ସେପଟେ ଏହି କାର୍ଯ୍ୟକ୍ରମକୁ ନେଇ ସମାଲୋଚନା କରିଛି ବିଜେପି। କେନ୍ଦ୍ରୀୟ ସ୍କିମ୍ ଗୁଡିକ ଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ୮ଟି ପଛୁଆ ଜିଲ୍ଲା ପାଇଁ ପ୍ରଭାରୀ ଅଫିସର୍ ନିଯୁକ୍ତ କରିଥିଲେ। କିନ୍ତୁ ରାଜ୍ୟ ଗ୍ରହଣ କଲାନି। ହେଲେ ଯେହେତୁ ନିଜ ଯୋଜନାକୁ କାର୍ଯ୍ୟକାରୀ କରାଇବାରେ ବିଜେଡି ବିଧାୟକମାନେ ବିଫଳ, ସେଥିପାଇଁ ଅଫିସରଙ୍କ ଉପରେ ଭରସା କରିଛନ୍ତି ବୋଲି ବିଜେପି କହିଛି। ବିଜେଡି ଏହାର ଜବାବ୍ ରଖିଛି।
ମୋଦୀଙ୍କ ପ୍ରଭାରୀ ଅଫିସର ଓ ନବୀନଙ୍କ ଅଫିସର ପର୍ଯ୍ୟବେକ୍ଷକ କାର୍ଯ୍ୟକ୍ରମକୁ ସମାଲୋଚନା କରିଛି କଂଗ୍ରେସ। କେନ୍ଦ୍ର ସରକାର ରାଜ୍ୟ କଥାରେ ହସ୍ତକ୍ଷେପ କରିବା ଅନୁଚିତ। ସେପଟେ ରାଜ୍ୟର ନୂଆ ବ୍ୟବସ୍ଥା ଅନୁଯାୟୀ ଅଫିସରମାନେ ବିଜେଡିର ଏଜେଣ୍ଟ ଭାବ କାମ କରିବେ। ନିର୍ବାଚନ ଥିବାରୁ ଏଭଳି କାର୍ଯ୍ୟକ୍ରମ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ତାରପ୍ରସାଦ ବାହୀନିପତି କହିଛନ୍ତି।
ରାଜ୍ୟ ସରକାର ସ୍କିମ୍ ପରେ ସ୍କିମ୍ ଘୋଷଣା କରୁଛନ୍ତି ହେଲେ କାର୍ଯ୍ୟକାରୀ ସଠିକ ନହେବା ନେଇ ସବୁବେଳେ ଅଭିଯୋଗ ଆସିଛି। ତେବେ ନବୀନ ନିଯୁକ୍ତି ଦେଇଥିବା ଅଫିସର ପର୍ଯ୍ୟବେକ୍ଷକ ବ୍ୟବସ୍ଥା ଦ୍ୱାରା ରାଜ୍ୟ ସରକାରଙ୍କୁ କେତେ ଫାଇଦା ମିଳିବ ତାଉପରେ ନଜର।
]]>