ସ୍ନାନଯାତ୍ରା ଠାରୁ ଆଜି ଯାଏ କଟକଣା ଭିତରେ ନୀତିକାନ୍ତି ହୋଇଛି। ଏବେ ସୁପ୍ରିମକୋର୍ଟଙ୍କ ରାୟ ସମସ୍ତେ ମାନିବେ। କିନ୍ତୁ ରାଜ୍ୟ ସରକାର ସଂଦେହ ଘେରରେ ରହିଲେ। ରଥଯାତ୍ରା କରିବାକୁ ସରକାରଙ୍କ ଆନ୍ତରିକତା ନଥିଲା ବୋଲି ବିଜୟ ଅଭିଯୋଗ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଲୋକ ସମାଗମ ହେବେନି ବୋଲି ସତ୍ୟପାଠ ଦିଆଯାଇପାରିଥାନ୍ତା। କିନ୍ତୁ ସରକାର ସେଭଳି ଯୁକ୍ତି କଲେନି। କୋର୍ଟରେ ସରକାର ପଦେ କଥା ବି କହିଲେନି। ଏହା ସବୁଦିନ ପାଇଁ ଏକ କଳଙ୍କିତ ଘଟଣା ହୋଇ ରହିବ ବୋଲି ବିଜୟ କହିଛନ୍ତି।
ରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ମଧ୍ୟ ରଥଯାତ୍ରା ବନ୍ଦ ନେଇ ସିଧା ସିଧା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସୁପ୍ରିମକୋର୍ଟ ଜରିଆରେ ରଥଯାତ୍ରା ବନ୍ଦ କରିଦିଆଗଲା ବୋଲି କହି କାନ୍ଦି ପକାଇଛନ୍ତି ସୁର। ଏଥିପାଇଁ ମହାପ୍ରଭୁ କାହାକୁ କ୍ଷମା କରିବେ ନାହିଁ ବୋଲି ସେ କୋହଭରା କଣ୍ଠରେ କହିଛନ୍ତି। ତେବେ ବିଜେପି ଓ କଂଗ୍ରେସର ଅଭିଯୋଗ ଉପରେ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଅନ୍ୟପଟେ ରଥଯାତ୍ର ବନ୍ଦ ନେଇ ଆଜି ୧୨ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦେଇଥିଲା ଜଗନ୍ନାଥ ସେନା। ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ରାଜ୍ୟର ସରକାରୀ ବିରୋଧି ନାରା ଶୁଣିବାକୁ ମିଳୁଛି। ବରିଧୀଙ୍କ ଠାରୁ ଆରମ୍ଭ କରି ସେବାୟତ ସମସ୍ତଙ୍କର ଗୋଟିଏ ଅଭିଯୋଗ ଯେ ଜାଣି ଜାଣି ରଥଯାତ୍ରାକୁ ବନ୍ଦ କରିଦିଆଯାଇଛି।
ସୂଚନା ଥାଉକି, ଗତକାଲି ମୁଖ୍ୟ ବିଚାରପତି ଏସ୍ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରଥଯାତ୍ର ବନ୍ଦ ନେଇ ରାୟ ଶୁଣାଇଥିଲେ। ଖଣ୍ଡପୀଠ କହିଥିଲେ, ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ କରାଯାଇଛି। ରଥଯାତ୍ରା ପାଇଁ ଅନୁମତି ଦେଲେ ମହାପ୍ରଭୁ ଜଗନ୍ନାଥ ଆମକୁ କ୍ଷମା ଦେବେନି। ଏଥିସହିତ ଓଡ଼ିଶାର କୌଣସି ସ୍ଥାନରେ ବି ରଥଯାତ୍ରା ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଥିଲେ। ଏହାପରେ ବାରିପଦା, କେନ୍ଦ୍ରାପଡ଼ା ଓ କୋରାପୁଟ୍ର ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ବନ୍ଦ କରିଦିଆଯାଇଛି।
https://youtu.be/V3tLydTysP8
]]>କୋର୍ଟଙ୍କ ଏହି ନିର୍ଦ୍ଦେଶ ବାବଦରେ ଆଡଭୋକେଟ୍ ଜେନେରାଲ କ୍ୟାବିନେଟ ବୈଠକରେ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ। ଏହାପରେ ଆଇନମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ଲାଗି ପ୍ରସ୍ତାବ ଆଣିଥିଲେ। ଏହି ପ୍ରସ୍ତାବ ସର୍ବସମ୍ମତିରେ ମଞ୍ଜୁରୀ ଲାଭ କରିଥିଲା। ଆଜି କ୍ୟାବିନେଟ ବୈଠକ ଆରମ୍ଭରେ ସହିଦ୍ଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ହୋଇଥିଲା।
ରଥଯାତ୍ରା ବନ୍ଦ ହେବା ପରେ ସରକାରଙ୍କୁ ଘେରିଛି ବିରୋଧୀ। ସରକାର ଡାଇରେକ୍ଟ ନ କରି ଇନ୍ଡାଇରେକ୍ଟ ସୁପ୍ରିମକୋର୍ଟର ଆଳ ଦେଖାଇ ରଥଯାତ୍ରା ବନ୍ଦ କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ସେହିଭଳି କଂଗ୍ରେସ ବିଧାୟକ ତାରାବାହିନୀ ପତି ମଧ୍ୟ ସମାନ କଥା କହିଛି।
ଅନ୍ୟପଟେ ରଥଯାତ୍ରା ବନ୍ଦ ନେଇ ସେବାୟତ ଓ ଭକ୍ତଙ୍କ ମନରେ ବି ଦୁଃଖ ଓ ଅସନ୍ତୋଷ ଦେଖାଦେଇଛି। ଏନେଇ ଗତକାଲି ପୁରୀ ବନ୍ଦ ଡାକରା ଦେଇଛି ଜଗନ୍ନାଥ ସେନା।
]]>
ସେପଟେ ଶ୍ରୀମନ୍ଦିର ଇତିହାସ କହୁଛି, ବିଭିନ୍ନ ସମୟରେ ଆକ୍ରମଣ ଓ ଲୁଣ୍ଠନକାରୀଙ୍କ ଯୋଗୁଁ ମୋଟ ୩୨ ଥର ରଥଯାତ୍ରା ହୋଇପାରି ନାହିଁ। ଶ୍ରୀବିଗ୍ରହମାନଙ୍କୁ ମନ୍ଦିର ବାହାରକୁ ସ୍ଥାନାନ୍ତର କରାଯାଇଥିବାରୁ ରଥାଯାତ୍ରା ହୋଇ ପାରିନାହିଁ।
ତେବେ ୧୬୯୨ ମସିହାରେ ଠାକୁର ମନ୍ଦିର ଭିତରେ ଥାଇ ବି ହୋଇପାରିନଥିଲା ରଥଯାତ୍ରା। ସେତେବେଳେ ଗଜପତି ଦିବ୍ୟସିଂହ ଦେବଙ୍କ ରାଜୁତି କାଳରେ ଏକରାମ ଖାଁର ଆକ୍ରମଣ ଭୟରେ ମନ୍ଦିର ବାହାରେ ରଥଯାତ୍ରା ହୋଇପାରିନଥିଲା। ଶ୍ରୀମନ୍ଦିର ବେଢ଼ା ବିମଳାଙ୍କ ମନ୍ଦିର ପଛପଟେ ଜଗନ୍ନାଥଙ୍କ ବିଗ୍ରହ ବିଜେ ହୋଇଥିବା ବେଳେ, ବ୍ରହ୍ମଗିରି ଗଡ଼କୋକଲର ଭଗବତୀ ମନ୍ଦିରକୁ ସ୍ଥାନାନ୍ତର ହୋଇଥିଲେ ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହ।
ଅନ୍ୟପଟେ ପୁରୀରେ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ବାରିପଦା ଓ କେନ୍ଦ୍ରାପଡ଼ାରେ ମଧ୍ୟ ରଥଯାତ୍ରା ବନ୍ଦ ହୋଇଛ। କୋରାପୁଟ ଶାବର ଶୀକ୍ଷେତ୍ରରେ ମୂଳରୁ ହିଁ ଏହା ଉପରେ କଟକଣା ଲଗାଇଛି ପ୍ରଶାସନ। କେବଳ ମନ୍ଦିର ଭିତରେ ଠାକୁରମାନଙ୍କ ରୀତିନୀତି କରାଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି।
]]>କେଉଁ ସମୟରେ କଣ ହେବ:-
ବିଧି ଅନୁସାରେ ରଥଯାତ୍ରାର ପୂର୍ବଦିନ ଶ୍ରୀଜିଉଙ୍କ ତିନି ବାଡ଼ରୁ ତିନିଟି ଆଜ୍ଞାମାଳ ଆସି ତିନି ରଥରେ ରଖାଯାଇଥାଏ। ଏହାପରେ ସିଂହଦ୍ୱାର ସମ୍ମୁଖକୁ ରଥ ଟଣାଯାଇଥାଏ। ତେବେ ରଥଯାତ୍ରା ହେବ କି ନାହିଁ, ସେ ନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ ତା ପୂର୍ବରୁ ଆଜି ରଥକୁ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି କହିଛି।
ତେବେ ରାଜ୍ୟ ସରକାର ବିନା ଭକ୍ତରେ ରଥଯାତ୍ରା କରିବା ସହ ଏଥିପାଇଁ ସରକାର ନିଜ ପକ୍ଷରୁ ଉଦ୍ୟମ କରିବା ଆବଶ୍ୟକ ବୋଲି ପରିଚାଳନା କମିଟି ସଦସ୍ୟ କହିଛନ୍ତି। ରଥଯାତ୍ରା ପାଇଁ ସରକାର ନିଜ ପକ୍ଷରୁ ଚେଷ୍ଟା କରନ୍ତୁ କମିଟି ଅନୁରୋଧ କରିଛି। ଛତିଶା ନିଯୋଗ ପକ୍ଷରୁ ସମସ୍ତ ସହଯୋଗ କରାଯିବ।
ରଥଯାତ୍ରାର କୌଣସି ବିକଳ୍ପ ନାହିଁ, ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି କମିଟିର ସଦସ୍ୟ କହିଛନ୍ତି।ଏପରିକି ଅର୍ଡିନାନ୍ସ ଆଣି ରାଜ୍ୟ ସରକାର ରଥଯାତ୍ରା କରିପାରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କମିଟି ସଦସ୍ୟମାନେ କହିଛନ୍ତି।
ସେହିପରି ରଥଯାତ୍ରାକୁ ନେଇ ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗାପ୍ରସାଦ ଦାସମହାପାତ୍ର କହିଛନ୍ତି ଯେ ଧର୍ମୀୟ ନୀତି, ଶାସ୍ତ୍ରୀୟ ମତ ଅନୁସାରେ ରଥଯାତ୍ରା ହେଉ, ସମସ୍ତ କୋଭିଡ କଟକଣା ମାନି ରଥଯାତ୍ରାକୁ ଅନୁମତି ଦିଆଯାଉ, ପରମ୍ପରା ବିରୋଧୀ କାର୍ଯ୍ୟରେ ଦଇତାପତି ନିଯୋଗର ସହମତି ରହିବନି ବୋଲି ସେ କହିଛନ୍ତି।
ପ୍ରକାଶଥାଉକି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ। ରଥଯାତ୍ରା ଆୟୋଜନ ନେଇ ନେଇ ପୁନର୍ବିଚାର କରିବାକୁ ଆବେଦନରେ ଦର୍ଶାଯାଇଛି। ଆସନ୍ତାକାଲି ସୁପ୍ରିମକୋର୍ଟରେ ଦିନ ୧୧ଟାରେ ଜଣିକିଆ ବେଞ୍ଚରେ ହେବ ଶୁଣାଣି। ଜଷ୍ଟିସ୍ ଏସ୍. ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ହେବ ଶୁଣାଣି। VC ମାଧ୍ୟମରେ ଭର୍ଚୁଆଲ କୋର୍ଟ ନଂ-୩ରେ ହେବ ଶୁଣାଣି। ରଥଯାତ୍ରା ପୁନର୍ବିଚାର ପାଇଁ ଏକାଧିକ ପିଟିସନ ଦାୟର ହୋଇଛି।
]]>ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ସେ ଆବେଦନ କରିଛନ୍ତି। ଏବର୍ଷ କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ସେ ପିଟିସନରେ ଆବେଦନ କରିଛନ୍ତି। ପୁରୀ ସହରକୁ ସଟଡାଉନ୍ ଘୋଷଣା କରି ରଥଯାତ୍ରା କରାଯାଉ ବୋଲି ପିଟିସନରେ ଦର୍ଶାଇଛନ୍ତି।
ସେପଟେ ଓଡ଼ିଶା ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ପକ୍ଷରୁ ନିର୍ଦ୍ଦେଶ ପ୍ରତ୍ୟାହାର ବା ପରିବର୍ତ୍ତନ ପାଇଁ କୋର୍ଟରେ ପିଟିସନ ଦାୟର ହୋଇଛି। ଅନ୍ୟପଟେ ଅଧ୍ୟାଦେଶ ଆଣି ରଥଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଛନ୍ତି ପୁରୀ ଜିଲ୍ଲାର ଲକ୍ଷ୍ମୀଧର ବିଶ୍ୱାଳ। ସେ ତାମିଲନାଡ଼ୁ ସରକାର ଜାଲିକାଟ୍ଟୁ ପାଇଁ ଆଣିଥିବା ଅଧ୍ୟାଦେଶର ଉଦାହରଣ ଦେଇଛନ୍ତି।
ସେହିପରି ରଥଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗଲା ଶ୍ରୀମନ୍ଦିର ଦଇତାପତି ନିଯୋଗ। କୋର୍ଟ ଦେଇଥିବା ରାୟ ଉପରେ ମୋଡିଫିକେସନ ପାଇଁ ନିଯୋଗ ଆବେଦନ କରିଛି। ପୁରୀ ରଥଯାତ୍ରା କରିବାକୁ ନିଯୋଗ ଆବେଦନରେ ଦର୍ଶାଇଛି।
ଅନ୍ୟପଟେ ଏ ବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ମହାସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ପୁଣି ପିଟିସନ ଦାଖଲ ହୋଇଛି। ନିର୍ଦ୍ଦେଶର ପୁନର୍ବିଚାର ଲାଗି ପିଟିସନରେ ମହାସଂଘର ଆବେଦନ କରିଛି।
ଗତକାଲି ପୁରୀ ସମେତ ସାରା ରାଜ୍ୟରେ ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ଏନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଥିଲା।
]]>ପକ୍ଷଭୁକ୍ତ ଆବେଦନକାରୀ ଅଫତାବ ହୁସେନ ପିଟିସନ ଦାୟର କରିଛନ୍ତି। ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ପିଟିସନରେ ଆବେଦନ କରାଯାଇଛି। କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ସେ ଆବେଦନ କରିଛନ୍ତି। ପୁରୀ ସହରକୁ ସଟଡାଉନ୍ ଘୋଷଣା କରି ରଥଯାତ୍ରା କରାଯାଉ ବୋଲି ସେ ଆବେଦନ କରିଛନ୍ତି।
ଚଳିତ ବର୍ଷ ପୁରୀ ରଥଯାତ୍ରା ହେବନି ବୋଲି ଗତକାଲି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଥିଲେ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ଏନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଥିଲା।
]]>ରଥଯାତ୍ରାର ଅନୁମତି ମିଳିବା ପରେ ପରେ ଶ୍ରୀକ୍ଷେତ୍ରରେ ଆନନ୍ଦର ଲହରି ଖେଳି ଯାଇଥିଲା।
ପୁରୀ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ସର୍ତ୍ତାବଳୀ....
ବମିଖାଲ ସାଈ ବିହାର ସ୍ଥିତ ସୁଶାନ୍ତଙ୍କ ଘର ଉପରକୁ କିଛି ଲୋକ ଅଣ୍ଡାମାଡ଼ କରିବା ସହ ତାଙ୍କର ଗାଡ଼ି ବି ଭାଙ୍ଗି ଦେଇଛନ୍ତି। ଏ ନେଇ ସୁଶାନ୍ତ ଅଭିଯୋଗ କରିଛନ୍ତି।
ପୁଲିସ୍ ଉପସ୍ଥିତି ସତ୍ତ୍ୱେ ଏହି ଅଣ୍ଡାମାଡ଼ ହୋଇଥିବା ସୂଚନା ମିଳିଛି। ଏହାସହ ସେହି ସମୟରେ ପୁଲିସ୍ ଓ କିଛି ଲୋକଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିଲା ବୋଲି ଜଣାପଡ଼ିଛି।
]]>ଆହୁରି ମଧ୍ୟ ପଢ଼ନ୍ତୁ: ରାତି ପାହିଲେ ରଥଯାତ୍ରା: ବଡ଼ଦାଣ୍ଡରୁ ହଟୁଛନ୍ତି ଉଠା ଦୋକାନୀ
ଆଜି ରଥଯାଚ୍ରା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି। ଏହି ମାମଲା ୩ ଜଣିଆ ଖଣ୍ଡପୀଠକୁ ଯାଇଛି। ଗୋଟିଏପଟେ ମାମଲାର ଶୁଣାଣି ପାଇଁ ମୁଖ୍ୟ ବିଚାରପତି ସମ୍ମତି ଜଣାଇଥିବାବେଳେ ଅନ୍ୟପଟେ ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଛି। ପରିଚାଳନା କମିଟିର କିଛି ସଦସ୍ୟ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ।
ଅନ୍ୟପକ୍ଷରେ, ପୁରୀ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏ ଥିବା ସମସ୍ତ ଉଠା ଦୋକାନୀଙ୍କୁ ତୁରନ୍ତ ଜାଗା ଖାଲି କରିବାକୁ କୁହାଯାଇଛି। ପୁରୀ ମ୍ୟୁନିସିପାଲଟି ପକ୍ଷରୁ ଏହି ଘୋଷଣା କରାଯାଇଛି।
ସୂଚନାଥାଉ କି, ପୁରୀ ରଥଯାତ୍ରା ସପକ୍ଷରେ କେନ୍ଦ୍ର ସରକାର ଯୁକ୍ତି ରଖିବା ପରେ ଏହାକୁ ରାଜ୍ୟ ସରକାର ସମର୍ଥନ କରିଛନ୍ତି। ବିନା ଭକ୍ତରେ ଓ କେବଳ ପୁରୀରେ ରଥଯାତ୍ରା ଲାଗି ଗଜପତି ମହାରାଜ ଦିବ୍ୟସିଂହ ଦେବ ଓଏବଂ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବେ ବୋଲି ରାଜ୍ୟ ସରକାର କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି।
]]>ରଥ ନିର୍ମାଣ ସରି ଥିବାବେଳେ ରଥଯାତ୍ରା ପାଇଁ ଆନୁସଙ୍ଗିକ ପ୍ରସ୍ତୁତି ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରଯାଇଛି। ତେଣୁ ସମସ୍ତ ପ୍ରସ୍ତୁତି ବେଳେ କିଭଳି ଭାବେ କରୋନା କଟକଣା ପାଳନ ହୋଇଛି, ସେସବୁ ଜଣାଇବା ଅତ୍ୟନ୍ତ ଆବଶ୍ୟକ ବୋଲି ପାଟ୍ଟଯୋଶୀ କହିଛନ୍ତି। ରଥଯାତ୍ରା ବନ୍ଦ ହେଲେ, ଏହା ପରବର୍ତ୍ତୀ ପରମ୍ପରା ସବୁ ମଧ୍ୟ ବନ୍ଦ ହେବ ଓ ଏହା ଜଗନ୍ନାଥ ସଂସ୍କୃତିର ପରିପନ୍ଥୀ ହେବ ବୋଲି ବରିଷ୍ଠ ସେବାୟତ ପାଟ୍ଟଯୋଶୀ କହିଛନ୍ତି।
ପୂର୍ବରୁ ହୋଇଥିବା ମହାମାରୀ, ଏପରିକି ମୋଗଲ ଆକ୍ରମଣବେଳେ ମଧ୍ୟ ରଥଯାତ୍ରା ହୋଇଥିଲା। ତେଣୁ କୋଭିଡ୍ ଗାଇଡଲାଇନ ଭିତରେ କିଭଳି ଭାବରେ ରଥଯାତ୍ରା କରି ହେବ ସେ ସମ୍ପର୍କରେ ବିସ୍ତୃତ ଭାବେ ସୁପ୍ରିମକୋର୍ଟଙ୍କୁ ଜଣାଇ ରାୟର ପୁନର୍ବିଚାର ପାଇଁ ନିବେଦନ କରିବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି।
ଅନ୍ୟପକ୍ଷରେ, ରଥଯାତ୍ରା ବନ୍ଦକୁ ନେଇ ଆଜି ପୁରୀରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟା ବନ୍ଦ ପାଇଁ ଘୋଷଣା ହୋଇଛି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। କରୋନା ସମୟରେ ଅନ୍ୟ ଦୋକାନ ବଜାର ଖୋଲା ଯାଉଛି। କିନ୍ତୁ ରଥଯାତ୍ରା ପାଇଁ ଏଭଳି ନିଷ୍ପତ୍ତି କାହିଁକି ବୋଲି ପ୍ରଶ୍ନ ଉଠାଇଛି ଜଗନ୍ନାଥ ସେନା।
ଆହୁରି ପଢ଼ନ୍ତୁ: ବଡ଼ଦାଣ୍ଡରେ ଗଡ଼ିବନି ରଥ: ହାତ ଟେକିଦେଲେ କି ରାଜ୍ୟ ସରକାର ?
]]>
ମୁଖ୍ୟ ବିଚାରପତି ଏସ୍ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ କରାଯାଇଛି। ରଥଯାତ୍ରା ପାଇଁ ଅନୁମତି ଦେଲେ ମହାପ୍ରଭୁ ଜଗନ୍ନାଥ ଆମକୁ କ୍ଷମା ଦେବେନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହିତ ଓଡ଼ିଶାର କୌଣସି ସ୍ଥାନରେ ବି ରଥଯାତ୍ରା ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ ଓକିଲ ହରିଶ ସାଲଭେ ଲଢ଼ୁଥିଲେ। ଆଜି ମାମଲାର ଶୁଣାଣି ବେଳେ ହରିଶ ସାଲଭେ କ’ଣ ଯୁକ୍ତି ରଖିଥିଲେ, ସେନେଇ ଜଣେ ପକ୍ଷଙ୍କ ପାଇଁ ଲଢ଼ୁଥିବା ଓକିଲ ହିତେନ୍ଦ୍ର ରଥ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ଗହଳି ହେଲେ କରୋନା ବ୍ୟାପିବାର ଆଶଙ୍କା ରହିଛି। ଏପରିକି ଆଇନଶୃଙ୍ଖଳା ସ୍ଥିତି ମଧ୍ୟ ଉପୁଜିପାରେ ବୋଲି ହରିଶ ସାଲ୍ଭେ କହିଥିବା ହିତେନ୍ଦ୍ର ରଥ ସୂଚନା ଦେଇଛନ୍ତି।
ତେବେ ହାତୀ କିମ୍ବା ମେସିନ୍ ଦ୍ୱାରା ରଥ ଟଣା କଥା ହରିଶ ସାଲ୍ଭେ ଆଦୌ କହିନଥିଲେ। ଏପରିକି ସେ ( ହରିଶ ସାଲ୍ଭେ) ରଥା ଟଣା ବିକଳ୍ପ ବିଷୟରେ ମଧ୍ୟ କହିନଥିଲେ ବୋଲି ହିତେନ୍ଦ୍ର ରଥ କହିଛନ୍ତି।
ପରମ୍ପରାକୁ ରକ୍ଷା କରି ରଥଯାତ୍ରା ହେବବୋଲି ସମସ୍ତେ ଆଶା ରଖିଥିଲେ। ସେଥିପାଇଁ ରଥ ତିଆରି କାମ ମଧ୍ୟ ଆଗେଇ ଚାଲିଥିଲା। ହେଲେ ସାଲଭେଙ୍କ ନୀରବତା ଯୋଗୁ ଏହି ଆଶା ମଉଳି ଯାଇଛି। ଏହି ମାମଲାରେ ରାଜ୍ୟ ସରକାର ମଧ୍ୟ ହାତ ଟେକି ଦେଇଥିବା ନେଇ ଚର୍ଚ୍ଚା ହେଉଛି।
]]>ଆହୁରି ମଧ୍ୟ ପଢ଼ନ୍ତୁ:ରଥଯାତ୍ରା ବନ୍ଦ କରିବା ଅର୍ଥ କଳଙ୍କମୟ ଇତିହାସ
ମୁଖ୍ୟ ବିଚାରପତି ଏସ୍ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ କରାଯାଇଛି। ରଥଯାତ୍ରା ପାଇଁ ଅନୁମତି ଦେଲେ ମହାପ୍ରଭୁ ଜଗନ୍ନାଥ ଆମକୁ କ୍ଷମା ଦେବେନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହିତ ଓଡ଼ିଶାର କୌଣସି ସ୍ଥାନରେ ବି ରଥଯାତ୍ରା ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ ପୁରୀରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢୁଛି। ରଥଯାତ୍ରା ଲୋକଙ୍କ ଭାବାବେଗ ସହ ଜଡିତ। ତେଣୁ ରଥଯାତ୍ରା ହେଲେ ଭକ୍ତଙ୍କ ସମାଗମକୁ ଅଟକାଇବା ଅସମ୍ଭବ ହୋଇପଡ଼ିବ। ସାମାଜିକ ଦୂରତ୍ୱ ମଧ୍ୟ ରହିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏପରି ରାୟ ଦେଇଛନ୍ତି।
ସୂଚନାଥାଉ କି, ସୁପ୍ରିମକୋର୍ଟର ବହୁ ଜଣାଶୁଣା ଓକିଲ ମାମଲା ଲଢୁଥିଲେ। ରାଜ୍ୟ ସରକାରଙ୍କ ପାଇଁ ବରିଷ୍ଠ ଓକିଲ ହରିଶ ସାଲଭେ ଲଢ଼ୁଥିବାବେଳେ ଓଡ଼ିଶା ବିକାଶ ପରିଷଦ ପାଇଁ ଲଢୁଥିଲେ ମୁକୁଲ ରୋହତଗି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିଲେ SG ତୁଷାର ମେହେଟ୍ଟା।
ସୂଚନାଥାଉ କି, ଜୁନ୍ ୨୩ରେ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବାର ଥିଲା। ସେପଟେ ରଥ ବନ୍ଦ ହେଲେ କଳଙ୍କମୟ ଇତିହାସ ସୃଷ୍ଟି ହେବ ବୋଲି କହିଲେ ଜଗୁନି।
ଆହୁରି ପଢ଼ନ୍ତୁ: ବଡ଼ଦାଣ୍ଡରେ ଗଡ଼ିବନି ରଥ: ହାତ ଟେକିଦେଲେ କି ରାଜ୍ୟ ସରକାର ?
]]>
ରଥ ଟାଣି ନେଉଛନ୍ତି ପୋଲିସ ଓ ସେବାୟତ। ଗଡି ଗଡି ଚାଲିଛି ବଳଦେବଙ୍କ ରଥ। ଚର୍ମଚକ୍ଷୁରେ ନ ହେଲ ନାହିଁ ଟେଲିଭିଜନ ପରଦାରେ ଲୋକେ ଦେଖୁଛନ୍ତି ତାଙ୍କର ପ୍ରିୟ ଠକୁରଙ୍କୁ।
ସୂଚନାଥାଉ କି, କୋଭିଡ କଟକଣା ମଧ୍ୟରେ ପୁରୀରେ ଚାଲିଛି ରଥଯାତ୍ରା ପରମ୍ପରା। ବଡଦାଣ୍ଡରେ ଆଜି ନିର୍ଦ୍ଧାରିତ ସମୟ ଅନୁଯାୟୀ ମଙ୍ଗଳଆଳତି, ତଡପଲାଗି, ଦ୍ୱାରପାଳ ପୂଜା ହୋଇଥିଲା । ଏହାପରେ ୬ଟା ୪୦ରେ ରଥ ପ୍ରତିଷ୍ଠା କରାଯିବ ଏବଂ ୬ଟା ୪୫ରେ ମଙ୍ଗଳାର୍ପଣ ହୋଇଥିଲା।
ଏହା ପରେ ସକାଳ୧୦ଟାରୁ ୧୦ଟା୩୦ ଭିତରେ ମଦନମୋହନ ବିଜେ, ୧୦ଟା ୩୦ରୁ ୧୧ଟାରେ ଚିତା ଲାଗି ଓ ୧୧ଟାରୁ ୧୧ଟା୩୦ ରେ ବେଶ ଶେଷ ହେବ। ୧୧.୩୦ରୁ ୧୨ଟା ୧୫ ଭିତରେ ଛେରାପହଁରା କରାଯିବ। ପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବ। ପରେ ଆରମ୍ଭ ହୋଇଛି ରଥଟଣା।
]]>
ମହାରାଜାଙ୍କ ଛେରା ପହଁରା ପରେ ଆରମ୍ଭ ହେବ ରଥଟଣା।
ଶହ ଶହ ବର୍ଷର ପରଂପରା ଅନୁଯାୟୀ ଗଜପତି ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ଦିବ୍ୟସିଂହ ଦେବ କରିବେ ଛେରା ପହଁରା। ଆନୁଷ୍ଠାନିକ ପୂଜାର୍ଚ୍ଚନା ପରେ ସୁନା ଖଡ଼ିକାରେ ତିନି ରଥ- ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥରେ କରିବେ ଛେରାପହଁରା।
ଆଜି ସକାଳୁ ଶ୍ରୀଜିଉଙ୍କ ନୀତିକାନ୍ତି ଠିକ୍ ସମୟରେ ଆରମ୍ଭ ହୋଇ ଠିକ୍ ସମୟରେ ଶେଷ ହୋଇଥିଲା। ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି ଓ ଅବକାଶ ନୀତି ଶେଷ ହେବା ପରେ ଆରମ୍ଭ ହୋଇଥିଲା ପହଣ୍ଡି ।
ବିଧି ଅନୁସାରେ, ତିନି ଦିଅଁ ଧାଡ଼ି ପହଣ୍ଡିରେ ଆସିଥିଲେ। ପ୍ରଥମେ ଚର୍କରାଜ ଶ୍ରୀସୁଦର୍ଶନଙ୍କୁ ପହଣ୍ଡିରେ ଅଣାଯାଇ ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରାଯାଇଥିଲା। ଏହାପରେ ବଡ଼ଠାକୁର ଶ୍ରୀବଳଭଦ୍ର ଧାଡ଼ି ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ବିଜେ କରିଥିଲେ।
ପରେ କୋଟି କୋଟି ଓଡ଼ିଆଙ୍କ ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ଦିବ୍ୟ ଟାହିଆରେ ସୁଶୋଭିତ ହୋଇ ଭକ୍ତଙ୍କୁ ବିମୋହିତ କରି କଳାଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ।
ତେବେ ଗୋଟିଏ ଜିନିଷର ଅଭାବ ଥିଲା। ତାହା ହେଉଛି ଶ୍ରଦ୍ଧାଳୁ। କୋଭିଡ -୧୯ କଟକଣା ମଧ୍ୟରେ ବିନା ଭକ୍ତରେ ଚାଲିଛି ରଥଯାତ୍ରା।
]]>ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି। ସୁଭଦ୍ରାଙ୍କ ରଥରେ ବିଜେ କରିସାରିଲେଣି ଶ୍ରୀ ସୁଦର୍ଶନ। ତା’ ପଛକୁ ବାହାରିବେ ବଡଭାଇ ବଳଭଦ୍ର ଓ ପରେ ସୁଭଦ୍ରା। ଶେଷରେ ଟାହିଆ ହଲେଇ ଆସିବେ କାଳିଆ ଠାକୁର ।
ଆଜି ସକାଳ ୭ଟାରେ ମଦନମୋହନ, ବଳଭଦ୍ର, ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି କରାଯିବ। ୧୨ଟାରେ ରଥଟଣା ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି।
ବଡଦାଣ୍ଡରେ ଆଜି ନିର୍ଦ୍ଧାରିତ ସମୟ ଅନୁଯାୟୀ ମଙ୍ଗଳଆଳତି, ତଡପଲାଗି, ଦ୍ୱାରପାଳ ପୂଜା ହୋଇଥିଲା । ଏହାପରେ ୬ଟା ୪୦ରେ ରଥ ପ୍ରତିଷ୍ଠା କରାଯିବ ଏବଂ ୬ଟା ୪୫ରେ ମଙ୍ଗଳାର୍ପଣ ହୋଇଥିଲା। ଠାକୁରଙ୍କର ଏହି ଅପୂର୍ବ ପହଣ୍ଡି ଦୃଶ୍ୟ ଭକ୍ତ ଏଥର ଚର୍ମଚକ୍ଷୁରେ ଦେଖି ପାରିବେନି । ଘରେ ଟିଭି ପରଦାରେ ପ୍ରିୟ ଠାକୁରଙ୍କୁ ଦେଖିବେ ।
ଏହା ପରେ ସକାଳ୧୦ଟାରୁ ୧୦ଟା୩୦ ଭିତରେ ମଦନମୋହନ ବିଜେ, ୧୦ଟା ୩୦ରୁ ୧୧ଟାରେ ଚିତା ଲାଗି ଓ ୧୧ଟାରୁ ୧୧ଟା୩୦ ରେ ବେଶ ଶେଷ ହେବ। ୧୧.୩୦ରୁ ୧୨ଟା ୧୫ ଭିତରେ ଛେରାପହଁରା କରାଯିବ। ପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବ। ପରେ ୧୨ଟାରେ ରଥଟଣା ଆରମ୍ଭ କରାଯିବ।
]]>ସିଂହଦ୍ୱାର ଆଗରେ ଶ୍ରୀଜିଉଙ୍କ ଅପେକ୍ଷାରେ ସୁସଜ୍ଜିତ ହୋଇ ରହିଛି ତିନି ରଥ। ହେଲେ ଆଉ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ରଥ ରଜ୍ଜୁ ଟାଣି ଜୀବନ କୃତାର୍ଥ କରିବାକୁ ନାହାନ୍ତି ଭକ୍ତ।
ଆଜି ସକାଳ ୭ଟାରେ ମଦନମୋହନ, ବଳଭଦ୍ର, ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି କରାଯିବ। ୧୨ ଟାରେ ରଥଟଣା ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି।
ସକାଳ୧୦ଟାରୁ ୧୦ଟା୩୦ ଭିତରେ ମଦନମୋହନ ବିଜେ, ୧୦ଟା ୩୦ରୁ ୧୧ଟାରେ ଚିତା ଲାଗି ଓ ୧୧ଟାରୁ ୧୧ଟା୩୦ ରେ ବେଶ ଶେଷ ହେବ। ୧୧.୩୦ରୁ ୧୨ଟା ୧୫ ଭିତରେ ଛେରାପହଁରା କରାଯିବ। ପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବ। ପରେ ୧୨ଟାରେ ରଥଟଣା ଆରମ୍ଭ କରାଯିବ।
]]>ଏହି ସମସ୍ତ ମାମଲାର ଶୁଣାଣି ଆଜି ସୁପ୍ରିମ୍ କୋର୍ଟରେ ହୋଇଥିଲା। ରଥଯାତ୍ରା ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ସମ୍ମତି ପରେ ୩ ଜଣିଆ ଖଣ୍ଡପୀଠକୁ ଗଲା ପୁରୀ ରଥଯାତ୍ରା ମାମଲା, ମାମଲାର ଶୁଣାଣି ପାଇଁ ସମ୍ମତି ପ୍ରକାଶ କଲେ ମୁଖ୍ୟ ବିଚାରପତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍. ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ(ଦିନେଶ ମାହେଶ୍ୱରୀ, ଏ.ଏସ୍ ବୋପାନ୍ନା) ଏହି ମାମଲାର ଶୁଣାଣି କରିଥିଲେ।
୩ ଜଣିଆ ଖଣ୍ଡପୀଠ ଶୁଣାଣି ବେଳେ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଶଙ୍କରାଚାର୍ଯ୍ୟଙ୍କ ପ୍ରସଙ୍ଗ ଉଠିଥିଲା। କାହିଁକି ଶଙ୍କରାଚାର୍ଯ୍ୟ ସାମ୍ନାକୁ ଆସିଲେ ବୋଲି କହିଲେ CJI ଏସ୍.ଏ ବୋବଡେ? କଣ ହେବ, କଣ ନହେବ ବିଚାର କ୍ଷମତା ଶଙ୍କରାଚାର୍ଯ୍ୟଙ୍କର ରହିଛି କହିଲେ ସଲିସେଟର ଜେନେରାଲ୍। ଶଙ୍କରାଚାର୍ଯ୍ୟଙ୍କୁ ସାମ୍ନାକୁ ଅଣାଯିବା କଥା ନୁହେଁ କହିଲେ CJI।
ରଥ ପାଇଁ ସୁପ୍ରିମକୋର୍ଟରେ ଲଢୁଥିଲେ ବହୁ ବରିଷ୍ଠ ଆଇନଜୀବୀ। ରଥ ସପକ୍ଷରେ ଲଢୁଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା; ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ, ମୋହନ ପରାସରନ, ରଂଜିତ କୁମାର, ମନିନ୍ଦର ସିଂହ ବି ସପକ୍ଷରେ ଲଢୁଥିଲେ।
ଏବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ସାରା ରାଜ୍ୟରେ ଅସନ୍ତୋଷ ଦେଖା ଦେଖାଦେଇଥିଲେ। ଏହାପରେ ରଥଯାତ୍ରା ପାଇଁ ପୁଣି ବିଭିନ୍ନ ବ୍ୟକ୍ତିବିଶେଷ, ଧର୍ମାନୁଷ୍ଠାନ ପକ୍ଷରୁ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ୧୫ରୁ ଅଧିକ ପିଟିସନ। ପକ୍ଷଭୁକ୍ତ ଆବେଦନକାରୀମାନେ ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ଆବେଦନ କରିଥିଲେ। ପୁରୀ ସହରକୁ ସଟଡାଉନ୍ ଘୋଷଣା କରି ରଥଯାତ୍ରା କରାଯାଉ ବୋଲି ପିଟିସନରେ ଦର୍ଶାଇଥିଲେ।
ସେହିପରି ଓଡ଼ିଶା ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ପକ୍ଷରୁ ନିର୍ଦ୍ଦେଶ ପ୍ରତ୍ୟାହାର ବା ପରିବର୍ତ୍ତନ ପାଇଁ କୋର୍ଟରେ ପିଟିସନ ଦାୟର ହୋଇଥିଲା। ଅନ୍ୟପଟେ ଅଧ୍ୟାଦେଶ ଆଣି ରଥଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଥିଲେ ପୁରୀ ଜିଲ୍ଲାର ଲକ୍ଷ୍ମୀଧର ବିଶ୍ୱାଳ। ସେ ତାମିଲନାଡ଼ୁ ସରକାର ଜାଲିକାଟ୍ଟୁ ପାଇଁ ଆଣିଥିବା ଅଧ୍ୟାଦେଶର ଉଦାହରଣ ଦେଇଥିଲେ।
ଅନ୍ୟପକ୍ଷେ ରଥଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ଦଇତାପତି ନିଯୋଗ ଯାଇଥିଲେ। କୋର୍ଟ ଦେଇଥିବା ରାୟ ଉପରେ ମୋଡିଫିକେସନ ପାଇଁ ନିଯୋଗ ଆବେଦନ କରିଥିଲେ। ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ମହାସଂଘ ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟରେ ପୁଣି ପିଟିସନ ଦାଖଲ ହୋଇଥିଲା। ନିର୍ଦ୍ଦେଶର ପୁନର୍ବିଚାର ଲାଗି ପିଟିସନରେ ମହାସଂଘର ଆବେଦନ କରିଥିଲା।
ଶେଷରେ ଏହି ମାମଲାରେ ରାଜ୍ୟ ସରକାର ମଧ୍ୟ ପକ୍ଷଭୁକ୍ତ ହୋଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ରେସିଡେଣ୍ଟ କମିଶନର ସଂଜୀବ ମିଶ୍ର ସତ୍ୟପାଠ ଦାଖଲ କରିଥିଲେ। ସେ କେବଳ ପୁରୀରେ ରଥଯାତ୍ରା ପାଇଁ ସତ୍ୟପାଠ ଦାଖଲ କରିଥିଲେ। ଗଜପତି ମହାରାଜାଙ୍କ ପ୍ରସ୍ତାବ କ୍ରମେ ବିନା ଭକ୍ତରେ ରଥଯାତ୍ରା କରିବାକୁ ସତ୍ୟପାଠରେ ଉଲ୍ଲେଖ ରହିଥିଲା। କେନ୍ଦ୍ର ସରକାର ମଧ୍ୟ ରଥଯାତ୍ରା କରିବା ସପକ୍ଷରେ ଥିଲେ।
]]>
ଆଜି ରଥଯାଚ୍ରା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି । ଏହି ମାମଲା ୩ ଜଣିଆ ଖଣ୍ଡପୀଠକୁ ଯାଇଛି । ମାମଲାର ଶୁଣାଣି ପାଇଁ ମୁଖ୍ୟ ବିଚାରପତି ସମ୍ମତି ଜଣାଇଥିବା ନେଇ ଜଷ୍ଟିସ ଅରୁଣ ମିଶ୍ର ସୂଚନା ଦେଇଛନ୍ତି । ସଲିସିଟର ଜେନେରାଲଙ୍କ ଯୁକ୍ତି ଉପସ୍ଥାପନ ପରେ ଶୁଣାଣି ପାଇଁ ସମ୍ମତି ଜଣାଇଛନ୍ତି କୋର୍ଟ।
ଏପଟେ ପୁରୀ ରଥଯାତ୍ରା ସପକ୍ଷରେ କେନ୍ଦ୍ର ସରକାର ଯୁକ୍ତି ରଖିବା ପରେ ଏହାକୁ ରାଜ୍ୟ ସରକାର ସମର୍ଥନ କରିଛନ୍ତି । ବିନା ଭକ୍ତରେ ଓ କେବଳ ପୁରୀରେ ରଥଯାତ୍ରା ଲାଗି ଗଜପତି ମହାରାଜ ଦିବ୍ୟସିଂହ ଦେବ ଓଏବଂ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବେ ବୋଲି ରାଜ୍ୟ ସରକାର କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି।
୧୦ରୁ ୧୨ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ରଥଯାତ୍ରା ସମୟରେ ସାଧାରଣତଃ ୧୦ରୁ ୧୨ ଲକ୍ଷ ଲୋକ ଏକତ୍ରିତ ହୋଇଥାନ୍ତି। ଅନ୍ୟପକ୍ଷରେ ରାଜ୍ୟର ପ୍ରତି ପଞ୍ଚାୟତରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ॥ ଏଥିରେ ମଧ୍ୟ ବହୁସଂଖ୍ୟାରେ ଲୋକ ସାମିଲ ହୋଇଥାନ୍ତି । ତେବେ ୫ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଶା ଫେରିଥିବାରୁ ଏବଂ ବର୍ଷା ଋତୁ ଆରମ୍ଭ ହେବା କାରଣରୁ ଜୁନ୍ ଓ ଜୁଲାଇ ମାସରେ କୋଭିଡ୍ ସଂକ୍ରମଣ ଶୀର୍ଘରେ ପହଞ୍ଚିବା ଆଶଙ୍କାକୁ ଦେଖି ଲୋକଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ରଥଯାତ୍ରା ବନ୍ଦ ଲାଗି ଆବେଦନ ହୋଇଥିଲା ।
ଅନ୍ୟପକ୍ଷେ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇ କହିଛନ୍ତି ପୁରୀ ଗଜପତିଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅମିତ ଶାହ କଥା ହୋଇଥିବା ସୂଚନା ମିଳିଛ ।
]]>ବ୍ରହ୍ମାଣ୍ଡକର୍ତ୍ତା, ଦାରୁବ୍ରହ୍ମଙ୍କ ଶରୀର ସଂପୂର୍ଣ୍ଣ ସସ୍ଥ ପାଇଁ ରାଜବୈଦଙ୍କ ଦ୍ୱାରା ଦଶମୂଳ ମୋଦକ ପ୍ରସ୍ତୃତ କରାଯାଇଛି । ଏହାକୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପ୍ରଦାନ କରିଛନ୍ତି ରାଜବୈଦ୍ୟ। ଶାଳପର୍ଣ୍ଣି, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, ବେଲ, ଅଗବଥ, ଗୋଖରା, ନବାଙ୍କଡି ଆଦିକୁ ଚୁର୍ଣ୍ଣ କରି ସେଥିରେ ଖୁଆ, ଘିଅ, ମହୁ, ଭାଙ୍ଗ, ନବାତରେ ଗୋଳେଇ ମୋଦକ ପ୍ରସ୍ତୃତ କରଯାଇଛିା
ଗଜପତିଙ୍କ ନିର୍ଦ୍ଦେଶ ଅନୁସାରେ ତୁରନ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶରୀର ସୁସ୍ଥ ପାଇଁ ଦଶମୂଳ ମୋଦକ ପ୍ରସ୍ତୃତ କରାଯାଇଛି। ଅଣବସର ଗୃହରେ ଦଇତାପତି ସେବକମାନେ କରୁଛନ୍ତି ଗୁପ୍ତ ସେବା। ଦଶମୀରେ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଏକାଦଶୀରେ ସେବନ କରିବେ। ଆଉ ସଂପୂର୍ଣ୍ଣ ସୁସ୍ଥ ହେବେ ଚତର୍ଦ୍ଧାମୂରତି।
ଦୁଇଦିନ ଧରି ଦଶମୀ ରହିଥିବାରୁ ଗତକାଲି ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୃତ ଦଶମୂଳମୋଦକ ଶ୍ରୀମନ୍ଦିରକୁ ଆସିଛି ଆସନ୍ତାକାଲି ଦଶମୂଳ ମୋଦକ ପ୍ରଦାନ କରାଯିବ ଏବଂ ମହାପ୍ରଭୁ ସୁସ୍ଥ ହେବେ।
]]>ଦଇତାପତିମାନେ ଶ୍ରୀଅଙ୍ଗରେ ମାଲିସ କରିଥାନ୍ତି ଫୁଲୁରି ତେଲ। ଏହି ଫୁଲୁରି ତେଲକୁ ପରମ୍ପରା ମୁତାବକ ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ । ପରମ୍ପରା ମୁତାବକ ପଞ୍ଚମୀ ଦିନ ହୁଏ ଏହି ଅନନ୍ୟ ସେବା ।
ପୂର୍ବବର୍ଷ ହେରା ପଞ୍ଚମୀ ଦିନ ତିନିଟି ମାଟି ନିର୍ମିତ ପାତ୍ରରେ ଘଣାପେଡା ରାଶିତେଲ, ବେଣାଚେର, କୃଷ୍ଣଭୋଗ ଧାନ, କେତକୀ ଫୁଲ ସହ ବିଭିନ୍ନ ସୁବାସିତ ଫୁଲ ଓ ଔଷଧୀୟ ସାମଗ୍ରି ମିଶ୍ରଣ କରାଯାଇ ମାଟିତଳେ ପୋତା ଯାଇଥାଏ । ମଠର ମଠାଧୀଶ ଶ୍ରୀମନ୍ଦିରରେ ଏହି ତେଲକୁ ପ୍ରଦାନ କରିବା ପରେ ପତିମହାପାତ୍ର ସଂସ୍କାର କରିଥାନ୍ତି। ପରେ ଏହାକୁ ମାଲିସ କରାଯାଇଥାଏ ।
ଏହି ଫୁଲୁରୀ ତେଲକୁ ଦଇତାପତି ସେବକମାନେ ଶ୍ରୀଅଙ୍ଗରେ ମାଲିସ କରିଥାନ୍ତି । ଏହି ତେଲ ମାଲିସ ଦ୍ୱାରା ଶ୍ରୀଜିଉ ସ୍ନାନଜନିତ ଶରୀର ପୀଡ଼ାରୁ ମୁକ୍ତି ପାଆନ୍ତି ବୋଲି ବିଶ୍ୱାସ ରହିଛି।
]]>