ସ୍ଥଳ ଭାଗ ଛୁଇଁଛି ବାତ୍ୟା ମିଗ୍ଜୋମ । ଲ୍ୟାଣ୍ଡଫଲ କରିବା ପରେ ବାତ୍ୟା ମିଗ୍ଜମ ତାଣ୍ଡବ ରଚିଛି । ଚେନ୍ନାଇରେ ବାତ୍ୟାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ଏହାରି ଭିତରେ ଫସି ଯାଇଛନ୍ତି ଅଭିନେତା ଆମୀର ଖାନ୍ । ପ୍ରବଳ ବର୍ଷା ଯୋଗୁ ଚେନ୍ନାଇରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଲୋକେ ଘରେ ଏକ ପ୍ରକାର ବନ୍ଦୀ ହୋଇ ଅଛନ୍ତି । ଏହାରି ଭିତରେ ଅଭିନେତା ଆମୀର୍ ଖାନ୍ ମଧ୍ୟ ଫସି ଯାଇଥିବା ଜଣାପଡିଛି । ଏନେଇ ସାଉଥ ସୁପରଷ୍ଟାର ବିଷ୍ଣୁ ବିଶାଲ ସୂଚନା ଦେଇଛନ୍ତି । ଏହି ଫଟୋ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
Thanks to the fire and rescue department in helping people like us who are stranded
— VISHNU VISHAL - VV (@TheVishnuVishal) December 5, 2023
Rescue operations have started in karapakkam..
Saw 3 boats functioning already
Great work by TN govt in such testing times
Thanks to all the administrative people who are working relentlessly https://t.co/QdoW7zaBuI pic.twitter.com/qyzX73kHmc
ସୋସିଆଲ ମିଡିଆ ଏକ୍ସ ପେଜ୍ରେ ବିଷ୍ଣୁ ବିଶାଲ ଏନେଇ ଏକ ଫଟୋ ପୋଷ୍ଟ କରିଛନ୍ତି । ଏଥିରେ ତାଙ୍କ ସହ ଆମୀର ଖାନ୍ଙ୍କୁ ମଧ୍ୟ ଉଦ୍ଧାରକାରୀ ଦଳ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି । ରେସ୍କ୍ୟୁ ଟିମ୍ ସହ ଆମୀର୍ ଡଙ୍ଗାରେ ବସିଥିବା ନଜର ଆସିଛନ୍ତି । ଦୀର୍ଘ ୪ ଘଣ୍ଟା ପରେ ଏହି ଦୁଇ ଷ୍ଟାର୍ଙ୍କୁ ଉଦ୍ଧାର କରାଯାଇଛି ।
ନିକଟରେ ସାଉଥ ଅଭିନେତା ବିଷ୍ଣୁ ତାଙ୍କ ଘରେ ପାଣି ପଶିଯାଇଥିବା ଓ ମୋବାଇଲ୍ ନେଟ୍ଓ୍ୱର୍କ କି ଓ୍ୱାଇଫାଇ କାମ କରୁନଥିବା ନେଇ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ସହାୟତା ମାଗିଥିଲେ । ଏହାପରେ ଉଦ୍ଧାରକାରୀ ଦଳ ଆଜି ତାଙ୍କ ସହ ଆମୀର୍ ଖାନ୍ଙ୍କୁ ମଧ୍ୟ ରେସ୍କ୍ୟୁ କରିଛନ୍ତି । ଅଗ୍ନି ଓ ରେସ୍କ୍ୟୁ ଟିମ୍ ସହାୟତା ପାଇଁ ପହଞ୍ଚି ଥିବାରୁ ଉଦ୍ଧାରକାରୀ ଦଳଙ୍କୁ ସାଉଥ ସୁପରଷ୍ଟାର ବିଷ୍ଣୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି ।
ସୂଚନାନୁଯାୟୀ ଅଭିନେତା ଆମୀର୍ ଖାନ୍ ଏବେ ଚେନ୍ନାଇରେ ଅଛନ୍ତି । ଚେନ୍ନାଇରେ ତାଙ୍କ ମା' ଜୀନତ ହୁସେନଙ୍କ ଚିକିତ୍ସା ଚାଲିଛି । ସେଥିପାଇଁ ଅକ୍ଟୋବର ମାସରୁ ଚେନ୍ନାଇକୁ ସିଫ୍ଟ ହୋଇଛନ୍ତି ଆମୀର୍ ।
]]>ଉଦ୍ଧାର ପରେ ନିଜ ଗାଁ କୃଷ୍ଣଚନ୍ଦ୍ରପୁରକୁ ଆଣି ପୋଲିସରେ ଜିମା ଦେଇଛନ୍ତି ଲୋକେ । ୟୁନିଫର୍ମରେ ନଥିବାରୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇନଥିବା ଛାତ୍ର ଜଣକ କହିଛନ୍ତି । ରାଧାମୋହନ ଜୀଉ ହାଇସ୍କୁଲ ସେଣ୍ଟରରୁ ଫେରାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି । ଘରକୁ ନ ଫେରିବାରୁ ଥାନାରେ ପରିବାର ଲୋକେ ଏତଲା ଦେଇଥିଲେ ।
ଅନ୍ୟପଟେ ଛାତ୍ରଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ସ୍କୁଲ ପରୀକ୍ଷା ଦାୟିତ୍ୱରେ ଥିବା ସ୍କୁଲର ଶିକ୍ଷୟିତ୍ରୀ । ସୂଚନା ମୁତାବକ ଛାତ୍ର ଜଣକ ଘରୁ ମାଟ୍ରିକ ପରୀକ୍ଷା ଦେବାକୁ ଯାଇ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆନୁସାରେ ସେହି ଗାଁର ପ୍ରମୋଦ ନାୟକଙ୍କ ପୁଅ ପ୍ରଦୀପ ନାୟକ ରାଧା ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପାଠ ପଢନ୍ତି ।
ଆଜି ସକାଳ ୭ଟାରେ ଦଶପଲ୍ଲା ବାଳକ ଉଚ୍ଚ ବିଦ୍ୟାଳୟକୁ ଦଶମ ପରୀକ୍ଷା ଦେବାକୁ ଯାଉଥିଲେ । ହେଲେ ସେ ୟୁନିଫର୍ମରେ ନଥିବାରୁ ଛାତ୍ରକୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇ ନଥିଲା ।
ଏନେଇ ଛାତ୍ରଙ୍କ ମା’ କହିଛନ୍ତି, ପୁଅ ପରୀକ୍ଷା ଦେବାକୁ ଯାଇଥିଲା । ହେଲେ ରାଜଲକ୍ଷ୍ମୀ ମ୍ୟାଡାମ୍ ପରୀକ୍ଷା ହଲ୍ ଭିତରୁ ତଡ଼ି ଦେଲେ । ଏବେ ପିଲାଟି ମୋର କୁଆଡ଼େ ପଳେଇଛି ।
ତେବେ ଛାତ୍ର ଜଣକ ଘରକୁ ନଫେରିବା ପରେ ଦଶପଲ୍ଲା ଥାନାରେ ପରିବାର ଲୋକେ ଏତଲା ଦେଇଥିଲେ । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ହେଲେ ବର୍ତ୍ତମାନ ଏବେ ଛାତ୍ର ଜଣକ ଉଦ୍ଧାର ହୋଇଛନ୍ତି ।
]]>