• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rainfall In Odisha

Odisha Farmers stare at uncertainty over scanty rainfall
୧୮ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ: ବର୍ଷା ଅଭାବରୁ ଚାଷ କାର୍ଯ୍ୟରେ ଗୁରୁତର ବାଧା

ରାୟଗଡ଼ା, ମାଲକାନଗିରି ଓ ଗଜପତିରେ ଉଣା ଅଧିକେ ସବୁଠି ସମାନ ସ୍ଥିତି। କୋଉଠି ହାଲୁକା ବର୍ଷା ପରେ ଏବେ ଏବେ ଜମି ହଳ ହେଉଛି ତ କେଉଁଠି ଖରାରେ ତଳି ଶୁଖି ଜଳିଗଲାଣି। ଆଗକୁ ଭଲ ବର୍ଷା ନହେଲେ, ଚାଷକୁ ଆଉ ଚାଷୀର ଭରସା ପାଉନି।

Many Places Across Odisha Receive Light Rainfall
ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି; କଟକ, ଭୁବନେଶ୍ୱର, ପୁରୀ, ଭଦ୍ରକରେ କାଳବୈଶାଖୀ ବର୍ଷା

ଆଜି ସକାଳୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । କାଳବୈଶାଖୀ ପ୍ରଭାବ ଦ୍ୱାରା ରାଜ୍ୟରେ ବର୍ଷା ହେଉଥିବା ସମ୍ଭାବନା...

rain
ତାତିରୁ ମିଳିଲା ନିସ୍ତାର; ବର୍ଷାରେ ଭିଜିଲା ଭୁବନେଶ୍ୱର, କଟକ ଓ ପୁରୀ ସମେତ କିଛି ସ୍ଥାନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା।  ଗତକାଲି ସଂଧ୍ୟାରେ ଭୁବନେଶ୍ୱରରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟିଆସି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ସେହିପରି କଟକ ସହରରେ ମଧ୍ୟ ବେଶ୍ କିଛି ସମୟ ପାଇଁ ଝଡ଼ବର୍ଷା ହୋଇଛି। ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଅନେକ ସମୟ ଧରି ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି। ଏହାପୂର୍ବରୁ କାଳବୈଶାଖୀ ବର୍ଷା ହେବା ନେଇ ୧୦ଟି ଜିଲ୍ଲା ପାଇଁ ସତର୍କ ସୂଚନା […]

rainfall
ଆସନ୍ତା ୫ଦିନ ଯାଏ ବର୍ଷା !

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏହାସହ ମୌସୁମୀ ସକ୍ରିୟ ହେବା ପରେ ଉତ୍ତର ପଞ୍ଜାବଠୁ ପଶ୍ଚିମ ବଙ୍ଗୋପସାଗର ଯାଏ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।  କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ମଧ୍ୟ […]

rainfall
ଓଡ଼ିଶାରେ ୩ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ମୌସୁମୀ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷାରେ ଲାଗି ରହିଛି। ଆସନ୍ତା ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତାକାଲି ସୁନ୍ଦରଗଡ଼, ଦେବଗଡ଼, […]

rainfall
ରଜକୁ ଫିକା କରିପାରେ ବର୍ଷା, ଦୁଇ ଦିନ ଯାଏ ବର୍ଷିବ !

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିବା ସହ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ  ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଗତକାଲି ମୌସୁମୀ ବାୟୁ ମାଲକାନାଗିରି ଓ କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାକୁ ମୌସୁମୀ ଛୁଇଁ ସାରିଥିବାବେଳେ ଆଜି ପ୍ରାୟ ଜିଲ୍ଲାକୁ ମୌସୁମୀ ଛୁଇଁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳିବ।  ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର […]