ନିକଟରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗୋଲୋର୍ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ରେ କିଙ୍ଗ କୋହଲି ଧୂଆଁଦାର ବ୍ୟାଟିଂ କରି ଟିମ୍କୁ ସିଜିନ୍ର ପ୍ରଥମ ବିଜୟ ଦେଇଥିଲେ। କୋହଲି ବ୍ୟାଟିଂ କରୁଥିବା ବେଳେ ଜଣେ ଫ୍ୟାନ୍ କ୍ରିଜ୍ ପାଖକୁ ଆସି ତାଙ୍କୁ କୁଣ୍ଢାଇ ପକାଇଥିଲେ ଓ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ଯୁବକ ଜଣକ ପଛରେ ସିକ୍ୟୁରିଟି ମଧ୍ୟ ଧାଇଁ ଆସି ତାଙ୍କୁ କାହୁ କରିଥିଲେ। ଏହାପରେ ତାଙ୍କୁ ଫିଲ୍ଡ ବାହାରକୁ ନେଇ ନିର୍ଧୁମ ମାଡ଼ ମାରିଥିଲେ। ଯାହାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକ ଏହାକୁ ନିନ୍ଦା କରିଛନ୍ତି। ତାଙ୍କୁ ନିୟମ ଭଙ୍ଗ କରିବା ପାଇଁ ଜେଲ୍ ପଠାଇବା ପରିବର୍ତ୍ତେ ଏମିତି ମାଡ଼ ମାରିବା ଠିକ୍ ନୁହେଁ ବୋଲି ଅନେକ ୟୁଜର୍ସ କହିଛନ୍ତି।
WTH!!!!!
— Praneeth (@fantasy_d11) March 27, 2024
What kind of behavior is this chapri @RCBTweets 🤬
You don't have the right to touch anyone. Then what's the use of Law?
You can keep him in Jail/ Fine but you're attacking him in the stadium 🏟️ itself
Remember once VK leaves, even🐷 don't care about you @RCBTweets pic.twitter.com/vcb7tUngGQ
ଯୁବକଙ୍କୁ ସିକ୍ୟୁରିଟି କର୍ତ୍ତୁପକ୍ଷ ମାନେ ବିଧା ଗୋଇଠା ମାରିଥିବା ଭିଡିଓରେ ଦେଖିବାକୁ ମିଳିଛି। ଯୁବକ ଜଣକ ଫିଲ୍ଟରେ ଅଚାନକ ପଶି ଆସିବାରୁ ମ୍ୟାଚ୍ କିଛି ସମୟ ପାଇଁ ବନ୍ଦ ରହିଥିଲା। କିନ୍ତୁ କୋହଲିଙ୍କୁ କିଛି ଫରକ୍ ପଡ଼ିନଥିଲା। କୋହଲି ୪୯ ବଲ୍ରେ ୭୭ ରନ୍ର ଧୂଆଁଦାର ଇନିଂସ ଖେଳିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ୬ ୱିକେଟ ହରାଇ ୧୭୬ ରନ କରିଥିଲା। ଧାୱନ ୪୫ ରନ କରିଥିବା ବେଳେ ଶଶାଙ୍ଗ ସିଂହ ୮ ବଲରୁ ୨୧ ରନ କରିଥିଲେ। ପ୍ରଭସିମରନ୍ ସିଂ ୧୭ ବଲରେ ୨୫ , ସାମ୍ କୁରେନ୍ ୧୭ ବଲରେ ୨୩, ଜିତେଶ ଶର୍ମା ୨୦ ବଲରେ ୨୭ ରନ୍ କରିଥିଲେ।
ଜବାବରେ ବେଙ୍ଗାଲୁରୁ ଦମଦାର ବ୍ୟାଟିଂ କରି ମ୍ୟାଚ ଜିତି ନେଇଥିଲା। ମ୍ୟାଚରେ ପୁଣି ହିରୋ ସାଜିଥିଲେ ବିରାଟ କୋହଲି । ବିରାଟଙ୍କ ବ୍ୟାଟିଂର ଯାଦୁ ଦେଖିଥିଲେ ଦେଖିଥିଲେ ଫ୍ୟାନ୍ସ। ବ୍ୟକ୍ତିଗତ ଭାବେ ଚୌକା, ଛକା ବର୍ଷାରେ ସର୍ବାଧିକ ୭୭ ରନ୍ ସଂଗ୍ରହ କରିଥିଲେ। ଦିନେଶ କାର୍ତ୍ତିକ ଅପରାଜିତ ୨୯ ଓ ମହିପାଲ ଲାମରୋର ଅପରାଜିତ ୧୭ ରନ୍ କରିଥିଲେ।
]]>ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ୬ ୱିକେଟ ହରାଇ ୧୭୬ ରନ କରିଥିଲା । ଧାୱନ ୪୫ ରନ କରିଥିବା ବେଳେ ଶଶାଙ୍ଗ ସିଂହ ୮ ବଲରୁ ୨୧ ରନ କରିଥିଲେ । ପ୍ରଭସିମରନ୍ ସିଂ ୧୭ ବଲରେ ୨୫ , ସାମ୍ କୁରେନ୍ ୧୭ ବଲରେ ୨୩, ଜିତେଶ ଶର୍ମା ୨୦ ବଲରେ ୨୭ ରନ୍ କରିଥିଲେ ।
ଜବାବରେ ବେଙ୍ଗାଲୁରୁ ଦମଦାର ବ୍ୟାଟିଂ କରି ମ୍ୟାଚ ଜିତି ନେଇଥିଲା । ମ୍ୟାଚରେ ପୁଣି ହିରୋ ସାଜିଥିଲେ ବିରାଟ କୋହଲି । ବିରାଟଙ୍କ ବ୍ୟାଟିଂର ଯାଦୁ ଦେଖିଥିଲେ ଦେଖିଥିଲେ ଫ୍ୟାନ୍ସ । ବ୍ୟକ୍ତିଗତ ଭାବେ ଚୌକା, ଛକା ବର୍ଷାରେ ସର୍ବାଧିକ ୭୭ ରନ୍ ସଂଗ୍ରହ କରିଥିଲେ । ଦିନେଶ କାର୍ତ୍ତିକ ଅପରାଜିତ ୨୯ ଓ ମହିପାଲ ଲାମରୋର ଅପରାଜିତ ୧୭ ରନ୍ କରିଥିଲେ ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଅଧିନାୟକ ଫାଫ୍ ଡୁ ପ୍ଲେସି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ୱରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା । ଧାର୍ଯ୍ୟ ୨୦ ଓଭରରେ ପଞ୍ଜାବ କିଙ୍ଗ୍ସ ୬ ୱିକେଟରେ ୧୭୬ ରନ୍ କରିଥିଲା ।
୧୭୭ ରନର ବିଜୟ ଲକ୍ଷ୍ୟ ନେଇ ଖେଳିବାକୁ ଆସିଥିବା ଆରସିବି ୨୬ ରନରେ ନିଜର ଅଧିନାୟକଙ୍କୁ ହରାଇଥିଲା । ପରେ କ୍ୟାମେରନ ଗ୍ରୀନ ମଧ୍ୟ ନିରାଶ କରିଥିଲେ । ଗୋଟେ ପଟେ ବିରାଟ କୋହଲି ମୋର୍ଚ୍ଚା ସମ୍ଭାଳିଥିବା ବେଳେ ଅନ୍ୟ ପଟେ ଗୋଟେ ପରେ ଗୋଟେ ୱିକେଟ ପଡ଼ି ଚାଲିଥିଲା । ଷ୍ଟାର ଅଲରାଉଣ୍ତର ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ ନିକାଶ କରିଥିଲେ ।
ପରେ ଶେଷ ବେଳକୁ ଦିନେଶ କାର୍ତ୍ତିକ ଓ ମହିପାଲ ଲୋମରୋର ଦମଦାର ବ୍ୟାଟିଂ କରି ଦଳକୁ ମ୍ୟାଚ ଜିତାଇ ଦେଇଥିଲେ । ଲୋମରୋର ମାତ୍ର ୮ ବଲରୁ ୧୭ ରନର ଦ୍ରୁତ ଇଂନିସ ଖେଳିଥିଲେ ।
]]>ଏହା ପରେ କିନ୍ତୁ ଯୁବ ଖେଳାଳି ଅନୁଜ ରାୱତ, ଦିନେଶ କାର୍ତ୍ତିକଙ୍କ ସହ ମିଶି ସମ୍ଭାଳି ନେଇଥିଲେ । ଅନୁଜ ରାୱତ ୨୫ ବଲରୁ ୪୮ ରନ କରିଥିବା ବେଳେ ଦିନେଶ କାର୍ତ୍ତିକ ୨୬ ବଲରେ ୩୮ ରନ କରିଥିଲେ । ଫଳରେ ପଞ୍ଚମ ୱିକେଟ ପାଇଁ ବେଙ୍ଗାଲୁରୁ ୯୫ ରନ ଯୋଡ଼ି ୧୭୩ ର ଏକ ସମ୍ମାନଜନକ ସ୍କୋର କରି ପାରିଥିଲା ।
୧୭୪ ରନର ବିଜୟ ଲକ୍ଷ୍ୟକୁ ଚେନ୍ନାଇ ମାତ୍ର ୧୮.୪ ଓଭରରେ ୪ ୱିକେଟ ହରାଇ ହାସଲ କରିନେଇଥିଲା । ଚେନ୍ନାଇ ପକ୍ଷରୁ ରାଚିନ ରବୀନ୍ଦ୍ର ସର୍ବାଧିକ ୩୭ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଜିଙ୍କ୍ୟ ରାହାଣେ ୨୭, ଡାରିଲ ମିଚେଲ ୨୨, ଋତୁରାଜ ଗାଏକୱାର୍ଡ ୧୫ ରନ କରିଥିଲେ ।
ତେବେ ବେଙ୍ଗାଲୁରୁ ହାରିଥିଲେ ମଧ୍ୟ ଏହି ମ୍ୟାଚ ସହ ବିରାଟ କୋହଲିଙ୍କ କୀର୍ତ୍ତି ଯୋଡ଼ି ହୋଇଯାଇଛି । ସେ ପ୍ରଥମ ଭାରତୀୟ ଭାବେ ସମସ୍ତ ଟି-ଟ୍ୱେଣ୍ଟି ଫର୍ମାଟରେ ୧୨ ହଜାର ରନ ପୂରଣ କରିଛନ୍ତି । ଚେନ୍ନାଇ ବିପକ୍ଷ ଏହି ମୁକାବିଲାରେ ସେ ୨୦ ବଲରୁ ୨୧ ରନ କରିଥିଲେ । ବର୍ତ୍ତମାନ ସୁଦ୍ଧା କୋହଲି ୩୭୭ ମ୍ୟାଚ ଖେଳି ୧୨୦୧୫ ରନ କରିଛନ୍ତି । ଏହା ମଧ୍ୟରେ ୮ ଟି ଶତକ ଓ ୯୧ ଟି ଅର୍ଦ୍ଧଶତକ ରହିଛି ।
]]>ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଭିତରେ ଖେଳାଯିବ । ଏଥିପାଇଁ ଦଳ ସହ ଆସି ଯୋଗ ଦେଇଛନ୍ତି ବିରାଟ । ଗତକାଲି ଆରସିବିର ନୂଆ ଜର୍ସିର ଅନବକ୍ସିଂ ସମାରୋହ ଥିଲା । ଏଥିରେ ଦର୍ଶକଙ୍କ ସମେତ ଖେଳାଳି ଯୋଗ ଦେଇଥିଲେ । ଆଉ ଏପରି ସମୟରେ ବିରାଟଙ୍କୁ 'କିଙ୍ଗ' କହି ସମ୍ବୋଧିତ କରିଥିଲେ ଆଙ୍କର ।
ଏହା କିନ୍ତୁ ବିରାଟଙ୍କୁ ପସନ୍ଦ ଆସିନଥିଲା । ଅତ୍ୟନ୍ତ ଭଦ୍ରତାର ସହ ସେ କିଙ୍ଗ ନକହିବାକୁ ଫ୍ୟାନ୍ସମାନଙ୍କୁ ଅନୁରୋଧ କରିଥିଲେ । 'କିଙ୍ଗ' ଗୋଟେ ବିରାଟ ବଡ଼ ଶବ୍ଦ । ଏଥିପାଇଁ ସେ ଉପଯୁକ୍ତ ନୁହଁନ୍ତି ବୋଲି ଏହି ଅବସରରେ କହିଥିଲେ । ଜର୍ସି ଅନବକ୍ସିଂ ବେଳେ 'ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର'ର ନାମ ବଦଳି 'ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ' ହୋଇଥିଲା ।
ଏହି ସମୟରେ 'ଅକାୟ'ଙ୍କ ଜନ୍ମକୁ ନେଇ ମଧ୍ୟ ବିରାଟଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଶଂସକ । ପଡ଼ିଆକୁ ଫେରିବାର ଆନନ୍ଦ ସବୁବେଳେ ଅବର୍ଣ୍ଣନୀୟ ବୋଲି କୋହଲି କହିଥିଲେ । ଏହି ସମୟରେ କୋହଲି-କୋହଲି ଧ୍ୱନିରେ ପୂରା ଷ୍ଟାଡିୟମ କମ୍ପି ଉଠିଥିଲା । ପରିସ୍ଥିତି ଏପରି ହେଲା ଯେ, ନିଜର ମତ ରଖିବା ପାଇଁ ବିରାଟଙ୍କୁ ଜନତାଙ୍କ ସାମ୍ନାରେ ଅନୁରୋଧ କରିବାକୁ ପଡ଼ିଲା ।
Virat Kohli has a different aura! 🔥
— Mufaddal Vohra (@mufaddal_vohra) March 19, 2024
- He's the emperor...!!! 👑pic.twitter.com/3pC440Brvb
ନିଜ ପ୍ରିୟ ଖେଳାଳିଙ୍କୁ ପାଖରେ ପାଇଁ ଲୋକଙ୍କ ଖୁସି ମଧ୍ୟ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା । ଆସନ୍ତା ୨୨ ତାରିଖରେ ଚେନ୍ନାଇ ସ୍ଥିତ ଚେପକ ଷ୍ଟାଡିୟମରେ ଆଇପିଏଲ ୨୦୧୪ ର ପ୍ରଥମ ମ୍ୟାଚ ଖେଳାଯିବ । ଗତକାଲି ରାତିରେ ହିଁ ଦଳ ଚେନ୍ନାଇ ପହଞ୍ଚି ଯାଇଛି । ଅନବକ୍ସିଂ ଇଭେଣ୍ଟରେ କୋହଲି ନିଜକୁ 'କିଙ୍ଗ' ସମ୍ବୋଧନ ନକରିବାକୁ ଅନୁରୋଧ କରିଥିଲେ ।
ସେ କହିଥିଲେ, ସବୁବେଳେ କିଙ୍ଗ ଶୁଣିବାକୁ ଭଲ ଲାଗୁନାହିଁ । ଏନେଇ କିଛି ଦିନ ତଳେ ସେ ଅଧିନାୟକ ଫ୍ଲାଫ୍ ଡୁ ପ୍ଲେସୀଙ୍କୁ ମଧ୍ୟ କହିଥିଲେ । କିଙ୍ଗ ମୋ ପାଇଁ ଉପଯୁକ୍ତ ନୁହେଁ । ଏଣୁ କେବଳ 'ବିରାଟ' ଭାବେ ସମ୍ବୋଧନ କରିବାକୁ ସେ ଫ୍ୟାନ୍ସମାନଙ୍କୁ ଅନୁରୋଧ କରିଥିଲେ । ଏହି ସମୟରେ ପ୍ରଥମ ଥର ଟ୍ରଫି ଜିତିଥିବା ମହିଳା ଦଳକୁ ମଧ୍ୟ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଏହି ସମୟରେ ବିରାଟ କନ୍ନଡ଼ରେ ମଧ୍ୟ କହିଥିଲେ ।
]]>King Kohli youu beauty.. How perfecttt that was..!!!! 😭💗
— ALPHA MALE (@AlphaMaleTweetx) March 19, 2024
Kohli kannada slang 🫀#RCBUnbox #ViratKohli𓃵 pic.twitter.com/hPMOvzC285
ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ। ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା ଦିଲ୍ଲୀ। ଦିଲ୍ଲୀ ପକ୍ଷରୁ ଦୁଇ ଓପନର ଧୁଆଁଧାର ଆରମ୍ଭ କରିଥିଲେ। ଦଳର ସ୍କୋର ୬୪ ରନ୍ ଥିବା ଦିଲ୍ଲୀର ପ୍ରଥମ ୱିକେଟ ପଡ଼ିଥିଲା। ଶେଫାଳୀ ବର୍ମା ୪୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲା। ଏହାପରେ ଆରସିବି ବୋଲିଂ ଲାଇନ୍ ସାମ୍ନାରେ କୌଣସି ବ୍ୟାଟ୍ସମ୍ୟାନ୍ ଅଧିକ ସମୟ ତିଷ୍ଠି ପାରିନଥିଲେ। ମାତ୍ର ୧୧୩ ରନ୍ କରି ଶେଷରେ ଅଲଆଉଟ ହୋଇଥିଲା ଦିଲ୍ଲୀ। ଦିଲ୍ଲୀ ପକ୍ଷରୁ ଶେଫାଳୀ ବର୍ମା ୪୪ ରନ୍ କରିଥିବାବେଳେ ଅଧିନାୟକ ଲାନିଂ ୨୩ ରନ୍ କରିଥିଲେ। ଆରସିବି ପକ୍ଷରୁ ଶ୍ରେୟଙ୍କା ପାଟିଲ ୪ଟି ୱିକେଟ ଅକ୍ତିଆର କରିଥିଳେ।
ଅନ୍ୟପଟେ ୧୧୪ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବାଙ୍ଗାଲୋର ଏହି ଟାର୍ଗେଟକୁ ୮ ୱିକେଟରେ ହାସଲ କରିନେଇଥିଲା। ଆଉ ବଲ୍ ବାକି ଥାଇ ଏହି ଟାର୍ଗେଟରେ ପହଞ୍ଚିଥିଲା ବାଙ୍ଗାଲୋର। ଆରସିବି ପକ୍ଷରୁ ଇଲିସ୍ ପେରୀ ସର୍ବାଧିକ ୩୫ ରନ୍ କରିଥିବା ବେଳେ ସୋଫିଆ ଡେଭିନ୍ ୩୨ ଓ ଅଧିନାୟକ ସ୍ମ୍ରିତି ମାନ୍ଧନା ୩୧ ରନ୍ କରିଥିଲେ।
]]>🚨 𝗦𝗧𝗢𝗣 𝗧𝗛𝗘 𝗣𝗥𝗘𝗦𝗦 - TATA #IPL2024 Schedule is HERE! 🤩
— Star Sports (@StarSportsIndia) February 22, 2024
Get ready for the thrill, excitement and fun to begin! Save this post so you don't have to search for it again 🔍
It's #CSKvRCB, @msdhoni 🆚 @imVkohli in the opener! Who's your pick ? 👀#IPLSchedule #IPLonStar pic.twitter.com/oNLx116Uzi
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ ୨୧ ମ୍ୟାଚ୍ର କ୍ରୀଡାସୂଚୀ ଜାରି କରାଯାଇଛି। ଦୁଇ ସପ୍ତାହ ମଧ୍ୟରେ ଏହି ୨୧ଟି ମ୍ୟାଚ୍ ଖେଳାଯିବ। ୧୦ଟି ଭିନ୍ନ ଭିନ୍ନ ସହରରେ ୨୧ଟି ଖେଳାଯିବ। ତେବେ ଜାରି ହୋଇଥିବା କ୍ରୀଡାସୂଚୀରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିଲ୍ଲୀ କ୍ୟାପିଟାଲ୍ସ ଆରମ୍ଭରୁ ତା’ର ଘୋରେଇ ମ୍ୟାଚ୍ରେ ଭାଇଜାଗରେ ଖେଳିବ। ତେବେ ଆଇପିଏଲ ସିଜିନ୍-୧୭ର ଅନ୍ୟ ମ୍ୟାଚ୍ର ସୂଚୀ ପରେ ଘୋଷଣା କରାଯିବ। ଉଦଘାଟନୀ ମ୍ୟାଚ୍ ରାତି ୮ଟାରେ ଖେଳାଯିବ ଏବଂ ଅନ୍ୟ ମ୍ୟାଚ୍ ସବୁ ୩.୩୦ କିମ୍ବା ସନ୍ଧ୍ୟା ୭.୩୦ରେ ଖେଳାଯିବ।
ଆଇପିଏଲ ୨୦୨୪ ମଧ୍ୟ ଗତ ସିଜିନ୍ ପରି ହେବ। ଚଳିତ ସିଜିନ୍ରେ ମଧ୍ୟ ୭୪ଟି ମ୍ୟାଚ୍ ଖେଳାଯିବ। କିନ୍ତୁ ଗତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ୬୦ ଦିନରେ ଶେଷ ହୋଇଥିବାବେଳେ ଚଳିତ ବର୍ଷ ୬୭ ଦିନ ଖେଳାଯିବ। ସାଧାରଣ ନିର୍ବାଚକୁ ଦୃଷ୍ଟିରେ ରଖି ଆଇପିଏଲ କ୍ରୀଡାସୂଚୀକୁ ଏକ ସପ୍ତାହ ଅଧିକ ବୃଦ୍ଧି କରାଯାଇଛି। ୨୦୧୯ରେ ମଧ୍ୟ ଯେତେବେଳେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ସେ ସମୟରେ ମଧ୍ୟ ଏହି ପରି ଆଭିମୁଖ୍ୟ ଗ୍ରହଣ କରିଥିଲା ବିସିସିଆଇ। ସେତେବେଳେ ମଧ୍ୟ ଆଇପିଏଲ ଦୁଇଟି ଭାଗରେ ଖେଳାଯାଇଥିଲା। ତେବେ ଚଳିତ ବର୍ଷ ମେ‘ ୨୬ରେ ଆଇପିଏଲ ଫାଇନାଲ ଖେଳାଯିବାର ସମ୍ଭାବନା ରହିଛି।
]]>ଗତ ଗୁରୁବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ହାଇଦ୍ରାବାଦ୍ରେ ପହଞ୍ଚିଥିଲା । କୋହଲିଙ୍କ ସମେତ ଆରସିବି ଟିମ୍ ସଦସ୍ୟମାନେ ସୋମବାର ରାତିରେ ହାଇଦ୍ରାବାଦରେ ପହଞ୍ଚି ମହମ୍ମଦ ସିରାଜଙ୍କ ନୂଆ ଘରକୁ ରାତ୍ର ଭୋଜନ ପାଇଁ ଯାଇଥିଲେ । ସେମାନଙ୍କ ଫଟୋ ଓ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଆରସିବିର ଟ୍ୱିଟର୍ ପେଜ୍ରେ ମଧ୍ୟ ଏହି ସମୟର ଫଟୋକୁ ସେୟାର କରାଯାଇଛି । ଯେଉଁଥିରେ ଲେଖାଯାଇଛି ଯେ, ହାଇଦ୍ରାବାଦ୍ ବିରିୟାନୀ ଟାଇମ!
Hyderabadi Biryani time! 🥳
— Royal Challengers Bangalore (@RCBTweets) May 16, 2023
The boys took a pitstop at Miyan's beautiful new house last night! 🏡#PlayBold #ನಮ್ಮRCB pic.twitter.com/kEjtB1pQid
ଆଇପିଏଲରେ RCB ପାଇଁ ଖେଳୁଥିବା ସିରାଜ ହାଇଦ୍ରାବାଦ୍ରେ ନିଜର ଏକ ନୂଆ ଘର କିଣିଥିବା ବେଳେ ଟିମ୍ ସଦସ୍ୟମାନଙ୍କୁ ରାତ୍ର ଭୋଜନ ପାଇଁ ନିଜ ଘରକୁ ନିମନ୍ତ୍ରଣ କରିଥଲେ। ତେବେ ସିରାଜ ବିରାଟଙ୍କୁ ନିଜ ଘରେ ପାଇ ବେଶ୍ ଉତ୍ସାହିତ ଅଛନ୍ତି ।
Virat Kohli And RCB team visited Siraj New House Opening In Film Nagar Jubilee Hills , HYD ❤️🔥❤️❤️#ViratKohli #Siraj #RCB #RoyalChallengersBangalore #RCBvsSRH @mufaddal_vohra @CricCrazyJohns @imVkohli pic.twitter.com/8DOzAR56c6
— Tarak Anna || Anil 🖤 (@AnilTarakianNTR) May 15, 2023
ଚଳିତ ସିଜିନ୍ରେ ଆର୍ସିବି ପକ୍ଷରୁ ସବୁଠାରୁ ଅଧିକ ୱିକେଟ୍ ନେଇଛନ୍ତି ସିରାଜ। ବର୍ତ୍ତମାନ ଆରସିବି ୧୨ଟି ମ୍ୟାଚ୍ରୁ ୬ଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲ୍ରେ ୧୨ ଅଙ୍କ ସହ ପଞ୍ଚମ ସ୍ଥାନରେ ରହିଛି । ଆରସିବି ପାଇଁ ଶେଷ ୨ଟି ମ୍ୟାଚ୍ ପ୍ଲେ ଅଫ୍ରେ ଏଣ୍ଟ୍ରି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
]]>ଗତକାଲିର ମ୍ୟାଚ୍ରେ ଏକ ଛୋଟ ଝିଅଟିଏ ହାତରେ ପ୍ଲାକାର୍ଡ ଧରି ଟିମ୍କୁ ଚିୟର୍ସ କରୁଥିବାର ଦେଖିବାକୁ ମିଳିଥିଲା । ସେହି ପ୍ଲାକାର୍ଡରେ କିଛି ଏମିତି କଥା ଲେଖାଯାଇଥିଲା, ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ‘RCB ଆଇପିଏଲ୍ ଟ୍ରଫି ନଜିତିବା ଯାଏଁ ମୁଁ ସ୍କୁଲ୍ ଯିବିନି’ ବୋଲି ସେହି ପ୍ଲାକାର୍ଡରେ ଲେଖାଯାଇଥିଲା ।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବେଙ୍ଗାଲୁରୁର ଚେନ୍ନାସ୍ୱାମୀ ଷ୍ଟାଡିୟମର ଗ୍ୟାଲେରୀରେ ଗୋଟିଏ ଛୋଟ ଝିଅ ଆର୍ସିବିର ଜର୍ସି ପିନ୍ଧି ଟିମ୍କୁ ସପୋର୍ଟ କରୁଛନ୍ତି । ତା’ସାଙ୍ଗକୁ ହାତରେ ଏକ ପ୍ଲାକାର୍ଡ ଧରିଛନ୍ତି । ସେଥିରେ ଲେଖାଯାଇଛି ଯେ, ‘ଯେତେ ଯାଏଁ ଆର୍ସିବି ଟ୍ରଫି ଜିତି ନାହିଁ, ସେଯାଏଁ ମୁଁ ସ୍କୁଲ ଯିବିନି’ । ଏତେ ଛୋଟ ବୟସରୁ ଝିଅଟିର ଆର୍ସିବି ଦଳ ପ୍ରତି ଏତେ ଭଲ ପାଇବାକୁ ଲୋକେ ପ୍ରଶଂସା କରିବା ସହ ଏହାର ଏକ ଭିଡିଓକୁ ସୋସିଆଲ୍ ମିଡିଆରେ ସେୟାର କରୁଛନ୍ତି ।
RCB fans pic.twitter.com/594s2CyCmh
— Dr Gill (@ikpsgill1) April 27, 2023
୨୦୦୮ରୁ ଏଯାଁଏ ଆଇପିଏଲ୍ କୌଣସି ସଂସ୍କରଣରେ ବି ଆର୍ସିବି ଟ୍ରଫି ଜିତି ନାହିଁ । ପୂର୍ବରୁ ଦଳ ଆଇପିଏଲ୍ ଫାଇନାଲ ଖେଳିଥିଲେ ମଧ୍ୟ ଟ୍ରଫି ହାତେଇବାରେ ଅସମର୍ଥ ହୋଇଛି । ବିରାଟଙ୍କ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ଟିମ୍ ଆଜି ଯାଏଁ ଟ୍ରଫି ଜିତି ପାରିନି । ଯାହାକୁ ନେଇ ଲୋକେ ସୋସିଆଲ୍ ମିଡିଆରେ ବାରମ୍ବାର ଟ୍ରୋଲ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଯେତେ ବି ଟ୍ରୋଲ୍ ହେଉ ନା କାହିଁକି ଏବେବି ଆର୍ସିବିର କୋଟି କୋଟି ଫ୍ୟାନ୍ସ ରହିଛନ୍ତି । ଯେଉଁମାନେ ଷ୍ଟାଡିୟମରେ ଆସି ଟିମ୍କୁ ସପୋର୍ଟ କରୁଛନ୍ତି ।
କେବଳ ଏହି ଛୋଟ ଝିଅ କାହିଁକି ଆହୁରି ଅନେକ ଫ୍ୟାନ୍ସ ପ୍ଲାକାର୍ଡରେ ଭିନ୍ନ ଭିନ୍ନ କଥା ଲେଖିଥିବାର ଦେଖିବାକୁ ମିଳିଛି । ଯେପରିକି ଜଣେ ଫ୍ୟାନ୍ସ ପ୍ଲାକାର୍ଡରେ ଲେଖିଥିଲେ ଯେ, ‘ଯେତେ ଯାଏଁ ଟିମ୍ ଟ୍ରଫି ଜିତିନାହିଁ, ସେତେ ପର୍ଯ୍ୟନ୍ତ ମୁଁ ବିବାହ କରିବି ନାହିଁ’ । ଦଳ ଟ୍ରଫି ନଜିତିଲେ ମଧ୍ୟ ଫ୍ୟାନ୍ସଙ୍କ ବିଶ୍ୱାସ ରହିଛି ଯେ, ଚଳିତ ସିଜିନ୍ରେ ଆରସ୍ବି ନିଶ୍ଚୟ ବିଜୟ ହାସଲ କରିବ ।
ଏହି ମ୍ୟାଚରେ ଆରସିବିର କୌଣସି ବ୍ୟାଟ୍ସମ୍ୟାନ୍ ମ୍ୟାଚ୍ ଜିତାଇବା ଭଳି ଇନିଂସ ଖେଳି ପାରିଲେ ନାହିଁ । କେବଳ ଗ୍ଲେନ ମ୍ୟାକ୍ସୱେଲ ୩୫ ଏବଂ ରଜତ ପାଟିଦାର ୨୬ ରନ କରିବେରେ ସକ୍ଷମ ହେଲେ । ଅଧିନାୟକ ଫାଫ୍ ଡୁପ୍ଲେସିସ୍ ଏବଂ ବିରାଟ କୋହଲିଙ୍କ ସମେତ ଅନ୍ୟ ସମସ୍ତ ଖେଳାଳି ଫ୍ଲପ୍ ପ୍ରମାଣିତ ହେଲେ ।
ଏହି ମ୍ୟାଚରେ ରଜତ ପାଟିଦାର ୨୧ଟି ବଲରେ ୨୬ ରନ୍ ସଂଗ୍ରହ କରିଥିଲେ। ଏଥିରେ ତାଙ୍କର ଦୁଇଟି ଲମ୍ବା ଛକା ମଧ୍ୟ ସାମିଲ ଅଛି । ତାଙ୍କର ଗୋଟିଏ ଛକା ଏକ ଦୁର୍ଘଟଣାକୁ ଅଳ୍ପକେ ଏଡାଇ ଯାଇଥିଲା । ରଜତଙ୍କ ଏହି ଛକାରେ, ବଲଟି ଯାଇ ଷ୍ଟାଣ୍ଡରେ ବସିଥିବା ଜଣେ ବୃଦ୍ଧଙ୍କ ମୁଣ୍ଡରେ ବାଜିଥିଲା । ଆଘାତ ପାଇ ସେ କାନ୍ଦିବାକୁ ଲାଗିଲେ । ତାଙ୍କ ପାଖରେ ବସିଥିବା ଜଣେ ମହିଳା ତାଙ୍କର ଯତ୍ନ ନେଇଥିଲେ । ଏହି ଘଟଣା କ୍ୟାମେରାରେ କଏଦ ହୋଇଥିଲା ଏବଂ ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା ।
— Varma Fan (@VarmaFan1) May 13, 2022
ଏହି ଘଟଣା ଆରସିବି ଇନିଂସ ଚାଲିଥିବା ବେଳେ ନବମ ଓଭର ବେଳେ ଘଟିଥିଲା । ସ୍ପିନର ହରପ୍ରୀତ ବରାର୍ ଏହି ଓଭରରେ ବୋଲିଂ କରୁଥିଲେ । ଓଭରର ଚତୁର୍ଥ ବଲଟି ଏକ ଲମ୍ୱା ପିଚ୍ ବଲ୍ ଥିଲା, ଯାହାକୁ ପାଟିଦାର ବ୍ୟାକ୍ଫୁଟ୍କୁ ଆସି ଲଙ୍ଗ୍ଅନ୍ରେ ଛକା ମାରିଥିଲେ । ଏହି ଛକା ୧୦୨ ମିଟର ଲମ୍ବା ଥିଲା । ଯାହାକି ସିଧା ଯାଇ ଷ୍ଟାଣ୍ଡରେ ବସିଥିବା ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୁଣ୍ଡରେ ବାଜିଥିଲା । ଭଗବାନଙ୍କ କୃପାରୁ ବୃଦ୍ଧ ଗୁରୁତର ହୋଇନାହାନ୍ତି । ଆଘାତ ଏତେ ଗମ୍ଭୀର ନଥିଲା । ପାଟିଦାରଙ୍କ ଏହା ଦ୍ୱିତୀୟ ଛକା ଥିଲା।
]]>ଏହି ମ୍ୟାଚ୍ରେ ଆରସିବି ୨୦ ଓଭରରେ ୬ ଉଇକେଟ ହରାଇ ୧୬୫ ରନ କରିଥିବାବେଳେ। ମୁମ୍ବାଇ ଏହାକୁ ଲକ୍ଷ୍ୟ କରି ୧୮.୧ ଓଭରରେ ୧୧୧ ରନରେ ସୀମିତ ରହିଛନ୍ତି। ଏହା ପରେ ମୁମ୍ବାଇକୁ ୟୁଏଇ ପର୍ଯ୍ୟାୟରେ ଲଗାତାର ତୃତୀୟ ଏବଂ ସିଜିନ୍ରେ ୬ଷ୍ଠ ଥର ପାଇ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଅନ୍ୟପକ୍ଷରେ ୬ଷ୍ଠ ଥର ପାଇଁ ଜିତି ଆରସିବି ପ୍ଲେ ଅଫ ଆଡକୁ ବଢୁଛି। ଆରସିବି ଏବେ ୧୨ ପଏଣ୍ଟ ପାଇଥିବାବେଳେ ତାଲିକାରେ ୩ ନମ୍ବରରେ ରହିଛି। ମୁମ୍ବାଇ ୭ ନମ୍ବରରେ ରହିଛି। ଏହି ମ୍ୟାଚରେ ହର୍ଷଲ ପଟେଲ କମାଲ ବ୍ୟାଟିଂ କରିଥିବାବେଳେ ହାଟ୍ରିକ ୱିକେଟ ନେବାରେ ସଫଳ ହୋଇଛନ୍ତି। ହର୍ଷଦ ନିଜର ୩ଟି ବଲ୍ରେ ହାର୍ଦ୍ଦିକ, ପୋଲାର୍ଡ ଏବଂ ଚହଲଙ୍କ ୱିକେଟ ନେଇ ଆରସିବିର ବିଜୟ ସୁନିଶ୍ଚିତ କରିଥିଲେ। ହର୍ଷଲ ପଟେଲ ଆଇପିଏଲରେ ବାଙ୍ଗାଲୋର ପକ୍ଷରୁ ହାଟ୍ରିକ ୱିକେଟ ହାସଲ କରିବାରେ ତୃତୀୟ ବୋଲର। ହର୍ଷଲଙ୍କର ଏହି ହାଟ୍ରିକ୍ରେ ଖୁସିରେ ନାଚି ଉଠିଥିଲେ ବିରାଟ। କାରଣ ଗତ ୨ଟି ମ୍ୟାଚରେ ଆରସିବିକୁ ଲଗାତାର ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।
Also Read
ସେହିଭଳି ଅନ୍ୟ ଏକ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ୨ ୱିକେଟରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ଏହି ମ୍ୟାଚରେ ଟସ ଜିତି କେକେଆର ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୧ ରନ ସଂଗ୍ରହ କରିଥିଲା । କେକେଆର ପକ୍ଷରୁ ରାହୁଲ ତ୍ରିପାଠୀ ୪୫ ରନ କରିଥିବା ବେଳେ ନିତିଷ ରାଣା ୩୭ ଏବଂ ଦୀନେଶ କାର୍ତ୍ତିକ ୨୬ ରନ ସଂଗ୍ରହ କରିଥିଲେ । ଚେନ୍ନାଇର ଶାର୍ଦ୍ଧୁଳ ଠାକୁର ଓ ହାଜେଲଉଡ୍ ୨ଟି ଲେଖାଏଁ ଓ୍ବିକେଟ ପାଇଥିଲେ। ଜବାବରେ ଚେନ୍ନାଇ ସୁପର କିଙ୍ଗସ୍ ୮ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଚେନ୍ନାଇ ସୁପର କିଙ୍ଗସର ପାଓ ଡ୍ଯୁପ୍ଲେସି ୪୩ , ରୁତୁରାଜ ଗାଏକଓ୍ବାଡ୍ ୪୦ ଓ ଶେଷ ଆଡକୁ ରବିନ୍ଦ୍ର ଜାଡେଜା ୮ ଟି ବଲରେ ୨୨ରନ କରି ମ୍ୟାଚ ଜିତାଇଥିଲେ । ଅଲରାଉଣ୍ଡର ସଫଳତା ଲାଗି ରବିନ୍ଦ୍ର ଜାଡେଜା ମ୍ୟାନ ଅପ ଦ ମ୍ୟାଚ ହୋଇଛନ୍ତି ।
ସୂଚନାଥାଉ କି, ଚେନ୍ନାଇ ସୁପର୍ କିଙ୍ଗ୍ସ ପକ୍ଷରୁ ଫାପ୍ ଡୁପ୍ଲେସିସ୍ ୩୦ଟି ବଲ୍ରୁ ୪୩ ରନ କରିଥିବା ବେଳେ ଋତୁରାଜ୍ ଗାଇକ୍ୱାଡ୍ ୪୦ ଓ ମୋଇନ୍ ଅଲି ୩୨ ରନ କରିଥିଲେ। ଏହି ବିଜୟ ସହ ଚେନ୍ନାଇ ସୁପର୍ କିଙ୍ଗ୍ସ ପଏଣ୍ଟ ଟେବୁଲର ଶୀର୍ଷରେ ରହି ପ୍ଲେ ଅଫର ନିକଟତର ହୋଇଛି। ଅନ୍ୟପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ପ୍ରଥମେ ବ୍ୟାଟିଂ କରି ନାଇଟ୍ ରାଇଡର୍ସ୍ ପାୱାର ପ୍ଲେ ରେ ୫୦ ରନ୍ କରିଥିଲା। କ୍ରମାଗତ ଭାବେ ୱିକେଟ୍ ପଡିବାରୁ ୧୭୧ ରନ୍ରେ ସିମିତ ହୋଇଥିଲା ନାଇଟ୍ ରାଇଡର୍ସ୍। ୧୭୧ ରନ୍ର ପିଛା କରି ସୁପର୍ କିଙ୍ଗ୍ସ ୨୦ ଓଭରରେ ୧୭୨ ରନ୍ କରି ୨ ପଏଣ୍ଟ ହାସଲ କରିଥିଲା। କୋଲକାତା ନାଇଟ୍ ରାଇଡର୍ସ ୧୦ ଟି ମ୍ୟାଚ୍ରୁ ମାତ୍ର ୪ ଟି ମ୍ୟାଚ୍ରେ ବିଜୟ ହାସଲ କରିପାରିଛି। ତେବେ ପ୍ଲେ ଅଫ୍ରେ ଜାଗା ସ୍ଥିର କରିବାକୁ ହେଲେ ଆଗାମୀ ସମସ୍ତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ଜିତିବାକୁ ପଡିବ। ଆଜି ମୁମ୍ବାଇ ଇଣ୍ତିଆନ୍ସ୍ ଅବଂ ରୟାଲ୍ ଚ୍ୟାଲେଞ୍ଜର ମଧ୍ୟରେ ସଂଧ୍ୟା ୭ ଟା ରେ ମୁକାବିଲା ହେବ।
ବିରାଟ କହିଛନ୍ତି, RCBର ଅଧିନାୟକ ଭାବେ ଏହା ମୋର ଶେଷ IPL। ଏନେଇ ମ୍ୟାନେଜମେଣ୍ଟ ସହ ଆଲୋଚନା କରି ସାରିଛି। ଗତ କିଛି ବର୍ଷ ହେବ କାର୍ଯ୍ୟଭାର ଅଧିକ ରହୁଛି। ଏସବୁ ସମ୍ଭାଳିବା ଲାଗି ମୁଁ ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲି। ମୁଁ ମ୍ୟାନେଜମେଣ୍ଟକୁ ସ୍ପଷ୍ଟ କରିଦେଇଛି ଯେ, ମୁଁ RCB ବ୍ୟତୀତ ଅନ୍ୟ କୌଣସି ଦଳ ପାଇଁ ଖେଳିବାକୁ ମଧ୍ୟ ଚିନ୍ତା କରିପାରିବି ନାହିଁ। ଆଇପିଏଲରେ ମୋର ଶେଷ ମ୍ୟାଚ୍ ପର୍ଯ୍ୟନ୍ତ ମୁଁ RCB ପାଇଁ ଖେଳିବା ଜାରି ରଖିବି।’
Virat Kohli to step down from RCB captaincy after #IPL2021
— Royal Challengers Bangalore (@RCBTweets) September 19, 2021
“This will be my last IPL as captain of RCB. I’ll continue to be an RCB player till I play my last IPL game. I thank all the RCB fans for believing in me and supporting me.”: Virat Kohli#PlayBold #WeAreChallengers pic.twitter.com/QSIdCT8QQM
RCBକୁ ନେଇ ତାଙ୍କ ଉପରେ ବିଶ୍ୱାସ ରଖିଥିବାରୁ ପ୍ରଶଂସକଙ୍କୁ ବିରାଟ ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘ ୯ ବର୍ଷ ଧରି RCBର ଅଧିନାୟକତ୍ୱ କରି ଥିବାରୁ ମ୍ୟାନେଜମେଣ୍ଟ, କୋଚ୍ ଏବଂ ସପୋର୍ଟ ଷ୍ଟାଫଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି।
ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ବର୍ତ୍ତମାନ ସୁଦ୍ଧା ବିରାଟ RCB ପାଇଁ ୧୯୯ ମ୍ୟାଚ୍ ଖେଳି ସାରିଛନ୍ତି। ଆଜି କୋଲକତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ। ୨୦୧୩ରେ ବିରାଟଙ୍କୁ RCBର ଅଧିନାୟକ ଭାବେ ଦାୟିତ୍ୱ ମିଳିଥିଲା। ହେଲେ ଏବେ ସୁଦ୍ଧା ଆରସିବି ଗୋଟିଏ ଥର ମଧ୍ୟ ଆଇପିଏଲ୍ ଟାଇଟଲ୍ ହାତେଇ ପାରି ନାହିଁ।
ସୂଚନାଥାଉ କି, କିଛିଦିନ ପୂର୍ବେ ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବା ନେଇ ବିରାଟ କୋହଲି ଘୋଷଣା କରିଥିଲେ। ଆଗାମୀ ବିଶ୍ୱକପ ପରେ ଅଧିନାୟକ ପଦ ଛାଡ଼ିବାକୁ ସେ ଘୋଷଣା କରିଥିଲେ। ଏନେଇ ଟୁଇଟ୍ ଯୋଗେ ସେ ସୂଚନା ଦେଇଥିଲେ।
]]>ଜବାବରେ କେକେଆର୍ ୭ଟି ବଲ୍ ବାକିଥାଇ ଏହି ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। କୋଲକାତା ଟିମ୍ ପକ୍ଷରୁ ସୁନିଲ ନାରିନ୍ ମାତ୍ର ୧୯ବଲ୍ରେ ବିସ୍ଫୋରକ ୫୦ ରନ କରିଥିବା ବେଳେ ଅଧିନାୟକ ଦୀନେଶ କାର୍ତ୍ତିକ ଅପରାଜିତ ୩୫ ରନ କରି ଦଳକୁ ଜିତାଇଥିଲେ।
]]>