ଖବର ଅନୁଯାୟୀ, ଶିକ୍ଷୟିତ୍ରୀଙ୍କ ନାଁ ମୋମିତା ବି’। ସେ ରସାୟନ ବିଜ୍ଞାନର ଶିକ୍ଷୟିତ୍ରୀ । ଫଟୋରେ ଦେଖିବାକୁ ମିଳୁଛି ଯେ ମୋମିତା ଏକ ହ୍ୟାଙ୍ଗରକୁ କପଡାରେ ଓଲଟା ଟାଙ୍ଗି ସେଥିରେ ମୋବାଇଲ ଫୋନ୍କୁ ଏକ କପଡାରେ ବାନ୍ଧି ଦେଇଛନ୍ତି। ତା’ପରେ ସେ ପଛରେ ଥାଇ ଏକ ଚକବୋର୍ଡ ଟାଙ୍ଗି ଅନ୍ଲାଇନ୍ ମାଧ୍ୟମରେ ପିଲାମାନଙ୍କୁ ପାଠ ପଢ଼ାଇଥିଲେ। ସେ ଏହି ଫଟୋଟିକୁ ଗୋଟେ ସପ୍ତାହ ପୂର୍ବରୁ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି ଯେ ‘ମୋର ପାଖରେ ଟ୍ରିପୋଡ ନଥିବାରୁ ମୁଁ ପିଲାଙ୍କୁ ପଢ଼ାଇବା ପାଇଁ ଏଭଳି ଅଭିନବ ଉପାୟକୁ ବ୍ୟବହାର କରିଥିଲି। ଯାହା ଏବେ ଭାଇରାଲ ହେବାରେ ଲାଗିଛି।
ଏହି ଫଟୋରେ ଏପର୍ଯ୍ୟନ୍ତ ୨ଲକ୍ଷରୁ ଅଧିକ ଭିଜ୍ୟୁ ମିଳିଥିବାବେଳେ ୬୦୦ରୁ ଅଧିକ ପ୍ରତିକ୍ରିୟା ମିଳିଛି। ଏନେଇ ଶିକ୍ଷୟିତ୍ରୀଙ୍କୁ ଖୁବ୍ ପ୍ରଂଶସା ମଧ୍ୟ କରାଯାଉଛି। ଫଟୋରେ ଜଣେ ବ୍ୟକ୍ତି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ’ ଏହି ଫଟୋଟି ମୋର ଦିନ ତିଆରି କରିଛି’। ଅନ୍ଲାଇନ୍ କ୍ଲାସ ପାଇଁ ଶିକ୍ଷୟିତ୍ରୀ ଜଣଙ୍କ ଯେଉଁ ଉପାୟ ଅପଣେଇଛନ୍ତି, ତାହା ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହି ଫଟୋରେ ଯେଉଁ ଆବେଗ ରହିଛି ତାହା ମୋତେ ଆଶ୍ଚର୍ଯ୍ୟଚକିତ କରିଛି।
ଶିକ୍ଷୟତ୍ରୀଙ୍କ ଏହି ଫଟୋକୁ ବନ ସେବା ଅଧିକାରୀ ସୁଧା ରମଣ ମଧ୍ୟ ପସନ୍ଦ କରିଛନ୍ତି। ସେ ମଧ୍ୟ ମୋମିତାଙ୍କ ଫଟୋକୁ ନିଜ ଟ୍ୱିଟ୍ରେ ସେୟାର କରିଛନ୍ତି।
ଆହୁରି ଜଣେ ବ୍ୟକ୍ତି ମଧ୍ୟ ରି-ଟ୍ୱିଟ୍ କରି ଲେଖିଛନ୍ତି ,‘ଆପଣଙ୍କୁ କୋଟି କୋଟି ପ୍ରଣାମ’।
]]>