ତେବେ ଯାହାକୁ ଯାହା ପ୍ରତିଶ୍ରୁତି ଦିଆଯାଇଛି, ତାହା ସାର୍ବଜନୀନ ହେବା ଦରକାର ବୋଲି ସଂସ୍କୃତିମନ୍ତ୍ରୀ କହିଛନ୍ତି। ତାସହ ସାରା ଭାରତ ବର୍ଷରେ ASIର ନିୟମ ଅନୁସାରେ କୌଣସି ଐତିହ୍ୟସ୍ଥଳର ସୁରକ୍ଷା ପାଇଁ ଶହେ, ୨ଶହ ଓ ୩ଶହ ମିଟର ପରିଧିକୁ ବିଚାରକୁ ନିଆଯାଏ। ହେଲେ ଓଡ଼ିଶାର ଜଗନ୍ନାଥ ମନ୍ଦିର ଏକ ଜୀବନ୍ତ ଐତିହ୍ୟସ୍ଥଳ ହୋଇଥିବାରୁ ସଂସ୍କୃତି ମନ୍ତ୍ରାଳୟର ପୂର୍ଣ୍ଣ ପ୍ରତିଶ୍ରୁତି ଅନୁସାରେ ଏହା ଲିଭିଂ ମନ୍ୟୁମେଣ୍ଟ ଭାବରେ ହିଁ ରହିବ।
ତାସହ କୌଣସି ଏତିହ୍ୟ ବାଇ-ଲ ତିଆରି ହେଲେ ତାହା ସମସ୍ତଙ୍କ ସହମତିରେ ପ୍ରସ୍ତୁତ ହୋଇଥାଏ ଓ କେନ୍ଦ୍ର ସରକାର ନିଜ ଆଡୁ କୌଣସି ନିଷ୍ପତ୍ତି ନିଅନ୍ତି ନାହିଁ ବୋଲି ପ୍ରହଲ୍ଲାଦ ସିଂ ପଟେଲ ସ୍ପଷ୍ଟ କରିଛନ୍ତି। ତେଣୁ ତାଙ୍କ ମତରେ ରାଜ୍ୟ ସରକାରଙ୍କ ଅଧିକାରୀ ଏହାକୁ ସହଜରେ ବୁଝି ପାରୁଥିବେ ଓ ଏହା ଉପରେ ସେମାନଙ୍କୁ ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଛନ୍ତି। ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।
କେବଳ ପୁରୀ ଶ୍ରୀମନ୍ଦିର ପାଇଁ ପ୍ରତ୍ୟାହୃତ ହୋଇଛି NMAର ପ୍ରସ୍ତାବିତ ବାଇ-ଲ ଅନ୍ୟ ମନ୍ଦିର ପାଇଁ ନୁହେଁ ଅର୍ଥାତ୍ ଏକାମ୍ର କ୍ଷେତ୍ରର ଅନ୍ୟତମ ଦୁଇ ପୁରାତନ ମନ୍ଦିର ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଅଧିନିୟମ ପୂର୍ବଭଳି କାଏମ୍ ରହିବ। ଶ୍ରୀମନ୍ଦିର ପାଇଁ NMAର ପ୍ରସ୍ତାବିତ ଚିଠା ଅଧିନିୟମ ପ୍ରତ୍ୟାହାର ସମ୍ପର୍କରେ ପ୍ରତିକ୍ରିୟା ରଖିବା ଅବସରରେ ଆଜି ଏହା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ସ୍ପଷ୍ଟ କରିଛନ୍ତି। ତାସହ ଏକାମ୍ର କ୍ଷେତ୍ରରେ ପୁରାତନ କୀର୍ତ୍ତିରାଜିର ସୁରକ୍ଷା ପରିବର୍ତ୍ତେ ରାଜ୍ୟ ସରକାର ସେଠି ଜେସିବି ମେସିନ୍ ଲଗାଇ ଖନନ କରୁଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ସଂସ୍କୃତି ମନ୍ତ୍ରୀ କହିଛନ୍ତି- ନବମ ଓ ଦଶମ ଶତାବ୍ଦୀର ପୁରାତନ କୀର୍ତ୍ତିରାଜି ସ୍ଥଳକୁ ରାଜ୍ୟ ସରକାର ସୌନ୍ଦର୍ଯ୍ୟକରଣ ନାଁରେ ଯେଉଁଭଳି ଖନନ କରୁଛନ୍ତି ତାହା ପ୍ରତ୍ନତତ୍ତ୍ୱ ବିଭାଗ ପାଇଁ ବଡ଼ ଚିନ୍ତାର ବିଷୟ। ଏଏସ୍ଆଇର ଏକ ଉଚ୍ଚସ୍ତରୀୟ ଟିମ୍ ଏହାର ଅନୁଧ୍ୟାନ କରି ରିପୋର୍ଟ ଦେଇଛି। ତାର ଅନୁଧ୍ୟାନ ପରେ କୌଣସି ନିଷ୍ପତ୍ତି ନିଆଯିବ। ତାସହ ଆହୁରି ମଧ୍ୟ କହିଛନ୍ତି- ଶୁକସାରୀ ମନ୍ଦିର ଚାରିପାଖରେ ଯାହା ଖୋଳାଯାଇଛି, ତାହା ରାଜ୍ୟ ସରକାର କରିଛନ୍ତି। ତେଣୁ ଏଏସଆଇ ନାଁରେ ରାଜ୍ୟ ସରକାର ଭ୍ରମିତ ନକରନ୍ତୁ ବୋଲି କେନ୍ଦ୍ର ସଂସ୍କୃତିମନ୍ତ୍ରୀ କହିଛନ୍ତି।
]]>ଏହି ଚିଠା ପ୍ରସ୍ତାବ ଅନୁଯାୟୀ,୭୫ ମିଟର ଐତିହ୍ୟ କରିଡର ମଧ୍ୟରୁ ୫୫ମିଟର ପରିସରରେ ସମସ୍ତ ଯାନବାହାନକୁ ନିଷେଧ କରାଯିବ। ୫୫ ମିଟର ପରେ ସୁନ୍ଦର ରାସ୍ତା ନିର୍ମାଣ କରାଯାଇ ବ୍ୟାଟେରୀ ଗାଡି ନିଃଶୁକ୍ଳ ଭାବେ ଭକ୍ତଙ୍କ ପାଇଁ ପ୍ରଚଳନ କରାଯିବ। ସେହିପରି ୬ହଜାର ଭକ୍ତଙ୍କ ପାଇଁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷରେ ରହିବ ସମସ୍ତ ମୌଳିକ ସୁବିଧା।
ଏହାଛଡା ପ୍ରାୟ ୪ ହଜାର ପରିବାର ବର୍ଗଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା, କ୍ଲକ ରୁମ୍, ବ୍ୟାଗେଜ ସ୍କାନିଂ ବ୍ୟବସ୍ଥା ରହିବ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଶୌଚାଳୟ, ଏଟିଏମ୍ ବ୍ୟବସ୍ଥା, ହେଲ୍ପ ଡେସ୍କ, ଆରକ୍ଷୀ ସେବା କେନ୍ଦ୍ର, ଭଜନ ଓ ସଂସ୍କୃତି ମଣ୍ତପ ଇତ୍ୟାଦି ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ମଠମନ୍ଦିର ଗୁଡିକର ପୁନଃ ବିକାଶ ପାଇଁ ବି କଳିଙ୍ଗ କୀର୍ତ୍ତିରାଜି ଢାଞ୍ଚାରେ ନିର୍ମାଣ କାର୍ଯ୍ୟ କରାଯିବ। ପ୍ରାଥମିକ ଭାବେ ସିଂହଦ୍ୱାରର ଉଭୟ ପାର୍ଶ୍ୱରେ ଥିବା ବଡଛତା ମଠ ଓ ଛାଉଣୀ ମଠକୁ ପଥରରେ ସ୍ୱତନ୍ତ୍ର ଭାବେ ର୍ନିମାଣ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ଚଳିତ ମାସ ୨୮ ତାରିଖ ସୁଦ୍ଧା ପ୍ରକଳ୍ପର ଅନୁମତି ପାଇଁ ରାଜ୍ୟ ସରକାର ଓ ଜାତୀୟ ସ୍ମାରକୀ ପ୍ରାଧିକରଣ ଓ ପୁରୀ କୋଣାର୍କ ଉନ୍ନୟନ ସଂସ୍ଥାକୁ ଅବଗତ କରାଯିବ। ଏହାପରେ ଜୁନ୍ ପହିଲାରୁ ପ୍ରକଳ୍ପ କାମ ଆରମ୍ଭ କରାଯିବ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଗ୍ରହଣୀୟ ମତାମତକୁ ଏକାଠି କରି ପ୍ରସ୍ତାବିତ ଚିଠା ପ୍ରସ୍ତାବକୁ କିଛିମାତ୍ରାରେ ପରିବର୍ତ୍ତନ କରାଯାଇଛି। ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଚିଠା ପ୍ରସ୍ତାବ ଚୂଡ଼ାନ୍ତ କରାଯାଇଛି। ଆମର ଐତିହ୍ୟ କରିଡର ୭୫ ମିଟର ପରିସରକୁ ନେଇ କରାଯିବ ବୋଲି ସେ କହିଛନ୍ତି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆହୁରି କହିଛନ୍ତି, ସେବାୟତ, ମଠ ଓ ପୁରୀ ବାସୀଙ୍କ ପାଇଁ ଏହି ଚିଠା ପ୍ରସ୍ତା ଆଜି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିବା ସମ୍ଭବ ହୋଇ ପାରିଛି। ୨୦୧୯ ଅକ୍ଟୋବରରେ ଏ ନେଇ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିଥିଲା। ୨୦୧୯ ଡିସେମ୍ବର ୩୦ ତାରିଖରେ ସ୍ଥାପତ୍ୟ ଚିଠି ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ରଖିଥିଲେ ଏବଂ ଏହି ଐତିହ୍ୟ କରିଡର ପାଇଁ ୮୦୦ କୋଟିର ଅନୁମୋଦନ ମିଳିଥିଲା। ପ୍ରାୟ ୩୦୦ ପ୍ରସ୍ତାବ ଅଧାରରେ ୩ଟି କମିଟି ଯଥା ସାଂସ୍କୃତିକ, ଟେକ୍ନିକାଲ ଏବଂ ଡିଜାଇନ ସମୀକ୍ଷା କମିଟି ଗଠନ କରାଯାଇଥିଲା ଯାହାକୁ ଆଜିର ବୈଠକରେ ଗ୍ରୀନ ସିଗ୍ନାଲ ମିଳିଛି।
https://youtu.be/0k8sUR9u4Aw
ଆହୁରି ପଢନ୍ତୁ: ଶ୍ରୀମନ୍ଦିର ଐତିହ୍ୟ କରିଡ଼ରକୁ ନେଇ ବଡ଼ ଭ୍ରମ ସୃଷ୍ଟି କରୁଛନ୍ତି ଓଡ଼ିଶା ସରକାର: କେନ୍ଦ୍ରମନ୍ତ୍ରୀ
]]>ଏହି ବାଇ-ଲକୁ ସ୍ଥଗିତ ରଖିବା ଦାବିରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ସମସ୍ତ ବିଜେପି ସାଂସଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ। ଲୋକଙ୍କ ଧାର୍ମିକ ଭାବନାକୁ ଗୁରୁତ୍ୱ ଦେଇ ବାଇ-ଲକୁ ଏବେ ସ୍ଥଗିତ ରଖିବାକୁ ସେମାନେ ଦାବି କରିଥିଲେ। ସେହିପରି ବିଜେଡି ସାଂସଦମାନେ ମଧ୍ୟ ଆଜି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ।
ସୂଚନାଥାଉ କି, ପ୍ରସ୍ତାବିତ ବାଇ ଲ ଅନୁସାରେ କେନ୍ଦ୍ର ସଂରକ୍ଷିତ ସ୍ମାରକ ଠାରୁ ୩୦୦ ମିଟର ପରିଧି ମଧ୍ୟରେ କୌଣସି ନିର୍ମାଣ ସହ ଅର୍ଥନୈତିକ ଓ ସାମାଜିକ ହସ୍ତକ୍ଷେପ ଏହି ଅଧିନିୟମ ଆଧାରରେ ହିଁ ହେବ। ଏହି ୩୦୦ ମିଟର ପରିଧିକୁ ୨ ଭାଗରେ ବିଭକ୍ତ କରାଯାଇଛି। ସଂରକ୍ଷିତ ସ୍ମାରକ ଠାରୁ ୧୦୦ ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଓ ସେଠାରୁ ଆଉ ୨୦୦ ମିଟର ଆଗକୁ ନିୟନ୍ତ୍ରିତ ଅଞ୍ଚଳ ରହିବ।
ଏହି ନିଷିଦ୍ଧାଞ୍ଚଳରେ କୌଣସି ପ୍ରକାର ନୂଆ ନିର୍ମାଣ ବା ଖନନ କରିପାରିବେ ନାହିଁ। ସେହିପରି ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ପାଇଁ ଜାତୀୟ ସ୍ମାରକ ପ୍ରାଧିକରଣ(NMA)ର ଅନୁମତି ନେବାକୁ ପଡ଼ିବ। ଶ୍ରୀମନ୍ଦିରରେ ସଂରକ୍ଷିତ ଅଞ୍ଚଳ ୯.୭ ଏକରର ହୋଇଥିବା ବେଳେ, ମେଘନାଥ ପାଚେରୀ ଠାରୁ ନିଷିଦ୍ଧାଞ୍ଚଳ ୩୭.୦୬୧ ଏକର ଏବଂ ନିୟନ୍ତ୍ରିତ ଅଞ୍ଚଳ ୧୩୮.୩୮୫ ଏକରର ହେବ ବୋଲି ଏହି ଅଧିନିୟମରେ କୁହାଯାଇଥିଲା ।
ତେବେ ବିଭିନ୍ନ ବର୍ଗରୁ ଏହି ଅଧିନିୟମକୁ ବିରୋଧ କରା ଯାଇଥିଲା। ସେବାୟତ, ଭକ୍ତ ଓ ଭଗବାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଅଧିନିୟମକୁ ପ୍ରତ୍ୟାହାର କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସଂସ୍କୃତି ବିଭାଗର NMAକୁ ଚିଠି ଲେଖି ଅନୁରୋଧ କରିଥିଲେ।
ଏହି ଅଧିନିୟମକୁ ସାଧାରଣରେ ବିରୋଧ କରାଯିବ ବୋଲି ବରିଷ୍ଠ ସେବାୟତ ରଜତ ପ୍ରତିହାରୀ ସୂଚନା ଦେଇ କହିଥିଲେ ଶ୍ରୀମନ୍ଦିର ସେବାୟତ ପକ୍ଷରୁ ଏ ନେଇ NMAରେ ଅଭିଯୋଗ କରାଯିବ। ସେହିପରି ଏହି ଅଧିନିୟମକୁ ନେଇ ଶ୍ରୀମନ୍ଦିର ପ୍ରଶାସନରେ ମଧ୍ୟ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ନିଜ ମତ ସମ୍ପର୍କରେ NMAର ଦୃଷ୍ଟି ଆକର୍ଷଣ କରିବ ବୋଲି କହିଥିଲା।
ଏନେଇ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ବିଜେପି-ବିଜେଡ଼ି ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଏହି ଅଧିନିୟମ ପ୍ରତ୍ୟାହାର ପାଇଁ ଦାବି କରିଥିଲେ।
ओड़िसा के सांसदों ने मा सांसद @OfPinaki एवं भर्तहरि मेहताब जी के नेतृत्व में भेंट की।मैने प्रतिनिधि मंडल को बतलाया कि नोटिफिकेशन को वापिस लेने का निर्देश दे दिया है।पुरी के संबंध में जब भी कोई कार्यवाही करेंगे वह ओड़िया भाषा में आपसी सहमति से होगी @PMOIndia pic.twitter.com/oCTG3FX9YM
— Prahlad Singh Patel (@prahladspatel) February 8, 2021
ओड़िसा के सांसदों ने केन्द्रीय मंत्री @dpradhanbjp @pcsarangi @sonal_mansingh @sksingh_de ने भेंट कर पुरी से संबंधित नोटिफिकेशन की सूचना दी ।यह नोटिफिकेशन चेयरमैन @NMANEWDELHI की जानकारी के बगैर जारी किया गया था जिसे तत्काल प्रभाव से वापिस लिया जाता है @PMOIndia @MinOfCultureGoI pic.twitter.com/ROmh7EYX9u
— Prahlad Singh Patel (@prahladspatel) February 8, 2021
ସେହିପରି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ କଟକଣା କୋହଳ ହେବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରିଥିଲେ। ଏହି ଅବସରରେ ଅଧିନିୟମକୁ ନେଇ କେନ୍ଦ୍ରକୁ କଡା ଜବାବ ଦେଇଥିଲେ। ଶ୍ରୀଜଗନ୍ନାଥଙ୍କ କାର୍ଯ୍ୟକୁ କେହି ରୋକି ପାରିବେନି। ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରାଯିବ ବୋଲି କହିଥିଲେ।
ଯାହା ବି ହେଉ, କେନ୍ଦ୍ର ମନ୍ତ୍ରୀ ଏହାକୁ ପ୍ରତ୍ୟାହାର କରାଯାଇଥିବା ସୂଚନା ଦେଇଛନ୍ତି। ଏହି ଅଧିନିୟମ ପ୍ରତ୍ୟାହୃତ ହେବା ପରେ ସଂଶୟ ଦୂର ହୋଇଛି।
ପଢନ୍ତୁ: ଖୁବ୍ଶୀଘ୍ର ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିପାରିବେ ଭକ୍ତ
]]>