ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର ରଥଯାତ୍ରା ଓ ରଥ ଟଣା ନେଇ ଶୀଘ୍ର ନିଜର ନିଷ୍ପତ୍ତି ଘୋଷଣା କରିବା ଦରକାର। ରଥ ଟାଣିବା ଲାଗି ୧୭୦୦ରୁ ୨୦୦୦ ସେବାୟତ ପ୍ରସ୍ତୁତ ଥିବା ସେ କହିଛନ୍ତି।
ପୂର୍ବରୁ ବଡ଼ଦାଣ୍ଡରେ ବାଲି ଥିଲା ବୋଲି ହାତୀ ରଥ ଟାଣୁଥିଲେ। ଏବେ ହାତୀ ମିଳୁନାହାନ୍ତି। ତା ହେଲେ ରଥ କିପରି ଟଣାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ମେସିନରେ ରଥ ଟଣା ପ୍ରସ୍ତାବକୁ ସେ ନାପସନ୍ଦ କରିବା ସହିତ ରଥଟଣାକୁ ନେଇ ରାଜନୀତି କରିବା ଠିକ୍ ନୁହଁ ବୋଲି ସେ କହିଛନ୍ତି। ବିନାୟକ ଦାସମହାପାତ୍ର ଆଜି ମନ୍ତ୍ରୀ ଅରୁଣ ସାହୁଙ୍କୁ ମଧ୍ୟ ଭେଟିଥିଲେ।
ଅପରପଟେ ସୁପ୍ରିମକୋର୍ଟରେ ଆସନ୍ତା ୧୮ ତାରିଖରେ ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠରେ ହେବ ମାମଲାର ଶୁଣାଣି। ଓଡ଼ିଶା ବିକାଶ ପରିଷଦ ଦାୟର କରିଥିବା ମାମଲାର ଶୁଣାଣି ହେବ ବୋଲି ମାମଲା ଲଢୁଥିବା ଓକିଲ ହିତେନ୍ଦ୍ର ନାଥ ରଥଙ୍କ ସୂଚନା ଦେଇଛନ୍ତି।
]]>