ଭୁବନେଶ୍ୱର : ଜେଲରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଜେରା। ନବଦିଗନ୍ତ ଚିଟ୍ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଝାରପଡ଼ା ଜେଲ୍ରେ ଜେରା କରାଯାଉଛି। ଭାରତ ସରକାରଙ୍କ କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟର ତିନି ଜଣିଆ ଟିମ୍ ହାଁସଦାଙ୍କୁ ଜେରା କରୁଛି। ଏଥିପାଇଁ ସ୍ୱତନ୍ତ୍ର ସିବିଆଇ କୋର୍ଟ କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟକୁ ଅନୁମତି ଦେଇଥିଲା। ନବଦିଗନ୍ତ ଚିଟ୍ଫଣ୍ଡ ଠକେଇ ମାମଲାରେ ୨୦୧୪ ମସିହାରୁ ଗିରଫ ହୋଇ ଜେଲରେ ଅଛନ୍ତି ରାମଚନ୍ଦ୍ର ହାଁସଦା।