ରଥଯାତ୍ରାରେ ରଥ ଉପରକୁ ଯିବା ଛଡ଼ା ମୋର ଆଉ କୌଣସି ସଂପର୍କ ନାହିଁ ବୋଲି କହିଛନ୍ତି ଜଗତଗୁରୁ। ଶ୍ରୀମନ୍ଦିର ୪ ଦ୍ୱାର ପ୍ରସଙ୍ଗରେ ମତ ରଖି କହିଛନ୍ତି, ଦକ୍ଷିଣ ଦ୍ୱାର କେବଳ ମୋ ପାଇଁ ଖୋଲିପାରେ। ସମସ୍ତଙ୍କ ପାଇଁ ନୁହେଁ। ସନାତନ ଧର୍ମର ଗରିମାକୁ ନେଇ ମତ ରଖିବା ସହ ଶଙ୍କରାଚାର୍ଯ୍ୟ କହିଛନ୍ତି, ୩୨ ବିଦ୍ୟା, ୬୪ କଳାର ବିକାଶ କେବଳ ସନାତନ ଧର୍ମ ଦ୍ୱାରା ସମ୍ଭବ। ଉତ୍ପତ୍ତି, ସ୍ଥିତି ଓ ସମୃଦ୍ଧିର ବିଜ୍ଞାନ କେବଳ ସନାତନ ଶାସ୍ତ୍ର ଦ୍ୱାରା ସମ୍ଭବ। ସନାତନ ଧର୍ମକୁ ଗାଳି ଦେଉଥିବା ବ୍ୟକ୍ତି ନିଜେ ଏହାର ଶିକାର ହୁଏ ବୋଲି କହିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ। ତେବେ ଶଙ୍କରାଚାର୍ଯ୍ୟଙ୍କ ଏଭଳି କ୍ଷୋଭଭରା ମନ୍ତବ୍ୟକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସେବାୟତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
]]>ଖବର ଲେଖାଯିବା ସୁଦ୍ଧା ଜଗଦ୍ଗୁରୁଙ୍କ ମନ୍ତବ୍ୟ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିନାହିଁ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ଗତକାଲି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଭେଟିଛନ୍ତି। କେଉଁ ପ୍ରସଙ୍ଗରେ ସେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଛନ୍ତି ସେନେଇ ଜିଲ୍ଲାପାଳ କିଛି ସୂଚନା ଦେଇ ନାହାନ୍ତି।
ଅନ୍ୟପକ୍ଷେ, ସାଂସଦ ପିନାକୀ ମିଶ୍ରଙ୍କ ଟ୍ୱିଟ୍ ମୁତାବକ ଯଦି ପୂର୍ବରୁ GPRS ହୋଇଥିଲା , ତା’ହେଲେ ଏବେ କଣ ହେଉଛି ବୋଲି ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଟ୍ୱିଟ୍ କରି ପିନାକୀ ତାଛଲ୍ୟ କରିଛନ୍ତି। ସେ କହିଛନ୍ତି, ଆଇନ୍ରେ ଦ୍ୱିତୀୟ GPRS ଉପରେ ବୋଧେ ପ୍ରତିବନ୍ଧକ ରହିବା ଦରକାର। ଆଇନ୍ବିତ୍ ଶ୍ରୀଯୁକ୍ତ ପାତ୍ର ଏନେଇ ନିଶ୍ଚିତ ଭାବେ ଜାଣିଥିବେ ବୋଲି କଟାକ୍ଷ କରିଛନ୍ତି ପିନାକୀ।
ସୂଚନାଥାଉ କି, ଲୁଚା ଛପା ଓ ରାତି ଅଧିଆ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର GPR ସର୍ଭେ। OBCC ଚଞ୍ଚକତା କରି ରାତି ଅଧରେ GPR ସର୍ଭେ କରୁଥିବା ଅଭିଯୋଗ ହୋଇଛି। ଫଳରେ ପୁଣି ଥରେ ବିବାଦ ଭିତରକୁ ଟାଣି ହୋଇଛି ପ୍ରଶାସନ। ଅଧ ରାତିରେ କିଛି ବ୍ୟକ୍ତି ଶ୍ରୀମନ୍ଦିରର ପୂର୍ବ-ଦକ୍ଷିଣ କୋଣ କାକୁଡି ଖାଇଙ୍କ ମନ୍ଦିର ପାଖରୁ ଆରମ୍ଭ କରି ଶ୍ରୀମନ୍ଦିର ଚାରିପାଖରେ କିଛି ମେସିନ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏମାର ମଠ ଜାଗାରେ ବି ଏମାନେ ସର୍ଭେ କରୁଥିବା ଦେଖିବାକୁ ମିଳିଥିଲା
]]>ପୁରୀ ରଥଯାତ୍ରା ନେଇ ଗତକାଲି ଗଜପତି ମହାରାଜା ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ସେ ଚିଠିରେ ଲେଖିଥିଲେ, ଶାସ୍ତ୍ର, ତତ୍ୱ, ଇତିହାସ, ଧାର୍ମିକ ଭାବନା ଓ ଆଇନଗତ ଆଦି ବିଭିନ୍ନ ଦୃଷ୍ଟିକୋଣରୁ ପୁରୀ ରଥଯାତ୍ରାର ସ୍ୱତନ୍ତ୍ର ମହତ୍ୱ ଓ ଗୁରୁତ୍ୱ ରହିଛି। ଏହାକୁ ବନ୍ଦ କରିବା ଉଚିତ ନୁହେଁ। କୋଭିଡ୍ ଲକଡାଉନ୍ ପାଇଁ ଅନ୍ୟାନ୍ୟ ଧାର୍ମିକ ଉତ୍ସବ ବନ୍ଦ ହୋଇପାରେ, କିନ୍ତୁ ରଥଯାତ୍ରା ନୁହେଁ। ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟର କିଭଳି ପୁନର୍ବିଚାର ହେବ, ସରକାର ସେ ନେଇ ପଦକ୍ଷେପ ନିଅନ୍ତୁ। ମହାରାଜାଙ୍କର ଏହି ଚିଠି ପରେ ବି ମୁଖ୍ୟମନ୍ତ୍ରୀଙ୍କ ନିରବତା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।
ସେହିପରି ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପରେ ଶଙ୍କରାଚାର୍ଯ୍ୟ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ଆଇନମନ୍ତ୍ରୀ ଏଯାଏଁ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି, ଯାହାକି ରଥଯାତ୍ରା ଆୟୋଜନ ନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନଚିହ୍ନ ଲଗାଇଛି।
https://youtu.be/RRMuWK_pxNE
]]>