ନୂଆଦିଲ୍ଲୀ: ବିଶ୍ୱ ରେକର୍ଡ କଲା ଦୂରଦର୍ଶନରେ ରାମାୟଣର ପୁନଃ ପ୍ରସାରଣ। ଗୋଟିଏ ଦିନରେ ସର୍ବାଧିକ ଭିୟୁ ପାଇଥିବା ପ୍ରଥମ ପୌରାଣିକ ଟିଭି ଧାରିବାହିକ ହେଲା ରାମାୟଣ। ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମର ଗୋଟିଏ ଏପିସୋଡ୍ରେ ଦର୍ଶକ ସଂଖ୍ୟା ହିସାବରେ ଏହା ସାରା ବିଶ୍ୱର ସମସ୍ତ ରେକର୍ଡ ଭାଙ୍ଗି ଦେଇଥିବା ଦୂରଦର୍ଶନ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଗତ ୧୬ ତାରିଖରେ ପ୍ରସାରିତ ରାମାୟଣ ଏପିସୋଡ୍କୁ ୭ କୋଟି ୭୦ ଲକ୍ଷ ଲୋକ ଦେଖିଥିଲେ। ଏହା ସାରା ବିଶ୍ୱରେ ସର୍ବାଧିକ ବୋଲି ଦୂରଦର୍ଶନ କହିଛି।
ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ରାମାୟଣ ଦୂଦର୍ଶନରେ ପ୍ରଥମେ ୧୯୮୭ରେ ଆରମ୍ଭ ହୋଇ ୧୯୮୮ ପର୍ଯ୍ୟନ୍ତ ଚାଲିଥିଲା। ସେହି ସମୟରେ ମଧ୍ୟ ଏହା ପ୍ରଚୁର ଦର୍ଶକ ଲୋକପ୍ରିୟତା ପାଇଥିଲା, ଏବଂ ପ୍ରତ୍ୟେକ ଏପିସୋଡ୍ ପାଇଁ ପ୍ରଚୁର ଟଙ୍କା ଆୟ ମଧ୍ୟ ହେଉଥିଲା। ଏବେ ଦେଶରେ କରୋନା ପାଇଁ ଲକ୍ଡାଉନ୍ ସ୍ଥିତି ଥିବାରୁ ମାର୍ଚ୍ଚ ୨୮ରେ ରାମାୟଣକୁ ପୁନଃ ପ୍ରସାରଣ କରାଯାଇଥିଲା। ଯାହା ଏବେ ବିଶ୍ୱ ରେକର୍ଡ କରିଛି।
]]>