଏବେ ଭାରି ଯାନ ପାଇଁ ବଢ଼ିଲାଣି ବିପଦ ଆଶଙ୍କା ..

Ambulance Driver
ଆମ୍ବୁଲାନ୍ସ କର୍ମଚାରୀଙ୍କ ବଦାନ୍ୟତା, ଗର୍ଭବତୀଙ୍କୁ ୩କିଲୋମିଟର ଷ୍ଟ୍ରେଚରରେ ବୋହିଲେ

ଗାଁ ଭିତରକୁ ଯାଉଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବା କାରଣରୁ ଆମ୍ବୁଲାନ୍ସଟି ଗାଁ ଠାରୁ ପ୍ରାୟ ୩କିଲୋମିଟର ଦୂରରେ ଅଟକି ରହିଥିଲା।

Road Problem
ବିଜୁ ବାବୁ ଶୁଭ ଦେଇଥିଲେ, କେବେ ହେବ ଉଦଘାଟନ ?

ସମ୍ପୂର୍ଣ୍ଣ ହୋଇପାରୁନି ୩୩ ବର୍ଷ ତଳେ ବିଜୁ ବାବୁ ଦେଇଥିବା ଶୁଭ... ଏବେ ଅପେକ୍ଷା କେବେ ସମୂର୍ଣ୍ଣ ହେବ ଏହି ଅଧାପନ୍ତରିଆ ରାସ୍ତା।

Road Problem In Nabarngpur
ବାଟରେ ଚାଲୁ ଚାଲୁ ଯଦି ଅଘଟଣ ଘଟେ କିଏ ରହିବ ଦାୟୀ?

ସ୍ୱାଧୀନତାରେ ୭ ଦଶନ୍ଧି ପରେ ବି ଆଜି ଏମିତି ଅନେକ ଗାଁ ଗଣ଼୍ଡା ରହିଛି ଯେଉଁଠି ରାସ୍ତା ସମସ୍ୟା ନ କହିବା ଭଲ । ଏମିତି ଅନେକ ନଦୀ ଅଛି ଯାହାକୁ ପାର୍ କରିବା ପାଇଁ ପୋଲ୍ ନାହିଁ, ସାହା କେବଳ କାଠ ପୋଲ । ଆଉ କେଉଁଠି କେଉଁଠି ତ ପୋଲ ହିଁ ନାହିଁ ।

Road Problem
ରାସ୍ତା ନୁହେଁ ମରଣଯନ୍ତା; ଦେଖିକି ଯିବ ନହେଲେ ଜୀବନ ଯିବ

ଗଞ୍ଜାମ ଜିଲ୍ଲା କଣ୍ଟେଇପଲ୍ଲୀ ଠାରୁ ସୋରଡ଼ାକୁ ସଂଯୋଗ କରୁଥିବା ନିତିଦିନିଆ ରାସ୍ତା ପାଲଟିଛି ମରଣଯନ୍ତା । ଲୋକଙ୍କ ଗମନାଗମନର ସୁବିଧା ଲାଗି ସରକାର ୨୦୨୧ ମସିହାରେ ୨୧ କିଲୋମିଟର ଯାଏଁ ରାସ୍ତା ନିର୍ମାଣ ପାଇଁ ୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରିଥିଲେ ।

 Road Problem
ସଜାଡ଼ି ହେଉଛି ଅସଜଡ଼ା ନଗଡ଼ା; ଏବେ ବି ଅବହେଳିତ ୩ ଗାଁ

ଗାଁକୁ ନାହିଁ ରାସ୍ତା... ପହଞ୍ଚିପାରୁନି ସୁବିଧା । ଗୁହିଆସାଳ, ତଳଡିହ ଓ ତୁମୁଣି ବନ୍ଧ ଭଳି ଗାଁ ଏବେ ବି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ।

Road Problem
ବାଃ ବାଃରେ ସରକାର; ଶୁଣିଲାନି ପ୍ରଶାସନ, ଚାନ୍ଦାମାଗି କଲେ ରାସ୍ତା

ଗାଁରେ ପ୍ରାୟ ୪ଶହ ପରିବାର ବସବାସ କରନ୍ତି । ମୁଖ୍ୟ ରାସ୍ତା ନିକଟରେ ଗାଁ ରହିଥିଲେ ମଧ୍ୟ ଗାଁକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ ।

to suffer after no availability of roads since 50 years
ଧନ୍ୟ ସରକାର ! ୨୫ ବର୍ଷର ଶାସନ, ୫୦ ବର୍ଷର ଗାଁକୁ ନାହିଁ ରାସ୍ତା

ଠକିଦେଲେ ବିଧାୟକ । ଏଥର ଗାଁକୁ ଆସିଲେ ଭୋଟ ବର୍ଜନ କଥା ଶୁଣାଇଦେବୁ । ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ବଡମ୍ବା ବ୍ଲକ ମାନପୁର ପଂଚାୟତ କଦନା ଗାଁର ୮ନମ୍ବର ୱାର୍ଡ ଶବର ସାହି ଗ୍ରାମବାସୀମାନେ ।

ROAD PROBLEM
ଏବେ ଏବେ ପଞ୍ଚାୟତ କାର୍ଯ୍ୟାଳୟ ତିଆରି ହୋଇଛି, ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହୋଇଛି କିନ୍ତୁ ରାସ୍ତା ୧୦ ବର୍ଷ ତଳର !

ରାସ୍ତା ମରାମତି ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ବିଡିଓ, କଲେକ୍ଟର ଓ ଜନପ୍ରତିନିଧି, ସମସ୍ତଙ୍କୁ ଗୁହାରି କରିଛନ୍ତି ଗାଁ ଲୋକେ । ହେଲେ କେହି ଶୁଣୁନାହାନ୍ତି ।

No road connectivity to village, irate locals stop convoy of MLA Pradip Kumar Disari
କଳାହାଣ୍ଡିରେ ବିଧାୟକଙ୍କୁ ବିରୋଧ; ଗାଁ ମୁଣ୍ଡରୁ ଫେରିଆସିଲେ ଲାଞ୍ଜିଗଡ଼ ବିଧାୟକ

ତ୍ରିଲୋଚପୁରରେ ନିର୍ମାଣ ହୋଇଥିବା ପାର୍କ ଓ ଛେଳି ହଷ୍ଟେଲର ଉଦଘାଟନ ପାଇଁ ବିଧାୟକ ଯାଉଥିବା ବେଳେ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ ।

After repeated appeals to govt go unheard, villagers build road themselves in Koraput
କୋଡ଼ି କୋଦାଳ ଧରି ରାସ୍ତା ତିଆରି କଲେ ଗାଁ ଲୋକେ

ଶୁଣିଲାନି ପ୍ରଶାସନ... ବାରମ୍ବାର ଅଭିଯୋଗ ପରେ ବି ଗାଁକୁ ହେଲାନି ଭଲ ରାସ୍ତା । ନିଜେ କୋଡ଼ି କୋଦାଳ ଧରି ରାସ୍ତା ତିଆରି କଲେ ଗ୍ରାମବାସୀ...

Road Problem
ରାସ୍ତା ପାଇଁ ହୀନସ୍ତା, ମରଣଯନ୍ତା ପାଲଟିଛି ଆଳିର ମାନପୁର ଠାରୁ ଗୋବିନ୍ଦପୁର ରାସ୍ତା

ଏ ରାସ୍ତା ନୁହେଁ ମରଣଜନ୍ତା । ଯାଉଛି ଜୀବନ କିନ୍ତୁ ଶୋଇ ରହିଛି ପ୍ରଶାସନ। ରାସ୍ତାରୁ ପିଚୁ ଉଠିଗଲାଣି । ଖାଲ ଖମାରେ ଭର୍ତ୍ତି ହୋଇଗଲାଣି । ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ପ୍ରାଣ ମଧ୍ୟ ଯାଉଛି। କିନ୍ତୁ ପ୍ରଶାସନର ଭାଙ୍ଗୁନି ନିଦ ।

road problem
ପିଡିଏସ ଚାଉଳ ପାଇଁ ୭କିମି ରାସ୍ତା ମରାମତି

ପିଡ଼ିଏସ ଚାଉଳ ବୋଝେଇ ଭଡ଼ା ଗାଡ଼ି ଯାତାୟତ ପାଇଁ ୭କିଲୋମିଟର ରାସ୍ତାକୁ ମରାମତି କଲେ ଗାଁଲୋକେ ।

Road Problem
ମାସେ ହେଲା ରାସ୍ତା ହୋଇଛି, ହାତ ମାରିଲେ ଛେଲା ଛେଲା ଉଠିଯାଉଛି, ଗାଡ଼ି ଗଡ଼ିଲେ ଦବି ଯାଉଛି !

ଗୋଟିଏ ପଟେ ଆମ ସରକାର ଆମ ଗାଁ ଆମ ବିକାଶ ଓ ନବୀନ ଓଡ଼ିଶା ଭଳି ନାରା ସହ, ଖବର କାଗଜରେ ପୁଳା ପୁଳା ବିଜ୍ଞାପନ ଦେଇ ବାହାବହା ସାଉଁଟୁଥିବା ବେଳେ ଗାଁର ବାସ୍ତବ ସ୍ଥିତି ହେଉଛି ଏମିତି ।

Bhubaneswar Road Problem
ଦେଖିକି ନ ଚାଲିଲେ ମଲ ! ରାଜଧାନୀରେ ଡେଥ୍ ଜୋନ୍ ପାଲଟିଛି ଖାଲ-ଖମା ରାସ୍ତା

କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି BMC ଓ ପୂର୍ତ୍ତ ବିଭାଗ । ମରଣଯନ୍ତାରେ ଫସୁଛନ୍ତି ଲୋକେ, କର୍ତ୍ତୃପକ୍ଷ ନୀରବ ।

Road Problem
ମରଣଯନ୍ତା ଜାତୀୟ ରାଜପଥ; ବର୍ଷ ବର୍ଷ ଧରି ସରୁନି NH ୫୩ ଚଣ୍ଡିଖୋଲରୁ ଡୁବୁରୀ ରାସ୍ତା

ବାଲେଶ୍ୱର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଏବଂ ଚଣ୍ଡୀଖୋଲରୁ ଡୁବୁରୀ ଯାଏଁ ଏନଏଚ୍ ନମ୍ବର ୫୩ । ଉଭୟ ରାସ୍ତାରେ ଗଲେ ଭୋଗିବାକୁ ପଡ଼ିବ ସମାନ ଦଶା । ରାସ୍ତା ତ ନୁହେଁ, ସତେ ଯେମିତି ମରଣ ଯନ୍ତା । ପ୍ରତି ମୁହୂର୍ତ୍ତରେ ଧନ-ଜୀବନ ହାନୀର ଆଶଙ୍କା ।

Road Problem
ମରଣଯନ୍ତା ଜାତୀୟ ରାଜପଥ; ବର୍ଷ ବର୍ଷ ଧରି ସରୁନି NH ୫୩ ଚଣ୍ଡିଖୋଲରୁ ଡୁବୁରୀ ରାସ୍ତା

ବାଲେଶ୍ୱର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଏବଂ ଚଣ୍ଡୀଖୋଲରୁ ଡୁବୁରୀ ଯାଏଁ ଏନଏଚ୍ ନମ୍ବର ୫୩ । ଉଭୟ ରାସ୍ତାରେ ଗଲେ ଭୋଗିବାକୁ ପଡ଼ିବ ସମାନ ଦଶା । ରାସ୍ତା ତ ନୁହେଁ, ସତେ ଯେମିତି ମରଣ ଯନ୍ତା । ପ୍ରତି ମୁହୂର୍ତ୍ତରେ ଧନ-ଜୀବନ ହାନୀର ଆଶଙ୍କା ।

Road Problem
ଗାଁକୁ ଭଲ ରାସ୍ତା ନାହିଁ..,ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ

ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଗୋଟେ କିଲୋମିଟର ଦୂର ଖଟିଆରେ ବୁହା ହେବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚି ଥିଲେ ଗର୍ଭବତୀ ।

Villagers stage unique protest demanding construction
ସାଂସଦଙ୍କ ଗାଁକୁ ଭଲ ରାସ୍ତା ନାହିଁ, ଅଭିଯୋଗ କରି କରି ଥକିବା ପରେ ରାସ୍ତାରେ ଧାନ ରୋଇଲେ ଲୋକେ

କାଦୁଅ ପଚ ପଚ ରାସ୍ତାରେ ଯିବା ଆସିବା ଅସମ୍ଭବ..ଭିତ୍ତିପ୍ରସ୍ତର ସ୍ଥାପନର ୩ ମାସ ପରେ ବି କାମ ନାହିଁ

Road Problem
‘ଭୋଟ୍‌ ବେଳେ ଆମ ପାଖକୁ ଧାଉଁଛନ୍ତି, ପରେ ଭୁଲି ଯାଉଛନ୍ତି’

ଆମ୍ବୁଲାନ୍ସ କି ଦମକଳ..ଫୋନ୍‌ କରି ଗାଁ ନା କହିଲା ମାତ୍ରେ ଆସିବାକୁ ଅରାଜି ହେଉଛନ୍ତି । ଯଦି ଆସୁଛନ୍ତି ଫେରିବା କଷ୍ଟକର । ରାସ୍ତା ତ ନୁହେଁ ବିଲଠୁ ହୀନ । ଭୋଟ୍‌ ବେଳେ ଆସୁଛନ୍ତି, ନିର୍ବାଚନ ପରେ ମୁହଁ ମୋଡୁଛନ୍ତି