ଗତବର୍ଷ ସେପଟେମ୍ବର ୧୦ରେ ଲେଫନାଣ୍ଟ କମାଣ୍ଡର ବର୍ତ୍ତିକା ଯୋଶୀଙ୍କ ନେତୃତ୍ୱରେ ୬ଜଣିଆ ଟିମ୍ ଏହି ଅଭିଯାନ ଆରମ୍ଭ କରିଥିଲ। ଏହାର ନାଁ ରଖାଯାଇଥିଲା ନାବିକ ସାଗର ପରିକ୍ରମା। ଅଭିଯାନ ବେଳେ ଆଇଏନଏସଭି ତାରିଣୀ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଫକଲାଣ୍ଡ ଦ୍ୱୀପ, ଦକ୍ଷିଣ ଆଫ୍ରିକା ଓ ମରିସସରେ ରହଣି କରିଥିଲା। ଓଡିଶାର ପ୍ରସିଦ୍ଧ ଶକ୍ତିପୀଠ ତାରା ତାରିଣୀଙ୍କ ନାଁରେ ଏହି ଜାହାଜର ନାମକରଣ କରାଯାଇଥିଲା।
]]>