ଆଜିର ବର୍ଦ୍ଧିତ ତୈଳ ଦର ଅନୁସାରେ ବର୍ତ୍ତମାନ ଏକ ଲିଟର ପେଟ୍ରୋଲ୍ର ମୂଲ୍ୟ ୭୮.୮୮ ଥିବା ବେଳେ ଡିଜେଲ୍ ୭୭.୬୭ ଟଙ୍କା ରହିଛି। ଜୁନ୍ ୯ ତାରିଖଠାରୁ ଆଜିକୁ ମିଶାଇ ଲଗାତର ୧୪ ଦିନ ହେଲା ତେଲ ଦର ବଢ଼ିବାରେ ଲାଗିଛି।ଏହି ଦୁଇ ସପ୍ତାହ ଭିତରେ ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦରରେ ୭ ଟଙ୍କାରୁ ଅଧିକ ବୃଦ୍ଧି ହେଲାଣି। ତେବେ ବର୍ଦ୍ଧିତ ତୈଳ ଦର ସ୍ଥାନୀୟ ଟ୍ୟାକ୍ସ ମିଶାଇ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ଦରରେ ଉପଲବ୍ଧ ହେବ।
ସେହିଭଳି ଗତକାଲି ବି ତୈଳ ଦରରେ ବୃଦ୍ଧି ହୋଇଥିଲା। ଗତକାଲି ପେଟ୍ରୋଲ୍ ଦରରେ ୫୬ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ୍ ଲିଟର୍ ପ୍ରତି ୬୩ ପଇସା ବୃଦ୍ଧି ହୋଇଥିଲା। ତେବେ ଡିଜେଲ୍ ଦର ବୃଦ୍ଧିରେ ସର୍ବକାଳୀନ ରେକର୍ଡ କରିଛି। ପୂର୍ବରୁ କେବେ ଡିଜେଲ୍ ଦର ଏତେ ବଢ଼ିନଥିଲା। ୧୬ ଅକ୍ଟୋବର ୨୦୧୮ରେ ଡିଜେଲ୍ ଦର ସର୍ବାଧିକ ୭୫.୬୯ ଟଙ୍କା ହୋଇଥିଲା। ହେଲେ ଆଜିର ଦର ୭୭.୬୭ ଟଙ୍କା ହୋଇଛି।
ଦେଶର କରୋନା ମହାମହାରୀ ଭଳି ପରିସ୍ଥିତିରେ ବ୍ୟବସାୟ ଠପ୍ ହୋଇ ପଡ଼ିଛି। ଚାକିରି ଯାଉଛି। ଏହି ପରିସ୍ଥିତିରେ ବାରମ୍ବାର ବଢୁଥିବା ତେଲ ଦର ସାଧାରଣ ଜନତାଙ୍କ ବିତରେ ଅସନ୍ତୋଷ ବଢ଼ାଉଛି।
]]>