PSLVର ଉତ୍କ୍ଷେପଣ ଲାଗି ଗତକାଲିଠାରୁ ୨୫ ଘଣ୍ଟିଆ କାଉଣ୍ଟ୍ଡାଉନ୍ ଆରମ୍ଭ ହୋଇଥିଲା। ଏଥିରେ ୧୭୧୦ କିଲୋଗ୍ରାମ ଓଜନର ଗୋଟିଏ ରାଡାର ଇମେଜିଂ ବା ଭୂପୃଷ୍ଠ ନିରୀକ୍ଷଣ ଉପଗ୍ରହ EOS-04 ଏବଂ ଆଉ ୨ଟି ଷ୍ଟୁଡେଣ୍ଟ ସାଟେଲାଇଟ୍ ମହାକାଶକୁ ଯାଇଛି।
EOS-04 ସାଟେଲାଇଟ୍ ସବୁ ପାଗରେ ଉତ୍କୃଷ୍ଟମାନର ଚିତ୍ର ସହ ପାଣିପାଗ ସମ୍ପର୍କରେ ତଥ୍ୟ ପ୍ରଦାନ କରିବ। ଯାହାକି କୃଷି, ଜଙ୍ଗଲ ସୁରକ୍ଷା, ବୃକ୍ଷରୋପଣ, ବନ୍ୟା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ ଓ ଜଳଭଣ୍ଡାର ସମ୍ପର୍କିତ ତଥ୍ୟ, ମାଟିର ଆର୍ଦ୍ରତା ସମ୍ପର୍କରେ ତଥ୍ୟ ପ୍ରଦାନ କରିବ। ଯାହାକି କୃଷି କାର୍ଯ୍ୟ ଲାଗି ବେଶ୍ ସହାୟକ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।
EOS-04 ସହ ଉତ୍କ୍ଷେପଣ ହୋଇଥିବା ଆଉ ୨ଟି ସାଟେଲାଇଟ୍ ହେଲା-ଆଇଆଇଏସ୍ଟିର ଛାତ୍ରଙ୍କ ଦ୍ୱାରା ନିର୍ମିତ ଇନସ୍ପାୟର ସାଟ୍-୧ ଓ ଇସ୍ରୋ ଦ୍ୱାରା ପ୍ରସ୍ତୁତ INS-2TD।
]]>INRSS-1I ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏକ ନାଭିଗେସନ୍ ସାଟେଲାଇଟ। ଏହା ସାମୁଦ୍ରିକ ନାଭିଗେସନ ସହ ସୈନ୍ୟ କ୍ଷେତ୍ରରେ ମଧ୍ୟ ସହାୟତା ମିଳିପାରିବ। ୧ ହଜାର ୪୨୦ କୋଟି ଟଙ୍କା ଖର୍ଚ୍ଚରେ ପ୍ରସ୍ତୁତ ହୋଇଥିବା ଏହି ସାଟେଲାଇଟର ଓଜନ ରହିଛି ୧ ହଜାର ୪ ୨୫ କିଲୋଗ୍ରାମ। ଲମ୍ବା ୧.୫୮ ମିଟର, ଉଚ୍ଚତା ୧.୫ ମିଟର ଓ ଓସାର ୧.୫ ମିଟର ରହିଛି।
INRSS-1I ଉପଗ୍ରହ ଏହାର ପୂର୍ବ ଭର୍ସନ IRNSS-1Aର ସ୍ଥାନରେ କାର୍ଯ୍ୟ କରିବ। ଦୁଇ ବର୍ଷ ପୂର୍ବରୁ ଏହି ଉପଗ୍ରହରେ ବ୍ୟବସ୍ଥିତ ରୁବିଡିଅମ ଅଟୋମିକ କ୍ଲକ୍ କାମ କରିବା ବନ୍ଦ କରି ଦେଇଛି।
ତେବେ ଏହି ଉପଗ୍ରହ ଉତ୍କ୍ଷେପଣ GSAT-6A ଭଳି ସମସ୍ୟାର ସମ୍ମୁଖୀନ ହେବ ନାହିଁ ବୋଲି ଜଣା ପଡ଼ିଛି। ଏଥିପାଇଁ ଇସ୍ରୋର ବୈଜ୍ଞାନିକ ଓ ଇଂଜିନିୟରମାନେ GSAT-6A ସହ ପୁନଃ ଯୋଗାଯୋଗ ସ୍ଥାପନ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି।
]]>