• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rathyatra Right

nandighosa
କାଲି ସନ୍ଧ୍ୟା ୭ଟା ପରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ : ଶରଧାବାଲିରେ ରଥକୁ ଦକ୍ଷିଣମୋଡ଼ କରାଯିବା ସହ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି। ମଙ୍ଗଳବାର ଶ୍ରୀଜିଉଙ୍କ ପାଖରୁ ଆଜ୍ଞାମାଳ ଆସିବା ପରେ ଅପରାହ୍ନରେ ଦୁଇ ରଥକୁ ଦକ୍ଷିଣ ମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖକୁ ଅଣାଯାଇଛି। ପରମ୍ପରା ଅନୁସାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ, ପରେ ତାଳଧ୍ୱଜ ରଥକୁ ଅଣାଯାଇଥିଲା। ଆଜି ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାରକୁ ଅଣାଯାଇଛି। ଆସନ୍ତାକାଲି ନବମୀରେ ସନ୍ଧ୍ୟା ଦର୍ଶନ […]

hera panchami9
ହେରାପଞ୍ଚମୀ ନୀତିରେ ବିଳମ୍ବ ଅଭିଯୋଗ

ପୁରୀ : ଦଇତାପତି ସେବାୟତ ଓ ଜେଟିପି ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ହେରାପଞ୍ଚମୀ ନୀତିରେ ବିଳମ୍ବ ଅଭିଯୋଗ। ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଧୂପ ଡକାଯିବା ପରେ ମଧ୍ୟ ଲକ୍ଷ୍ମୀ ଠାକୁରାଣୀଙ୍କ ବିଜେ ନୀତି ରାତି ୧୨ଟା ସୁଦ୍ଧା ହୋଇପାରି ନଥିଲା। ଅଭିଯୋଗ ଅନୁଯାୟୀ, ଗତକାଲି ଜେଟିପି ଜଣେ ବାଡଗ୍ରାହୀଙ୍କ ପତ୍ନୀଙ୍କୁ କୌଣସି ବିବାଦକୁ ନେଇ ଧକ୍କା ମାରିଥିଲେ। ଏହାକୁ ନେଇ ବାଡ଼ଗ୍ରାହୀଙ୍କ ପୁଅ ଓ ଜେଟିପି ମଧ୍ୟରେ ବଚସା ହୋଇଥିଲା। ଏହାକୁ ନେଇ ବାଡ଼ଗ୍ରାହୀଙ୍କ ପୁଅ ଜେଟିପିକୁ […]

adapa--
ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂରତି

ପୁରୀ : ରଥ ଉପରୁ ଆଡ଼ପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧାମୂରତି। ଗୋଟି ପହଣ୍ଡିରେ ଝୁଲି ଝୁଲି ଜନ୍ମବେଦୀର ବିଜେ ହୋଇଛନ୍ତି ମହାପ୍ରଭୁ। ଏହା ପୂର୍ବରୁ ରଥରେ ବିରାଜମାନ କରୁଥିବା ଶ୍ରୀଜିଉମାନେ ଆଜି ବାମନ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ରଥ ଉପରେ ସନ୍ଧ୍ୟା ଆରତୀ ଓ ସନ୍ଧ୍ୟା ଧୂପ ନୀତି ପରେ ଘୋଡ଼ା ଫିଟାଯାଇ ଚାରମାଳ ବନ୍ଧା ଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଗୋଟି ପହଣ୍ଡି। ପ୍ରଥମେ ରାମକୃଷ୍ଣ, ମଦନ ମୋହନ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ […]

nilagiri
ସରିଲା ଛେରାପହଁରା; ନୀଳଗିରିରେ ଆସନ୍ତାକାଲି ରଥଟଣା

ନୀଳଗିରି( ବିଶ୍ୱମ୍ବର ଦାସ୍‌) : ନୀଳଗିରିରେ ରଥଯାତ୍ରା ପାଇଁ ଉତ୍ସବମୁଖର ହୋଇ ଉଠିଛି। ଆଜି ଅପରାହ୍ନରେ ନୀଳଗିରି ରାଜା ସାହେବ ଜୟନ୍ତ ଚନ୍ଦ୍ର ମର୍ଦରାଜ ହରିଚନ୍ଦନ ଛେରାପହଁରା କରିଛନ୍ତି। ରଥଯାତ୍ରାକୁ ଦେଖିବା ପାଇଁ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। ରୀତିନୀତି ଅନୁଯାୟୀ ଶ୍ରୀବିଗ୍ରହଙ୍କ ମଙ୍ଗଳଆଳତୀ, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଆଦି ସମ୍ପନ୍ନ ହୋଇଥିଲା। ଏହି ରଥଯାତ୍ରାକୁ ଦେଖିବା ପାଇଁ ଲୋକାରଣ୍ୟ ହୋଇଥିଲା। ଭକ୍ତଙ୍କ ହରିବୋଲ, ହୁଳହୁଳି, ଶଙ୍ଖ, […]

saradha balire
ଶରଧାବାଲିରେ ଚତୁର୍ଦ୍ଧା ମୂର୍ତ୍ତି

ପୁରୀ : ଭକ୍ତିମୟ ହୋଇଛି ଶ୍ରୀକ୍ଷେତ୍ର। ଉଛୁଳି ପଡୁଛି ବଡ଼ଦାଣ୍ଡ। ଜଗନ୍ନାଥ ନାମ ସାଙ୍ଗକୁ ଭଜନ କୀର୍ତ୍ତନରେ ବିଭୋର ହୋଇଛନ୍ତି ଭକ୍ତ। ବିଶ୍ୱ ନିୟନ୍ତାଙ୍କ ଶୃଙ୍ଖଳିତ ଘୋଷଯାତ୍ରା ପାଇଁ ରଥ, ପଥ ଓ ଭକ୍ତ ସମସ୍ତେ ଥିଲେ ବ୍ୟଗ୍ର। ପ୍ରଥମେ ସମ୍ପନ୍ନ ହୋଇଥିଲା ରଥ ପ୍ରତିଷ୍ଠା ନୀତି। ଏହା ସରିବା ମାତ୍ରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଆସିଥିଲେ ଚକ୍ରରାଜ ସୁଦର୍ଶନ। ତା’ପରେ ଧାଡ଼ି ପହଣ୍ଡିରେ ଜଣକ ପରେ ଜଣେ କରି ରତ୍ନବେଦୀରୁ ଓହ୍ଲାଇ ଆସିଥିଲେ ତିନି […]

bangalore
ଓଡ଼ିଶା ବାହାରେ ରଥଯାତ୍ରା ମହାସମାରୋହରେ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ବାହାରେ ଦେଶର ବିଭିନ୍ନ ଭାଗରେ ମହାସମାରୋହରେ ରଥଯାତ୍ରା ଉତ୍ସବ ଆୟୋଜିତ ହୋଇଛି। ଗୁଜରାଟର ଅହମ୍ମଦାବାଦରେ ଏ ବର୍ଷ ୧୪୨ତମ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସପତ୍ନୀକ ସାମିଲ ହୋଇଥିଲେ। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ରଥରେ ଛେରା ପହଁରା କରିଥିଲେ। ସେହିଭଳି ଓଡ଼ିଆ ବହୁଳ ସହର ସୁରଟରେ ମଧ୍ୟ ଧୂମଧାମରେ ପାଳିତ ହୋଇଛି ରଥଯାତ୍ରା। ଏଠାରେ ରଥଯାତ୍ରାରେ ମୁଖ୍ୟ ରଥ ସହ ୧୯ଟି ସୁସଜ୍ଜିତ ହାତୀ, […]

bibhutoi patnaik
ଜଗନ୍ନାଥଙ୍କର ଭୋଗ ଜନଗଣଙ୍କର, ଜଣକର ନୁହେଁ ...ସେଥିଲାଗି ତାହା ମହାପ୍ରସାଦ

ଜଗନ୍ନାଥଙ୍କୁ ଦେଖିଦେଲେ ମୋହିତ ହୋଇଯାଏ ଭକ୍ତ। ବିମୋହିତ ହୋଇଉଠେ ତାଙ୍କର ରୂପ ଓ କାନ୍ତିରେ । ଏଇଥି ପାଇଁ ଭକ୍ତ ବିଶ୍ୱାସ କରେ ସେହି ବଡ଼ ଠାକୁରଙ୍କୁ । କାରଣ ସେ ନରର ଦେବତା । ଯେମିତି ମଣିଷର ଜନ୍ମ ଥାଏ ଓ ମୃତ୍ୟୁ ଘଟେ ; ସେହିପରି କଳା ଠାକୁରଙ୍କର ବାର ବର୍ଷରେ ଥରେ ନବକଳେବର ହୁଏ। ତାଙ୍କର ପ୍ରସାଦ ମହା ପ୍ରସାଦ । କାରଣ ତାହା ଜଣଙ୍କର ନୁହେଁ, ଜଗନ୍ନାଥଙ୍କର ଭୋଗ ଜନଗଣଙ୍କର… ଜଗନ୍ନାଥଙ୍କୁ […]

puri road
ରଥ ପାଇଁ ବଦଳିଲା ରାସ୍ତାର ଠିକଣା, କାଲି ଶ୍ରୀକ୍ଷେତ୍ରକୁ କେମିତି ଯିବେ, ପଢ଼ନ୍ତୁ

ପୁରୀ  : ରାତି ପାହିଲେ ମହାପ୍ରଭୁଙ୍କର ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ଟ୍ରାଫିକ ବନ୍ଦୋବସ୍ତ କରାଯାଇଛି। ଏଥିପାଇଁ ସମଗ୍ର ପୁରୀ ସହରକୁ ୧୦ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ପ୍ରତି ଜୋନ ଦାୟିତ୍ୱରେ ଜଣେ ଜଣେ ଡେପୁଟି କମାଣ୍ଡାଣ୍ଟ କିମ୍ବା ଆଡିସିନାଲ ଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସହରକୁ ଆସୁଥିବା ସମସ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଚାରି ଚକିଆ ଯାନ […]

anubhutire jagannath
ଜଗନ୍ନାଥଙ୍କ ପାଖରେ ନିଜକୁ ସମର୍ପି ଦେଲେ , ସବୁ ଫଳପ୍ରଦ ହୁଏ ...

ସେ ଭାବର ଠାକୁର । ଭକ୍ତର ଭାବରେ ସେ ବନ୍ଧା। ତାଙ୍କୁ ଯିଏ ସ୍ଥାନ କାଳ ପାତ୍ର ବିଶେଷରେ ଯେଉଁଠି ଡାକିଥାଏ, ସେ ତାର ଡାକ ଶୁଣିଥାନ୍ତି । କେବଳ ହୃଦୟର ଆତୁରତା ହିଁ ଲୋଡ଼ା। ଯେଉଁ ଭକ୍ତିର ଆତୁରତାରେ ସେ ଟାଣି ହୋଇ ଭକ୍ତ ପାଖକୁ ଆସଥାନ୍ତି। ଏଇ ହେଉଛି ରଥଯାତ୍ରା। ମହାପ୍ରଭୁ ଯେଉଁଠି ମନ୍ଦିର ଭିତରେ ରହି ନପାରି ଭକ୍ତକୁ ଦର୍ଶନ ଦେବାକୁ ନିଜେ ବଡ଼ ଦାଣ୍ଡକୁ ଚାଲିଆସନ୍ତି। ଭକ୍ତର ଭକ୍ତିର ରଜ୍ଜୁ ତାଙ୍କୁ […]

aparajita
ପ୍ରଭୁ ଜଗନ୍ନାଥଙ୍କୁ ନେଇ ନିଜ ଅନୁଭୂତି ବାଣ୍ଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

କୋଟି ବିଶ୍ୱ ନିଅନ୍ତା ପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରା ପାଖେଇ ଆସୁଥିବାବେଳେ କାହା ଅନୁଭବରେ ସେ କେମିତି କିଛି ସାଉଁଟା ଅନୁଭୂତିକୁ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ- ‘ଅନୁଭୂତିରେ ଜଗନ୍ନାଥ’ ଆଜି ଅନୁଭୂତି ବାଣ୍ଟିବାକୁ ଆମ ସହ ସାମିଲ ହୋଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଉ ଭକ୍ତି ଭାବରେ ବଖାଣଇଛନ୍ତି ନିଜ ମନର ଅନେକ ଅକୁହା କଥା- ‘ପ୍ରଭୁ ଜଗନ୍ନାଥ ହେଉଛନ୍ତି ମୋ ଜୀବନର ମେରୁଦଣ୍ଡ। ଆଜି ପର୍ଯ୍ୟନ୍ତ ମୋର ଯେଉଁ ସବୁ ଉପଲବ୍ଧି ହୋଇଛି , […]

puri
ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହେଲେ ଶ୍ରୀଜୀଉ

ପୁରୀ :  ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହେଲେ ମହାପ୍ରଭୁ। ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜାଙ୍କୁ ଅବଗତ କରାଇଛନ୍ତି ଦଇତାପତି ସେବାୟତମାନେ। ସେପଟେ ରଥଯାତ୍ରାକୁ ଆଉ ଖୁବ୍ କମ୍‌ ଦିନ ଥିବାରୁ ମହାରଣା, ଭୋଇ, ରୂପକାର, ଚିତ୍ରକର ସେବାୟତମାନେ ରଥରେ ଦେଉଛନ୍ତି ଶେଷ ସ୍ପର୍ଶ। ଘଣ୍ଟଘଣ୍ଟା, କାହାଳୀ, ମୃଦଙ୍ଗ ଶଦ୍ଦରେ ପୂରି ଉଠୁଛି ଶ୍ରୀମନ୍ଦିର। ଉତ୍ସବ ମୁଖରିତ ହୋଇଛଠିଛି ବଡଦାଣ୍ଡ। ଦଇତା ସେବାୟତ, ପତି ମହାପାତ୍ର ସେବାୟତଙ୍କ ସହ କୁନି କୁନି ଦଇତାପତି […]

mock
ରଥଯାତ୍ରା ପାଇଁ ପ୍ରସ୍ତୁତି ; ପୁରୀରେ ସୁରକ୍ଷା ବାହିନୀର ମକଡ୍ରିଲ୍

 ପୁରୀ : ଆସନ୍ତା ଜୁଲାଇ ୪ରେ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା। ଏନେଇ ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ରଥଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି ଜିଲ୍ଲା ପ୍ରଶାସନ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଉପଯୁକ୍ତ ସେବା ଯୋଗାଇଦେବାକୁ ରଣନୀତି ପ୍ରସ୍ତୁତ କରାଯାଇଥିବା ବେଳେ ଏହାକୁ ନେଇ କରାଯାଇଛି ସ୍ୱତନ୍ତ୍ର ମକଡ୍ରିଲ୍‌। ଏନଡିଆରଏଫ୍‌, ଓଡ୍ରାଫ, ରେଡକ୍ରସ, ପୁଲିସ୍‌ ଓ ଅଗ୍ନିଶମ ବିଭାଗ ରଥଯାତ୍ରା ପାଇଁ ଅଭ୍ୟାସ କରିଛନ୍ତି। ପୁରୀ ଟାଉନଥାନା ପରିସରରେ ଥିବା ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲରୁମ୍‌ରେ ସାଇରନ ବାଜିବା […]

sri jiu
ମହାପ୍ରଭୁଙ୍କର ଚାଲିଛି ଘରୋଇ ଉପଚାର

ପୁରୀ : ଶ୍ରୀକ୍ଷେତ୍ରରେ ସ୍ନାନ ମଣ୍ଡପରେ ସୂନାକୂଅରୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ଚତୁର୍ଦ୍ଧା ମୂର୍ତ୍ତି । ଘୋର ଅନ୍ଧକାର ମଧ୍ୟରେ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି ମହାପ୍ରଭୁ। ଦୀପ ଆଲୁଅରେ ଚାଲିଛି ଘରୋଇ ଉପଚାର। ଜ୍ୱର ଉପଶମ ଲାଗି ଶ୍ରୀଅଙ୍ଗ ସେବକ ଭାବେ ଦଇତା ଏବଂ ପତି ମହାପାତ୍ର ନିଷ୍ଠାର ସହିତ ଗୁପ୍ତ ସେବା ଦେଉଛନ୍ତି । ଆଜି ଗୁପ୍ତ ସେବାର ପଞ୍ଚମ ଦିବସରେ ମହାପ୍ରଭୁଙ୍କ ଶରୀରରେ ମାଲିସ କରାଯିବ […]

puri
ବିଧାୟକଙ୍କୁ ସ୍ନାନ ମଣ୍ଡପକୁ ନେଇ ଦର୍ଶନ କରାଇବା ପ୍ରସଙ୍ଗରେ ୨ ସେବାୟତ ନିଲମ୍ବିତ

ପୁରୀ: ଶ୍ରୀଜିଉଙ୍କ ସ୍ନାନଯାତ୍ରା ବେଳେ ହୋଇଥିବା ନୀତି ନିୟମ ଉଲ୍ଲଂଘନ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ୨ ଜଣ ସେବାୟତଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ସୋମନାଥ ଖୁଣ୍ଟିଆ ଓ ରାଜାରାମ ଖୁଣ୍ଟିଆ। ପୁରୀ ବିଧାୟକଙ୍କୁ ସ୍ନାନ ମଣ୍ଡପକୁ ନେଇ ଦର୍ଶନ କରାଇବା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉଭୟଙ୍କୁ ନିଲମ୍ବିତ କରାଯାଇଛି। ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାକୁ ନେଇ ଶ୍ରୀମନ୍ଦିରର କିଛି  ସେବାୟତ […]

puri 1
ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିରାଜିଛନ୍ତି ଚତୁର୍ଦ୍ଧା ମୂରତି। ଶ୍ରୀଜିଉଙ୍କ ସ୍ନାନନୀତି ଓ ହାତୀବେଶ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଏଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଅନ୍ୟପକ୍ଷେ, ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ସାରା ସହରରେ ୪୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ୩ ଜଣ କମାଣ୍ଡାଣ୍ଟ, ୯ଜଣ ଡେପୁଟି କମାଣ୍ଡାଣ୍ଟ, ୧୬ଜଣ ଡିଏସ୍‌ପି […]

puri
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ: ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିରାଜିଛନ୍ତି ଚତୁର୍ଦ୍ଧା ମୂରତି।ମଙ୍ଗଳ ଆଳତୀ ପରେ ଧାଡ଼ି ପହଣ୍ଡିରେ ଜଣକ ପରେ ଜଣେ ଆସି ସ୍ନାନବେଦୀକୁ ବିରାଜିଛନ୍ତି। ପ୍ରଥମେ ପ୍ରଭୁ ସୁଦର୍ଶନ, ଏହାପରେ ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦୀକୁ ବିରାଜମାନ କରିଛନ୍ତି।   ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ। ସ୍ନାନ ବେଦୀରେ ମଇଲମ, ତଡ଼ପଲାଗି, ଅଧରପୋଛା ନୀତି ସରିବା […]

111
ବାରିପଦାରେ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା

ବାରିପଦା: ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବାରିପଦାର ହରିବଳଦେବଜୀଉ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି। ପରମ୍ପରା ଓ ରୀତିନୀତି ଅନୁଯାୟୀ ଚତୁର୍ଦ୍ଧାମୂରତିଙ୍କ ମହାସ୍ନାନ ସମ୍ପନ୍ନ ହୋଇଛି। ଭୋର ୪ଟାରୁ ମଙ୍ଗଳ ଆଳତି ପରେ ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ସ୍ନାନମଣ୍ଡପ ଅଣାଯାଇଥିଲା ଏହାପରେ ପଞ୍ଚାମୃତ, ଗଙ୍ଗାଜଳ, ପଇଡ ଜଳରେ ସ୍ନାନ ପରେ ୧୦୮ ଗରା ସୁବାସିତ ଜଳରେ ଶ୍ରୀଜିଉ ସ୍ନାନ କରିଥିଲେ। ତିନି ଠାକୁରଙ୍କ ଫୁଲ ଚୁଳିଆ ବେଶ କରାଯିବା ପରେ ନୂଆ ଲୁଗା ଲାଗି କରାଯାଇଥିଲା। ଏହାପରେ […]

ratha
ରାତି ପାହିଲେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ; ଭାଇ-ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ବାହୁଡିବେ ମହାବାହୁ

ପୁରୀ : ରାତି ପାହିଲେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ଜନ୍ମବେଦୀରୁ ନୀଳକନ୍ଦରକୁ ବାହୁଡ଼ିବେ ଜଗା, ବଳିଆ ଓ ଭଉଣୀ ସୁଭଦ୍ରା। ତେଣୁ ଆଜି ଆଡ଼ପ ମଣ୍ଡପରେ ତିନିଠାକୁର ଭକ୍ତଙ୍କୁ ସାନ୍ଧ୍ୟ ଦର୍ଶନ ଦେଉଛନ୍ତି। ଯଜ୍ଞବେଦୀରେ ତିନି ଠାକୁରଙ୍କ ଶେଷ ଦର୍ଶନ ପାଇଁ…

jagannath
ଶ୍ରୀମନ୍ଦିର ବାହୁଡ଼ୁଛନ୍ତି ମହାପ୍ରଭୁ , କମ୍ପୁଛି ବଡ଼ଦାଣ୍ଡ

ପୁରୀ :  ଚାଲିଛି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ଶ୍ରୀମନ୍ଦିର ଅଭିମୁଖେ ତିନି ରଥ। ବଡ଼ ଦାଣ୍ଡରେ ଭକ୍ତଙ୍କ ଗହଳି । ଭକ୍ତଙ୍କ ହରିବୋଲ ହୁଳହୁଳି , ଜୟ ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ। ଭକ୍ତି ଓ ଆନନ୍ଦର ସହ ଆଜି ଅନୁଷ୍ଠିତ…