ଏନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ଏଥର ଅଧିକ ଭିଡ଼ ହେବାର ସମ୍ଭାବନା ଅଛି । ତାକୁ ଦୃଷ୍ଟିରେ ରଖି ରଥଯାତ୍ରା ସୁରୁଖୁରୁରେ ସଂପନ୍ନ କରିବାକୁ ସବୁ ପଦକ୍ଷେପ ନିଆଯାଉଛି । ଉନ୍ନୟନ କମିଶନର ପିକେ ଜେନା ସମସ୍ତ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ବୈଠକରେ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କ ସହିତ ପ୍ରଶାସନର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।
ଅନ୍ୟପକ୍ଷେ , ରଥଯାତ୍ରାକୁ ନଜରରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗସ୍ୱତନ୍ତ୍ର ଗାଇଡ ଲାଇନ ଜାରି କରିଛି । ଦେବ ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଚଳିତ ବର୍ଷ ଯଥା ରୀତି ନୀତି ଅନୁସାରେ ଭକ୍ତଙ୍କ ଗହଳରେ ପାଳନ ହେବ । ଏଣୁ କୋଭିଡ ସହ ମଙ୍କିପକ୍ସକୁ ନଜରରେ ରଖି ଏହି ଗାଇଡ ଲାଇନ ଜାରି ହୋଇଛି । ପୂର୍ବରୁ ଦିଆଯାଇଥିବା କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଏଥିରେ ଉଲ୍ଲେଖ ହୋଇଛି ।
]]>
୨୮ ତାରିଖ ରଥ ଦକ୍ଷିଣ ମୋଡ଼ ପୂର୍ବରୁ ଟେଷ୍ଟ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁମାନଙ୍କର ଟେଷ୍ଟ ନେଗେଟିଭ୍ ଆସିବ ସେମାନେ ସାମିଲ ହେବେ। ସଂପୂର୍ଣ୍ଣ ପୁରୀ ସହରକୁ ସାନିଟାଇଜ୍ କରାଯିବ ବୋଲି ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।
ସମସ୍ତ ସେବାୟତଙ୍କ ପରିବାରକୁ ସଚେତନ କରାଯିବ। ସେବାୟତ ପରିବାରକୁ କୋଭିଡ୍ ନିୟମ ସଂପର୍କରେ ଅବଗତ କରାଯିବ। ଏଥିପାଇଁ ଏକ ଟିମ୍ ଗଠନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି।
ଗତ ୨୩ ତାରିଖ ପୁରୀ ଶ୍ରୀମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସମ୍ପୃକ୍ତ ସେବାୟତ କରୋନା ପଜିଟିଭ ଚିହ୍ନଟ ହେବାପରେ ରଥଯାତ୍ରା ପୂର୍ବରୁ ତାଙ୍କୁ ତୁରନ୍ତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଥିଲା।
୨୨ ତାରିଖ ୧,୧୪୩ଜଣ ସେବାୟତଙ୍କ କରୋନା ଟେଷ୍ଟ ହୋଇଥିଲା। ଜଣଙ୍କୁ ଛାଡ଼ି ବାକି ୧,୧୪୨ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ରଥଯାତ୍ରା ପରେ ସାମିଲ ଥିବା ୫ ହଜାର ବ୍ୟକ୍ତିଙ୍କର କୋଭିଡ୍ ଟେଷ୍ଟ ହେବ ବୋଲି ପ୍ରଶାସନ କହିଛି।
https://youtu.be/wQroRh0hEVM
]]>