ଆଜିଠୁ କମିବ ବର୍ଷାର ବିସ୍ତୃତି ଏବଂ ପରିମାଣ !!!
— Meteorological Centre, Bhubaneswar (@mcbbsr) August 19, 2023
ସକ୍ରିୟ ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଛତିଶଗଡ ମୁହାଁ ହେଉଥିବାରୁ ଆଜିଠୁ ରାଜ୍ୟରେ ବର୍ଷାର ପ୍ରଭାବ କମିବାର ସମ୍ଭାବନା ରହିଛି |
ଆଗାମୀ ୪ ରୁ ୫ ଦିନ ଯାଏଁ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ pic.twitter.com/5hJDNHJXJr
ଆଗାମୀ ୪ରୁ ୫ ଦିନ ଯାଏ ବିଶେଷ ବର୍ଷାର ସମ୍ଭାବନା ନାହିଁ। ସେପଟେ ଆଜିଠାରୁ ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଅର୍ଥାତ୍ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଅନ୍ୟପକ୍ଷେ, କନ୍ଧମାଳ ଜିଲ୍ଲାରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଜିଲ୍ଲାରେ ତୁହାକୁ ତୁହା ବର୍ଷାରୁ ଛୋଟ ବଡ଼ ନଦୀ ଗୁଡ଼ିକ ଫୁଲି ଚାଲିଛି। ସାଲୁଙ୍କି ନଦୀର ଜଳସ୍ତର ମଧ୍ୟ ବଢ଼ିଛି। ଫୁଲବାଣୀ ସହର ନଦିଖଣ୍ଡିସାହିରୁ ଡାକପାଲାକୁ ସଂଯୋଗ କରୁଥିବା ବ୍ରିଜ୍ ଉପରେ ୩ରୁ ୪ ଫୁଟ ପାଣି ଚାଲୁଛି। ଫଳରେ ଡାକପାଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ପାଣି ବଢୁଥିବାରୁ ଫୁଲବାଣୀ ସହରବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲଘୁଚାପ ବର୍ଷାକୁ ନେଇ ସହରବାସୀ ଭୟଭୀତ ହୋଇଛନ୍ତି। କନ୍ଧମାଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଯଦି ବଡ଼ ବର୍ଷା ହୁଏ, ତା’ହେଲେ ପୁଣିଥରେ ସହରର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହେବା ଆଶଙ୍କା ରହିଛି।
]]>
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅଗ୍ରସର ପାଇଁ ପାଗ ଅନୁକୂଳ!!! pic.twitter.com/ncEh1Yq4IK
— Meteorological Centre, Bhubaneswar (@mcbbsr) June 19, 2023
ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି କୁହାଯାଉଛି । ୨୨ ତାରିଖରୁ ବର୍ଷାର ପରିମାଣ ବଢି ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ହିଟ ୱେଭ୍ ସ୍ଥିତି ନାହିଁ । କେବଳ ଆସନ୍ତାକାଲି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ହିଟ୍ ୱେଭ ଓ୍ୱାଣ୍ଣିଂ ଜାରି ହୋଇଛି ।
]]>ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ହୋଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କୋରାପୁଟ, ରାୟଗଡ଼ା , ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କେନ୍ଦୁଝର ଓ ମୟୂରଭଂଜ। ସେହିପରି ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ୩ ତାରିଖ ସକାଳ ସାଢ଼େ ୮ଟା ଯାଏ ମଧ୍ୟ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।
#Warning for Day-1 to Day-5: pic.twitter.com/BUDvb3zT8S
— Meteorological Centre, Bhubaneswar (@mcbbsr) May 31, 2023
ସେପଟେ ଆଗାମୀ କିଛି ଦିନ ଯାଏ ତାପମାତ୍ରାରେ ବଡ ଧରଣର ପରିବର୍ତ୍ତନ ହେବନାହିଁ। ତେବେ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ୪୨ରୁ ୪୩ ଡ଼ିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
]]>୭ରୁ ୧୧ ସେଣ୍ଟିମିଟର ବର୍ଷା ନେଇ ପାଣିପାଗ ବିଭାଗ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ଅନୁଗଳ, ଢେଙ୍କାନାଳ, କଟକ, ଯାଜପୁର ଓ ଭଦ୍ରକ।
ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ୨୫ ତାରିଖ ସକାଳ ସାଢ଼େ ୮ଟା ଯାଏ ୯ ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ।
]]>#Warning for Day-1 to Day-5 pic.twitter.com/67HN25XqHG
— Meteorological Centre, Bhubaneswar (@mcbbsr) April 23, 2023
୨୭ରେ ୧୧ ଉପକୂଳ ଜିଲ୍ଲା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଅନେକ ସ୍ଥାନରେ କୁଆପଥର ବର୍ଷା ହେବା ମଧ୍ୟ ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
#Warning for Day-1, Day-4 & Day-5
— Meteorological Centre, Bhubaneswar (@mcbbsr) March 23, 2023
Day-2 & Day-3: NIL pic.twitter.com/IVlAfbfl8L
୨୬, ୨୭ ଓ ୨୮ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରିଛି। ପଶ୍ଚିମା ଝଡ଼ର ପ୍ରଭାବରେ ଫସଲ ନଷ୍ଟ ହେବାର ଆଶଙ୍କା ଥିବାରୁ ଅମଳକ୍ଷମ ଫସଲକୁ କାଟି ନେବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି।
]]>ଆଜି ପାଇଁ ରାଜ୍ୟର ୧୦ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ସେହିପରି ୨୧ ତାରିଖ ପାଇଁ ରାଜ୍ୟର ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୨୧ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
]]>ଗତକାଲି ପଶ୍ଚିମା ଝଡ଼ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ଏବଂ କଟକ ସମେତ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। କଟକରେ ୧୭ ନଂ ୱାର୍ଡରେ ବର୍ଷା, ପବନ ଯୋଗୁ ନଡ଼ିଆ ଗଛ ପଡି ଜଣେ ଦିବ୍ୟାଙ୍ଗଙ୍କ ଘର ଭାଙ୍ଗି ଯାଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଯୋଧ୍ୟା ପଞ୍ଚାୟତ ପ୍ରତାପପୁର ଗାଁରେ ଏକ ଭଙ୍ଗା ଘରେ ଆଶ୍ରୟ ନେଇଥିବା ୧୩ ଗୋରୁ ପ୍ରାଣ ହରାଇଛନ୍ତି। ଘର ଭିତରେ ୨୫ରୁ ଅଧିକ ଗୋରୁଗାଈ ଥିବାବେଳେ ୧୩ ଗୋରୁଙ୍କ ମୃତ୍ୟୁ ଘଟିଛି।
ସେହିପରି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଝଡତୋଫାନରେ କିଛି ଆଜବେଷ୍ଟସ ଘର ଛାଉଣୀ ଉଡ଼ିବା ସହ ୨ ଜଣ ମହିଳା ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
]]>ବିଜୁଳି ଓ କୁଆପଥର ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛିା ଏହି ଜିଲ୍ଲା ଗୁଡ଼ିକ ହେଲା- କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର ଏବଂ ପୁରୀ।
ସେହିପରି କଟକ, ଯାଜପୁର ଏବଂ ଢେଙ୍କାନାଳରେ ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି ହୋଇଛିା ଏହି ୩ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା(୭ରୁ ୧୧ ସେ.ମି.) ସମ୍ଭାବନା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏପରିକି ଏସବୁ ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ବେଗରରେ ପବନ ବହିପାରେ।
]]>ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ୧୫ ତାରିଖରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସକ୍ରିୟ ପଶ୍ଚିମା ଝଡ଼ ପ୍ରଭାବରେ ଗତକାଲି ମଧ୍ୟ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ୧୬ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଥିଲା।
]]>
ଗତକାଲି ମଧ୍ୟ କେନ୍ଦୁଝର, ମୟୂରଭଞ୍ଜ ଏବଂ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ବର୍ଷା ରେକର୍ଡ ହୋଇଥିଲା। ଆସନ୍ତାକାଲିଠୁ ପାଗ ଶୁଖିଲା ରହିବ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନ ହେବ ନାହିଁ।
ଦୁଇ ଦିନ ପରେ ତାପମାତ୍ରା ସାମାନ୍ୟ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
]]>ଏହି ୫ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସକ୍ରିୟ ପଶ୍ଚିମା-ଝଡ଼ ପ୍ରଭାବରେ ମୟୁରଭଞ୍ଜ ଜିଲ୍ଲା ଜାମାଡାରେ ୨ମି.ମି. ଏବଂ ବାହାଲଦାରେ ୨.୬ ମି.ମି. ବର୍ଷା ରେକର୍ଡ କରାଯାଇଛି।
ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିଛି।
]]>ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଆଂଶିକ ମେଘାଛନ୍ନ ଆକାଶ
— Meteorological Centre, Bhubaneswar (@mcbbsr) March 10, 2023
ବି.ଦ୍ର.: ଧଳା ଚିହ୍ନିତ ଅଂଶ ବାଦଲ ଆଚ୍ଛାଦିତ ଅଞ୍ଚଳ, କଳାଚିହ୍ନିତ ଅଂଶ ବାଦଲ ମୁକ୍ତ ଅଞ୍ଚଳ pic.twitter.com/lISUCHMYR4
ଏହି ଜିଲ୍ଲା ଗୁଡ଼ିକ ହେଲା- କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅନ୍ୟ ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିବା ସମ୍ଭାବନା ରହିଛି।
ସେହିପରି କିଛି ସ୍ଥାନରେ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି। ଗଜପତି, ଗଂଜାମ , କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ ଓ କଟକ ରେ ଘନ କୁହୁଡ଼ି ହୋଇପାରେ। ଅନ୍ୟ ସ୍ଥାନ ଗୁଡିକରେ ମଧ୍ୟ ହାଲୁକାରୁ ସାମାନ୍ୟ କୁହୁଡ଼ି ହେବା ସମ୍ଭାବନା ରହିଛି। ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ଏତେଟା ପରିବର୍ତ୍ତନ ଆସି ନପାରେ। ଏନେଇ ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।w
]]>
ଗତକାଲି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହୋଇଥିଲା। ତେବେ ଆସନ୍ତାକାଲିଠୁ ୩ ଦିନ ଯାଏ ସବୁଠି ପାଗ ଶୁଖିଲା ରହିବ। ଆସନ୍ତା ୪-୫ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ସ୍ଥିର ରହିବ। ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ସେହିପରି ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ବଢ଼ିଥିବାରୁ ଶୀତ ଟିକେ କମ୍ ରହିଛି।
ସେପଟେ ଶୀତରେ ଥରୁଛି ସୁନ୍ଦରଗଡ଼ ଜିଲ୍ଲାର ଖଣି ଅଞ୍ଚଳ କୋଇଡା। ଏଠାରେ ସନ୍ଧ୍ୟା ଓ ସକାଳେ ପାରଦ ତଳକୁ ଖସିବା ପରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ପାହାଡ଼ ଜଙ୍ଗଲ ଭରା ଅଞ୍ଚଳ ହୋଇଥିବାରୁ ଏଠାରେ ମାତ୍ରାଧିକ ଶୀତ ସହିତ ତୁଷାରପାତ ହୋଇଥାଏ। ଗତ ୩ ଦିନ ହେଲାଣି ଦିନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଥିବା ବେଳେ ସନ୍ଧ୍ୟାରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହୁଛି। ଏଠାରେ ଲୋକେ ପ୍ରାତଃଭ୍ରମଣ ସାଙ୍ଗକୁ ଚା’ ପିଇବା ସହ ନିଆଁ ଜାଳି ଶୀତର ବେଶ ମଜା ନେଉଛନ୍ତି।
]]>ସେପଟେ ଆଜି ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ। ବାକି ଅଞ୍ଚଳରେ ପାଗ ଶୁଖିଲା ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତାକାଲିଠୁ ୧୩ ଡିସେମ୍ବର ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ଶୁଖିଲା ରହିବ। ଏଥିସହ ଆସନ୍ତା ଦୁଇରୁ ୩ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ବଢ଼ିପାରେ। ଫଳରେ ଶୀତ କମିବା ଆଶା କରାଯାଉଛି।
ଉତ୍ତରା ପବନ ପ୍ରଭାବରେ ରାଜ୍ୟରେ ଶୀତ ବଢ଼ିଥିଲା। ୧୦ ଡିଗ୍ରୀ ତଳେ ଥିଲା ରାଜ୍ୟର ୭ ସହରର ତାପମାତ୍ରା। ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ଅନ୍ୟପକ୍ଷେ, ବାତ୍ୟା ‘ମାଣ୍ଡୋସ୍’ ପ୍ରଭାବରେ ତାମିଲନାଡୁରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନ ଜଳମଗ୍ନ ହୋଇଛି। ଏହାସହ ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।
]]>ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ସମୁଦ୍ର ମଧ୍ୟରେ ସକ୍ରିୟ #ଲଘୁଚାପ କ୍ଷେତ୍ର pic.twitter.com/mkLdAjZilM
— Meteorological Centre, Bhubaneswar (@mcbbsr) October 3, 2022
ଆସନ୍ତାକାଲି ସକାଳେ ସାଢ଼େ ୮ଟା ଯାଏ ପ୍ରବଳ ବର୍ଷା ନେଇ ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର।
#Warning for Day-1 to Day-4
— Meteorological Centre, Bhubaneswar (@mcbbsr) October 3, 2022
Day-5: No Warning pic.twitter.com/wYnCmJgz6B
ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ସେପ୍ଟେମ୍ବର ୫ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର। ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।
ସେପ୍ଟେମ୍ବର ୫ ତାରିଖ ସକାଳେ ସାଢ଼େ ୮ଟାରୁ ସେପ୍ଟେମ୍ବର ୬ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ସେପ୍ଟେମ୍ବର ୬ ତାରିଖ ସକାଳେ ସାଢ଼େ ୮ଟାରୁ ସେପ୍ଟେମ୍ବର ୭ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କରାଯାଇଛି।
]]>ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ବି ବର୍ଷା ହେବାର ସମ୍ଭାବନା ରହିଛି। ମହାଷ୍ଟମୀରେ ମଧ୍ୟ ଭିଜିବ ପୂରା ଓଡ଼ିଶା। ସେପ୍ଟେମ୍ବର ୧ ସକାଳ ସାଢ଼େ ୮ଟାରୁ ୨ ତାରିଖ ସକାଳ ସାଢ଼େ ୮ଟା ଯାଏ ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର।
ସେପ୍ଟେମ୍ବର ୨ ସକାଳ ସାଢ଼େ ୮ଟାରୁ ୩ ତାରିଖ ସକାଳ ସାଢ଼େ ୮ଟା ଯାଏ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ।
#Warning for Day-1 to Day-5 pic.twitter.com/xb6vTZAzgb
— Meteorological Centre, Bhubaneswar (@mcbbsr) September 29, 2022
ଅନ୍ୟପକ୍ଷେ, ଅକ୍ଟୋବର ପହିଲାରେ ଉତ୍ତର-ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
]]>ଏହି ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ନୟାଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ସେପ୍ଟେମ୍ବର ୨୭ରେ ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କେନ୍ଦୁଝର ଓ ମୟୂରଭଞ୍ଜ। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
#Warning for Day-1, Day-3 & Day-4
— Meteorological Centre, Bhubaneswar (@mcbbsr) September 24, 2022
Day-2 & Day-5 : No Warning pic.twitter.com/49OE2VWlV2
ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ମଧ୍ୟ ବର୍ଷା ହୋଇଥିଲା। ଭଦ୍ରକରେ ସର୍ବାଧିକ ୬୦ ମିଲିମିଟର ବର୍ଷା ରେକର୍ଡ ହୋଇଛି।
]]>ସ୍ଥଳ ଭାଗ ମୁହାଁ ଲଘୁଚାପ!!!
— Meteorological Centre, Bhubaneswar (@mcbbsr) September 21, 2022
ଆଜି ପଶ୍ଚିମ ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି
24 ଘଣ୍ଟା ପରେ ରାଜ୍ୟରେ କମିବ ଲଘୁଚାପ ର ପ୍ରଭାବ pic.twitter.com/zhhtQF3Ir0
ଆଜି ରାଜ୍ୟରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ପଶ୍ଚିମ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ଆସନ୍ତାକାଲି କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ବରଗଡ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେପଟେ ୨୪ ଘଣ୍ଟା ପରେ ରାଜ୍ୟରେ ଲଘୁଚାପର ପ୍ରଭାବ କମିବ। ମୌସୁମୀ ପ୍ରଭାବରେ ରାଜ୍ୟରେ ଜୁନ୍ ୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ ୧୧୪୦.୯ ମି.ମି. ବର୍ଷା ରେକର୍ଡ କରାଯାଇଛି।
ଯାହା ସ୍ୱାଭାବିକ ବର୍ଷା ୧୦୯୧.୧ ମି.ମି. ତୁଳନାରେ ୫% ଅଧିକ। କନ୍ଧମାଳ ଜିଲ୍ଲା ରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୧୬୪୯.୯ ମି.ମି. (୫୧ ପ୍ରତିଶତ ଅଧିକ ) ଏବଂ ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ୮୩୬.୧ ମି.ମି. (୧୮ ପ୍ରତିଶତ କମ୍ ) ବର୍ଷା ରେକର୍ଡ ହୋଇଛି। ଏହି ସମୟ ମଧ୍ୟରେ ୫ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଏବଂ ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି।
]]>ମୌସୁମୀ ପ୍ରଭାବରେ ରାଜ୍ୟରେ ୧ ଜୁନ ରୁ ୨୦ ସେପ୍ଟେମ୍ବର ମଧ୍ୟରେ ୧୧୪୦.୯ ମିମି ବର୍ଷା ରେକର୍ଡ
— Meteorological Centre, Bhubaneswar (@mcbbsr) September 21, 2022
ଯାହା ସ୍ୱାଭାବିକ ବର୍ଷା ୧୦୯୧.୧ ମିମି ତୁଳନାରେ
୫% ଅଧିକ
କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୧୬୪୯.୯ ମିମି (୫୧ ପ୍ରତିଶତ ଅଧିକ ) ଏବଂ ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ୮୩୬.୧ ମିମି (୧୮ ପ୍ରତିଶତ କମ ) ବର୍ଷା ରେକର୍ଡ pic.twitter.com/fIaWcjvTKh
ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୫.୮ କିମି ଯାଏ ବ୍ୟାପିଛି। ଗତକାଲିଠୁ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ଅନେକ ସ୍ଥାନରେ ପାଗ ମେଘୁଆ ରହିବା ସହ ଝିପି ଝିପି ବର୍ଷା ବି ହେଉଛି।
ଆଜି ଆହୁରି ବର୍ଷାର ପରିମାଣ ବଢ଼ିବ ବୋଲି ଆକଳନ କରାଯାଇଛି। ଏନେଇ ଆଜି ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ଏବଂ ୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।
#WeatherUpdate
— Meteorological Centre, Bhubaneswar (@mcbbsr) September 19, 2022
ସୃଷ୍ଟି ହେଲା #ଲଘୁଚାପ !!
ଗତକାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ,ଏହା ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସହ ଉତ୍ତର-ପଶ୍ଚିମ ଦିଗରେ ଓଡିଶା-ଉପକୂଳ ଆଡକୁ ଗତିକରିବାର ସମ୍ଭାବନା ରହିଛି | pic.twitter.com/mcpUeafyq1
ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେପରି କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଏବଂ ପୁରୀ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଆଗାମୀ ୭୨ ଘଣ୍ଟା ଯାଏ ରାଜ୍ୟରେ କିଛି ଜିଲ୍ଲାକୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।
]]>ଘୂର୍ଣ୍ଣିବଳୟ ପ୍ରଭାବରେ ଗତକାଲିଠୁ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ଅନେକ ସ୍ଥାନରେ ପାଗ ମେଘୁଆ ରହିବା ସହ ଝିପି ଝିପି ବର୍ଷା ବି ହେଉଛି। ଆଜି ଆହୁରି ବର୍ଷାର ପରିମାଣ ବଢ଼ିବ ବୋଲି ଆକଳନ କରାଯାଇଛି। ଏନେଇ ଆଜି ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ଏବଂ ୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।
#WeatherUpdate
— Meteorological Centre, Bhubaneswar (@mcbbsr) September 19, 2022
ଡପ୍ଲର ରାଡାର ପାରାଦ୍ୱୀପ ରୁ ମିଳୁଥିବା ତଥ୍ୟ ଅନୁଯାୟୀ ଉପକୂଳ ଓଡ଼ିଶାରେ ଜାରିରହିଛି ଘୁର୍ଣ୍ଣିବଳୟ ର ପ୍ରଭାବ l
ଘୁର୍ଣ୍ଣିବଳୟ ପ୍ରଭାବରେ ଡପ୍ଲର ରାଡାର ରୁ ମିଳିଥିବା ମେଘଖଣ୍ଡ ଗୁଡିକର ଚଳନ୍ତି ଚିତ୍ର pic.twitter.com/wdPqEsY4m5
ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେପରି କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଏବଂ ପୁରୀ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଆଗାମୀ ୭୨ ଘଣ୍ଟା ଯାଏ ରାଜ୍ୟରେ କିଛି ଜିଲ୍ଲାକୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।
ଘନୀଭୂତ- ଘୁର୍ଣ୍ଣିବଳୟ!!!
— Meteorological Centre, Bhubaneswar (@mcbbsr) September 19, 2022
ଆଜିଠୁ ବଢିବ ବର୍ଷାର ପ୍ରଭାବ!!!
୨୧ ଯାଏଁ ରାଜ୍ୟରେ ଅତି ପ୍ରବଳ ବର୍ଷା
ଆଗାମୀ ୭୨ ଘଣ୍ଟା ଯାଏଁ ରାଜ୍ୟରେ କିଛି ଜିଲ୍ଲାକୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ଚେତାବନୀ ଜାରି pic.twitter.com/yezTh2FAZq
]]>
☔️୧୮ ସେପ୍ଟେମ୍ବରରେ ଘୂର୍ଣ୍ଣିବଳୟ, ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ
— Meteorological Centre, Bhubaneswar (@mcbbsr) September 17, 2022
☔️୧୯ ଏବଂ ୨୦ ରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା
☔️୧୮ ଏବଂ ୧୯ ରେ ରାଜ୍ୟରେ ପ୍ରବଳ ବର୍ଷା ( ୭ ରୁ ୧୧ ସେମି); ୨୦ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା (୭ ରୁ ୨୦ ସେମି)
୧୮ ଏବଂ ୧୯ ତାରିରେ ରାଜ୍ୟରେ ପ୍ରବଳ ବର୍ଷା ( ୭ ରୁ ୧୧ ସେ.ମି.) ହେବାକୁ ଥିବାବେଳେ ୨୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ ରୁ ୨୦ ସେ.ମି.) ହୋଇପାରେ। ୧୮ ତାରିଖରେ ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର।
୧୯ ତାରିଖରେ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ଖୋର୍ଦ୍ଧା, ପୁରୀ, କଟକ ଓ ଜଗତସିଂହପୁର। ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୦ ତାରିଖରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ ଆଉ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
#PressRelease on Likely formation of a Low pressure area and Heavy rainfall activity over Odisha. pic.twitter.com/8WpwYUXtrk
— Meteorological Centre, Bhubaneswar (@mcbbsr) September 16, 2022
]]>
##ଲଘୁଚାପ ସମ୍ଭାବନା!!
— Meteorological Centre, Bhubaneswar (@mcbbsr) September 16, 2022
#୧୮ସେପ୍ଟେମ୍ବର ବେଳକୁ ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରିଭାଗରେ ଏକ #ଘୁର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ଥିବା ବେଳେ ପ୍ରଭାବରେ ସେହି ଅଞ୍ଚଳରେ ପରବର୍ତ୍ତୀ #୪୮ଘଣ୍ଟା ମଧ୍ୟରେ ଏକ #ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି | pic.twitter.com/gDos1DBu6D
୧୯ରେ ରାଜ୍ୟରେ ବିସ୍ତୃତ ବର୍ଷା ସହ ବର୍ଷାର ପରିମାଣ ବଢ଼ିପାରେ। ୧୯ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ଖୋର୍ଦ୍ଧା, ପୁରୀ, କଟକ ଓ ଜଗତସିଂହପୁର।
]]>୧୯ ସେପ୍ଟେମ୍ବର ୨୦୨୨ ପାଇଁ ବର୍ଷାର ଆକଳନ !!! pic.twitter.com/fMTMWj6Z3E
— Meteorological Centre, Bhubaneswar (@mcbbsr) September 15, 2022
#Warning for Day-1 to Day-3
— Meteorological Centre, Bhubaneswar (@mcbbsr) September 13, 2022
Day-4 & Day-5: No Warning pic.twitter.com/ycx3174jcG
ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା। ୧୬ ଓ ୧୭ ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ ୧୮ରୁ ପୁଣି ବର୍ଷା ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେପ୍ଟେମ୍ବର ୧୮ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ।
💧୧୮ ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି
— Meteorological Centre, Bhubaneswar (@mcbbsr) September 14, 2022
💧୧୮ ସେପ୍ଟେମ୍ବର ୨୦୨୨, ବେଳକୁ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି ଏବଂ ପରିମାଣ
💧ଆଜିଠୁ କମିବ ବର୍ଷାର ପ୍ରଭାବ
]]>ବର୍ତ୍ତମାନ ର ପାଣିପାଗ!!! pic.twitter.com/YWMTWE1ctl
— Meteorological Centre, Bhubaneswar (@mcbbsr) September 14, 2022
ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ରେ ପ୍ରବଳ ବର୍ଷା ହୋଇପାରେ। ଏସବୁ ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବୁଧବାର ମଧ୍ୟ କିଛି ଜିଲ୍ଲାରେ ଏଭଳି ସ୍ଥିତି ଜାରି ରହିବା ସହ ବାକି ଅଞ୍ଚଳ ଗୁଡ଼ିକରେ ପାଗ ଶୁଖିଲା ରହିବ। ତେବେ ଆସନ୍ତା ୧୮ ତାରିଖରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି।
ସେପ୍ଟେମ୍ବର ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଫଳରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଅନ୍ୟପକ୍ଷେ, ବର୍ତ୍ତମାନ ସୁଦ୍ଧା ଚଳିତ ମୌସୁମୀ ଋତୁରେ ୧୦୮୪.୩ ମି.ମି. ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ ୫% ଅଧିକ।
]]>🔘୧୮ ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି
— Meteorological Centre, Bhubaneswar (@mcbbsr) September 12, 2022
🔘୧୮ ସେପ୍ଟେମ୍ବର ୨୦୨୨, ବେଳକୁ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି ଏବଂ ପରିମାଣ pic.twitter.com/LOzEu4Gu3F
ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ୧୨ ତାରିଖ ବେଳକୁ କେବଳ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ବର୍ତ୍ତମାନ ସମୁଦ୍ର ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ରହିଛି। ତେଣୁ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।ଅନ୍ୟପକ୍ଷେ, ୧୭/୧୮ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।
ଘନୀଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଲଘୁଚାପ...ଜାଣନ୍ତୁ, ଆଗକୁ କେମିତି ରହିବ ପାଣିପାଗ, ଏନେଇ କ’ଣ କହୁଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର#WeatherUpdate pic.twitter.com/7ozonTnOIi
— ଓଟିଭି (@otvkhabar) September 10, 2022
]]>
ସେହିପରି୧୦ ତାରିଖରେ ୧୧ ଜିଲ୍ଲା ଓ ୧୧ ତାରିଖରେ ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ୧୦ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
୧୧ ତାରିଖରେ ବଲାଙ୍ଗିର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହିସବୁ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ଜାରି ହୋଇଛି।
]]>ଆଜି କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ୧୦ ତାରିଖରେ ୧୧ ଜିଲ୍ଲା ଓ ୧୧ ତାରିଖରେ ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ୧୦ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ୧୧ ତାରିଖରେ ବଲାଙ୍ଗିର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହିସବୁ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ଜାରି ହୋଇଛି।
୧୦ ତାରିଖରେ ୧୧ ଜିଲ୍ଲା, ୧୧ ତାରିଖରେ ୧୦ ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ଚେତାବନୀ ଜାରି କଲା ପାଣିପାଗ ବିଭାଗ
— PIB in Odisha (@PIBBhubaneswar) September 8, 2022
ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର, ଆହୁରି ଘନୀଭୂତ ହୋଇ ୪୮ ଘଣ୍ଟା ମଧ୍ୟରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରର ରୂପ ନେବା ସମ୍ଭାବନା pic.twitter.com/6a8U8pWqkp
]]>
୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ। ୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ୯ ତାରିଖରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ସେହିପରି ୧୦ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ପ୍ରଭାବ ରହିବ ବୋଲି ଆକଳନ କରାଯାଇଛି। ୮ ତାରିଖରେ ୧୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା।
୯ ତାରିଖରେ ୮ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡିକ ହେଲା- ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, କୋରାପୁଟ। ଏହି ସବୁ ଜିଲ୍ଲାରେ କିଛି ସ୍ଥାନରେ ୧୧ ସେଣ୍ଟିମିଟରରୁ ୨୦ ସେଣ୍ଟିମଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ୯ ତାରିଖ ପାଇଁ ପାର୍ଶ୍ୱବର୍ତ୍ତୀ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ମଧ୍ୟ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।
୧୦ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ସୋନପୁର ଓ ବରଗଡ଼। ଏହିସବୁ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।
#Warning for Day-1 to Day-5 pic.twitter.com/5vpTLvvZF3
— Meteorological Centre, Bhubaneswar (@mcbbsr) September 6, 2022
]]>
ସେହିପରି ଅନେକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର,କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ସୋନପୁର, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ ବାଲେଶ୍ୱର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହୋଇପାରେ।
ଆଜି ଠୁ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି,
— Meteorological Centre, Bhubaneswar (@mcbbsr) September 5, 2022
ଆଗାମୀ 24ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା
ଆଗାମୀ 4 ରୁ 5 ଦିନ ଯାଏଁ ରାଜ୍ୟର କିଛି କିଛି ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ହଳଦିଆ ଚେତାବନୀ ଜାରି
ଗଞ୍ଜାମ, ଗଜପତି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀର ସକ୍ରିୟତା ଯୋଗୁ ପଞ୍ଜାବର ଭାଟିଣ୍ଡା, ହରିଆଣାର ରୋହତକ ଓ ଉତ୍ତରପ୍ରଦେଶର ଶାହାଜାନପୁର ମଧ୍ୟରେ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହେବା ଫଳରେ ଉତ୍ତର ଭାରତରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
]]>ଆସନ୍ତା ୮ ତାରିଖ ମଧ୍ୟରେ ପ୍ରଥମ ଲଘୁଚାପ ସୃଷ୍ଟି ହୋଇପାରେ। ସେହିପରି ସେପ୍ଟେମ୍ବର ୯ରୁ ୧୫ ତାରିଖ ମଧ୍ୟରେ ୨ୟ ଲଘୁଚାପ ସୃଷ୍ଟି ହୋଇପାରେ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାପୂର୍ବରୁ ୫ ତାରିଖରୁ ବର୍ଷା ଆରମ୍ଭ ହୋଇ ୬ ତାରିଖରେ ବଢ଼ିବ।
ପ୍ରବଳ ବର୍ଷା ସମ୍ଭାବନା ନେଇ ସେପ୍ଟେମ୍ବର ୬ ତାରିଖ ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଏବଂ ନବରଙ୍ଗପୁର। ଏହିସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଗୁଳୁଗୁଳି ରେ ଲାଗିବ ବ୍ରେକ !!!
— Meteorological Centre, Bhubaneswar (@mcbbsr) September 2, 2022
୫ ସେପ୍ଟେମ୍ବର ରୁ ବଢିବ ବର୍ଷାର ବିସ୍ତୃତି ଏବଂ ୬ ରୁ ବର୍ଷାର ପରିମାଣ pic.twitter.com/G7Lz4UsAiE
ଅନ୍ୟପକ୍ଷେ, ଦୁର୍ବଳ ମୌସୁମୀ ପ୍ରଭାବରେ ଗତ ୨୪ଘଣ୍ଟା ମଧ୍ୟରେ ୨୨ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ କିମ୍ବା ଏହାଠୁ ଅଧିକ ରେକର୍ଡ କରାଯାଇଛି। ୩୬.୭ ଡିଗ୍ରୀ ସେଲସିୟସ ସହ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଆହୁରି ୨ ଦିନ ଦୁର୍ବଳ ମୌସୁମୀର ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
]]>ଦୁର୍ବଳ ମୌସୁମୀ ପ୍ରଭାବରେ ଗତ 24ଘଣ୍ଟା ମଧ୍ୟରେ 22 ସହରରେ ଦିନ ତାପମାତ୍ରା 35°C କିମ୍ବା ଅଧିକ ରେକର୍ଡ
— Meteorological Centre, Bhubaneswar (@mcbbsr) September 3, 2022
36.7°C ସହ ଅନୁଗୁଳୁ ରାଜ୍ୟର ଉତ୍ତପ୍ତ ସହର
ଆହୁରି 2ଦିନ ରହିବ ଦୁର୍ବଳ ମୌସୁମୀ ର ପ୍ରଭାବ, ଲାଗିରହିବ ଗୁଳୁଗୁଳି
5ତାରିଖରୁ ବଢିବ ବର୍ଷାର ବିସ୍ତୃତି
6ରୁ ବଢିବ ବର୍ଷାର ପରିମାଣ pic.twitter.com/ouD2bXF5iW
ଅନ୍ୟପକ୍ଷେ, ଓଡ଼ିଶାରେ ଆସନ୍ତା ୫ ତାରିଖରୁ ବର୍ଷା ପରିମାଣ ବଢ଼ିପାରେ। ୩ ତାରିଖରେ ୧୦ଟି ଜିଲ୍ଲା ଓ ୪ ତାରିଖରେ ୧୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ସକାଳ ସାଢ଼େ ୮ଟାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗଳ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ।
ସେହିପରି ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ୪ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ବଲାଙ୍ଗିର, କନ୍ଧମାଳ, ଗଞ୍ଜାମ, ସୋନପୁର, ବୌଦ୍ଧ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର ଓ ମୟୂରଭଞ୍ଜ।
ସେପଟେ ରାଜ୍ୟରେ ଏବେ ଦୁର୍ବଳ ମୌସୁମୀ ପ୍ରବାହ ଜାରି ରହିଛି। ଏହାର ପ୍ରଭାବରେ ଉଚ୍ଚ ତାପମାତ୍ରା ଏବଂ ଆଦ୍ରତା ପ୍ରଭାବରେ ଉପକୂଳ ସମେତ ବିଭିନ୍ନ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ଜାରି ରହିଛି।
]]>ସେହିପରି ୫ ତାରିଖ ପର୍ଯ୍ୟନ୍ତ ସାରା ଭାରତରେ ଦୁର୍ବଳ ମୌସୁମୀ ଜାରି ରହିବ। ତେବେ ୫ ପରେ ବର୍ଷାର ପରିମାଣ ବଢ଼ିବା ନେଇ IMD ସୂଚନା ଦେଇଛି। ସେପଟେ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି।
୩ ତାରିଖରେ ୧୦ଟି ଜିଲ୍ଲା ଓ ୪ ତାରିଖରେ ୧୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ସକାଳ ସାଢ଼େ ୮ଟାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗଳ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ।
ସେହିପରି ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ୪ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ବଲାଙ୍ଗିର, କନ୍ଧମାଳ, ଗଞ୍ଜାମ, ସୋନପୁର, ବୌଦ୍ଧ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର ଓ ମୟୂରଭଞ୍ଜ।
]]>#Warning for Day-1 to Day-3
— Meteorological Centre, Bhubaneswar (@mcbbsr) September 1, 2022
Day-4 & Day-5 : No Warning pic.twitter.com/rXbW4VhRF9
ଆଜିଠୁ ରାଜ୍ୟରେ କମିବ ଘୁର୍ଣ୍ଣିବଳୟ ର ପ୍ରଭାବ
— Meteorological Centre, Bhubaneswar (@mcbbsr) August 25, 2022
ଉତ୍ତର ଓଡ଼ିଶାରେ ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା
ଆଜି କେନ୍ଦୁଝର ଏବଂ ଝାରସୁଗୁଡା ରେ ପ୍ରବଳ ବର୍ଷା ପାଇଁ ଚେତାବନୀ
ଆଜି କେନ୍ଦୁଝର ଏବଂ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି। ୨୭ ତାରିଖରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ଓ ୨୮ ତାରିଖରେ ପୁଣି ବର୍ଷାର ପରିମାଣ କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅନ୍ୟପକ୍ଷେ, ଦେବଗଡ, ଢେଙ୍କାନାଳ, ନୟାଗଡ, ବୌଦ୍ଧ, କୋରାପୁଟ, ରାୟଗଡ଼ା ଏବଂ ଗଜପତିରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଅବଶିଷ୍ଟ ୨୨ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି।
ଜୁନ ୨୦୨୨ ରୁ ୨୪ ଅଗଷ୍ଟ ୨୦୨୨ ମଧ୍ୟରେ ରାଜ୍ୟରେ ୯୫୨.୬ ମିମି ବର୍ଷା ରେକର୍ଡ କରାଯାଇଛି ଯାହାକି ଏହି ସମୟର ସ୍ୱାଭାବିକ ବର୍ଷା ୮୩୮.୮ ମିମି ତୁଳନାରେ ୧୪% ଅଧିକ ରହିଛି,
— Meteorological Centre, Bhubaneswar (@mcbbsr) August 25, 2022
ଏହି ସମୟ ମଧ୍ୟରେ କନ୍ଧମାଳ(+୬୮% ) ରେ ସ୍ୱାଭାବିକ ଠାରୁ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି pic.twitter.com/xgDJPiFE8o
ଅଗଷ୍ଟ ମାସର ପ୍ରଥମ ୨୪ ଦିନରେ ରାଜ୍ୟରେ ଏଯାବତ୍ ୪୪୪.୫ ମି.ମି. ବର୍ଷା ରେକର୍ଡ କରାଯାଇଛି। ୨୦୨୨ ମସିହା ଜୁନରୁ ୨୦୨୨ ମସିହା ଅଗଷ୍ଟ ୨୪ ମଧ୍ୟରେ ରାଜ୍ୟରେ ୯୫୨.୬ ମି.ମି. ବର୍ଷା ରେକର୍ଡ ହୋଇଛି। ଯାହାକି ଏହି ସମୟର ସ୍ୱାଭାବିକ ବର୍ଷା ୮୩୮.୮ ମି.ମି. ତୁଳନାରେ ୧୪% ଅଧିକ ରହିଛି।ଏହି ସମୟ ମଧ୍ୟରେ କନ୍ଧମାଳ(+୬୮% ) ରେ ସ୍ୱାଭାବିକ ଠାରୁ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି।
]]>ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅଞ୍ଚଳରେ ଜରି ପାଲ ଟାଣି ବିପଦସଙ୍କୁଳ ଭାବେ ଲୋକେ ରହୁଛନ୍ତି। ଛୋଟ ଛୋଟ ପିଲାଙ୍କୁ ମଧ୍ୟ ମାଟି ଚଟାଣ ଉପରେ କପଡ଼ା ପକାଇ ଶୁଆଇବାକୁ ପଡ଼ୁଛି। ସରୀସୃପ, ଜୀବଜନ୍ତୁ ଭୟ ଥିଲେ ବି ଆଉ କ’ଣ ବା କରିବ ମଣିଷ ? ଏମାନଙ୍କ ପାଖରେ ନା ଅଛି କୌଣସି ଉପାୟ ନା ଅନ୍ୟ ରାସ୍ତା। ଏପରି ଅବସ୍ଥାରେ ଖାଇବା ପିଇବା କଥା ପଚାରେ କିଏ ?
ଚୁଡ଼ା, ଗୁଡ଼ ଯାହା ମିଳିଥିଲା ସେ ସବୁ ନିଅଣ୍ଟ କିମ୍ବା ସମୁଦ୍ରକୁ ଶଙ୍ଖେ। ରନ୍ଧା ଖାଦ୍ୟ ମିଳୁଛି ହେଲେ ଦିନକୁ ଥରେ। ଏମିତି ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ଶହେରୁ ଅଧିକ ବନ୍ୟା ବିପନ୍ନ ପରିବାର। ଅନ୍ୟପକ୍ଷେ, ଝାଡ଼ଖଣ୍ଡ ଗାଲୁଡିହ ଡ୍ୟାମ୍ରୁ ଜଳପ୍ରବାହ କମିବା ପରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ଖସୁଛି। ହେଲେ ବାଲେଶ୍ୱରର ତଳି ଅଞ୍ଚଳରେ ବନ୍ୟା ଆଜି ବି କରାଳ ରୂପ ଧରି ବହୁଛି।
୩ ଦିନ ଧରି ବୁଡ଼ିଥିବା ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକ୍ର ୨୫୦ରୁ ଅଧିକ ଗାଁରେ ଏବେ ଦୟନୀୟ ସ୍ଥିତିରେ ରହିଛି। ଚୁଲି ଚାଳ ବୁଡ଼ିଥିବାରୁ କେଉଁଠି ଭୋକ ଉପାସରେ ବିପନ୍ନ ତ କେଉଁଠି ରାସ୍ତା ଉପରେ ଛିଡ଼ା ଜରି ପାଲ ତଳେ ବିତୁଛି ଜୀବନ। ବିଷ୍ଣୁପୁର ଠାରେ ୩୦ ଫୁଟ୍ର ଘାଇ ପରଠୁ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଲୋକେ। ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକ୍ର ୨୫୦ରୁ ଅଧିକ ଗାଁ ୩ ଦିନ ହେବ ପାଣିରେ ବୁଡ଼ିଛି। ଲୋକେ ଉଚ୍ଚା ଜାଗା ଦେଖି ନଦୀ ବନ୍ଧ ଏବଂ ରାସ୍ତାରେ ଆଶ୍ରୟ ନେଇଥିବା ବେଳେ ବର୍ଷା ସେମାନଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି।
]]>ଦେବଗଡ, ସୁନ୍ଦରଗଡ଼, ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ୭ରୁ ୨୦ସେମି ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୧୧ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦୁଝର, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସକ୍ରିୟ ଘୁର୍ଣ୍ଣି ବଳୟ ପ୍ରଭାବରେ ଆଗାମୀ 24ଘଣ୍ଟା ମଧ୍ୟରେ ରାଜ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା
— Meteorological Centre, Bhubaneswar (@mcbbsr) August 24, 2022
ଆଭ୍ୟନ୍ତରୀଣ ସମେତ ପଶ୍ଚିମ ଓଡ଼ିଶାରେ ରହିବ ପ୍ରଭାବ
ପଶ୍ଚିମ ଓଡ଼ିଶାର 4 ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ପାଇଁ ଅରେଞ୍ଜ ଚେତାବନୀ pic.twitter.com/N9cRxl8YL9
ପାରାଦୀପ ରାଡାରରୁ ମିଳୁଥିବା ତଥ୍ୟ ଅନୁଯାୟୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ସମେତ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ଲାଗିରହିଥିବା ବେଳେ ଆଉ କିଛି ଉପକୂଳ ଅଞ୍ଚଳକୁ ଏହି ବର୍ଷା ବିସ୍ତାର କରିବାର ସମ୍ଭାବନା ରହିଛି।
ପାରାଦ୍ୱୀପ ରାଡାର ରୁ ମିଳୁଥିବା ତଥ୍ୟ ଅନୁଯାୟୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ସମେତ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ଲାଗିରହିଥିବା ବେଳେ ଆଉ କିଛି ଉପକୂଳ ଅଞ୍ଚଳକୁ ଏହି ବର୍ଷା ବିସ୍ତାର କରିବାର ସମ୍ଭାବନା ରହିଛି pic.twitter.com/PeqhEdTGXp
— Meteorological Centre, Bhubaneswar (@mcbbsr) August 24, 2022
]]>କିଛି ଉପକୁଳବର୍ତ୍ତୀ ଜିଲ୍ଲାଗୁଡିକରେ ଘୁର୍ଣ୍ଣିବଳୟ ର ପ୍ରଭାବ ରେ ଲାଗିରହିଛି ବର୍ଷା l
— Meteorological Centre, Bhubaneswar (@mcbbsr) August 24, 2022
ପାରାଦ୍ୱୀପ ରାଡାର ରୁ ମିଳିଥିବା ମେଘଖଣ୍ଡ ଗୁଡିକର ଚଳନ୍ତି ଚିତ୍ର pic.twitter.com/uT2kY5ITye
ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଉତ୍ତର ଉପକୁଳ ଓଡିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ଆଉ ୨୦ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ପାଇଁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି। ସେହିପରି ଉତ୍ତର ଓଡ଼ିଶାର ସମସ୍ତ ୧୫ ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲା- ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ।
ଆଜି ୮ ଜିଲ୍ଲାକୁ ପ୍ରବଳ ବର୍ଷା ଏବଂ ୨୦ ଜିଲ୍ଲାକୁ ବିଜୁଳିଘଡଘଡି ପାଇଁ ୟେଲୋ ଚେତାବନୀ
— Meteorological Centre, Bhubaneswar (@mcbbsr) August 23, 2022
ଉତ୍ତର ଉପକୁଳ ଓଡିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ସମେତ କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ଆଜି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି ହୋଇଛି pic.twitter.com/jhoPG0XlJR
ଅନ୍ୟପକ୍ଷେ, ୨୦୨୨, ଜୁନ୍ ୧ରୁ ଅଗଷ୍ଟ ୨୨ ମଧ୍ୟରେ ରାଜ୍ୟରେ ୯୪୧.୯ ମି.ମି. ବର୍ଷା ରେକର୍ଡ କରାଯାଇଛି। ଯାହାକି ଏହି ସମୟର ସ୍ୱାଭାବିକ ବର୍ଷା ୮୨୨.୯ ମି.ମି. ତୁଳନାରେ ୧୪% ଅଧିକ ରହିଛି। ଏହି ସମୟ ମଧ୍ୟରେ କନ୍ଧମାଳ(+୭୧%) ରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ଦେବଗଡ, ଢେଙ୍କାନାଳ, ନୟାଗଡ, ବୌଦ୍ଧ, କୋରାପୁଟ, ରାୟଗଡ଼ା ଏବଂ ଗଜପତିରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଟ ୨୨ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି।
୧ ଜୁନ ୨୦୨୨ ରୁ ୨୨ ଅଗଷ୍ଟ ୨୦୨୨ ମଧ୍ୟରେ ରାଜ୍ୟରେ ୯୪୧.୯ ମିମି ବର୍ଷା ରେକର୍ଡ କରାଯାଇଛି ଯାହାକି ଏହି ସମୟର ସ୍ୱାଭାବିକ ବର୍ଷା ୮୨୨.୯ ମିମି ତୁଳନାରେ ୧୪% ଅଧିକ ରହିଛି,
— Meteorological Centre, Bhubaneswar (@mcbbsr) August 23, 2022
ଏହି ସମୟ ମଧ୍ୟରେ କନ୍ଧମାଳ(+୭୧%) ରେ ସ୍ୱାଭାବିକ ଠାରୁ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି pic.twitter.com/7CHznQ9Qjp
]]>
ମୟୂରଭଞ୍ଜର ଦୁଇଟି ବ୍ଲକ୍ ସାରସକଣା ଓ ରାସଗୋବିନ୍ଦପୁର ଏବଂ ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକ୍ ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତାରେ ସ୍ଥିତି ଅଣାୟତ୍ତ ହୋଇପଡ଼ିବାର ଆଶଙ୍କା ରହିଛି। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ସୂଚନା ଅନୁସାରେ, ରାଜଘାଟରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଏବଂ ତାହା ଆହୁରି ବଢ଼ିବ। ଆଜି ମଧ୍ୟାହ୍ନ ୧୨ଟା ବେଳକୁ ଜଳସ୍ତର ସର୍ବାଧିକ ରହିବ।
ଭୋଗରାଇ ଓ ବାଲିଆପାଳର କିଛି ତଳିଆ ଅଞ୍ଚଳରେ ଜଳ ପ୍ରବେଶ କରି ସାରିଛି। ସେପଟେ ବୈତରଣୀରେ ଜଳସ୍ତର ବିପଦ ସଙ୍କେତ ଉପରେ ଥିଲେ ବି ତାହା ଧୀରେ ଧୀରେ କମୁଥିବା ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ମୁଣ୍ଡଳୀରେ ବି ମହାନଦୀର ଜଳସ୍ତର ଖସୁଛି। ପୁଣି ୨୩ ତାରିଖରୁ ବର୍ଷା ଆଶଙ୍କା ଥିବାରୁ ପାଣିପାଗ ବିଭାଗର ସବିଶେଷ ଆକଳନ ମିଳିବା ପରେ ଆବଶ୍ୟକ ପ୍ରସ୍ତୁତି ଓ ପଦକ୍ଷେପ ନିଆଯିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।
SRCଙ୍କ ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ସୁବର୍ଣ୍ଣରେଖାର ବନ୍ୟା ସ୍ଥିତି ଗମ୍ଭୀର ରହିବାର ଆଶଙ୍କା ଥିବାରୁ ପ୍ରଭାବିତ ଅଞ୍ଚଳ ଗୁଡ଼ିକୁ ଅତିରିକ୍ତ ରେସ୍କ୍ୟୁ ଟିମ୍ ପଠାଯାଇଛି। ଦୁଇ ଜିଲ୍ଲାକୁ NDRF, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ସହ ମୋଟ୍ ୪୦ଟି ଅପରେସ୍ନାଲ୍ ଟିମ୍ ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲ୍ଲାପାଳଙ୍କୁ SRC କ୍ଷମତା ଦିଆଯାଇଛି। ଆବଶ୍ୟକସ୍ଥଳେ ଉଦ୍ଧାର କାର୍ଯ୍ୟରେ ସ୍ୱତନ୍ତ୍ର ହେଲିକପ୍ଟରର ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବୁଢ଼ାବଳଙ୍ଗ, ଜଳକା ବନ୍ୟାରେ ବାଲେଶ୍ୱର ସଦର ଓ ରେମୁଣା ବ୍ଲକ୍ର ବ୍ୟାପକ ଅଞ୍ଚଳ ଜଳମଗ୍ନ ଥିବାବେଳେ ସୁବର୍ଣ୍ଣରେଖାର ବନ୍ୟା ଜିଲ୍ଲା ପାଇଁ ବଡ଼ ବିପତ୍ତି ଆଣିଛି।
ଆସନ୍ତାକାଲିଠୁ ଅର୍ଥାତ୍ ୨୩ ତାରିଖରୁ ୩ ଦିନ ଧରି ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ୨୩ ତାରିଖ ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
]]>ଖୋର୍ଦ୍ଧା, ପୁରୀ,କଟକ, କେନ୍ଦ୍ରପଡ଼ା, ଜଗତସିଂହପୁର, ନୟାଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ବୌଦ୍ଧ ଅଞ୍ଚଳରେ ସାନିଟାରୀ ପ୍ୟାଡ୍ ବଣ୍ଟାଯିବ। ବନ୍ୟା ପ୍ରପୀଡ଼ିତ ମହିଳାଙ୍କ ସମସ୍ୟା ନେଇ ଓଟିଭି ଖବର ପ୍ରସାରଣ ହୋଇଥିଲା। ବନ୍ୟା ବିପନ୍ନ କିଶୋରୀ ଓ ମହିଳାଙ୍କ ଋତୁସ୍ରାବ ଜନିତ ସମସ୍ୟାକୁ ଓଟିଭି ଦେଖାଇଥିଲା। ଗୋଳିପାଣି ପାର୍ ହୋଇ ପୁରୀ ଗୋପ ଅଞ୍ଚଳରେ ଓଟିଭି ସ୍ଥିତି ପରଖିଥିଲା।
ଜଳବନ୍ଦୀ ସମସ୍ୟା ଯୋଗୁ ଘରୁ ଗୋଡ଼ କାଢ଼ିପାରୁନଥିବା ମହିଳାଙ୍କ ପାଖରେ ନଥିଲା ସାନିଟାରୀ ପ୍ୟାଡ୍। ଏଭଳି ସ୍ଥିତିରେ କାହାକୁ କହିବେ, କାହାକୁ ଜଣାଇବେ, ଘାରିଥିଲା ଲୋକଲଜ୍ଜା ଭୟ। ଫଳରେ ମହିଳାମାନେ କପଡ଼ା ବ୍ୟବହାର କରିବାକୁ ବାଧ୍ୟ ହେଉଥିଲେ। ଏଣୁ ମହିଳାଙ୍କ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ବନ୍ୟା ରିଲିଫ୍ ସାମଗ୍ରୀରେ ସାନିଟାରୀ ପ୍ୟାଡ୍କୁ ଅନ୍ତର୍ଭୁକ୍ତ କରିବାକୁ ସମସ୍ତେ ଦାବି କରିଥିଲେ।
]]>ଏସବୁ ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ। ଏଇ ୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ୨୪ରେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହିସବୁ ଜିଲ୍ଲା ମଧ୍ୟରେ ଗଜପତି, ଗଞ୍ଜାମ, ଢେଙ୍କାନାଳ ଓ ଅନୁଗୁଳ ରହିଛି। ୨୫ ତାରିଖରେ ମଧ୍ୟ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।
ଅନ୍ୟପକ୍ଷେ, ଜୁନ୍ ୧, ୨୦୨୨ ମସିହାରୁ ଅଗଷ୍ଟ ୨୧ ମଧ୍ୟରେ ରାଜ୍ୟରେ ୯୩୪.୨ ମି.ମି. ବର୍ଷା ରେକର୍ଡ କରାଯାଇଛି। ଯାହାକି ଏହି ସମୟର ସ୍ୱାଭାବିକ ବର୍ଷା ୮୧୧.୯ ମି.ମି. ତୁଳନାରେ ୧୫% ଅଧିକ ରହିଛି। ଏହି ସମୟ ମଧ୍ୟରେ ବୌଦ୍ଧ (+୬୨%) ଏବଂ କନ୍ଧମାଳ(+୭୩%) ରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି।
୧ ଜୁନ ୧୦୨୨ ରୁ ୨୧ ଅଗଷ୍ଟ ୨୦୨୨ ମଧ୍ୟରେ ରାଜ୍ୟରେ ୯୩୪.୨ ମିମି ବର୍ଷା ରେକର୍ଡ କରାଯାଇଛି ଯାହାକି ଏହି ସମୟର ସ୍ୱାଭାବିକ ବର୍ଷା ୮୧୧.୯ ମିମି ତୁଳନାରେ ୧୫% ଅଧିକ ରହିଛି,
— Meteorological Centre, Bhubaneswar (@mcbbsr) August 22, 2022
ଏହି ସମୟ ମଧ୍ୟରେ ବୌଦ୍ଧ (+୬୨%) ଏବଂ କନ୍ଧମାଳ(+୭୩%) ରେ ସ୍ୱାଭାବିକ ଠାରୁ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି pic.twitter.com/hTGH9lBa3U
ଦେବଗଡ (+୪୦%) ଢେଙ୍କାନାଳ (+୨୯%), ଜଗତସିଂହପୁର (+୨୧%), ନୟାଗଡ (+୨୨%), ନୂଆପଡା(+୨୦%), କୋରାପୁଟ (+୩୦%), ରାୟଗଡା (+୩୩%), ଏବଂ ଗଜପତି(+୨୦%) ରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ଅବଶିଷ୍ଟ ୨୦ ଜିଲ୍ଲାରେ ଏହି ସମୟ ମଧ୍ୟରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି l
]]>ଗତ 6ଘଣ୍ଟାରେ ଗଭୀର ଅବପାତ ଘଣ୍ଟାପ୍ରତି 18କିମି ବେଗରେ ଗତିକରି ଦକ୍ଷିଣ ଝାଡ଼ଖଣ୍ଡ ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା ଅଞ୍ଚଳରେ ଝାରସୁଗୁଡା ଠାରୁ ପୂର୍ବଉତ୍ତରପୂର୍ବ ଦିଗରେ 220କିମି ଦୂରରେ କେନ୍ଦ୍ରୀଭୂତ l
— Meteorological Centre, Bhubaneswar (@mcbbsr) August 20, 2022
ଏହା ପଶ୍ଚିମଉତ୍ତରପଶ୍ଚିମ ଦିଗରେ ଝାଡ଼ଖଣ୍ଡ, ଉତ୍ତର ଓଡିଶା, ଉତ୍ତର ଛତିଶଗଡ ଦେଇ ଗତି କରିବା ସହ ଉତ୍ତର ମଧ୍ୟପ୍ରଦେଶ ମୁହାଁ ହେଉଛି pic.twitter.com/7SWfE7RmCJ
ଦକ୍ଷିଣ ଝାଡ଼ଖଣ୍ଡ, ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଅଞ୍ଚଳରେ କେନ୍ଦ୍ରୀଭୂତ ଗଭୀର ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରିବା ସହ ଝାଡ଼ଖଣ୍ଡ, ଉତ୍ତର ଓଡିଶା, ତଥା ଉତ୍ତର ଛତିଶଗଡ ଦେଇ ମଧ୍ୟପ୍ରଦେଶ ମୁହାଁ ହେବା ସହ ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ସୂଚନା ଦେଇଛି। ପାରାଦୀପ ରାଡାରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ଆଜି ପଶ୍ଚିମ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ। ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ଦକ୍ଷିଣ ଝାଡ଼ଖଣ୍ଡ, ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଅଞ୍ଚଳରେ କେନ୍ଦ୍ରୀଭୂତ ଗଭୀର ଅବପାତ ପଶ୍ଚିମ -ଉତ୍ତର ପଶ୍ଚିମ ଦିଗରେ ଗତିକରିବା ସହ ଝାଡ଼ଖଣ୍ଡ, ଉତ୍ତର ଓଡିଶା, ତଥା ଉତ୍ତର ଛତିଶଗଡ ଦେଇ ମଧ୍ୟପ୍ରଦେଶ ମୁହାଁ ହେବା ସହ ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି pic.twitter.com/ofJjsj0eNM
— Meteorological Centre, Bhubaneswar (@mcbbsr) August 20, 2022
ବନ୍ୟା ଆଁରେ ରାଜ୍ୟର ୧୨ ଜିଲ୍ଲା ଗାଁ। ଗାଁରେ ଏବେବି ପାଣିର ସୁଅ ଚାଲିଛି। ଶହ ଶହ ଗାଁ ଜଳବନ୍ଦୀ ଥିବାବେଳେ ଅହରହ ବର୍ଷା ଉପୁଜାଇଛି ହାହାକାର ସ୍ଥିତି। କିଏ ଛାତ ଉପରେ ତ ଆଉ କିଏ ରାସ୍ତା ଉପରେ ପଲିଥିନ ଟାଣି ଅପେକ୍ଷା କରିଛନ୍ତି ପାଣି କମିବାକୁ। ଏଭଳି ସ୍ଥିତିରେ ଉତ୍ତର ଓଡିଶାରେ ଲଗାଣ ବର୍ଷା ପରିସ୍ଥିତିକୁ ଆହୁରି ସଙ୍ଗୀନ କରି ଦେଇଛି। ଏହାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସ୍କୁଲ୍ ବନ୍ଦ ଘୋଷଣା ହୋଇଛି।
]]>ପାରାଦୀପ ରାଡାର ରୁ ମିଳୁଥିବା ତଥ୍ୟ ଅନୁଯାୟୀ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲାଗିରହିଛି ବର୍ଷା , ଆଜି ପଶ୍ଚିମ ଓଡ଼ିଶାରେ ବର୍ଷା ଜନିତ ସର୍ବାଧିକ ପ୍ରଭାବ ପାଇଁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି pic.twitter.com/n6kF7qRzJH
— Meteorological Centre, Bhubaneswar (@mcbbsr) August 20, 2022
ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ୍ ଏବଂ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ। ପ୍ରବଳ ବର୍ଷା ପାଇଁ ଜିଲ୍ଲାର ସମସ୍ତ ସ୍କୁଲ୍ ଏବଂ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସ୍କୁଲ୍ରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିବେ।
ସେହିପରି ଲଘୁଚାପ ଜନିତ ପ୍ରବଳ ବର୍ଷା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନବାଡିକୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ବନ୍ଦ ଘୋଷଣା କରିଛି । ତେବେ ସମସ୍ତ କର୍ମଚାରୀ ଶିକ୍ଷାନୁଷ୍ଠାନକୁ ଯିବେ। କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେବା ପରେ କେନ୍ଦୁଝର ଜିଲ୍ଲା ଶିକ୍ଷାଧିକାରୀ ଏହି ନିଷ୍ପତ୍ତି ନେଇଛନ୍ତି। ମୟୂରଭଞ୍ଜରେ ମଧ୍ୟ ବର୍ଷା ପାଇଁ ଆଜି ସ୍କୁଲ୍ ଛୁଟି ଘୋଷଣା କରାଯାଇଛି।
]]>ସହରୀ ବନ୍ୟା, ଆପାର୍ଟମେଂଟ ଭିତରେ ଆଣ୍ଠୁଏ ଉଚ୍ଚର ପାଣି । ଘରଦ୍ୱାର ବୁଡିଛି ରୋଷେଇ ଘରେ ଭାସୁଛି କଂସା ବାସନ । ଜିନିଷପତ୍ର, ଲୁଗାପଟା ଉପରେ ରଖି ଲୋକେ ଘର ଛାଡିଛନ୍ତି । ଆମେ କହୁଛୁ ଭୁବନେଶ୍ୱର ସହର ଉପକଣ୍ଠ ସୁନ୍ଦରପଦା କଣ୍ଟିଲୋ ଅଂଚଳର କଥା । ଦୟାନଦୀର ପଛୁଆ ପାଣି ପଶି ଅଂଚଳରେ ଅଣ୍ଟାଏ ପାଣି, ଗାଡି ମୋଟର, ଘରଦ୍ୱାର ସବୁ ବୁଡି ରହିଛି । ବନ୍ୟା ପାଣି ଘେରରେ ରହିଛି ଆପାର୍ଟମେଂଟର ପ୍ରଥମ ଫ୍ଲୋର୍ । କିଛି ଲୋକ ଉପର ଫ୍ଲୋରରେ ଅଛନ୍ତି ଏବଂ ଅନ୍ୟମାନେ ଘରେ ତାଲା ପକାଇ ଚାଲିଯାଇଛନ୍ତି ସୁରକ୍ଷିତ ସ୍ଥାନକୁ ।
ତେବେ ଏଠାରେ ରହୁଥିବା ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ । ତିନି ଦିନ ହେଲା ହନ୍ତସନ୍ତ ହେଉଛନ୍ତି । ବିଜୁଳି ନଥିବାରୁ ପିଇବା ପାଣି ନାହିଁ । ଖାଦ୍ୟ ପାଇଁ ନିଇତି ପାଣିରେ ବୁଡି ବାହାରକୁ ଯିବାକୁ ପଡୁଛି ସହର ଉପକଂଠରେ ଥିଲେ ବି ବନ୍ୟା ପାଣିରେ ଜଳବନ୍ଦୀ ହୋଇ ରହିଛନ୍ତି ପ୍ରଧାନସାହି ପଂଚାୟତର କଣ୍ଟିଲୋ ଏବଂ କୁହା ବାସିନ୍ଦା ।
ସ୍ମାର୍ଟ ସିଟି ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସ୍ଥିତି ବି ସଙ୍ଗୀନ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଗାଁ ବୁଡିଛି, ପାଣି ଘେରରେ ଘରଦ୍ୱାର, ମନ୍ଦିର ବି ବୁଡିଛି । ମୁଖ୍ୟ ରାସ୍ତାରେ ଚାଲିଛି ଅଣ୍ଟାଏ ଉଚ୍ଚର ବନ୍ୟା ଜଳ । ଭାର୍ଗବୀ ନଦୀର ଉଛୁଳା ପାଣି ପଶିଛି ପାଂଚଟି ପଂଚାୟତରେ ଅଧିକାଂଶ ଗାଁ ଜଳବନ୍ଦୀ । ପମ୍ପାଲୋ, କୁରୁଞ୍ଜିପୁର ଓ ରାଜସ ପଂଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଫଳରେ ଏସବୁ ପଂଚାୟତରେ ଥିବା ଟିଙ୍କିପଡା, ବେଲମରା, ଗଡିଆ, ଜରଡ଼ା ଓ ଡେଙ୍ଗ ଗାଁରେ ରହୁଥିବା ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି ।
ଲୋକେ ଛାତ ଉପରେ ଆଶ୍ରୟ ନେଇଛନ୍ତି । ସେପଟେ ବଢିପାଣିରେ ବୁଡ଼ି ରହିଛି ଶହ ଶହ ହେକ୍ଟର ଚାଷ ଜମି । ଯାହା ରୁଆରୁଇ ହୋଇଥିଲା ସବୁ ପାଣିରେ ଭାସିଯାଇଛି । ତିନି ଦିନ ହେଲା ବନ୍ୟା ପାଣି ଘେରରେ ରହିଛନ୍ତି ରାଜଧାନୀ ଉପକଣ୍ଠ ବାସିନ୍ଦା । ଅପେକ୍ଷା କରିଛନ୍ତି କେବେ ପାଣି କମିବ ଏବଂ ସବୁ ସ୍ୱାଭାବିକ ହେବ ।
]]>ରାଜ୍ୟରେ ଭୟଙ୍କର ବନ୍ୟାସ୍ଥିତି । ୧୨ଟି ଜିଲ୍ଲା ବନ୍ୟାର ଆଁ ଭିତରେ । ବିଶେଷ କରି କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏବେବି ଗାଁ ଦାଣ୍ଡରୁ ପାଣି ଛାଡିନି । ଏଭଳି ସ୍ଥିତିରେ ଡରାଇଲାଣି ଆଉ ଏକ ଲଘୁଚାପ । ଆଜି ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ପରେ ଏହା ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆସନ୍ତାକାଲି ଓ ତା ପରଦିନ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ବିଶେଷ କରି ମୟୂରଭଂଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିବ । ସେହିପରି ୨୦ ତାରିଖରେ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶା ସମେତ ଛତିଶଗଡ଼ରେ ମଧ୍ୟ ଅତିପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଉଛି । ଆସନ୍ତାକାଲି ପାଇଁ ଓଡ଼ିଶାକୁ ରେଡ୍ ଓ୍ୱାର୍ଣ୍ଣଂ ଦିଆଯାଇଛି । ସେହିପରି ୨୦ ତାରିଖରେ ଓଡ଼ିଶା ଓ ଛତିଶଗଡ଼କୁ ଦିଆଯାଇଛି ଅରେଞ୍ଜ୍ ଓ୍ୱାର୍ଣ୍ଣିଂ । ବର୍ଷାର ପରିମାଣ ଅଧିକ ରହିଲେ ଏହା ବନ୍ୟା ସ୍ଥିତିକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ବନ୍ୟା ବିପନ୍ନଙ୍କ ମଧ୍ୟରେ ଛନ୍କା ପସିଛି ।
ସେପଟେ ରାଜ୍ୟରେ ବନ୍ୟା ସ୍ଥିତି ନେଇ ଆଜି ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ଏସ୍ଆର୍ସିଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି । ବନ୍ୟା ସ୍ଥିତି ସୁଧୁରି ନଥିବା ବେଳେ ଆସୁଥିବା ବର୍ଷାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଏହାର କେମିତି ମୁକାବିଲା କରାଯିବ ସେନେଇ ପ୍ରସ୍ତୁତ ହୋଇଛି ପ୍ଲାନ୍ । ଏବେ ହୀରାକୁଦ ଜଳଭଣ୍ଡାରରେ ୬୨୪ ଫୁଟ୍ ପାଣି ଅଛି । ଏହାକୁ ୬୨୨ ଫୁଟ୍ରେ ରଖିବାକୁ ଜଳସଂପଦ ବିଭାଗ ନିଷ୍ପତ୍ତି ନେଇଛି । ଯେହେତୁ ଦୁଇଦିନ ବର୍ଷା ହେବ ଓ ଛତିଶଗଡ଼ରେ ସର୍ବାଧିକ ପ୍ରାୟ ୫୦ ମିଲିମିଟର ବର୍ଷା ହେବାର ଆକଳନ କରାଯାଉଛି, ସେ ଦୃଷ୍ଟିରୁ ହୀରାକୁଦକୁ ୫ରୁ ସାଢେ ୫ ଲକ୍ଷ କ୍ୟୁସେକ୍ ପାଣି ଆସିପାରେ । ତେଣୁ ଡ୍ୟାମ୍ରୁ ମଧ୍ୟ ସେତିକି ଜଳ ଛଡାଯିବ ବୋଲି SRC କହିଛନ୍ତି । ଯଦ୍ୱାରା ମୁଣ୍ଡଳିଠାରେ ସର୍ବାଧିକ ୯ ଲକ୍ଷ କ୍ୟୁସେକ୍ ପାଣି ପାସ୍ କରିବ ଏବଂ ମହାନଦୀ ସିଷ୍ଟମରେ ବିଶେଷ ଅସୁବିଧା ହେବ ନାହିଁ ବୋଲି ସରକାର ଚିନ୍ତା କରୁଛନ୍ତି । ସେପଟେ ଲଘୁଚାପ ଓ ବର୍ଷାକୁ ଆଖି ଆଗରେ ଖୋଲାଯାଇଥିବା ୪୦ଟି ଗେଟ୍ ମଧ୍ୟରୁ ଆଜି ୧୨ଟି ଗେଟ୍କୁ ବନ୍ଦ କରିଦିଆଯାଇଛି ।
]]>
ଆଜି ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଅଞ୍ଚଳକୁ ଆକାଶମାର୍ଗରୁ ପରିଦର୍ଶନ କରିଥିଲେ । ଆକାଶମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଦେଖିବା ପରେ ରିଲିଫ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଯେଉଁ ଗାଁ ଗୁଡିକରେ ପାଣି ପଶିଛି ସେଠାରେ ବିପନ୍ନ ଲୋକମାନଙ୍କୁ ୧୫ ଦିନ ରିଲିଫ ସହାୟତା ଦିଆଯିବ ।
ସେହିପରି ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାର ପାଣି ପଶିଥିବା ଗାଁ ଲୋକଙ୍କୁ ୭ ଦିନ ପାଇଁ ରିଲିଫ ଦିଆଯିବ । ପାଣି ଛାଡିବାର ୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରିବା ସହ ତାର ୧୫ ଦିନ ପରେ ଘରଭଙ୍ଗା ଓ ଫସଲ କ୍ଷୟକ୍ଷତି ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
]]>#ହୀରାକୁଦର_୪_ଗେଟ୍_ବନ୍ଦ
— ଓଟିଭି (@otvkhabar) August 18, 2022
ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ବନ୍ଦ ହେଲା । ଖୋଲାଥିବା ୪୦ ଗେଟରୁ ୪ଟି ବନ୍ଦ ହେଲା । ଏବେ ୩୬ ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ ।#Hirakud #OTV pic.twitter.com/nSPnP8TJGn
ଆଗକୁ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୨ ଫୁଟ ତଳକୁ ଆଣିବାକୁ ଚେଷ୍ଟା କରାଯାଉଛି। ବନ୍ୟା ସ୍ଥିତି ନେଇ SRC ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ପାଣିପାଗ ବିଭାଗ ଆକଳନ ଅନୁଯାୟୀ, ଲଘୁଚାପ ଅବପାତର ରୂପ ନେଇପାରେ। ଫଳରେ ଏହି ସମୟ ମଧ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ଆକଳନ କରାଯାଉଛି।
ମହାନଦୀର ଉପର ମୁଣ୍ଡରେ ସର୍ବାଧିକ ୫୦ ମିଲିମିଟର ବର୍ଷା ହେବା ନେଇ ଆକଳନ କରାଯାଉଛି। ଯଦି ସେତିକି ବର୍ଷା ହୁଏ, ତେବେ ୫ଲକ୍ଷରୁ ୫ ଲକ୍ଷ ୫୦ ହଜାର କ୍ୟୁସେକ୍ ପଯର୍ୟନ୍ତ ପାଣି ହୀରାକୁଦକୁ ପ୍ରବେଶ କରିବ। ହୀରାକୁଦରୁ ୪ରୁ ୫ ଲକ୍ଷ କ୍ୟୁସେକ୍ ଭିତରେ ପାଣି ଛାଡ଼ିବା ଲାଗି ଯୋଜନା କରାଯିବ। ଯାହା ଦ୍ୱାରା ମୁଣ୍ଡଳୀରେ ୭ରୁ ୮ ଲକ୍ଷ କ୍ୟୁସେକ୍ ଜଳ ପାସ୍ କରିବ। ଯଦି ଅଧିକ ହୁଏ ୯ ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ଯିବ। ତେବେ ଏହି ବର୍ଷା ଦ୍ୱାରା ମହାନଦୀ ସିଷ୍ଟମରେ ସେଭଳି ବଡଧରଣର ଅସୁବିଧା ହେବନି ବୋଲି SRC କହିଛନ୍ତି।
ଅନ୍ୟପକ୍ଷେ, ୧୯ ଏବଂ ୨୦ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କାଲି ଉତ୍ତର ଓଡ଼ିଶାରେ ପ୍ରବଳ ଏବଂ କିଛି ସ୍ଥାନରେ ଅତି ପ୍ରବଳ ବର୍ଷିବ। ସେହିପରି ୨୦ତାରିଖରେ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ୨ ଦିନ ପାଇଁ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।
]]>ସୂଚନା ଅନୁସାରେ, ଆଜି ସକାଳେ ଶିଶୁଟି ବେଗୁନିଆ ଗାଁରେ ନିର୍ମାଣାଧୀନ ଜଳ ପ୍ରକଳ୍ପ ଗାତରେ ପଡ଼ି ଯାଇଥିଲା। ଗାତରେ ବର୍ଷା ପାଣି ଭର୍ତ୍ତି ଥିବାରୁ ପିଲାଟି ଜାଣି ନପାରି ପଡ଼ି ଯାଇଥିଲା। ଫଳରେ ଶିଶୁଟିର ମୃତ୍ୟୁ ଘଟିଛି। ଖୋଳାଯାଇଥିବା ଗାତ କର୍ତ୍ତୃପକ୍ଷ ପୋତି ନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ, ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।
]]>
ଏହାପରେ ପୂଜକ ଓ ଗ୍ରାମବାସୀ ମହାପ୍ରଭୁଙ୍କୁ ସୁରକ୍ଷିତ ଭାବେ ଗାଁ ଠାରୁ ୨ କିଲୋମିଟର ଦୂର ଏକ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ଥାନାନ୍ତର ବେଳେ ଗାଁରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଯଦିଓ ବନ୍ୟା ପାଣି କମିଛି, ତଥାପି ଲୋକଙ୍କ ଦୁର୍ଦ୍ଦଶା କମିନି। ଏବେବି ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ପାଣି ଘେରରେ ଲୋକେ ଅଛନ୍ତି। ଅନେକ ଗାଁ ଭିତରକୁ ବନ୍ୟା ପାଣି ପଶିଛି।
ସେପଟେ ଉତ୍ତର-ପୂର୍ବ ଏବଂ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ସୁଦୃଶ ଲଘୁଚାପ ଓ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
]]>ଉତ୍ତର-ପୂର୍ବ ଏବଂ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି l ଆଗାମୀ 12 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ ଲଘୁଚାପ ଏବଂ 24 ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତ ର ରୁପନେବାର ସମ୍ଭାବନା pic.twitter.com/UsBh90ajVB
— Meteorological Centre, Bhubaneswar (@mcbbsr) August 18, 2022
ଲଘୁଚାପ ପ୍ରଭାବରେ ଆଜି ଠାରୁ ରାଜ୍ୟରେ ବିସ୍ତୃତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ବିଶେଷ କରି ୧୮, ୧୯ ଏବଂ ୨୦ ତାରିଖ ତିନି ଦିନ ବର୍ଷିବ। ତେବେ ବର୍ଷାର ପରିମାଣ ୧୯ ତାରିଖରେ ଅଧିକ ରହିବ। ୧୮ ତାରିଖରେ ୧୯ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉପକୂଳ ଓଡିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ, ପୁରୀ, ଗଞ୍ଜାମ ଓ ଗଜପତିର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ସୁନ୍ଦରଗଡ, ଝାରସୁଗୁଡା, କଳାହାଣ୍ଡି ଏବଂ ବରଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ୧୯ ତାରିଖରେ ୧୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୦ ତାରିଖରେ ପଶ୍ଚିମ ଓଡିଶାର ଜିଲ୍ଲା ଅଧିକ ପ୍ରଭାବିତ ହେବା ସମ୍ଭାବନା ରହିଛି। ୨୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ
]]>ଚଳିତ ବନ୍ୟାରେ ଏଯାଏ ୪ ଲକ୍ଷ ୬୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏହି ସଂଖ୍ୟା ଆହୁରି ବଢ଼ିପାରେ। ବନ୍ୟାରେ ୧୭୫୭ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ସେଥିରୁ ୪୨୫ ଗାଁ ଜଳଘେରରେ ରହିଛି। ପ୍ରାୟ ୬୦ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଥିବା SRC କହିଛନ୍ତି। IAS ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଏବଂ ଜି.ରଘୁଙ୍କୁ କେନ୍ଦ୍ରାପଡା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ହୀରାକୁଦର ୪୦ ଗେଟ୍ ଖୋଲା ରହିବ ଏବଂ ବର୍ଷା ସ୍ଥିତିକୁ ନେଇ ହୀରାକୁଦ ଗେଟ୍ ବନ୍ଦ ନେଇ ବିଚାର କରାଯିବ ବୋଲି SRC ସୂଚନା ଦେଇଛନ୍ତି।
ମହାନଦୀରେ ବନ୍ୟା ଫଳରେ କଟକ ଜିଲ୍ଲା ଆଠଗଡ଼ର ଅନେକ ଅଞ୍ଚଳ ଜଳମଗ୍ନ ଅବସ୍ଥାରେ ରହିଛି। ବହୁ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଶହ ଶହ ହେକ୍ଟର ଚାଷ ଜମିରେ ପାଣି ଜମି ରହିଥିବାରୁ ଫସଲହାନୀ ଆଶଙ୍କା ରହିଛି। ବନ୍ୟାଜଳ ଗାଁରେ ପଶିବା ଫଳରେ ତିଗିରିଆ ବ୍ଲକର କୋଇଲିକନ୍ୟା, ରଘୁରାମପୁର, କଣ୍ଠିପୁର, ଗଦାଧରପୁରର ଚାଷୀମାନେ ଗୋରୁଗାଈଙ୍କୁ ଧରି ବିନ୍ଧାଣିମା ସ୍କୁଲ ପରିସରରେ ଆଶ୍ରୟ ନେଇଛନ୍ତି। ଘର ଛାତ ଓ ସ୍କୁଲ ବାରଣ୍ଡାରେ ବିତୁଛି ଜୀବନ।
ଅନ୍ୟପକ୍ଷେ, ଦକ୍ଷିଣ ମିଆଁମାର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଧୀରେ ଧୀରେ ଏହା ସକ୍ରିୟ ହେବାରେ ଲାଗିଛି। ଏହାର ପ୍ରଭାବରେ ୧୯ ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଆଜି ଠାରୁ ରାଜ୍ୟରେ ବିସ୍ତୃତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
]]>ବିଶେଷ କରି ୧୮, ୧୯ ଏବଂ ୨୦ ତାରିଖ ତିନି ଦିନ ବର୍ଷିବ। ତେବେ ବର୍ଷାର ପରିମାଣ ୧୯ ତାରିଖରେ ଅଧିକ ରହିବ। ୧୮ ତାରିଖରେ ୧୯ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉପକୂଳ ଓଡିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ, ପୁରୀ, ଗଞ୍ଜାମ ଓ ଗଜପତିର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ସୁନ୍ଦରଗଡ, ଝାରସୁଗୁଡା, କଳାହାଣ୍ଡି ଏବଂ ବରଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ୧୯ ତାରିଖରେ ୧୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୦ ତାରିଖରେ ପଶ୍ଚିମ ଓଡିଶାର ଜିଲ୍ଲା ଅଧିକ ପ୍ରଭାବିତ ହେବା ସମ୍ଭାବନା ରହିଛି। ୨୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ।
]]>ସକ୍ରିୟ ହେଉଛି ଘୁର୍ଣ୍ଣିବଳୟ
— Meteorological Centre, Bhubaneswar (@mcbbsr) August 17, 2022
ଆଜିଠାରୁ ବଢିବ ବର୍ଷାର ବିସ୍ତୃତି
ଉପକୁଳ ସମେତ ପାର୍ଶ୍ଵବର୍ତ୍ତୀ କିଛି ଜିଲ୍ଲା ରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି
19ରେ ରାଜ୍ୟ ଉପରେ ସର୍ବାଧିକ ପ୍ରଭାବ, ଉପକୁଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ଚେତାବନୀ
20 ରେ ପଶ୍ଚିମ ଓଡି଼ଶାରେ ଅତିପ୍ରବଳ ବର୍ଷା pic.twitter.com/G00dmyGRNn