ମିଳିଥିବା ସୂଚନା ଅନୁଯାୟୀ ୨୦୧୯ ସେପ୍ଟେମ୍ବର ୨ ତାରିଖ ଗଣେଶ ପୂଜା ଦିନ ଖାନନଗର ହାଇସ୍କୁଲରେ ଅଭିଯୁକ୍ତ ଚିନ୍ତାମଣି ପୀଡିତ ନାବାଳକକୁ ଚକୋଲେଟ ଏବଂ କୁରକୁରେର ଲୋଭ ଦେଖାଇ ସ୍କୁଲ ଗାଧୁଆ ଘରେ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା। ଘରକୁ ଯାଇ ଏ ସଂପର୍କରେ ପୀଡିତ ନିଜ ମା’କୁ ଜଣାଇବା ପରେ ମଧୁପାଟଣା ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ।
ପୋଲିସ ଘଟଣାର ତଦନ୍ତ କରି ଚିନ୍ତାମଣିକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଘଟଣାର ପ୍ରାୟ ୫ ବର୍ଷ ପରେ ୧୩ ସାକ୍ଷୀ ଓ ୧୨ଟି ଗୁରୁତ୍ୱପୂର୍ଣ୍ଣ ଦଲିଲ ଆଧାରରେ କୋର୍ଟ ଆଜି ଦଣ୍ଡାଦେଶ ଶୁଣାଇଛନ୍ତି।
]]>ସନ୍ଧ୍ୟା ବେଳେ ଘନିଆ ନାମକ ଜଣେ ଯୁବକ ଘଟାଇଛି ଏହି କାଣ୍ଡ । ଘଟଣା ପରେ ଘଟଣାସ୍ଥଳରୁ ଫେରାର ମାରିଛି ଅଭିଯୁକ୍ତ । ସ୍ପେଶାଲ ସ୍କ୍ୱାଡ ଓ ଏୟାର ଫିଲ୍ଡ ଥାନା ପୋଲିସ୍ ଛାନ୍ଭିନ୍ ଆରମ୍ଭ କରିଛି ।
]]>ଏପରି ଏକ ଚାଞ୍ଚଲ୍ୟକର ଘଟଣା ରାଜସ୍ଥାନରୁ ସାମ୍ନାକୁ ଆସିଛି । ନାବାଳିକାର ପରିବାର ଲୋକ ଝିଅକୁ ଦୁଷ୍କର୍ମ ସହ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ । ଅଭିଯୋଗ ହେବା ପରେ ପୋଲିସ ଜୋରଦାର ତଦନ୍ତ ଚଳାଇଛି ।
ଗତ ବୁଧବାର ଦିନ ରାଜସ୍ଥାନର ଭିଲୱାରା ଜିଲ୍ଲାର ନରସିଂହପୁରା ଗାଁରୁ ତିନି ଜଣଙ୍କୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ ନାବାଳିକା ଜଣକ ମାତ୍ର କିଛି ଘଣ୍ଟା ପାଇଁ ନିଖୋଜ ହୋଇଯାଇଥିଲେ । ଝିଅକୁ ନପାଇବାରୁ ପରିବାର ସଦସ୍ୟ ଏଣେତେଣେ ଖୋଜିଥିଲେ । ହେଲେ ଝିଅଟିର କୌଣସି ସନ୍ଧାନ ମିଳିନଥିଲା ।
ପରେ ଝିଅଟିର ଭାଇ କାମରୁ ଫେରିବା ପରେ ଭଉଣୀକୁ ଖୋଜାଖୋଜି କରିଥିଲେ । ହେଲେ କିଛି ସନ୍ଧାନ ମିଳିନଥିଲା । ସେଦିନ ପ୍ରାୟ ରାତି ୧୦ଟା ସମୟରେ କୋଲ୍ ଫର୍ଣ୍ଣେସ ଅଞ୍ଚଳରେ ପରିବାର ଲୋକ ଖୋଜାଖୋଜି କରିଥିଲେ । ସେଠାରେ ଏକ ଚୁଲାରେ ଏକ ଛୋଟ ପିଲାର ମୃତଦହ ଦେଖିବାକୁ ପାଇଥିଲେ । ଫଳରେ ସଙ୍ଗେ ସଙ୍ଗେ ଏନେଇ ପୋଲିସକୁ ଖବର ଦେଇଥିଲେ ।
ପୋଲିସ ଏ ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୋଡ଼ିଯାଇଥିବା ମୃତଦେହରୁ ହାଡ଼ଗୁଡ଼ିକୁ ଉଦ୍ଧାର କରି ପରୀକ୍ଷା ପାଇଁ ପଠାଇଥିଲା । ସେପଟେ ନାବାଳିକା ଝିଅ ନିଖୋଜ ଥିବା ପୋଲିସ ପାଖରେ ଅଭିଯୋଗ ହୋଇଥିବାରୁ ମୃତଦେହଟି ଝିଅଟିର ହୋଇଥିବା ଅନୁମାନ କରିଥିଲା । ପରେ ପରେ ଘଟଣାକୁ ନେଇ ତଦନ୍ତ କରିବା ସହ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ଅଭିଯୁକ୍ତମାନେ ସେମାନଙ୍କ ଦୋଷ ସ୍ୱୀକାର କରିଥିବା ପୋଲିସ କହିଛି । ୩ଜଣ ଯୁବକ ନାବାଳିକାକୁ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରି ତା’ର ମୃତଦେହକୁ ପୋଡ଼ିଦେଇଛନ୍ତି ।
]]>ଏହି ଘଟଣା ପରେ ଅଭିନେତ୍ରୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଏହି ଘଟଣା ୨୯ ଜୁନର ବୋଲି କୁହାଯାଉଛି। ପୀଡିତା ଅଭିଯୋଗ କରିଛନ୍ତି ଯେ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ଦେବାର ବାହାନା କରି ଅଭିଯୁକ୍ତ ତାଙ୍କୁ ରାଜଧାନୀ ଦିଲ୍ଲୀସ୍ଥ ଗୁରୁଗ୍ରାମର ଏକ ହୋଟେଲକୁ ଡାକିଥିଲେ। ସେଠାରେ ତାଙ୍କ ସହ ଦୁଷ୍କର୍ମ କରିଥିବା ସେ କହିଛନ୍ତି।
ଅଭିନେତ୍ରୀ ପୋଲିସକୁ କହିଛନ୍ତି ଯେ କିଛି ଦିନ ପୂର୍ବେ ମହେଶ ପାଣ୍ଡେ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଯୋଗାଯୋଗ ହୋଇଥିଲା ଏବଂ ସେ ଭୋଜପୁରୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅଛନ୍ତି ବୋଲି ତାଙ୍କୁ କହିଥିଲେ। ସେ ତାଙ୍କୁ କାମ ଦେଇପାରିବେ ବୋଲି କହିଥିଲେ। ଜୁନ୍ ୨୯ରେ ସାକ୍ଷାତକାର ବାହାନାରେ ଉଦୟ ବିହାର ଅଞ୍ଚଳର ଏକ ହୋଟେଲକୁ ତାଙ୍କୁ ଡାକିଥିଲେ। ସେ ଏଠାରେ ପହଞ୍ଚିବା ପରେ ଅଭିଯୁକ୍ତଙ୍କ ରୁମ୍ ବୁକ୍ କରିଥିଲେ।
ଯୁବତୀଙ୍କ ଅଭିଯୋଗ ଅନୁସାରେ କିଛି ପ୍ରଶ୍ନ ପଚାରିବା ପରେ ମହେଶ ହଠାତ୍ ମଦ୍ୟପାନ କରିବା ଆରମ୍ଭ କରିଥିଲେ। ଏହା ଦେଖି ଯୁବତୀ ଜଣଙ୍କ ଉଠି ଚାଲିଯିବାକୁ ବାହାରିବାରୁ ଅଭିଯୁକ୍ତ ତାଙ୍କୁ ଧରି ପକେଇଥିଲେ ଏବଂ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଯୁବତୀ ଜଣଙ୍କ ତାଙ୍କୁ ବିରୋଧ କରିବାରୁ ଅଭିଯୁକ୍ତ ତାଙ୍କୁ ଅପଶବ୍ଦ ବ୍ୟବହାର କରିବା ସହ ହତ୍ୟା ଧମକ ଦେଇଥିଲା। ଯୁବତୀ ଜଣଙ୍କ ଅଭିଯୋଗ କରିଛି ଯେ ସେ ସୁଭାଷ ନାମକ ଏକ ଜାଲ୍ ଆଇଡି ଦ୍ୱାରା ହୋଟେଲରେ ରୁମ୍ ବୁକ୍ ମଧ୍ୟ କରିଥିଲେ।
ଅଭିଯୁକ୍ତ ମହେଶ ପାଣ୍ଡେ ଗୁରୁଗ୍ରାମର ଚକ୍ରପୁର ଅଞ୍ଚଳର ବାସିନ୍ଦା ବୋଲି କୁହାଯାଉଛି। ଧମକ ଦେବା ସମେତ ଅନ୍ୟ ଧାରାରେ ପୋଲିସ ଏକ ମାମଲା ରୁଜୁ କରିଛି। ଏସିପି କ୍ରାଇମ ବରୁଣ ଦହିୟା କହିଛନ୍ତି ଯେ ଟିମ୍ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରୁଛି।
]]>ସୂଚନାନୁଯାୟୀ ସାଙ୍ଗଙ୍କ ସହ ମେଳା ବୁଲି ଯାଇଥିଲେ ଜଣେ ନାବାଳିକା ଓ ଜଣେ ଯୁବତୀ । ମାତ୍ର ମେଳା ବୁଲି ଫେରିବା ବେଳେ ବାଟରେ ସାଙ୍ଗ ହିଁ ସାଜିଲେ ସଇତାନ । ତିନି ସାଙ୍ଗ ମିଶି ଦୁଇଜଣଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ଘଟଣାର ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।
ଘଟଣାଟି ସୋମବାର ଘଟିଥିବାର ପୋଲିସ ସୂଚନା ଦେଇଛି । ରାଞ୍ଚି ପୋଲିସ୍ ସୂଚନା ଅନୁଯାୟୀ, ଗତ ସୋମବାର ରାତିରେ ଜଣେ ନାବାଳିକା ଓ ଜଣେ ଯୁବତୀ ନିଜର ୩ ପୁରୁଷ ସାଙ୍ଗଙ୍କ ସହ ମେଳା ବୁଲି ଯାଇଥିଲେ। ସେଠାରୁ ହସଖୁସିରେ ଫେରିବା ବେଳେ ସେମାନଙ୍କ ସାଙ୍ଗମାନେ ବାଟରେ ସେମାନଙ୍କୁ ଧମକାଇ ଗଣଦୁଷ୍କର୍ମ କରିଥିଲେ ।
#WATCH | Jharkhand: Kishore Kaushal SSP, Ranchi, speaks on gang rape case in Doranda area, says, "A complaint of gang rape of the girls was lodged. Taking quick action, the police interrogated the three main accused in custody. Evidence has been collected. The FSL team has been… pic.twitter.com/aRjTwuBOep
— ANI (@ANI) July 17, 2023
ଘଟଣା ସମ୍ପର୍କରେ ପୀଡ଼ିତା ଦୁଇଜଣ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଏନେଇ ମାମଲା ରୁଜୁ କରି ସେମାନଙ୍କ ଡାକ୍ତରୀ ପରୀକ୍ଷା କରାଇଥିଲା । ଏହାପରେ ଘଟଣାର ତଦନ୍ତ ଆରମ୍ଭ କରି ପୋଲିସ୍ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଭଳି ଅମାନବୀୟ କାଣ୍ତ ସହରରେ ଦ୍ୱିତୀୟ ଥର ଦେଖିବାକୁ ମିଳିଛି । ଗତ ୧୫ ତାରିଖରେ ମଧ୍ୟ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ।
ଏହି ଘଟଣାରେ ଝାଡଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ ବିଜେପି । ହେମନ୍ତ ସୋରେନଙ୍କ ଶାସନ କାଳରେ ନାବାଳିକା ଓ ଯୁବତୀ ସୁରକ୍ଷିତ ନୁହନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏଥିସହ କହିଛନ୍ତି ରାଜ୍ୟରେ ଗତ ସାଢେ ୩ ବର୍ଷ ମଧ୍ୟରେ ୫,୫୦୦ ବଳାତ୍କାର ମାମଲା ଘଟି ସାରିଲାଣି । ହେଲେ ପୋଲିସ୍ ସବୁ ଜାଣିଶୁଣି ଚୁପ୍ ରହିଛି ।
]]>୨୦୦୮ରୁ ୨୦୧୫ ମଧ୍ୟରେ ସେ ଏଭଳି ୩୦ ଜଣ କୁନି ପିଲାଙ୍କୁ ନିଜ ଦେହର ଭୋକ ମେଣ୍ଟାଇବା ପାଇଁ କରିଛି ବ୍ୟବହାର । ସେମାନଙ୍କୁ ଯୌନ ଶୋଷଣ କରିବା ସହ ଅନେକଙ୍କ ଜୀବନ ବି ନେଇଛି ଏହି ପିଶାଚ । ତେବେ ଏଭିଳି ଏକ ଘଟଣା ସାମ୍ନାକୁ ଆସିଛି, କ୍ରାଇମ କ୍ୟାପିଟାଲ କୁହାଯାଉଥିବା ଦେଶର ରାଜଧାନୀ ଦିଲ୍ଲୀରୁ ।
ଛାତି ଥରିଲା ଭଳି ଘଟଣା । ଯିଏ ବି ଶୁଣୁଛି ସେ ଆଶ୍ଚର୍ଯ୍ୟ ହେଉଛି । ଏମିତି କାଣ୍ଡ ପରେ ବି ସେ ମଣିଷ ରୁପି ପିଶାଚ କେମିତି ବୁଲୁଥିଲା ବାହାରେ ? ଆଉ କେହି ଜାଣିପାରିଲେନି କେମିତି ? କ’ଣ କରୁଥିଲା ପୋଲିସ ? ଯଦି ଥରେ ଗିରଫ କରିଥିଲା, ତେବେ ତାକୁ ପୁଣି ଛାଡ଼ିଲା କାହିଁକି ପୋଲିସ ? ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇଚାଲିଥିଲା, ହେଲେ ସବୁ ଚୁପ୍ ବସିଥିଲେ କେମିତି ? ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । କଥାରେ ଅଛି ‘ଭଗବାନକେ ୟାହାଁ ଦେର ହେ ଅନ୍ଧେର ନେହିଁ ।’ ସେହି କ୍ରମରେ ଏବେ ଉକ୍ତ ଯୌନ ପିଶାଚ ପୋଲିସ ହାତରେ ଧରାପଡ଼ି ଜେଲ୍ର କାଳ କୋଠରି ଭିତରେ ଦିନ କାଟୁଛି । ଆଉ ପୋଲିସ ନିକଟରେ ନିଜର ସବୁ ଅପରାଧ ସ୍ୱୀକାର କରିଛି ।
ପୋଲିସ ପାଖରୁ ମିଳିଥିବା ଖବର ଅନୁଯାୟୀ, ଉକ୍ତ ଯୌନ ପିଶାଚର ନା ରବିନ୍ଦର କୁମାର । ବୟସ ୩୨ । ପେଶାରେ ଜଣେ ଶ୍ରମିକ ବା ଲେବର । କରଲାର ବାସିନ୍ଦା । ରବିନ୍ଦରର ବାପା ମଧ୍ୟ ଜଣେ ଦିନ ମଜୁରିଆ ବା ଶ୍ରମିକ । ଆଉ ମାଆ ଘର ଘର ବୁଲି କାମ କରନ୍ତି । ୨୦୦୮ରେ ପ୍ରଥମେ ସେ ଅପରାଧ ଘଟାଇଥିଲା । ଏକ କୁନି ଶିଶୁକୁ ନିଜର ଯୌନ ଶୋଷ ମେଣ୍ଟାଇବା ପାଇଁ ବ୍ୟବହାର କରିଥିଲା । ପରେ ତାକୁ ହତ୍ୟା କରିଥିଲା । ଏଭଳି ପ୍ରାୟ ୩୦ ଜଣ ଶିଶୁଙ୍କ ସହ କରିଥିବା ପୋଲିସ ଆଗରେ ସେ ସ୍ୱୀକାର କରିଛି ।
୨୦୧୪ରେ ପୋଲିସ ତାକୁ ଗିରଫ କରିଥିଲା । ସେ ଜଣେ ୭ ବର୍ଷର ପୁଅକୁ ଦୁଷ୍କର୍ମ କରିବା ସହ ତାକୁ ସେପ୍ଟିକ୍ ଟାଙ୍କିରେ ଫିଙ୍ଗି ହତ୍ୟା କରିଥିଲା । ଏହି କେସ୍ରୁ ବେଲ୍ ପାଇବା ପରେ ସେ ଲେବର ଭାବେ କାମ କରୁଥିଲା । ହେଲେ ନିଜ ପ୍ରକୃତି ଛାଡ଼ି ପାରିନଥିଲା । ୧୬ ଜୁଲାଇ ୨୦୧୫ରେ ପୁଣି ତାକୁ ଗିରଫ କରିଥିଲା ପୋଲିସ । ବେଗମପୁରର ଜଣେ ୬ ବର୍ଷର କୁନି ଝିଅ ସହ ଦୁଷ୍କର୍ମ କରି ତାକୁ ହତ୍ୟା କରିଥିଲା ରବିନ୍ଦର ।
ରବିନ୍ଦର ଏଭଳି କୁନି କୁନି ପିଲାଙ୍କୁ ଶିକାର ପାଇଁ ଅନେକ ଦୂର ଯାଉଥିଲା । ସେ ଶ୍ରମିକଙ୍କ ପିଲାଙ୍କୁ ବିଶେଷ ଭାବେ ଟାର୍ଗେଟ କରୁଥିଲା । ଶ୍ରମିକ ବା ଦିନ ମଜୁରିଆମାନେ ଯେତେବେଳେ କାମ ସାରି ଖାଇ ପିଇ ଶୋଇଥାନ୍ତି, ସେତେବେଳେ ରବିନ୍ଦର ନିଜ ଶିକାର ପାଇଁ ବାହାରିଥାଏ । ସନ୍ଧ୍ୟା ପ୍ରାୟ ୮ଟା ପରେ ତାର ଏହି ମିଶନ ଆରମ୍ଭ ହୁଏ । ଶ୍ରମିକମାନେ ଶୋଇବା ପରେ ତାଙ୍କ ପିଲାଙ୍କୁ ଚକଲେଟ କିମ୍ବା ୧୦ଟଙ୍କାର ଲୋଭ ଦେଖାଇ ତାଙ୍କ ସହ ଦୁଷ୍କର୍ମ କରୁଥିଲା । ଯେଉଁ ଅଞ୍ଚଳରେ ବଡ଼ ବଡ଼ ବିଲ୍ଡିଂ କାମ ଚାଲିଥାଏ, ଠିକ୍ ସେହି ଅଞ୍ଚଳରେ ତମ୍ବୁଟାଣି ବା ଆଉଟ ହାଉସ୍ରେ ରହୁଥିବା ଶ୍ରମିକଙ୍କ କୁନି କୁନି ପିଲାଙ୍କୁ ସେ ଅଧିକ ମାତ୍ରାରେ ଟାର୍ଗେଟ କରିଥାଏ ।
ତେବେ ସବୁଠାରୁ ବଡ଼ କଥା ହେଲା, ରବିନ୍ଦର ବାରମ୍ବାର ସେମି ପର୍ଣ୍ଣ ହରର ଫିଲ୍ମ (Semi-Porn Horror Movies) ଦେଖିବା ପରେ ତାର ଏଭଳି ମାନସିକତା ଆସିଛି । ତାକୁ ମାନସିକ ରୋଗୀ ବୋଲି ମଧ୍ୟ କୁହାଯାଇପାରେ ।
]]>ସୁରଟ ସହରର ଅଦାଜନ ଅଞ୍ଚଳରେ ଜଣେ ୧୩ ବର୍ଷିୟା ନାବାଳିକାର ଘର । ତା’ର ନିଜର ବୋଲି କେହି ନଥିବା ବେଳେ ସେ ଏକ ଅନାଥଶ୍ରମରେ ଥିଲା । ନାବାଳିକାକୁ ମାତ୍ର ୬ ମାସ ହୋଇଥିବା ବେଳେ ସଂପୃକ୍ତ ପରିବାର ଲୋକେ ତାକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ହେଲେ ସେ ଯେପରି ବଡ଼ ହୋଇ ହୋଇ ଯାଉଥିଲା ବାପା, କକା, ଭାଇ ତାକୁ ଯୌନ ଶୋଷଣ କରୁଥିଲେ । ବର୍ଷ ବର୍ଷ ଧରି ନାବାଳିକା ସହ କୁକର୍ମ ହେଉଥିବା ସେ ଥାନାରେ କହିଛନ୍ତି । ଶେଷରେ ଅସହ୍ୟ ହେବାରୁ ସେ ଥାନାରେ ପହଞ୍ଚିଥିଲେ ।
ନାବାଳିକାର ବୟାନ୍ ଆଧାରରେ ଅଦାଜନ ଥାନାରେ ଏକ ମାମଲା ଦାଏର କରିଛନ୍ତି । ପୋଲିସ୍ ତତ୍କାଳ ଆକ୍ସନ ନେଇ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ଚାରି ଜଣଙ୍କୁ ଗିରଫ କରିଛି ।
ଏନେଇ ସୁରଟ ଏସିପି ବିଏମ ଚୌଧୁରୀ କହିଛନ୍ତି , ମାମଲା ଅତ୍ୟନ୍ତ ସଙ୍ଗୀନ୍ । ଚାରି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ । ସମସ୍ତଙ୍କୁ ପଚରାଉଚରା କରାଯାଉଛି । ଏହି ପ୍ରସଙ୍ଗରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସତ ସାମ୍ନାକୁ ଆସିବା ପରେ ଏହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
]]>ପୁଣି ଟ୍ରମ୍ପଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ୭୯ ବର୍ଷ ବୟସ୍କ ଜଣେ ଲେଖିକା ଏ ଜିନ୍ କ୍ୟାରୋଲ, ଟ୍ରମ୍ପଙ୍କ ନାଁରେ ଏହି ଅଭିଯୋଗ ଆଣିଛନ୍ତି । ସେ ଗତ ବୁଧବାର ଦିନ ମ୍ୟାନ୍ହାଟନ୍ କୋର୍ଟରେ ହାଜର ହୋଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (୭୬) ତାଙ୍କୁ ୩୦ ବର୍ଷ ପୂର୍ବେ ରେପ୍ କରିଥିବା କହିଛନ୍ତି । ସେତେବେଳେ ଲେଖିକା ଜଣକ ଏନେଇ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଟ୍ରମ୍ପ ଏହାକୁ ମିଥ୍ୟା ଅଭିଯୋଗ କହି ଏଡ଼ାଇ ଯାଇଥିଲେ ।
କ୍ୟାରୋଲଙ୍କ ଓକିଲ କହିଛନ୍ତି ଯେ, ଟ୍ରମ୍ପ ଅତି ନିମର୍ମ ଭାବେ ତାଙ୍କ ମହକିଲକୁ ରେପ୍ କରିଛନ୍ତି । ୧୯୯୫ର ଶେଷ ଏବଂ ୧୯୯୬ ଆରମ୍ଭରୁ ଏହି ଘଟଣା ଘଟିଛି । ଏକ ଡିପାଟର୍ମେଣ୍ଟାଲ ଷ୍ଟୋରର ଡ୍ରେସିଂ ରୁମ୍ରେ ଟ୍ରମ୍ପ ୩୦ ବର୍ଷ ପୂର୍ବେ ଏଭଳି ଏକ ନାରକୀୟ କାଣ୍ଡ ଘଟାଇଥିବା କ୍ୟାରୋଲଙ୍କ ଓକିଲ, କୋର୍ଟଙ୍କ ସମ୍ମୁଖରେ କହିଛନ୍ତି ।
ତେବେ ମହିଳାଙ୍କ ଅଭିଯୋଗ ପରେ କୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ହେଲେ ଟ୍ରମ୍ପ ଅନ୍ୟ କାମରେ ବ୍ୟସ୍ତ ଥିବା କହି ଶୁଣାଣି ବେଳେ ହାଜର ହୋଇ ନାହାନ୍ତି । ସେ କୋର୍ଟଙ୍କୁ କହିଛନ୍ତି ଯେ, ଆଗକୁ ନିର୍ବାଚନ ଥିବାରୁ ସେ କ୍ୟାମ୍ପେନ୍ରେ ବ୍ୟସ୍ତ ଅଛନ୍ତି । ହାମ୍ପସାୟରରେ ଆଜି ତାଙ୍କର ଏକ କ୍ୟାମ୍ପେନ୍ କାର୍ଯ୍ୟକ୍ରମ ରହିଛି ।
ତେବେ ମହିଳାଙ୍କ ଅଭିଯୋଗକୁ ନେଇ ଟ୍ରମ୍ପଙ୍କ ଓକିଲ କହିଛନ୍ତି ଯେ, ଏହା ଏକ ଷଡ଼ଯନ୍ତ୍ର । ଆଗକୁ ନିର୍ବାଚନ ଥିବାରୁ ବିରୋଧୀ ଦଳ ଏଭଳି ଚାଲ ଖେଳି, ତାଙ୍କ ମହକିଲଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଏହାଏକ ବଡ଼ ସ୍କାମ । ଏହା ରାଜନୈତିକ ବିରୋଧୀଙ୍କ ମନ ଗଢ଼ା କାହାଣୀ ବୋଲି ଟ୍ରମ୍ପଙ୍କ ଓକିଲ କୋର୍ଟରେ କହିଛନ୍ତି ।
ତେବେ ଏହି ଘଟଣାର ଶୁଣାଣି କରୁଥିବା ୟୁଏସ୍ ଜିଲ୍ଲା ଜଜ୍ ଲୁଇସ୍ କ୍ୟାପ୍ଲନ୍ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଆଗକୁ ମହିଳାଙ୍କ ନାଁରେ ଟ୍ରମ୍ପ ଯେଭଳି କିଛି ବି କହିବେ ନାହିଁ । ଅନ୍ୟଥା ଟ୍ରମ୍ପ ବିଭିନ୍ନ ପ୍ରକାର ଆଇନଗତ ସମସ୍ୟାରେ ପଡ଼ିପାରନ୍ତି ।
]]>ଅଭିଯୁକ୍ତ ବାଲେଶ ଧନଖଡ଼ । ବୟସ ୪୩ ବର୍ଷ । ଅଷ୍ଟ୍ରେଲିଆରେ ରାଜନୈତିକ ସ୍ତରରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି । ଏପରିକି ସେ ଅଷ୍ଟ୍ରେଲିଆର 'ଓଭରସିଜ୍ ଫ୍ରେଣ୍ଡସ୍ ଅଫ୍ ବିଜେପି'ର ପୂର୍ବତନ ମୁଖ୍ୟ ରୂପେ କାମ କରୁଥିଲେ । ଗତ ସୋମବାର ଦିନ ଅଭିଯୁକ୍ତ ବିରୋଧରେ ଦାଏର ହୋଇଥିବା ୩୯ଟି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ତେବେ ଧନଖଡ଼ ଦଣ୍ଡରୁ ବଞ୍ଚିବା ପାଇଁ ପୂର୍ବରୁ ଜାମିନ ଆବେଦନ କରିଥିଲେ । କିନ୍ତୁ ଜଜ୍ ମାଇକେଲ କିଙ୍ଗ ଏହାକୁ ଅସ୍ୱୀକାର କରିଥିଲେ । ଫଳରେ ତାଙ୍କ ବିରୋଧରେ ଜଜ୍ ଦଣ୍ଡ ଶୁଣାଇବା ସମୟରେ କାନ୍ଦି ପକାଇଥିଲା ଅଭିଯୁକ୍ତ । ଆଉ ତାଙ୍କ ସ୍ତ୍ରୀ ମଧ୍ୟ ସ୍ୱାମୀ ପାଇଁ କାନ୍ଦୁଥିବା ଦେଖିବାକୁ ମିଳିଥିଲା ।
ଧନଖଡ଼ ବିରୋଧରେ ସମସ୍ତ ପ୍ରମାଣ କୋର୍ଟରେ ଦାଖଲ କରାଯାଇଛି । କୋରିଆ ଅନୁବାଦକ ପାଇଁ ଚାକିରି ଦେବା ଆଳରେ ସେ ପ୍ରଥମେ ମହିଳାଙ୍କୁ ଫସାଉଥିଲେ । ଆଉ ତା’ପରେ ମହିଳାଙ୍କୁ ସିଡନୀ ସିବିଡିଟିରେ ଥିବା ତାଙ୍କ ଷ୍ଟୁଡିଓ ଆପାର୍ଟମେଣ୍ଟକୁ ନେଇକି ଯାଉଥିଲେ । ଆପାର୍ଟମେଣ୍ଟକୁ ନେବା ପୂର୍ବରୁ ମହିଳାଙ୍କୁ ହୋଟେଲ, କାଫେ ଏବଂ କୋରିଆ ରେଷ୍ଟୁରାଣ୍ଟ ଆଦିକୁ ନେଇ ଯାଉଥିଲେ । ଆଉ ସମୟ ସୁଯୋଗ ଦେଇ ନିଶା ଦେଇ ଅଚେତ କରି ମହିଳାଙ୍କ ଇଜ୍ଜତ ଲୁଟୁଥିଲା ।
ସିଡନୀ ଜିଲ୍ଲା କୋର୍ଟ ଧନଖଡ଼ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରାଯାଇଛି । ମେ ମାସରେ ପୁନର୍ବାର ତାଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯିବ ଏବଂ ବର୍ଷ ଶେଷ ସୁଦ୍ଧା ତାଙ୍କୁ ଦଣ୍ଡିତ କରାଯିବ ।
]]>ମାର୍ଚ୍ଚ ୩୧ ତାରିଖ ରାତିରେ ଏହି ଲଜ୍ଜାଜନକ ଘଟଣା ଘଟିଛି । ଅମରାବତୀ ଜିଲ୍ଲାର ଦମ୍ପତି ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଅକୋଲାର ଦିଗ୍ରସରେ ପହଞ୍ଚିଥିଲେ । କିନ୍ତୁ ରାତି ଅଧିକ ହୋଇ ଯାଇଥିବାରୁ ଦିଗ୍ରସକୁ ଯିବା ପାଇଁ ବସ୍ ମିଳି ନଥିଲା । ଉଭୟ ଦୃଷ୍ଟିବାଧିତ ହୋଇଥିବାରୁ ସେମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅସୁବିଧା ହୋଇଥିଲା । ଏଣୁ ସାହାଯ୍ୟ ପାଇଁ ଜଣେ ଯୁବକଙ୍କୁ ରାସ୍ତା ପଚାରିଥିଲେ ।
ହେଲେ ସାହାଯ୍ୟ କରିବ କହି ଅଭିଯୁକ୍ତ ଗୁଲାମ ରସୁଲ ଶେଖ ଉଭୟଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା । ରେଳ ଷ୍ଟେସନକୁ ନେଇଯିବା ବାହାନାରେ ମହିଳାଙ୍କ ଇଜ୍ଜତ୍ ଲୁଟିଥିଲା । ସେହି ସମୟରେ ମହିଳାଙ୍କ ସ୍ୱାମୀ ପାଖରେ ଥିଲେ ମଧ୍ୟ କିଛି କରିପାରି ନଥିଲେ । ସ୍ତ୍ରୀର ଆକୁଳ ଚିତ୍କାର ଶୁଣି ଅଣ୍ଡାଳି ଅଣ୍ଡାଳି ସାହାଯ୍ୟ କରିବାକୁ ଚାହୁଁଥିଲେ । ହେଲେ ସେ ବା କ’ଣ କରିଥାଆନ୍ତେ ।
ଘଟଣା ଘଟିବା ପରେ ବୁଧବାର ଦିନ ପୀଡିତା ତାଙ୍କ ସ୍ୱାମୀଙ୍କ ସହ ସହରର ସିଭିଲ୍ ଲାଇନ୍ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ୍ ଘଟଣାକୁ ଗମ୍ଭୀରତାର ସହ ନେଇ ଯାଞ୍ଚ କରିବା ପରେ ଏବେ ଅଭିଯୁକ୍ତକୁ ଗିରଫ କରିଛି।
]]>ଉଦୟପୁର ଜିଲ୍ଲାର ମାଭଲି ଥାନା ଅନ୍ତର୍ଗତ ଲୋପ୍ରା ଗାଁରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି । ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଜଣେ ୯ ବର୍ଷର ନାବାଳିକା ମାର୍ଚ୍ଚ ୨୯ରେ ପ୍ରାୟ ୪ଟା ସମୟରେ ସ୍କୁଲରୁ ଫେରିବା ପରେ ଚାଷ ଜମିକୁ ଯାଇଥିଲା । ହେଲେ ଅନେକ ସମୟ ଧରି ସେ ନଫେରିବାରୁ, ପରିବାର ସଦସ୍ୟମାନେ ତାଙ୍କୁ ଖୋଜିଥିଲେ । ଝିଅର କୌଣସି ଖୋଜଖବର ନମିଳିବା ପରେ ତାଙ୍କ ବାପା ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଆଇପିସି ୩୬୩ ଧାରା ଅଧୀନରେ ଏକ ମାମଲା ରୁଜୁ କରି ନାବାଳିକାଙ୍କୁ ଖୋଜିବା ଆରମ୍ଭ କରିଥିଲା।
ଅନେକ ଖୋଜାଖୋଜି ପରେ ଶନିବାର ବିଳମ୍ବିତ ରାତିରେ ନାବାଳିକାର ଘର ଠାରୁ ୨୦୦ ମିଟର ଦୂରରେ ଥିବା ଏକ ଅଖା ଭିତରୁ ଖଣ୍ଡ ଖଣ୍ଡ ମାଂସ ଉଦ୍ଧାର କରାଯାଇଥିଲା । ପୋଲିସ ସମସ୍ତ ଖଣ୍ଡକୁ ସଂଗ୍ରହ କରି ମୃତଦେହକୁ ଉଦୟପୁର ଏମବି ହସ୍ପିଟାଲକୁ ପଠାଇ ଦେଇଥିଲେ । ଅଭିଯୁକ୍ତ ନାବାଳିକାକୁ ଦୁଷ୍କର୍ମ କରିବା ସହ ଛୁରୀରେ ୧୦ ଖଣ୍ଡ କରି କାଟି ଦେଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଜଣାପଡିଥିଲା । ପୋଷ୍ଟମର୍ଟମ ପରେ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା।
ଏହି ମାମଲାରେ ଅଭିଯୁକ୍ତ କମଲେଶଙ୍କୁ ଗିରଫ କରାଯାଇଛି । ଘଟଣା ଦିନ ନାବାଳିକାକୁ ନିଜ ଘରକୁ ଡାକିଥିଲା ଅଭିଯୁକ୍ତ । ଆଉ ଝିଅଟି ଅଭିଯୁକ୍ତକୁ ଜାଣିଥିବାରୁ ସେ ମଧ୍ୟ ଘରକୁ ଚାଲିଯାଇଥିଲା । ଆଉ ସେଠାରେ ଅଭିଯୁକ୍ତ କମଲେଶ ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିଲା । ପରେ ଗିରଫଦାରୀ ଭୟରେ ଘରେ ରଖାଯାଇଥିବା ଛୁରୀରେ ଖଣ୍ଡ ଖଣ୍ଡ କରି ଏକ ଅଖା ଭିତରେ ରଖିଥିଲା । ଆଉ ସମୟ ସୁବିଧା ଦେଖି ଶବ ଖଣ୍ଡକୁ ଅଖାରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲା ।
]]>ଖାଲି ସେତିକି ନୁହେଁ ଅଭିଯୁକ୍ତ ଯୁବକଙ୍କ ନିକଟରେ ତାଙ୍କର କିଛି ଜରୁରୀ କାଗଜପତ୍ର ରହିଥିବା ମଧ୍ୟ ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ସେ ଆହୁରି କହିଛନ୍ତି କି, ଯୁବକ ଜଣକ ଭିଡିଓ ଓ ଫଟୋ ଉଠାଇବା ପରେ ସେ ସବୁକୁ ତାଙ୍କ ବାପା-ମା’ଙ୍କ ନିକଟକୁ ପଠାଇଛନ୍ତି । ଫଳରେ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ଯୁବତୀ ତାଙ୍କ ଅଭିଯୋଗ କହିଛନ୍ତି, ସେ ଅଭିଯୁକ୍ତ ଯୁବକଙ୍କୁ ମେ’ ୨୦୨୨ରେ ପ୍ରଥମ ସାକ୍ଷାତ କରିଥିଲେ । ପରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଫଳରେ ସେ ଯୁବକଙ୍କ ସହ ଦିଲ୍ଲୀରେ ଲିଭ୍ଇନ୍ରେ ରହୁଥିଲେ । ଲିଭ୍ଇନ୍ରେ ରହିବା ସମୟରେ ଯୁବକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ କିଛି ଆପତ୍ତିଜନକ ଫଟୋ ଓ ଭିଡିଓ କରିଥିଲେ । ଏବଂ ତାଙ୍କୁ ଶୀଘ୍ର ବିବାହ କରିବାକୁ କହୁଥିଲେ । ଫଳରେ ସେ ଘରକୁ ଫେରିଆସିଥିଲେ ।
ଘରକୁ ଆସିବା ପରେ ଅଭିଯୁକ୍ତ ତାଙ୍କୁ ଧମକ ଦେଇଥିଲା । ପୁଣି ଥରେ ତା ନିକଟକୁ ଫେରିବାକୁ କହିଥିଲା । ହେଲେ ଯୁବତୀ ମନା କରିଦେବାରୁ ତାଙ୍କ ବାପା-ମା’ଙ୍କ ନିକଟକୁ ଆପତ୍ତିଜନକ ଫଟୋ ଯୁବକ ପଠାଇଥିବା ସେ କହିଛନ୍ତି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଚଳାଇଛି । ଅଭଯୁକ୍ତକୁ ଧରିବାକୁ ପ୍ରୟାସ କରୁଛି । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ କହିଛି ।
]]>ପୀଡ଼ିତାଙ୍କ ମା’ଙ୍କ କହିବା ଅନୁସାରେ, ଘଟଣା ଦିନ ଝିଅ ସହ ସେ ଛେଳି ଚରାଇବାକୁ ଯାଇଥିଲେ । ଆଉ ସେତିକିବେଳେ ସେଠାରେ ପହଞ୍ଚିଥିଲେ ଅଭିଯୁକ୍ତ । ବୋହୂକୁ ଘରକୁ ଫେରିଯିବାକୁ କହି କାଠ କାଟିବା ପାଇଁ ନାତୁଣିକୁ ନେଇ ଜଙ୍ଗଲକୁ ଯାଇଥିଲା । ଆଖିରୁ ଟିକିଏ ଅନ୍ତର ହେବା ପରେ ଏକୁଟିଆ ଦେଖି ୧୫ ବର୍ଷିୟ ନାତୁଣିକୁ ଦୁଷ୍କର୍ମ କରିଥିଲା ଜେଜେବାପା । ଆଉ ତା’ପରେ ହାତରେ ଧରାଇ ଦେଇଥିଲା ୧୦ ଟଙ୍କା ।
ସେହି ରାସ୍ତା ଦେଇ ଜଣେ ଲୋକ ଯାଉଥିବା ବେଳେ ଜଣେ ଲୋକ ଅଭିଯୁକ୍ତ ଜେଜେବାପାଙ୍କୁ ଦେଖି ଲୋକଙ୍କୁ ଡାକିଥିଲା । ଡାକ ଶୁଣି ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ ଓ ଅଭିଯୁକ୍ତ ଜେଜେବାପାଙ୍କୁ ଉତ୍ତମ ମଧ୍ୟମ ଦେଇ ପୋଲିସ୍ର ଜିମା ଦେଇଥିଲେ । ଆଉ ତା’ପରେ ପୀଡ଼ିତାଙ୍କ ମା’ଙ୍କୁ ଏନେଇ ଖବର ଦିଆଯାଇଥିଲା ।
ଏବେ ପୀଡ଼ିତା ଓ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ଜେଜେବାପାଙ୍କୁ ଗିରଫ କରିଛି ପୋଲିସ୍ । ପୀଡ଼ିତାଙ୍କୁ ଡାକ୍ତରୀ ମାଇନା କରିବା ପାଇଁ ପଠାଇ ଦିଆଯାଇଛି ।
]]>ଘଟଣାକୁ ନେଇ କାନପୁରର ବିନୟ ଠାକୁର ଓ ଅନ୍ୟ ୭ ଜଣଙ୍କ ବିରୋଧରେ ନାବାଳିକାଙ୍କ ବାପା ମାମଲା ରୁଜୁ କରିଛନ୍ତି। ସୂଚନା ଅନୁସାରେ, ମାର୍ଚ୍ଚ ୪ରେ ବିନୟ ସମ୍ପୃକ୍ତ ନାବାଳିକାଙ୍କୁ କରାଚି ସ୍ଥିତ ଏମ୍ଜି କାଫେକୁ ଡାକିଥିଲା। ସେଠାରେ ସେମାନେ ହୁକା ଟାଣିଥିଲେ। ଏହାପରେ ବିନୟ ନାବାଳିକାଙ୍କ କୋଲ୍ଡ ଡ୍ରିଙ୍କସ୍ରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ପିଇବାକୁ ଦେଇ ଅନ୍ୟ ସ୍ଥାନକୁ ନେଇଥିଲା। ସେଠାରେ ସେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଏହାପରେ ସେଠାରୁ ବିନୟ ନାବାଳିକାଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇଥିଲା। ସେଠି ବିନୟର ୭ ଜଣ ସାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ପାଇଁ ପ୍ରୟାସ କରିଥିଲେ। ଏସବୁକୁ ବିରୋଧ କରିବାରୁ ବିନୟ ନାବାଳିକାଙ୍କୁ ନିର୍ଯାତନା ଦେଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପୋଲିସ୍କୁ ନାବାଳିକାଙ୍କ ବାପା ଦେଇଥିବା ସୂଚନା ଅନୁସାରେ, ବିନୟ ନାବାଳିକାଙ୍କ ଛାତିରେ ବ୍ଲେଡ୍ରେ କାଟି ନିଜ ନାଁ ଲେଖିଥିଲା। ଫଳରେ ସେ ଅନ୍ୟତ୍ର ବିବାହ କରିପାରିବେନି। ଏପରିକି ନିଆଁ ଲଗାଇ ଚୁଟି ଜାଳି ଜୀବନରୁ ମାରି ଦେବାର ଧମକ ମଧ୍ୟ ବିନୟ ଦେଉଥିଲା।
ନାବାଳିକା ଜଣକ ରାଜସ୍ଥାନର କୋଟାରେ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିନୟ ସେଠାରେ ମଧ୍ୟ ତାଙ୍କୁ ପିଛା କରି ହୋଟେଲ୍ ରୁମ୍ରେ ନାବାଳିକାଙ୍କୁ ବାଡ଼େଇ ଥିଲେ। ପୋଲିସ୍ ଅଭିଯୁକ୍ତ ବିନୟକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।
]]>ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଗତ ୩ ବର୍ଷ ହେବ ନିଜ ବାପା ତାଙ୍କ ସହ ଦୁଷ୍କର୍ମ କରି ଆସୁଥିଲେ। ଏହାକୁ ବିରୋଧ କଲେ ହାତ, ଗୋଡ଼ କାଟି ଦେବା ସହ ଜୀବନରୁ ମାରି ଦେବାର ଧମକ ଦେଇ ଆସୁଥିଲେ ବାପା। ଘଟଣାକୁ ନେଇ ଯୁବତୀ ଜଣକ ତାଙ୍କ ମା’ଙ୍କୁ ମଧ୍ୟ କହିଥିଲେ। ହେଲେ ସମ୍ପୃକ୍ତ ମହିଳା ଝିଅକୁ ସହାୟତା କରିବା ବଦଳରେ ସ୍ୱାମୀଙ୍କୁ ସପୋର୍ଟ କରୁଥିଲେ। ଝିଅର ଅଭିଯୋଗ ଆଧାରରେ ପୋଲିସ୍ ଅଭିଯୁକ୍ତ ବାପା ଓ ମା’ଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ସୂଚନାଥାଉ କି, ମଙ୍ଗଳବାର ଦିନ ଯୁବତୀଙ୍କ ଏକାଦଶ ଶ୍ରେଣୀର ପରୀକ୍ଷା ଥିଲା। ହେଲେ ପରୀକ୍ଷା ଦେବା ବଦଳରେ ସେ ସିଧା ଯାଇ ଥାନାରେ ପହଞ୍ଚିଥିଲେ। ପୋଲିସ୍ ମାମଲାକୁ ଗମ୍ଭୀରତାର ସହ ନେଇ ପ୍ରଥମେ ଯୁବତୀଙ୍କୁ ପରୀକ୍ଷା ଦେବାକୁ କହିଥିଲେ ଓ ପରେ ଘଟଣା ସମ୍ପର୍କରେ ବୁଝିଥିଲେ। ଏହାପରେ ଯୁବତୀଙ୍କ ମେଡିକାଲ୍ ଟେଷ୍ଟ୍ କରାଯାଇ ତାଙ୍କର ବୟାନ ରେକର୍ଡ କରାଯାଇଥିଲା।
]]>ପୋଲିସ୍ ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଯୁବତୀଙ୍କୁ ଚାକିରି କରାଇ ଦେବାର ପ୍ରଲୋଭ ଦେଖାଇ ଭେଟିବାକୁ ଡାକିଥିଲେ। ଏହାପରେ ନିଶା ଦେଇ କାର୍ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ଯୁବତୀ ଜଣକ ସେକ୍ଟର ୫୧ ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଅନ୍ଲାଇନ୍ରେ ଚାକିରି ଖୋଜୁଥିବା ସମ୍ପୃକ୍ତ ଯୁବତୀଙ୍କୁ ତୁଷାର ଶର୍ମା ଯୋଗାଯୋଗ କରିଥିଲେ। ଏହାପରେ ଯୁବତୀ ଜଣକ ତୁଷାରଙ୍କ ସହ ଯୋଗାଯୋଗରେ ଆସିଥିଲେ ଓ ଚାକିରି ଦେବା ଲାଗି ତୁଷାର ମଧ୍ୟ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
ଇଣ୍ଟରଭିୟୁର ଲୋଭ ଦେଖାଇ ଗତ ଶନିବାର ଦିନ ଯୁବତୀଙ୍କୁ ତୁଷାର ସାହାରା ମଲ୍ ଡାକିଥିଲେ। ସେଠାରେ ଯୁବତୀ ଜଣକ ଡକ୍ୟୁମେଣ୍ଟସ୍ ସହ ଅପରାହ୍ଣ ୧ଟାରେ ପହଞ୍ଚିବା ପରେ ଯୁବତୀଙ୍କୁ ଧରି ତୁଷାର କାର୍ରେ ମଲ୍ର ବେସ୍ମେଣ୍ଟକୁ ଯାଇଥିଲେ।
ସେଠାରେ ସେ ଯୁବତୀଙ୍କୁ ପାଣି ପିଇବା ପାଇଁ ଦେଇଥିଲେ। ଏହା ପିଇବା ପରେ ସମ୍ପୃକ୍ତ ଯୁବତୀ ବେହୋସ ହୋଇଯାଇଥିଲେ ଓ ପରେ ତୁଷାର ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯଦି ଏ କଥା ସେ କାହାକୁ କୁହନ୍ତି ତା’ହେଲେ ଜୀବନରୁ ମାରିଦେବା ପାଇଁ ତୁଷାର ଧମକ ଦେଇଥିଲେ। ଶେଷରେ ମଲ୍ ପାର୍କିଂ ଏରିଆରେ ଯୁବତୀଙ୍କୁ ଛାଡ଼ି ପଳାଇ ଯାଇଥିଲେ। ଅଭିଯୋଗ ପରେ ପୋଲିସ୍ ଯୁବତୀଙ୍କ ମେଡିକାଲ୍ ପରୀକ୍ଷା କରାଇଥିଲା। ଏହାସହ ତୁଷାରଙ୍କ ବିରୋଧରେ FIR ରୁଜୁ କରି ପୋଲିସ୍ ଘଟଣାର ତଦନ୍ତ ଚଳାଇଛି।
]]>ନାବାଳକ ଜଣକ ପ୍ଲାଷ୍ଟିକ ବ୍ୟାଗ ଓ କପଡ଼ାରେ ସମ୍ପୃକ୍ତ ମହିଳାଙ୍କ ପାଟି ବନ୍ଦ କରି ତାଙ୍କୁ ଘୋଷାଡ଼ି ଘୋଷାଡ଼ି ଏକ ନିର୍ମାଣାଧୀନ ବିଲ୍ଡିଂକୁ ନେଇଥିଲା। ସେଠାରେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କ ମୁଣ୍ଡ ଓ ଶରୀରର ଅନ୍ୟ ଅଂଶକୁ ଦାଆରେ ଆକ୍ରମଣ କରିଥିଲା। ଏପରିକି ମହିଳାଙ୍କ ଗୁପ୍ତାଙ୍ଗକୁ ମଧ୍ୟ ବାଡ଼ିରେ ଆଘାତ ଦେଇଥିଲା ନାବାଳକ।
ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ୨ ବର୍ଷ ପୂର୍ବେ ସମ୍ପୃକ୍ତ ନାବାଳକ ତାଙ୍କ ଘରକୁ ଟିଭି ଦେଖିବାକୁ ଆସୁଥିଲା। ଘରୁ ମୋବାଇଲ୍ ଚୋରି ନେଇ ନାବାଳକଙ୍କ ବିରୋଧରେ ଉକ୍ତ ମହିଳାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ଏହାପରେ ଶତ୍ରୁତା ହୋଇଥିଲା। ଚୋରି ଅଭିଯୋଗ ପରେ ନାବାଳକ ନିଜ ଗାଁରେ ଲଜ୍ଜିତ ଅନୁଭବ କରୁଥିଲା। ତେଣୁ ଏହାର ପ୍ରତିଶୋଧ ନେବା ପାଇଁ ସେ ଯୋଜନା କରିଥିଲା।
ଜାନୁଆରୀ ୩୦ ତାରିଖରେ ମହିଳାଙ୍କ ସ୍ୱାମୀ ଓ ପୁଅ ଘରେ ନଥିବାବେଳେ ଏହାର ସୁଯୋଗ ନେଇ ନାବାଳକ ଘର ଭିତରକୁ ପଶିଥିଲା। ଏହାପରେ ମହିଳାଙ୍କ ଉପରେ ଆକ୍ରମଣ କରିଥିଲା। ହେଲେ ମହିଳା ଜଣକ ଚିତ୍କାର କରିବାରୁ ପ୍ଲାଷ୍ଟିକ ବ୍ୟାଗ ଓ କପଡ଼ାରେ ସମ୍ପୃକ୍ତ ମହିଳାଙ୍କ ପାଟି ବନ୍ଦ କରି ନାବାଳକ ଜଣକ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ଏକ ନିର୍ମାଣାଧୀନ ବିଲ୍ଡିଂକୁ ନେଇଥିଲା। ସେଠାରେ ତାଙ୍କ ହାତ ବାନ୍ଧି ଦାଆରେ ଆକ୍ରମଣ କରିବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିଲା।
ଖବରପାଇ ପୋଲିସ୍ ଓ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ତଦନ୍ତ ବେଳେ ଘଟଣା ପଛରେ ଜଣେ ନାବାଳକର ହାତ ଥିବା ଜଣାପଡ଼ିଥିଲା। ଯିଏକି ମହିଳାଙ୍କ ପଡ଼ୋଶୀ। ପୋଲିସ୍ ନାବାଳକକୁ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ ଚଳାଇଛି।
]]>ପ୍ରଥମେ ଦିନ ୧୧ଟା ବେଳେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଡାକ୍ତରୀ ମାଇନା ପାଇଁ ୪୦ କିଲୋମିଟର ଅଣାଯାଇଥିଲା। ଏହି ମାମଲା ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲ୍ ଅଧିନରେ ଆସୁନଥିବାରୁ ଶାଳଣିଆ ମେଡ଼ିକାଲ୍କୁ ଯିବାକୁ କୁହାଯାଇଥିଲା। ସେଠାରୁ ପୋଲିସ୍ ଶାଳଣିଆ ମେଡ଼ିକାଲ୍କୁ ଆସିଥିଲେ ବି ମେଡ଼ିକାଲ୍ ଅଫିସର ନଥିବାରୁ ଡାକ୍ତରୀ ମାଇନା ହୋଇପାରିନଥିଲା।
ଏହାପରେ ପୁଣି ଥରେ ଅଭିଯୋଗକାରିଣୀଙ୍କୁ ଆନନ୍ଦପୁର ଚିକିତ୍ସାଳୟକୁ ଅଣାଯାଇଥିଲା ଏବଂ ରାତି ପ୍ରାୟ ୯ଟାରେ ଡାକ୍ତରୀ ମାଇନା କରି ଅଭିଯୋଗକାରିଣୀଙ୍କୁ ଧରି ସୋସୋ ପୋଲିସ ଫେରିଥିଲା। ତେବେ ଏଭଳି ଅବ୍ୟବସ୍ଥା ନେଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ କିମ୍ବା ଶାଳଣିଆ ମେଡ଼ିକାଲ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
]]>ସହଯୋଗୀ ବୁଲୁ କିଛି ମାସ ହେଲା ପଟିଆ ରେଲୱେ ଷ୍ଟେସନ ନିକଟ ଏକ ମାଛ ଦୋକାନରେ କାମ କରୁଥିଲେ । ସୋମବାର ରାତିରେ ପୀଡ଼ିତା ଦୁଇ ନାବାଳିକା ଷ୍ଟେସନ୍ ନିକଟରେ ବୁଲୁଥିବା ବେଳେ ସେମାନଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଥିଲେ । ସେମାନଙ୍କ ହାତ ବାନ୍ଧି ରାତି ସାରା ଦୁଷ୍କର୍ମ କରିଥିଲେ । ଦୁଇ ନାବାଳିକା ସକାଳେ ଘରକୁ ଫେରି ପରିବାର ଲୋକଙ୍କୁ ସବୁ କଥା କହିବା ପରେ ଚାଇଲଡ୍ ଲାଇନକୁ ନିକଟକୁ ଯାଇଥିଲା ଏ ଚାଞ୍ଚଲ୍ୟକର ଖବର । ଏପରିକି ଘଟଣାକୁ ରଫାଦଫା କରାଯିବାକୁ ଉଦ୍ୟମ ସହ ଘଟଣା ପ୍ରଘଟ ନକରିବାକୁ ପୀଡିତାଙ୍କୁ ଧମକ ଦିଆଯାଇଥିବା ଚର୍ଚ୍ଚା ହେଉଛି । ହେଲେ ଚାଇଲ୍ଡ ଲାଇନ୍ ମାମଲାରେ ହସ୍ତକ୍ଷେପ କରି ଜିଆରପି ଥାନାରେ ଏତଲା ପରେ ଗତକାଲି ସଂଧ୍ୟାରୁ ଆରମ୍ଭ ହୋଇଥିଲା ତନାଘନା ।
ଘଟଣାରେ ଏବେ ବି ଅନ୍ୟଜଣେ ଅଭିଯୁକ୍ତ ଫେରାର ରହିଛି । ସେପଟେ ପୋଲିସ ଆଜି ପୀଡିତାଙ୍କ ୧୬୧ ଧାରାରେ ବୟାନ ରେକର୍ଡ କରିଛି । ଏହାସହ ପୀଡ଼ିତାଙ୍କୁ ଘଟଣାସ୍ଥଳକୁ ନେଇ ଅପରାଧ ସ୍ଥାନ ଚିହ୍ନଟ କରିଛି ସାଇଣ୍ଟିଫିକ୍ ଟିମ୍ ବି ଘଟଣାସ୍ଥଳକୁ ଯାଇ ପାରିପାର୍ଶ୍ୱିକ ପ୍ରମାଣ ସଂଗ୍ରହ କରିଛି । ଏଠାରେ ପ୍ରଶ୍ନ ଉଠୁଛି ରାଜଧାନୀ ର ଏକ ପ୍ରମୁଖ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳ ପଟିଆ ଷ୍ଟେସନ୍ ଅଞ୍ଚଳରେ ଏଭଳି ବର୍ବର କାଣ୍ଡ କରିବାକୁ ଦୁଷ୍କର୍ମକାରୀ ସାହସ କଲେ କେମିତି ?
ହକି ବିଶ୍ୱକପ୍ ପାଇଁ ସାରା ରାଜଧାନୀରେ ପୋଲିସ ଛାଉଣୀ ଓ ସୁରକ୍ଷାକର୍ମୀଙ୍କ ପହରା ଚାଲିଥିବା ବେଳେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣାକୁ ବର୍ଷିଛନ୍ତି ବିରୋଧୀ । ରାଜ୍ୟର ଆଇନ ଶୃଙ୍ଖଳା ଓ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ଉଠାଇଛନ୍ତି ପ୍ରଶ୍ନ । ଆଜି ବିଜେପି ଓ କଂଗ୍ରେସର ଦୁଇଟି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପୀଡିତା ଏବଂ ତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ସେପଟେ ରାଜଧାନୀରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ଏବଂ ଆଇନ ଶୃଙ୍ଖଳା ସ୍ଥିତି ବିଗୁଡୁଥିବା ଅଭିଯୋଗ କରି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ତାଙ୍କ ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । ଏହି ସମୟରେ ମନ୍ତ୍ରୀଙ୍କ ଘରକୁ ଅଣ୍ଡା ମାଡ଼ ବେଳେ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀ ତେବେ ଏ ନେଇ ଶାସକ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ନ୍ୟାସନାଲ୍ କ୍ରାଇମ୍ ରେକର୍ଡସ ବ୍ୟୁରୋ-ଏନସିଆରବି ତଥ୍ୟ ଅନୁଯାୟୀ ଓଡ଼ିଶାରେ ୨୦୨୧ରେ ୧୪ ହଜାର ୮୫୩ଟି ଅସଦାଚରଣ ଘଟଣା ଘଟିଥିବା ବେଳେ ପୀଡ଼ିତଙ୍କ ସଂଖ୍ୟା ହେଉଛି ୧୪ ହଜାର ୮୯୧ । ସେହପରି ଦୁଷ୍କର୍ମ, ଅପହରଣ ଏବଂ ସ୍ୱାମୀ ଓ ସଂପର୍କୀୟଙ୍କ ଦ୍ୱାରା ଉତ୍ପୀଡ଼ନ ଭଳି ମାମଲା ବି ବଢ଼ିଛି । ସେଭିତରୁ ୧୪୫୬ଟି ହେଉଛି ଦୁଷ୍କର୍ମ ଓ ୧୨ଟି ଦୁଷ୍କର୍ମ ସହ ହତ୍ୟା ମାମଲା । ମହିଳାଙ୍କ ପ୍ରତି ଅସଦାଚରଣ ମାମଲାରେ ଓଡ଼ିଶା ସାରା ଦେଶରେ ୧ ନମ୍ବର ସ୍ଥାନରେ ରହିଛି । ସେହିପରି ମହିଳା ବିରୋଧୀ ଅପରାଧ ମାମଲା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ତୃତୀୟ ।
]]>ସେମାନଙ୍କୁ ପଟିଆ ଷ୍ଟେସନ୍ ନିକଟରୁ ୨ ଜଣ ଉଠାଇ ନେଇଥିଲେ। ରାତି ସାରା ଦୁଇଜଣଙ୍କୁ ବାନ୍ଧି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସକାଳେ ନାବାଳିକା ମାନେ ଘରେ ପହଞ୍ଚି ସବୁ କଥା କହିଥିଲେ।
ଘରଲୋକ ଜାଣିବା ପରେ ଚାଇଲ୍ଡ ଲାଇନରେ ଜଣାଇଥିଲେ। ଚାଇଲ୍ଡ ଲାଇନ୍ ସହାୟତାରେ GRP ଥାନାରେ ଏତଲା ଦିଆଯାଇଛି। ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣଙ୍କ ମା ଏହି ଏତଲା ଦେଇଛନ୍ତି। ତେବେ ପଟିଆ ପରି ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଏଭଳି ଘଟଣା କେମିତି ଘଟିଲା, ତାହା ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
]]>ତନ୍ତ୍ର-ମନ୍ତ୍ର ବାହାନାରେ ମହିଳାଙ୍କୁ ନିଶା ଦେଇ ସେମାନଙ୍କ ସହ ଦୁଷ୍କର୍ମ କରି ଅଶ୍ଳୀଳ ଭିଡିଓ କରିବା ନେଇ ଅତିରିକ୍ତ ଜିଲ୍ଲା ତଥା ସେସନ୍ସ ଜଜ୍ ତଥା ଫାଷ୍ଟ ଟ୍ରାକ୍ କୋର୍ଟର ଜଜ୍ ବଲୱନ୍ତ ସିଂହ ଜଲେବୀ ବାବାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଜଲେବୀ ବାବାଙ୍କୁ ଦୋଷୀ ସାବ୍ୟସ୍ତ କରି ପୋସ୍କୋ ଆକ୍ଟରେ କୋର୍ଟ ତାଙ୍କୁ ୧୪ ବର୍ଷ, ଦୁଷ୍କର୍ମ ମାମଲାରେ ୭ ବର୍ଷ ଏବଂ ଆଇଟି ଆକ୍ଟରେ ୫ ବର୍ଷ ଦଣ୍ଡିତ କରିଥିବାବେଳେ ତାଙ୍କୁ ୩୫,୦୦୦ ଟଙ୍କା ଜରିମାନା କରାଯାଇଛି। ଜରିମାନା ନଦେଲେ ଦୁଇ ବର୍ଷର ଅତିରିକ୍ତ ଦଣ୍ଡ ଭୋଗିବାକୁ ପଡ଼ିବ। ସମସ୍ତ ଦଣ୍ଡ ଏକାସାଙ୍ଗରେ ଚାଲିବ।
ସୂଚନାଯୋଗ୍ୟ ଯେ ଜୁଲାଇ ୨୦୧୮ରେ ବାବାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ସେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରୁଥିବା ଦେଖିବାକୁ ମିଳିଥିଲା। ଭିଡିଓ ଭାଇରାଲ୍ ହେବା ମାତ୍ରେ ଟୋହାନାରେ ବିରୋଧର ସ୍ୱର ବ୍ୟାପିଗଲା ଏବଂ ଲୋକମାନେ ବାବାଙ୍କ ବିରୋଧରେ ସ୍ୱର ଉଠେଇବା ଆରମ୍ଭ କଲେ।
ଜୁଲାଇ ୧୯, ୨୦୧୮ରେ ଟୋହାନା ନଗର ପୋଲିସ ଷ୍ଟେସନ୍ର ତତ୍କାଳୀନ ଦାୟିତ୍ୱରେ ଥିବା ପ୍ରଦୀପ କୁମାରଙ୍କ ଅଭିଯୋଗରେ ଟୋହାନା ପୋଲିସ ଦୁଷ୍କର୍ମ, ପୋସ୍କୋ ଆକ୍ଟ ସମେତ ବିଭିନ୍ନ ବିଭାଗରେ ବାବା ଅମର ପୁରୀ ବା ବିଲୁରାମ ଛଦ୍ମନାମ ଜଲେବୀ ବାବାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।
ଏହା ପରେ ପୋଲିସ ଅଭିଯୁକ୍ତ ବାବାଙ୍କୁ ଗିରଫ କରିଥିଲା ଏବଂ ତାଙ୍କ ଘରୁ ଅଫିମ, ବନ୍ଧୁକ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ଜିନିଷ ଜବତ କରାଯାଇଥିଲା। ୧୦୦ ଜଣରୁ ଅଧିକ ମହିଳାଙ୍କ ସହ ବାବାଙ୍କ ସମ୍ପର୍କ ଥିବା ଭିଡିଓ ମଧ୍ୟ ପୋଲିସ ଉଦ୍ଧାର କରିଛି। ଜାନୁଆରୀ ୫ ରେ ତାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ।
ଖବର ଅନୁଯାୟୀ, ଜଲେବୀ ବାବା ଭିଡିଓ କ୍ଲିପ୍ଗୁଡିକ ବ୍ୟବହାର କରି ମହିଳାମାନଙ୍କୁ ଶୋଷଣ ଏବଂ ବ୍ଲାକ୍ମେଲ୍ କରୁଥିଲେ। ଏକ ଭିଡିଓ ଭାଇରାଲ୍ ହେବା ପରେ ଟୋହାନା ପୋଲିସ ତାଙ୍କ ବିରୋଧରେ ୧୯ ଜୁଲାଇ ୨୦୧୮ରେ ଏକ ମାମଲା ରୁଜୁ କରିଥିଲା। ଯେତେବେଳେ ପୋଲିସ ଅନୁସନ୍ଧାନ କଲା, ବାବାଙ୍କ ଠାରୁ ପ୍ରାୟ ୧୨୦ଟି ଭିଡିଓ କ୍ଲିପ୍ ମିଳିଥିଲା, ଯାହା ବିଭିନ୍ନ ମହିଳାଙ୍କ ଥିଲା। ଏହି ସମସ୍ତ ଭିଡିଓ କେବଳ ବାବାଙ୍କ ମୋବାଇଲ୍ରୁ ସୁଟ୍ କରାଯାଇଥିଲା।
ଜଲେବୀ ବାବା ପଞ୍ଜାବର ମନସା ସହରରୁ ପ୍ରାୟ ୨୩ ବର୍ଷ ପୂର୍ବେ ଟୋହାନକୁ ଆସିଥିଲେ। ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିବା ବେଳେ ବାବାଙ୍କର ୪ ଝିଅ ଏବଂ ୨ ପୁଅ ଅଛନ୍ତି। ବାବା ପ୍ରଥମ ୧୩ ବର୍ଷ ପାଇଁ ଏକ ଜଲେବି ଷ୍ଟଲ୍ ଚଳାଉଥିଲେ। ସେହି ସମୟରେ ସେ ଏକ ତାନ୍ତ୍ରିକଙ୍କୁ ଭେଟିଥିଲେ।
ଅମରବୀର ସେହି ତାନ୍ତ୍ରିକଙ୍କ ଠାରୁ ତନ୍ତ୍ର-ମନ୍ତ୍ର ଶିକ୍ଷା କରି ସହରରୁ ଅଦୃଶ୍ୟ ହୋଇ ହରିୟାଣାର ଟୋହାନାରେ ରହିବାକୁ ଲାଗିଲେ। ଏଠାରେ ସେ ଅନେକ ମହିଳାଙ୍କୁ ତାଙ୍କ ଜାଲରେ ପକାଇଥିଲେ। ୨୦୧୮ ମସିହାରେ ତାଙ୍କର ଜଣେ ପରିଚିତଙ୍କ ପତ୍ନୀ ମନ୍ଦିର ଭିତରେ ଦୁଷ୍କର୍ମ କରବା ନେଇ ବାବାଙ୍କ ବିରୋଧରେ ଅଭିଯୋଗ କରିଥିଲେ, କିନ୍ତୁ ପରେ ସେ ଜାମିନ ପାଇଥିଲେ। କିନ୍ତୁ ବର୍ତ୍ତମାନ ବାବା ୧୦୦ରୁ ଅଧିକ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
]]>ମିଳିଥିବା ସୂଚନା ଅନୁସାରେ, ଜାନୁଆରୀ ୧ ଅର୍ଥାତ୍ ନୂଆବର୍ଷ ଦିନ ଭୋର ସମୟରେ ଏହି ଅମାନବୀୟ ଘଟଣା ଘଟିଛି। ଯୁବତୀଙ୍କ ଜଣେ ପଡ଼ୋଶୀ ବଳପୂର୍ବକ ଭାବେ ପାଟି ବନ୍ଦ କରୁ ତାଙ୍କୁ ଘର ଭିତରକୁ ନେଇ ଯାଇଥିଲେ। ଏହାପରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଏହାକୁ ବିରୋଧ କରି ଚିତ୍କାର କରିବାରୁ ଅଭିଯୁକ୍ତ ତାଙ୍କୁ ମାଡ଼ ମାରିବା ସହ ବିଷ ପିଆଇ ଦେଇଥିଲେ।
ଯୁବତୀଙ୍କ ପରିବାର ଲୋକ ଅଭିଯୁକ୍ତର ଘରେ ପହଞ୍ଚି ବିରୋଧ କରିବାରୁ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଅଭିଯୁକ୍ତ ସେମାନଙ୍କୁ ମାଡ଼ ମାରିବା ଥିବା ଅଭିଯୋଗ ହୋଇଛି।ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ତାଙ୍କ ମା’ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ପିଲିଭିଟ୍ ସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା ଚାଲିଛି।
ଅନ୍ୟପକ୍ଷେ, ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ଘଟଣା ପରଠୁ ଅଭିଯୁକ୍ତ ଘର ଲକ୍ କରି ଫେରାର ହୋଇଯାଇଛି। ତାକୁ ଧରିବା ଲାଗି ପୋଲିସ୍ ଛାନ୍ଭିନ୍ ଚଳାଇଛି।
]]>ସୂଚନା ଅନୁସାରେ, ଗତ ରବିବାର ଦିନ ଅଭିଯୁକ୍ତ ଦୀପକ ଜନ୍ମଦିନ ପାଳନ ପାଇଁ ଏକ ପାର୍ଟିର ଆୟୋଜନ କରିଥିଲେ। ପାର୍ଟି ଚାଲୁ ଥିବାରୁ ଅଧିକ ହୋହାଲ୍ଲା ହେଉଥିଲା। ଏଥିରେ ଅତିଷ୍ଠ ହୋଇ ଜଣେ ମହିଳା ପଡ଼ୋଶୀ ହୋହାଲ୍ଲା ନକରିବାକୁ ସେମାନଙ୍କୁ କହିଥିଲେ। ହେଲେ ଅଭିଯୁକ୍ତମାନେ ତାଙ୍କ କଥାକୁ ଖାତିର କରିନଥିଲେ। ବରଂ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ରାଜଧାନୀରେ ଚାଞ୍ଚଲ୍ୟ : ବାର୍ଥ ଡେ ପାର୍ଟରେ ମହିଳାଙ୍କୁ ଗଣଦୁଷ୍କର୍ମ, ତିନି ଅଭିଯୁକ୍ତ ଗିରଫ#Odisha #OTV #Rape pic.twitter.com/pIeD5spptn
— ଓଟିଭି (@otvkhabar) December 14, 2022
ପୀଡ଼ିତାଙ୍କ ଚିତ୍କାର ଶୁଣି କିଛି ପଡୋଶୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କ କବଳରୁ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରିଥିଲେ। ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହେବା ପୂର୍ବରୁ ପୀଡ଼ିତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିବା ଅଭିଯୋଗ ହୋଇଛି।
ଘଟଣାକୁ ନେଇ ଉକ୍ତ ମହିଳା ଓ ତାଙ୍କ ସ୍ୱାମୀ ମଞ୍ଚେଶ୍ଵର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ୍ କିଛି ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାସହ ପୋଲିସ୍ ଘଟଣାର ତତନ୍ତ ଚଳାଇଛି।
]]>ଡିସେମ୍ବର ୫ରେ ପୀଡ଼ିତା ଜଣକ ପେଟ ଯନ୍ତ୍ରଣା ଓ ବିପି ପାଇଁ ପନ୍ତ ବିଶ୍ୱବିଦ୍ୟାଳୟରେ ଥିବା ହସ୍ପିଟାଲକୁ ଯାଇଥିଲେ । ଆଉ ସେତେବେଳେ ହସ୍ପିଟାଲରେ ଉପସ୍ଥିତ ଥିଲେ ଡଃ ଦୁର୍ଗେଶ । ହେଲେ ସେ ଛାତ୍ରୀଙ୍କ ଚିକିତ୍ସା କରିବେ କ’ଣ ତାଙ୍କ ଉପରେ ଖରାପ ନଜର ପକାଇଥିଲେ । ଏକୁଟିଆ ପାଇଁ ହସ୍ପିଟାଲର ଏକ ରୁମରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ବର୍ତ୍ତମାନ ଡାକ୍ତରଙ୍କ ବିରୋଧରେ ଦୁଷ୍କର୍ମ ଓ ନିର୍ଯାତନା ମାମଲା ରୁଜୁ ହୋଇଛି । ପୋଲିସ ତାଙ୍କୁ ଗିରଫ କରିବା ପାଇଁ ତାଙ୍କ ବାସଭବନରେ ଚଢ଼ାଇ କରିଥିଲା, କିନ୍ତୁ ସେଠାରୁ ସେ ଫେରାର ହୋଇଯାଇଥିବା ସୂଚନା ମିଳିଛି ।
ତେବେ ଦୁଷ୍କର୍ମ କରିବା ପରେ ଡାକ୍ତର ଜଣକ ଛାତ୍ରୀଙ୍କୁ ଧମକାଇଥିଲେ । ଏକଥା କାହାକୁ କହିଲେ ଜୀବନ ନଷ୍ଟ କରିଦେବି ବୋଲି କହିଥିଲେ । ହେଲେ ଛାତ୍ରୀ ଜଣକ ବିଳମ୍ବ ନକରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ଆଉ ତା’ପରେ ଏହି ମାମଲା ପୋଲିସ୍ ନିକଟରେ ପହଞ୍ଚିଥିଲା ।
ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଫେରାର ଥିବା ଡାକ୍ତରଙ୍କୁ ଖୋଜିବା ପାଇଁ ଏକ ଟିମ୍ ନିୟୋଜିତ ହୋଇଛନ୍ତି । ତାଙ୍କୁ ଶୀଘ୍ର ଗିରଫ କରାଯିବ। ମହିଳା ଇନ୍ସପେକ୍ଟର ମଞ୍ଜୁ ପାଣ୍ଡେଙ୍କୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଛି ।
ସେପଟେ ଜିବି ପନ୍ତ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ କମିଟି ଦ୍ୱାରା ଏନେଇ ପୁଙ୍ଖାନୁପୁଙ୍ଖ ଯାଂଚ କରାଯାଇଥିଲା । ଆଉ ଯାଂଚ ଆଧାରରେ ଅଭିଯୁକ୍ତ ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ପରେ ତାଙ୍କୁ କଲେଜରୁ ନିଲମ୍ବିତ କରାଯିବା ସହ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଥିଲା ।
]]>ଗଣଦୁଷ୍କର୍ମ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଛନ୍ତି ଶିକ୍ଷକ । ଛାତ୍ରୀଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ସେ ନିଜେ ବି ଦୁଷ୍କର୍ମ କରିଛନ୍ତି । ଗତ ଶନିବାର ଦିନ ବିହାର ଜିଲ୍ଲାର କୈମୁର ଜିଲ୍ଲାର ଅଧୋରା ଥାନା ଅନ୍ତର୍ଗତ ଏକ ଗାଁରେ ଏପରି ଲଜ୍ଜାଜନକ ଘଟଣା ଘଟିଛି । ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ଜଘନ୍ୟତାର ସବୁ ସୀମା ପାର୍ କରି ଦେଇଛନ୍ତି ।
ଜଣେ ୧୪ ବର୍ଷିୟା ନାବାଳିକାଙ୍କୁ କିଛି ପିଲା ଉଠାଇ ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ହେଲେ ସେହି ସ୍ଥାନକୁ ପ୍ରଧାନ ଶିକ୍ଷକ ଆସୁଥିବା ଦେଖି ଘଟଣାସ୍ଥଳରୁ ଫେରାର ମାରିଥିଲେ । ଅନ୍ୟପଟେ ଶିକ୍ଷକ ଜଣକ ପୀଡ଼ିତାଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ତାଙ୍କୁ ଦୁଷ୍କର୍ମ କରିଛନ୍ତି ।
ଅଭିଯୋଗ ଆଧାରରେ ଅଭିଯୁକ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ଭାସ୍କରଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇଛି । ପ୍ରଧାନଶିକ୍ଷକ ଏବଂ ଅଭିଯୁକ୍ତଙ୍କ ବିରୋଧରେ ପୋକସୋ ଅଧୀନରେ ମାମଲା ରୁଜୁ ହୋଇଥିବା ପୋଲିସ କହିଛି । ନାବାଳିକାକୁ ଡାକ୍ତରଖାନା ପଠାଇ ଦିଆଯାଇଛି । ଆଉ ପୀଡ଼ିତାଙ୍କ ବୟାନ୍ ଆଧାରରେ ୧୬୪ ଧାରା ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ନିକଟରେ ରେକର୍ଡ କରାଯିବ ।
ଡିସିପିଙ୍କ ସୂଚନା ଅନୁସାରେ, ଶନିବାର ଦିନ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ୍ । ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଓ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି । ଅଷ୍ଟମ ଶ୍ରେଣୀର ଛାତ୍ରୀ ଜଣକ ଶନିବାର ସନ୍ଧ୍ୟାରେ ନିକଟସ୍ଥ ପଡ଼ିଆକୁ ଶୌଚ କାର୍ଯ୍ୟ ସାରିବାକୁ ବାହାରିଥିବା ସମୟରେ ଏହି ଘଟଣା ଘଟିଥିଲା ।
]]>ଘଟଣାକୁ ନେଇ ପୋଲିସ୍ FIR ରୁଜୁ କରିବା ସହ ଉକ୍ତ ବାଳକଙ୍କ ବିରୋଧରେ ଦୁଷ୍କର୍ମ ଓ POCSO ଆକ୍ଟ ଲଗାଇଛି। ଏହାସହ ତାଙ୍କୁ ଜିଲ୍ଲା ଜୁଭେନାଇଲ୍ ବୋର୍ଡରେ ହାଜର କରାଯାଇ ଜୁଭେନାଇଲ୍ ହୋମ୍କୁ ପଠାଇ ଦିଆଯାଇଛି।
ନାବାଳିକାଙ୍କ ବାପାଙ୍କ କହିବା ଅନୁସାରେ, ନାବାଳିକା ଜଣକ ତୃତୀୟ ଶ୍ରେଣୀରେ ପଢ଼ନ୍ତି। ଘଟଣା ଘଟିବା ଦିନ ସେ ଏକାକୀ ଘରେ ଥିଲେ। ଯେତେବେଳେ ପରିବାର ଲୋକ ଘରକୁ ଫେରିଲେ ଝିଅ କାନ୍ଦୁ ଥିବା ଦେଖିବାକୁ ପାଇଥିଲେ। ଏନେଇ ପରିବାର ଲୋକେ ତତ୍କ୍ଷଣାତ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ୍ ଘଟଣାର ତଦନ୍ତ କରି ୧୦ ବର୍ଷର ନାବାଳକକୁ ଅଟକ ରଖିଥିଲା।
ପଚରାଉଚରା ବେଳେ ନାବାଳକ ଜଣକ ନିଜର ଅପରାଧ ସ୍ୱୀକାର କରିଥିଲେ। ମୋବାଇଲ୍ ଫୋନ୍ରେ ପର୍ଣ୍ଣ ଦେଖିବା ପରେ ଏଭଳି କାଣ୍ଡ ଘଟାଇଥିବା ସେ କହିଛନ୍ତି।
]]>ଚାରି ଜଣ ପ୍ରଥମେ ଯୁବକ ଅନଲାଇନରେ ଭେଟିଥିଲେ । କିଛି ଦିନର ବନ୍ଧୁତା ପରେ ନିଜର ଘୃଣ ମାନସିକତାକୁ ଚରିତାର୍ଥ କରିବା ପାଇଁ ପ୍ରଥମେ ଯୋଜନା ପ୍ରସ୍ତୁତ କରିଥିଲେ । ନିଜ ନିଜ ସ୍ତ୍ରୀଙ୍କ ଅଜାଣତରେ ନିଦ ବଟିକା ଦେଇ ଶାରିରୀକ ସମ୍ପର୍କ ରଖୁଥିଲେ । ତେବେ ବର୍ଷେ କି ଦୁଓ ବର୍ଷ ନୁହେଁ ଆଠ ବର୍ଷ ଧରି ସେମାନେ ଏପରି କୁକର୍ମ କରିଚାଲିଥିଲେ ।
ନିଦ ବଟିକା ଦେବାପରେ ଅଭିଯୁକ୍ତଙ୍କ ସ୍ତ୍ରୀ ବେହୋସ୍ ହୋଇଯାଉଥିଲେ । ଆଉ ସେହି ସମୟରେ ସମସ୍ତେ ଅଦଳବଦଳ କରି ଜଣେ ଅନ୍ୟ ଜଣଙ୍କ ସ୍ତ୍ରୀ ସହିତ ଶାରିରୀକ ସମ୍ପର୍କ ରଖୁଥିଲେ । କେବଳ ଏତିକି ନୁହେଁ ସେହି ସମୟର ଭିଡିଓ ମଧ୍ୟ ତିଆରି କରି ପାଖରେ ରଖୁଥିଲେ ।
ହେଲେ ସବୁ ଦିନ ଚୋର ଘର ଅନ୍ଧାର ନଥାଏ । ଥରେ ଜଣେ ଯୁବକଙ୍କୁ ତାଙ୍କ ସ୍ତ୍ରୀ ଧରିପକାଇଥିଲେ । ସ୍ୱାମୀଙ୍କ ଫୋନରେ ଅନ୍ୟ ଜଣେ ପୁରୁଷ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଥିଲା । ଆଉ ତା’ପରେ ସବୁ କଥା ଜଣାପଡ଼ିଥିଲା ।
ଏନେଇ ଚାରି ମହିଳା ପୋଲିସ୍ରେ ଅଭିଯୋଗ କରିଥିଲେ । ଏବେ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇ କଠୋର ଦଣ୍ଡ ବିଧାନ କରାଯାଇଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ନାମ ସର୍ବସମ୍ମୁଖରେ ପ୍ରକାଶ କରାଯାଇ ନାହିଁ । କାରଣ ସେମାନଙ୍କ ପରିଚୟ ସହିତ ମହିଳାଙ୍କ ପରିଚୟ ଜଡ଼ିତ ରହିଛି ।
ତେବେ ଅଭିଯୋଗ ଆଧାରରେ ଦୁଇ ଜଣ ବ୍ୟକ୍ତିକୁ ୧୯ରୁ ୨୩, ଆଉ ଜଣକୁ ୧୭ରୁ ୨୧ ଓ ଅନ୍ୟ ଜଣକୁ ୧୬.୫ ବର୍ଷ ଜେଲଦଣ୍ଡ ହେବାର ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ ଚାରି ଜଣ ମହିଳାଙ୍କୁ ୨୦୧୦ରୁ ୨୦୧୮ ମଧ୍ୟରେ ଏପରି ଶୋଷଣ କରାଯାଉଥିଲା । ଏହି ସମସ୍ତ ଅଭିଯୁକ୍ତ ଅନଲାଇନ୍ ଫୋରମ୍ 'ସାମିବୋ' ରେ ଭେଟିଥିଲେ ।
]]>ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ତାଙ୍କର କୌଣସି ସନ୍ତାନ ହେଉ ନଥିବାରୁ ସେ ବାବାଙ୍କ ପାଖକୁ ଯାଇଥିଲେ। ହେଲେ ମିର୍ଚି ବାବା ଏହାର ଫାଇଦା ଉଠାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି କଥା କାହାକୁ ନକହିବା ପାଇଁ ବାବା ସମ୍ପୃକ୍ତ ମହିଳାଙ୍କୁ ଧମକ ମଧ୍ୟ ଦେଇଥିଲେ। ହେଲେ ମହିଳା ଜଣକ ବାବାଙ୍କ ଧମକକୁ ନଡରି ପୋଲିସ୍ରେ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ବୟାନ ଆଧାରରେ ବୈରାଜ୍ଞାନନ୍ଦ ଗିରି ଓରଫ ମିର୍ଚି ବାବାଙ୍କ ବିରୋଧରେ ପୋଲିସ୍ ବିଭିନ୍ନ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି।
ପୀଡ଼ିତାଙ୍କ ଘର ମଧ୍ୟପ୍ରଦେଶ ରାଜଧାନୀ ଭୋପାଳର ପଡ଼ୋଶୀ ଜିଲ୍ଲା ରାଇସେନ୍ରେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ବିବାହର ୪ ବର୍ଷ ପରେ ମଧ୍ୟ ସମ୍ପୃକ୍ତ ମହିଳାଙ୍କର କୌଣସି ସନ୍ତାନ ନାହିଁ। ଫଳରେ ସେ ମିର୍ଚି ବାବାଙ୍କ ସହ ଯୋଗାଯୋଗରେ ଆସିଥିଲେ। ପୂଜା-ପାଠ କଲେ ସନ୍ତାନ ପ୍ରାପ୍ତି ହେବ ବୋଲି ବାବା ଦାବି କରିଥିଲେ। ଏହାପରେ ଉକ୍ତ ମହିଳାଙ୍କୁ ଡାକି ନିଶା ଔଷଧ ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଏନେଇ ମହିଳା ଜଣକ ସୋମବାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ଅଭିଯୋଗ ଆଧାରରେ ବିଳମ୍ବିତ ରାତିରେ ଗ୍ୱାଲିୟରରୁ ମିର୍ଚି ବାବାଙ୍କୁ ଗିରଫ କରି ଭୋପାଳ ଆଣିଥିଲେ। ତାଙ୍କୁ ପଚରାଉଚରା ପରେ ସେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ସାଂସଦ ଦିଗ୍ବିଜୟ ସିଂ ନିକଟତର ବୋଲି ଜଣାପଡ଼ିଛି ।
]]>୨୦୧୯ରେ ୨ ହଜାର ୯୫୦ ଜଣ ଦୁଷ୍କର୍ମର ଶିକାର ହୋଇଥିବା ବେଳେ ୨୦୨୦ରେ ୨ ହଜାର ୯୮୪ ଜଣ, ୨୦୨୧ରେ ୩ ହଜାର ୩୨୭ ଜଣ ଏବଂ ଚଳିତ ବର୍ଷ ଏପ୍ରିଲ ସୁଦ୍ଧା ୮୬୮ଟି ଦୁଷ୍କର୍ମ ମାମଲା ଆସିଛି । ସେହିଭଳି ଏହି ସାଢ଼େ ୩ ବର୍ଷର ଅବଧିରେ ରାଜ୍ୟରେ ୫ ହଜାର ୫୮୪ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି ।
ସେମାନଙ୍କ ଭିତରୁ ୨୦୧୯ରେ ୧ ହଜାର ୬୩୫ ଜଣ, ୨୦୨୦ରେ ୧ ହଜାର ୬୪୬ ଜଣ, ୨୦୨୧ରେ ୧ ହଜାର ୮୭୧ ଜଣ ଏବଂ ଚଳିତ ବର୍ଷର ପ୍ରଥମ ୪ ମାସରେ ୪୩୨ ଜଣ ନାବାଳିକା ଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି । ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଏଭଳି ଉତ୍ତର ପରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ।
]]>୨୦୧୮ ମସିହା ଜାନୁଆରୀ ୬ ତାରିଖ ଅପରାହ୍ନ ପ୍ରାୟ ୩ଟା ବେଳେ ରାଜନଗର ଥାନା ଅଞ୍ଚଳର ଜଣେ ନାବାଳିକା ପୋଖରୀ କୂଳରୁ ଲୁଗା ତୋଳି ଘରକୁ ଫେରିଲେ। ଠିକ୍ ସେହି ସମୟରେ ନବୀନ ସେଠୀ ତା’ ମୁହଁକୁ ବନ୍ଦ କରି ଟେକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।ଏନେଇ ପୀଡ଼ିତାଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏପରିକି ଅଭିଯୁକ୍ତ ନବୀନ ସେଠୀକୁ ଗିରଫ କରିଥିଲା।
କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋସ୍କୋ କୋର୍ଟରେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ସମସ୍ତ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ମାନ୍ୟବର ପୋସ୍କୋ କୋର୍ଟର ବିଚାରପତି, ଅଭିଯୁକ୍ତ ନବୀନକୁ ୩୭୬(୩) ଓ ୪ ପୋସ୍କୋ ଆକ୍ଟରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି।
]]>ସୂଚନା ଅନୁସାରେ, କୁନ୍ଦେଇ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ୩ ବର୍ଷ ପୂର୍ବେ ରାଇଘର ଅଞ୍ଚଳର ଜଣେ ଯୁବକ ବିବାହ କରିଥିଲେ। ତେବେ ବିବାହର ମାତ୍ର ୩ ମାସ ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ମହିଳା ଜଣକ ସ୍ୱାମୀଙ୍କୁ ଛାଡ଼ି ନିଜ ବାପ ଘରେ ରହି ଆସୁଥିଲେ। ଭଙ୍ଗା ସଂସାରକୁ ଆଉ ଥରେ ପୁନର୍ବାର ଗଢ଼ିବା ପାଇଁ ସମ୍ପୃକ୍ତ ବ୍ୟକ୍ତି ସ୍ତ୍ରୀଙ୍କୁ କହିଥିଲେ। ଉଭୟ ହାଇଦ୍ରାବାଦ ଯାଇ କାମ କରି ପୁଣିଥରେ ନୂତନ ଜୀବନ ଆରମ୍ଭ କରିବା କଥା କହି ସ୍ତ୍ରୀକୁ ବ୍ୟକ୍ତି ଜଣକ ଫୋନ୍ରେ କହିଥିଲେ।
ଚଳିତ ମାସ ୨୦ ତାରିଖ ସନ୍ଧ୍ୟାରେ ଯୋଜନା ବଦ୍ଧ ଭାବେ ଉକ୍ତ ବ୍ୟକ୍ତି ସ୍ତ୍ରୀଙ୍କୁ ବାଇକ୍ରେ ବସାଇ ଆଣିବା ସହ ନିଜର ୨ଜଣ ସାଙ୍ଗଙ୍କୁ ମଧ୍ୟ ସାଙ୍ଗରେ ନେଇକି ଆସିଥିଲେ। ସ୍ଥାନୀୟ ହଳଦୀ ଘାଟି ନିକଟରେ ନିଜ ସ୍ତ୍ରୀଙ୍କ ସହ ଦୁଷ୍କର୍ମ ଓ ପରେ ହତ୍ୟା କରିବା ପାଇଁ ପିଶାଚ ସ୍ୱାମୀ ସାଙ୍ଗଙ୍କୁ କହିଥିଲେ। ଏହାପରେ ୨ଜଣ ସାଙ୍ଗ ମିଶି ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କୌଣସିମତେ ସୁଯୋଗ ଦେଖି ମହିଳା ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହାପରେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ସହ କୁନ୍ଦେଇ ଥାନାର ଦ୍ୱାରସ୍ଥ ହୋଇଥିଲେ।
ଗତକାଲି ଘଟଣାର ତଦନ୍ତ କରି କୁନ୍ଦେଇ ପୋଲିସ ଅଭିଯୁକ୍ତ ସ୍ୱାମୀ ଏବଂ ଜଣେ ସାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଅନ୍ୟ ଜଣେ ସାଙ୍ଗ ଫେରାର୍ ଥିବା ଥାନା ଅଧିକାରୀ ପ୍ରଶାନ୍ତ ସେଠୀ ସୂଚନା ଦେଇଛନ୍ତି।
]]>ଶନିବାର ଜଣେ ୨୭ ବର୍ଷୀୟ ମହିଳା ଉତ୍ତର-ପୂର୍ବ ଦିଲ୍ଲୀର ଖଜୁରୀ ଖାସ୍ ଅଞ୍ଚଳରୁ କାଶମେରେ ଗେଟ୍ ଅଭିମୁଖେ ଗାଡିରେ ବସିବା ପରେ ଅଟୋ ଡ୍ରାଇଭର ସମେତ ଅନ୍ୟ ଦୁଇ ଜଣ ତାଙ୍କୁ ଗଣଦୁଷ୍କର୍ମଣ କରିଥିବାର ଅଭିଯୋଗ କରିଛନ୍ତି। ପୋଲିସର ସୂଚନାନୁସାରେ ମହିଳା ଜଣକ ଉତ୍ତରପ୍ରଦେଶର ସମ୍ଭାଲ୍ ଅଞ୍ଚଳରେ ରୁହନ୍ତି। ସେ ତାଙ୍କର କିଛି କାମ ପାଇଁ ଦିଲ୍ଲୀ ଆସିଥିଲେ। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଆଇଟିଓ-ଯମୁନା ବ୍ରିଜ ନିକଟରେ ଥିବା ଏକ କୋଠରୀକୁ ନିଆଯାଇ ସେଠାରେ ଗଣଦୁଷ୍କର୍ମ କରାଯାଇଥିଲା।
ପୋଲିସର ପଚରାଉଚରା ବେଳେ ଅଟୋ ଡ୍ରାଇଭର କହିଛନ୍ତି ଯେ ଏହି ଘଟଣାରେ ତାଙ୍କ ସହ ଜଣେ ବନ୍ଧୁ ଥିଲେ। କିନ୍ତୁ ମହିଳାଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଅଟୋ ଡ୍ରାଇଭରଙ୍କ ସହ ଜଣେ ନୁହେଁ ବରଂ ଆଉ ଦୁଇ ଜଣ ଦୁଷ୍କର୍ମଣ କରିଛନ୍ତି। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଆଇପି ଇଷ୍ଟେଟ୍ ପୋଲିସ୍ ଷ୍ଟେସନରେ ଗଣଦୁଷ୍କର୍ମଣର ମାମଲା ରୁଜୁ କରାଯାଇଛି ଏବଂ ମହିଳାଙ୍କର ମେଡିକାଲ୍ ପରୀକ୍ଷା ମଧ୍ୟ କରାଯାଇଛି ବୋଲି ପୋଲିସ ଅଧିକାରୀ କହିଛନ୍ତି। ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଚେଷ୍ଟା ଜାରି ରହିଛି।
ଦେଶରେ ବଢି ଚାଲିଥିବା ଗଣଦୁଷ୍କର୍ମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ହେଲେ ଫଳାଫଳ ଶୂନ୍। ଭାରତରେ ପ୍ରତିଦିନ ହାରାହାରି ୭୭ ଟି ମହିଳା ଦୁଷ୍କର୍ମଣ ମାମଲା ଦେଖାଯାଉଛି। ଗତ ବର୍ଷ ସାରା ଦେଶରେ ୩,୭୧,୫୦୩ ଜଣ ମହିଳାଙ୍କୁ ଦୁଷ୍କର୍ମଣ ହୋଇଥିବା ମାମଲା ରୁଜୁ ହୋଇଥିଲା।
]]>ଏକ ପ୍ରେସ୍ମିଟ୍ରେ ସାମ୍ବାଦିକଙ୍କ ପ୍ରଶ୍ନରେ ବାୟୁସେନା ମୁଖ୍ୟ କହିଛନ୍ତି, ଏଭଳି ଘଟଣା ପାଇଁ ବାୟୁସେନାରେ କଠୋର ନିୟମ ରହିଛି। ପୀଡିତାଙ୍କ କୌଣସି ୨ ଫିଙ୍ଗର ଟେଷ୍ଟ କରାଯାଇ ନାହିଁ। ଏନେଇ ଗଣମାଧ୍ୟମରେ ଭୁଲ୍ ଖବର ପ୍ରଚାରପ୍ରସାର ହୋଇଛି।
ପୀଡ଼ିତାଙ୍କ ଅଭିଯୋଗକୁ ଗୁରତ୍ୱର ସହ ନେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ତଦନ୍ତ ରିପୋର୍ଟ ଆଧାରରେ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
କୋଏମ୍ବାଟୁରରେ ଥିବା ବାୟୁସେନା କଲେଜରେ ଜଣେ ମହିଳା ଅଧିକାରୀ ତାଙ୍କ ପୁରୁଷ ସହଯୋଗୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏନେଇ ମହିଳା ବାୟୁସେନା ଅଧିକାରୀ ଗତମାସ ୨୫ ତାରିଖରେ ଅଭିଯୋଗ କରିଥିଲେ। ସେହି ଦିନ ହିଁ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ତେବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାର ତଦନ୍ତ ଦାୟିତ୍ୱ ବାୟୁ ସେନାକୁ ହସ୍ତାନ୍ତର କରାଯାଇଛି।
]]>ଏଠାରେ ୩୨ ବର୍ଷ ବୟସ୍କା ଜଣେ ମହିଳା ପ୍ରଥମ ଥର ପାଇଁ ଦୁଷ୍କର୍ମର ଶିକାର ହୋଇଥିଲେ। ସୂଚନା ମୁତାବକ ଅଭିଯୁକ୍ତ ଜଣକ ପ୍ରଥମେ ତାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କ ଗୁପ୍ତାଙ୍ଗରେ ରଡ୍ ପୂରେବା ଭଳି ନୃଶଂସ କାମ କରିଥିଲା। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସା ହେଉଥିବା ବେଳେ ଶନିବାର ମୃତ୍ୟୁବରଣ କରିଛନ୍ତି। ମହିଳାଙ୍କୁ ଅଣାଯିବା ବେଳେ ଗାଡି ଭିତରେ ରକ୍ତ ଦାଗ ମଧ୍ୟ ମିଳିଥିବା ପୋଲିସ ଅଧିକାରୀ କହିଛନ୍ତି। ଡାକ୍ତରଙ୍କ ଅନୁଯାୟୀ, ଆଡ୍ମିଶନ୍ ସମୟରେ ମଧ୍ୟ ମହିଳାଙ୍କ ଅବସ୍ଥା ଗୁରୁତର ଥିଲା।
ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଏହି ଦୁଷ୍କର୍ମ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଉଦ୍ଧବ ଠାକରେ ମୁମ୍ବାଇ ପୋଲିସ୍ କମିଶନରଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପାଇଛନ୍ତି। ସେ କହିଛନ୍ତି ଯେ ଏହି ମାମଲା ଫାଷ୍ଟ୍ ଟ୍ରାକ୍ କୋର୍ଟକୁ ପଠାଯିବ ଏବଂ ପୀଡିତାଙ୍କୁ ନ୍ୟାୟ ମିଳିବ।
ତଦନ୍ତକୁ ଶୀଘ୍ର ଯାଞ୍ଚ୍ କରିବାକୁ ମୁଖ୍ୟମନ୍ତ୍ରୀ ଠାକରେ ମଧ୍ୟ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନଭିସ୍ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହା ମାନବିକତାକୁ ଲଜ୍ଜିତ କରିବା ଭଳି ଏକ ଘଟଣା।
]]>ସୂଚନା ଅନୁସାରେ, ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ଏକ ଜିମ୍ ମାଲିକ ଯୌନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଜିମ୍ ମାଲିକ ଜଣେ ମହିଳାଙ୍କୁ ଅଟକାଇବା, ତାଙ୍କ ଘରେ ଜୋର ଜବରଦସ୍ତ ପ୍ରବେଶ କରିବା, ପ୍ରେମ ନିବେଦନ କରିବା ସହ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରିବା ମାମଲାରେ ସମ୍ପୃକ୍ତ ବ୍ୟକ୍ତି ପୋଲିସ ଦ୍ୱାରା ଗିରଫ ହୋଇଥିଲେ।
କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ସମ୍ପୃକ୍ତ ମହିଳା ହାଇକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି ଯେ ସମୟ ଅତିବାହିତ ହେବା ସହିତ ଦୋଷୀ ନିଜ ଚରିତ୍ର ବଦଳାଇଛନ୍ତି। ବର୍ତ୍ତମାନ ସମୟରେ ସମାଜର ଜଣେ 'ଭଲ ବ୍ୟକ୍ତି' ହୋଇପାରିଛନ୍ତି ସେ, ତେଣୁ ତାଙ୍କୁ ଜେଲରୁ ମୁକ୍ତ କରାଯିବା ଉଚିତ୍ ବୋଲି କୋର୍ଟକୁ କହିଛନ୍ତି। ଏଠାରେ କହୁରଖୁଛୁ, ମାମଲାଟି ୨୦୧୫ ମସିହାରେ ଭଣ୍ଡାରା ପୋଲିସ ଷ୍ଟେସନରେ ରେଜିଷ୍ଟ୍ରେସନ ହୋଇଥିଲା। ପୋଲିସ ଚାର୍ଜସିଟ୍ ଦାଖଲ ପରେ ମାଜିଷ୍ଟ୍ରେଟ୍ କୋର୍ଟ ଅଭିଯୁକ୍ତଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। କେବଳ ଏତିକି ନୁହେଁ ବରଂ ଏହା ସହିତ ୩୦ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଥିଲା।
ଜିମ୍ ମାଲିକ ୨୦୧୯ ରେ ଭଣ୍ଡାରା କୋର୍ଟରେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ଅର୍ଥାତ୍ ୨୦୨୦ ରେ ଖାରଜ ହୋଇଯାଇଥିଲା। ପରେ ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ତେବେ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଏହି ମାମଲାରେ ପୀଡିତା ମହିଳା ଜଣକ ଏକ ନୂତନ ଆଫିଡେଭିଟ୍ ଦାଖଲ କରିଛନ୍ତି।
ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ କୋର୍ଟରେ ହାଜର ହୋଇଥିଲେ। କିନ୍ତୁ କୋର୍ଟ ମହିଳାଙ୍କ ଆବେଦନ ଉପରେ ଶୁଣାଣି କରି କହିଥିଲେ ଯେ, ଅପରାଧୀଙ୍କୁ ଏବେ ଦଣ୍ଡମୁକ୍ତ କରାଯାଇପାରିବ ନାହିଁ। କିନ୍ତୁ ମହିଳାଙ୍କ ଆଫିଡେଭିଟକୁ ଦୃଷ୍ଟିରେ ରଖି ଦଣ୍ଡାଦେଶକୁ ସଂଶୋଧନ କରିବାକୁ କୋର୍ଟ କହିଛନ୍ତି। ଦୋଷୀଙ୍କ ଉପରେ ଲାଗୁ ହୋଇଥିବା ଜରିମାନା ବୃଦ୍ଧି କରି ଦଣ୍ଡାଦେଶ ହ୍ରାସ କରାଯାଇଛି। ହାଇକୋର୍ଟ ତାଙ୍କ ଉପରେ ୧ ଲକ୍ଷ ଟଙ୍କା ଜୋରିମାନା ଦେଇଥିବାବେଳେ ମାଜିଷ୍ଟ୍ରେଟ କୋର୍ଟ ତାଙ୍କ ଉପରେ ୩୦ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। କୋର୍ଟ କହିଛନ୍ତି ଯେ ଯଦି ବ୍ୟକ୍ତି ୭ ଦିନ ମଧ୍ୟରେ ଜରିମାନା ରାଶି ଜମା ନକରନ୍ତି ତେବେ ତାଙ୍କୁ ଆଉ ଏକ ବର୍ଷ ଅଧିକ କାରାଦଣ୍ଡ ଭୋଗିବାକୁ ପଡିବ।
]]>ଭୂଷଣ କୁମାରଙ୍କ ବିରୋଧରେ ଏହି ଅଭିଯୋଗ ଏବଂ ମାମଲା ରୁଜୁ ପରେ ଟି-ସିରିଜ୍ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଏହି ବିବୃତ୍ତିରେ କୁହାଯାଇଛି, 'ଶ୍ରୀ ଭୂଷଣ କୁମାରଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଏହା ଭିତରେ ଲେଖାଯାଇଥିବା ତଥ୍ୟକୁ ପ୍ରତ୍ୟାଖ୍ୟାନ କରିଛି କମ୍ପାନୀ। ଅଭିଯୋଗ କରି ମହିଳା ଜଣଙ୍କ କହିଥିଲେ ଯେ କାମର ବାହାନା କରି ତାଙ୍କୁ ୨୦୧୭ ରୁ ୨୦୨୦ ମଧ୍ୟରେ ଯୌନ ଶୋଷଣ କରାଯାଉଥିଲା। ତେବେ ଏହା ସଂପୂର୍ଣ୍ଣ ମିଥ୍ୟା ବୋଲି କମ୍ପାନୀ କହିଛି।
କମ୍ପାନୀର ବିବୃତ୍ତିରେ ଆହୁରି ଲେଖାଯାଇଛି ଯେ, 'ଆମର ରେକର୍ଡ ଅନୁଯାୟୀ ମହିଳା ଜଣକ ଆମ ସହ ଫିଲ୍ମ ଏବଂ ମ୍ୟୁଜିକ୍ ଭିଡିଓରେ କାମ କରିସାରିଛନ୍ତି। ମାର୍ଚ୍ଚ ୨୦୨୧ରେ, ଉକ୍ତ ମହିଳା ଶ୍ରୀ ଭୂଷଣ କୁମାରଙ୍କ ନିକଟକୁ ତାଙ୍କର ଏକ ୱେବ୍ ସିରିଜ ନେଇ ସାହାଯ୍ୟ ପାଇଁ ଆସିଥିଲେ। ଏହା ତାଙ୍କୁ ପ୍ରଡ୍ୟୁସ କରିବାର ଥିଲା। କିନ୍ତୁ ତାଙ୍କୁ ଏ କ୍ଷେତ୍ରରେ ଟଙ୍କା ଦେବାକୁ ମନା କରାଯାଇଥିଲା। ଜୁନ୍ ୨୦୨୧ରେ ମହାରାଷ୍ଟ୍ରରେ ତାଲାବନ୍ଦ ହଟାଯିବା ପରେ ଉକ୍ତ ମହିଳା ଜଣକ ତାଙ୍କ ସାଥୀମାନଙ୍କ ସହ ମିଶି ଟି-ସିରିଜ୍ ବ୍ୟାନର ନିକଟରେ ଦବରସସ୍ତ ଭାବେ ବହୁ ପରିମାଣର ଅର୍ଥ ଦାବି କରିବାକୁ ଲାଗିଲେ।
ଟି-ସିରିଜ୍ ନିଜ ବୟାନରେ ଆହୁରି ମଧ୍ୟ କହିଛି ଯେ କମ୍ପାନୀ ମଧ୍ୟ ଏହି ମହିଳାଙ୍କ ବିରୋଧରେ ଜୁଲାଇ ୧, ୨୦୨୧ରେ ମୁମ୍ବାଇର ଆମ୍ବୋଲି ପୋଲିସ ଷ୍ଟେସନରେ ଏହି ମହିଳାଙ୍କ ବିରୋଧରେ ଅଭିଯୋଗ ଆଣିଥିଲା, ଯେଉଁଥିରେ ଏହି ସବୁ କଥା ଉଲ୍ଲେଖ କରାଯାଇଥିଲା। ପ୍ରମାଣ ସ୍ୱରୂପ କିଛି ଅଡିଓ ରେକର୍ଡିଂ ଏବଂ କିଛି ମେସେଜ୍ ପୋଲିସକୁ ଦିଆଯାଇଥିଲା। ଏଭଳି ପରିସ୍ଥିତିରେ ମହିଳାଙ୍କ ଦ୍ୱାରା କରାଯାଇଥିବା ଦୁଷ୍କର୍ମ ଅଭିଯୋଗ ଏହି ପୁରୁଣା ମାମଲାର କ୍ରୋଧ ଛଡା ଆଉ କିଛି ନୁହେଁ। କମ୍ପାନୀ କହିଛି ଯେ ସେମାନେ ତାଙ୍କ ଆଇନଜୀବୀଙ୍କ ସହ ଆଲୋଚନା କରୁଛନ୍ତି ଏବଂ ଭବିଷ୍ୟତରେ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରିବେ।
]]>ଏହି ବର୍ଷ ରାଜ୍ୟରେ ୧ ଲକ୍ଷ ୩ ହଜାର ୮୬୬ଟି ଅପରାଧ ପଞ୍ଜିକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ୮୭ ହଜାର ୨୯୭ଟି ମାମଲା ଭାରତୀୟ ପିଙ୍ଗଳ କୋଡ଼୍ରେ ବିଭିନ୍ନ ଦଫାରେ ପଞ୍ଜିକୃତ ହୋଇଥିଲା। ସେଥିରୁ ୭୦ ହଜାର ୪୫ଟିରେ ଚାର୍ଜସିଟ୍ ଦାଖଲ କରାଯାଇଛି।
ସେହିପରି ୨୦୧୭ ମସିହାରେ ମୋଟ ୧ ହଜାର ୨୬୭ଟି ହତ୍ୟା ଓ ୨ ହଜାର ୨୨୧ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ରାଜନୈତିକ କାର୍ଯ୍ୟକଳାପରେ ବିରୋଧୀ ଦଳ ଓ ସେମାନଙ୍କ ବିଭିନ୍ନ ସାମ୍ମୁଖ୍ୟ ସ୍ଥାନୀୟ ସମସ୍ୟାକୁ ନେଇ କରିଥିବା ଆନ୍ଦୋଳନର ଶାନ୍ତିପୂର୍ଣ୍ଣ ସମାଧାନ ହୋଇଛି ବୋଲି ଶ୍ୱେତପତ୍ରରେ ଉଲ୍ଲେଖ ରହିଛି।
୨୦୧୭ ମସିହାରେ ୧୭ ଥର ସାମ୍ପ୍ରଦାୟିକ ବିଦ୍ୱେଷ ଦେଖାଦେଇଥିଲା। ରାଜ୍ୟରେ ଏହି ବର୍ଷ କୌଣସି ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଦେଖାଦେଇନଥିବା ବେଳେ ୫୨ଟି ବାମପନ୍ଥୀ ଉଗ୍ରବାଦ ଜନିତ ଘଟଣା ଘଟିଥିଲା। ରାଜ୍ୟର ୮ଟି ଜିଲ୍ଲାରେ ମାଓ କାର୍ଯ୍ୟକଳାପ ଉଦ୍ବେଗ ଜନକ ରହିଥିଲା, ୮ଟି ଜିଲ୍ଲାରେ ଏହା ନିୟନ୍ତ୍ରଣାଧୀନ ରହିଥିଲା ଏବଂ ୫ଟି ଜିଲ୍ଲାରେ ଏହା ପରିଲକ୍ଷିତ ହୋଇନଥିଲା। ୩୫ ଜଣ ମାଓବାଦୀ ଗିରଫ ହୋଇଥିବା ବେଳେ ୨୬ଜଣ ଆତ୍ମସମର୍ପଣ କରିଥିଲେ।
]]>